Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର, ଆଜି ଓଡିଶାର ବରିଷ୍ଠ ସାମ୍ବାଦିକ ଜୀମୁତ ମଙ୍ଗରାଜଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ସେ ଆଜି ରାତି ଆଠଟା ବେଳକୁ ନିଜ ବାଇକରେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ। ଜାତୀୟ ରାଜପଥ 16 ଜାଆଁଳା ନିକଟରେ ଏକ ଅଜଣା ଗାଡି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସେ ସେହି ରାସ୍ତାରେ ଛିଟିକି ପଡିଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।

ତାଙ୍କୁ ତୁରନ୍ତ ଏମସ୍ ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜୀମୁତଙ୍କ ଗାଡିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଦେଖଣାହାରୀଙ୍କ କହିବା କଥା ଯେ ଧକ୍କା ଏତେ ଜୋରରେ ହୋଇଥିଲା ଯେ, ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।

ଜାମୁତ ମଙ୍ଗରାଜ ଦୀର୍ଘ ବର୍ଷ ଧରି ଓଡିଶା ସାମ୍ବାଦିକ ଜଗତରେ କାର୍ଯ୍ୟ କରିଆସୁଥିଲେ। ସେ ସମ୍ବାଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ନିଜେ ଏକ ଖବରକାଗଜ ପ୍ରକାଶିତ କରୁଥିଲେ। ଏଥିସହିତ ଜୀମୁତ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ସହିତ ଜଡିତ ହୋଇ କାର୍ଯ୍ୟ କରୁଥିଲେ। ସାମ୍ବାଦିକଙ୍କ କଲ୍ୟାଣ ତଥା ସୁରକ୍ଷା ପାଇଁ ସେ ସବୁବେଳେ ଲଢେଇ କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ତଥା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ନେତାଜୀ ସୁଭାଷ ବୋଷଙ୍କ କଳାକୃତି ଚୋରୀ ଘଟଣା, ଜବାବ ରଖିଲା କେନ୍ଦ୍ର ସଂସ୍କୃତି ବିଭାଗ

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଆଜି ସଂସ୍କୃତି ମନ୍ତ୍ରଣାଳୟର ମୁଣ୍ଡବଥା କାରଣ ହୋଇଛି। ଏଥିରେ ପ୍ରକାଶିତ ହୋଇଛି ଯେ, ନେତାଜୀ ସୁଭାଷ ବୋଷଙ୍କ କେତେକ କଳାକୃତି ଚୋରୀ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀ କରାଯାଇଥିଲା। ଯାହାକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଅବସର ଥିଲା। ସେଥିରେ ନେତାଜୀଙ୍କ ବିଭିନ୍ନ କଳାକୃତି ପ୍ରଦର୍ଶିତ କରାଯାଇଥିଲା । ସେହି ସାମଗ୍ରୀ ଚୋରୀ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି।

ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ସେହିସବୁ ସାମଗ୍ରୀ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥାର ଲାଲକିଲ୍ଲା ସଂଗ୍ରହାଳୟ ପକ୍ଷରୁ ଭିକ୍ଟୋରିଆ ମେମୋରିଆଲକୁ ଲୋନ୍‍ ଆଧାରରେ ଯୋଗାଇ ଦିଆଯାଇଥିଲା ।

ବିଧିବଦ୍ଧ ଭାବେ ପ୍ରଚଳିତ ଧାରାକୁ ଅନୁସରଣ ପୂର୍ବକ ସେହିସବୁ ସାମଗ୍ରୀ ଉଧାର ସୂତ୍ରରେ ପ୍ରଦାନ କରାଯାଇଥିଲା ଏବଂ ସେଥିପାଇଁ ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ପତ୍ରର ଅବଧି ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଯାହାକି ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି କରାଯାଇପାରିବ । ସେହିସବୁ ସାମଗ୍ରୀ କୋଲକାତାକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ବୀମାକରଣ ସହ ପଠାଯାଇଥିଲା ।

ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଦେଶର ବିଭିନ୍ନ ସଂଗ୍ରହାଳୟ ମଧ୍ୟରେ ପୁରାତନ ସାମଗ୍ରୀ ଆଦାନ ପ୍ରଦାନ ଓ ପ୍ରଦର୍ଶନୀ ଆୟୋଜନ ଏକ ପ୍ରଚଳିତ ନିୟମିତ ଧାରା । ଆଲୋଚିତ କ୍ଷେତ୍ରରେ, ଉଭୟ ଏଏସଆଇ ଏବଂ ଭିଏମଏଚ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣାଧୀନ ରହିଛନ୍ତି ।

