ବଦଳିଲେ ପୁରୀ ସିଡିଏମଓ, କାର୍ଯ୍ୟରେ ଅବହେଳା ପାଇଁ ୪ଡାକ୍ତର ନିଲମ୍ବିତ

Published: May 18, 2019, 4:25 pm IST
new CDMO in puri and 4 doctor suspended

ପୁରୀରେ ବାତ୍ୟା ଫନି କ୍ଷୟକ୍ଷତିକୁ ଦୂର କରି ପୂର୍ବ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଏହି ସମୟରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବାରୁ ଆଜି ଚାରିଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କୁ ନିଲମ୍ବନ ସହ ଜଣଙ୍କୁ ବଦଳି କରାଯାଇଛି । ବାତ୍ୟା ପରବର୍ତ୍ତୀ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା କରିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାମଚନ୍ଦ୍ର ରାଉତଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନୂଆ ସିଡିଏମଓ ଭାବେ ନିଯୁକ୍ତି ଦିଆଯାଇଛି । ନିଲମ୍ବିତ ହୋଇଥିବା ଚାରି ଡାକ୍ତରଙ୍କ ମଧ୍ୟରେ ରହିଛନ୍ତି ଚିଲିକା ନୂଆପଡ଼ାର ଜାକେଶ ସାମନ୍ତରାୟ ଓ ଡାକ୍ତର ଜାହାନା ପରୱିନ ଏବଂ ବ୍ରହ୍ମଗିରି ବେଣା ନୂଆଗାଁ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ବାପୁଜୀ ନାୟକ ଓ ଡାକ୍ତର ଜସ୍ମିନ ନୀଳିମା ପଣ୍ଡା ।

Related posts