Author: Samikhsya Bureau

ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍‌ ଡାଉନ୍‌କୁ ନେଇ ବେଶ୍‌ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଲୋକମାନେ ଲକ୍‌ ଡାଉନ୍‌ ନିୟମକୁ ପାଳନ କରିବେ ନାହିଁ, ତେବେ ସେମାନଙ୍କୁ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ରହିବ ନାହିଁ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ରେ ପହଞ୍ଚିଲାଣି । କରୋନ ସ୍ଥିତିକୁ ନେଇ କେସିଆର କହିଛନ୍ତି ଯେ, ଯଦି ଲକ୍‌ ଡାଉନ୍‌ର ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ କର୍ଫ୍ୟୁ ଜାରି କରିବାକୁ ପଡିବ । ସେ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ଲୋକମାନେ ପୋଲିସ୍‌ର କଥାକୁ ଶୁଣିବେ ନାହିଁ, ତେବେ ସେନା ନିୟୋଜିତ କରାଯିବ ଏବଂ ଗୁଳି…

Read More

କେଉଁଝର, ଚାରିଆଡେ କରୋନା ପାଇଁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି। ଗୋଟିଏ ପଟେ ସରକାର ତେଜରାତି ଦୋକାନ ଖୋଲିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଭିଡ ନ କରିବା ପାଇଁ କହୁଛନ୍ତି। ଦୋକାନ ଖୋଲା ହେଲେ ସେଠାରେ ନିଶ୍ଚିତ ଗହଳି ହେବ ଏଥିରେ ସନ୍ଦେହ ନାହିଁ। ହେଲେ ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିଛନ୍ତି କେଉଁଝର ପ୍ରଶାସକ। କେଉଁଝର ଟାଉନରେ ଲୋକମାନେ ତେଜରାତି ଦୋକାନରେ ଭିଡ କରିବାରୁ ସେଠାକାର ପ୍ରଶାସନ ଦୋକାନ ଆଗରେ ଗାର ଟାଣି ଦେଇଛନ୍ତି। ଏକ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଗୋଲାକାର ଗାର ଟଣାଯାଇଛି। ଯେଉଁମାନେ ଜିନିଷ କିଣିବାକୁ ଆସିବେ ସେମାନେ ସେହି ଗୋଲାକାର ଗାର ଭିତରେ ଲାଇନରେ ରହିବେ। ଜଣେ ଆଗକୁ ଯିବା ପରେ ପଛ ଗୋଲାକାରରେ ଥିବା ଲୋକ ପୁଣି ଆଗ ଗୋଲାକାରକୁ ଯିବେ। ପ୍ରଶାସନର ଏପରି ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ଲୋକମାନେ ଜରୁରୀ ଜିନିଷ…

Read More

ମୁମ୍ବାଇ: କୁହାଯାଏ, ଭଗବାନ ତାଙ୍କୁ ସାହାଯ୍ୟ କରିଥା’ନ୍ତି, ଯିଏ ନିଜର ସାହାଯ୍ୟ କରିଥାଏ। ସାରା ଦେଶରେ ଏବେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶକୁ ସମ୍ବୋଧନ କରି 21 ଦିନ ପାଇଁ ଲକ୍‌ ଡାଉନ୍‌ କରିଛନ୍ତି। ଆଗାମୀ 21 ଦିନ ପର୍ଯ୍ୟନ୍ତ ନିଜକୁ ଘରେ ବନ୍ଦ ରଖିବାକୁ ଉପଦେଶ ଦେଇଛନ୍ତି। ତେବେ ଦେଶର ଏପରି ଏକ ଗ୍ରାମ ସାମ୍ନାକୁ ଆସିଛି। ଯେଉଁଠି ସମ୍ପୂର୍ଣ୍ଣ ଗ୍ରାମଟି ଆଇସୋଲେସନ୍‌ରେ ରହିଛି। ଏଠାକୁ ନା କେହି ଆସିପାରିବେ, ନା କେହି ଯାଇପାରିବେ। ଏହି ଦ୍ବୀପଟି ସମ୍ପୂର୍ଣ୍ଣ ରୂପେ ଆଇସୋଲେସନ୍‌ରେ ରହିଛି। ଦୁନିଆର ପ୍ରଥମ ଗ୍ରାମ ଭାବରେ ଏହି ଗ୍ରାମଟି ସମ୍ପୂର୍ଣ୍ଣ ଆଇସୋଲେସନରେ ରହିଛି। ମୁମ୍ବାଇ ନିକଟସ୍ଥ ବସଇ ଅଞ୍ଚଳରେ ଏକ ଦ୍ବୀପରେ ଏହି ପଞ୍ଜୁ ଗ୍ରାମ ଅବସ୍ଥିତ। ଏହି ଦ୍ବୀପଟିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ଏହି ଗ୍ରାମଟି ବୋରିବଲୀ ଲୋକାଲ୍‌ ଷ୍ଟେସନ୍‌ ପାଖରୁ ପ୍ରାୟ 15 କିଲୋମଟିର ଦୂରରେ…

