ରଞ୍ଜିତ ପଣ୍ଡା କୁଜଙ୍ଗ : ଜ୍ୟୋତି ଫେଡେରେସନ୍ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ କେନ୍ଦ୍ର ଖୋଲାଯାଇଛି । ଏହି ବିତରଣ କେନ୍ଦ୍ରରେ ଚୁଡ. ବିସ୍କୁଟ୍, ପାଣି ବଟଲ୍, ସାବୁନ୍, ଡାଲି, ଚିନି, ଛତୁଆ ପ୍ରଭୃତି ଅତ୍ୟାବଶ୍ୟକ ସାମଗ୍ରୀର ବିକ୍ରୟ ପାଇଁ ଏହି ଦୋକାନ ଖୋଲାଯାଇଛି । ଶସ୍ତା ଦରରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବା ପାଇଁ ଏହି କେନ୍ଦ୍ର ଖୋଲାଯାଇଛି । କୁଜଙ୍ଗ ବ୍ଲକ୍ ଅଧିକାରୀ ସନ୍ତୋଷ କୁମାର ଶତପଥୀ, ବ୍ଲକ୍ ଅଧ୍ୟକ୍ଷା ସ୍ମୃତି ରଞ୍ଜନ ବେହେରା, ମହିଳା ଓ ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରା ଓ ଜ୍ୟୋତି ଫେଡେରେସନ୍ର ସଭାନେତ୍ରୀ ମନୋରମା ମହାପାତ୍ର ଏବଂ ପିଓ ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ଶୁଭାରମ୍ଭ କରିଥିଲେ । ଏହା ସହିତ ସାମାଜିକ ଦୂରତ୍ୱ ଅନୁଯାୟୀ ଲୋକ ଜିନିଷ କିଣୁଥିବାର…
Author: Samikhsya Bureau
କେରଳ : କେରଳର ବୃଦ୍ଧ ଦମ୍ପତି ମହାମାରୀ କରୋନାକୁ ମାତ୍ ଦେଇଛନ୍ତି । 93 ବର୍ଷୀୟ ବୃଦ୍ଧ ଏବଂ ତାଙ୍କ 80 ବର୍ଷୀୟା ବୃଦ୍ଧା ସ୍ତ୍ରୀ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଦୁହେଁ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ଇଟାଲୀ ଯାତ୍ରା କରି ଫେରିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ଏହି ଦମ୍ପତିଙ୍କ ପୂରା ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ସମେତ ପରିବାରର ଲୋକେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରିଛନ୍ତି । ଏହି ବୃଦ୍ଧ ଦମ୍ପତି ଡାଇବେଟିସ୍,ହାଇପରଟେନସନ୍, ବୟସାଧିକ୍ୟଜନିତ ରୋଗରେ ପୀଡ଼ିତ ରହିଥିଲେ ମଧ୍ୟ ଦୁହେଁ କରୋନାରୁ ବର୍ତ୍ତି ଯାଇଛନ୍ତି । ଏହି କରୋନା ମହାମାରୀ ବୃଦ୍ଧଙ୍କ ପାଇଁ ବିଶେଷ କ୍ଷତିକାରକ ହେଉଥିବାବେଳେ ଏହି ବୃଦ୍ଧ ଦମ୍ପତି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମହାମାରୀ ସମୟରେ ଗୁଜରାଟରେ ଅନେକ ଓଡିଆ ଶ୍ରମିକ ଫସି ରହଥିିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମଙ୍ଗଳବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଫୋନରେ କଥା ହେବା ପରେ ଧର୍ମେନ୍ଦ୍ର ଏହି ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ଅଟକ ରହିଥିବା ଶ୍ରମିକଙ୍କର ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ଗୁଜରାଟ ସରକାରଙ୍କ ପକ୍ଷରୁ କରାଯାଇଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ମନରେଗା ଶ୍ରମିକଙ୍କ ମଜୁରୀରେ ୨୦ ଟଙ୍କା ବୃଦ୍ଧି ଘଟାଇଛନ୍ତି ସରକାର । ଏହି ଶ୍ରମିକ ମାନଙ୍କୁ କରୋନା ବିରୋଧୀ ଲଢେଇରେ ସାମିଲ କରାଯିବ । