Author: Samikhsya Bureau

ତେଲୁଗୁ ବ୍ଲକ୍‌ବଷ୍ଟର ଅର୍ଜୁନ୍‌ ରେଡ୍ଡୀର ତାମିଲ ରିମେକ୍‌ ଆଦିତ୍ୟ ବର୍ମାର ଟିଜର ରିଲିଜ୍‌ ହୋଇଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ବାଲା ଫିଲ୍ମରୁ ଓହରି ଯାଇଥିବା ବେଳେ ବର୍ତ୍ତମାନ ନୂତନ ନିର୍ଦ୍ଦେଶକଙ୍କ ସହିତ ଆଉଥରେ ସୁଟିଂ ହୋଇ ଏହାର ଟିଜର୍‌ ରିଲିଜ୍‌ ହୋଇଛି । ବର୍ତ୍ତମାନ ରିଲିଜ୍‌ ହୋଇଥିବା ଟିଜର୍‌ ସମ୍ପୁର୍ଣ୍ଣ ଭାବରେ ମୂଳ ଫିଲ୍ମ ସହିତ ସମାନ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗିରିସାୟା । ଗିରିସାୟା ଅର୍ଜୁନ ରେଡ୍ଡୀର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଫିଲ୍ମରେ କେବଳ ଧ୍ରୁବ୍ ବିକ୍ରମ ଏବଂ ମ୍ୟୁଜିକ୍‌ ଡିରେକ୍ଟର ରାଧାନ୍‌ଙ୍କୁ ରଖିଥିବା ବେଳେ ସମ୍ପୂର୍ଣ୍ଣ ନୂତନ ଷ୍ଟାରକାଷ୍ଟ ସହିତ ଏହି ଫିଲ୍ମର ସୁଟିଂ କରାଯାଇଛି । ଧ୍ରୁବଙ୍କ ବ୍ୟତୀତ ବନିତା ସାନ୍ଧୁ ଏହି ଫିଲ୍ମ ଜରିଆରେ ତାମିଲ ଡେବ୍ୟୁ କରିଛନ୍ତି । ମୂଳ ଫିଲ୍ମରେ ଜିଆ ଶର୍ମା ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ପ୍ରିୟା ଆନନ୍ଦ ।

Read More

ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି ଯେ, ରାମ ମନ୍ଦିର ନିର୍ବାଚନୀ ମୁଦ୍ଦା ନୁହେଁ,  ପ୍ରଥମେ ରାମ ମନ୍ଦିର ପରେ ସରକାର ବୋଲି ନାରା ଦେଇଥିବାର ଉଦ୍ଧବ କହିଛନ୍ତି । ରାମମନ୍ଦିରର ବିଷୟ ବର୍ଷ ବର୍ଷ ଧରି କୋର୍ଟରେ ରହିଛି । ଏହାଉପରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି କିନ୍ତୁ ଆମ ପାଖରେ ଏବେ ମଜବୁତ୍‌ ସରକାର ରହିଛି । ଆମର ସମ୍ପୂର୍ଣ୍ଣ ଭରସା ରହିଛି  କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ।  ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବ‌ାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣରେ ମଧ୍ୟ ଆମେ ଆଗକୁ ଆସିଛୁ । ରାମ ମନ୍ଦିର ଅଯୋଧ୍ୟରେ…

Read More

ବିହାରର ମୁଜାଫରପୁରରେ ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହୋଇ ମୃତଶିଶୁଙ୍କ ସଂଖ୍ୟା ୮୪ ହୋଇଛି । ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ ସ୍ଥିତିର ସମୀକ୍ଷା କରିବା ସହିତ  ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।  ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଆଖି ସାମ୍ନାରେ ୫ ବର୍ଷର ଶିଶୁ ଏହି ଜ୍ବରରେ ମୃତ୍ୟୁ ବରଣ କରିଛି । ଜୁନ୍‌ ୧ରୁ ୧୭୮ ଶିଶୁ ଏସ୍‌କେଏମ୍‌ସିଏଚ୍‌ରେ ଏବଂ ୭୨ ଶିଶୁ କେଜ୍‌ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଶିଶୁଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪.୪ ଲକ୍ଷଟଙ୍କା ଅନୁକମ୍ପାରାଶିର ଘୋଷଣା କରିଛନ୍ତି ।

