Author: Samikhsya Bureau

ରଞ୍ଜିତ ପଣ୍ଡା କୁଜଙ୍ଗ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି କୁଜଙ୍ଗବ୍ଳକର ବିଭିନ୍ନ ପଂଚାୟତର ୧୨୧୨ ଜଣ ଗରିବ, ଅସହାୟ ବ୍ୟକ୍ତି ମାନଙ୍କ ବିଭିନ୍ନ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ମୋଟ ୨୮ଟି ପଂଚାୟତ ମଧ୍ୟରୁ ୧୭ଟି ପଂଚାୟତର ୧୨୧୨ଜଣ ଅସହାୟ ଏବଂ ଗରିବ ମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଇଛି। ସ୍ଥାନୀୟ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ସହାୟତାକ୍ରମେ ଏହି କାର୍ଯ୍ୟକ୍ରମ ସମ୍ପଦନ କରାଯାଇଥିବା ଜଣାପଡ଼ିଛି। ମୋଟ ୧୦୯୧ଜଣ ବୟସ୍କ ଏବଂ ୧୨୧ ଜଣ ନାବାଳକ, ନାବଳିକା ମାନଙ୍କୁ ଏହି ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବାଲିଆ.ଭୂତମୁଣ୍ଡାଇ, ବିଶ୍ୱାଳୀ,ଫତେପୁର,ଗଣ୍ଡକିପୁର, ଗରେଇ, ଗୋପିଆକୁଦ, ଗୋରଡ଼, କାଠକୋଟ, କୁଜଙ୍ଗ,ମଙ୍ଗରାଜପୁର, ନୂଆଗଡ଼, ପଙ୍କପାଳ, ପାରାଦୀପଗଡ଼, ସାଇଲୋ, ତାଳପଡ଼ା, ଜିଲ୍ଲାନାସୀ ପ୍ରମୁଖ ପଂଚାୟତରେ ଏହି ଖାଦ୍ୟ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଅଗପାଳ, ବଡ଼ବାଲିକଣୀ, ବଗଦିଆ, ବାଗୋଇ,ବଣିତୋ, ହଂସୁରା,କୋଠୀ,ମହ୍ଲାସାହୀ,ପଣ୍ଡୁଆ,ପାଟପୁର,ପୋତାନଇ ପ୍ରଭୃତି ପଂଚାୟତରେ ଆଜି ଖାଦ୍ୟ ପ୍ରଦାନ କରାଯାଇ ନଥିବାବେଳେ ଆସନ୍ତା ଦିନରେ ଏହି ପଂଚାୟତ ମାନଙ୍କରେ ମଧ୍ୟ ରନ୍ଧାଖାଦ୍ୟ ପ୍ରଦାନ କରାଯିବ ବୋଲି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ୧. ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨. ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସକମାନଙ୍କୁ “ନୋଡାଲ୍‌ ଅଧିକାରୀ’’ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ ରାଜ୍ୟର ଦାୟିତ୍ୱରେ ରହିଥିବା ଏହି…

