Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ମଧ୍ୟ ସଫଳ ହେଲା କଂଗ୍ରେସ!, AAP ସହିତ ହେଲା ବୁଝାମଣା, ଏହି ଆସନରେ ଲଢିପାରେ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଚୁକ୍ତି ହୋଇଛି। ସୂଚନାନୁସାରେ, ଏଏପି ୪ ଟି ଆସନରେ ନିର୍ବାଚନ ଲଢିପାରେ। ତିନିଟି ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦିତା କରିପାରେ।

ସୂତ୍ରରୁ ପ୍ରକାଶ ଯେ, ପୂର୍ବ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଚାନ୍ଦନୀ ଚୌକ ଆସନରୁ କଂଗ୍ରେସ ନିର୍ବାଚନ ଲଢିପାରେ। ଯେଉଁଠାରେ AAP ନୂଆଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ।

ସୂତ୍ରରୁ ପ୍ରକାଶ ଯେ, ମିଳିତ ଚୁକ୍ତିନାମା ଅନୁଯାୟୀ କଂଗ୍ରେସ ଗୁଜୁରାଟର ଭରୁଚ ଆସନ ଆମ୍ ଆଦମୀ ପାର୍ଟିକୁ ଦେଇପାରେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ, ଫେବୃଆରୀ ୨୬ରେ ହାଜର ହେବାକୁ କହିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିରୁ ୭ମ ସମନ ମିଳିଛି। ଇଡି ତାଙ୍କୁ ଜେରା ପାଇଁ ଫେବୃଆରୀ ୨୬ ତାରିଖରେ ହାଜର ହେବାକୁ କହିଛି। ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ସୋମବାର ଦିନ ଇଡି ସାମ୍ନାରେ ହାଜର ହେବାର ଥିଲା, ହେଲେ ସେ ହାଜର ହୋଇନଥିଲେ। ଦିଲ୍ଲୀରେ ଅଭିଯୋଗ ହୋଇଥିବା ମଦ ଦୁର୍ନୀତି ମାମଲାର ଜେରା ପାଇଁ କେଜ୍ରିୱାଲଙ୍କୁ ଇଡି ବାରମ୍ବାର ସମନ କରୁଛି।

ଇଡିର ସମନକୁ ବେଆଇନ ବୋଲି କହି AAP କହିଥିଲା ଯେ, ଇଡି ସମନ୍ ର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ଅଛି। ଇଡି ନିଜେ କୋର୍ଟଙ୍କ ନିକଟକୁ ଯାଇଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ସିକନ୍ଦର ଆଲମ ଫାଉଣ୍ଡେସନ’ ତରଫରୁ ଭୁବନେଶ୍ଵରରେ “ଶାମ-ଏ-ଗଜଲ” କାର୍ଯ୍ୟକ୍ରମ: ଯୋଗଦେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ

ଭୁବନେଶ୍ଵର: ଫେବୃୟାରୀ ୨୧ ତାରିଖ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵରର କଟକ ରୋଡ ସ୍ଥିତ କୃପାଳୁ କୁଞ୍ଜ ଅଡିଟୋରିୟମରେ ସିକନ୍ଦର ଆଲମ ଫାଉଣ୍ଡେସନ ତରଫରୁ ଓଡିଶା ଉର୍ଦ୍ଦୁ ଏକାଡେମିର ସହଯୋଗରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଶାମ-ଏ-ଗଜଲ” ଅନୁଷ୍ଠିତ ହେଇଯାଇଛି। ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଲିଉଡ ଜଗତର ଜଣାଶୁଣା ପ୍ରଚ୍ଛଦପଟ ଗାୟକ ଦେବାଶିଷ ମହାପାତ୍ର, ଓଲିଉଡର ପ୍ରସିଦ୍ଧ ତଥା ଜଣା ଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଜେନେରାଲ କାଉନସିଲ ସଦସ୍ୟ ସୟେଦ ମୁଜ୍ଜିବୁର ରେହମାନ ମୈକାଶ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ପରେ ପରେ ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଯଥା ଡଃ. ନାଜିଆ ଆଲମ୍, ଦେବାଶିଷ ମହାପାତ୍ର, ବିଶ୍ଵରଞ୍ଜନ ମହାନ୍ତି, ସ୍ଵପ୍ନାପ୍ରିୟା, ରଶ୍ମିତା, କୁମାର ଦେବାନନ୍ଦ, ଶିବ ପଟ୍ଟନାୟକ, ୟଶ ମହାନ୍ତି ଆଦି ବହୁ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ସୁନ୍ଦର ସୁନ୍ଦର ହିନ୍ଦୀ ଗଜଲ ସବୁକୁ ଅତି ଚମତ୍କାର ଭାବେ ପରିବେଷଣ କରି ଶ୍ରୋତାମାନଙ୍କୁ ଝୁମେଇଥିଲେ। ଏବଂ ଶେଷରେ ଓଡିଆ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଅଭିନେତ୍ରୀ ସୋଫିଆ ଆଲମ କଣ୍ଠ ଶିଳ୍ପୀ ମାନଙ୍କୁ ସୁନ୍ଦର ପରିବେଷଣ ପାଇଁ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘କିଛି ନେତା ନିଜର ଲାଭ ପାଇଁ ମହିଳାଙ୍କୁ ଅପମାନିତ କରନ୍ତି’: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ସୋନା ମହାପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଲେଖିବାବେଳେ ସୋନା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ବାସ୍ତବରେ, ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ପ୍ରାଣପ୍ରତିଷ୍ଠା ସମାରୋହରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଅନେକ ଥର ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏଭଳି ପରିସ୍ଥିତିରେ ଗାୟକ ସୋନା ମହାପାତ୍ର ଐଶ୍ୱର୍ଯ୍ୟାଙ୍କୁ ସମର୍ଥନ କରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେଐଶ୍ୱର୍ଯ୍ୟା ରାୟଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଛନ୍ତି। ସୋନା ଲେଖିଛନ୍ତି ଯେ, ରାଜନେତାମାନେ ଲାଭ ପାଇବା ପାଇଁ ନିଜ ଭାଷଣରେ ମହିଳାମାନଙ୍କୁ ଅପମାନିତ କରୁଛନ୍ତି? ପ୍ରିୟ ରାହୁଲ ଗାନ୍ଧୀ, ନିଶ୍ଚିତ ଭାବରେ କେହି ଜଣେ ଆପଣଙ୍କ ମା (ସୋନିଆ ଗାନ୍ଧୀ), ଭଉଣୀ (ପ୍ରିୟଙ୍କା ଗାନ୍ଧୀ) କୁ ଏହିପରି ଅପମାନିତ କରିଛନ୍ତି? ଆପଣ ଏହାକୁ ଭଲ ଭାବରେ ବୁଝନ୍ତି। ଏପରିକି ଐଶ୍ୱର୍ଯ୍ୟା ରାୟ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି।

ରାହୁଲ ଗାନ୍ଧୀ ଏକ ଅଭିଭାଷଣରେ କହିଥିଲେ ଯେ, “ଟେଲିଭିଜନ ଚ୍ୟାନେଲଗୁଡ଼ିକ କେବଳ ଐଶ୍ୱର୍ଯ୍ୟା ରାୟଙ୍କ ନାଚ ଦେଖାଉଛନ୍ତି। ସେମାନେ ଗରିବ ଲୋକମାନଙ୍କ ବିଷୟରେ କିଛି ଦେଖାନ୍ତି ନାହିଁ। ”

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କହିଥିଲେ ଯେ, ଆପଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିଛନ୍ତି କି? ଆପଣ କୌଣସି OBC କିମ୍ବା ST / SC ଚେହେରା ଦେଖିଛନ୍ତି କି? ଏଥିରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ, କିନ୍ତୁ ପ୍ରକୃତରେ ଦେଶ ଚଳାଉଥିବା ଲୋକଙ୍କୁ ଆମେ ଦେଖିଲୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କଲେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟର, ଏପର୍ଯ୍ୟନ୍ତ ୩ ପୋଲିସ୍ ମୃତ

ଚଣ୍ଡିଗଡ଼: କୃଷକ ଆନ୍ଦୋଳନରେ ପୋଲିସର ମୃତ୍ୟୁ ଧାରା ବନ୍ଦ ହେଉନାହିଁ। ବୁଧବାର ଦିନ ହରିୟାଣା ପୋଲିସ ସବ-ଇନ୍ସପେକ୍ଟର ବିଜୟ କୁମାରଙ୍କ ଦେହାନ୍ତ ହୋଇଛି। ବିଜୟ କୁମାରଙ୍କୁ ଟୋହାନା ସୀମାରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି କୃଷକ ଆନ୍ଦୋଳନରେ ଏପର୍ଯ୍ୟନ୍ତ ତିନି ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ମହାନିର୍ଦ୍ଦେଶକ ଦୁଃଖ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ର ଚଢାଉ: ପିଏମ ମୋଦୀଙ୍କୁ କରୁଥିଲେ ବିରୋଧ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅନୁସନ୍ଧାନକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ 3୩୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀରର ୟୁନିଅନ୍ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ଚୁକ୍ତି ସହ ଜଡିତ ଦୁର୍ନୀତି ମାମଲାରେ ସିବିଆଇ ଏହି ଚଢାଉ କରୁଛି।

Categories
ଆଜିର ଖବର ଜାତୀୟ ଖବର

ବନ୍ଦ ହେଲା କୃଷକଙ୍କ ଆନ୍ଦୋଳନ ସହ ଜଡିତ ଅନେକ X ଆକାଉଣ୍ଟ 

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ସୋସିଆଲ୍ ମିଡିଆ କମ୍ପାନୀ ଏକ୍ସ (ପୂର୍ବରୁ ଟ୍ୱିଟର) କୃଷକ ଆନ୍ଦୋଳନ ସହ ଜଡିତ ଅନେକ ଆକାଉଣ୍ଟ ଏବଂ ଆନୁସଙ୍ଗିକ ପ୍ରଶଂସକ ପୃଷ୍ଠା କିମ୍ବା ଆକାଉଣ୍ଟକୁ ନିଲମ୍ବନ କରିଛି। ନିଲମ୍ବିତ ଆକାଉଣ୍ଟଗୁଡିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା ଏବଂ ସେମାନଙ୍କ ସମର୍ଥକଙ୍କ ଆକାଉଣ୍ଟ ମଧ୍ୟ ଅଛି। ବାସ୍ତବରେ, ଭାରତ ସରକାର କୃଷକଙ୍କ ବିରୋଧ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ନିଲମ୍ବିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକଙ୍କ ‘ଦିଲ୍ଲୀ ଚଲୋ ପ୍ରଦର୍ଶନ’ ସମ୍ପର୍କିତ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

କୃଷକଙ୍କ ବିରୋଧ ସହ ଜଡିତ ଆକାଉଣ୍ଟ ଏବଂ ପୋଷ୍ଟକୁ ନିଲମ୍ବନ ରଖିବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶକୁ X ଗ୍ରହଣ କରିଛି, କିନ୍ତୁ ଏହି ପଦକ୍ଷେପ ନେବାକୁ ମଧ୍ୟ ମତଭେଦ ପ୍ରକାଶ କରିଛି। ସରକାର କହିଛନ୍ତି ଯେ, ଏହା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ବ୍ୟବହାରକାରୀଙ୍କୁ ଏହି କାର୍ଯ୍ୟ ବିଷୟରେ ଅବଗତ କରାଇଛି।

