Author: Samikhsya Bureau

ବ୍ଲୋଏମ୍‌ଫାଣ୍ଟନ୍‌ : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଜାପାନ୍‌କୁ ,ମାତ୍ର 41 ରନ୍‌ରେ ଅଲ୍‌ଆଉଟ୍‌ କରିଛି । ଭାରତ ପକ୍ଷରୁ ଲେଗ୍‌ ସ୍ପିନର ରବି ବିଷ୍ଣୋଇ 5 ରନ୍‌ ବିନିମୟରେ 4 ଓ୍ବିକେଟ ଅକ୍ତିଆର କରିଥିବା ବେଳେ କାର୍ତ୍ତିକ ତ୍ୟାଗୀ 10 ରନ୍‌ ବିନିମୟରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂ 2ଟି ଏବଂ ବିଦ୍ୟାଧର ପାଟିଲ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ । ଭାରତୀୟ ଅଧିନାୟକ ପ୍ରିୟମ ଗର୍ଗ ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ଜାପାନର 5 ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲି ପାରିନଥିଲେ । ଜାପାନ ପକ୍ଷରୁ ସୁ ନୋଗୁଚି ଏବଂ କେଣ୍ଟୋ ଓଟା ସର୍ବାଧିକ 7 ରନ୍‌ ଲେଖାଏଁ ସଂଗ୍ରହ କରିଥିବା…

Read More

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଭାବେ ବେଶ୍‌ ପରିଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌। ସୁଶାନ୍ତ ଆଜି 34ତମ ଜନ୍ମଦିବସ ପାଳନ କରୁଛନ୍ତି । ସୁଶାନ୍ତଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଖାସ୍‌ ଅନ୍ଦାଜ୍‌ରେ ତାଙ୍କୁ ଜନ୍ମଦିବସର ଶୁଭକାମନା ଜଣାଇଛନ୍ତି। ରିଆ ସୁଶାନ୍ତଙ୍କ ସହିତ ଏକ ଫଟୋ ସେୟାର କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ରିଆ ଓ ସୁଶାନ୍ତଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚା। ଏହି ଫଟୋକୁ ଦେଖି ଅନୁମାନ କରାଯାଉଛି ଯେ ରିଆ ସୁଶାନ୍ତଙ୍କ ସହିତ ଥିବା ରିଲେସନ୍‌କୁ ଅଫିସିଆଲ୍‌ କରିଛନ୍ତି। ଏହି ଫଟୋରେ ଦୁହେଁ ଦୁହିଁଙ୍କ ସହ ବେଶ୍‌ ସହଜ ରହିଥିବାବେଳେ ଉଭୟଙ୍କ କେମେଷ୍ଟ୍ରି ବେଶ୍‌ ଜବରଦସ୍ତ ରହିଛି।  ସୁଶାନ୍ତ ସିଂହ ରାଜପୁତ ଓ ରିଆଙ୍କ ସମ୍ପର୍କକୁ ନେଇ ବହୁତ ଦିନ ବିଟାଉନ୍‌ରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଅବଶ୍ୟ ଦୁହେଁ ଏକଥାକୁ ସର୍ବସମ୍ମୁଖରେ ସ୍ବୀକାର କରିନାହାନ୍ତି। ପୂର୍ବରୁ…