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୪୪୩୧ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଏହି ଯୋଜନା ଅନୁଯାୟୀ ଏପ୍ରିଲ୍ ମାସଠାରୁ ଶ୍ରମିକଙ୍କୁ ବର୍ଦ୍ଧିତ ହାରରେ ମଜୁରୀ ପ୍ରଦାନ କରାଯିବ । ସମସ୍ତ ରାଜ୍ୟ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଲକ୍ଡାଉନ୍ ସମୟରେ ଏହି ନିୟମ କାର୍ଯ୍ୟକାରୀ କରାଯିବା ସହିତ କିଭଳି ସାମାଜିକ ସଙ୍ଗରୋଧ ରକ୍ଷା କରାଯିବ ତା ଉପରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା ଖବର ମିଳିବା ପରେ ଟାଉନ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୨ ଗୋଟି ବିଦେଶୀ ମଦ ବୋତଲରେ ୯ ଲିଟର ମଦ ଜବତ କରି ଟାଉନ ଥାନା କେଶ ନଂ.୧୧୬ ଧାରା ୨୬୯/୨୭୦/୨୭୧/୧୮୮/୩୪ ଆଇପିସି ତଥା ୫୪ ବ୍ୟାପକ କ୍ଷୟକ୍ଷତି ପରିଚାଳନା ଆଇନ ଏବଂ ୫୨(ଏ)/୬୯ ଓଡିଶା ଅବକାରୀ ଆଇନ ଅନୁସାରେ ଏକ କେଶ ରୁଜ୍ଜୁ କରି ହିନ୍ଦ ପ୍ଲାଜା ର ମାଲିକ ବିକ୍ରମ ଜିତ ସିଂ ଙ୍କ ସମେତ ବିହାର ରାଜ୍ୟରୁ ଆସି ହୋଟେଲରେ କାମ କରୁଥିବା ହୋଟେଲ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ କୋଭିଡ୍-୧୯ ପରୀକ୍ଷା ଆରମ୍ଭ କର ଯାଇଛି । ଏହା ସହିତ ରାଜ୍ୟରେ ୨ ଲକ୍ଷ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ପଦକ୍ଷେପ : ୧. କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ କୋଭିଡ୍ ପରୀକ୍ଷା ହୋଇପାରୁଛି । ସେଗୁଡ଼ିକ ହେଉଛି ଆର୍ଏମ୍ଆର୍ସି, ଏମସ୍ ଓ ଏସ୍ସିବି ମେଡିକାଲ୍ କଲେଜ୍ । ଅନ୍ୟ ଦୁଇଟି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ କରିବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।…
ମୁମ୍ବାଇ : ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହି ପ୍ରସିଦ୍ଧ କମ୍ପାନୀର ଫୋନ୍ ଲଞ୍ଚ ବିଳମ୍ବିତ ହୋଇଛି । ମୋଟୋର ଫ୍ଲାଗ୍ସିପ୍ ଫୋନ୍ ରେଜେଡ୍ଆର୍ ଲଞ୍ଚ ହେବାକୁ ଥିବା ବେଳେ କମ୍ପାନୀ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଏହାକୁ ବନ୍ଦ ରଖାଯାଇଛି । ଏହି ଫୋନ୍ର ଲଞ୍ଚ ନେଇ ମାର୍ଚ୍ଚ ୧୬ ତାରିଖରେ ଘୋଷଣା କରାଯାଇଥିଲା । ୬ ଜିବି ରାମ୍ ଏବଂ ୧୨୮ ଜିବି ରମ୍ ବିଶିଷ୍ଟ ଏହି ଫୋନ୍ର ମୂଲ୍ୟ ଭାରତୀୟ ବଜାରରେ ୧ ଲକ୍ଷ ୨୪ ହଜାର ୯୯୯ ଟଙ୍କା ରହିଛି । ଲକ୍ଡାଉନ୍ କାରଣରୁ ଇକମର୍ସ ସାଇଟ୍ ବନ୍ଦ ରହିଥିବା କାରଣରୁ ମୋଟୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲକ୍ଡାଉନ୍ ସମାପ୍ତ ହେବା ପରେ ମୋଟୋ ପକ୍ଷରୁ ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବ ।
