Author: Samikhsya Bureau

ଭୁବନେଶ୍ଵର: ଦେଶ ସାରା ଲକ୍ ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ ବି ଅର୍ଜନ କରିପାରିବେ। ଏହି କମିଶନ ଅର୍ଥ ରିଚାର୍ଜ ମୂଲ୍ୟର ୪ ପ୍ରତିଶତ ହାରରେ ଆପଣଙ୍କ ଜିଓ ଆକାଉଣ୍ଟରେ ଜମା ହେବ। ଆପଣ ପରବର୍ତ୍ତୀ ରିଚାର୍ଜ ପାଇଁ ଏହି ଅର୍ଥକୁ ବ୍ୟବହାର କରିପାରିବେ। ଓଡ଼ିଶାର ବିସ୍ତୃତ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରେ ମୋବାଇଲ୍ ରିଚାର୍ଜ ଲାଗି ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ଜିଓ ପକ୍ଷରୁ ଏହି ସ୍ଵତନ୍ତ୍ର ଯୋଜନା ଘୋଷଣା କରାଯାଇଛି। ଆପଣଙ୍କ ଆଖ ପାଖରେ ଯଦି ଜିଓ ରିଚାର୍ଜ ଷ୍ଟୋର୍ ଖୋଲା ନରହୁଛି ତେବେ ଆପଣ ଏହି ଜିଓ…

Read More

ଅରୁଣାଚଳପ୍ରଦେଶ : କରୋନା ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ଯୋଗୁଁ ଦେଶର ଶ୍ରମିକମାନେ ବହୁତ ଅସୁବିଧାର ସାମ୍ନା କରୁଛନ୍ତି। ଲକ୍ ଡାଉନ୍‌ ପାଇଁ ବହୁ ଶ୍ରମିକମାନେ ନିଜ ପେଟ ଖଣ୍ଡକ ପାଇଁ ବହୁ ଦୂର ଯାତ୍ରା କରୁଛନ୍ତି । ଏପରି ଏକ ଘଟଣା ଅରୁଣାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି। ଜଣେ ପ୍ରବାସୀ ଶ୍ରମିକ ତା’ ପରିବାର ସହ ଖାଇବାକୁ ନ ପାଇ ଛ’ ଘଣ୍ଟାର ଚାଲି ଚାଲି ଆସାମ ବର୍ଡର ପାଖରେ ପହଞ୍ଚିଛନ୍ତି । 38 ବର୍ଷୀୟ ସଲମାନ୍‌ ଦାରଜୀ ନିଜ ଦୁଇ ଛୋଟ ଛୁଆ ଓ ସ୍ତ୍ରୀକୁ ନେଇ ସକାଳୁ ଇଟାନଗରରୁ ବାହାରିଥିଲେ। 5ରୁ 6 ଘଣ୍ଟା ଚାଲିବା ପରେ ଆସାମ ବର୍ଡରରେ ପହଞ୍ଚିଥିଲେ ସେ । ସଲମାନ ଅରୁଣାଚଳ ପ୍ରଦେଶରେ କାମ କରୁଥିଲେ । କିନ୍ତୁ ଲକ୍‌ଡାଉନ୍‌ ପରେ ତାଙ୍କ ପାଖରେ କାମ ରହିଲା ନାହିଁ…

Read More

ମୁମ୍ବାଇ : ନିଜର ସ୍ବତନ୍ତ୍ର ଡ୍ୟାନ୍ସ ଜରିଆରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିବା ନୋରା ଫତେହୀ ଲକ୍‌ ଡାଉନ୍‌ରେ ଡ୍ୟାନ୍ସ କରି ଧମାକା କରିଛନ୍ତି । ନୋରା ବଲିଉଡ୍‌ରେ ଯେଉଁ ଯେଉଁ ଗୀତରେ ଡ୍ୟାନ୍ସ କରିଛନ୍ତି ତାହା ବହୁତ ଲୋକପ୍ରିୟ ରହିଛି ।  କରୋନା ଭାଇରସ୍‌ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ୍‌। ଏହି ସମୟରେ ସେ ନିଜକୁ ବ୍ୟସ୍ତ ରଖିବା ପାଇଁ ଡ୍ୟାନ୍ସ ର ସାହାରା ନେଇଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଏହି ଭିଡିଓରେ ନୋରାଙ୍କ ମୁଭସ୍‌ ବହୁତ ଆକର୍ଷଣୀୟ ରହିଛି । https://www.instagram.com/p/B_Cvl0BJk6A/?utm_source=ig_embed&utm_campaign=embed_video_watch_again ଏକ ଇଂଲିଶ୍‌ ଗୀତରେ ନୋରା ଡ୍ୟାନ୍ସ କରୁଥିବାବେଳେ ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, ଶେଷ ରେ ମୁଁ ପାରିସ୍‌ ଗୋଏବେଲ୍‌ଙ୍କ ଡ୍ୟାନ୍ସ କ୍ଲାସରୁ କିଛି ନୂଆ ଶିଖିଲି। ନୋରା ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଦର୍ଶକଙ୍କୁ…