Read More

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କମ୍ପାନୀ ଉବର ଇଟ୍‌ସକୁ ଅଧିଗ୍ରହଣ କରିଛି ଜୋମାଟୋ । ଉବେର୍‌ ଇଟ୍‌ସକୁ 350 ମିଲିୟନ୍‌ ଡଲାର ବା ଭାରତୀୟ ମୁଦ୍ରାରେ 2485 କୋଟି ଟଙ୍କାରେ ଅଧିଗ୍ରହଣ କରିଛି ଜୋମାଟୋ । ଏହା ସହିତ ଜୋମାଟୋରେ ଉବର ଇଟ୍‌ସର 9.9 ପ୍ରତିଶତ ଅଂଶଧନ ରହିବ ବୋଲି ଜଣାପଡିଛି । ଭାରତରେ ଉବର ଇଟ୍‌ସକୁ ବିକ୍ରି ହୋଇଥିବା ବେଳେ ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଏହା ପୂର୍ବବତ୍‌ ନିଜର ସେବା ବଳବତ୍ତର ରଖିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, 2019 ପାଇଁ ଜୋମାଟୋ ଭାରତର ଏକ ନମ୍ବର ଫୁଡ୍‌ ଡେଲିଭରୀ ସଂସ୍ଥାର ମାନ୍ୟାତା ହାସଲ କରିଛି । ସେହିପରି ଅକ୍ଟୋବର ପରଠାରୁ କମ୍ପାନୀର ଅର୍ଡର ସଂଖ୍ୟାରେ 60 ପ୍ରତିଶତ ଅଭିବୃଦ୍ଧି ଘଟିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଡିସେମ୍ବର 2019ରେ ଅଲିବାବା ଗ୍ରୁପ୍‌ ପକ୍ଷରୁ ଜୋମାଟୋରେ 150 ମିଲିୟନ୍‌ ଡଲାର ନିବେଶ କରାଯାଇଥିଲା ।

Read More

ମୁମ୍ବାଇ : ମହେଶ ଭଟ୍ଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା’ ତଥା ଅଭିନେତ୍ରୀ ସୋନି ରାଜଦାନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସୋନି ସଂସଦ ଆକ୍ରମଣର ଦୋଷୀ ଆଫଜଲ୍‌ ଗୁରୁଙ୍କ ଫାଶୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋନି ଟୁଇଟରରେ ଡିଏସ୍‌ପି ଦେବେନ୍ଦ୍ର ସିଂହ ଓ ଅଫଜଲ୍‌ ଗୁରୁଙ୍କ ସମ୍ବନ୍ଧିତ ଏକ ଖବର ସେୟାର କରି ବିବାଦୀୟ ହୋଇଛନ୍ତି। ସୋନି ରାଜଦାନ ଟୁଇଟ୍‌ କରି କହିଛନ୍ତି ଯେ, ‘ଏହା ଆମ ନ୍ୟାୟ ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ହାସ୍ପ୍ୟାସ୍ପଦ। କିଏ ସେଇ ମରିଯାଇଥିବା ଲୋକଙ୍କୁ ଫେରାଇ ଆଣିପାରିବ, ଯଦି ପରେ ଜଣାପଡିବ ଯେ, ସେ ନିର୍ଦ୍ଦୋଷ ଥିଲା। ଏଥିପାଇଁ କେବେ ବି ମୃତ୍ୟଦଣ୍ଡ ଦେବା ଉଚିତ୍‌ ନୁହେଁ। ଏହି ଘଟଣାରେ ସଠିକ୍‌ ତଦନ୍ତ କରାଯିବା ଦରକାର ଯେ, ଅଫଜଲ୍‌ ଗୁରୁଙ୍କୁ ବଳିର ବୋଦା କ’ଣ ପାଇଁ କରାଯାଇଥିଲା । ସୋନି ଅଫଜଲ୍‌ ଗୁରୁଙ୍କ ଚିଠିର ଏକ ବୟାନକୁ ସେୟାର ମଧ୍ୟ କରିଛନ୍ତି…