Read More

ପୁରୀ, ବର୍ତ୍ତମାନ ଚାରିଆଡେ କରୋନା ଭୟ ଲାଗିରହିଛି। ସେଥିପାଇଁ ମଧ୍ୟ ଜନସାଧାରଣ ସଚେତନ ହେବାରେ ଲାଗିଲେଣି। ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଠ ପୂର୍ବରୁ ପୁରୀ ପାଇଁ ସତର୍କତା ନେବାରୁ ବର୍ତ୍ତମାନ ସେଠାକାର ପରିସ୍ଥିତି ଭଲ ରହିଛି। ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା କରାଯିବାରୁ ଆଉ କେହି ଯାଉ ନାହାଁନ୍ତି। ହେଲେ ସିଂହଦ୍ବାରରୁ ପତିତପାବନଙ୍କୁ ଦେଖି ଭକ୍ତମାନେ ଆସୁତିଲେ। ଲକଡାଉନ ଘୋଷଣା ପରେ ତାହା ମଧ୍ୟ ଆଉ ପରିଲକ୍ଷିତ ହେଉ ନାହିଁ। ବଡଦାଣ୍ଡରେ ଆଉ ହୋ ହାଲ୍ଲା ନାହିଁକି ଭକ୍ତଙ୍କ ଗହଳି ନାହିଁ। ସେହିପରି ଅବସ୍ଥା ସମୁଦ୍ର କୂଳରେ ଦେଖିବାକୁ ମିଳିଛି। କଥାରେ କହନ୍ତି ସେଠାରେ ପକ୍ଷୀଟିଏ ବି ଉଡୁ ନାହାଁନ୍ତି। ଅର୍ଥାତ ପୁରା ଶୂନଶାନ ହୋଇପଡିଛି ପୁରୀ ସମୁଦ୍ରକୂଳ। ସେଠାରେ ମଧ୍ୟ ପ୍ରଶାସନ ତରଫରୁ ପର୍ଯ୍ୟଟକମାନେ ନ ଆସିବା ପାଇଁ ସତର୍କ କରାଯାଇଥିଲା। ହୋଟେଲ ରେସ୍ତୋରାଁକୁ ଯାଇ ପର୍ଯ୍ୟଟକଙ୍କୁ ବୁଝାଯାଇଥିଲା। ଫଳରେ ବର୍ତ୍ତମାନ କିଛିଦିନ ଧରି ସମୁଦ୍ରକୂଳ ମଧ୍ୟ ଖାଁ ଖାଁ…