Read More

ମୁମ୍ବାଇ : କରୋନା ଯୋଗୁଁ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ବହୁତ କ୍ଷତି ସହିବାକୁ ପଡିଛି । ବହୁତ ଫିଲ୍ମକୁ ସ୍ଥଗିତ ରଖାଯାଇଥିବାବେଳେ କେତେକ ଫିଲ୍ମର ସୁଟିଂକୁ ବନ୍ଦ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲିଉଡ୍‌ ପରଫେକନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂ ଚଢା’କୁ କରୋନା ଗ୍ରହଣ ଲାଗି ଯାଇଛି ।ଫିଲ୍ମଟି ଚଳିତ ବର୍ଷ ପରଦାକୁ ଆସିବ ନାହିଁ ବୋଲି ଜଣାପଡିଛି । ଲାଲ ସିଂ ଚଢାରେ ଆମୀର ଖାନ୍‌ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ହଲିଉଡ୍‌ ଫିଲ୍ମ ଫରେଷ୍ଟ ଗମ୍ପ୍‌ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି । ଫିଲ୍ମଟି ଚଳିତ ବର୍ଷ କ୍ରିଶମାସ୍‌ ଅବସରରେ ପରଦା ଉପରକୁ ଆସିବ ବୋଲି ସୂଚନା ରହିଥିଲା। କିନ୍ତୁ ଏହି ଫିଲ୍ମକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି । ରୋହିତ୍‌ ସେଟ୍ଟିଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଓ ରଣବୀର ସିଂହଙ୍କ ‘83’ ଫିଲ୍ମର ରିଲିଜ୍‌କୁ ମଧ୍ୟ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ଦେଶରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଉନଥିବାବେଳେ ସ୍କୁଲ ତରଫରୁ ସ୍କୁଲ ଫିସ୍‌ ପାଇଁ ଚାପ ପଡୁଛି । ସେହିପରି ଲକ୍‌ ଡାଉନ୍‌ ଯୋଗୁଁ କିଛି ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦରମା ମଧ୍ୟ ମିଳୁନାହିଁ । ଏହି ସମସ୍ତ ଅସୁବିଧାକୁ ଲକ୍ଷ୍ୟ ରଖି ଦିଲ୍ଲୀ ସରକାର ସ୍କୁଲ ପି’, ଫ୍ରାଇଭେଟ୍‌ ସ୍କୁଲ, ଅନ୍‌ଲାଇନ୍‌ ଫି’, ସ୍କୁଲ କର୍ମଚାରୀଙ୍କ ଦରମାଙ୍କୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଦିଲ୍ଲୀ ସରକାର ପ୍ରାଇଭେଟ୍‌ ସ୍କୁଲ ଗୁଡିକୁ ସ୍କୁଲ ଫି’ ବଢାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କୌଣସି ଘରୋଇ ବିଦ୍ୟାଳୟ (ଯଦି ଏହା ସରକାରୀ ଜମି ଉପରେ ନିର୍ମିତ ହେଉଥାଉ କିମ୍ବା ବେସରକାରୀ ଜମିରେ) ସ୍କୁଲ…