ତେଣୁ ଯେଉଁ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ଅସତ୍ୟ। ସୁଭାଷ ବୋଷଙ୍କ କଳାକୃତି ସଂପୂର୍ଣ୍ଣ ଭାବେ ସଂରକ୍ଷିତ ରହିଛି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ପତ୍ର ଦେବା ମହଙ୍ଗା ପଡିଲା: ଶିକ୍ଷକଙ୍କୁ ଲଣ୍ଡା କରିବା ସହ ମୁହଁ କଳା କରି ବୁଲାଇଲେ ଗ୍ରାମବାସୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକଜଣଙ୍କ ପ୍ରେମ ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଇନ୍ଦୋରର ଗ୍ରାମୀଣ ଅଞ୍ଚଳ ମାନପୁରର ଗ୍ରାମବାସୀମାନେ ସମ୍ପୃକ୍ତ ସ୍କୁଲ ଶିକ୍ଷକଙ୍କୁ ଅଧା ଲଣ୍ଡା କରିବା ପରେ ମୁହଁଙ୍କୁ କଳା କରିଛନ୍ତି। ପୁଣି ସେହି ଶିକ୍ଷକଜଣଙ୍କୁ ଗ୍ରାମର ଚତୁଃପାର୍ଶ୍ଵ ବୁଲାଇଛନ୍ତି।

ଛାତ୍ରୀଜଣଙ୍କ ଏହି ବାବଦରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣା ଶୁଣିବାପରେ ଗ୍ରାମବାସୀ  ଉତ୍ତେଜିତ ହୋଇ ସ୍କୁଲ ଶିକ୍ଷକଙ୍କ ନିକଟରେ ପହଞ୍ଚିଯାଇଥିଲେ। ଅଭିଯୁକ୍ତ ଶିକ୍ଷକଙ୍କୁ ଲଣ୍ଡା କରିବା ସହ ମୁହଁ କଳା କରି ଗ୍ରାମର ଚତୁଃପାର୍ଶ୍ଵରେ ଗ୍ରାମବାସୀ ବୁଲାଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିବା ସହ ଗ୍ରାମର ୮/୧୦ ଜଣଙ୍କ ନାମରେ କେସ ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲି ବୋଝେଇ ହାଇୱା ଓଲଟି ଖଲାସିଙ୍କ ପ୍ରାଣହାନି: ଟାଙ୍ଗୀ ଗାଡି ମାଲିକଙ୍କ ଘର ସାମ୍ନାରେ ଉତ୍ତେଜନା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବାଲି ବୋଝେଇ ହାଇୱା ଓଲଟି ଜଣେ ଖଲାସୀଙ୍କ ପ୍ରାଣହାନି ଘଟିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ମୃତ ଦେହକୁ ନେଇ ହାଇୱା ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଶତାଧିକ ଲୋକ ଗାଡି ମାଲିକଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର ରାମକୃଷ୍ଣ ବେହେରା ହାଇୱା ଗାଡିରେ ଖଲାସି କାମ କରୁଥିଲେ। ଗାଡି ମାଲିକ ପ୍ରକାଶ ବେହେରାଙ୍କ ହାଇୱାରେ ସେ ଖଲାସି କାମ କରୁଥିଲେ। ସବୁ ଦିନ ଭଳି ରାମକ୍ରୁଷ୍ଟ ହାଇୱା ଗାଡିରେ ଖଲାସୀ କାମ କରିବା ପାଇଁ ବାହାରି ଯାଇଥିଲେ। ହାଇୱା ବାଲି ବୋଝେଇ କରି ଟାଙ୍ଗୀ ଫେରୁଥିଵା ବେଳେ ସିକୋ ଫାଣ୍ଡି ନିକଟ ମାଣିକ ପାଟଣା ଠାରେ ରାସ୍ତା ଖରାପ ଥିଵାରୁ  ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା।

ଫଳରେ ଖଲାସୀ ରାମ କୃଷ୍ଣ ହାଇୱା ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ପୋଲିସ୍ ସହ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଘଟଣା ସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍  ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ହୋଇ ଶବ ଗ୍ରାମକୁ ଫେରିବା ପରେ ଗ୍ରାମବାସୀ ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଦାବିରେ ମାଲିକଙ୍କୁ ଗୁହାରୀ କରିଥିଲେ।

ହେଲେ ମାଲିକ କୌଣସି ସହାୟତା ନଦେଵାରୁ ସ୍ଥାନୀୟ ବଡପାରୀ ଗ୍ରାମର ଗ୍ରାମଵାସୀ ଶବକୁ ଧରି ଟାଙ୍ଗୀର ହାଇୱା ମାଲିକ   ପ୍ରକାଶ ବେହେରାଙ୍କ ଘର ସମ୍ମୁଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଖଲାସି  ରାମକୃଷ୍ଣଙ୍କ ୩ ଭଉଣୀରେ ଗୋଟିଏ ଭାଇ ଓ ତାଙ୍କର ବୟସ ମାତ୍ର ୨୨ ବର୍ଷ। ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ କ୍ଷମ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶୀତଳ ଭଣ୍ଡାରରେ କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ତଦନ୍ତ: ଡିଲରମାନଙ୍କ ପକ୍ଷରୁ ଚପାଇଦେବାକୁ ଉଦ୍ୟମ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ଅଭିଯୋଗ ସଂପର୍କରେ ତଦନ୍ତ ଧିମେଇ ଯାଇଥିବା ଅଭିଯୋଗ ହେଉଛି। ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଅସାଧୁ ଡିଲର ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ କେବଳ କାଜପତ୍ର ପସ୍ତୃତ କରି ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରୁଥିବା ମଧ୍ୟ କୁହାଯାଉଛି । ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