Read More

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିରୋଧୀ ରହିଥିବା ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ରାଧାକ୍ରିଷ୍ଣା ଭିଖେ ପାଟିଲଙ୍କୁ ମନ୍ତ୍ରୀ ପଦ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ମୁମ୍ବାଇ ବିଜେପି ସଭାପତି ଆଶିଷ ସେଲାର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଭିଖେ ପାଟିଲ, ଆଶିଷ ସେଲାର, ଜଦ୍ୟୁତ୍‌ କ୍ଷୀରସାଗର, ଡ. ସଞ୍ଜୟ କୁଟେ, ସୁରେଶ ଦଗାଡୁ ଖାଡେ, ଡ. ଅନୀଲ ବୋଣ୍ଡେ, ଡ. ଅଶୋକ ଉଇକେ ଏବଂ ତାନାଜୀ ସାଓ୍ବନ୍ତ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୨୦୧୮ରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଣ୍ଡକରଙ୍କ ଦେହାନ୍ତ ପରେ ଏହି ସମ୍ପ୍ରସାରଣ ସହିତ ଫଡନବିସ୍‌ ସରକାରଙ୍କ ମନ୍ତ୍ରୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।

Read More

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍ ୨୦୨୧ ମସିହାରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କରିଛନ୍ତି। ହରିଦ୍ବାରରେ ଅନୁଷ୍ଠିତ ଏହି ମେଳା ନିମନ୍ତେ ଏକ କାଳୀନ ୫ ହଜାର କୋଟିର ଅର୍ଥରାଶି ଦାବି କରିଛନ୍ତି। ରାଓ୍ବତ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କୁମ୍ଭ ମେଳାରେ ୧୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଜଣାପଡିଛି। ଏହି ଅର୍ଥ ରାଶି ୨୦୨୦ ସୁଦ୍ଧା ପ୍ରଦାନ କରିବା ପାଇଁ ସୀତାରମଣଙ୍କୁ ନିବେଦନ କରିଛନ୍ତି।

Read More

ରାଜସ୍ଥାନର ସୁମନ ରାଓ ୨୦୧୯ର ମିସ୍‌ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍‌ ହାସଲ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ  ଗ୍ରାଣ୍ଡ ଫିନାଲେରେ ସୁମନ୍‌ ଏହି ଆଓ୍ବାର୍ଡ ହାସଲ କରିଛନ୍ତି । ସେ  ୨୦୧୯ ମିସ୍‌ ଓ୍ବାଲ୍ଡ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ । ୨୦୧୮ର ମିସ୍‌ ଇଣ୍ଡିଆ ଅନୁକ୍ରିତି ବ୍ୟାସ୍‌ ତାଙ୍କୁ ମିସ୍‌ ଇଣ୍ଡିଆ ଟାଇଟଲ୍‌ରେ ଅଭିଷିକ୍ତ କରିଥିଲେ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌ ହୋଇଛନ୍ତି ତେଲେଙ୍ଗାନାର ସଞ୍ଜନା ଭିଜ୍‌ ସେହିପରି ବିହାରର ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟ୍‌ ଓ ଛତିଶଗଡ଼ର ଶିବାନୀ ଯାଦବ୍‌ ମିସ୍‌ ଗ୍ରାଣ୍ଡ୍‌ ୨୦୧୯ର ଟାଇଟଲ୍‌ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କୋରିଓଗ୍ରାଫର୍‌ ରେମୋ ଡିସୁଜା, ଅଭିନେତ୍ରୀ ହ୍ୟୁମା କୁରେସୀ, ଚିତ୍ରାଙ୍ଗଦା ସିଂ, ଫ୍ୟାଶନ୍‌ ଡିଜାଇନର୍‌ ଫାଲ୍‌ଗୁନୀ ସେନ୍‌ ପିକକ୍‌ ଓ ଭାରତୀୟ ଫୁଟବଲର୍‌ ସୁନୀଲ୍‌ ଛେତ୍ରୀ ପ୍ରମୁଖ ସାମିଲ୍‌ ହୋଇଥିଲେ । ଆୟୋଜିତ ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ…