ପ୍ରକାଶ ଥାଉକି, ଅଭିବ୍ୟକ୍ତିର ସ୍ୱାଧୀନତାକୁ ଉଲ୍ଲେଖ କରି, ଏଲୋନ୍ ମସ୍କଙ୍କ କମ୍ପାନୀ ଏହା ସ୍ପଷ୍ଟ କରିଦେଇଛି ଯେ, “କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ କେବଳ ଏହି ଆକାଉଣ୍ଟ ଏବଂ ପୋଷ୍ଟଗୁଡ଼ିକୁ କେବଳ ଭାରତରେ ଅବରୋଧ କରିବ। ତଥାପି, ଆମେ ଏହି କାର୍ଯ୍ୟଗୁଡ଼ିକ ସହିତ ସହମତ ନୁହଁ ଏବଂ ବିଶ୍ଵାସ କରୁ ଯେ ଅଭିବ୍ୟକ୍ତିର ସ୍ଵାଧୀନତା ଆଧାରରେ ଏହା ପୋଷ୍ଟ ହେବା ଉଚିତ୍।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଫେବୃଆରୀ ୧୪ ତାରିଖ ଏବଂ ୧୯ ତାରିଖରେ ଆଇଟି ଆକ୍ଟର ଧାରା ୬୯ଏ ଅନୁଯାୟୀ ନିର୍ଦ୍ଦେଶ ଜାରି କରିଛି। ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ୧୭୭ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବ ଲିଙ୍କକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର, ସ୍ନାପଚାଟ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ଆକାଉଣ୍ଟ ଏବଂ ଲିଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ କେନ୍ଦ୍ର ସରକାର ଜାରି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜିଠାରୁ ଗୁଜରାଟ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜିଠାରୁ ଗୁଜରାଟ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଗୁଜରାଟ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ। ଅପରାହ୍ନ ପ୍ରାୟ ୧୨ଟା ୪୫ରେ ପ୍ରଧାନମନ୍ତ୍ରୀ ମହେସଣା ପହଞ୍ଚିବେ ଏବଂ ବଲୀନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ସହ ଦର୍ଶନ କରିବେ। ଅପରାହ୍ନ ପ୍ରାୟ ୧ଟାରେ ପ୍ରଧାନମନ୍ତ୍ରୀ ତରଭ, ମହେସଣାରେ ଏକ ସାର୍ବଜନିକ ସମାରୋହରେ ଭାଗ ନେଇ ସେଠାରେ ୮,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନବସାରୀ ପହଞ୍ଚିବେ। ସେଠାରେ ସେ ପ୍ରାୟ ୧୭,୫୦୦ କୋଟି ଟଙ୍କା ବ୍ୟୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ପ୍ରଧାନମନ୍ତ୍ରୀ କାକ୍ରାପାର ପରମାଣୁ ଶକ୍ତି ଷ୍ଟେସନ ଗସ୍ତ କରି ସେଠାରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଫେବ୍ରୁଆରୀ ୨୩ରେ ପ୍ରଧାନମନ୍ତ୍ରୀ ବାରାଣସୀର ବିଏଚ୍‌ୟୁରେ ସ୍ୱତନ୍ତ୍ର ସଭାଗାରରେ ସଂସଦ ସଂସ୍କୃତ ପ୍ରତିଯୋଗିତା ବିଜେତାଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସ ଜନ୍ମସ୍ଥଳୀରେ ପୂଜା ଓ ଦର୍ଶନ କରିବେ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରଧାନମନ୍ତ୍ରୀ ସନ୍ଥ ଗୁରୁ ରବିଦାସଙ୍କ ୬୪୭ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସାର୍ବଜନିକ ସମାରୋହରେ ଭାଗ ନେବେ । ଅପରାହ୍ନ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବାରାଣସୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ୧୩,୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

ଗୁଜରାଟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗୁଜରାଟରେ ସହକାରୀ ଦୁଗ୍ଧ ବିପଣନ ମହାସଂଘ (ଜିସିଏମ୍‌ଏମ୍‌ଏଫ୍‌)ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗନେବେ । ଜିସିଏମ୍‌ଏମ୍‌ଏଫ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅହମଦାବାଦର ମୋଟେରା ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧.୨୫ ଲକ୍ଷରୁ ଅଧିକ କୃଷକ ଯୋଗ ଦେବେ । ଜିସିଏମ୍‌ଏମ୍‌ଏଫ ହେଉଛି ସମବାୟ ସମିତିର ସ୍ଥିରତା, କୃଷକଙ୍କ ଉଦ୍ୟୋଗୀ ବିଚାରଧାରା ଏବଂ ଦୃଢ଼ ସଂକଳ୍ପର ପ୍ରମାଣ, ଯାହା କି ଅମୂଲକୁ ଦୁନିଆର ସବୁଠୁ ମଜଭୁତ ଡାଏରୀ ବ୍ରାଣ୍ଡ୍ ମଧ୍ୟରୁ ଗୋଟିଏ କରିପାରିଛି ।

ଗୁଜରାଟରେ ମହେସଣା ଏବଂ ନବସାରୀରେ ଦୁଇଟି ସମାରୋହରେ ପ୍ରଧାନମନ୍ତ୍ରୀ ୨୨,୮୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠ, ଆନନ୍ଦ, ମହେସଣା, କଚ୍ଛ, ଖେଡା, ଭରୁଚ, ତାପି, ଭଦୋଦରା, ସୁରଟ, ନବସାରୀ, ପଞ୍ଚମହଲ, ବଲସାଦ୍‌, ନର୍ମଦା ଆଦି ଜିଲ୍ଲାରେ ସଡ଼କ, ରେଳ, ଶକ୍ତି, ସ୍ୱାସ୍ଥ୍ୟ, ଇଣ୍ଟରନେଟ, ଯୋଗାଯୋଗ, ସହରୀବିକାଶ, ଜଳ ଯୋଗାଣ, ପର୍ଯ୍ୟଟନ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସାମିଲ ରହିଛି ।

ତରଭା, ମହେସଣାରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀ ଭାରତ ନେଟ୍ ଫେଜ୍‌-୨-ଗୁଜରାଟ ଫାଇବର ଗ୍ରୀଡ୍ ନେଟୱର୍କ ଲିମିଟେଡ ରାଷ୍ଟ୍ରକୁ ସମର୍ପଣ କରିବେ, ଯାହା କି ୮ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ ପ୍ରଦାନ କରିବ । ସେହିପରି ମହେସଣା ଏବଂ ବନାସକଣ୍ଠ ଜିଲ୍ଲାରେ ରେଳ ଲାଇନ ଦୋହରୀକରଣ, ଗେଜ୍ ରୂପାନ୍ତରୀକରଣ, ନୂଆ ବ୍ରଡ୍‌-ଗେଜ୍ ଲାଇନ ଏବଂ ଖେଡ଼ା, ଗାନ୍ଧୀନଗର, ଅହମଦାବାଦ ଓ ମହେସଣାରେ ଏକାଧକ ସଡ଼କ ପ୍ରକଳ୍ପ, ଗାନ୍ଧୀନକରରେ ଗୁଜରାଟ ବାୟୋଟେକ୍ନୋଲୋଜି ୟୁନିଭର୍ସିଟିର ମୁଖ୍ୟ ଏକାଡେମିକ୍ ବିଲ୍ଡିଂ, ବନାସକଣ୍ଠ ସମେତ ଅନ୍ୟ ଅଞ୍ଚଳରେ ଏକାଧିକ ଜଳଯୋଗାଣ ପ୍ରୋଜେକ୍ଟର ମଧ୍ୟ  ଉଦ୍‌ଘାଟନ ତଥା ଶିଳାନ୍ୟାସ ହେବ ।

କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଆନନ୍ଦ ଜିଲ୍ଲାରେ ନୂଆ ଜିଲ୍ଲାସ୍ତରୟ ହସ୍ପିଟାଲ ଏବଂ ଆୟୁର୍ବେଦିକ ହସ୍ପିଟାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ବନାସକଣ୍ଠରେ ଅମ୍ବାଜୀ କ୍ଷେତ୍ରରେ ରିଞ୍ଛାଡିଆ ମହାଦେବ ମନ୍ଦିର ଏବଂ ହ୍ରଦର ବିକାଶ, ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠ ଏବଂ ମହେସଣାରେ ଅନେକ ସଡ଼କ ପ୍ରକଳ୍ପ, ଦିଶାରେ ବାୟୁସେନା ଷ୍ଟେସନର ରନ୍‌ୱେ, ଅହମଦାବାଦରେ ହ୍ୟୁମାନ ଆଣ୍ଡ୍ ବାୟୋଲୋଜିକାଲ ସାଇନ୍ସ ଗ୍ୟାଲେରୀ, ଗିଫ୍ଟ ସିଟିରେ ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଜିବିଆର୍‌ସି)ର ନୂଆ କୋଠା, ଗାନ୍ଧୀନଗର, ଅହମଦାବାଦ, ବନାସକଣ୍ଠରେ ଜଳ ଯୋଗାଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରୋଜେକ୍ଟର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରାଯିବ ।

ନବସାରୀରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍‌ୱେର ଅନେକ ପ୍ୟାକେଜ ସମେତ କେତେକ ବିକାଶ ମୂଳକ ପ୍ରକଳ୍ପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏଥିସହ ଭରୁତ, ନବସାରୀ ବଲସାଡରେ ଅନେକ ସଡ଼କ ପ୍ରକଳ୍ପ, ତପିରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଭରୁଚରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପ୍ରୋଜେକ୍ଟ ସମେତ ଅନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ନବସାରୀରେ ପିଏମ୍ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଅନ ଆଣ୍ଡ ଆପରିଲ (ପିଏମ୍ ମିତ୍ର) ପାର୍କର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ ।

କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଧାନମନ୍ତ୍ରୀ ଭରୁଚ-ଦହେଜ୍ ଆକ୍‌ସେସ୍ ନିୟନ୍ତ୍ରିତ ଏକ୍ସପ୍ରେସ୍‌ୱେର ନିର୍ମାଣ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ, ଭଦୋଦରା ଏସ୍‌ଏସ୍‌ଜି ହସ୍ପିଟାଲରେ ଏକାଧିକ ପ୍ରୋଜେକ୍ଟ, ଭଦୋଦରାରେ ରିଜିଓନାଲ ସାଇନ୍ସ ସେଣ୍ଟର, ସୁରଟ, ଭଦୋଦରା, ପଞ୍ଚମହଲରେ  ରେଲ୍‌ୱେ ଗେଜ୍ ରୂପାନ୍ତରଣ ପ୍ରକଳ୍ପ, ଭରୁଚ, ନବସାରୀ ଓ ସୁରଟରେ ଏକାଧିକ ସଡ଼କ ପ୍ରକଳ୍ପ, ବଲସାଦ୍‌ରେ ଅନେକ ଜଳ ଯୋଗାଣ ପ୍ରକଳ୍ପ, ସ୍କୁଲ ଏବଂ ଛାତ୍ରାବାସ ଭବନ ଏବଂ ନର୍ମଦା ଜିଲ୍ଲାରେ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ କାକ୍ରାପାର ଆଟମିକ୍ ପାୱାର ଷ୍ଟେସନ (କେଏପିଏସ୍‌) ୟୁନିଟ୍ ୩ ଏବଂ ୟୁନିଟ୍ ୪ରେ ଦୁଇ ନୂଆ ପ୍ରେସରାଇଜ୍‌ଡ ହେଭି ୱାଟର ରିଆକ୍ଟର୍ସ (ପିଏଚ୍‌ଡବ୍ଲ୍ୟୁଆର୍‌ଏସ୍‌)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏନ୍‌ପିସିଆଇଏଲ୍‌) ଦ୍ୱାରା ୨୨,୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ କେଏପିଏସ-୩ ଏବଂ କେଏପିଏସ-୪ ପ୍ରକଳ୍ପର ମୋଟ କ୍ଷମତା ୧୪୦୦ (୭୦୦-୨) ମେଗାୱଟ ଏବଂ ଏଡା ସବୁଠୁ ବଡ଼ ସ୍ୱଦେଶୀ ପିଏଚ୍‌ଡବ୍ଲ୍ୟୁଆର୍ । ଏପରି ରିଆକ୍ଟର ପ୍ରଥମ ଏବଂ ଦୁନିଆର ସର୍ବଶ୍ରେଷ୍ଠ ରିଆକ୍ଟର ତୁଳନାରେ ଏଥିରେ ଉନ୍ନତ  ସୁରକ୍ଷା ସୁବିଧା ରହିଛି । ଏଥିସହ ଏହି ଦୁଇ ରିଆକ୍ଟର ବର୍ଷକୁ ୧୦.୪ ବିଲିୟନ ୟୁନିଟ୍ ସ୍ୱଚ୍ଛ ବିଜୁଳି ଉତ୍ପାଦନ କରିବ ଏବଂ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାବେଳି ଓ ଡାମନ ଏବଂ ଡିଉର ଉପଭୋକ୍ତା ଏଥିରୁ ଲାଭବାନ ହେବେ ।