Read More

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ବେଶ୍‌ ସକ୍ରିୟ ରହିଛି । ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା । ତାମିଲନାଡୁର ଜଣେ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତାମିଲନାଡୁରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ମାର୍ଚ୍ଚ 23 ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ରାଜାଜୀ ହସ୍ପିଟାଲରେ ହେଉଥିଲା । ତାମିଲନାଡୁର ଜଣକର ମୃତ୍ୟୁ ପରେ ସାରା ଦେଶରେ ମୃତ୍ୟୁ ସଂଖ୍ୟା ଏବେ 11ରେ ପହଞ୍ଚିଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ମଦୁରାଇର ଜଣେ 54 ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଦିନ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଗତ ଦୁଇ ଦିନ ହେବ ସେ ରାଜାଜୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଡାଇବେଟିସ୍‌ ସହିତ ହାଇପର୍‌ଟେନ୍‌ସନ୍‌ ରହିଥିଲା । ତାମିଲନାଡୁରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 18ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ…

Read More

କେଦାର ମିଶ୍ର ପୂରା ଦେଶ ଆଜି ଯେତେବେଳେ ନିଜକୁ ଗୃହବନ୍ଦୀ କରି ରଖିଛି ଓ ନିଜର ଆର୍ଥିକ ଭବିଷ୍ୟତକୁ ନେଇ ଆଶଙ୍କାରେ ଠିଆ ହୋଇଛି, ସେତେବେଳେ ଜାତୀୟ ରାଜନୀତିର ଚେହେରା କେମିତି ହେବା ଉଚିତ? ଏହା ପ୍ରଶ୍ନ ନୁହେଁ, ଏହା ଗୋଟେ ପ୍ରକାର ଆଶାବାଦ। ଅନ୍ତତଃ ଆଜିର ରାଜନୀତିରେ ବିଭାଜନ ଓ ବିତର୍କର ଆବଶ୍ୟକତା ନାହିଁ। ଆଜି ପୂରା ଦେଶକୁ ଏକାଠି ଠିଆ ହେବାକୁ ପଡିବ। ଯେତେବେଳେ ସାରା ଦେଶର ଅର୍ଥନୀତି ଅନ୍ଧାର ଆଡକୁ ଗତି କରୁଛି, ସେତେବେଳେ ରାଜନୀତିରେ ଏକତାର କଥା ଆମେ ଆଶା କରିବା ଅନୁଚିତ ହେବନାହିଁ। ହେଲେ ଏଇ ଏକତାର ବାର୍ତ୍ତା ଆସିବ କେଉଁଠୁ? ଯେଉଁମାନଙ୍କ ହାତରେ ଦେଶର ଶାସନ ଦାୟିତ୍ଵ ରହିଛି, ସେମାନେ ପ୍ରଥମେ ଏ ପ୍ରକାର ରାଜନୀତିର ଆରମ୍ଭ କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସମ୍ପର୍କରେ ପ୍ରଥମେ ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କ ସହ କଥା ହେଲେ। ତାପରେ ଦେଶକୁ  ଦୁଇଥର ଉଦବୋଧନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ମୁମ୍ବାଇରେ ଫସି ରହିଥିବା ରାଜ୍ୟ 25 ଜଣ ବରିଷ୍ଠ ନାଗରିକଙ୍କୁ ସହାୟତା କରିଛି ଓଡିଶା ମୋ ପରିବାର । ଗୁଜରାଟ ଏବଂ ରାଜସ୍ଥାନକୁ ତୀର୍ଥଯାତ୍ରାରେ ଯାଇଥିବା ଏହି ବରିଷ୍ଠ ନାଗରିକଙ୍କ ମୁମ୍ବାଇରେ ଫସି ରହିଥିବା ନେଇ କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାନ୍‌ ବିଷ୍ଣୁ ଦାସ ସାମନ୍ତ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସୂଚନା ଦେଇଥିଲେ । ଏହି ଯାତ୍ରୀ ମାନଙ୍କ ମଧ୍ୟରୁ 17 ଜଣ ବିମାନ ଟିକଟ କରି ସାରିଥିଲେ ମଧ୍ୟ ଲକ୍‌ଡାଉନ୍‌ କାରଣରୁ ଅଟକି ରହିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କୁର୍ଲା ଷ୍ଟେସନ୍‌ର ପୋଲିସ୍‌ ଅଧିକାରୀଙ୍କୁ ସମ୍ପର୍କ କରିଥିଲେ । କୁର୍ଲା ଷ୍ଟେସନ୍‌ର ବରିଷ୍ଠ ଇନ୍ସପେକ୍ଟର ତେଜାଲେଙ୍କ ସହଯୋଗରେ ଉକ୍ତ 17 ଜଣଙ୍କୁ ବିମାନବନ୍ଦରରେ ପହଞ୍ଚାଇବା ସହିତ ବାକି…