Read More

ସଂସଦୀୟ ବୈଠକର ଗୋଟିଏ ଦିନ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ରବିବାର ସଂସଦ ପରିସରରେ ଦେଶର ବିଭିନ୍ନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୁରୁଖୁରୁରେ ସଂସଦର ଉଭୟ ଗୃହର ପରିଚାଳନା ନେଇ ବିରୋଧୀ ଦଳଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡିଛି। ଏହି ଆଲୋଚନାରେ ଟ୍ରିପଲ୍‌ ତଲାକ୍‌, ଶିକ୍ଷକ ସଂରକ୍ଷଣ ବିଲ୍‌, ଆଧାର ବିଲ୍‌ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ସୋମବାରରୁ ଲୋକସଭାର ପ୍ରଥମ ଅଧିବେଶମନ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ସହିତ ଜୁଲାଇ ୫ରେ ବଜେଟ୍‌ ଉପସ୍ଥାପନ କରାଯିବ। ଜୁନ୍‌ ୧୯ ତାରିଖରେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ କରାଇବା ସହିତ ବାଚସ୍ପତି ନିର୍ବାଚନ ମଧ୍ୟ କରାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍‌ ୨୦ ତାରିଖରେ…

Read More

ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଅଧୀନରେ ରହିଥିବା ଦୁର୍ନୀତି ନିବାରଣ ବିଭାଗ (ଏସିବି) ପକ୍ଷରୁ ଶ୍ରୀନଗର ନଗର ପାଳିକାର ଡେପୁଟି ମେୟରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି। ଡେପୁଟି ମେୟର ଶେଖ୍‌ ଇମ୍ରାନଙ୍କ ସମେତ ଜମ୍ମୁ କାଶ୍ମୀର ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନାମରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି। ଶେଖ୍‌ ଇମ୍ରାନ୍‌ଙ୍କ ଫାର୍ମ କେହଓ୍ବା ଗ୍ରୁପ୍‌କୁ କୋଟି କୋଟି ଟଙ୍କାର ସବ୍‌ସିଡି ଛାଡ କରାଯିବା ନେଇ ଏହି ମାମଲା ରୁଜୁ କରାଯାଇଛି। ପୁଲଓ୍ବାମାର ଲସ୍ସିପୋରାରୁ ଏସିବିର ଜଣେ ଅଧିକାରୀ ଇମ୍ରାନ ଏବଂ ଅନ୍ୟ ମାନଙ୍କ ନାମରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲା ଦାୟର କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏସିବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେହଓ୍ବା ଗ୍ରୁପ୍‌ ୧୩୮ କୋଟି ଟଙ୍କାର ଋଣ ନେଇଥିଲା। ବ୍ୟାଙ୍କ ପକ୍ଷରୁ ଏହାକୁ ପ୍ରଥମେ ୭୮ କୋଟିକୁ ହ୍ରାସ କରାଯାଇଥିଲା। ପରବର୍ତ୍ତୀ ଦୁଇଟି କିସ୍ତିରେ ଏହାକୁ ୫୫ କୋଟି…

Read More

ଆମେରିକାକୁ ତାହାର ନିଜ ଭାଷାରେ ଜବାବ ଦେଇଛି ଭାରତ। ଭାରତ ପକ୍ଷରୁ ଆମଦାନୀ କରାଯାଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ଏହା ଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ନିଜର ଏକ ପୁରୁଣା ଅଧିସୂଚନାକୁ ସଂଶୋଧିତ କରି ଗତକାଲି ନୂଆ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଆଇସି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆମେରିକାରେ ଉତ୍ପାଦିତ ହେଇଥିବା ୨୮ଟି ଉତ୍ପାଦ ଉପରେ ଟିକସ ଲଗାଯିବ। ତେବେ ଅନ୍ୟ ଦେଶର ଉତ୍ପାଦ ଉପରେ କର ଅପରିବର୍ତିତ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ମିଲିୟନ୍‌ ଡଲାର ରହିଥିଲା। ଏହି ସମୟରେ ୨୬.୭ ମିଲିୟନ୍‌…