ବାରାଣସୀରେ ପ୍ରଧାନମନ୍ତ୍ରୀ

୨୦୧୪ ପରେ ପ୍ରଧାନମନ୍ତ୍ରୀ ସଡ଼କ, ରେଳ, ବିମାନ ଚଳାଚଳ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସହରୀ ବିକାଶ, ସ୍ୱଚ୍ଛତା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଫୋକସ କରି ଅନେକ ବିକାଶମୂଳକ ଯୋଜନା ଆରମ୍ଭ କରିବା ଦ୍ୱାରା ବାରାଣସୀ ଏବଂ ଏହାର ଆଖପାଖ ଅଞ୍ଚଳର ରୂପାନ୍ତରୀକରଣ ଉପରେ ଧ୍ୟାନ କ୍ରେନ୍ଦୀଭୂତ କରିଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ବାରାଣସୀରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।

ବାରାଣସୀରେ ସଡ଼କ ଯୋଗାଯୋଗକୁ ଆହୁରି ସୁବିଧାଜନକ କରିବା ଲାଗି ପ୍ରଧାନମନ୍ତ୍ରୀ ଏନ୍‌ଏଚ୍‌-୨୩୩ର ଘରଗରା-ବ୍ରିଜ୍‌-ବାରାଣସୀ ସେକ୍ସନକୁ ୪ ଲେନ୍‌, ଏନ୍‌ଏଚ୍‌-୫୬ ପ୍ୟାକଜେ-୧ର ସୁଲତାନପୁର-ବାରାଣସୀ ସେକ୍ସନକୁ ୪ ଲେନ୍‌, ଏନ୍‌ଏଚ୍‌-୧୯ର ବାରାଣସୀ-ଔରଙ୍ଗାବାଦ୍ ସେକ୍ସନର ଫେଜ୍‌-୧କୁ ୬ ଲେନ୍‌, ଏନ୍‌ଏ୍‌-୩୫ର ପ୍ୟାକେଜ-୧ ବାରାଣସୀ-ହନୁମାନ ସେକ୍ସନର ୪ ଲେନ୍ ଏବଂ ବାରାଣସୀ-ଜୌନପୁର ରେଳ ସେକ୍ସନ ବାବତପୁର ନିକଟରେ ଆରଓବି ସମେତ ଅନେକ ସଡ଼କ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ସେ ବାରାଣସୀ-ରାଞ୍ôଚ-କୋଲକାତା ଏକ୍ସପ୍ରେସ୍‌ୱେ ପ୍ୟାକେଜ-୧ର ନିର୍ମାଣର ଶିଳାନ୍ୟାସ ମଧ୍ୟ କରିବେ ।

ଏହି କ୍ଷେତ୍ରରେ ଔଦ୍ୟୋଗିକ ବିକାଶକୁ ଗତି ଦେବା ଲାଗି ପ୍ରଧାନମନ୍ତ୍ରୀ ସେବାପୁରିରେ ଏଚ୍‌ପିସିଏଲ୍ ଦ୍ୱାରା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଉଦ୍‌ଘାଟନ କରିବେ । ଏଥିସହ ୟୁପିଏସ୍‌ଆଇଡିଏ ଆଗ୍ରୋ ପାର୍କ କର୍ôଖୟାନ୍‌ରେ ବନାସ କାଶୀ ସଙ୍କୁଲ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌, କର୍ôଖଆନ୍ ୟୁପିଏସ୍‌ଆଇଡିଏ ଆଗ୍ରୋ ପାର୍କରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ଏବଂ ବୁଣାଳିଙ୍କ ପାଇଁ ରେଶମୀ କପଡ଼ା ଛପା ଲାଗି କମନ ଫାସିଲିଟି ସେଣ୍ଟର ଉଦ୍‌ଘାଟନ କରିବେ।

ପ୍ରଧାନମନ୍ତ୍ରୀ ବାରାଣସୀରେ ଅନେକ ସହରୀବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏଥିମଧ୍ୟରେ ରମଣାଠାରେ ଏନ୍‌ଟିପିସି ଦ୍ୱାରା ସହରୀ ବର୍ଜ୍ୟରୁ ଚାର୍‌କୋଲ୍ ପ୍ଲାଣ୍ଟ୍ ପର୍ଯ୍ୟନ୍ତ, ସିସ୍‌-ବରୁଣ ଏରିଆରେ ଜଳ ଯୋଗାଣ ନେଟୱର୍କ, ଏସ୍‌ଟିପି ଏବଂ ସ୍ୱେରେଜ ପମ୍ପିଂ ଷ୍ଟେସନର ଅନ୍‌ଲାଇନ ପରିଚାଳନା ଏବଂ ଏସ୍‌ସିଏଡିଏ ସ୍ୱଚାଳନ ଆଦି ରହିଛି । ପ୍ରଧାନମନ୍ତ୍ରୀ ବାରାଣସୀର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ପୋଖରୀର କାୟାକଳ୍ପ ଏବଂ ପାର୍କ ଗୁଡ଼ିକର ପୁନର୍ବିକାଶ ଯୋଜନା ରହିଛି ଏବଂ ୩ଡି ଅର୍ବାନ ଡିଜିଟାଲ ମ୍ୟାପ୍ ଏବଂ ଡେଟାବେସ୍‌ର ଡିଜାଇନ୍ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଅନ୍ତର୍ଭୂକ୍ତ ।

ପ୍ରଧାନମନ୍ତ୍ରୀ ବାରାଣସୀରେ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ ପର୍ଯ୍ୟଟନ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ । ପ୍ରକଳ୍ପଗୁଡ଼ିକରେ ୧୦ଟି ଆଧ୍ୟାତ୍ମିକ ଯାତ୍ରା ସହିତ ପଞ୍ଚକୋଶୀ ପରିକ୍ରମା ମାର୍ଗର ୫ ପଦଭ ଏବଂ ୧୦ ଆଧ୍ୟାତ୍ମିକ ଯାତ୍ର ସହ ପାବନ ପଥର ପୁନର୍ବିକାଶ ସାମିଲ । ବାରାଣସୀ ଏବଂ ଅଯୋଧ୍ୟା ପାଇଁ ଇନ୍‌ଲ୍ୟାଣ୍ଡ୍ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟ୍ରିକ୍ କାଟାମାରନ୍ ଜାହାଜର ଶୁଭାରମ୍ଭ, ୭ଟି ପରିବର୍ତ୍ତନ ପ୍ରକୋଷ୍ଠ ବିଶିଷ୍ଟ ଭାସମାନ ଜାହାଜ ଏବଂ ୪ଟି କମ୍ୟୁନିଟି ଜାହାଜ ମଧ୍ୟ ରହିଛି ।

ଇଲେକ୍ଟ୍ରିକ୍ କାଟାମାରନ୍ ସବୁଜ ଶକ୍ତିର ଉପଯୋଗ ସହ ଗଙ୍ଗାରେ ପର୍ଯ୍ୟଟନର ଅନୁଭବ ବଢ଼ାଇବ । ପ୍ରଧାନମନ୍ତ୍ରୀ ବିଭିନ୍ନ ସହରରେ ଆଇଡବ୍ଲ୍ୟୁଏଆଇର ୧୩ କମ୍ୟୁନିଟି ଜେଟ୍ ଏବଂ ବାଲିଆରେ କୁଇକ୍ ପୋଣ୍ଟୁନ୍ ଓପନିଂ ମେକାନିଜମ୍‌ର ଶିଳାନ୍ୟାସ କରିବେ ।

ବାରାଣସୀର ପ୍ରସିଦ୍ଧ କପଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀ ବାରାଣସୀରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି)ର ଶିଳାନ୍ୟାସ କରିବେ । ନୂଆ ସଂସ୍ଥା ଟେକ୍ସଟାଇଲ ବା କପଡ଼ା କ୍ଷେତ୍ରରେ ଶିକ୍ଷା ଏବଂ ଭିତ୍ତିଭୂମି ଢାଞ୍ଚାକୁ ମଜଭୁତ କରିବ ।

ବାରାଣସୀରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ବାରାଣସୀରେ ଏକ ନୂଆ ମେଡିକାଲ କଲେଜର ଶିଳାନ୍ୟାସ କରିବେ । ସେ ବିଏଚ୍‌ୟୁରେ ନ୍ୟାସନାଲ ସେଣ୍ଟର ଅଫ୍ ଏଜେଇଂର ମଧ୍ୟ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ସିଗ୍‌ରା ସ୍ପୋର୍ଟ୍ସ ଷ୍ଟାଡିୟମ ଫେଜ୍‌-୧ ଏବଂ ଜିଲ୍ଲା ରାଇଫଲ ସୁଟିଂ ରେଞ୍ଜ୍‌ର ଉଦ୍‌ଘାଟନ କରିବେ, ଯାହା କି ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରିବା ଦିଗରେ ଏକ ପଦକ୍ଷେପ ।

ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ସ୍ୱତନ୍ତ୍ରତା ସଭାଗରରେ ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ କାଶୀ ସଂସଦ ଜ୍ଞାନ ପ୍ରତିଯୋଗିତା ଏବଂ କାଶୀ ସଂସଦ ସଂସ୍କୃତ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରିବେ । ସେ ବାରାଣସୀର ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ୟୁନିଫର୍ମ ସେଟ୍‌, ସଙ୍ଗୀତ ଉପକରଣ, ମେରିଟ୍ ସ୍କଲାରଶିପ୍ ମଧ୍ୟ ବିତରଣ କରିବେ । ସେ କାଶୀ ସଂସଦ ଫଟୋଗ୍ରାଫି ପ୍ରତିଯୋଗିତା ଗ୍ୟାଲେରି ପରିଦର୍ଶନ କରିବେ ଏବଂ ପ୍ରତିଯୋଗୀଙ୍କ ସହ ‘ସଂୱର୍ତ୍ତି କାଶୀ’ ବିଷୟରେ ସେମାନଙ୍କ ଫଟୋଗ୍ରାଫି ଉପରେ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ବିଏଚ୍‌ୟୁ ନିକଟରେ ସିର ଗୋବର୍ଦ୍ଧନପୁରରେ ସନ୍ଥ ଗୁରୁ ରବିଦାର ଜନ୍ମସ୍ଥଳୀ ମନ୍ଦିରରେ ସ୍ଥାପନ ହୋଇଥିବା ସନ୍ଥ ରବିଦାସଙ୍କ ନୂତନ ପ୍ରତିମୂର୍ତ୍ତି ଅନାବରଣ କରିବେ । ସେ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ନିକଟରେ ପ୍ରାୟ ୩୨ କୋଟି ଟଙ୍କାର ବିିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବେ ଏବଂ ପ୍ରାୟ ୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ସନ୍ଥ ରବିଦାସ ସଂଗ୍ରହାଳୟ ଏବଂ ପାର୍କର ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ କରିବେ ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନ ମଧ୍ୟରେ ଆଖୁ ଦର ନେଇ ଏକ ବଡ ଘୋଷଣା କଲେ କେନ୍ଦ୍ର ସରକାର, ଏଥର ପଛକୁ ଫେରିବେ କି କୃଷକ?

