5 ଆଫଗାନୀ ନାଗରିକଙ୍କ ସମେତ 15 କୋଟିର ହେରୋଇନ୍‌ ଜବତ

Published: Sep 20, 2019, 9:13 am IST

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୋଲିସ 5 ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରି ସେମାନଙ୍କ ଠାରୁ 15 କୋଟି ମୂଲ୍ୟର ହେରୋଇନ ଜବତ କରିଛି । ଅଭିଯୁକ୍ତ ମାନେ ହେରୋଇନ୍‌ର କ୍ୟାପ୍‌ସୁଲ୍‌ ବନାଇ ନିଜ ପାକସ୍ଥଳୀ ଜରିଆରେ ଏହାକୁ ନେଇ ଯାଉଥିଲେ । 5 ଜଣଙ୍କ ପେଟରୁ 370ଟି କ୍ୟାପ୍‌ସୁଲ୍‌ ଜବତ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଓ କଷ୍ଟମ ବିଭାଗ ଏକ ଯୁଗ୍ମ ଅପରେଶନ କରିଥିଲେ । ଡ୍ରଗ୍ସ ଚାଲାଣକାରୀମାନଙ୍କ ବାବଦରେ ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ କଷ୍ଟମ ଏୟାର ଇଣ୍ଟେଲିଜିଏନ୍ସ, କଷ୍ଟମ ପ୍ରିଭେଣ୍ଟିଭ ଓ ସ୍ପୋଶାଲ ସେଲ ମିଳିତ ଭାବେ ଚଢ଼ାଉ କରିଥିଲେ । ବିମାନବନ୍ଦରର ଟର୍ମିନାଲ 3ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Related posts