ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କେଦାରନାଥ ଗୁମ୍ଫାରେ ଧ୍ୟାନ କରୁଛନ୍ତି ମୋଦି, ଏହା ପ୍ରକୃତରେ ଭକ୍ତି ନା ହାରିବା ଭୟ ?

Published: May 18, 2019, 7:43 pm IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘଟଣା କ୍ରମେ କେଦାରନାଥ ଯାଇ ଧ୍ୟାନ କରିବା ବର୍ତ୍ତମାନ ସବୁ ଗଣମାଧ୍ୟମର ଏକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ରବିବାର ଦିନ ସକାଳୁ ଦେଶର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହା ପୂର୍ବରୁ ମୋଦିଙ୍କ ଏପରି ମୁଦ୍ରାରେ ବସିବା ତାଙ୍କ ପ୍ରଶଂସକଙ୍କୁ ବେଶ୍ ଉତ୍ସାହିତ କରିଛି। ହେଲେ ସମାଲୋଚକ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ପୂର୍ବ ପର୍ଯ୍ୟାୟ ନିର୍ବାଚନଗୁଡିକରେ ମୋଦି ଯେପରି ସଫଳତା ହାସଲ କରିବା କଥା ତାହା ହୋଇପାରି ନାହିଁ। ଶେଷ ପର୍ଯ୍ୟାୟ ତାଙ୍କ ପାଇଁ ସାହାଭରସା ଭାବି ମୋଦି ଦେବଦେବ ମହାଦେବଙ୍କ ଶରଣ ପଶିଛନ୍ତି ବୋଲି ଆଲୋଚନା ହେଉଛି। ମୁଖ୍ୟତଃ ଏପରି କଷ୍ଟଦାୟକ ଧ୍ୟାନ କରିବା ଦ୍ବାରା କିଛି ସହାନୁଭୂତି ଭୋଟ ମିଳିଯିବ ଭାବି ମୋଦି ଏହା କରିଛନ୍ତି ବୋଲି ସମାଲୋଚକଙ୍କ ମତ।

ଶନିବାର ଦିନ ମୋଦି କେଦାରନାଥ ମନ୍ଦିରରେ ପହଁଚିବା ପରେ ସେ ଚାଲିଚାଲି ଦୁଇ କିଲୋମିଟର ରାସ୍ତାର ପାହାଡ ଚଢିଥିଲେ। ସେଠାରେ ଥିବା ଏକ ଗୁମ୍ଫାରେ ସେ ଧ୍ୟାନ ମଗ୍ନ ଅଛନ୍ତି। କୌତୁହଳର କଥା ମୋଦିଙ୍କ କେଦାରନାଥର ସମସ୍ତ ଗତିବିଧିର ଭିଜୁୟାଲ ଏବଂ ଫଟୋ, ସବୁ ଜାତୀୟ ଗଣମାଧ୍ୟମ ହାସଲ କରିଛନ୍ତି। ଏପରିକି ଅନେକ ଗଣମାଧ୍ୟମ ସଂସ୍କୃତ ଶ୍ଲୋକ ଦେଇ ମୋଦିଙ୍କ ଏପରି ଧ୍ୟାନକୁ ମଧ୍ୟ ବେଶ୍ ପ୍ରଚାର କରିବାରେ ଲାଗିଛନ୍ତି। ତେବେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଯେ, ଏପରି ଧ୍ୟାନ କଲେ ଯଦି ଭୋଟ ମିଳିବାର ସମ୍ଭାବନା ରହିଛି ତେବେ ସାରା ଦେଶ ବୁଲିବୁଲି ଭୋଟ ଭିକ୍ଷା କରିବାର କିଛି ଆବଶ୍ୟକତା ଥିଲା କି ? ଟିୟୁଟରରେ ଏହାକୁ ନେଇ ବହୁତ ଚର୍ଚ୍ଚା ଚାଲୁଛି।

Related posts