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ରର ମୋଦୀ ସରକାର ବୁଧବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଚିନିର ଉଚିତ ତଥା ପାରିଶ୍ରମିକ (FRP) ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫ ରୁ ୩୪୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଅନୁମୋଦନ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଚିନି ମିଲର ଚାଷୀଙ୍କୁ ଆଖୁ ର ଉଚିତ ତଥା ପାରିଶ୍ରମିକ ନିଶ୍ଚିତ କରିବାକୁ ହେଲେ ଅକ୍ଟୋବରରୁ ଆଗାମୀ ଆଖୁ ଋତୁ ପାଇଁ ଅକ୍ଟୋବର ୧ ତାରିଖ ୨୦୨୪ ଠାରୁ ସେପ୍ଟେମ୍ବର ୨୦୨୫ ଅବଧିରେ ମୂଲ୍ୟ ନିର୍ଣ୍ଣୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୩୪୦ ଟଙ୍କା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଗତ ବର୍ଷ ୩୧୫ ଟଙ୍କା ଥିଲା। ”

ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ କୃଷକଙ୍କ ଆନ୍ଦୋଳନ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସମଗ୍ର ବିଶ୍ୱରେ ଭାରତରେ ଆଖୁର ସର୍ବାଧିକ ମୂଲ୍ୟ ଦିଆଯାଉଛି। ଏହା କୃଷକଙ୍କ ସ୍ୱାର୍ଥରେ। ଆମର ପ୍ରତିବଦ୍ଧତା ହେଉଛି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ବିଶ୍ୱରେ ସାରର ମୂଲ୍ୟ ବୃଦ୍ଧି ପାଇଲା, କିନ୍ତୁ ଏହା ସତ୍ତ୍ୱେ ଆମେ ଚାଷୀଙ୍କ ପାଇଁ ସାରର ମୂଲ୍ୟ ବୃଦ୍ଧି କରିବାକୁ ଦେଲୁ ନାହିଁ। ୩ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଇଛି। ୟୁପିଏ ସରକାରଙ୍କ ଦଶ ବର୍ଷରେ ଗହମ, ଧାନ, ଡାଲି ଏବଂ ତୈଳବୀଜ କ୍ରୟ ପାଇଁ ୫.୫ ଲକ୍ଷ କୋଟି ଟଙ୍କାର ଏମଏସପି ରେ ଖର୍ଚ୍ଚ ହୋଇଛି। ମୋଦୀ ସରକାରଙ୍କ ଅଧୀନରେ ୧୮ ଲକ୍ଷ ୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିଜେପି ରଣନୀତି: ପ୍ରତି ୩୦ ଜଣ ଭୋଟରଙ୍କ ପାଇଁ ଦାୟିତ୍ୱରେ ଜଣେ

ଭୁବନେଶ୍ୱର: ଦେଶର ୨୮ଟି ରାଜ୍ୟ ମଧ୍ୟରୁ ୧୨ଟି ରାଜ୍ୟରେ ନିଜର ସରକାର, ୫ଟି ରାଜ୍ୟରେ ମେଣ୍ଟ ସରକାର, ଦେଶର ପ୍ରାୟ ୫୮% ଭୂଭାଗ ଓ ୫୭% ଜନସଂଖ୍ୟାକୁ ଶାସନ କରୁଛି ବିଜେପି। ଏହି ତାଲିକାରେ ଓଡ଼ିଶାକୁ ଯୋଡ଼ିବା ପାଇଁ ବିଜେପି ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇ ସେହି ଅନୁସାରେ କାମ କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗୋଟିଏ ବୁଥରେ ୮୦୦ରୁ ୯୦୦ ମତଦାତା ରହୁଛନ୍ତି। ବୁଥର ଭୋଟର ତାଲିକାରେ ୨୫ରୁ ୩୧ଟି ପୃଷ୍ଠା ରହୁଛି। ନିର୍ବାଚନ କମିଶନଙ୍କ ଗୋଟିଏ ପୃଷ୍ଠାରେ ୩୦ ଜଣ ଭୋଟରଙ୍କ ନାମ ରହିଛି। ସେଥିପାଇଁ ବିଜେପି ପକ୍ଷରୁ ୩୦ ଜଣଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିଛି। ଏହି ୩୦ଜଣ ମତଦାତାଙ୍କୁ ସମ୍ଭାଳିବା ପାଇଁ ତଳ ସ୍ତରରେ ଜଣେ କାର୍ଯ୍ୟକର୍ତ୍ତାକୁ ଦାୟିତ୍ୱ ଦେଇଛି।

ପ୍ରଥମ ପୃଷ୍ଠା ମୁଖ୍ୟ ବୁଥ୍ ସଭାପତିଙ୍କୁ ରିପୋର୍ଟ କରୁଛି। ସେମାନେ ଏବେ ଶକ୍ତି କେନ୍ଦ୍ରରେ ପରିଣତ ହୋଇଛନ୍ତି। ଏଥିରେ ଜଣେ ଆବାହକ, ଜଣେ ସହ-ଆବାହକ, ଜଣେ ପ୍ରଭାରୀ, ଜଣେ ଆଇଟି ମୁଖ୍ୟ ଏବଂ ଜଣେ ବିଭାଗୀୟ ପଦାଧିକାରୀ ରହିଛନ୍ତି। ବୁଥ୍ କମିଟିଗୁଡ଼ିକ ଶକ୍ତି କେନ୍ଦ୍ରର ମୁଖ୍ୟଙ୍କୁ ରିପୋର୍ଟ ଦେଉଛନ୍ତି। ଶକ୍ତି କେନ୍ଦ୍ରର ମୁଖ୍ୟମାନେ ମଣ୍ଡଳ କମିଟିକୁ ରିପୋର୍ଟ କରନ୍ତି। ମଣ୍ଡଳରୁ ରିପୋର୍ଟ ଜିଲ୍ଲା ସଭାପତି ଓ ସେଠାରୁ ରାଜ୍ୟ ସଂଗଠନ ନିକଟରେ ପହଞ୍ଚୁଛି।

ପ୍ରତି ମାସର ଶେଷ ରବିବାର ଦିନ ପୃଷ୍ଠା ମୁଖ୍ୟଙ୍କ ବୈଠକ ବସୁଛି। ଏହି ବୈଠକରେ ଦଳ ପକ୍ଷରୁ ଯେଉଁ କାମ ଦିଆଯାଇଥିଲା ତାହା ଠିକ୍ ଭାବେ ହୋଇଛି କି ନାହିଁ, ଯଦି ହୋଇନାହିଁ, ତେବେ କାହିଁକି କରାଗଲା ନାହିଁ, ତାହାକୁ ନେଇ ଚର୍ଚ୍ଚା ହେଉଛି। ଯେଉଁ ସମସ୍ୟାକୁ ଆଗକୁ ଆସୁଛି ତାହା ସମାଧାନ ଦିଗରେ ପଦକ୍ଷେପ ନିଆଯାଉଛି।

ବର୍ତ୍ତମାନ ବିଜେପିର ପୃଷ୍ଠା ମୁଖ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପୃଷ୍ଠା ପ୍ରମୁଖମାନଙ୍କ ମାଧ୍ୟମରେ ରାମ ମନ୍ଦିର ସହ ଯୋଡ଼ି ଏହି ଅଭିଯାନ ଆରମ୍ଭ କରାଯାଇଛି। ସଂଗଠନ କାମ ଆପ୍ ଜରିଆରେ ସମୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ବାହାରକୁ ଯାଇଥିବା କିମ୍ବା ସକ୍ରିୟ ନ ଥିବା ମତଦାତା ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ବୁଥ୍ କମିଟିରେ ୩ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୁଥ୍ ସଭାପତି। ଜଣେ ସାଧାରଣ ସମ୍ପାଦକ ଅଛନ୍ତି। ବୁଥ୍ କମିଟି ଶକ୍ତି କେନ୍ଦ୍ରକୁ ରିପୋର୍ଟ ଦେଇଥାଏ। ବୁଥ୍ ଉପରେ ଦଳର କେତେ ଫୋକସ୍ ରହିଛି ତାହା ଏଥିରୁ ଅନୁମାନ କରାଯାଇପାରିବ। ଏଠାରେ ପାଖାପାଖି ୩୭,୬୦୬ଟି ବୁଥ୍‍ ରାଜ୍ୟରେ ରହିଛି। ପ୍ରତି ବୁଥରେ ହାରାହାରି ୪୦ ଜଣିଆ ଟିମ୍ ରହିଛି। ଫଳରେ ପ୍ରାୟ ୧୫ ଲକ୍ଷରୁ ଅଧିକ କର୍ମୀ ବୁଥରେ କାମ କରୁଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

୧୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଆସନରେ ଲଢ଼ିବେ କଂଗ୍ରେସ-ବିଜେପି

ନୂଆଦିଲ୍ଲୀ: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ସର୍ବନିମ୍ନ ଆସନରେ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ଏହାର ମୁଖ୍ୟ କାରଣ ହେଉଛି ଦେଶର ରାଜନୀତିରେ ପୁଣିଥରେ ମେଣ୍ଟ ରାଜନୀତିର ଆଧିପତ୍ୟ ଆରମ୍ଭ ହୋଇଛି । ଉଭୟ ପକ୍ଷରୁ ଯେଉଁ ସମୀକରଣ ପ୍ରସ୍ତୁତ ହେଉଛି ତାହା ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ୪୧୦ ଆସନରେ ଏବଂ କଂଗ୍ରେସ ୩୫୦ରୁ ୩୭୦ ଆସନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି।

୨୦୦୯ରେ ବିଜେପି ୪୩୩, ୨୦୧୪ରେ ୪୨୨ ଓ ୨୦୧୯ରେ ୪୩୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଗତ ୧୫ ବର୍ଷ ଧରି କଂଗ୍ରେସ ମଧ୍ୟ ୪୦୦ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ୪୪୦, ୨୦୧୪ରେ ୪୬୪ ଓ ୨୦୧୯ରେ ୪୨୧ ପ୍ରାର୍ଥୀ ଦେଇଥିଲା।

ବିଜେପି ୪୦ ଓ କଂଗ୍ରେସ ୨୮ ଦଳ ସହ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ

ପ୍ରଥମ ଥର ପାଇଁ ବିଜେପି ଓ କଂଗ୍ରେସ ଅଧିକରୁ ଅଧିକ ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଏପର୍ଯ୍ୟନ୍ତ ୪୦ଟି ଦଳ ସହ ମେଣ୍ଟ କରିସାରିଛି। ଏଥିରେ ଏନପିପି ଭଳି ଜାତୀୟ ଦଳ ସାମିଲ ଅଛନ୍ତି। ଗତ ୬ ମାସ ମଧ୍ୟରେ ବିଜେପି ପ୍ରାୟ ୧୦ଟି ଦଳ ଯୋଡ଼ିଛି। ଟିଡିପି, ଶିରୋମଣି ଅକାଳୀ ଦଳ, ଏମଏନଏସ, ବିଆରଏସ ଏବଂ ଏଆଇଏଡିଏମକେ ଭଳି ଦଳକୁ ଟାର୍ଗେଟ କରିବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଭାରତୀୟ ମେଣ୍ଟରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ବର୍ତ୍ତମାନ ଭାରତୀୟ ମେଣ୍ଟରେ ୨୭ଟି ଦଳ ଅଛନ୍ତି। କଂଗ୍ରେସ ବହୁଜନ ସମାଜ ପାର୍ଟି ଏବଂ ପ୍ରକାଶ ଆମ୍ବେଦକରଙ୍କ ଦଳକୁ ସମର୍ଥନ କରିବାକୁ ଚେଷ୍ଟା କରୁଛି।