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: ଆଜି କୁଜଙ୍ଗ ବ୍ଲକ୍ ପ୍ରଶାସନ ବ୍ଳକର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରାହାମା ହାଟ ବଜାରକୁ ରାହାମା ମିନି ଷ୍ଟାଡିୟମକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ପ୍ରଶାସନ ବହୁବାର ଲୋକଙ୍କୁ ସଚେତନ କାଲା ପରେ ମଧ୍ୟ ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ପ୍ରଶାସନ ଏହାର ବିକଳ୍ପଭାବେ ଏହି କାର୍ଯ୍ୟ କରିଥିବା ସୂଚନା ମିଳିଛି। ଆଜି ଜିଲ୍ଲା ଏସ୍‌ପି ପ୍ରକାଶ ଆର୍‌, କୁଜଙ୍ଗ ତହସିଲଦାର ପ୍ରଭାସ ରଂଜନ ବେହୁରା, କୁଜଙ୍ଗ ଏବିଡିଓ ସନ୍ତୋଷ କୁମାର ଶତପଥି, ଏସ୍‌ଡିପିଓ ଦିପକ ରଂଜନ ଜେନା, ରାହାମା ବଣିକ ସଂଘ ସଭାପତି ଜଟାଧାରୀ ଦାସ, ବଣିକ ସଂଘର ସମ୍ପାଦକ ସୁନାକର ବେହେରା, ତିର୍ତ୍ତୋଲ ଥାନା ଅଧିକାରୀ କୃଷ୍ଣ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସକାଳୁ କୁଜଙ୍ଗ ତହସିଲଦାର ଏହି ହାଟ ସ୍ଥାନାନ୍ତର ହେବା ନେଇ ସକାଳଳେ ଘୋଷଣା କରିଥିଲେ। ପ୍ରଶାସନ ପକ୍ଷରୁ ଦୁଇ ବେଳେ ୯ରୁ ୧୨ ଓ ଉପର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମପଂଚାୟତ କାଣିକୁପା ଗାଁରେ ଏକ ଗଛ ଉପରେ ମାଓ ପୋଷ୍ଟର ଲାଗିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିବା ଜଣାପଡିଛି। ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପ୍ରଦାନ କରାନଯିବା, ଶ୍ରମିକ ନଲଗାଇ ମେସନରେ ରାସ୍ତା କାମ କରାଯିବା, ଓସାର ରାସ୍ତା କରାଯାଇ ଜଙ୍ଗଲ ଲୁଟ କରାଯିବା, ମାଓବାଦୀ ନାମରେ ସାଧାରଣ ଲୋକଙ୍କୁ ଗିରଫ କରାଯିବା ଘଟଣାକୁ ବିରୋଧ କରାଯାଇଥିବା ବିଷୟ ଉଲ୍ଲେଖ ଥିବା ଜଣାପଡିଛି। କଳାହାଣ୍ଡି ଡିଭିଜନ ମାଓବାଦୀ ଏରିଆ କମିଟୀ ତରଫରୁ ଏହି ପୋଷ୍ଟର ଲାଗିଥିବା ଜଣାପଡିଛି। ଦୁଇଦିନ ତଳେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଏପାଟଣା ଗ୍ରାମପଂଚାୟତର ଗୁଣ୍ଡି ସଂରକ୍ଷିତ ଜଙ୍ଗଲର ସାନଶୋଷ ପଦର, ସିନ୍ଧାକୋଟୀ ପୋରପଦର, ତୋରାଗୁମା ଜଙ୍ଗଲରେ ଏସଓଜି କମ୍ବିଂ ଅପରେସନ ସମୟରେ ମାଓ କେମ୍ପ ଠାବ ହେବା ସହିତ ଗୁଳିବିନିମୟ ହୋଇଥିବା ଜଣାପଡିଥିଲା। ଗୁରବାର ବିଲମ୍ବିତ ରାତ୍ରୀରେ ବଂଶଧାରା– ଘୁମୁସର…