ଭୁବନେଶ୍ବର, ଚୈତ୍ରମାସ ମଙ୍ଗଳବାର ହେଉଛି ମା ମଙ୍ଗଳା ବ୍ରତଧାରୀଙ୍କ ବଡ ପର୍ବ। ଏହି ଦିନ ଗଂଜାମ ଜିଲ୍ଲାରେ ମାତାରାତାରିଣୀଙ୍କ ପିଠରେ ପ୍ରବଳ ଭିଡ ହୁଏ। ହେଲେ କରୋନା କଟକଣା ପାଇଁ ଏକାଠି ପୂଜା କରିବା ବିଧି ବନ୍ଦ କରି ଦିଆଯାଇଛି। ଫଳରେ ବ୍ରତଧାରୀମାନେ ଘରେ ମାଙ୍କ ପୂଜା କରୁଛନ୍ତି।
ମୁମ୍ବାଇ : ବଲିଉଡ୍ର ର୍ଭସାଟାଇଲ୍ ଅଭିନେତା ରଣଦୀପ୍ ହୁଡା ନିଜର ହଲିଉଡ୍ ପଦାର୍ପଣକୁ ନେଇ ଉତ୍ସାହିତ ଅଛନ୍ତି । ଥର୍ ଅଭିନେତା କ୍ରିସ୍ ହେମ୍ସଓର୍ଥଙ୍କ ସହିତ ନେଟ୍ଫ୍ଲିକ୍ସର ଫିଲ୍ମ ଏକ୍ସଟ୍ରାକ୍ସନ୍ରେ ରଣଦୀପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅନ୍ୟ ଦୁଇ ଭାରତୀୟ ହସ୍ତୀ ମନୋଜ ବାଜପେୟୀ ଏବଂ ପଙ୍କଜ ତ୍ରୀପାଠୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୦ ବର୍ଷ ପରେ ମୋର ହଲିଉଡ୍ ଯାତ୍ରାର ସ୍ୱପ୍ନ ସଫଳ ହୋଇଥିବାରୁ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ହୁଡା । ଏହି ନେଟ୍ଫ୍ଲିକ୍ସ ଫିଲ୍ମଟିରେ ହେମସଓର୍ଥ ଜଣେ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ଏପ୍ରିଲ ୨୪ ତାରିଖରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତିତ ସଲ୍ମାନ୍ ଖାନ୍ଙ୍କ ଅପକମିଙ୍ଗ ଫିଲ୍ମ ରାଧେରେ ନଜର ଆସିବାକୁ ଯାଉଛନ୍ତି ।
ସମୀକ୍ଷା ବ୍ୟୁରୋ ଏବେ ସାରା ଦେଶରେ କରୋନାର ପ୍ରକୋପ। ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶ ବ୍ୟାପୀ ଲକ ଡାଉନ ବା ତାଲା ବନ୍ଦର ଘୋଷଣା କରିଛନ୍ତି। ସଙ୍ଗରୋଧ କୁ ପାଳନ କରିବାକୁ ଜାରି କରିଛନ୍ତି ଅଘୋଷିତ କର୍ଫ୍ୟୁ। ଏବେ ସମସ୍ତେ ଗୃହ ବନ୍ଦୀ। ଘରେ ବସି ବସି ବିରକ୍ତି ଭାବକୁ ଦୂରେଇବାକୁ ଏକଦା ସମସ୍ତଙ୍କ ପ୍ରିୟ ଥିବା ଦୂରଦର୍ଶନ ପ୍ରୟାସ ଆରମ୍ଭ କରିଛି। ଘରେ ସମସ୍ତଙ୍କୁ ବାନ୍ଧି ରଖିବାର ଏକ ନିଆରା ପ୍ରଚେଷ୍ଟା କରିଛି ଦୂରଦର୍ଶନ। ପୁଣି ଥରେ ଫେରିଛି ଦୂରଦର୍ଶନର ସୁବର୍ଣ୍ଣ ଯୁଗ। ରହସ୍ୟ,ରୋମାନ୍ସ, ଉପନ୍ୟାସ , ଇତିହାସ ଆଉ ପୁରାଣ ସବୁକୁ ଏକାଠି କରି ଆଉ ଥରେ ଫେରିଛି ଦର୍ଶକଙ୍କ ନିକଟକୁ। ଦର୍ଶକ ମାନଙ୍କୁ ଭେଟି ଦେଉଛି ଶକ୍ତିମାନ,ଚାଣକ୍ୟ ,ରାମାୟଣ ବ୍ୟୋମକେଶ ବକ୍ସି ଭଳି ଲୋକପ୍ରିୟ ଧାରାବାହିକ। ଏହାକୁ ଆଉଥରେ ଉପଭୋଗ କରିବାର ସୁଯୋଗ ଦେଇ…
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ମଙ୍ଗଳବାର ଦିନ ଏକ ବଡ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ଏହାର ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ । ବିଭିନ୍ନ ଯାତ୍ରୀବାହୀ ଟ୍ରେନ୍ର ବଗି ଗୁଡିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯିବ । ଏହା ଦ୍ୱାରା ପ୍ରାୟ ୩.୨ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ସମସ୍ତ ରେଳବାଇ ଜୋନ୍ରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସହିତ ଆଲୋଚନା ଚାଲିଥିବା କୁହାଯାଇଛି ।