Read More

ଭୁବନେଶ୍ବର : ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର ମିଳିଛି। ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗତକାଲି ଟେଷ୍ଟ ହୋଇଥିବା ସମସ୍ତ ସାମ୍ପଲ୍‌ ନେଗେଟିଭ୍‌ ରହିଛି। କାଲି ସମୁଦାୟ 843ଟି ସାମ୍ପଲ ଟେଷ୍ଟ ହୋଇଥିବା ସୂଚନା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍‌ ଟେଷ୍ଟ ହେଲାଣି। 7577 ସାମ୍ପଲରୁ 7517 ନେଗେଟିଭ୍‌, 60 ପଜିଟିଭ୍‌ ବାହାରିଛି । 60 ପଜିଟିଭ୍‌ରୁ 40 ଚିକିତ୍ସାଧୀନ ରହିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି । ଓଡ଼ିଶାରେ ପଜିଟିଭ୍‌ ଡବ୍‌ଲିଂ ହାର କମ୍‌ ରହିଛି ବୋଲି ସୂଚନା ରହିଛି । 19ଟି ରାଜ୍ୟରେ ପଜିଟିଭ୍‌ ଡବ୍‌ଲିଂ ହାର୍‌ କମ୍‌ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି 19ଟି ରାଜ୍ୟରେ ଓଡ଼ିଶା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟ ଭୁବନେଶ୍ବର ଅଞ୍ଚଳର ହୋଇଥିବାବେଳେ କେଉଁ ଅଞ୍ଚଳର ସେନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା 21 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏଯାବତ୍‌ 38 କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ଦୁଇ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ 14 ଜଣ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସରକାର ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସ୍ପେଶାଲ୍ ଷ୍ଟ୍ରାଟେଜିର ଘୋଷଣା କରାଯାଇଛି। ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରରେ 5 ହଜାର ଯାଏଁ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା…

Read More

ଭୁବନେଶ୍ବର : ଆଜି ରାଜ୍ୟରେ ପାରଦ 42 ଡିଗ୍ରୀ ଡେଇଁଛି। ସୋନପୁର ସର୍ବାଧିକ ତାପମାତ୍ରା ରହିଛି । ସୋନପୁରରେ 42.2 ଡିଗ୍ରୀ ତାପମାତ୍ରା ରହିଥିବାବେଳେ ରାଜ୍ୟର ଅନ୍ୟ 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି। ସେହିପରି ବଲାଙ୍ଗିର ଓ ଅନୁଗୋଳରେ 41.5 ଡିଗ୍ରୀ, ତାଳଚେରରେ 41.4ଡିଗ୍ରୀ, ବୌଦ୍ଧ ଓ ଟିଟିଲାଗଡ଼ 41.2 ଡିଗ୍ରୀ, ମାଲକାନଗିରି 40 ଡିଗ୍ରୀ ତାପମାତ୍ରା ରହିଥିଲା । ରାଜଧାନୀ ଭୁବନେଶ୍ୱରର 40 ଡିଗ୍ରୀ ତଳକୁ ତାପାମାତ୍ରା ରହିଥିଲା । ଆଜି ଭୁବନେଶ୍ୱର 37.4 ଡିଗ୍ରୀ ରହିଥିବା ବେଳେ କଟକରେ 36.8 ଡିଗ୍ରୀ ରହିଥିଲା ।

Read More

ହିମାଚଳପ୍ରଦେଶ : ଭାରତୀୟ ସେନାର ଜଣେ ଯବାନ ସତ୍‌ଲେଜ୍‌ ନଦୀ ମଧ୍ୟକୁ ଖସି ପଡିଛନ୍ତି । ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ହିମାଚଳ ପ୍ରଦେଶର କିନ୍ନାଉରରେ ରହିଥିବା ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ସମୟରେ ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ଚଣ୍ଡୀଗଡର ଲାନ୍ସ ହାବିଲଦାର ପ୍ରକାଶ ରାଲ୍ଲା ନିଜର ଟ୍ରାଇପିକ୍‌ ବିଗ୍ରେଡ୍‌ ସହିତ ନଦୀ ଅତିକ୍ରମ କରୁଥିବା ବେଳେ ନଦୀ ମଧ୍ୟକୁ ଖସି ପଡିଥିଲେ । ସେନା ପକ୍ଷରୁ ପ୍ରାୟ 950 ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ସଂକଟ ସହ ଲଢିବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରମାନେ ମଧ୍ୟ ଦୃଢ ପଦକ୍ଷେପ ନେଉଛନ୍ତି । ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ପାଇଁ ଲୋକେ ଘରୁ ବାହାରିନାହାନ୍ତି । ମହାରାଷ୍ଟ୍ରରେ ଏଥିପାଇଁ ଆଦେଶ ଜାରି କରିଛନ୍ତି କହିଛନ୍ତି ଯେ, ଲକ୍ ଡାଉନ୍‌ ସମୟରେ ଘର ମାଲିକ ମାନେ ଭଡାଟିଆଙ୍କଠାରୁ ତିନି ମାସର ଘର ଭଡା ସଂଗ୍ରହ କରିବେ ନାହିଁ। ଉଦ୍ଧବ ସରକାର କହିଛନ୍ତି ଯେ ଜଣେ ଭଡାଟିଆ ତିନିମାସ ପର୍ଯ୍ୟନ୍ତ ଭଡା ପ୍ରଦାନ ନକଲେ ମଧ୍ୟ ଘରମାଲିକ ତାଙ୍କୁ ଘରୁ ବାହାର କରି ପାରିବେ ନାହିଁ। ମହାରାଷ୍ଟ୍ରରେ ଫଶି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ବହୁତ ରହିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକ୍‌ ଡାଉନ୍‌ କାରଣରୁ ରାଜ୍ୟର ଅଲଗା ଅଲଗା ଭାଗରେ ଶ୍ରମିକ ମାନେ ଫଶି…

