Author: Samikhsya Bureau

ସମୀକ୍ଷା ବ୍ୟୁରୋ ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ତ୍ରୀପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ତହସିଲଦାର ମହୋଦୟ କବିତା ମାଧ୍ୟମରେ ବିଭିନ୍ନ ଦିଗରେ ବର୍ତ୍ତମାନ ସମୟରେ ଦେଖାଯାଉଥିବା ପରିବର୍ତ୍ତନକୁ କଠୋର ସମାଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନ ଶିକ୍ଷା ଦ୍ୱାରା ସମସ୍ତ ଅନ୍ଧକାର ଦୁରୀଭୂତ ହୋଇପାରିବ ଓ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟରେ ଶୈକ୍ଷିକ ବ୍ୟବସ୍ଥା ସ୍ଥାପନ ସକାଶେ ସହଯୋଗ ଲୋଡିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ…

Read More

ରମେଶ ମହାନ୍ତି ଜଗତସିଂହପୁର : ସୋମବାର ପୂର୍ବାହ୍ନରେ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ,ଫେବୃୟାରୀ-୨୦୨୦ର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ । କୃମି ସଂକ୍ରମିତ ନହେଉଥିବା ପିଲାମାନେ ଅଧିକ ସ୍ୱାସ୍ଥ୍ୟବାନ୍ ହୁଅନ୍ତି ଏହାଦ୍ବାରା ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ସମସ୍ତ 1ରୁ15 ବର୍ଷର ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ବଟିକା ଚୋବାଇ ଖାଆନ୍ତୁ । ଅଣ ପଂଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଅଙ୍ଗନବାଡୀ କେନ୍ଦ୍ରରେ ଏହି ଔଷଧ ଖାଇ ପାରିବେ । ଏହି ଔଷଧ ପ୍ରଭାବରେ ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । ଏପରି ହେଲେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ । ଜଗତସିଂହପୁର ଜିଲ୍ଲାରେ ମୋଟ 229366…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : 5ଟି ସଚିବ ଭିକେ ପାଣ୍ଡିଆନ ବାଲେଶ୍ବର ଗସ୍ତ କରିଛନ୍ତି । ସୋମବାର ବାଲେଶ୍ବର ଗସ୍ତ କରିଥିବା ପାଣ୍ଡିଆନ୍‌ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଛନ୍ତି । ଏହି ଅବସରରେ ପାଣ୍ଡିଆନ୍‌ ତଲସାରୀ ଏବଂ ଉଦୟପୁର ସମୁଦ୍ର ତଟ ଭ୍ରମଣ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ ସମୁଦ୍ର ତଟର ନକ୍ସା ଦେଖିବା ସହିତ ବିଭିନ୍ନ ସ୍ଥାନକୁ ସ୍ବୟଂ ଅନୁଧ୍ୟାନ କରିଥିଲେ 5ଟି ସଚିବ । ଏହି ଦୁଇ ସ୍ଥାନର ବିକାଶ କରାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାଣ୍ଡିଆନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

Read More

ଲକ୍ଷ୍ନୌ : ଦୁଇ ଜଣ ବ୍ୟବସାୟୀଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ଏସ୍‌ଏସ୍‌ବି ଯବାନଙ୍କୁ ଅଟକ ରଖାଯାଇଛି । ମୋହନଲାଲଗଞ୍ଜରେ ଅବସ୍ଥାପିତ ଏସ୍‌ଏସ୍‌ବି ଯବାନ ରାଜେଶ କୁମାରଙ୍କୁ ଲକ୍ଷ୍ନୌରୁ ରବିବାର ଦିନ ଗିରଫ କରାଯାଇଛି । ଅର୍ଥ ହାସଲ ପାଇଁ ତିନି ସାଥୀଙ୍କ ସହିତ ମିଶି ରାଜେଶ ଏହି ଅପହରଣ କରିଥିଲେ । ପୋଲିସ୍‌ର ଏକ ଟିମ୍‌ ଦୁଇ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ବେଳେ ରାଜେଶଙ୍କ ଅନ୍ୟ ତିନି ସାଥୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ ଜାରି କରାଯାଇଛି । (ଏଜେନ୍ସି)