ରମେଶ ମହାନ୍ତି ଜଗତସିଂହପୁର: ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ନେହେରୁ ପଡିଆ ସାପ୍ତାହିକ ହାଟରେ ଏକତ୍ରିତ ହୋଇଥିଲେ ଶତାଧିକ ଲୋକ। ପୁଣି ଜଗତସିଂହପୁର ସୋମନାଥ ହାଟରେ ଏକତ୍ରିତ ହେଲେ ହଜାର ହଜାର ଲୋକ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଗୋଟିଏ ସ୍ଥାନରେ ଶତାଧିକ ଲୋକ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନିକ ତତ୍ପରତାର ଅଭାବ ଓ ଜିଲ୍ଲା ପୋଲିସ୍ ର କୋହଳ ମନୋଭାବ ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରିକି ଗତ ମଙ୍ଗଳବାର ଦିନ ତିର୍ତ୍ତୋଲର ସାପ୍ତାହିକ ନେହେରୁ ହାଟରେ ଶତାଧିକ ଲୋକ ଏକତ୍ରିତ ହୋଇଥିବାର ଦୃଶ୍ୟ ଖବର ପ୍ରସାରଣ ହେବା ପରେ ମଧ୍ୟ ଏଥିପ୍ରତି ନିଘାନାହିଁ ଜିଲ୍ଲା ପ୍ରଶାସନର। ପୁଣି ଜଗତସିଂହପୁର ସାପ୍ତାହିକ ସୋମନାଥ ହାଟରେ ଏକ୍ରତିତ ହୋଇଛନ୍ତି ହଜାର ହଜାର ଲୋକ। ଜଗତସିଂହପୁର ପୋଲିସ୍ ଉପସ୍ଥିତିରେ…
ମୁମ୍ବାଇ : ୯୦ ଦଶକର ଟେଲିଭିଜନ ଦର୍ଶକଙ୍କ ପାଇଁ ଖୁସି ଖବର । ୯୦ ଦଶକର ସୁପରହିଟ୍ ପ୍ରଥମ ଭାରତୀୟ ସୁପରହିରୋ ଶୋ ଶକ୍ତିମାନ ପୁଣିଥରେ ପରଦାକୁ ଫେରୁଛି । ମଙ୍ଗଳବାର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରଶଂସା କରାଯାଉଛି । ଆସନ୍ତା କାଲିଠାରୁ ଦୂରଦର୍ଶନରେ ଏହି ସିରିଏଲ୍ଟି ଦୈନିକ ଏକ ଘଣ୍ଟା ପ୍ରଦର୍ଶିତ ହେବ । ରାମାୟଣ ଓ ମହାଭାରତର ପ୍ରଦର୍ଶନ କରାଯାଉଥିବା ବେଳେ ଅନେକ ବ୍ୟବହାରକାରୀ ଶକ୍ତିମାନର ପୁନଃପ୍ରସାରଣ ପାଇଁ ଦାବି କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ଶୋରେ ମୁକେଶ ଖାନ୍ନାଙ୍କ ଶକ୍ତିମାନ ଓ ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ ଭୂମିକାରେ ନଜର ଆସୁଥିଲେ ।
ମୁମ୍ବାଇ : ସମଗ୍ର ବିଶ୍ୱ କରୋନା କବଳରେ ଆକ୍ରାନ୍ତ ହୋଇଥିବା ବେଳେ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବଲିଉଡ୍ ସେଲିବ୍ରିଟି ଓ କ୍ରିକେଟର । ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ତଥା ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଏହି ଦୁଃଖଦ ସମୟରେ ରୋହିତ କରୋନା ମୁକାବିଲା ପାଇଁ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୮୦ ଲକ୍ଷ ଟଙ୍କା ମଧ୍ୟରୁ ରୋହିତ ୪୫ ଲକ୍ଷ ଟଙ୍କା ପିଏମ୍ କେୟାର ଫଣ୍ଡକୁ ଏବଂ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଜୋମାଟୋ ଫିଡିଙ୍ଗ ଇଣ୍ଡିଆକୁ ୫ ଲକ୍ଷ ଏବଂ ବୁଲା କୁକୁରଙ୍କ ଖାଦ୍ୟ ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି ।