Read More

ମୁମ୍ବାଇ : ଭାରତରେ ପୁଣି ଥରେ ମବ୍‌ ଲିଚିଂ  ବା ଭିଡ ହିଂସା ପରି ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗ୍ରାମରେ ତିନିଜଣଙ୍କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି। ତିନିଜଣଙ୍କୁ ଲୁଟେରା ଭାବି ଗୋଷ୍ଠୀ ଆକ୍ରମଣ କରାଯାଇଛି। ଏହି ଭିଡ ହିଂସା ଏତେ ଉଗ୍ର ହୋଇଥିଲା ଯେ, ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପୋଲିସ୍‌କୁ ମଧ୍ୟ ଏହି ଭିଡ ଆକ୍ରମଣ କରିଥିଲେ। ଏହି ତିନି ଜଣ ନାସିକ ଯାଉଥିବା ସମୟରେ ମବ୍‌ ଲିଚିଂ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ରହିଥିବାବେଳେ ଅନ୍ୟ ଦୁଇଜଣ ମୁମ୍ବାଇ ନିବାସୀ ଥିଲେ। ମିଳିଥିବା ସୂଚନା ଅନୁସାରେ ପାଲଘର ଜିଲ୍ଲାରେ ଦାଭଡୀ ଖାନବେଲ୍‌ ରୋଡ ସ୍ଥିତ ଏକ ଆଦିବାସୀ ଗ୍ରାମରେ ଶୁକ୍ରବାର ଦିନ 200 ଲୋକ ତିନି ଜଣଙ୍କୁ ଲୁଟେରା ଭାବି ପଥର ମାଡ କରିବା ସହିତ ତାଙ୍କ ଗାଡିକୁ ଅଟକାଇଥିଲେ। ତା’ପରେ…

Read More

ଲକ୍ଷ୍ନୌ : ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟାରେ ଅଟକି ରହିଥିବା 8 ହଜାର ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍‌ ପଠାଯାଇଛି । ସମସ୍ତ ବସକୁ ସାନିଟାଇଜ୍‌ କରାଯିବା ପରେ କୋଟା ନିମନ୍ତେ ପଠାଯାଇଛି । ୟୁପି ରୋଡଓ୍ବେଜ୍‌ର ଏହି ବସ୍‌ ଗୁଡିକ ରାଜସ୍ଥାନ ଯାଇ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବସ୍‌ରେ ଦୁଇ ଜଣ ଲେଖାଏଁ ପୋଲିସ୍‌ କର୍ମଚାରୀ ଉପସ୍ଥିତ ରହିବେ । ବସ୍‌ ଯାତ୍ରା ନେଇ ଜଲାଉଁ ଏବଂ ଝାନ୍ସୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗ୍ରାରୁ କୋଟା ନିମନ୍ତେ ବସ୍‌ ଗୁଡିକ ଯାତ୍ରା ଆରମ୍ଭ କରିଛି । (ଏଜେନ୍ସି)

Read More

ଦେବାଶିଷ ପାଢୀ କୋରେଇ: ଓଡିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସରେ କୋରେଇ ବିଜୁ ଯୁବଜନତା ଦଳ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବିଜୁ ଯୁବଜନତା ଦଳ ରାଜ୍ୟ ଉପସଭାପତି ପ୍ରୀତି ରଞ୍ଜନ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲା। ଯାଜପୁର ରୋଡ ଆଦର୍ଶ ଥାନା ଆଇଆଇସି ଅନୀଲ ମହାନ୍ତି ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଲକ୍‌ଡାଉନ୍‌ ପ୍ରଭାବରୁ ଯାଜପୁର ରୋଡ ସିଏଚ୍‌ସିରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସିଦ୍ଧାର୍ଥ ସାମଲ ଏବଂ ଶିବାନନ୍ଦ କ୍ଲବ୍‌ର ସମ୍ପାଦକ ଟିକିନା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁ ଭାବରେ ସମ୍ପାଦନ କରିଥିଲେ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ କରୋନା ଜନିତ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର କିଛି ମହିଳା ସଂଗଠନ। ସୂଚନା ଅନୁଯାୟୀ ଆଜି ଶ୍ରୀ ଜୟଗୁଋ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ, ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଈଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ରଶ୍ମିତା ଇନ୍ଦ୍ରଜିତ ଓ ଯୁବ ସାମ୍ବାଦିକ, ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାର କୋର କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ଉପସ୍ଥିତରେ ଲୋକମାନଙ୍କୁ ସଚେତନା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି। ବାଣପୁର ବ୍ଲକ ଭବାନିପୁର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ ଓ ନରେନ୍ଦ୍ର ପୁର ପଞ୍ଚାୟତର ବଡସିରେଇପୁର ଗ୍ରାମ ଠାରେ ସଦସ୍ୟାମାନେ ରାତି ଦିନ ଏକ କରି ମାସ୍କ ସିଲେଇ କରି ଘର ଘର ବୁଲି ପ୍ରତ୍ୟେକ ଲୋକମାନଙ୍କୁ…