Read More

ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ। ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମୁକାବିଲାରୁ ଦର୍ଶକ ଏକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମୁକାବିଲା ଆଶା କରୁଛନ୍ତି। ଦୁଇ ଦେଶର ମୁକାବିଲାରେ ଭାରତ ଆଗୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହେବାକୁ ଚେଷ୍ଟା କରିବ ବିରାଟ କୋହଲିଙ୍କ ଭାରତୀୟ ଦଳ। ପୂର୍ବରୁ ଉଭୟ ଦଳ ପରସ୍ପର ସହିତ ବିଶ୍ବକପ୍‌ରେ ୬ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ସମସ୍ତ ଥର ବାଜି ମାରି ନେଇଛି। ଏହି ମୁକାବିଲାରେ ବିଜୟୀ ହୋଇ ଭାରତ ୭-୦ ର ଲକ୍ଷ୍ୟ ରଖିଛି। ପାକିସ୍ତାନ ପକ୍ଷରୁ ଭେଟେରାନ୍‌ ସୋଏବ ମଲ୍ଳିକ, ଫକର ଜମାନ ଏବଂ ମହମ୍ମଦ ଆମିରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍‌ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମାଞ୍ଚେଷ୍ଟର ପିଚ୍‌ ସର୍ବଦା ପେସ୍‌…

Read More

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଶନିବାର ବିଳମ୍ବିତ ରାତ୍ରିରେ ମୁଖ୍ୟମନ୍ତ୍ରୀ ଏବଂ ଡାକ୍ତରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଡାକ୍ତର ମାନେ କାର୍ଯ୍ୟରେ ଯୋଗଦାନ କରିବେ ନାହିଁ ବୋଲି କହିଥିଲେ। ମମତାଙ୍କ ପକ୍ଷରୁ କରାଯାଇଥିବା ପ୍ରଚେଷ୍ଟା ଯଥେଷ୍ଟ ନୁହେଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦାନ ପାଇଁ ବାଧ୍ୟ କରି ପାରିବେ ନାହିଁ ବୋଲି ମମତା କହିଛନ୍ତି। ଏହା ସହିତ ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। ଏହା ସହିତ ଡାକ୍ତର ମାନେ ଗୁରୁତର ଆହତ ରୋଗୀ ମାନଙ୍କର ଚିକିତ୍ସା କରିବା ଉଚିତ୍ ବୋଲି କୋଲକାତା ନାଗରିକ ସଂଘ ପକ୍ଷରୁ କୁହାଯାଇଛି।

Read More

ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଅଂଶୁଘାତରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଔରଙ୍ଗାବାଦରେ ସର୍ବାଧିକ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୟାରେ ୭ଜଣ ଏବଂ ନୱାଦାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ୭୦ରୁ ଅଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଔରଙ୍ଗାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେନ୍ଦ୍ର କୁମାର ସିଂହ କହିଛନ୍ତି ମୁଣ୍ଡବିନ୍ଧା, ଡିହାଇଡ୍ରେସନ ଏବଂ ପ୍ରବଳ ମୁଣ୍ଡ ବୁଲାଇବା ଆଦିରେ ଆକ୍ରାନ୍ତ ହୋଇ ୩୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ଗତ ୩ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଗତକାଲି ପାଟନା, ଗୟା, ଔରଙ୍ଗାବାଦ, ନୱାଡା ଏବଂ ଡେହେରୀରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନ ଯାଏ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Read More

କେଦାର ମିଶ୍ର ନବୀନ ପଟ୍ଟନାୟକ ସରକାର ପାଞ୍ଚଥର ଲୋକଙ୍କ ଦ୍ଵାରା  ନିର୍ବାଚିତ ହେବା ପଛରେ ଗୋଟେ ବଡ କାରଣ ହେଉଛି, ଗତ ୨୦ ବର୍ଷ ଭିତରେ ସରକାର ବିରୋଧରେ ବଡ ଦୁର୍ନୀତି ବା ଭ୍ରଷ୍ଟାଚାରର ଅଭିଯୋଗ ଆସିନାହିଁ। ତେବେ ଏହାର ଅର୍ଥ କଣ ଓଡିଶାରେ ଏକ ଦୁର୍ନୀତିମୁକ୍ତ ସରକାର ଚାଲିଛି? ଏ ପ୍ରମାଣପତ୍ର ଦେବା ମଧ୍ୟ ସହଜ ନୁହେଁ। ଗତ ୨୦ ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସରକାରରେ ଥିବା ଲୋକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗରେ ନିଜର ମନ୍ତ୍ରୀମାନଙ୍କୁ ବିଦା କରିଛନ୍ତି। ତେବେ ସରକାରରେ ଥିବା ଲୋକ ଦୁର୍ନୀତି କରିବା ଓ ସରକାର ଦୁର୍ନୀତିଗ୍ରସ୍ତ ହେବା ଦୁଇଟି ଅଲଗା ଜିନିଷ ବୋଲି ଲୋକେ ବିଶ୍ଵାସ କରିଛନ୍ତି। କୌଣସି ଭ୍ରଷ୍ଟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠି ପାରିନାହିଁ। ଚିଟ ଫଣ୍ଡ ଓ ଖଣି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟକୁ ଯୋଡିବାର ପ୍ରୟାସ ଯଦିଓ…