Read More

ଭୁବନେଶ୍ବର, ଆଜି ବିଧାନସଭା ସବୁଦିନ ପାଇଁ ଓଡିଶା ରାଜନୀତିରେ ଏକ ଇତିହାସ ରଚିଲା। ଏହାର କାରଣ ହେଲା ଆଜିର ବୈଠକ ବିଧାନସଭାରେ ନୁହେଁ ବସିଥିଲା ବାହାରେ। ଭୁବନେଶ୍ବରସ୍ଥିତ ଲୋକସେବା ଭବନରେ ନିର୍ମାଣ ହୋଇଥିବା ନୂଆ ରାଜ୍ୟ କନଭେସନ ହଲରେ ବସିଥିଲା ଏହି ବୈଠକ। କାରଣ ହେଲା କୋରନା ଭାଇରସ ଭୟ। ରାଜ୍ୟରେ ତୃତୀୟ କରୋନା ରୋଗୀ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥଲେ। ଏହାପରେ କର୍ମଚାରୀ ଜଣଙ୍କ ବିଧାନସଭାରେ କାମ କରିବା ସହିତ ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଖବର ପ୍ରଘଟ ହେବା ପରେ ପ୍ରଥମେ ବିଧାନସଭାକୁ ବିଶୋଧନ କରାଯାଇଥିଲା। ଅଗ୍ନଶମ ପୋଲିସ ଏବଂ ମେଡିକାଲ କର୍ମଚାରୀମାନେ ମିଶି ବିଧାନସଭାକୁ ଜୀବାଣୁମୁକ୍ତ କରିଥିଲେ। ହେଲେ କଣ ହେଲା କେଜାଣି ବିଧାୟକମାନେ ବିଧାନସଭା ଗୃହକୁ ଆସିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଫଳରେ ବାଚସ୍ପତି ଗୃହକାର୍ଯ୍ୟ କନଭେସନ ହଲରେ କରିବା ପାଇଁ ନିଷ୍ପତି କଲେ। ଏଥିସହିତ ବାଚସ୍ପତି କେତେକ ଗାଇଡ…

Read More

ସୌଜନ୍ୟ-ପି ଆଇ ବି କୋଭିଡ-୧୯ ମୁକାବିଲା ନେଇ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଭୟାବହ କରୋନା ବ୍ୟାଧି ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଏ ସଂପର୍କରେ ନିୟମିତ ସଂପର୍କ ରକ୍ଷା ପୂର୍ବକ ବିଚାର ଆଲୋଚନା ଜାରି ରଖିଛନ୍ତି। ଦୈନିକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଏ ସଂପର୍କରେ ମତ ବିନିମୟ କରୁଛନ୍ତି । ଏହା ମାଧ୍ୟମରେ ସେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ସୂଚନା ପାଉଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଆଦିଙ୍କୁ ପ୍ରଧାନମନ୍ତ୍ରୀ ଦୈନିକ ଟେଲିଫୋନ କରି କରୋନା ବିରୋଧୀ ଲଢେଇର ଫଳାଫଳ ଓ ତତ୍ ସଂଲଗ୍ନ ବିଷୟ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ବିଶୋଧନ କାର୍ଯ୍ୟରେ…

