ଜାପାନ : ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । 70 ଦଶକରୁ କ୍ୟାରିଅର୍ ଆରମ୍ଭ କରିଥିବା ଶିମୁରା 70 ବର୍ଷ ବୟସରେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଶିମୁରା ଦେଶର ଜଣେ ଲୋକପ୍ରିୟ ହାସ୍ୟକଳାକାର ଭାବେ ପରିଚିତ ହାସଲ କରିଥିଲେ । ପ୍ରଥମ ଜାପାନୀ ସେଲିବ୍ରିଟି ଭାବରେ ଶିମୁରାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିମୁରାଙ୍କ ଅସଲ ନାମ ନାମାସୁନୋରୀ ଶିମୁରା ଥିବାବେଳେ ସେ ଶିମୁରା ନାମରେ ବେଶ୍ ପରିଚିତ । ସେ ବହୁ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । କରୋନା ଭାଇରସ୍ ଏବେ ସାରା ବିଶ୍ବରେ ତାଣ୍ଡବ ରଚୁଥିବାବଳେ ଏହି ରୋଗରେ ସାତ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଏହି ରୋଗରେ ତିରିଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)
Author: Samikhsya Bureau
କେଦାର ମିଶ୍ର ଆମର ମଧ୍ୟବିତ୍ତମାନେ ଭାବନ୍ତି, ସେମାନେ ଇ ଦେଶ। ସେମାନେ ଆୟକର ଦେଇ ସରକାର ଚଳାଉଛନ୍ତି, ତେଣୁ ସରକାର ସେମାନଙ୍କର ବଶଂବଦ। ସରକାର ସେମାନଙ୍କୁ ଯେତିକି ଚାବୁକ ମାରେ ସରକାରକୁ ସେମାନେ ସେତେ ବେଶୀ ଭଲ ପାଆନ୍ତି। ଇଂରାଜୀରେ ଏହାକୁ କହନ୍ତି Masochist citizenry ବା ପୀଡାପ୍ରେମୀ ନାଗରିକତ୍ଵ। ନାଗରିକତାରେ ଭକ୍ତି ଓ ସମର୍ପଣର ଭାବନା ମିଶେଇଦେଲେ ଏ ପ୍ରକାର ଭାବନା ସୃଷ୍ଟି ହୁଏ। ଭାରତୀୟ ସମ୍ବିଧାନ ଆମକୁ ଯେଉଁ ନାଗରିକତାର କଥା କହେ ତାହା ସକ୍ରିୟ ନାଗରିକତା (proactive citizenry)। ନାଗରିକର ଅଧିକାର ସାମାନ୍ୟ କ୍ଷୁଣ୍ଣ ହେଲେ ତାକୁ ବରଦାସ୍ତ ନକରିବା ନାଗରିକର ପ୍ରଥମ ମୌଳିକ କର୍ତ୍ତବ୍ୟ। ହେଲେ ନାଗରିକଙ୍କୁ ପ୍ରଜା ଓ ଭକ୍ତ ବନାଉଥିବା ଶାସକ ଲୋକଙ୍କ ପାଖରେ ସମ୍ବିଧାନକୁ ପହଞ୍ଚାଇବାର ସୁଯୋଗ ଦିଏନାହିଁ। ଆଜି ଯେତେବେଳେ ଦେଶ ଏକ ଭୟଙ୍କର ବିପଦର ସାମ୍ନା କରୁଛି, ସେତେବେଳେ ଆମେ ସକ୍ରିୟ ନାଗରିକ ହେବା ନା ସମର୍ପିତ ଭକ୍ତ…
ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହି ରୋଗ ଆସିବା ପରେ ଆମେରିକା ତା ପଛରେ କାମ ଆରମ୍ଭ କରିଦେଇଛି। ତାହା ଶେଷ ପର୍ଯ୍ୟାୟରେ ପହଁଚିଛି।ଆଉ କିଛିଦିନ ଅପେକ୍ଷା ପରେ ଏହା ଉପଲବ୍ଧ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କରୋନା ରୋଗୀଙ୍କୁ ମ୍ୟାଲେରିଆ ଔଷଧ ପ୍ରୟୋଗ କରିବା ପରେ ତାହା ବେଶ୍ ଫଳପ୍ରଦ ହୋଇ ପାରିଛି। ସେସବୁକୁ ଆଧାର କରି ବର୍ତ୍ତମାନ ସ୍ବତନ୍ତ୍ର ଭାବେ ଏହି କୋବିଡ-19 ନିରାକରଣ ଔଷଧ ପ୍ରସ୍ତୁତି ଚାଲିଛି। ଏହି ସମ୍ମିଳନୀରେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ, ୱାସିଂଟନରେ ପ୍ରାୟ ଏକ ହଜାର କରୋନା ରୋଗୀଙ୍କୁ ମ୍ୟାଲେରିଆ ପାଇଁ ଦିଆଯାଉଥିବା କ୍ଲୋରକ୍ୟୁଇନ ବଟିକା…