Read More

ଭୋପାଳ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ଏହାକୁ ନେଇ ରାଜନୀତି ଜାରି ରହିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଜାଣିଶୁଣି ଲକ୍‌ଡାଉନ୍‌ ଲାଗୁ କରିବାରେ ବିଳମ୍ବ କରିଥିଲେ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି । ଗୋଟିଏ ରାଜ୍ୟର କ୍ଷମତା ଦଖଲ ପାଇଁ ବିଜେପି ସରକାର ଲକ୍ଷାଧିକ ଜନତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ୟେଚୁରୀ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶରୁ ଗୋଟିଏ ଦିନରେ 361 ନୂତନ ସଙ୍କ୍ରମଣ ସମ୍ମୁଖକୁ ଆସିବା ପରେ ୟେଚୁରୀ ଏହି ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 23 ତାରିଖରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ 24 ତାରିଖରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପର ଜବାବ ଜନତା ଦେବେ ବୋଲି ୟେଚୁରୀ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍‌ରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଦୁଇ ଆତଙ୍କୀ ବୁଧବାର ଦିନ ଏକ ପୋଲିସ୍‌ ଦଳ ଉପରକୁ ଆକ୍ରମଣ କରିବା ସହିତ ଦୁଇଟି ରାଇଫଲ୍‌ ନେଇ ଯାଇଥିଲେ । ଶୁକ୍ରବାର ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବା ସହିତ ରାଇଫଲ୍‌ ଦୁଇଟିକୁ ଜବତ କରିଛି ଭାରତୀୟ ସେନା । ବୁଧବାର ଠାରୁ ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ରାଷ୍ଟ୍ରୀୟ ରାଇଫଲ୍‌ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଥିଲା । (ଏଜେନ୍ସି)

Read More

ଦେବ ରଞ୍ଜନ ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ। ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ। ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ। ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା। କିନ୍ତୁ ଧନିକଗୋଷ୍ଠୀର ‘ରାଜନୈତିକ ପ୍ରଭାବ’ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ। ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍‌ଚୀ କୋଭିଡ୍‌-19ର ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍‌ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍‌ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍‌-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍‌ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍‌ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1749 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 437 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ 24 ଘଣ୍ଟା ମଧ୍ୟରେ 29ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଙ୍କ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । 19ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଙ୍କ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି 6.2 ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ 19ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି…

Read More

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଫାଇଭଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ପାରାଦୀପ ଏବଂ ଜଗତସିଂହପୁର ପରିଦର୍ଶନ କରିଛନ୍ତି। ପାରାଦୀପ ଏବଂ ଜଗତସିଂହପୁରରେ ରହିଥିବା ଶ୍ରମିକ କ୍ୟାମ୍ପ ପରିଦର୍ଶନ କରିବା ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଷଣ୍ଢକୁଦର କୋଷ୍ଟଗାର୍ଡ କଲୋନୀରେ ରହିଥିବା ଏହି କ୍ୟାମ୍ପରେ ୮୬ ଜଣ ଶ୍ରମିକ ରହିଛନ୍ତି। ଏହି କ୍ୟାମ୍ପରେ ପଶ୍ଚିମବଙ୍ଗ, ବିହାର ଏବଂ ବାଲେଶ୍ବରର ଶ୍ରମିକ ରହିଛନ୍ତି। କ୍ୟାମ୍ପରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କ୍ୟାମ୍ପରେ ଦୈନିକ ଦୁଇଥର ଖାଦ୍ୟ ପ୍ରଦାନ କରାଯିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ।

Read More

ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ…

Read More