ନେତ୍ରମୋହନ ମାଝୀ, ଅର୍ଜୁନ ମାଝୀ, ଟୋପିନ୍ଦ୍ର ସୁନାନୀ, ପରମେଶ୍ୱର ଶବର, ରାମେଶ୍ୱର ଶବର ଭଲି ନୀରିହ ବ୍ୟକ୍ତି ମାନଙ୍କୁ ସରକାରୀ ସହାୟତା ମିଳିବା ପ୍ରଲୋଭନ ଦେଖାଇ ହାରଭେଷ୍ଟର ଯୋଗାଇ ନଦେଇ ସେମାନଙ୍କ ସବସିଡି ଟଙ୍କା ଉଠାଣ କରିନେଇଥିବା ବେଳେ ସେମାନଙ୍କୁ ୬ଲକ୍ଷ ଟଙ୍କା ସରକାର ଦେଇଥିଲେହେଁ ପ୍ରକୃତ ହିତାଧିକାରୀ ସେହି ସୁବିଧାରୁ ବଂଚିତ ହୋଇଯାଇଥିବା ଜଣାପଡିଛି। ମାତ୍ର ୧୧ ଡିସମିଲ ଘରଡିହ ଥିବା ଜନଜାତି ବ୍ୟକ୍ତିଙ୍କ ନାମରେ ୨୪ଲକ୍ଷ ୬୦ହଜାର ଟଙ୍କାର ହାରଭେଷ୍ଟର ଯୋଗାଣ କରାଯାଇ ୬ଲକ୍ଷ ଟଙ୍କା ସବସିଡି ଦିଆଯାଇ ବାଟମାରଣା ହୋଇଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ମେକାନିକ କାମ କରୁଥିବା ଧନଂଜୟ ମାଝୀ, ବିଜୁପକ୍କାଘର ପାଇଥିବା ଈଶ୍ୱର ଭୋଇ ଏବଂ ବେଦାନ୍ତ ମାଝି, ଉପେନ୍ଦ୍ର ମାଝୀ, ବିଜୟ ମାଝୀ, ପବିତ୍ର ମାଝି ଭଲି ସରଳ ନୀରିହ ଏସ.ସି/ଏସ.ଟି ବ୍ୟକ୍ତିଙ୍କ ଖାତାରେ ସରକାରୀ ସବସିଡି ୬ ଲକ୍ଷ ଦିଆଯାଇଥିଲେହେଁ ସେମାନେ ଶୋଷିତ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ସେସଂପର୍କରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଏସଂପର୍କରେ ଠୋସ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏଭଲି ଶୋଷଣ ବୃଦ୍ଧିପାଇବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ।

ୟନମାର କମ୍ପାନୀ ତରଫରୁ ଦଲାଲ ମାଧ୍ୟମରେ କାଗଜାତ ସଂଗ୍ରହ କରାଯାଇ ସରଳ ନୀରିହ ଏସ.ସି/ଏସ.ଟି ବ୍ୟକ୍ତିଙ୍କୁ ଟାର୍ଗେଟ କରି ସେମାନଙ୍କୁ ସରକାରୀ ସହାୟତା ଆଶା ଦେଖାଇ ଜମି ଓ ପାଶବୁକ/ଚେକ ଇତ୍ୟାଦି କାଗଜାତ ସଂଗ୍ରହ କରି ଫଟୋଉଠାଇ ନେଇ ହାରଭେଷ୍ଟର ଯୋଗାଣ କାଗଜାତ ପ୍ରସ୍ତୃତ କରାଯାଉଥିଲା ଓ ପାଶବୁକରେ ସବସିଡି ୬ ଲକ୍ଷ ଟଙ୍କା ପଡିଲା ପରେ ଟଙ୍କା ଉଠାଣ କରିଦେଲେ ତାହା ଡିପୋଜିଟ କରି ବେଙ୍କ ଋଣ କରାଇ ହାରଭେଷ୍ଟର ଯୋଗାଣ କରାଯିବା ବୋଲି ଆଶାଦେଖାଇ ମାତ୍ର ୨୦/୩୦ ହଜାର ଟଙ୍କା ଦେଇ ୬ଲକ୍ଷ ଟଙ୍କାର ସବସିଡି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ନେତ୍ର ମୋହନ ମାଝୀଙ୍କ ୁ ସେଭଲି ଠକେଇ କରାଯାଇଥିବା ଅଭିଯୋଗ ହେବା ପରେ ସଂପୃକ୍ତ ଦଲାଲ ନିଜେ ଉକ୍ତ ହାରଭେଷ୍ଟର କିଣିଥିବା ସଫେଇ ଦେଉଥିବା ବେଳେ ଟୋପିନ୍ଦ୍ର ସୁନାନୀ ଙ୍କ କାଗଜାତରେ ଅନ୍ୟ ଲୋକଙ୍କ ଫୋନ ନମ୍ବର ଦର୍ଶା ଯାଇଥିବା ଜଣାପଡିଛି। ଅଧିକାଂଶ ହାରଭେଷ୍ଟର ଯୋଗାଣ କରାନଯାଇ କେବଳ କାଗଜାତ ପ୍ରସ୍ତୃତ କରାଯାଇ ସବସିଡି ହଡପ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି।