Read More

ରମେଶ ଚନ୍ଦ୍ର ମହାନ୍ତି ଜଗତସିଂହପୁର: କରୋନା କୁ ନେଇ ରାଜ୍ୟର ୧୪ଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଛି। ଘରୁ ଲୋକଙ୍କୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ। ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି। ହେଲେ ମାନୁନାହାଁନ୍ତି ଲୋକେ। ତିର୍ତ୍ତୋଲ ବ୍ଲକ ନେହେରୁ ବଜାର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଶତାଧିକ ଲୋକ। ବେପରୁଆ ଢଙ୍ଗରେ ଚାଲିଛି କିଣାବିକା। କରୋନା ଭୟରେ ଲୋକଙ୍କୁ ସଚେତନ ହେବା ପାଇଁ ସରକାର କଟକଣା ଜାରି କରିଥିଲେ ମଧ୍ୟ ମାନୁନାହାଁନ୍ତି ଲୋକେ। ଲୋକଙ୍କ ଭିଡକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍‌ଡାଉନ୍‌ର ନିୟମାବଳୀ ସମ୍ପର୍କିତ ଏକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ନିୟମାବଳୀକୁ ଟ୍ବିଟ୍‌ କରିବା ସହିତ ଦେଶବାସୀ ଭୟଭୀତ ନହେବା ପାଇଁ ନିବେଦନ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ସଂଖ୍ୟା ୪୦,୩/୨୦୨୦ରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ନିୟମ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ। ନିୟମାବଳୀ : ୧. କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ସୁରକ୍ଷା ବଳ ଅଧିକାରୀ, ପ୍ରତିରକ୍ଷା କର୍ମୀ, ପେଟ୍ରୋଲିୟମ୍‌ ମନ୍ତ୍ରାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ଶକ୍ତି ଓ ପରିବହନ ବିଭାଗ ଏବଂ ଜାତୀୟ ସୂଚନା କେନ୍ଦ୍ରକୁ ଏଥିରୁ ବାଦ…

Read More

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍‌ଡାଉନ୍‌ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍‌ ଜାରି ରହିବା ନେଇ ମୋଦି ଘୋଷଣା କରିଛନ୍ତି। ଦେଶବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ କରାଯିବ । ଆସନ୍ତା ୨୧ ଦିନ ମଧ୍ୟରେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ରଖିବାକୁ ପଡିବ। କୌଣସି ଟୀକାକରଣ ବ୍ୟବସ୍ଥା ନଥିବାରୁ ସୋସିଆଲ୍‌ ଡିଷ୍ଟାନ୍ସିଂ ଏହି ଭାଇରସ୍‌ରୁ ରକ୍ଷା ପାଇବାର ଏକମାତ୍ର ଉପାୟ ବୋଲି ମୋଦି କହିଛନ୍ତି। ଏହି ୨୧ ଦିନ ପରସ୍ଥିତି ନିୟନ୍ତ୍ରଣ ନକଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ ବୋଲି ମୋଦି କହିଛନ୍ତି।…