Read More

ନୂଆଦିଲ୍ଲୀ : ବିଜେପି କର୍ମୀ ମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର ହ୍ରାସ ନେଇ ସଂଶୋଧିତ ତାଲିକା ପ୍ରକାଶ ପାଇଥିଲା । ସୋମବାର ଆଇଏମ୍‌ଏଫ୍‌ ପକ୍ଷରୁ ଭାରତୀୟ ଅଭିବୃଦ୍ଧି ହାର 4.8 ପ୍ରତିଶତକୁ ହ୍ରାସ ପାଇବା ନେଇ ଆକଳନ କରାଯାଇଥିଲା । ଦେଶର ଅର୍ଥନୀତିକୁ ନେଇ ଯିଏବି ସଠିକ୍‌ ତଥ୍ୟ ପ୍ରକାଶ କରେ ମୋଦି-ଶାହାଙ୍କ ଅନୁଗତଙ୍କ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇଥାଏ । ଭାରତରେ ବର୍ତ୍ତମାନରେ ନିବେଶ କରିବା ଜରୁରୀ ହୋଇ ପଡିଛି । ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଗସ୍ତକୁ ନେଇ କୌଣସି ପ୍ରତିକ୍ରିୟା ନ ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଗୋପୀନାଥ ପ୍ରକାଶ କରିଥିଲେ । ଏହା ଭାରତୀୟ ଅର୍ଥନୀତି ଉପରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କ ପାଇଁ 33 ପ୍ରତିଶତ ମାର୍କ ବାଧ୍ୟତାମୂଳକ ପ୍ରସଙ୍ଗରେ ପିଲାମାନଙ୍କୁ ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ। ସରକାର ଏ ବିଷୟରେ ବିଚାର କରିବେ ବୋଲି କହିଛନ୍ତି ମନ୍ତ୍ରୀ। ପିଲାମାନଙ୍କୁ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ପିଲାମାନେ ଏନେଇ ପ୍ରସ୍ତୁତ ନୁହଁନ୍ତି ବୋଲି ଭାବୁଛନ୍ତି, ତେବେ ଏନେଇ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ଦୁଇ ପରୀକ୍ଷାକୁ ଏବର୍ଷ ଲାଗୁ କରାନଯିବା ନେଇ ସରକାର ବିଚାର କରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ସୂଚନାଯୋଗ୍ୟ, ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାକୁ ବିରୋଧ କରି ରାଜ୍ୟର ଅନେକ କଲେଜରେ ବିବାଦ…

Read More

Bengaluru: Amazon founder Jeff Bezos flanked by the company’s Indian delivery boys and electric vehicles during his recent visit. E-commerce giant Amazon India will deploy 10,000 electric vehicles (EVs) in its delivery fleet by 2025, the company said on Monday. (Photo: IANS)

Read More

ମୁମ୍ବାଇ : ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶୃଙ୍ଖଳାରୁ ବାଦ ପଡିଛନ୍ତି ଶିଖର ଧଓ୍ବନ୍‌ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ସିରିଜ୍‌ରେ ଆହତ ହେବା କାରଣରୁ ଧଓ୍ବନ୍‌ଙ୍କୁ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଛନ୍ତି । ରାଜକୋଟ ଦିନିକିଆରେ ଧଓ୍ବନ୍‌ଙ୍କ ପଞ୍ଜରାରେ ବଲ୍‌ ବାଜିଥିବା ବେଳେ ସେ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫିଲ୍‌ଡିଂ କରିନଥିଲେ । ଫିଜିଓ ତୃତୀୟ ଦିନିକିଆ ପାଇଁ ଫିଟ୍‌ ଘୋଷଣା କରିବା ପରେ ଧଓ୍ବନ୍‌ ଖେଳିଥିବା ବେଳେ ଫିଲ୍‌ଡିଂ କରି ଆହତ ହୋଇଥିଲେ । ଆହତ ହେବା ପରେ ଧଓ୍ବନ୍‌ ବ୍ୟାଟିଂ କରିନଥିଲେ । ଜାନୁୟାରୀ 24ରୁ 5 ମ୍ୟାଚ୍‌ ବିଶିଷ୍ଟ ଟି20 ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଧଓ୍ବନ୍‌ଙ୍କ ବଦଳ ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ୍‌, ମୟଙ୍କ ଅଗ୍ରଓ୍ବାଲ କିମ୍ବା ପୃଥ୍ବୀ ଶଙ୍କୁ ଦଳରେ ସାମିଲ କରାଯାଇପାରେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବରଗଡ : ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ କରିବା ସହିତ ସାଇନ୍ସ ପାର୍କର ଉଦ୍‌ଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ସହର ଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଛି। 300ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ ମଧ୍ୟ କରିବେ। ଏଠାରେ ପ୍ରସିଦ୍ଧ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଏହି ମନ୍ଦିରର ବିକାଶ ପାଇଁ ମଧ୍ୟ ଘୋଷଣା କରାଯାଇପାରେ ବୋଲି ସୂଚନା ରହିଛି।