୨୦୨୪ ରେ କିଏ କେତେ ଆସନରେ ଲଢ଼ିବ: ଶାସକ ବିଜେପିକୁ ନେଇ ପ୍ରଥମ ଚର୍ଚ୍ଚା

୨୦୧୯ରେ ବିଜେପି ୨୨ଟି ଦଳ ସହ ନିର୍ବାଚନରେ ପ୍ରବେଶ କରିଥିଲା। ୫୪୩ଟି ଆସନରୁ ବିଜେପି ୪୩୭ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବାକି ୧୦୫ଟି ଆସନରେ ଏନଡିଏର ଅନ୍ୟାନ୍ୟ ଦଳମାନେ ପ୍ରାର୍ଥୀ ଦେଇଥିଲେ। ୪୩୭ଟି ଆସନରୁ ବିଜେପି ୩୦୩ଟି ଆସନ ଜିତିଥିବାବେଳେ ସହଯୋଗୀ ଦଳ୧୦୫ ଟି ଆସନରେ ଲଢ଼ି ୪୯ଟି ଆସନ ଜିତିବାରେ ସଫଳ ହୋଇଥିଲେ।

ବିଜେପି ଏଥର ୟୁପିରେ ସର୍ବାଧିକ ଆସନରେ ଲଢ଼ିପାରେ। ବିଜେପି ଏଥର ୟୁପିରେ ୭୦-୭୨ ଟି ଆସନରେ ପ୍ରାର୍ଥୀ ଦେଇପାରେ। ଗତଥର ବିଜେପି ୭୮ଟି ଆସନରେ ପ୍ରାର୍ଥୀ ଦେଇଥିଲା।

ବିହାରରେ ମଧ୍ୟ ମେଣ୍ଟର ପରିସର ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବିଜେପି ଏଥର ୧୭ରୁ କମ୍ ଆସନରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ବିହାରରେ ବିଜେପି ୧୫ରୁ ୧୭ଟି ଆସନରେ ଲଢ଼ିପାରେ।

କର୍ଣ୍ଣାଟକରେ ମଧ୍ୟ ବିଜେପି ଗତଥର ତୁଳନାରେ ଏଥର କମ୍ ଆସନରେ ଲଢ଼ିବ। ଏହାର କାରଣ ହେଉଛି ଜେଡିଏସ ସହ ବିଜେପିର ମେଣ୍ଟ। ଜେଡିଏସ ଅତି କମରେ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚଳାଇଛି।

ହରିୟାଣାରେ ମଧ୍ୟ ବିଜେପି ବୁଝାମଣା ଅନୁଯାୟୀ ଜେଜେପିକୁ ୨ଟି ଆସନ ଦେଇପାରେ। ହରିୟାଣାରେ ମୋଟ ୧୦ଟି ଲୋକସଭା ଆସନ ରହିଛି ଏବଂ ଗତଥର ବିଜେପି ସମସ୍ତ ଆସନରେ ବିଜୟୀ ହୋଇଥିଲା।

ବିଜେପି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଞ୍ଜାବରେ ଶକ୍ତିଶାଳୀ ସହଯୋଗୀ ଖୋଜିବାକୁ ଚେଷ୍ଟା କରୁଛି। ଯଦି ସବୁକିଛି ଠିକ୍ ଠାକ୍ ରହେ ତେବେ ନିର୍ବାଚନ ପୂର୍ବରୁ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଏସଏଡି, ତାମିଲନାଡୁରେ ଏଆଇଏଡିଏମକେ ଏବଂ ତେଲେଙ୍ଗାନାରେ ବିଆରଏସ ସହ ମେଣ୍ଟ ହୋଇପାରେ ବୋଲି କୁହାଯାଉଛି । ଏହି ୪ଟି ରାଜ୍ୟର ୯୪ଟି ଲୋକସଭା ଆସନମଧ୍ୟରୁ ବିଜେପି ୨୫ରୁ ୩୦ଟି ଆସନରେ ଲଢିବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, ହିମାଚଳ, ଉତ୍ତରାଖଣ୍ଡ ଓ ଦିଲ୍ଲୀର ସମସ୍ତ ଆସନରେ ବିଜେପି ଲଢ଼ିବ।

ପଶ୍ଚିମବଙ୍ଗରେ ବିଜେପି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ପାଇଁ ଗୋଟିଏ ଏବଂ ଝାଡ଼ଖଣ୍ଡରେ ଗୋଟିଏ ଆସନ ଏଜେଏସୟୁ ପାଇଁ ଛାଡ଼ିପାରେ। ବିଜେପି ଓଡ଼ିଶାର ସମସ୍ତ ଆସନରେ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡିର ପରିବର୍ତ୍ତିତ ଆଭିମୁଖ୍ୟ ସହ ମେଣ୍ଟ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ରରେ ବିଜେପି ଗତଥର ତୁଳନାରେ ଅଧିକ ଆସନରେ ଲଢ଼ିପାରେ। ଏହାର ମୁଖ୍ୟ କାରଣ ହେଉଛି ଏଠାରେ ସହଯୋଗୀଦଳ ଦୁର୍ବଳ ହେବା। ଗତଥର ତୁଳନାରେ ବିଜେପି ୨ଟି ଅଧିକ ଆସନରେ ଲଢ଼ିପାରେ।

ଏବେ ଜାଣନ୍ତୁ କଂଗ୍ରେସର ସ୍ଥିତି

୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ୪୦୦ରୁ କମ୍ ଆସନରେ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସାରାଦେଶରେ ୩୫୦ରୁ ୩୭୦ ଆସନରେ ଲଢିବାକୁ ଚେଷ୍ଟା କରୁଛି।

କଂଗ୍ରେସ ୨୦୦୯ରେ ୪୪୦, ୨୦୧୪ରେ ୪୬୪ ଏବଂ ୨୦୧୯ରେ ୪୨୧ ଆସନରେ ପ୍ରାର୍ଥୀ ଦେଇଥିଲା, କିନ୍ତୁ ମେଣ୍ଟ ରଣନୀତିରେ ଦଳ ଏଥିରେ ବୁଝାମଣା କରିବାକୁ ନିଷ୍ପତ୍ତି ନେଇଛି।

ସବୁଠାରୁ ବଡ଼ ରାଜ୍ୟ ୟୁପିରେ କଂଗ୍ରେସ ୧୫ରୁ ୧୭ଟି ଆସନରେ ପ୍ରାର୍ଥୀ ଦେଇପାରେ। ଏଠାରେ ଦଳ ସପା ସହ ମେଣ୍ଟ କରିଛି। ବିହାରରେ କଂଗ୍ରେସ ୭-୮ଟି ଆସନରେ ଲଢ଼ିପାରେ। ସେହିପରି ଝାଡ଼ଖଣ୍ଡର ୭ଟି ଓ ପଶ୍ଚିମବଙ୍ଗର ୫ଟି ଆସନରେ କଂଗ୍ରେସ ନିଜ ଚିହ୍ନରେ ପ୍ରାର୍ଥୀ ଦେଇପାରେ।

ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ଏଠାରେ କଂଗ୍ରେସକୁ ୨୨ଟି ଆସନ ମିଳିବାର ସମ୍ଭାବନା ରହିଛି। ତାମିଲନାଡୁରେ ମଧ୍ୟ କଂଗ୍ରେସ ଭାରତୀୟ ମେଣ୍ଟରେ ଦ୍ୱିତୀୟ ବୃହତ୍ତମ ଦଳ। ଏଠାରେ କଂଗ୍ରେସକୁ ୧୦ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଦିଲ୍ଲୀରେ କଂଗ୍ରେସ ୨ଟି ଆସନରେ ଲଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏଠାରେ ସମୁଦାୟ ୭ଟି ଲୋକସଭା ଆସନ ରହିଛି, ଯେଉଁଥିରୁ ଆପ୍ ୫ଟି ରେ ନିର୍ବାଚନ ଲଢ଼ିପାରେ।
କଂଗ୍ରେସ ପଞ୍ଜାବରେ ୧୩, ମଧ୍ୟପ୍ରଦେଶରେ ୨୯, ହରିୟାଣାରେ ୧୦, କର୍ଣ୍ଣାଟକରେ ୨୮ ଏବଂ ତେଲେଙ୍ଗାନାରେ ୧୭ ଆସନରେ ଲଢ଼ିବ। ଅର୍ଥାତ୍ କଂଗ୍ରେସ ଏଠାରେ କାହା ସହ ବୁଝାମଣା କରିବ ନାହିଁ।

ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୧-୨ଟି ଆସନ ଦେଇପାରେ। ଉତ୍ତର-ପୂର୍ବାଞ୍ଚଳରେ କଂଗ୍ରେସ ୨୧ଟି ଆସନରୁ ୧୫ଟିଆସନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି। ଗୋଆରେ ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଫେରିଆସୁଛି ମେଣ୍ଟ ରାଜନୀତିର ଯୁଗ:୫ ପଏଣ୍ଟ

୧. ୧୯୮୯ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମେଣ୍ଟ ରାଜନୀତି ଆଧିପତ୍ୟ ବଜାୟ ରଖିଥିଲା। ସରକାର ଗଠନର ସରଳ ଫର୍ମୁଲା ଥିଲା ସର୍ବାଧିକ ସମର୍ଥନ ଭିତ୍ତିରେ ଦଳଗୁଡ଼ିକୁ ଏକାଠି କରିବା। ମେଣ୍ଟ ରାଜନୀତିରେ କଂଗ୍ରେସର ପ୍ରାଧାନ୍ୟ ରହିଥିଲା। ୧୯୮୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ୨୫ ବର୍ଷରୁ ୧୫ ବର୍ଷ ଦେଶର ଶାସନରେ ରହିଛି।

୨. ୨୦୨୪ରେ ବିଜେପି ମେଣ୍ଟ ରାଜନୀତିର ମିଥ୍ୟାକୁ ଭାଙ୍ଗିବା ପାଇଁ କାମ କରିଥିଲା। ବିଜେପି ଏକାକୀ ସରକାର ଗଠନ କରିବାରେ ସଫଳ ହୋଇଥିଲା। ଏହାର ପ୍ରଭାବ ସରକାରଙ୍କ କାର୍ଯ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୪ ପରେ ମେଣ୍ଟ ରାଜନୀତି ଶେଷ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା।

୩. ଅଗଷ୍ଟ ୨୦୨୩ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ମେଣ୍ଟ ରାଜନୀତିକୁ ଜୋରଦାର କରିଥିଲେ। ପ୍ରଥମ ଥର ପାଇଁ ସେ କଂଗ୍ରେସ ସମେତ ୨୮ଟି ଦଳକୁ ଗୋଟିଏ ମଞ୍ଚରେ ଆଣିଥିଲେ। ୨୦୧୯ ଫଳାଫଳ ଆଧାରରେ ଗୋଟିଏ ମଞ୍ଚକୁ ଆସିଥିବା ଦଳଗୁଡ଼ିକ ପାଖରେ ପ୍ରାୟ ୬୦ ପ୍ରତିଶତ ଭୋଟ ଥିଲା।

୪. ବିରୋଧୀଙ୍କ ଏକତାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ମେଣ୍ଟ ରାଜନୀତି ଉପରେ କାମ ଆରମ୍ଭ କରିଛି। ଦଳ ପ୍ରଥମେ ୩୮ଟି ଦଳକୁ ଏକାଠି କରିବା ପରେ ବିରୋଧୀ ଜେଡିୟୁ ଓ ଆରଏଲଡିକୁ ନିଜ ଦଳକୁ ଆଣିଥିଲା।