Read More

ଆସନ୍ତା ଜୁଲାଇ 5 ତାରିଖରେ ଓଡିଶାର 3ଟି ଆସନ ପାଇଁ ହେବ ରାଜ୍ୟସଭା ଉପନିର୍ବାଚନ। ଏହି ତିନି ଆସନରୁ ପ୍ରତାପ ଦେବ ଓ ସୌମ୍ୟରଂଜନ ପଟ୍ଟନାୟକ ବିଧାୟକଏବଂ ଅଚ୍ୟୁତ ସାମନ୍ତ ସାଂସଦ ହେବା ପରେ ଇସ୍ତଫା ଦେଇଥିଲେ। ସେହିପରି ଅନୁଭବ ମହାନ୍ତି ସାଂସଦ ହେବା ପରେ ସେ ମଧ୍ୟ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ତାଙ୍କର ସମୟ ସୀମା ଶେଷ ହେବାକୁ ଆଉ ମାତ୍ର 9 ମାସ ଥିବାରୁ ସେହି ଆସନରେ ନିର୍ବାଚନ ହେବ ନାହିଁ। ନିୟମ ଅନୁସାରେ ଯେଉଁ ଆସନରେ ଏକ ବର୍ଷରୁ କମ ସମୟ ଥିବା ସେଠାରେ ଆଉ ଉପ ନିର୍ବାଚନ ହେବ ନାହିଁ। ପ୍ରତାପ ଦେବଙ୍କ କାର୍ଯ୍ୟକାଳ 2022 ରେ ଶେଷ ହେଉଥିବା ବେଳେ, ଅଚ୍ୟୁତ ଓ ସୌମ୍ୟରଂଜନଙ୍କ 2024ରେ ଶେଷ ହେଉଥିଲା। ହେଲେ ଅନୁଭବଙ୍କ 2020 ରେ ଶେଷ ହେଉଛି। ବର୍ତ୍ତମାନ ଏକାଥରେ ତିନି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ହେଉଥିବାରୁ ସଂଖ୍ୟା ଅନୁସାରେ…

Read More

ଶନିବାର ଦିନ ଏକ ପ୍ରେସ୍‌ମିଟ୍‌ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ଧର୍ମଘଟ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିବା ସହିତ ତାଙ୍କର ସମସ୍ତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଥିବାର କହିଛନ୍ତି । ଜଣେ ରୋଗୀର ପରିବାର ଦ୍ବାରା ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପଶ୍ଚିମବଙ୍ଗର ସମସ୍ତ ଡାକ୍ତରମାନେ ନ୍ୟାୟ ପାଇଁ ଧର୍ମଘଟ କରିଥିଲେ । ଏହି ଧର୍ମଘଟକୁ ସିନିଅର ଡାକ୍ତରମାନେ ସମର୍ଥନ କରିବା ସହିତ ରାଜ୍ୟ ବାହାରର ଡାକ୍ତରମାନେ ମଧ୍ୟ ନିଜର ସହଯୋଗିତା ଦେଖାଇଥିଲେ ।  ପାଞ୍ଚ ଦିନ ଧରି ଡାକ୍ତରମାନଙ୍କ ଧର୍ମଘଟ ପାଇଁ ସାରା ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ବିପନ୍ନ ହୋଇଯାଇଥିଲା । ଏହି ଘଟଣା ପାଇଁ ଗୃହ ମନ୍ତ୍ରାଳୟ ମଧ୍ୟ ମମତା ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ…