କୃଷିବିଭାଗ ପକ୍ଷରୁ ହିତାଧିକାରୀ ପାଖରେ ହାରଭେଷ୍ଟର ଅଛି କି ନାହିଁ ସେବିଷୟରେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ କିପରି ଭାବରେ କେଉଁ ବେଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଋଣ ହେଲା, ସବସିଡି ଟଙ୍କା ପାଶବୁକରେ ପଡିଲା ପରେ କାହା ପାଖକୁ ଟ୍ରାନସଫର ହେଲା, ହିତାଧିକାରୀ କଣ ପାଇଲା, ବର୍ତ୍ତମାନ ହାରଭେଷ୍ଟର କାହା ପାଖରେ ଅଛି, ଯଦି ଲିଜ ଦିଆଯାଇଛି ବୋଲି କୁହାଯାଉଛି ତେବେ କିପରି ଭାବେ ଲିଜ ଦିଆଯାଇଛି, ହିତାଧିକାରୀ କେତେ ଟଙ୍କା ପାଉଛି ଆଦି ବିଭିନ୍ନ ବିଷୟରେ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଏସଂପର୍କରେ ଉଚିତ ପଦକ୍ଷେପ ନିଆନଗଲେ ସରକାରୀ ସବସିଡି କେବଳ ଦଲାଲ ଓ ଡିଲରଙ୍କ ଦ୍ୱାରା ବାଟମାରଣା ହିଁ ସାର ହେବ ଏବଂ ସରକାରଙ୍କ କୃଷକ ପ୍ରୋତ୍ସାହନ ଯୋଜନା ସଫଳ ହୋଇପାରିବ ନାହିଁ ବୋଲି ଚାଷୀମହଲରେ ମତପ୍ରକାଶ ପାଇବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୫୭୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୨, କଟକରୁ ୪୨୭, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୬୨, ପୁରୀରୁ ୧୧୩, ଭଦ୍ରକରୁ ୧୫୮, ମୟୂରଭଞ୍ଜରୁ ୧୫୬, କେନ୍ଦ୍ରାପଡାରୁ ୧୩୯, ଜଗତସିଂହପୁରରୁ ୧୨୦, ସୁନ୍ଦରଗଡରୁ ୧୧୯, ଅନୁଗୁଳରୁ ୧୧୬, ନୟାଗଡରୁ ୧୧୨, କୋରାପୁଟରୁ ୯୦, ରାୟଗଡାରୁ ୮୭, ନବରଙ୍ଗପୁରରୁ ୭୬, ମାଲକାନାଗିରିରୁ ୫୫, ବରଗଡରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡିରୁ ୪୩, ବଲାଙ୍ଗୀରିରୁ ୪୦, କନ୍ଧମାଳରୁ ୪୦, ବୌଦ୍ଧରୁ ୩୫, ଗଞ୍ଜାମରୁ ୩୦, ଗଜପତିରୁ ୨୮, ସମ୍ବଲପୁରରୁ ୨୮, ସୋନପୁରରୁ ୨୭, ଦେବଗଡରୁ ୧୨, ଝାରସୁଗୁଡାରୁ ୧୨, ନୂଆପଡାରୁ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୬୭ ହଜାର ୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୧୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୨୩: ସୁସ୍ଥ ହେଲେ ୩୮୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୧୮୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୩୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୩୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧୨୦୦ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ପାଖାପାଖୀ ୧୨ ଶହ ଲୋକଙ୍କ ପାଇଁ ଟୀକାର ବ୍ୟବସ୍ଥା ହୋଇଛି।

ଜାଣନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ:

ବାଣପୁର:

୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୯୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୯୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

– ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୭୦ ଡୋଜ

୨- ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୩- ବଡ଼କୂଳ ଉଚ୍ଚ ବିଦ୍ୟାଳୟ- ୧୯୦ ଡୋଜ

୪- ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ – ୧୮୦ ଡୋଜ

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର

ହେଲିକାପ୍ଟରରୁ ଓହ୍ଲାଇ ପ୍ରଥମେ ମାଟିକୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ହେଲେ କାହିଁକି ?