ନୂଆଦିଲ୍ଲୀ : ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ଆବେଦନର ଅବଧିକୁ ବୃଦ୍ଧି କରିଛି ଏନ୍ବିଟି। କରୋନା ପାଇଁ ଆବେଦନ ଅବଧି ବଢାଇଲା ନେସନାଲ୍ ଟେଷ୍ଟିଂ ଏଜେନ୍ସି । ସେହିପରିଜେଏନୟୁ ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ଏପ୍ରିଲ୍ 30 ଯାଏଁ ବୃଦ୍ଧି କରାଯାଇଛି । ୟୁଜିସି ନେଟ୍ ପାଇଁ ମେ 16 ଯାଏଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ମୋଟ 7ଟି ପାଠ୍ୟକ୍ରମ ପାଇଁ ଏଣ୍ଟ୍ରାନ୍ସ ଅବଧିକୁ ଘୁଞ୍ଚାଯାଇଛି । କରୋନା ମୁକାବିଲା ପାଇଁ ସାରା ଦେଶରେ ଏପ୍ରିଲ୍ 14 ଯାଏଁ ଲକ୍ଡାଉନ୍ ଜାରି କରାଯାଇଛି । (ଏଜେନ୍ସି)
କୋଲକାତା : ପଶ୍ଚିମବଙ୍ଗରେ କରୋନା ଭାଇରସ୍ ଯୋଗୁଁ ପୁଣି ଆଉଜଣକର ମୃତ୍ୟୁ ହୋଇଛି। ହାଓ୍ବଡା ଜିଲ୍ଲାର ହସ୍ପିଟାଲ୍ରେ ଏହି ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ନୂଆ ଚାରୋଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1400 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32କୁ ଟପିଛି । ଦିଲ୍ଲୀର ନିଜାମୁଦ୍ଦିନ୍ ସଂକ୍ରମଣକୁ ନେଇ ଏବେ ଦେଶରେ ଚିନ୍ତା ବଢିଯାଇଛି । ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା 10 ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ମାର୍ଚ୍ଚ 13ରୁ 15 ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବରେ ପ୍ରାୟ 15ଶହ ଲୋକ ମହଜୁଦ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ ଲକ୍ଷ ଓଡ଼ିଆ । ଆଜି ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ପରେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କର ସୂଚନା ଦେଇ ଗୃହ ସଚିବ ସଞ୍ଜୀବ ଚୋପ୍ରା ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଣ୍ଟ୍ରେଲ ରୁମକୁ 5,200 ଲୋକ କଲ କରିଛନ୍ତି ବୋଲି ସୂଚନା ରହିଛି । ଏହା ସହ ବିପଦରେ ଥିବା କିମ୍ୱା ସମସ୍ୟାରେ ଥିବା ଅଧିକାଂଶ ଲୋକଙ୍କ ପାଖରେ ପହଁଞ୍ଚିଛି ପ୍ରଶାସନ । ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟ ଜାରି ରଖିବ । ଦିଲ୍ଲୀ, ଏନ୍ସିଆର୍, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଲୋକ ରହିଛନ୍ତି ବୋଲି ଜଣାପଡିଛି ।