୫. ୨୦୧୯ ତୁଳନାରେ ଏଥର ବିଜେପି ୩୦ରୁ ୩୫ ଆସନ ହ୍ରାସ କରିପାରେ। କଂଗ୍ରେସକୁ ମଧ୍ୟ ୫୦ଟି ଆସନ ହରାଇବାକୁ ପଡ଼ିପାରେ। ଯଦି ବିଜୟର ଷ୍ଟ୍ରାଇକ୍ ରେଟ୍ ଭୁଲ ହୁଏ, ତେବେ ମେଣ୍ଟ ଦଳଗୁଡ଼ିକ ସରକାର ଚଳାଇବାରେ ବଡ଼ ଭୂମିକା ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ସଂଘର୍ଷ ଏବଂ ପ୍ରତିବାଦରେ ୨୧ ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ, କୃଷକମାନେ ଦୁଇ ଦିନ ସ୍ଥଗିତ ରଖିଲେ ‘ଦିଲ୍ଲୀ ଚଲୋ’ ମାର୍ଚ୍ଚ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ସୀମାରେ କୃଷକମାନେ ମଜବୁତର ସହ ଠିଆ ହୋଇଛନ୍ତି। ଆନ୍ଦୋଳନକାରୀ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ମାର୍ଚ୍ଚ ଆରମ୍ଭ କରିଥିଲେ, କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରିଲେ ନାହିଁ। ଏହି ସମୟ ମଧ୍ୟରେ ଖାନୌରୀ ସୀମାରେ ହୋଇଥିବା ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ପୋଲିସ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କୃଷକ ନେତାମାନେ ଦିଲ୍ଲୀ ଚଲୋ ମାର୍ଚ୍ଚକୁ ଦୁଇ ଦିନ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

କୃଷକ ନେତା ସରନଭ ସିଂ ପଣ୍ଢେର କହିଛନ୍ତି ଯେ, ଖାନୌରୀରେ ଘଟିଥିବା ଘଟଣା ବିଷୟରେ ଆମେ ଆଲୋଚନା କରିବୁ। ପରେ ଆମେ ସମଗ୍ର ପରିସ୍ଥିତିକୁ ସ୍ପଷ୍ଟ କରିବୁ। ଏଭଳି ପରିସ୍ଥିତିରେ ଆମେ ଶୁକ୍ରବାର ସନ୍ଧ୍ୟାରେ ପରବର୍ତ୍ତୀ ରଣନୀତି ସ୍ଥିର କରିବୁ। ବାସ୍ତବରେ, ତିନି କେନ୍ଦ୍ର ମନ୍ତ୍ରୀଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କୃଷକମାନେ ଦିଲ୍ଲୀରେ ପ୍ରବେଶ କରିବାକୁ ଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ନାମ ଅନୁସାରେ ରାଶିଫଳ: ଜାଣନ୍ତୁ ଏହି ନାମର ବ୍ୟକ୍ତିଙ୍କର ଆଜି କଣ ରହିଛି ଭାଗ୍ୟଫଳ

A ଏବଂ S
ଏହି ଅକ୍ଷର ଆରମ୍ଭ ହେଉଥିବା ବ୍ୟକ୍ତି ଟଙ୍କା ପାଇପାରନ୍ତି ଏବଂ ଚାକିରି ପାଇବାର ସମ୍ଭାବନା ଅଛି। ଜୀବନ ସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ । ଆଜି ଆପଣ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇପାରିବେ । ପାରିବାରିକ ସମ୍ପର୍କ ଦୃଢ ହେବ । ଆଜି, ଆପଣଙ୍କର ଖର୍ଚ୍ଚ ସାମାନ୍ୟ ବଢିପାରେ।

 K ଏବଂ M
ଏହି ନାମରାଶି ଥିବା ବ୍ୟକ୍ତିମାନେ ଏହି ସପ୍ତାହରେ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣ ଚାହୁଁଥିବା ସଫଳତା ପାଇବେ । ସମୟ ଆପଣଙ୍କ ପକ୍ଷରେ ରହିବ । ଆପଣ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ଦେଖିପାରନ୍ତି । ଅଧିକ ଚିନ୍ତାଧାରା ମନକୁ ବିଭ୍ରାନ୍ତ କରିପାରେ ।

L ଏବଂ N
ଘର ସାମ୍ନାରେ ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ଦିନ । ଘରେ ଖୁସିର ମାହଲ ଉପଭୋଗ କରିବେ – ଯେ କୌଣସି ଉପାୟରେ, ଆପଣ ଖୁସି ହେବେ । ସହଭାଗୀ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହିତ ସମ୍ପର୍କ ପାରସ୍ପରିକ ସମ୍ବେଦନଶୀଳ ଏବଂ ସହାୟକ ହୋଇଥାଏ । ବହୁତ ହସ ଏବଂ ଭଲ ଭାବନା ମିଳିବ। ଆପଣ ଆଜି ବ୍ୟବସାୟରେ ମଧ୍ୟ ଭଲ କରିବେ ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଫେବୃୟାରୀ ୨୨ ତାରିଖ ଗୁରୁବାରରେ ଏହି ରାଶି ଉପରେ ଦେବଦେବ ମହାଦେବ ଅଛନ୍ତି ଖୁସି

ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ, କିନ୍ତୁ କାର୍ଯ୍ୟଭାରର ଅତ୍ୟଧିକତା ହେତୁ, ଏପରି ସୁଯୋଗ ହାତରୁ ବାହାରିପାରେ । ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ ।  ସାଙ୍ଗମାନଙ୍କ ସହିତ ସାକ୍ଷାତ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ ।

ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସୁଯୋଗ ହାତରୁ ବାହାରିପାରେ। ସେୟାର ବଜାର ଏବଂ ସମ୍ପତ୍ତିରେ ବିନିଯୋଗ ଭଲ ରିଟର୍ଣ୍ଣ ଆଣିପାରେ । ସ୍ୱାସ୍ଥ୍ୟ ସଚେତନ ହେବାର ଆବଶ୍ୟକତା ଅଛି । ବରିଷ୍ଠମାନଙ୍କର ସେବା କରିବା ଶୁଭ ଫଳାଫଳ ଦେବ । ପାରିବାରିକ ପରିବେଶ ଭଲ ହେବ, ପରିବାର ସହିତ ପିକନିକ୍ କରିପାରିବେ।

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ଭଲ କରିବ, କିନ୍ତୁ କାର୍ଯ୍ୟ ଭାର ଅଧିକ ହେତୁ ଚାପ ମଧ୍ୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ସଫଳ ହେବାରେ ସାହାଯ୍ୟ କରିବ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ବିତର୍କରେ ପଡ଼ିଯାଇ ପାରନ୍ତି । ପରିବାରରେ ମତଭେଦ ହୋଇପାରେ । ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ। ପରିବାର ଏବଂ ସାଙ୍ଗମାନେ ପୂର୍ଣ୍ଣ ସମର୍ଥନ ପାଇବେ । ପରିବାର ସହିତ ଏକ ଧାର୍ମିକ ଯାତ୍ରାକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ଭଲ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ, ଯାହା ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ । ପ୍ରକୃତିର କଠିନତା ଏବଂ ରୁଗ୍ଣତାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି, ନଚେତ୍ ଦିନଟି ଖରାପ ହୋଇପାରେ । ଅନାବଶ୍ୟକ ଲୋକଙ୍କ ସହ ବିବାଦ ହେବାର ସମ୍ଭାବନା ରହିବ । ଭ୍ରମଣ ଲାଭଦାୟକ ପ୍ରମାଣିତ ହୋଇପାରେ । ଅସମାପ୍ତ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କର । ନୂତନ ନିଯୁକ୍ତି ସୁଯୋଗ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ।

ସିଂହ : – ଆଜି ଏକ ଭଲ ଦିନ ହେବ । ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ, ଯାହା ସମାଜରେ ସମ୍ମାନ ଆଣିବ । ବ୍ୟବସାୟ ଏବଂ ଚାକିରିରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ସହିତ ସଫଳ ହେବେ । ଅନାବଶ୍ୟକ ଖର୍ଚ୍ଚର ଅଧିକ ହେବ। ଛାତ୍ରମାନଙ୍କ ପାଇଁ ସେମାନଙ୍କ ଶିକ୍ଷାରେ ଧ୍ୟାନ ଦେବା କଷ୍ଟକର ହେବ। କାର୍ଯ୍ୟଭାର ବଢିବା ସହିତ ଆପଣ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ ।

କନ୍ୟା: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଉତ୍ଥାନ-ପତନ ଘଟିବ ଏବଂ ବୃଥା କାର୍ଯ୍ୟରେ ଅଧିକ ସମୟ ନଷ୍ଟ ହୋଇପାରେ । ଯଦି ଆପଣ ବୟୌଜେଷ୍ଠଙ୍କ ପରାମର୍ଶ ସହିତ କାମ କରନ୍ତି, ତେବେ ସଫଳତା ସହିତ ଅଧିକ ଲାଭ ସୁଯୋଗ ମିଳିବ । ଯଦି ଆପଣ ପ୍ରଲୋଭନରେ ନ ପଡ଼ନ୍ତି ତେବେ ଏହା ଭଲ ହେବ । ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଉପଲବ୍ଧ ହେବ ନାହିଁ, ଯାହା କର୍ମକ୍ଷେତ୍ରରେ ନିରାଶ ହୋଇପାରେ । ଯଦି ଆପଣ ପରିବାର ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହା ଭଲ ହେବ । ନୂଆ କାରବାରରୁ ଦୂରେଇ ରୁହନ୍ତୁ। ପରିବାରରେ ଶାନ୍ତିର ପରିବେଶ ରହିବ ।

ତୂଳା : – ଆଜି ଶୁଭ ଫଳପ୍ରଦ ଦିନ ହେବ । ବ୍ୟବସାୟରେ ଭଲ ଲାଭର ସମ୍ଭାବନା ଅଛି । କଠିନ ପରିଶ୍ରମ ଭଲ ଏବଂ ଅନୁକୂଳ ଫଳାଫଳକୁ ନେଇପାରେ । ସୁବିଧା ବୃଦ୍ଧି ପାଇବ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇପାରେ। ଚାକିରୀରେ ଅଧିକାରୀମାନେ ଗାଳିଗୁଲଜ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ ।

ବିଛା: – ଆଜି ଏକ ଭଲ ଦିନ ହେବ । ବିଭିନ୍ନ କ୍ଷେତ୍ରରେ ପରିଶ୍ରମ ସୁଯୋଗ ଉପଲବ୍ଧ ହେବ । ଆପଣ ମନରେ ଉତ୍ସାହ ଏବଂ ଶରୀରରେ ନୂତନ ଶକ୍ତି ଅନୁଭବ କରିବେ । ଅନୈତିକ ଭାବରେ ଟଙ୍କା ରୋଜଗାର କରିବାର ପ୍ରୟାସ ଲାଭ ଦେବ, କିନ୍ତୁ ପରେ ସମସ୍ୟା ସୃଷ୍ଟି କରିପାରେ । ଚାକିରୀ ଥିବା ବ୍ୟକ୍ତିମାନେ ସରକାରୀ ବର୍ଗରୁ ସତର୍କ ହେବା ଉଚିତ୍ । ବ୍ୟବସାୟ ଭଲ କରିବ ଏବଂ ଆର୍ଥିକ ପରିସ୍ଥିତି ଦୃଢ ହେବ । ପରିବାର ସହିତ ଭଲ ସମୟ ମଧ୍ୟ ପାଇବେ । ଖାଦ୍ୟର ଯତ୍ନ ନିଅନ୍ତୁ, ଭ୍ରମଣରୁ ଦୂରେଇ ରୁହନ୍ତୁ ।