ନୂଆଦିଲ୍ଲୀ, ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଗାଁରେ ପହଂଚିଥିବା ରାମ ନାଥ କୋବିନ୍ଦ ହେଲିପ୍ୟାଡରେ ଅବତରଣ କରି ନିଜ ଜନ୍ମମାଟିକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ବେଶ ଉତ୍ସାହିତ କରିଥିଲା। ଏପରିକି ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା।

ଗାଁରେ ପହଁଞ୍ଚିବା ପରେ ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହା କେବଳ ଏହି ଗାଁ ମାଟି ପାଇଁ ସମ୍ଭବ ହୋଇଛି। ଏହାର ଶ୍ରେୟ କେବଳ ଏହି ମାଟି ଏବଂ ଏହି ଅଞ୍ଚଳର ଲୋକମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ। ମୁଁ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥିଲି ଯେ ମୋ ଭଳି ଜଣେ ସାଧାରଣ ବାଳକ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟର ଦାୟିତ୍ବ ତୁଲାଇବ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ରବିବାର ଦିନ ରାମନାଥ କୋବିନ୍ଦ ତାଙ୍କ ଗ୍ରାମ ଉତ୍ତର ପ୍ରଦେଶର କାନପୁର ନିକଟସ୍ଥ ପରାଉଙ୍ଖ୍ ଗାଁକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ସଂପର୍କୀୟଙ୍କୁ ଭେଟି ବେଶ ଖୁସି ପ୍ରକଟ କରିଥିଲେ। ସେ କହିଛନ୍ତି ଯେ ମାତୃଭୂମିର ଏହି ପ୍ରେରଣା ମୋତେ ହାଇକୋର୍ଟରୁ ସୁପ୍ରିମକୋର୍ଟ, ସୁପ୍ରିମକୋର୍ଟରୁ ରାଜ୍ୟସଭା, ରାଜ୍ୟସଭାରୁ ରାଜଭବନ ଏବଂ ରାଜଭବନରୁ ରାଷ୍ଟ୍ରପତି ଭବନକୁ ନେଇଛି।

ଦେଶର ଅମୂଲ୍ୟ ବଳିଦାନ ଏବଂ ଅବଦାନ ପାଇଁ ସେ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ସମ୍ବିଧାନ ନିର୍ମାତାମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ‘ମାତୃ ଦେବୋ ଭବ’, ‘ପିତୃ ଦେବୋ ଭବ’, ‘ଆଚାର୍ଯ୍ୟ ଦେବୋ ଭବ’ ଶିକ୍ଷା ଦିଆଯାଏ। ଆମ ଘରେ ମଧ୍ୟ ସମାନ ଶିକ୍ଷା ଦିଆଯାଇଥିଲା। ପିତାମାତା ଏବଂ ଗୁରୁ ଏବଂ ପିତୃଜନମାନଙ୍କୁ ସମ୍ମାନ କରିବା ଆମ ଗ୍ରାମୀଣ ସଂସ୍କୃତିରେ ଅଧିକ ପରିଦୃଷ୍ଟ ହୋଇଥାଏ।

ସେ କହିଛନ୍ତି ଯେ ଜାତି, ଶ୍ରେଣୀ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ଗାଁର ବୟସ୍କା ମହିଳାଙ୍କୁ ଏବଂ ବୃଦ୍ଧ ପିତାମାତାଙ୍କୁ ଦେବତା ପରି ଦେଖିବା ମୋ ପରିବାରରେ ଏକ ପରମ୍ପରା ଅଟେ। ଆଜି ମୁଁ ଦେଖି ଖୁସି ଯେ ଆମ ପରିବାରର ଗୁରୁଜନମାନଙ୍କୁ ସମ୍ମାନ କରିବାର ଏହି ପରମ୍ପରା ବର୍ତ୍ତମାନ ମଧ୍ୟ ଜାରି ରହିଛି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ତାଙ୍କ ଶାଶୁ ଘରେ ବହୁତ ଖୁସି ଥିବା ଜଣାପଡିଛି।

