ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନଙ୍କୁ ପ୍ରଦାନ କରାଗଲା ଜ୍ଞାନପୀଠ ପୁରସ୍କାର

Published: Sep 24, 2020, 7:16 pm IST

କେରଳ, ପ୍ରଖ୍ୟାତ ମାଲାୟାଲମ୍ କବି ଅକ୍କିଥମ୍ ଅଚ୍ୟୁଥାନ୍ ନାମ୍ବୋଥୀରଙ୍କୁ ପ୍ରଦାନ କରାଯାଇଛି ଜ୍ଞାନପୀଠ ପୁରସ୍କାର। ଆଜି ତାଙ୍କ ବାସଭବନ ‘ଦେବନାମ୍’ରେ କେରଳ ସଂସ୍କୃତି ମନ୍ତ୍ରୀ ଏ. ବାଲାନ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଉତ୍ସବକୁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଲାଇଭ୍ ଦେଖୁଥିଲେ। ୯୩ ବର୍ଷିୟ ଅକ୍କିଥମ ତାଙ୍କ ଘରେ ଏକ ଆର୍ମଚେୟାରରେ ବସି ଏହି ପୁରସ୍କାର ଗ୍ରହଣ କରିଥିଲେ। ଅକ୍କିଥାମ ୪୫ ରୁ ଅଧିକ କବିତା, ନାଟକ ଏବଂ କ୍ଷୁଦ୍ରଗଳ୍ପ ଲେଖିଛନ୍ତି। ସେ ମଧ୍ୟରେ “ଇରୁପାଥମ୍ ନୋଟ୍ଟାଣ୍ଟି ଇଥିହାସମ୍”, “ବାଲିଦାରଶାନମ୍” ଏବଂ “ଧର୍ମ ସୋରିୟାନ୍” ବେଶ୍ ଲୋକପ୍ରିୟ।

Related posts