Read More

* ବିଭିନ୍ନ କ୍ଷେତ୍ରରେ ବୈଧାନିକ ଓ ନିୟାମକ ଅନୁପାଳନ କ୍ଷେତ୍ରରେ ମିଳିବ ରିହାତି * ଆଧାର-ପ୍ୟାନ ସଂଯୋଗ ତାରିଖ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ଘୁଂଚିଲା * ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଘୁଂଚିଲା * ଟିକସ ପଇଠ ବିଳମ୍ବ କ୍ଷେତ୍ରରେ ଲାଗୁ ହେବନି ଜୋରିମାନା କିମ୍ବା ଶୁଳ୍କ * ଜିଏସଟିଆର-୩ବି ଦାଖଲ ପାଇଁ ଧାର୍ଯ୍ୟ ସୀମା ବଢ଼ିଲା * ୩୦ ଜୁନ, ୨୦୨୦ ଶେଷ ପର୍ଯ୍ୟନ୍ତ ୨୪ ଘଂଟିଆ ସୀମାଶୁଳ୍କ କ୍ଲିୟରାନ୍ସ * ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଣ ଅନୁମତି * ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ନିୟମ ଉଚ୍ଛେଦ ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସ୍ଥିତିକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ପଦକ୍ଷେପର ଘୋଷଣା କରିଛନ୍ତି । ବିଶେଷ କରି ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବୈଧାନିକ ଓ ନିୟାମକ ଅନୁପାଳନ ପ୍ରସଙ୍ଗରେ ଏହି…

Read More

ନୂଆଦିଲ୍ଲୀ : ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ଦାଖଲର ସମୟସୀମାରେ ବୃଦ୍ଧି ଘଟାଯାଇଛି । ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆୟକର ଦାଖଲ କାରୀଙ୍କମ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ ରହିଛି । ପୂର୍ବରୁ ମାର୍ଚ୍ଚ 31, 2020 ଆୟକର ଦାଖଲର ଅନ୍ତିମ ତାରିଖ ରହିଥିବା ବେଳେ ମଙ୍ଗଳବାର ଏହାକୁ ଜୁନ୍ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେହିପରି ବିଳମ୍ବରେ ଆୟକର ଦାଖଲ ପାଇଁ ସୁଧହାର 18 ପ୍ରତିଶତରୁ 9 ପ୍ରତିଶତକୁ ହ୍ରାସ କରାଯାଇଛି । (ଏଜେନ୍ସି)

Read More

ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଆଉ ନୂଆ ରୋଗୀ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁନ୍ତି। ପୂର୍ବରୁ ଯେଉଁ ଦୁଇଜଣ ଥିଲେ ତାହା ହିଁ ରହିଛି। ଆଜି ଦିନ 12ଟା ସୁଦ୍ଧା 190ଟି ସାମ୍ପୁଲ କୋଭିଡ19 ଟେଷ୍ଟ ପାଇଁ ପଠାଯାଇଥିଲା। ସେସବୁର ପରୀକ୍ଷା ରିପୋର୍ଟରେ ନେଗେଟିଭି ଆସିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ମୁକାବିଲା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ଏଥିସହିତ କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡକ ହେଲା.. 1-କୋଭିଡ୍‌-୧୯ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ନିରନ୍ତର କାର୍ଯ୍ୟ କରୁଥିବା ପୋଲିସ୍‌ ଓ ବିଦୁ୍ୟତ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ଆଗକୁ ମଧ୍ୟ ସମସ୍ତେ ଏହିପରି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ…