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଅଧିବେଶନ ପୂର୍ବରୁ କନ୍ଭେନସନ୍ ହଲ୍କୁ ବିଏମ୍ସି ତରଫରୁ ବିଶୋଧନ କରାଯାଇଛି ।ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଏହି କନଭେନସନ ହଲ୍ରେ ୨ ମଧ୍ୟ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ଏହି ହଲ୍ରେ ଦୁଇ ମିଟର ଅନ୍ତରରେ ବିଧାୟକ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି । ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ, ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ବ୍ୟାପିଥିବା କରୋନା ଏବେ ଦେଶର 199ଟି ଦେଶରେ ବ୍ୟାପି ସାରିଛି। ଦେଶର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଲକ୍ଷ 42 ହଜାରରୁ ଅଧିକ ହୋଇଥିବାବେଳେ ଏହି ମହାମାରୀରେ ମୃତ୍ୟୁବରଣ କଲେଣି ଦୁଇ ହଜାରରୁ ଅଧିକ ଲୋକେ। ସେହିପରି ଇଟାଲୀ ଓ ସ୍ପେନ୍ରେ ମଧ୍ୟ ଉଦ୍ବେଗଜନକ ସ୍ଥିତି ରହିଛି । ବିଶ୍ବରେ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଥିବାବେଳେ ଏହା ପଛକୁ ରହିଛି ସ୍ପେନ୍। ଇଟାଲୀରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା ଦଶହଜାର ଡେଇଁ ସାରିଲାଣି । ଅପରପକ୍ଷରେ ଅନ୍ୟାନ୍ୟ ରାଷ୍ଟ୍ର ଜର୍ମାନ, ଇରାନରେ ମଧ୍ୟ କାୟା ମେଲୁଛି କରୋନା । ସେହିପରି ଭାରତରେ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଲାଣି । ତେବେ ସାରା ବିଶ୍ବରେ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକେ । ଚୀନ୍ରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଅନ୍ୟାନ୍ୟ…
ନୂଆଦିଲ୍ଲୀ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୯୫୨ର ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇପିଏଫଓ କର୍ମଚାରୀଙ୍କୁ ନିଜ ଭବିଷ୍ୟ ପାଣ୍ଠିରୁ ଅଣ ପରିଶୋଧଯୋଗ୍ୟ ଅଗ୍ରୀମ (ନନ ରିଫଣ୍ଡେବଲ ଆଡଭାନ୍ସ) ଉଠାଣର ସୁଯୋଗ ଦେବାପାଇଁ ଏହି ବ୍ୟବସ୍ଥା କରାଯାଇଛି। ବିଜ୍ଞପ୍ତି ଅନୁସାରେ ଇପିଏଫ୍ଓ ସଦସ୍ୟ ନିଜ ଭବିଷ୍ୟନିଧି ପାଣ୍ଠିରୁ ଏକକାଳୀନ ତିନିମାସର ବେତନ ଉଠାଇପାରିବେ। ଏଥିରେ ମୂଳ ଦରମା ଓ ମହଙ୍ଗା ଭତାକୁ କେବଳ ହିସାବକୁ ନିଆଯିବ। ଏହାଛଡ଼ା ପାଣ୍ଠିର ସଦସ୍ୟ ଚାହିଁଲେ ନିଜ ଖାତାରେ ଜମାଥିବା ବ୍ୟକ୍ତିଗତ ରାଶିର ସର୍ବାଧିକ ୭୫ ଶତକଡା ଉଠାଇପାରିବେ। ଏହି ଦୁଇଟି ଉଠାଣ ଗୁଡ଼ିକରୁ ମାତ୍ର ଗୋଟିଏ ବିକଳ୍ପ ଇପିଏଓଫ ସଦସ୍ୟ ପାଇବେ ଏବଂ ସେଥିପାଇଁ ସେମାନଙ୍କୁ ପରବର୍ତୀ ସମୟରେ ସୁଝିବାକୁ ପଡ଼ିବ ନାହିଁ।…
