ଆସନ୍ତା ୧୦ ତାରିଖରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା: ଜାଣନ୍ତୁ କେତେ ଦିନ ଲାଗିବ କଟକଣା

Published: Jan 7, 2022, 7:20 pm IST

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି। ଧୀରେ ଧୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ଏବେ ତୃତୀୟ ଲହରୀ ଆରମ୍ଭ ହୋଇଯାଇଥିବା କହୁଥିବା ବେଳେ ଓଡିଶାରେ ମଧ୍ୟ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଶୀତ ଦିନେ ରାଜ୍ୟକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବାରୁ କରୋନା ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ତେଣୁ ରାଜ୍ୟସରକାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଉଛି। ରାତି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

କିନ୍ତୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ କରୋନା ସଂକ୍ରମଣ ଭୟ ଦେଖାଯାଉଛି। ସେଥିପାଇଁ ଆସନ୍ତା ୧୦ ତାରିଖ ଠାରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Related posts