ଧନୁ : – ଆଜି ଏକ ସାଧାରଣ ଦିନ ହେବ । କାର୍ଯ୍ୟ-ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ, ଯେଉଁ କାରଣରୁ ମନ ଅସ୍ଥିର ରହିବ ଏବଂ କୈଣସି କାର୍ଯ୍ୟ କରିବାକୁ ମନ ଦେବ ନାହିଁ । ଟଙ୍କା ପ୍ରବାହ ସ୍ୱାଭାବିକ ହେବ । ବ୍ୟବସାୟରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବଡ କ୍ଷତି ହୋଇପାରେ । ସହକର୍ମୀମାନେ ଆଗରେ ବନ୍ଧୁତ୍ୱପୂର୍ଣ୍ଣ ହେବେ, କିନ୍ତୁ ପଛରେ ଗଣ୍ଡଗୋଳ କରିବେ । ପରିବାର ସହିତ ସମ୍ପର୍କ ଭଲ ହେବ । ଆପଣ ବାହାରକୁ ଯିବାକୁ ଏକ ସୁଯୋଗ ପାଇପାରିବେ । ଅନାବଶ୍ୟକ କଥାବାର୍ତାରୁ ଦୂରେଇ ରୁହନ୍ତୁ ।

ମକର : – ଆଜି ମିଶ୍ରିତ ଦିନ ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ । କାର୍ଯ୍ୟଶୈଳୀ ଏକ ମନ୍ଥର ଗତିର ସମ୍ମୁଖୀନ ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ନୂତନ ଲୋକଙ୍କ ସହିତ ଯୋଗାଯୋଗ ବୃଦ୍ଧି ପାଇବ । ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରିବେ। ପରିବାର ସଦସ୍ୟଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟୀମାନେ ଟଙ୍କା ସଂଗ୍ରହକୁ ନେଇ ଚିନ୍ତିତ ହେବେ। କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଅନାବଶ୍ୟକ ବିବାଦରୁ ରକ୍ଷା ପାଇପାରିବେ। ପରିବାରରେ ମତଭେଦ ହେବାର ସମ୍ଭାବନା ରହିବ । ଖାଦ୍ୟ ଏବଂ ପାନୀୟକୁ ନିୟନ୍ତ୍ରଣ କରନ୍ତୁ।

କୁମ୍ଭ: – ଆଜି ଏକ ଭଲ ଦିନ ହେବ । କଠିନ ପରିଶ୍ରମ ସମସ୍ତ କାର୍ଯ୍ୟରେ ସଫଳତା ଆଣିବ ଏବଂ ଏକ ଖରାପ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ଆର୍ଥିକ ଲାଭ ଏବଂ ଚାକିରି ଅଭିବୃଦ୍ଧି ହେବ, କିନ୍ତୁ ଅଧିକ ଖର୍ଚ୍ଚ ହେତୁ ଚିନ୍ତା ବଢିବ । ବିପରୀତ ଲିଙ୍ଗ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ । ଭୁଲ ଶବ୍ଦ ବ୍ୟବହାର କରିବା ଦ୍ୱାରା ଅସୁବିଧା ହୋଇପାରେ । ସାମାଜିକ କାର୍ଯ୍ୟରେ ଆଗ୍ରହ ରହିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ। ବିତର୍କରେ ଭାଗ ନିଅନ୍ତୁ ନାହିଁ।

ମୀନ: – ଆଜି ଶୁଭ ଦିନ ହେବ। କଠିନ ପରିଶ୍ରମ ଭଲ ଫଳାଫଳ ଦେବ । ଶରୀରରେ ନୂତନ ଉତ୍ସାହ ଦେଖାଯିବ ଏବଂ ସମସ୍ତ କାର୍ଯ୍ୟ ସହଜରେ କରାଯିବ । ବନ୍ଦ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରିବ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ରହିବ। ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ଦୈନନ୍ଦିନ କାର୍ଯ୍ୟକଳାପରୁ ଦୂରେଇ ରହିବା ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟକଳାପର ଏକ ଅଂଶ ହୋଇପାରେ, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ବିବାହିତ ଜୀବନ ସୁଖୀ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ (ଆଇମା) ର ୬୮ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ଜାତୀୟ ମ୍ୟାନେଜମେଣ୍ଟ ଦିବସ ଅବସରରେ  ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଶିଳ୍ପ ସମାଜକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ହେବ ଅନଷ୍ଟପେବୁଲ। ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷତା ହାସଲ କରିବ। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ଅଧିକ ଭରସା କରିବା ଏବଂ ପୁଞ୍ଜିନିବେଶ କରିବା ଆବଶ୍ୟକ। ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନ ପରି ଅନୁଷ୍ଠାନ ଗୁଡିକ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଜରୁରୀ। ଲୋକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସେମାନଙ୍କ ଭୂମିକା ପ୍ରତିପାଦିତ କରିବା ଦରକାର।

ସେ କହିଛନ୍ତି ଯେ ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍। ଏହି କଥାକୁ  ଆମ ଭିତରେ ସୀମିତ ନ ରଖି ପରବର୍ତ୍ତୀ ପିଢ଼ି ପାଖରେ ମଧ୍ୟ ପହଞ୍ଚାଇବା ଦରକାର। ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏହା ଦ୍ୱାରା ବିପୁଳ ସୁଯୋଗ ସୃଷ୍ଟି ହେବ। ଏହି ସୁଯୋଗର ବ୍ୟବହାର କରିବା ସହ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଆମ ଆଗରେ ଚ୍ୟାଲେଞ୍ଜ ରହିଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବିଚାରବିମର୍ଶ କରିବା ପାଇଁ ଶ୍ରୀ ପ୍ରଧାନ ଶିଳ୍ପ ସମାଜକୁ ପରାମର୍ଶ ଦେଇଥିଲେ।

ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ ପାଇଁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟାନେଜମେଣ୍ଟ, ସମାଜସେବା ଏବଂ ଥଟ୍ ଲିଡରସିପ୍ ନେତୃତ୍ୱ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଶିଷ୍ଟ ଶିଳ୍ପପତିଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

Categories
ଆଞ୍ଚଳିକ

ବାଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ପୋଚ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ଶାଳିଆ ଡ୍ୟାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ୯୮୦୦ ଲିଟର ପୋଚ ଏବଂ ୧୦୮୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି।

ଅନୁରୂପ ଭାବେ ଦାଶରଥିପୁର ଗ୍ରାମରେ ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତ ସୁକାନ୍ତି ନାୟକ ଏବଂ ବାପି ନାୟକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ୟୁନିଟ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା, ଜିଲ୍ଲା ମୋବାଇଲ ୟୁନିଟ ଏସଆଇ ରୋହିତ ଦଣ୍ଡସେନା ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ଅଜଣା ଗାଡି ଧକ୍କାରେ ଯୁବକ ମୃତ: ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ଆଜି ଅପରାହ୍ନ ୩ ଟା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜନୈକ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ଚାରମାଳ ଗ୍ରାମର ଲିଟୁ ଦାସ ବୋଲି ଜଣାପଡିଛି।

ଖବରରୁ ପ୍ରକାଶ ଯେ, ଲିଟୁ ଦାସ କୌଣସି କାମରେ ରେଢାଖୋଲ ଯାଇଥିଲେ। କାମ ସାରି ଅପରାହ୍ନ ପ୍ରାୟ ୩ ଟା ସମୟରେ ଚାରମାଳ ନିଜ ଘରକୁ ଫେରୁଥିବା ସମୟରେ ଉଦ୍ୟାନ ବିଭାଗ ଅଫିସ୍ ପାଖାପାଖି ସମ୍ବଲପୁର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଲିଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଡାକ୍ତରଖାନା ପଠାଇଥିଲା।

ପରିବାର ଲୋକେ ଆସିବା ବେଳକୁ ମୃତଦେହ ଡାକ୍ତରଖାନାରେ ଥିବା ଜାଣି ଲୋକମାନେ ଉତ୍ୟକ୍ତ ହୋଇପଡିଥିଲେ। ଘଟଣା ସ୍ଥଳରେ ହିଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପଟେ ଶହ ଶହ ଗାଡି ଦୀର୍ଘ ୩ ଘଂଟା ଅଟକି ରହିଥିବାରୁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା।

ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପିଓ ଏଵଂ ରେଢାଖୋଲ ଉପଜିଲ୍ଲାପାଳ ପହଂଚି ରାସ୍ତାରୋକ କରିଥିବା ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରମାଗତ ଦୁଇଟି ଦ୍ୱିଶତକରୁ ବିପୁଳ ଲାଭ ପାଇଲେ ଯଶସ୍ଵୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ବଡ଼ ଲମ୍ଫ, ଟପ୍- ୫ ରେ ୩ ​​ଭାରତୀୟ

ନୂଆଦିଲ୍ଲୀ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ଵାଲ ଏକ ବଡ଼ ଲମ୍ଫ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିଥିବା ଜୟସ୍ଵାଲ ର଼୍ୟାଙ୍କିଙ୍ଗରେ ୧୪ ସ୍ଥାନ ଉପରକୁ ଉଠିଛନ୍ତି, ଯେଉଁଥିରେ ସେ ୧୫ ତମ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ସହିତ ତିନି ଜଣ ଭାରତୀୟ ଖେଳାଳି ODI ର଼୍ୟାଙ୍କିଙ୍ଗରେ ଟପ୍ -୫ ରେ ପ୍ରବେଶ କରିଛନ୍ତି। ଯେଉଁଥିରେ ଶୁଭମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଅଛନ୍ତି।

ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଉପକୃତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚରେ ଜୟସ୍ଵାଲ ଦ୍ୱିଶତକ ହାସଲ କରିଥିଲେ। ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଜୟସ୍ୱାଲ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୨୦୯ ରନ୍ ସଂଗ୍ରହ କରିଥିଲେ। ଏହା ପରେ ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୨୧୪ * ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଜୟସ୍ଵାଲ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୮୦ ରନ୍ ର ଇନିଂସ ଖେଳିଥିଲେ।

ଟେଷ୍ଟ ର଼୍ୟାଙ୍କିଙ୍ଗରେ ଟପ୍ -୫ ବିଷୟରେ କହିବାକୁ ଗଲେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ ୮୯୩ ରେଟିଂ ସହ ଶୀର୍ଷ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ଷ୍ଟିଭ ସ୍ମିଥ ୮୧୮ ରେଟିଂ ସହିତ ଦ୍ୱିତୀୟ, ଡାରିଲ ମିଚେଲ ୭୮୦ ରେଟିଂ ସହିତ ତୃତୀୟ, ବାବର ଆଜାମ ୭୬୮ ରେଟିଂ ସହିତ ଚତୁର୍ଥ ଏବଂ ଇଂଲଣ୍ଡର ଜୋ ରୁଟ୍ ୭୬୬ ରେଟିଂ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।

ODI ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି:

ODI ର଼୍ୟାଙ୍କିଙ୍ଗରେ ୮୦୧ ରେଟିଂ ସହ ଭାରତୀୟ ଓପନର୍ ଶୁଭମାନ ଗିଲ ଦ୍ୱିତୀୟ ସ୍ଥାନରେ, ବିରାଟ କୋହଲି ୭୬୮ ରେଟିଂ ସହ ତୃତୀୟ ସ୍ଥାନରେ ଏବଂ ରୋହିତ ଶର୍ମା ୭୪୬ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ୭୨୮ ରେଟିଂ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ODI ର଼୍ୟାଙ୍କିଙ୍ଗରେ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି। ୮୨୪ ରେଟିଂ ସହ ବାବର ODI ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ରହିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ଉପଲବ୍ଧ ଜିଓ ଏୟାରଫାଇବର 

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଗୃହ ମନୋରଂଜନ, ସ୍ମାର୍ଟ ହୋମ ସେବା ଓ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡର ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ ସମାଧାନ ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି। ଓଡ଼ିଶାରେ ୨୦୨୩ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ସେବା ଓୟାରଲାଇନ ବ୍ରଡବ୍ୟାଣ୍ଡ ସଂଯୋଗ କ୍ଷେତ୍ରରେ ରହିଥିବା ସଂଯୋଗ ଜନିତ ଆହ୍ୱାନକୁ ଅତିକ୍ରମ କରିପାରିଛି ଏବଂ ସାରା ଦେଶର ବ୍ୟବହାକାରୀଙ୍କୁ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରୁଛି।