ରାଷ୍ଟ୍ରପତି କହିଛନ୍ତି ଯେ ମୁଁ ଯେଉଁଠାରେ ବି ରହେ, ମୋ ଗାଁର ମାଟିର ସୁଗନ୍ଧ ଏବଂ ମୋ ଗାଁ ବାସିନ୍ଦାଙ୍କ ସ୍ମୃତି ସବୁବେଳେ ମୋ ହୃଦୟରେ ରହିଥାଏ। ମୋ ପାଇଁ ପରଉଙ୍ଖ କେବଳ ଏକ ଗାଁ ନୁହେଁ, ଏହା ମୋର ମାତୃଭୂମି, ଯେଉଁଠାରୁ ମୁଁ ସର୍ବଦା ଦେଶକୁ ସେବା କରିବା ପାଇଁ ପ୍ରେରଣା ପାଇଛି | ଜନ୍ମସ୍ଥାନ ସହିତ ଜଡିତ ଏଭଳି ଆନନ୍ଦ ଏବଂ ଗର୍ବକୁ ପ୍ରକାଶ କରିବା ପାଇଁ ସଂସ୍କୃତ କବିତାରେ କୁହାଯାଇଛି ଯେ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଆସି। ଅର୍ଥାତ୍ ଯିଏ ଜନ୍ମ ଦିଏ ଏବଂ ଜନ୍ମସ୍ଥାନର ଗର୍ବ ସ୍ୱର୍ଗଠାରୁ ମହାନ୍ ଅଟେ। ଏଥିସହିତ ରାଷ୍ଟ୍ରପତି ଗାଁରେ ନିଜର ପ୍ରିୟ ଲୋକଙ୍କୁ ଭେଟି ଭାବର ଆଦାନ ପ୍ରଦାନ କରିଥିଲେ।

ତେବେ ରାଷ୍ଟ୍ରପତିଙ୍କ ଏହି ଗାଁ ଗସ୍ତରେ ସେ ତାଙ୍କର ପୁରୁଣା ସ୍କୁଲ ବନ୍ଧୁଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ ଭୋଗନିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ପୁଖରାୟଣ ସହରର ବାସିନ୍ଦା ସତୀଶ ମିଶ୍ର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରାୟ 30 ବର୍ଷ ଧରି ଘନିଷ୍ଠ ବନ୍ଧୁ । ରାଷ୍ଟ୍ରପତି ସତୀଶ ମିଶ୍ରଙ୍କ ସ୍ୱାସ୍ଥ୍ୟର ଅବନତି ବିଷୟରେ ଜାଣିବା ପରେ ସେ ଫୋନ୍ କରି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ତାଙ୍କ ପରିବାର ସହିତ ସତୀଶ ମିଶ୍ରଙ୍କ ଘରକୁ ଯିବେ। ସତୀଶ ମିଶ୍ର ଏବଂ ରାମନାଥ କୋବିନ୍ଦ ବିଏନଏସଡି କଲେଜରେ ଏକାଠି ଅଧ୍ୟୟନ କରୁଥିଲେ।

1991 ରେ ଯେତେବେଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାନପୁରର ଘାଟପୁରରୁ ଲୋକସଭା ଆସନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସିଥିଲେ, ସେହି ସମୟର ପୁରୁଣା ସ୍ମୃତି ସତେଜ କରିବା ପାଇଁ ଏକ ସଭା ଆରମ୍ଭ କରାଯାଇଥିଲା। ରାଷ୍ଟ୍ରପତି ନିଶ୍ଚିତ ଭାବରେ ସତୀଶ ମିଶ୍ରଙ୍କୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରନ୍ତି। 8 ଅଗଷ୍ଟ 2015 ରେ, ଯେତେବେଳେ ରାମନାଥ କୋବିନ୍ଦ ବିହାରର ରାଜ୍ୟପାଳ ହୋଇଥିଲେ, ସେତେବେଳେ ତାଙ୍କୁ ଶପଥ ଗ୍ରହଣ ସମାରୋହରେ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। 20 ଜୁଲାଇ 2017 ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ସେ ସ୍ବତନ୍ତ୍ର ଅତିଥୀ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମନ କି ବାତ୍: ଓଡିଆ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ଦିନ ଗୋଟିଏ ଦିନରେ 86 ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରାଯାଇ ରେକର୍ଡ ସୃଷ୍ଟି ହୋଇଥିଲା, ସେହି ଦିନ ଭାରତ ଏକ ଅଦ୍ୱିତୀୟ ସଫଳତା ହାସଲ କରିଛି। ଆଜି ଅଲ ଇଣ୍ଡିଆ ରେଡିଓରୁ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ ଏହା କହିଛନ୍ତି। 21 ଜୁନରେ ଏହି ସଫଳତା ହାସଲ ହୋଇଥିବା ବୋଲି ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଟୀକାକରଣର ନିରାପତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ୍। ଦେଶର ଅନେକ ସ୍ଥାନରେ କୋଭିଡ ଟିକା ପ୍ରତି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅନେକ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଦୁଲାରିଆ ଗାଁର ଲୋକଙ୍କୁ ଏହି ଟିକା ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସଚିବ ଥିବା ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ। କୋଭିଡଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରୁଥିଲେ। ମୋଦୀ କହିଛନ୍ତି ଯେ ଗୁରୁପ୍ରସାଦ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ତଥା ଦେଶର ଦୂରଦୂରାନ୍ତରେ ପହଞ୍ଚିବା ପାଇଁ ଦିନରାତି କାର୍ଯ୍ୟ କରିଥିଲେ। କରୋନା କାରଣରୁ ଦେଶ ସେହି କର୍ମଯୋଗୀଙ୍କୁ ହରାଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

