କପିଲ ମିଶ୍ରାଙ୍କ ପ୍ରଚାର ଉପରେ 48 ଘଣ୍ଟାର ରୋକ୍‌

Published: Jan 25, 2020, 3:10 pm IST

ନୂଆଦିଲ୍ଲୀ : ବିବାଦୀୟ ଟ୍ବିଟ୍‌ କାରଣରୁ ବିଜେପିର ମଡେଲ ଟାଉନ୍‌ ବିଧାୟକ ପ୍ରାର୍ଥୀ କପିଲ ମିଶ୍ରାଙ୍କ ଉପରେ 48 ଘଣ୍ଟାର ରୋକ୍‌ ଲଗାଯାଇଛି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କପିଲ୍‌ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ କୁହାଯାଇଛି । ଶନିବାର ଅପରାହ୍ନ 5ଟା ପରଠାରୁ ଏହି ରୋକ୍‌ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ରୋକ୍‌ ଆଦେଶ ଉପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହିତ ଦୁଇ ନିର୍ବାଚନ ଅଧିକାରୀଙ୍କ ଦସ୍ତଖତ ରହିଛି । ପୂର୍ବରୁ ଟ୍ବିଟ୍ଟର ପକ୍ଷରୁ ମିଶ୍ରାଙ୍କ ଟ୍ବିଟ୍‌କୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ଧାରା 125 ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ବୋଲି ଅଭିହିତ କରି ବିବାଦ ଘେରକୁ ଆସିଥିଲେ ମିଶ୍ରା ।

Related posts