ମାନବ ସମାଜ ଉପରେ କରୋନା ସଂକ୍ରମଣ ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵକି ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ। କରୋନା ସଂକ୍ରମଣ ପରବର୍ତ୍ତି କାଳରେ ଏହି ପୁସ୍ତକ ବିଭିିନ୍ନ ବୟସ ପାଠକମାନଙ୍କ ଲାଗି ଅତ୍ୟନ୍ତ ଉପାଦେୟ ରହିବ। ଆମେ ଆଶା କରୁଛୁ ଏହି ଜାତୀୟ ବିପର୍ଯ୍ୟୟ ବିଷୟରେ ବିସ୍ତୁତ ତଥ୍ୟ ସମ୍ବଳିତ ପୁସ୍ତକ ବିଭିନ୍ନ କ୍ଷେତ୍ରର ପାଠକ, ଅଧିକାରୀ,ଗବେଷକମାନଙ୍କ ପାଇଁ ଅତି ଉପାଦେୟ ରହିବ ବୋଲି ନ୍ୟାସନାଲ ବୁକ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହଛିନ୍ତି। ଏଥିପାଇଁ ଟ୍ରଷ୍ଟ କରୋନା ସମ୍ପର୍କିତ ସମସ୍ତ ଘଟଣା ଉପରେ ବିଶେଷ ଦୃଷ୍ଟି ରଖାଯାଇଛି। ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ କରୋନାକୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ତଥ୍ୟ ରଖାଯାଉଛି ବୋଲି ଶର୍ମା କହିଛନ୍ତି।…
ନୂଆଦିଲ୍ଲୀ, ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କର। ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ଯେଉଁ ଘରମାଲିକ ଭଡାଟିଆଙ୍କୁ ବାହାର କରିବାକୁ କହୁଛି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠନ ନିଅ। କ୍ୟାବିନେଟ ସଚିବ ଭିଡିଓ କନଫ୍ରେନସି ଜରିଆରେ ବିଭିନ୍ନ ଅଧିକାରୀଙ୍କ ସହିତ ପରିସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଏସଡିଆରଏଫରୁ ଅର୍ଥ ବ୍ୟୟ ଆଦେଶ ଜାରୀ କରିଛନ୍ତି । ଏହି ପାଣ୍ଠିରେ ରାଜ୍ୟ ସରକାରମାନଙ୍କ ମଧ୍ୟ ଯଥେଷ୍ଟ ଅର୍ଥ ମହଜୁଦ ଅଛି। ଲକଡାଉନ କାଳରେ କୌଣସି କାଂଟଛାଂଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି । ଶ୍ରମିକ…
ଭୁବନେଶ୍ୱର : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ । ସୋଆର କ୍ୟାମ୍ପସ 2 ର କନଭେନସନ ସେଣ୍ଟରରେ ଆସନ୍ତା 15 ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କରିବା ସହ ଭିତ୍ତିଭୂମି ପରଖି ଥିଲେ ରାଜ୍ୟ ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ମାନେ। ମୁଖ୍ୟତଃ ସୋଆ ତରଫରୁ ଉଚ୍ଚମାନର ବେଡ୍ ସହିତ ଅତ୍ୟାଧୁନିକ ଉପକରଣ ଦେଖି ଏହି ତଦାରଖ ଟିମ ବେଶ୍ ଖୁସି…
କୋଲକାତା, ଚାରିଆଡେ ଲକ ଡାଉନ ଥିବା ବେଳେ କୋଲକାତାର ଜଣେ ବୃଦ୍ଧା ଘର ପାଇଁ କିଛି ଅତ୍ୟାବଶ୍ୟକ ଜିନିଷ କିଣି ଘରକୁ ଯାଉଛନ୍ତି। ଠିକରେ ଚାଲି ପାରୁ ନ ଥିଲେ ମଧ୍ୟ ମୁଣ୍ଡରେ ବ୍ୟାଗ ଧରି ପରିବାର ସୁରକ୍ଷିତ ରହିବା ପାଇଁ ସେ ନେଇଛନ୍ତି ଏହି ପଦକ୍ଷେପ।