କରୋନା କାରଣରୁ ଦେହାନ୍ତ ହୋଇଥିବା କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍କା ସିଂଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଯେତେବେଳେ ମିଲ୍କା ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ମାନଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତ ଭାଗ୍ୟର ଏକ ଭିନ୍ନ ଯୋଜନା ଥିଲା।

ମାଇଁଗଭ ପ୍ଲାଟଫର୍ମରେ ଅଲିମ୍ପିକ୍ସ ଉପରେ ଆଧାରିତ ଟୋକିଓ ଅଲମ୍ପିକ୍ସ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବାକୁ ଏବଂ ପୁରସ୍କାର ଜିତିବାକୁ ମୋଦୀ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ଏହି ପ୍ରତିଯୋଗିତାରେ ଅନେକ ମଜାଦାର ପ୍ରଶ୍ନ ରହିଛି। ସେ କହିଛନ୍ତି ଯେ ଟୋକିଓ କୁଇଜରେ ଅଂଶଗ୍ରହଣ କରି ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାବିତଙ୍କ ସଫଳତା ବିଷୟରେ ଜାଣିବା ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଆମ ଖେଳାଳିଙ୍କ ପ୍ରସ୍ତୁତି ବିଷୟରେ ଜାଣିବାର ସୁଯୋଗ ପାଇବେ।

ଛୋଟ ସହର ଏବଂ ଗ୍ରାମରୁ ଆସୁଥିବା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଦଳ ଅନେକ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରେ ଯାହାର ଜୀବନ ବହୁତ ପ୍ରେରଣା ଦିଏ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗ୍ରାମରେ ରହୁଥିବା ପ୍ରବୀଣ ଯାଦବଙ୍କୁ କହିଛନ୍ତି। ସେ ଜଣେ ଉତ୍ତମ ତୀରନ୍ଦାଜୀ। ପରିବାରକୁ ଚଳାଇବା ପାଇଁ ତାଙ୍କ ପିତା ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ଏବଂ ପୁଅ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛନ୍ତି।

ଟୋକିଓ ପାଇଁ ମହିଳା ହକି ଦଳର ସଦସ୍ୟ ନେହା ଗୋଏଲଙ୍କ ନାମ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନେହାଙ୍କ ମା ଏବଂ ଭଉଣୀ କାରଖାନାରେ କାମ କରନ୍ତି ଏବଂ ଘର ଚଳାନ୍ତି। ପ୍ରଧାନମନ୍ତ୍ରୀ ଦୀପିକା କୁମାରୀଙ୍କ ବିଷୟରେ ମଧ୍ୟ କହିଥିଲେ ଯାହାର ଜୀବନ ଯାତ୍ରା ଉତ୍ଥାନ ହୋଇଛି। ଦୀପିକାଙ୍କ ବାପା ଏକ ଅଟୋ ରିକ୍ସା ଚଲାନ୍ତି ଏବଂ ତାଙ୍କ ମା ଜଣେ ନର୍ସ । ଦୀପିକା ହେଉଛନ୍ତି ଭାରତର ଏକମାତ୍ର ମହିଳା ତୀରନ୍ଦାଜ ଯିଏକି ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନୀତ ଖେଳାଳିମାନେ ସେମାନଙ୍କର ପିଲାଦିନ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥିଲେ କିନ୍ତୁ ସେମାନେ ମନ ଦୃଢ ରହିଥିଲା। ମୋଦୀ ଉତ୍ତରପ୍ରଦେଶର ମୁଜାଫରନଗରରୁ ପ୍ରିୟଙ୍କା ଗୋସ୍ୱାମୀଙ୍କ ଉଦାହରଣ ଦେଇଛନ୍ତି। ପ୍ରିୟଙ୍କାଙ୍କ ବାପା ଜଣେ ବସ୍ କଣ୍ଡକ୍ଟର। ପିଲାଦିନେ ପ୍ରିୟଙ୍କା ବ୍ୟାଗକୁ ଭଲ ପାଉଥିଲେ ଯାହା ପଦକ ବିଜେତା ଖେଳାଳିମାନେ ପାଇଥା’ନ୍ତି। ଏହି ଆକର୍ଷଣରେ ସେ ପ୍ରଥମ ଥର ପାଇଁ ଚାଲିବା ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମା’ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଦଉଡି ଲଗାଇ ଆତ୍ମହତ୍ୟା କଲା ପୁଅ