Read More

ମୁମ୍ବାଇ : ମହାରାଷ୍ଟ୍ର ସରକାର ଲକ୍‌ ଡାଉନ୍‌ ପାଇଁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତିନି ମାସର ରାସନ ସାମଗ୍ରୀ ମାଗଣାରେ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ଗରିବ ଓ ଖଟିଖିଆଙ୍କୁ ଲକ୍‌ ଡାଉନ୍‌ ସମୟରେ ଖାଦ୍ୟର ଅଭାବ ନ ହେବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାସନ ଦୋକାନରେ ତିନି ମାସର ରାସନ ଦିଆଯିବା ନେଇ ନିର୍ଦ୍ଦେଶ ରହିଥିବାବେଳେ ଏନେଇ ରାସନ ଦୋକାନୀଙ୍କ ସୂଚନୀ ଓ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି । କିନ୍ତୁ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ମିଳିପାରିବ। ସେଥିପାଇଁ  ରାସନ ଦୋକାନରେ ଏକ ଫର୍ମ ଉପଲବ୍ଧ ରହିଛି, ଯାହାକୁ ପୂରଣ କରି ଦୋକାନରେ ଦେଲେ ଆରାମରେ ରାସନ ସାମଗ୍ରୀ ପାଇପାରିବେ। ସେହିପରି ଗରିବ, ଖଟିଖିଆଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟସରକାର ଜିଲ୍ଲାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି ସମୟରେ ଯିଏ ଯେଉଁଠି ରହିଛନ୍ତି, ସେଇଠି ସୁରକ୍ଷିତ ଭାବରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଠିକ୍‌ ଏତିକିବେଳେ ଭୁବନେଶ୍ୱରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଫ୍ଲାଟ୍ ଖାଲି କରିବା ପାଇଁ ଦୁଷ୍କର୍ମ ଧମକ ଦିଆଯାଇଛି । ବିଗତ କିଛି ବର୍ଷ ଧରି ମହିଳା ଡାକ୍ତର ଜଣକ ଖଣ୍ଡଗିରିରେ ଏକ ଫ୍ଲାଟ୍‌ରେ ରହୁଥିବା ବେଳେ ଫ୍ଲାଟ୍ ହାଉସିଂ ସୋସାଇଟିର ଜନୈକ ସଦସ୍ୟ ତାଙ୍କୁ ଘର ଖାଲି କରିବା ପାଇଁ ଧମକ ଦେଇଥିଲେ। ମାତ୍ର ଯୁବତୀ ଜଣକ ଫ୍ଲାଟ୍ ଖାଲି ନକରିବାରୁ ଉକ୍ତ ଯୁବକ ଜଣକ ଦୁଷ୍କର୍ମର ଧମକ ଦେଇଥିଲେ। ଏହାପରେ ଡାକ୍ତରାଣୀ ଜଣକ ଥାନାରେ ଅଭିଯୋଗ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି । କରୋନା ଭାଇରସ୍ ପ୍ରଭାବରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିବା ସହିତ ୧୮ ବର୍ଷର ରେକର୍ଡ ଭାଙ୍ଗିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ ୨୦୦୨ ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ ୨୫ ପ୍ରତିଶତ ହ୍ରାସ ପାଇଛି । ଗତ ସପ୍ତାହରେ ଏହା ୩୦ ଡଲାର ରହିଥିବା ବେଳେ ସୋମବାର ଏହାର ମୂଲ୍ୟ ୧୯.୯୨ ଡଲାରରେ ପହଞ୍ଚିଛି । ଜାନୁୟାରୀ ୨୦୨୦ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୭୧ ଡଲାର ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ 20 ଡଲାରରେ ପହଞ୍ଚିଛି

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି। ସୋନପୁର ଅଂଚଳର ମିନୁ ମିଶ୍ର ନାମକ ଶିଶୁ କନ୍ୟାଟି ହୁଇସିଲ ସହିତ ଖେଳୁଥିବା ବେଳେ ଭୁଲବଶତଃ ଏହାକୁ ଗିଳି ଦେଇଥିଲା। ଏହି ହୁଇସିଲଟି ଶିଶୁଟିର ଶ୍ୱାସନଳୀରେ ଅଟକି ଯିବା ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ହୁଇସିଲରେ ଥିବା ଛୋଟ କଣା ଦ୍ୱାରା ସେ ବହୁ କଷ୍ଟରେ ନିଶ୍ୱାସ ନେଇ ପାରୁଥିଲା। କିନ୍ତୁ ଯେଉଁ ସମୟରେ ସେ ନିଶ୍ୱାସ ନେଉଥିଲା ସେହି ସମୟରେ ତା ଶରୀରରୁ ହୁଇସିଲ ବାଜିବାର ଶବ୍ଦ ବାହାରୁଥିଲା। କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକ ଡାଉନରେ ଥିବା ବେଳେ ଶିଶୁଟିର ପରିବାର ଖୁବ କଷ୍ଟ ସ୍ବୀକାର କରି ଭୁବନେଶ୍ୱର ଆସି ସମ ଅଲଟିମେଟ ମେଡିକେଆରରେ ଶିଶୁକୁ…