ପାଟନା, ବିହାରରେ ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ପ୍ରଦାନ ପାଇଁ ଚାଲିଛି ପ୍ରସ୍ତୁତି। କରେନା ଭାଇରସକୁ ମୁକାବିଲା କରିବା ପାଇଁ ଓଡିଶା ପରି ବିହାର ରାଜ୍ୟ ମଧ୍ୟ ବେଶ୍ ତତ୍ପର ହୋଇଉଠିଛି।
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍ କି ବାତ୍ ରେ ସାରା ଦେଶରେ ଥିବା ଲକଡାଉନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦେଶବାସୀ ମୋତେ କ୍ଷମା କରନ୍ତୁ ବୋଲି ମୋଦୀ କହିଛନ୍ତି। ଆଜିର ମନ୍ କି ବାତରେ ମୋଦୀ ଯାହା କହିଥିଲେ ସେଥିରୁ କିଛି ଅଂଶ ହେଲା… ମୋର ପ୍ରିୟ ଦେଶବାସୀଗଣ, ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ। କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ। ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ। କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ…
ଭୋପାଲ : ମଧ୍ୟପ୍ରଦେଶରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୫୦ଜଣ ଯବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଟେକନପୁରରେ ରହିଥିବା ତାଲିମ କେନ୍ଦ୍ରରେ ଜଣେ ଅଧିକାରୀ ପଜିଟିଭ୍ ସାବ୍ୟସ୍ତ ହେବାରୁ ସେନା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ବିଏସଏଫ ଡାକ୍ତରୀ ଦଳ ଏହି ସୈନିକମାନଙ୍କ ସ୍ୱାସ୍ଥ୍ୟବସ୍ଥ ଉପରେ ନଜର ରଖିଛନ୍ତି ।
ଭୁବନେଶ୍ୱର, ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରଖିଥିଲେ। ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, କୋଭିଡ୍-୧୯ ସ୍ୱତନ୍ତ୍ର ଅଧିକାରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧିକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଆଲୋଚନା କରିଥିଲେ। ଏପରିକି କେତେକ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ସହିତ ମଧ୍ୟ ମୁଖ୍ୟଶାସନ କଥା ହୋଇଥିଲେ। ପରେ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡ଼ୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି…