ବର୍ତମାନ ସାରା ଭାରତରେ ଜିଓର ଅପ୍ଟିକାଲ ଫାଇବର ଭିତ୍ତିଭୂମି ୧.୫ ନିୟୁତ କିଲୋମିଟରରୁ ଅଧିକ ବ୍ୟାପ୍ତ ରହିଛି। ତଥାପି ଦେଶର ଅନେକ ସ୍ଥାନରେ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରିବା ଲାଗି ବହୁ ସମୟ ଲାଗୁଛି। ଘର କିମ୍ବା ପରିସର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାରେ ରହିଥିବା ଥିବା ଜଟିଳତା ଓ ବିଳମ୍ବ ପାଇଁ ଅନେକ ସମ୍ଭାବ୍ୟ ଗ୍ରାହକ ହୋମ ବ୍ରଡବ୍ୟାଣ୍ଡରୁ ଏବେ ଯାଏଁ ବଞ୍ଚିତ ରହିଛନ୍ତି।

ଜିଓଏୟାରଫାଇବର ପକ୍ଷରୁ ଏହିଭଳି ପରିସରଗୁଡ଼ିକୁ ସଂଯୋଗ ପ୍ରଦାନ କରିବା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

ଜିଓଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନେ ଅଧିକ ସଂଚୟ କରିପାରିବେ ।

ଜିଓଏୟାରଫାଇବର ସଂଯୋଗ ଆଡକୁ ଅଗ୍ରସର ହେବା ଭାରତୀୟଙ୍କ ମନୋରଞ୍ଜନ ବ୍ୟବହାର ଅଭ୍ୟାସରେ ଏକ ଗଭୀର ପରିବର୍ତନକୁ ସୂଚିତ କରୁଛି । ପାଣିପାଗ ପରିସ୍ଥିତି ଏବଂ ବୈଷୟିକ ତ୍ରୁଟି କାରଣରୁ ସେବା ବାଧାପ୍ରାପ୍ତ ହେବା ନେଇ ସମାଲୋଚନାର ଶିକାର ହେଉଥିବା ଡିଟିଏଚ୍ ସେବାଗୁଡିକ ତୁଳନାରେ ଜିଓ ଏୟାରଫାଇବର ସଂଯୋଗ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରୁଛି । ଏହା ନିରବଚ୍ଛିନ୍ନ ସେବାର ଗ୍ୟାରେଣ୍ଟି ଦେବା ସହିତ ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି । ସେଥିପାଇଁ ଏହା ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ବିକଳ୍ପରେ ପରିଣତ ହୋଇଛି । ଜିଓ ସିନେମା ଓ ଜିଓଟିଭି ଭଳି ଓଭର-ଦି-ଟପ୍ (ଓଟିଟି) ଆପ୍ ଏବଂ ପ୍ଲାଟଫର୍ମର ବିକାଶ ଏହି ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଓ ଏୟାରଫାଇବର ସଂଯୋଗ ମାଧ୍ୟମରେ ଉପଲବ୍ଧ ଏହି ପ୍ଲାଟଫର୍ମରେ କ୍ରୀଡ଼ା କାର୍ଯ୍ୟକ୍ରମର ସିଧାପ୍ରସାରଣ, ସଦ୍ୟତମ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ଲୋକପ୍ରିୟ ଟିଭି ସୋ’ ସମେତ ଅନେକ ଏଚଡି ବିଷୟବସ୍ତୁ ଉପଲବ୍ଧ ହେଉଛି ଯାହା ଭାରତୀୟ ଦର୍ଶକଙ୍କ ବିଭିନ୍ନ ପସନ୍ଦକୁ ପୂରଣ କରୁଛି ।

ଦେଶ ଏହି ସୁଲଭ ମନୋରଞ୍ଜନର ଅଗ୍ରଗତି ଦେଇ ଗତି କରୁଥିବା ବେଳେ ଡିଟିଏଚ୍ ସେବା ଅପେକ୍ଷା ଜିଓ ଏୟାରଫାଇବର ସଂଯୋଗକୁ ପ୍ରାଧାନ୍ୟ ଦେବା ଭାରତୀୟ ମନୋରଞ୍ଜନ କ୍ଷେତ୍ରର ପରିବର୍ତ୍ତିତ ଦୃଶ୍ୟପଟର ପରିଚାୟକ ।

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ ।

Categories
ଆଜିର ଖବର ଜାତୀୟ ଖବର

ମରାଠା ସଂରକ୍ଷଣ ବିଲ୍ ପାରିତ ହେବା ସତ୍ତ୍ୱେ ଅନଶନରେ ବସିଛନ୍ତି ମନୋଜ ଜାରାଙ୍ଗେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମରାଠା ସଂରକ୍ଷଣ ବିଲ୍ ମଙ୍ଗଳବାର ଦିନ ମହାରାଷ୍ଟ୍ର ବିଧାନସଭାରେ ପାରିତ ହୋଇଛି। ଏହା ସତ୍ତ୍ୱେ ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରାଙ୍ଗେ ଆମରଣ ଅନଶନ ଜାରି ରଖିଛନ୍ତି। ପ୍ରମୁଖ ମରାଠା ସମ୍ପ୍ରଦାୟର ସଂରକ୍ଷଣକୁ ଜାରାଙ୍ଗେ ସ୍ୱାଗତ କରିଛନ୍ତି। ତେବେ ଏହି ବିଲ୍ ଆଇନଗତ ହେବ କି ନାହିଁ ସେ ସନ୍ଦେହ ପ୍ରକଟ କରିଛନ୍ତି।

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ସମ୍ପର୍କରେ ସିନ୍ଦେ ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ମହାରାଷ୍ଟ୍ର ବିଧାନସଭାର ଉଭୟ ଗୃହରେ ମରାଠା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା। ଶିକ୍ଷା ଏବଂ ଚାକିରିରେ ମରାଠା ସମ୍ପ୍ରଦାୟକୁ ୧୦% ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଏହା ସଂରକ୍ଷଣର ୫୦% ସୀମାଠାରୁ ଅଧିକ। ଏହାପୂର୍ବରୁ ୨୦୧୮ରେ ଦେବେନ୍ଦ୍ର ଫଡନାଭିସ୍ ସରକାର ପଛୁଆ ଶ୍ରେଣୀ ଅଧିନିୟମ ୨୦୧୮ ପାରିତ କରିଥିଲେ। କିନ୍ତୁ ତା’ପରେ ସୁପ୍ରିମକୋର୍ଟ ସଂରକ୍ଷଣର ୫୦% ସୀମା ଦର୍ଶାଇ ଏହାକୁ ବାରଣ କରିଥିଲେ।

ଆମରଣ ଅନଶନରେ ମନୋଜ ଜାରାଙ୍ଗେ

ମରାଠା ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦାବି କରି ମନୋଜ ଜାରାଙ୍ଗେ ଆମରଣ ଅନଶନରେ ଅଛନ୍ତି। ତାଙ୍କର ଦାବି ହେଉଛି ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟକୁ କୁନ୍ବି ଭାବରେ ବିବେଚନା କରାଯିବା ଉଚିତ୍। ମହାରାଷ୍ଟ୍ରରେ କୁନବି ଓବିସି ସମ୍ପ୍ରଦାୟର ମାନ୍ୟତା ପାଇଛି ଏବଂ ସେହି ଅନୁଯାୟୀ ସଂରକ୍ଷଣ ମିଳିଛି। ମନୋଜ ଜାରାଙ୍ଗେ ମଙ୍ଗଳବାର କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଏହି ସମ୍ପ୍ରଦାୟକୁ ୧୦ ପ୍ରତିଶତ କିମ୍ବା ୨୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଛନ୍ତି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଏହି ସଂରକ୍ଷଣ ଅନ୍ୟ ପଛୁଆ ବର୍ଗ (ଓବିସି) ବର୍ଗ ଅଧୀନରେ ରହିବା ଉଚିତ ଏବଂ ପୃଥକ ଭାବରେ ନୁହେଁ।

ଜାରାଙ୍ଗେ କହିଛନ୍ତି ଯେ, ସେ ଅପେକ୍ଷା କରିବେ ଏବଂ ଦେଖିବେ ରାଜ୍ୟ ସରକାର ଏହାର ଡ୍ରାଫ୍ଟ ବିଜ୍ଞପ୍ତିକୁ ଏକ ଆଇନରେ ପରିଣତ କରିବେ କି ନାହିଁ ଏବଂ ତା’ପରେ ତାଙ୍କ ଆନ୍ଦୋଳନ ବିଷୟରେ ନିଷ୍ପତ୍ତି ନେବେ। ସେ କହିଛନ୍ତି ଯେ, କେବଳ ୧୦୦-୧୫୦ ମରାଠାଙ୍କୁ ଏହି ସଂରକ୍ଷଣର ଲାଭ ମିଳିବ। ଆମ ଲୋକମାନେ ସଂରକ୍ଷଣରୁ ବଞ୍ଚିତ ହେବେ। ସେ କହିଛନ୍ତି ଯେ, ଫେବୃଆରୀ ୨୨ ତାରିଖରେ ତାଙ୍କ ଅନଶନ ଉପରେ ସେ ନିଷ୍ପତ୍ତି ନେବେ।

କେବଳ ଏତିକି ନୁହେଁ, ଜାରାଙ୍ଗେ ପଟେଲ ତାଙ୍କ ହାତରେ ଥିବା ଡ୍ରିପକୁ ହଟାଇ ଦେଇଛନ୍ତି। ସେ ଡାକ୍ତରଙ୍କଠାରୁ ଅଧିକ ଚିକିତ୍ସା କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ, ଜାରାଙ୍ଗେଙ୍କ ଦାବି ଉପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଶମ୍ଭୁରାଜ ଦେଶାଇ କହିଛନ୍ତି ଯେ, ମନୋଜ ଜାରାଙ୍ଗେ ଏବଂ ମରାଠା ସମ୍ପ୍ରଦାୟର ଦାବିକୁ ସରକାର ପୂରଣ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଉପରେ ଅଭିଯୋଗ ଆଣିଥିବା କାନାଡାର ବଦଳିଲା ସ୍ଵର: ଖଲିସ୍ତାନୀ ବିଷୟରେ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଭାରତ ଉପରେ ଅଭିଯୋଗ ଆଣିଥିବା କାନାଡା ସରକାର ଏବେ ନିଜ ସ୍ଵର ବଦଳାଇଛନ୍ତି। କାନାଡା ସରକାର କହିଛନ୍ତି ଯେ, ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରି ଗୁଳି ଚଳାଇଥିବା ୨ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ।

ମଙ୍ଗଳବାର ଦିନ କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ଵାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ବିଜ୍ଞପ୍ତିରେ, ରୟାଲ କାନାଡିୟ ମାଉଣ୍ଟେଡ ପୋଲିସର ସରେ ଟିମ ସୂଚନା ଦେଇଛି ଯେ, ଘଟଣା ସମୟରେ ଏହି ଘଟଣା ଏକ ବିଦେଶୀ ଦେଶର ହସ୍ତକ୍ଷେପ ସହ ଜଡିତ ଥିବାର ଅନୁମାନ କରାଯାଇଥିଲା। ତଥାପି, ଯେତେବେଳେ ଯାଞ୍ଚ କରାଯାଇଥିଲା, ଏହି ପ୍ରସଙ୍ଗରେ ବିଦେଶୀ ହସ୍ତକ୍ଷେପର କୌଣସି ପୃଷ୍ଟି ହୋଇନାହିଁ।