Read More

ରେଳ ବିଭାଗ ତରଫରୁ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ ବୋଲି କହିବା ସହିତ ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇ ଥିଲା। ସେହିପରି ଇନ୍ଦୋର ରେଳଷ୍ଟେନ୍‌ରେ ମସାଜ୍‌ ପାର୍ଲର ଖୋଲାଯିବ କି ବୋଲି ରେଳମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ସୁମିତ୍ରା ମହାଜନ ।

Read More

ରାଷ୍ଟ୍ରପତି ଭବନରେ ନିତି ଆୟୋଗର ପଞ୍ଚମ ବୈଠକ ସମାପିତ ହୋଇଯାଇଛି । ନିଜର ଅଭିଭାଷଣରେ ମୋଦି 2024 ସୁଦ୍ଧା ଭାରତକୁ ଏକ 5 ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ମୋଦି କହିଥିଲେ, ଏହି ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ମାତ୍ର ଏହି ଲକ୍ଷ୍ୟ ହାସଲ କରାଯାଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ରାଜ୍ୟର ସହଯୋଗ ଆବଶ୍ୟକ ବୋଲି ମୋଦି କହିଥିଲେ । ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରିବା ପାଇଁ ଜିଲ୍ଲାସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୋଦି କହିଥିଲେ । ସମସ୍ତ ବିକାଶଶୀଳ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧିରେ ରପ୍ତାନୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତେଣୁ ଏ ଦିଗରେ ମଧ୍ୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍‌ ବୋଲି ମୋଦି ଆହ୍ବାନ କରିଥିଲେ । ଦେଶରୁ ଦାରିଦ୍ର୍ୟ ଦୂରୀକରଣ…

Read More

ବଲିଉଡ୍‌ରେ ପୁରୁଣା ଲୋକପ୍ରିୟ ହିନ୍ଦୀ ଗୀତଗୁଡ଼ିକ ରିମେକ୍‌ କରିବା ଏବେ ଏକ ନୂଆ ଟ୍ରେଣ୍ଡ୍‌ ହୋଇଛି । ଏହି କ୍ରମରେ ବଲିଉଡ୍‌ ଖିଲାଡିଷ୍ଟାର୍‌ ଅକ୍ଷୟକୁମାରଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରହିଛି । ‘ମୋହରା’ ଫିଲ୍ମର ଲୋକପ୍ରିୟ ଗୀତ ‘ଟିପ୍‌ ଟିପ୍‌ ବରଷା ପାନି’କୁ ଏହି ଫିଲ୍ମରେ ପୁଣିଥରେ ଚିତ୍ରାୟିତ କରାଯିବ । ଏହି ଫିଲ୍ମରେ ରବୀନାଙ୍କ ସହ ଅକ୍ଷୟ କୁମାର ରହିଥିବାବେଳେ ନୂଆ ରିମେକ୍‌ ସଙ୍ଗ୍‌ରେ ଅକ୍ଷୟଙ୍କ ସହ ମିସ୍‌ କୈଫ୍‌ ନଜର ଆସିବେ । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍‌ ଅଭିନୟ କରୁଛନ୍ତି । ତେବେ ପୂର୍ବରୁ ଅକ୍ଷୟ ଓ କ୍ୟାଟ୍ରିନା ‘ହମ୍‌କୋ ଦିଓ୍ବାନା କରଗୟୀ’ ‘ସିଙ୍ଗ ଇଜ୍‌ କିଙ୍ଗ୍‌’ , ‘ଦେ ଦନା ଦନ’, ‘ଓ୍ବେଲକମ୍‌’ ପରି ଫିଲ୍ମ କରିସାରିଛନ୍ତି । ଏହି ଫିଲ୍ମଟି ୨୦୨୦ ଇଦ୍‌ରେ ରିଲିଜ୍‌ ହେବ ବୋଲି ସୂଚନା ରହିଥିଲା । ଏହି ଫିଲ୍ମ ସହିତ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ…

