ଅମ୍ଫାନ ବାତ୍ୟା ପରେ ପରେ ଶ୍ରୀମନ୍ଦିରର ଦୃଶ୍ୟ ଥିଲା ଅଦଭୁତପୂର୍ବ, ପୁରୀବାସୀ ଦେଖି ହେଲେ ବିମୋହିତ

Published: May 20, 2020, 10:30 pm IST

ପୁରୀ, ଅମ୍ଫାନ ବାତ୍ୟା ଶେଷରେ ଓଡିଶା ଛାଡିଛି। ହେଲେ ଏଥର ଏହି ବାତ୍ୟା ରାଜ୍ୟରେ କିଛି କ୍ଷୟକ୍ଷତି କରିପାରି ନାହିଁ। ବିଶେଷ କରି ଜଗନ୍ନାଥ ଧାମ ପୁରୀରେ କୌଣସି କ୍ଷତି ଘଟି ନାହିଁ। ହେଲେ ଏହି ବାତ୍ୟା ପରେ ପରେ ଶ୍ରୀମନ୍ଦିରର ଦୃଶ୍ୟ ଯେ କେହି ଦେଖିବ ବିମୋହିତ ହୋଇପଡିବ। କାରଣ ଆଜି ସଂଧ୍ୟାରେ ଶ୍ରୀମନ୍ଦିର ଆକାଶରେ ମେଘ ଭିତରେ ପରିଲକ୍ଷିତ ହୋଇଥିଲା ଲାଲ ବର୍ଣ୍ଣ ଆଲୋକ। ଲାଗୁଥିଲା ସତେ ଯେପରି ଶ୍ରୀମନ୍ଦିରକୁ ବାତ୍ୟାରୁ ରକ୍ଷା କରିବା ପାଇଁ ପ୍ରକୃତି ଏକ ଲାଲ ଚାଦର ଘୋଡେଇ ଦେଇଛି।

କରୋନା ପାଇଁ ବର୍ତ୍ତମାନ ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ସମାଗମ ନାହିଁ। ହେଲେ ସ୍ଥାନୀୟ ଲୋକଙ୍କର ସମାଗମ ପୁରୀ ବଡଦାଣ୍ଡରେ ରହିଛି। ଆଜି ବାତ୍ୟା ପାଇଁ ବଡଦାଣ୍ଡରେ ମଧ୍ୟ ଗହଳି ଚହଳି ନ ଥିଲା। ହେଲେ ଯେଉଁ କେତେଜଣ ଦେଖଣାହାରୀ ଥିଲେ ସେମାନେ ଶ୍ରୀମନ୍ଦିରର ଏପରି ରୂପ ଦେଖି ବିମୋହିତ ହୋଇଯାଇଥିଲେ।

Related posts