Read More

ନୂଆଦିଲ୍ଲୀ : କରୋନା ସଙ୍କଟ କାରଣରୁ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁର ପରସ୍ଥିତି ସୃଷ୍ଟି ହେଉଥିବା ବେଳେ ଦିନମଜୁରିଆ ଏହାଦ୍ବାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଦିନ ମଜୁରିଆଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 5 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଏକ ଭିଡିଓ ଲିଙ୍କ ଜରିଆରେ କେଜ୍ରିଓ୍ବାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେହିପରି ଡାକ୍ତର ମାନଙ୍କୁ ସମ୍ମାନ ଜଣାଇବା ପାଇଁ କେଜ୍ରିଓ୍ବାଲ ନିବେଦନ କରିଛନ୍ତି । ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ଘର ମାଲିକ ଘରେ ପୁରାଇ ଦେଉନଥିବା ନେଇ ଅଭିଯୋଗ ଆସିବା ପରେ କେଜ୍ରିଓ୍ବାଲ ଏହା କହିଛନ୍ତି । ଏହା ସହଦିତ ବାହାରେ ରହୁଥିବା ଲୋକଙ୍କ ପାଇଁ ମାଗଣା ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା ସମ୍ପର୍କରେ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : 15 କୋଟି ଟଙ୍କାର ମାସ୍କ ଜବତ କରିଛି ମୁମ୍ବାଇ ପୋଲିସ୍‌ । ମଙ୍ଗଳବାର ମୁମ୍ବାଇ ପୋଲିସ୍‌ ପକ୍ଷରୁ 25 ଲକ୍ଷ ମାସ୍କ ଜବତ କରାଯାଇଛି । ମଙ୍ଗଳବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କଳାବଜାର କରାଯାଇ ଏହି ମାସ୍କ ଗୁଡିକୁ ବାହାରେ ବିକ୍ରି ପାଇଁ ନିଆଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ମାସ୍କ ଗୁଡିକ ମଧ୍ୟରେ 3 ଲକ୍ଷ 25 ହଜାର ଏନ୍‌-49 ମାସ୍କ ରହିଥିବା ଜଣାପଡିଛି । ମାସ୍କ କଳାବଜାର ନେଇ ସୂଚନା ମିଳିବା ପରେ କମିଶନର ପରବ ବୀର ସିଂଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ମୁମ୍ବାଇ ଏବଂ ଥାନେର ବିଭିନ୍ନ ସ୍ଥାନରେ ଚଢକାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଛି ।

Read More

ଟୋକିଓ : ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ ମଙ୍ଗଳବାର ଅଲମ୍ପିକ୍ସ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଅଲମ୍ପିକ୍ସ ସଂଘ ସଭାପତି ଥୋମାସ୍‌ ବାକ୍‌ ଏହି ଘୋଷଣା କରିଛନ୍ତି । ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନଥିଲେ ମଧ୍ୟ 2021 ପର୍ଯ୍ୟନ୍ତ ଅଲମ୍ପିକ୍ସକୁ ଘୁଞ୍ଚାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ ସମଗ୍ର ବିଶ୍ବରେ 16 ହଜାର ଜୀବନହାନି ଘଟିଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଜୀବନ କାର୍ଯ୍ୟକ୍ରମ’ର ଆରମ୍ଭ କରିଛନ୍ତି। ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ ନେବାକୁ କହିଛନ୍ତି ନବୀନ। ଜରୁରୀ କାମରେ ବାହାରକୁ ଗଲେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ। ଆମେ ସାବଧାନ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ନବୀନ। କରୋନା ପାଇଁ ଘରୁ ନ ବାହାରି ପାଇଁ ଶପଥ ନେବାର ଭିଡିଓ ଶୁଟିଂ କରି ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପାଖକୁ ପଠାଇବାକୁ କହିଛନ୍ତି ନବୀନ। ଏହି ଅବସରରେ ନବୀନ ଏକ ଭିଡିଓ ସେୟାର କରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ଲୋକଙ୍କୁ ଘରେ ରହି କରୋନ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରେନାରୁ ବର୍ତ୍ତିବା ନିଜ ହାତରେ ରହିଛି ବୋଲି କହିଛନ୍ତି। ଆମେ ଆମର ପ୍ରିୟଜନଙ୍କ ନାମରେ ଶପଥ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ରାଜ୍ୟସରକାର କରୋନାକୁ ନେଇ ସତର୍କତା ଓ ସଚେତନତା ଅବଲମ୍ବନ କରୁଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଏନେଇ ବ୍ୟାପକ ସଚେତନତା କରାଯାଉଛି। ଆଜି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଜାଗାରେ ଆଜି କୁଜଙ୍ଗ ବ୍ଲକ୍ ଅତିରିକ୍ତ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଜନସାଧାରଣ ମାନଙ୍କୁ କୋରୋନା ପାଇଁ ସଚେତନତା କରୁଛନ୍ତି। ଆଜି ଠାରୁ କୁଜଙ୍ଗ ଓ ପାରାଦ୍ଵୀପ ସମ୍ପୂର୍ଣ ଭାବେ ବନ୍ଦ ଦେଖିବାକୁ ମିଳିଛି। କରୋନା ସତର୍କତା ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତ୍ବ ରଖିବା ଏକାନ୍ତ ଅପରିହାର୍ଯ୍ୟ ।