ଭୁବନେଶ୍ୱର: କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍ ନମ୍ବରର ବ୍ୟବସ୍ଥା କରାଯାଇଛି। ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଏହି ନୋଡାଲ୍ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ସହ ସଂଯୋଜିତ ରହିବେ। ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ। ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀମାନେ ହେଲେ ୧-ତେଲେଙ୍ଗାନା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦିନମଜୁରିଆ ମାନେ ଏହା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଅନ୍ତର୍ଭୁକ୍ତ ଶ୍ରମିକଙ୍କ ନିମନ୍ତେ ଲକ୍ଡାଉନ୍ ପ୍ୟାକେଜ୍ ଘୋଷଣା ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ରାଜ୍ୟରେ ସମୁଦାୟ ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ରହିଛନ୍ତି । ଏହି ୨୧ ଦିନ ପାଇଁ ଶ୍ରମିକ ମାନଙ୍କୁ ସେମାନଙ୍କ ମଜୁରୀର ଏକ ଚତୁର୍ଥାଂଶ ପ୍ରଦାନ କରିବା ପାଇଁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରମିକଙ୍କ ପାଇଁ ସମୁଦାୟ ୩୮୦.୩୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ । ୨୫ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୮୮ ଟଙ୍କା ହିସାବରେ ୧୧୮.୭୯ କୋଟି ଟଙ୍କା ଏବଂ ୧ ଏପ୍ରିଲ୍ରୁ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଦୌନିକ ୨୦୭ଟଙ୍କା ହିସାବରେ ୨୬୧.୬୦ କୋଟି ଟଙ୍କା…
ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଥିବା ବେଳେ ଆଜି ନାଚୁଣୀ ପୋଲିସର ବଦାନ୍ୟତା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଦିନ ରାତି ପ୍ରହରା ଦେବାରେ ବ୍ୟସ୍ତ ରହୁଛି ନାଚୁଣୀ ପୋଲିସ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଏକ ସଂବେଦନଶୀଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ବେଶ ସଜାଗ ରହିଛି ପୋଲିସ। ନାଚୁଣୀ ପୋଲିସ ତରଫରୁ ବଜାର ଏବଂ ଗାଁ ରେ କରୋନା ସଚେତନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପରିବା ଦୋକାନ, ରାସନ ଦୋକାନ, ଔଷଧ ଦୋକାନ ଆଦିରେ ପୋଲିସ ତରଫରୁ ସାମାଜିକ ଦୂରତ୍ବ ରକ୍ଷା କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା ନାଚୁଣୀ ଅଞ୍ଚଳରେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ନାଚୁଣୀର ସଚେତନ ଯୁବଗୋଷ୍ଠୀ ଅଂଚଳରେ ଥିବା ଗରିବ ଗୁରୁବା, ଉଠା ପରିବାବିକାଳୀ, ମାନସିକ ଭାରସାମ୍ୟ…