Read More

ନୂଆଦିଲ୍ଳୀ ; କରୋନା ଦ୍ୱାରା ସମୁଦାୟ ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଦେଶର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି । ଦେଶର ଅନ୍ୟୁନ ୨ କୋଟି ଶିଳ୍ପ ସଂସ୍ଥା ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ଲକ୍‌ଡାଉନ୍ ଯଦି ୨୧ ଦିନରୁ ଅଧିକ ଦିନ ଲାଗି ରୁହେ ତେବେ ଦେଶର ୧୯ ରୁ ୪୩ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରଭାବିତ ହେବ ଏବଂ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ମତ ଦେଇଛନ୍ତି ଗେମ୍‌ସର ଅଧ୍ୟକ୍ଷ ରବି ଭେଙ୍କଟାସେନ୍ । ଇନ୍‌ଫୋସିସ୍ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ରହିଥିବା ରବି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଗେମ୍‌ସ ପକ୍ଷରୁ ୧୦୦ ମିଲିୟନ୍ ଡଲାର ନିବେଶ କରାଯିବ ବୋଲି ସୂଚନା ଦେଇଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।

Read More

ସମୀକ୍ଷା ବ୍ୟୁରୋ କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ମେଡ଼ିକାଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ଯେପରି ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ସାମଗ୍ରୀ ଦିଆଯାଇନଥିଲେ, ତାହା ତୁରନ୍ତ ଯୋଗାଇ ଦିଆଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ସେହିପରି କରୋନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ସର୍ବୋପରି ମହାମାରୀ କରୋନା ସହିତ ଦୃଢ ଭାବରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ୟେସ ବ୍ୟାଙ୍କରୁ ଫେରିଛି ଶ୍ରୀମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟ ସ୍ଥାୟୀ ଜମା ଟଙ୍କା। ଦ୍ୱିତୀୟ ସ୍ଥାୟୀ ଜମା ବାବଦରେ 156କୋଟି ଟଙ୍କା ସୁଧମୁଳ ସହ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଫେରିଛି ବୋଲି ଜଣାପଡିଛି।  ମ୍ୟାଚୁରିଟି ସରିବା ପରେ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି ଏହି ଟଙ୍କା। ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାରେ ଥିବା ଆକାଉଣ୍ଟକୁ ଏହି ଟଙ୍କା ଫେରିଛି। ପ୍ରଥମ ପର୍ଯ୍ୟାୟରେ  ଗତ 19 ତାରିଖରେ ପ୍ରଭୁ ଜଗନ୍ନାଥଙ୍କ 397 କୋଟି 23 ଲକ୍ଷ 27 ହଜାର ଟଙ୍କା ଇ-ଟ୍ରାନ୍ସଫର୍‌ ମାଧ୍ୟମରେ ଫେରିଥିଲା।

Read More

ନୂଆଦିଲ୍ଳୀ ; ବରିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ଗୁହା ନୁହନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଏବଂ ଅର୍ଥନୀତିଜ୍ଞ ସଲ୍‌ମାନ ଅନୀସ୍ ମଧ୍ୟ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ରହିଥିବା ବେଳେ ପିଏମ୍ କେୟାର ଫଣ୍ଡ ସ୍ଥାପନର ଆବଶ୍ୟକତା କଣ ରହିଛି ବୋଲି ଗୁହା ପ୍ରଶ୍ନ ଉଠାଇଛନ୍ତି । ଗୁହାଙ୍କ ସହିତ ସ୍ୱର ମିଳାଇ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ସମାନ ଟ୍ୱିଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ପରି ଏକ ସ୍ୱଚ୍ଛ ସଙ୍ଗଠନ ରହିଥିବା ବେଳେ କଣ ପାଇଁ ଏ ସଙ୍ଗଠନର ଆବଶ୍ୟକତା ପଡିଲା ବୋଲି ଥରୁର ପ୍ରଶ୍ନ କରିଛନ୍ତି । ଅନ୍ୟତମ କଂଗ୍ରେସ ନେତା ତଥା ଅର୍ଥନୀତିଜ୍ଞ ସଲ୍‌ମାନ୍ ଅନୀସ୍ ସୁଜ୍ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ୧୯୪୮ରେ ତତ୍କାଳୀନ…