Read More

ପଶ୍ଚିମବଙ୍ଗରେ ଜାରି ରହିଛି ଡାକ୍ତରଙ୍କ ଧର୍ମଘଟ । ଧର୍ମଘଟ କରୁଥିବା ଜୁନିଅର ଡାକ୍ତରମାନେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମମତା କ୍ଷମା ମାଗିବାକୁ ସେମାନେ ଦାବି କରିଛନ୍ତି । ଶନିବାର ଦିନ ରାଜ୍ୟ ସଚିବାଳୟରେ ଜୁନିଅର୍‌ ଡାକ୍ତରଙ୍କ ସହ ବୈଠକ କରିବା ପାଇଁ ମମତା ବାନାର୍ଜୀ ଅଫର୍‌ ଦେଇଥିଲେ । ଶୁକ୍ରବାର ଦିନ ଏହି ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ଡାକ୍ତରମାନେ ମମତାଙ୍କ କ୍ଷମା ଯାଚନା ସହ ରାଜ୍ୟ ସରକାରଙ୍କ ସମ୍ମୁଖରେ ୬ଟି ସର୍ତ୍ତ ରଖିଥିଲେ । ଏହି ଧର୍ମଘଟକୁ ବରିଷ୍ଠ ଡାକ୍ତରମାନେ ମଧ୍ୟ ସମର୍ଥନ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ମମତାଙ୍କ ଏହି ଧର୍ମଘଟ ବନ୍ଦ କରିବା ପାଇଁ ଚେଷ୍ଟା କରିବା ସହିତ ମମତା ଏହାକୁ ସମ୍ମାନର ପ୍ରସଙ୍ଗ ନ କରନ୍ତୁ ବୋଲି ଚିଠି ଲେଖି ଥିଲେ । ଏହି ଘଟଣା ନେଇ ଗୃହମନ୍ତ୍ରାଳୟ ତରଫରୁ ମଧ୍ୟ ମମତା ସରକାରଙ୍କୁ ନୋଟିସ୍‌…

Read More

ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏହି ଘଟଣାରେ ୩ ଜଣ ତୃଣମୂଳ କର୍ମୀ ନିହତ ହୋଇଛନ୍ତି। ଏକ ବାଇକ୍‌ରେ ଆସି କିଛି ଅଜଣା ଆତତାୟୀ ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ। ଦୋମକାଲର କୁଚିୟାମୋରା ଗ୍ରାମରେ ଏହି ସଙ୍ଘର୍ଷ ଘଟିଛି। ଦୁଇ ମୃତ ବ୍ୟକ୍ତିଙ୍କ ପରିବାର ଏହି ଘଟଣା ପଛରେ ବିଜେପିର ହାତ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଦୋମକାଲ ପୋଲିସ୍‌ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାରେ ତୃଣମୂଳ କର୍ମୀ ନିହତ ହୋଇଥିବାର ଖବର ମିଳିଥିବା ବେଳେ ଏହାକୁ ନେଇ ତଦନ୍ତ ଜାରି ରହିଛି। ପୋଲିସ୍‌ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢାଉ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ।

Read More

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଗୃହ ମନ୍ତ୍ରାଳୟ ଏହି ଧର୍ମଘଟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ୍‌ ଜାରି କରିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍‌ ଜାରି କରିବା ସହିତ ଏହି ସମ୍ପର୍କିତ  ତୁରନ୍ତ ଏକ ରିପୋର୍ଟ ଦେବାକୁ ତଲବ କରିଛନ୍ତି। ଏହି ନୋଟିସ୍‌ରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି। ପଶ୍ଚିମବଙ୍ଗ ବ୍ୟତୀତ ଏହି ଧର୍ମଘଟରେ ଅନ୍ୟ ରାଜ୍ୟର ଡାକ୍ତରମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି। କେନ୍ଦ୍ର ମମତାଙ୍କୁ ଏହାର କାରଣ ଦର୍ଶାଇବା ସହିତ ଧର୍ମଘଟକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ଉପରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ପୂର୍ବରୁ ମଧ୍ୟ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗରେ ହେଉଥିବା ଅଶାନ୍ତି ବାତାବରଣକୁ ନେଇ ନୋଟିସ୍‌ ପଠାଇଥିଲେ। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଦୁଇ ନବଜାତଙ୍କ ବିନା ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ଏବେବି ପଶ୍ଚିମବଙ୍ଗରେ ମମତା ସରକାର –…

Read More