ରାଜଧାନୀରେ ନିଆରା ହୋଲି: ହଳଦୀ, ଚନ୍ଦନ ଓ ମୁଲତାନୀ ମାଟିରେ ପାଳନ କଲେ ହୋଲି

Published: Mar 10, 2020, 8:57 pm IST

ଭୁବନେଶ୍ୱର,ଚାରିଆଡେ ଚାଇନ ରଂଗର ଭୟ ଯୋଗୁଁ ବିଭିନ୍ନ ସ୍ଥାନରେ ଏଥର ପ୍ରାକୃତିକ ରଂଗରେ ପାଳନ ହୋଇଛି ହୋଲି ଉତ୍ସବ। ଏହି ପରିପ୍ରେକ୍ଷୀରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟିରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ହୋଲି ପର୍ବ ମଧୁରମୟୀ ଶିକ୍ଷାନିକେତନର ପିଲାମାନଙ୍କ ସହ ଖେଳାଯାଇଥିଲା ।

ସମର୍ପିତର ପ୍ରତିଷ୍ଠାତା ସମ୍ପାଦକ ସଦାଶିବ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପିତର ଉପଦେଷ୍ଟା, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣର ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ, ହ୍ୟୁମାନ ରାଇଟସ୍ ପ୍ରୋଟେକ୍ସନର ଅଧ୍ୟକ୍ଷା ଇନ୍ଦିରା ଦାଶ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଓ ଉଠା ଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଉପସ୍ଥିତ ଅତିଥିମାନେ ସମର୍ପିତର ସଦସ୍ୟ ସଦସ୍ୟାମାନଙ୍କ ସହ ମିଶି ମଧୁରମୟୀ ଶିକ୍ଷାନିକେତନର ଅନ୍ତେବାସୀ ମାନଙ୍କ ସହ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ହଳଦୀ, ଚନ୍ଦନ ଓ ମୁଲତାନୀ ମାଟିରେ ପ୍ରସ୍ତୁତ ରଙ୍ଗରେ ହୋଲି ପର୍ବ ପାଳନ କରିଥିଲେ । ଏହି ଅବସରରେ ସମର୍ପିତ ତରଫରୁ ପିଲାମାନଙ୍କୁ ମିଷ୍ଟାନ୍ନ ଓ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିôଲା । କାର୍ଯ୍ୟକ୍ରମକୁ ସମର୍ପିତ ସୋସିଆଲ ଫାଉଣ୍ଡେସନର ସମସ୍ତ ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ ।

Related posts