Read More

ପାକିସ୍ତାନ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍‌ ପାକିସ୍ତାନରେ ବି ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି । ଏହି ଭାଇରସ୍‌ ଯୋଗୁଁ ପାକିସ୍ତାନରେ 21 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 12 ଘଣ୍ଟା ମଧ୍ୟରେ 54ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1664ରେ ପହଞ୍ଚିଛି । ଜାଣନ୍ତୁ କେଉଁଠାରେ କିପରି ରହିଛି ସ୍ଥିତି : ପଞ୍ଜାବ – 683, ସିନ୍ଧ – 508, ଖୈବର୍‌ ପଖ୍ତୁନଖାହ – 192, ବେଲୁଚିସ୍ତାନର -141, ଗିଲଗିଟ୍‌-ବାଲ୍ଟିସ୍ତାନ – 128, ଇସଲାମବାଦ-51, ପାକିସ୍ତାନ ଅଧିକୃତ କାଶ୍ମୀରେ 6ଟି ମାମଲା ସାମ୍ନାକୁ ଆସିଥିବାବେଳେ ଏଠାରେ 21 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ ପାକିସ୍ତାନରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେଶରେ ସର୍ବମୋଟ 28 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 11 ଜଣଙ୍କର ଅବସ୍ଥା ବେଶ୍‌ ସଂକଟାପନ୍ନ ରହିଛି ।…

Read More

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମରର ବନ୍ଦିପୋରାର ଦୁଇ ଘରୁ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଖବର ମିଳିଛି । ଏହି ଘରେ ରହିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବାବେଳେ  ଏହି ମଉକାରେ ଚୋରମାନେ ଏହ ଘରୁ ସବୁ ଲୁଟିନେଇଛନ୍ତି । ଏହି ଦୁଇ ଘରର ଲୋକଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭି ଥିବାବେଳେ ଆଉ ଜଣେ କରୋନା ସନ୍ଦିଗ୍ଧ ଥିଲେ । ପୋଲିସ ସୂତ୍ରରୁ ଜଣାପଡିଛି ଏହି ଦୁଇ ଘରୁ ନଗଦ ତିନି ଲକ୍ଷ ଟଙ୍କା ସହିତ ଲକ୍ଷ ଲକ୍ଷଟଙ୍କାର ଜିନିଷର ଚୋରି ହୋଇଛି । ଚୋରମାନେ ଧରାପଡିନଥିବାବେଳେ ପୋଲିସ୍ ଚୋରଙ୍କୁ ଯଥାଶୀଘ୍ର ଧରିବ ବୋଲି କହିଛି । (ଏଜେନ୍ସି)

Read More

ଲକ୍ଷ୍ନୌ : ସାରା ଭାରତରେ କରୋନାକୁ ନେଇ ଏକ ପ୍ରକାର କୋକୁଆ ଭୟ ଲାଗିଥିବାବେଳେ ଭାରତରେ ଏକ କରୋନା ଗ୍ରାମ ରହିଛି । ତେବେ ଏହି ଗ୍ରାମ କରୋନା ସଂକ୍ରମିତ ନୁହେଁ, ବରଂ ଏହି ଗ୍ରାମର ନାମ କରୋନା । ଲକ୍ଷ୍ନୌଠାରୁ ପ୍ରାୟ 90 କିଲୋମିଟର ଦୂରରେ ଅବସ୍ଥିତ ଏହି କରୋନା ଗ୍ରାମଟି । କିନ୍ତୁ ଏହି ଛୋଟ ଗ୍ରାମଟି ଏବେ ବହୁ ସଂକଟରେ ଗତି କରୁଛି । କରୋନାକୁ ନେଇ ସମଗ୍ର ବିଶ୍ବରେ ଭୟାନକ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ଗ୍ରାମଟି ଏବେ ସମସ୍ତଙ୍କ ପାଇଁ ମଜାକ୍‌ର ବିଷୟ ପାଲଟିଯାଇଛି । ଏହି ଗ୍ରାମର ଜଣେ ନିବାସୀଙ୍କ ମତରେ ଲୋକମାନେ ତାଙ୍କ ଗ୍ରାମକୁ ଯିବାକୁ ଭୟ କରୁଛନ୍ତି । କେହି କେହି ତାଙ୍କୁ ହସରେ ଉଡାଇ ମଧ୍ୟ ଦିଅନ୍ତି । କେହି କେହି ତାଙ୍କୁ ଫୋନ୍‌ କରି ପଚାରନ୍ତି ଯେ, ଆପଣମାନେ ଏ ପର୍ଯ୍ୟନ୍ତ କେମିତି ଜୀବିତ ରହିଛନ୍ତି…