Read More

ସଂପଦ ଦଳାଇ ଗଂଜାମ ବସ ଟ୍ରାଜେଡି କେବଳ ଓଡିଶା କାହିଁକି ସାରା ଭାରତରେ ଏକ ଦୁଃଖଦ ଘଟଣା। ଛୋଟିଆ ଅସାବଧାନତା କାରଣ ଯୋଗୁଁ ଦଶ ଜଣଙ୍କ ଜୀବନ ହାନି ଘଟିଛି। ବର୍ତ୍ତମାନ ଏହି ଖବର ଓଡିଶା ଗଣ ମାଧ୍ୟମରେ ବଡ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସମସ୍ତଙ୍କ ଗୋଟିଏ ନଜର ଦଶ ଜଣଙ୍କର ପ୍ରାଣହାନୀ ଘଟିଗଲା। ନିଶ୍ଚିତ ଭାବେ ଏହାଠାରୁ ବଡ ଦୁଃଖଦ ଘଟଣା କିଛି ହୋଇ ନ ପାରେ। ହେଲେ ଆଉ ଏକ ବଡ କଥା ଗଣମାଧ୍ୟମର ଉହାଡରେ ରହିଯାଉଛି। ତାହା ହେଲା ଦଶ ଜଣ ମୃତ୍ୟୁ ମୁଖରେ ପଡିବା ଯେପରି ଏକ ବଡ ଦୁର୍ଘଟଣା, ସେହିପରି ୩୩ଟି ଜୀବନ ବଞ୍ଚିବା ମଧ୍ୟ ଏକ ବଡ ଘଟଣା ବୋଲି କୁହାଯାଇପାରିବ। କାରଣ ଯଦି ଦୁର୍ଘଟଣାକୁ ତର୍ଜ୍ଜମା କରାଯାଏ, ସେପରି ପରିସ୍ଥିତିରେ ଗୋଟିଏ ବି ଜୀବନ ବଞ୍ଚିବା ଅସମ୍ଭବ। ଯଦି ପୁରା ଘଟଣାକୁ ତର୍ଜ୍ଜମା କରାଯାଏ ତେବେ ଘଟଣାଟି କେତେ ଭୟଙ୍କର…

Read More

କୋଲକାତା : ଅରବିନ୍ଦ କେଜ୍ରିଓ୍ବାଲଙ୍କ ମାଗଣା ବିଦ୍ୟୁତ୍‌ ଯୋଜନାକୁ ଆପଣେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଏଣିକି 75 ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ମାଗଣା ମିଳିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ସୋମବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଏହି ଘୋଷଣା କରିଛନ୍ତି । ଏହା ସହିତ ଅନୁସୂଚିତ ବର୍ଗର ବ୍ୟକ୍ତି ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ 1000 ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର । ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସରକାର ବନ୍ଧୁ ପ୍ରକଳ୍ପ ଏବଂ ଜୟ ଜୋହର ନାମକ ଦୁଇଟି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । ନୂତନ ଗୃହ ନିର୍ମାଣ ନିମନ୍ତେ 500 କୋଟି ମଞ୍ଜୁର କରାଯାଇଥିବା ବେଳେ ଚା କାରଖାନାରେ କାମ କରୁଥିବା ଶ୍ରମିକ ମାନଙ୍କ ଉନ୍ନତି ପାଇଁ 200 କୋଟି ଟଙ୍କା ମଞ୍ଜୁର କରାଯାଇଛି । (ଏଜେନ୍ସି)

Read More

ମାଉଣ୍ଟ ମନ୍‌ଗାଉନି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ତୃତୀୟ ମୁକାବିଲା ଆସନ୍ତା କାଲି ବେ ଓଭାଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ବେ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ସମ୍ମାନ ରଖିବା ପାଇଁ ଚେଷ୍ଟା କରିବ । ଏହି ମ୍ୟାଚ୍‌ରେ ବିଜୟୀ ହୋଇ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଟମ୍‌ ଲାଥାମ୍‌ଙ୍କ ନ୍ୟୁଜିଲ୍ୟାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ 347 ରନ୍‌ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ମିଡିଲ ଅର୍ଡର ବିଫଳ ହେବା କାରଣରୁ ଭାରତ ଦ୍ବିତୀୟ ମ୍ୟାଚ୍‌ରେ 278 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲା । ଅନ୍ତିମ ମ୍ୟାଚ୍‌ରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ଭାରତୀୟ ଅଧିନାୟକ କୋହଲିଙ୍କ ବ୍ୟାଟରୁ ରନ୍‌ ବାହାରିବା ଜରୁରୀ । ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ କେଦାର ଯାଦବଙ୍କ…

Read More

ଦୁବାଇ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁବାଇ ଓମେନ୍‌ସ୍‌ ଫୋରମ୍‌କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ଆସନ୍ତା ସପ୍ତାହରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀ 16 ଏବଂ 17 ତାରିଖରେ ଏହି ଫୋରମ୍‌ ଅନୁଷ୍ଠିତ ହେବ । ଇଭାଙ୍କା ଶିକ୍ଷା, ସ୍ବାସ୍ଥ୍ୟ, ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ନିଜର ଅଭିଭାଷଣ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ନିଜର ରାଜନୈତିକ ଅଭିଜ୍ଞତା ସହିତ ରାଜନୀତିରେ ମହିଳାଙ୍କ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିବେ । ଏହି ଦୁଇ ଜଣଙ୍କ ବ୍ୟତିତ ୟଏଇ ଜାତିସଂଘ ରାଷ୍ଟ୍ରଦୂତ ଲାନା ନୁସେବା, ବିଶ୍ବବ୍ୟାଙ୍କ ସଭାପତି ଡେଭିଡ୍‌ ମାଲ୍‌ପାସ୍‌ ଏବଂ ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜେଭିଆ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି…