Read More

ଜୟପୁର : ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍‌ ମହଙ୍ଗା ପଡିଛି। ଫେସ୍‌ବୁକ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ଫେସ୍‌ବୁକ୍‌ରେ ମହିଳାଙ୍କର 6000ରୁ ଅଧିକ ଫଲୋଅର୍ସ ରହିଥିବାବେଳେ ସେ ଅଧିକାଂଶ ସମୟ ମୋବାଇଲ୍‌ରେ ବ୍ୟସ୍ତ ରହୁଥିଲେ । ମହିଳାଙ୍କ ଏହି ଅଭ୍ୟାସରେ ସ୍ବାମୀଜଣକ ଅତିଷ୍ଠ ହୋଇ ତାଙ୍କର ହତ୍ୟା କରିଛନ୍ତି । ଏହି ଘଟଣାଟି ଜୟପୁରର ଆମେର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରୁ ମହିଳାଙ୍କ ରକ୍ତ ଭିଜା ଶବ ମିଳିଛି । ପୋଲିସ୍‌ ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ମହିଳାଙ୍କୁ ହତ୍ୟା କରିବା ପରେ ତା’ଙ୍କ ପରିଚୟ ଲୁଚାଇବା ପାଇଁ ଇଟାରେ ତାଙ୍କ ମୁହଁ ଓ ମୁଣ୍ଡକୁ ବିଭତ୍ସ କରିଦେଇଥିଲେ । ଦୁଇ ବର୍ଷ ପୂର୍ବେ ଏହି ଦୁଇଜଣ ଗାଜିଆବାଦରେ ଆର୍ଯ୍ୟସମାଜରେ ବିବାହ କରିଥିବାବେଳେ ତିନି ମାସର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାକୁ ବିରୋଧ କରି ରାଜ୍ୟର ଅନେକ କଲେଜରେ ଦେଖାଦେଇଛି ବିବାଦ। ଯୁକ୍ତ ୨ ପ୍ରଥମ ବର୍ଷରେ ପାସ କରିବାକୁ ୩୩ ପ୍ରତିଶତ ମାର୍କ ରଖିବାକୁ ବାଧ୍ୟ । ତାହେଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତୀର୍ଣ୍ଣ ହୋଇପାରିବେ। ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇଥିବା ଜଣାପଡିଛି । ଏହାସହ ଟାୟାର ଜାଳି ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ଫେବୃଆରୀରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା…

Read More

ମୁମ୍ବାଇ : ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ଦି ଅନସଙ୍ଗ ଓ୍ବାରିଅର ଏକ ଇତିହାସ ସୃଷ୍ଟି କରିଛି । ଦେଶର ତିନି ସେନାର ମୁଖ୍ୟ ପ୍ରଥମଥର ମିଳିତ ଭାବେ ଏହି ଫିଲ୍ମଟିକୁ ଦେଖିଛନ୍ତି ।  ଏହି ଫିଲ୍ମକୁ ଦେଶର ତିନି ସେନା ପ୍ରମୁଖ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେ, ନେଭି ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ମିଳିତ ଭାବେ ଅଜୟ ଦେବଗନ ଓ କାଜୋଲଙ୍କର ଅଭିନୀତ ଐତିହାସିକ ଚଳଚ୍ଚିତ୍ର ‘ତାନାଜୀ’କୁ ଦେଖିଛନ୍ତି । ଅବସରପ୍ରାପ୍ତ ନେଭି ଅଫିସର ହରିନ୍ଦର ସିକ୍କା ଟୁଇଟ୍‌ କରିଛନ୍ତିଯେ,  – ତାନାଜୀ ଇତିହାସ ରଚିଛି । ତିନି ସେନା ପ୍ରମୁଖ ଏହି ଫିଲ୍ମକୁ ଦେଖିଛନ୍ତି । ଏହି ଫିଲ୍ମକୁ ଦେଖନ୍ତୁ, ଏହା ଏହି ଦୁନିଆଠାରୁ ଅଲଗା ଅଟେ । ଏହା ସହିତ  ହରିନ୍ଦର ସିକ୍କା  ତିନି ସେନା…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀ ରାଜନୀତି ପାଣିପାଗ ବେଶ୍‌ ଉଷ୍ଣ ରହିଛି । ଆଜି ନାମାଙ୍କନ ଭରିବାର ଅନ୍ତିମ ଦିନରେ ଆମ୍‌ ଆଦ୍‌ମୀ ଦଳ (ଆପ୍‌) ଓ ଭାରତୀୟ ଜନତା ଦଳ (ବିଜେପି) ମଧ୍ୟରେ ଟୁଇଟ୍‌ ଓ୍ବାର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, ବିଜେପିର ଉଦ୍ଦେଶ୍ୟ କେବଳ ମୋତେ ହରାଇବା, କିନ୍ତୁ ମୋ’ ଉଦ୍ଦେଶ୍ୟ ଭ୍ରଷ୍ଟାଚାରକୁ ହରାଇ ଦିଲ୍ଲୀକୁ ଆଗେଇ ନେବା । ଏହି ବୟାନ ଉପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଆପ୍‌ 70 ପ୍ରତିଶ୍ରୁତିକୁ ପୂରା କରିବାରେ ଫେଲ୍‌ ହୋଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟରେ ଲେଖିଥିଲେ ଯେ, – ଗୋଟିଏ ପଟେ, ବିଜେପି, ଜେଡେୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ, ଆରଜେଡି ଅପରପକ୍ଷରେ ସ୍କୁଲ, ହସ୍ପିଟାଲ, ପାଣି, ବିଜୁଳି, ଫ୍ରି ମହିଳା ଯାତ୍ରା, ଦିଲ୍ଲୀର ଜନତା । ମୋର ଉଦ୍ଦେଶ୍ୟ…