Read More

ନ୍ୟୁୟର୍କ : ଗୋଟିଏ ଟାୱେଲର ମୂଲ୍ୟ କେତେ ଟଙ୍କା ହୋଇପାରେ । ଅତିବେଶୀରେ ୫ ଶହ ଟଙ୍କା ହୋଇପାରେ । ତେବେ ନ୍ୟୁୟର୍କରେ ଏକ ଟାୱେଲ୍ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବାସ୍କେଟ୍‌ବଲ୍ ଷ୍ଟାର କୋବ୍ ବ୍ରାୟାଣ୍ଟଙ୍କ ଟାୱେଲ୍‌ଟି ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ବ୍ରାୟାଣ୍ଟ ନିଜର ଅନ୍ତିମ ମ୍ୟାଚ୍‌ରେ ଏହି ଟାୱେଲ୍ ବ୍ୟବହାର କରିଥିଲେ । ଏପ୍ରିଲ୍ ୧୩, ୨୦୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବ୍ରାୟାଣ୍ଟ ୬୦ ପଏଣ୍ଟ ସ୍କୋର କରିଥିଲେ । ଡେଭିଡ୍ କୋହ୍‌ଲର୍ ଏହି ଟାୱେଲ୍‌ଟିକୁ କିଣିଥିଲେ ।

Read More

ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍‌ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍‌ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ । ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ…

Read More

ରାଜସ୍ଥାନ: ବାୟୁସେନା ସହାୟତାରେ ଇରାନରୁ ଉଦ୍ଧାର ହୋଇଥିବା 1036 ଜଣ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ କରେନା ପଜିଟିଭି ରହିଥିବାର ସୂଚନା ମିଳିଛି।  ରାଜସ୍ଥାନର ଯୋଧପୁରର ରହିଥିବା ଏହି ପ୍ରବାସୀ ଭାରତୀୟ ନିବାସୀଙ୍କଠାରେ  କରୋନା ପଜିଟିଭ ଆସିଛି ବୋଲି ସୋମବାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି। ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର କହିଛନ୍ତି ସୋମବାର ଯୋଧପୁରର ଏସଏନ ମେଡିକାଲ କଲେଜରେ ଜଣଙ୍କୁ କରୋନା ପଜିଟିଭ ଥିବାର ଚିହ୍ନଟ କରାଯାଇଛି। ସେହିପରି ଗତ ସପ୍ତାହରେ ଇରାନରୁ ଉଦ୍ଧାର ହୋଇଥିବା 277 ଜଣଙ୍କ ମଧ୍ୟରୁ ଜଣେ ଏବଂ ସେ ଯୋଧପୁରର ଏମ ଡି ଏଚ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କର 72ବର୍ଷୀୟ ମାତାଙ୍କଠାରେ କରୋନା ଟେଷ୍ଟର ଫଳାଫଳ ନେଗେଟିଭ ଆସିଛି। ଇରାନ ରୁ ଉଦ୍ଧାର ହୋଇଥିବା ସମୁଦାୟ 1036 ଭାରତୀୟଙ୍କ ମଧ୍ୟରୁ 552 ଜଣଙ୍କୁ ଯୋଧପୁର ଏବଂ…

Read More