ଯାଜପୁର, ଓଡିଶାର ଯାଜପୁର ଜିଲ୍ଲା ପୋଲିସ ବର୍ତ୍ତମାନ ସହର ଛାଡି ଗାଁରେ କରୋନା ସହିତ ମୁକାବିଲା କରିବା ପାଇଁ ସଚେତନାତ ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ଘରକୁ ଘର ବୁଲି ଲୋକଙ୍କ ଘରେ ରହିବା ସହିତ ବାହାରୁ କେହି ଗାଁକୁ ଆସିଲେ ଖବର ଦେବା ପାଇଁ ଲୋକଙ୍କୁ ବୁଝାଉଛନ୍ତି।
ମୁମ୍ବାଇ : ଦେଶରେ ବ୍ୟାପିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଦରମା କାଟ କରାଯିବ । ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବାବେଳେ ମୃତ୍ୟସଂଖ୍ୟା ମଧ୍ୟ ଅଧିକ ରହିଛି। ରାଜ୍ୟର ଏପରି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦରମା ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମାର 60 ପ୍ରତିଶତ ହ୍ରାସ କରାଯିବ। ସେହିପରି ଏ ଓ ବି ସରକାରୀ କର୍ମଚାରୀଙ୍କ ଦରମାରୁ 50 ପ୍ରତିଶତ ହ୍ରାସ କରାଯିବ ଓ ସି ଶ୍ରେଣୀ କର୍ମଚାରୀଙ୍କ ଦରମାରୁ 25 ପ୍ରତିଶତ ହ୍ରାସ କରାଯିବ । ଏହି ଦରମା ହ୍ରାସରୁ ଗ୍ରୁପ୍ ଡି ଶ୍ରେଣୀ କର୍ମଚାରୀଙ୍କୁ ବାଦ୍ ରଖାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ 240ରୁ ଅଧିକ ଲୋକ…
ଆନ୍ଧ୍ରପ୍ରଦେଶ : କରୋନା ଭାଇରସ୍ରେ କବଳରେ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ଅପରପକ୍ଷରେ ଏହି ମହାମାରୀ ସହ ଲଢେଇ କରିବା ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ 32ରୁ ଅଧିକ ହେଲେଣି । କରୋନା ସହ ଲଢେଇ ପାଇଁ ସାରା ଦେଶରେ 21 ଦିନିଆ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ଜଣେ ଅଭାବୀ ପିତାର ଦାରୁଣ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଅର୍ଥର ଅଭାବ ପାଇଁ ନିଜ ଛୁଆକୁ ଡାକ୍ତରଖାନା ନେଇ ନ ପାରି ପରିଶେଷରେ ପୁଅର ଶବକୁ କାନ୍ଧରେ ବୋହି ମଶାଣିରେ ଚିତା ଜାଳିଛି । ଲକ୍ଡାଉନ କାରଣରୁ ପାଞ୍ଚ ବର୍ଷୀୟ ପୁତ୍ରର ମୃତ୍ୟୁ ହୋଇଛି । ଚିକିତ୍ସିତ ହୋଇ ନପାରି କୋମଳମତିର ଜୀବନ ଚାଲିଯାଇଛି । ଏହାପରେ କୌଣସି ସାଧନ ନ ମିଳିବାରୁ ପୁତ୍ରର ପିତା ଜଣକ…
ନୂଆଦିଲ୍ଲୀ : ଲକଡାଉନ ସମୟରେ ଗାଡି ଚାଳକଙ୍କୁ ଆଶ୍ବସ୍ତି ମିଳିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ର ଘୋଷଣା କରିଥିବାବେଳେ ଗାଡି ଚାଳକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଫେବ୍ରୁଆରି ମାସ ଶେଷ ସୁଦ୍ଧା ଅବଧି ସରିଥିବା ଗାଡ଼ିଗୁଡ଼ିକର କାଗଜପତ୍ରର ଏବେ ନବୀକରଣ କରାଯିବ ନାହିଁ ବୋଲି କହିଛନ୍ତି ସରକାର । ଏହି କାଗଜପତ୍ରର ବୈଧତାକୁ ଜୁନ ୩୦ ତାରିଖ ଯାଏଁ ବଢାଇଦିଆଯାଇଛି । ସେହିପରି ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିଲେ ବି ଏବେ ଏଥିପାଇଁ ଜରିମାନା ଆଦାୟ କରାଯିବ ନାହିଁ । କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର…