Read More

ପାକିସ୍ତାନ : ଦୁନିଆର 192ଟି ଦେଶ ଏବେ କରୋନା କବଳରେ। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଦୁନିଆର ପ୍ରାୟ ସମସ୍ତ ଦେଶରେ ପହଞ୍ଚିସାରିଲାଣି। ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ କରୋନା ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି। ମଙ୍ଗଳବାର ଦିନ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 900 ପାର୍‌ କରିଛି । ଭାରତ ପରି ପାକିସ୍ତାନ ମଧ୍ୟ ରେଳ ସେବାକୁ ବନ୍ଦ କରିଛି। ମଙ୍ଗଳବାର ପାକିସ୍ତାନ ସରକାର ଦ୍ବାରା ଜାରି କରାଯାଇଥିବା ଆଦେଶ ଜରିଆରେ ରେଳ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେହିପରି ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର୍‌ ଟ୍ରେନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ପୂରା ଦେଶକୁ ସେ ଲକ୍‌ ଡାଉନ୍‌ କରିପାରିବେ ନାହିଁ । କାରଣ ପାକିସ୍ତାନରେ 25 ପ୍ରତିଶତ ଗରିବ ରେଖା ତଳେ ରହିଛନ୍ତି।…

Read More

ସମୀକ୍ଷା ବ୍ୟୁରୋ  ଭୁବନେଶ୍ବର : ଲକ୍‌ ଡାଉନ୍‌ ବେଳେ ଆତଯାତ ପାଇଁ ପୋଲିସ୍‌ ପାସ୍‌ ପ୍ରସଙ୍ଗକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌ ଯୋଗେ ସୂଚନା ଦେଇ ଏହାକୁ ସ୍ଥଗିତ ରଖାଯାଇଥିବାର କହିଛନ୍ତି ।  ପାସ୍‌ ପାଇଁ ଲୋକେ ଭିଡ କରୁଥିବାରୁ ପାସ୍‌ ବ୍ୟବସ୍ଥା ସ୍ଥଗିତ କରାଯାଇଛି । ଭିଡ ଦ୍ବାରା ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ସ୍ଥଗିତ କରାଗଲା। ଆତଯାତ ପାଇଁ ନିଜ ପରିଚୟ ପତ୍ର ଦେଖାଇବାକୁ କହିଲେ କମିଶନର । ପାସ୍‌ ପାଇଁ କାଲି ସୁଦ୍ଧା ଏକ ଆଇଟି ବ୍ୟବସ୍ଥା କରାଯିବ ନେଇ କମିଶନର ସୂଚନା ଦେଇଛନ୍ତି । ଆଇଟି ବ୍ୟବସ୍ଥା ଦ୍ବାରା ସ୍ବୟଂକ୍ରିୟ ଭାବେ ପାସ୍‌ ଇସ୍ୟୁ ହୋଇପାରିବ । ହସ୍ପିଟାଲ୍‌ ଯାଉଥିଲେ ମେଡ଼ିକାଲ କାଗଜପତ୍ର ଦେଖାଇ ଯାଇପାରିବେ । ପାସ୍‌ ଦିଆଯାଉନି, ଥାନାରେ ଭିଡ ନ କରିବାକୁ କହିଲେ କମିଶନର ।

Read More