Read More

ନୂଆଦିଲ୍ଲୀ : ପଦୋନ୍ନତିରେ ଆରକ୍ଷଣକୁ ବିରୋଧ କରି ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ସଂସଦରେ ହଙ୍ଗାମା ହୋଇଛି । ବିଭିନ୍ନ ବିପକ୍ଷ ଦଳଙ୍କ ସମେତ ଏନ୍‌ଡିଏର ସହଯୋଗୀ ଅପ୍‌ନା ଦଳ ଏବଂ ଏଲ୍‌ଜେପି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପଦୋନ୍ନତିରେ ଆରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଦେଶରୁ ଆରକ୍ଷଣ ବ୍ୟବସ୍ଥାକୁ କେବେବି ହଟାଯାଇପାରିବ ନାହିଁ ବୋଲି ଉଭୟ ମତ ଦେଇଛନ୍ତି । ଏହା ସହିତ ସହଯୋଗୀ ଦଳ ଅପ୍‌ନା ଦଳର ଅନୁପ୍ରିୟା ପଟେଲ ଏବଂ ଏଲଜେପିର ଚିରାଗ ପାଶ୍ବାନ ଏହାକୁ ବିରୋଧ କରିବା ସହିତ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଦିନ ଦ୍ବିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ । ଇନ୍‌ଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳି ମାଡ ହୋଇଥିବାର ସୂଚନା ମିଳିଛି । ଛାତ୍ରୀଙ୍କ ଦୁଇ ଜଂଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକ ଏକ ଘରୋଇ ଇନ୍‌ଷ୍ଟିଚ୍ୟୁଟ୍‌ରେ ପଢୁଥିବାର ସୂଚନା ରହିଛି । ଛାତ୍ରୀ ଜଣକ ପୁରୁଷ ବନ୍ଧୁଙ୍କ ସହ ଛିଡା ହୋଇଥିବାବେଳେ ତାଙ୍କୁ ଗୁଳିମାଡ କରାଯାଇଛି । ଛାତ୍ରୀଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ କରି ଦୁଇ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗଞ୍ଜାମ ବସ୍‌ ଟ୍ରାଜେଡିରେ 10ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଚେତିଛି । ବ୍ରହ୍ମପୁର ବଡ଼ ମେଡିକାଲରେ ବର୍ଣ୍ଣ ୟୁନିଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଣ୍ଣ ୟୁନିଟ ଖୋଲିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ବ୍ରହ୍ମପୁରରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ କାଲି ଗୁରୁତରଙ୍କୁ କଟକ ପଠାଯାଇଥିଲା । ବସ୍‌ ଟ୍ରାଜେଡିରେ ଗୁରୁତର 7 ଜଣ କଟକରେ ଚିକିତ୍ସାଧୀନ ରହିଛନ୍ତି।

Read More

ନୂଆଦିଲ୍ଲୀ : ଅଟୋ ଏକ୍ସପୋ 2020ରେ ପ୍ରଦର୍ଶିତ ହୋଇଛି ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌ । ସୁଜୁକି ଏବଂ ପ୍ୟାଜିଓ ପରେ ତୃତୀୟ କମ୍ପାନୀ ଭାବରେ ଇଲେକ୍ଟ୍ରିକ୍‌ ବାଇକ୍‌ ଲଞ୍ଚ କରିଛି ଇଭୋଲ୍ଟ । ଇଭୋଲ୍ଟ ହକ୍‌ ନାମରେ ନାମିତ ଏହି ବାଇକ୍‌ଟିର ସର୍ବାଧିକ ବେଗ 120 କିମି ରହିଛି । ଆସନ୍ତା ଜୁନ୍‌ ମାସ ଶେଷ ସୁଦ୍ଧା ଏହି ବାଇକ୍‌ ଭାରତୀୟ ବଜାରରେ ପ୍ରବେଶ କରିବ । ଗୋଟିଏ ଥର ଚାର୍ଜ ହେଲେ ଏହି ବାଇକ୍‌ଟି 150 କିମି ଯାତ୍ରା କରିବ । ଏହି ବାଇକ୍‌ଟିରେ 3 କିଲୋ ଓ୍ବାଟର ଚାର୍ଜର ରହିଥିବା ବେଳେ 5 ଘଣ୍ଟାରେ ବ୍ୟାଟେରୀଟି ଏହା ଫୁଲ ଚାର୍ଜ ହୋଇଥାଏ । ବାଇକ୍‌ଟି ବ୍ଲ୍ୟୁ ଏବଂ ସିଲ୍‌ଭର ରଙ୍ଗରେ ଉପଲବ୍ଧ ହେବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍‌ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି । ଏହା ସହିତ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ୍‌ ଏବଂ ଜଷ୍ଟିସ୍‌ କେ ଏମ୍‌ ଯୋଶେଫ୍‌ ଏହି ମାମଲାର ଶୁଣାଣି କରିଥିଲେ । ଆନ୍ଦୋଳନ ପାଇଁ ଏକ ଜାଗା ସ୍ଥିରୀକୃତ ରହିବା ଆବଶ୍ୟକ ।…