Read More

କନ୍ଦର୍ପ ବେହେରା ରେଢାଖୋଲ: ବାସହୀନଙ୍କ ପାଇଁ ରାଜ୍ୟସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ବହୁ ପ୍ରକାର ଯୋଜନା କରିଛନ୍ତି। ଗରିବଙ୍କୁ ଘରଟିଏ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯୋଜନା ଆଦି ରହିଛି। ଗରିବଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ ତଥା ସହାୟତାମୂଳକ ପଦକ୍ଷେପ ନେଉଥିବାବେଳେ ଏହାର ଲାଭ କିଏ ପାଉଛି ? ସତରେ କ’ଣ ଜଣେ ହିତାଧିକାରୀ ଏହି ସମସ୍ତ ସୁବିଧା ପାଇପାରୁଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁର ଜିଲ୍ଲାର ନାକ୍‌ଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଡଇଁଚା ଗ୍ରାମର ନିବାସୀ ହେଉଛନ୍ତି ଶେଷଦେବ ପଧାନ। ଆଜି ବି ସେ ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି। ୬ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ସଂସାର। ଗରିବ ଖଟିଖିଆଙ୍କ ପାଇଁ ସରକାରଙ୍କ ତରଫରୁ ପୁଞ୍ଜା ପୁଞ୍ଜା ଯୋଜନା ରହିଥିବାବେଳେ ଶେଷଦେବଙ୍କ ପାଇଁ ଏସବୁ ସ୍ବପ୍ନ ପାଲଟିଛି। ପକ୍କା ଘରଟିଏ…

Read More

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ 35 କିଲୋ ସୁନା ଦାନ କରିଛନ୍ତି। ଭକ୍ତଜଣକ ଦିଲ୍ଲୀର ବୋଲି ଜଣାପଡିଛନ୍ତି। ଭାରତୀୟ ବଜାରରେ ଏହି ସୁନାର ମୂଲ୍ୟ ପାଖାପାଖି 14 କୋଟି ଟଙ୍କାର ହେବ ବୋଲି ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ଜଣେ ଭକ୍ତ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି। ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଦେଶର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ। ଏଠାକୁ ପ୍ରତିବର୍ଷ ଭକ୍ତମାନେ କୋଟି କୋଟି ଟଙ୍କା ଦାନ କରିଥା’ନ୍ତି। ମହାରାଷ୍ଟ୍ରର ସବୁଠୁ ଧନୀ ମନ୍ଦିର ଭାବେ ଏହି ମନ୍ଦିରଟି ପରିଚିତ । ଏହି ଦାନ ସୁନାରେ ମନ୍ଦିରର କବାଟ ଓ ଛାତର କାର୍ଯ୍ୟ କରାଯିବ। (ଏଜେନ୍ସି)