ମୁମ୍ବାଇ : ସମଗ୍ର ଦେଶ ଲକ୍ଡାଉନ୍ରେ ରହିଥିବା ବେଳେ ଭାରତୀୟ ରେଳବାଇ ସହାୟତାର ହାତ ବଢାଇଛି । ସମଗ୍ର ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ୧୧ ହଜାର ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ରେଳବାଇର ରହିଥିବା ୨୫ଟି ଆଇଆରସିଟିସି କିଚନେ୍ରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ରେଳବାଇ ପକ୍ଷରୁ ଦିଲ୍ଲୀରେ ୫୦୩୦, ବେଙ୍ଗାଲୁରୁରେ ୨୦୦୦, ହୁବଳୀରେ ୭୭୦, ବମ୍ବେ ସେଣ୍ଟ୍ରାଲରେ ୧୫୦୦, ହାଓଡା ଏବଂ ସିଆଲଦାହରେ ୫୦୦, ଟାଟା ଏବଂ ପାଟନାରେ ୪୦୦, ରାଞ୍ଚିରେ ୩୦୦ ଏବଂ କାଠିଆରରେ ୨୦୦ ଜଣଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଆରପିଏଫ୍ ପକ୍ଷରୁ ଏହି ଖାଦ୍ୟ ବୁଲିବୁଲି ବଣ୍ଟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରେଳବାଇ ପକ୍ଷରୁ ଏହାର ସମସ୍ତ ଉତ୍ପାଦନ ୟୁନିଟ୍କୁ ବନ୍ଦ ରଖାଯାଇ ସାନିଟାଇଜର ଏବଂ ମାସ୍କ ର୍ନିମାଣରେ ନିୟୋଜନ କରାଯାଇଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଅଶୀରୁ ଉର୍ଦ୍ଧ୍ବ ଶ୍ରମିକ ଆଣ୍ଡାମାନର ପୋର୍ଟମୁଟ୍ରେ ଫଶିରହିଛନ୍ତି। ସମସ୍ତ ଶ୍ରମିକଏଲ୍ ଆଣ୍ଡ ଟି କନଷ୍ଟ୍ରକସନ୍ ସାଇଟ୍ର ଲେବର୍ କ୍ୟାମ୍ପ୍ରେ ଫଶିରହିଛନ୍ତି। ସାରା ଭାରତରେ ଲକ୍ ଡାଉନ୍ ଯୋଗୁଁ ଏହି ଶ୍ରମିକମାନେ ସେଠାରେ ଫଶି ରହିଯାଇଥିବାବେଳେ ସେମାନେ ବିନା ଖାଦ୍ୟରେ ରହୁଛନ୍ତି। ସେମାନଙ୍କ ପାଖରେ ପଇସା ଥିଲେ ମଧ୍ୟ ଖାଦ୍ୟ ଖାଇପାରୁନାହାନ୍ତି। ଲେବର୍ କ୍ୟାମ୍ପ୍ରୁ ପୋଲିସ୍ ତାଙ୍କୁ ବାହାରକୁ ଛାଡୁନଥିବାବେଳେ ସେମାନେ ଖାଦ୍ୟ ଅଭାବରେ ବେଶ୍ ଦୟନୀୟ ଭାବରେ ଜୀବନ ବିତାଉଛନ୍ତି। ଖାଦ୍ୟ ନ ପାଇ ଭୋକ ଓପାସରେ ସେମାେନ ଜୀବନ ସହ ସଂଗ୍ରାମ କରୁଥିବାବେଳେ ସେମାନଙ୍କୁ ସେହି ଅବସ୍ଥାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ହେଲ୍ପଲାଇନ୍ରେ ଯୋଗାଯୋଗ କରାଯାଇଥିବାବେଳେ ସେମାନଙ୍କ ସହ ସଂଯୋଗ କରାଯାଇପାରିନାହିଁ। ଏପରିସ୍ଥିତିରେ ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ବାଣପୁରବାସୀମାନେ ବିନମ୍ର ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ଯଥାଶୀଘ୍ର ଖାଦ୍ୟ ଯୋଗାଇଦେବାରେ ବ୍ୟବସ୍ଥା କରନ୍ତୁ…
କୋଲକାତା : କରୋନା ମୁକାବିଲା ପାଇଁ ବିଭିନ୍ନ କ୍ରୀଡାବିତ୍ ଏବଂ କଳାକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ଋଚା ଘୋଷ । ଚଳିତ ବର୍ଷ ନିଜର ବିଶ୍ୱକପ୍ ପଦାର୍ପଣ କରିଥିବା ଋଚା ପ୍ରଥମ ମହିଳା କ୍ରିକେଟର ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ୧୬ ର୍ବଷୀୟା ଋଚାଙ୍କ ପିତା ସିଲିଗୁଡି ଜିଲ୍ଲାପାଳ ସୁମନ୍ତ ସହାୟଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଟି୨୦ ବିଶ୍ୱକପ୍ରେ ଋଚା ୨ଟି ମ୍ୟାଚ୍ ଖେଳିଥିଲେ । ଋଚାଙ୍କ ବ୍ୟତିତ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।
https://www.youtube.com/watch?v=wA1nMNqsbrE