Read More

ସମୀକ୍ଷା ବ୍ୟୁରୋ କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଂଜୀବ ପାଣିଗ୍ରାହୀ । ଶପଥ ପାଠ କରାଇଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଂଜୁ ପଣ୍ଡା । ସଂଜୀବଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟ ବିଚାରପତି ସଂଖ୍ୟା 14କୁ ବୃଦ୍ଧି ପାଇଲା । ସଂଜୀବ ପାଣିଗ୍ରାହୀଙ୍କ ଜନ୍ମ ବଲାଙ୍ଗୀରରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 13 ଜଣ ବିଚାରପତି ରହିଛନ୍ତି।

Read More

ପାଟନା : ବିହାରର ଗାନ୍ଧୀ ମୈଦାନରେ ଏକ ବିସ୍ଫୋରଣ ଘଟି 6 ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ରହିଥିବା ଜଣାପଡିଛି । ବିହାରର ରାଜଧାନୀ ପାଟନାସ୍ଥିତ ଗାନ୍ଧୀ ମୈଦାନରେ ସୋମବାର ଏହି ବିସ୍ଫୋରଣ ଘଟିଥିଲା । ସମସ୍ତ ଆହତଙ୍କୁ ପାଟନା ସ୍ଥିତ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ସମସ୍ତ 6 ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ରହିଥିଲା ଯେ ମୈଦାନ ନିକଟସ୍ଥ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ଗଞ୍ଜାମଠାରେ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗି 10 ମୃତ ଘଟଣାକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ଚାଲିଥିବାବେଳେ ଦୋଷକୁ ନେଇ ଠେଲାପେଲା ହେଉଥିବାର ଖବର ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟର ତର୍ଜମା ବେଳେ ବସ୍‌ ଟ୍ରାଜେଡି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ କାଦୁଆ ଫିଙ୍ଗା ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ସାଉଥ୍‌କୋ ଦୋଷ ଲଦିଥିବାବେଳେ ଦାୟିତ୍ବରେ ଅବେହଳା ପାଇଁ 4 ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଗଞ୍ଜାମ ଇଲେକ୍ଟ୍ରିକାଲ୍‌ ଡିଭିଜନ୍‌ ଜେଇ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ, ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Read More

ଆସ୍ଥା-ପରମ୍ପରା ବନାମ ମୌଳିକ ଅଧିକାର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ । ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇ ଏହାର ବିଚାର କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।  ଭାରତର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କ ଆଗରେ ଆସନ୍ତା 17 ତାରିଖଠାରୁ ପ୍ରତ୍ୟେହ ଶୁଣାଣି ଆରମ୍ଭ ହେବ। ବହୁ ଚର୍ଚ୍ଚିତ ଶାବରୀମାଳା ମାମଲାର ଶୁଣାଣି ପାଇଁ  ସାତଟି ପ୍ରଶ୍ନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆଧାରରେ ଏହି ମାମଲାରେ ଶୁଣାଣି ଆରମ୍ଭ କରାଯିବ । ସୁପ୍ରିମ୍‌କୋର୍ଟଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ସତୋଟି ପ୍ରଶ୍ନଗୁଡ଼ିକ ମଧ୍ୟରେ ରହିଛି – ଧାର୍ମିକ ସ୍ବତନ୍ତ୍ରତାର ଆଧାର କ’ଣ ? ପରମ୍ପରା ବିରୋଧୀ ଧାର୍ମିକ ସ୍ବତନ୍ତ୍ରତା ଓ ଧାର୍ମିକ ସମ୍ପ୍ରଦାୟଙ୍କ ମାନ୍ୟତା ଅନୁସାରେ ସ୍ବତନ୍ତ୍ରତା କ’ଣ ଅଟେ ମୌଳିକ ଅଧିକାରରେ କ’ଣ ଧାର୍ମିକ ସମ୍ପ୍ରଦାୟ ଅନ୍ତର୍ଗତ କି ନୁହେଁ…

Read More