Read More

ସୁରତ : ଗୁଜୁରାଟର ସୁରତଠାରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ସୁରତର ଏକ ରଘୁବୀର ଟେକ୍ସଟାଇଲ୍‌ ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ 57ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରୁଥିବାର ଜଣାପଡିଛି । ତେବେ ଏହି  ଘଟଣାରେ କୌଣସି ଜୀବନ ହାନି ହୋଇନଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ମିଳିଛି। 10 ମହଲା ବିଶିଷ୍ଟ କପଡ଼ା ବଜାରରେ ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣାପଡିନଥିବାବେଳେ ଏହି ଘଟଣାର ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ  ଘଟି ଧନ-ଜୀବନ ନଷ୍ଟ ହୋଇଥିଲା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆସନ୍ତା ଜୁନ ୧ରୁ ‘ଏକ ଦେଶ ଏକ ରାସନକାର୍ଡ’ ନିୟମ ଲାଗୁ ହେବ। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାସନକାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ। ସେ କହିଛନ୍ତି ଯେ, ଜୁନ ୧ରୁ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବ। ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାଶନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ କରିଥିଲେ। ଏହି ନିୟମ ଆଧାରରେ ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଲାଗୁ କରାଯାଇଥିଲା।

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବାର ଅନ୍ତିମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସମେତ ବଡ ବଡ ନେତାମାନେ ନାମାଙ୍କନ ଭରିବେ । ଗତକାଲି ରୋଡ୍‌ ଶୋ’ ରେ ଫସିଯିବା ଯୋଗୁଁ ଅରବିନ୍ଦ କେଜରୀଓ୍ବାଲ ନାମାଙ୍କନ ଭରିପାରିନଥିଲେ । ସେହିପରି ଆଜି ମୋଡେଲ୍‌ ଟାଉନ୍‌ ଆସନରୁ ବିଜେପି ପ୍ରାର୍ଥୀ କପିଲ୍‌ ମିଶ୍ରା ଆଜି ନାମାଙ୍କନ ଭରିବେ । ଇତିମଧ୍ୟରେ ଅରିବନ୍ଦ କେଜରୀଓ୍ବାଲଙ୍କ ବିପକ୍ଷରେ ନୂଆଦିଲ୍ଲୀ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଅନ୍ତିମ ସମୟରେ ବିଜେପି ସୁନୀଲ୍‌ ଯାଦବଙ୍କୁ ଛିଡା କରାଇଥିବାବେଳେ କଂଗ୍ରେସ ରମେଶ ସଓ୍ବରବାଲଙ୍କ ଠିଆ କରାଯାଇଛି । ବିଜେପି ନାମାଙ୍କନ ଭରିବାର ଅନ୍ତିମ ଦିବସରେ 10ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିଛି । ବିଜେପି ହରିନଗର ବିଧାନସଭା ଆସନରୁ ତେଜିନ୍ଦର ବଗ୍‌ଗାଙ୍କୁ ଟିକେଟ ଦେଇଛି । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ସହଯୋଗୀ ଦଳ ଅକାଳୀ…

Read More

ସମୀକ୍ଷା ବ୍ୟୁରୋ ବୌଦ୍ଧ : ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍‌ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ପରିବା ବୋଝେଇ ଟ୍ରକ୍‌ ସହ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବୌଦ୍ଧର ହୋଇଥିବାବେଳେ ଅନ୍ୟଜଣକ ଖୋର୍ଦ୍ଧାର ବୋଲି ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ବୌଦ୍ଧ : ଦୁଇ ଦଫା ଦାବି ନେଇ ଆଜି 12 ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଖୋର୍ଦ୍ଧା – ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପୂଜା ସଂଗ୍ରାମ ସମିତି ଏହି ବନ୍ଦ ଡାକରା ଦେଇଛି । କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଉଚିତ ଦର, କ୍ୟାମ୍ପ୍‌ କୋର୍ଟ ଖୋଲିବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ସମିତି ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାବେଳେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି ।

Read More