ରାଞ୍ଚି: ମା’ର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିବା ପୁଅ ଏକ ଭୟଙ୍କର ପଦକ୍ଷେପ ନେଇଛି। ମା’ ର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଦଉଡି ଲଗାଇ ପୁଅ ଆତ୍ମହତ୍ୟା କରିଛି। ଝାଡଖଣ୍ଡର ଦେବଘର ଜିଲ୍ଲା ଅନ୍ତର୍ଗତ ଜଶିଡିହ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଜଶିଡିହ ଥାନା ଅଞ୍ଚଳର ଚରକୀ ପହରୀ ଗାଁର ଜଣେ ମହିଳା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତେଣୁ ମା’ ର ଚିକିତ୍ସା କରିବା ପାଇଁ ପୁଅ କିଶାନ ଅନେକ ଚେଷ୍ଟା କରିଥିଲା। ହେଲେ କିଶାନ ମା’ ର ଜୀବନ ବଞ୍ଚାଇପାରିନଥିଲା। ଦୀର୍ଘ ଦିନ ଧରି ମା’ ର ଚିକିତ୍ସା ଚାଲିଥିବାରୁ ପୁଅର ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା।

ସେପଟେ ମା’ ର ମୃତ୍ୟୁ ଖବର ଏବଂ ଏପଟେ ନିଜର ଆର୍ଥିକ ପରିସ୍ଥିତିକୁ ଦେଖି ପୁଅ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ମା’ ର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ପୁଅ ଆଉ ଟଙ୍କା ଯୋଗାଡ଼ କରିପାରିନଥିଲା। ସେଥିପାଇଁ ସେ ବହୁତ ଚିନ୍ତାରେ ଥିଲା।ତେବେ କିଶାନ ବାଧ୍ୟ ହୋଇ ଆତ୍ମହତ୍ୟା କରିଥାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, କିଶାନ ଚୌଧୁରୀ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲା। ପରିବାର ଲୋକ କିଛି ବୁଝିବା ଆଗରୁ କିଶାନ ବେକରେ ଦଉଡି ଲାଗାଇ ଆତ୍ମହତ୍ୟା କରିଦେଇଥିଲା।

ଯେତେବେଳେ ତାଙ୍କ ପତ୍ନୀ କବାଟ ଖୋଲି ଦେଖିଲେ, କିଶାନଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ କିଶାନଙ୍କ ପତ୍ନୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନିଯୁକ୍ତ ହେଲେ ବିଜେଡ଼ି ମହିଳା ଶାଖାର ନୂଆ କର୍ମକର୍ତ୍ତା

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ନୂଆ ମହିଳା କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ସାଧାରଣ ସମ୍ପାଦିକା ଓ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଜଣ ଉପସଭାପତି, ୩୫ ଜଣ ସାଧାରଣ ସମ୍ପାଦକ, ୩୬ ଜଣ ସମ୍ପାଦକ, ୨୮ ଜଣ ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ରାଜଶ୍ରୀ ମଲ୍ଲିକ, ମଞ୍ଜୁଳତା ମଣ୍ଡଲ, ରୀତା ତରାଇ, ଲତିକା ପ୍ରଧାନ ଏବଂ ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ଦାୟିତ୍ଵ ଦିଆଯାଇଥିବା ବେଳେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି। ସେହିଭଳି କସ୍ତୁରୀ ମାହାପାତ୍ରଙ୍କୁ ସାଧାରଣ ସମ୍ପାଦିକା ଏବଂ ଜୟଶ୍ରୀ ଦାସଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।

Categories
ଫଟୋ ଖବର

କମାର ଶାଳରେ ଚାଲିଛି ତିନି ରଥ ପାଇଁ ଭୁଇଁ କଣ୍ଟା, ଛିଅଣ କଣ୍ଟା, ତୃତୀୟ ଭୁଇଁ ଓରା କଣ୍ଟା କାର୍ଯ୍ୟ

କମାର ଶାଳଠାରେ, ତିନି ରଥ ପାଇଁ ଭୁଇଁ କଣ୍ଟା, ଛିଅଣ କଣ୍ଟା, ପୋଟଳ କଣ୍ଟା, ପୋଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା କାର୍ଯ୍ୟ ସରିଲା ପରେ ଏଲ, ଇଉ, ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ ଚାଲିଅଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୮୮୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରାପଡା, ମୟୂରଭଞ୍ଜ, ସୋନପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୩ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୭୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ କୁ ବୃଦ୍ଧି ହୋଇଛି।

Categories
ଫଟୋ ଖବର

ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର

ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଜିଠାରୁ ତିନିଦିନଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ। ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ ନରେବନ ମଧ୍ୟ ତାଙ୍କ ସହିତ ଯିବେ। ଲଦାଖରେ ସୀମାନ୍ତ ସଡକ ସଂଗଠନ ଦ୍ୱାରା ନିର୍ମିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ରାଜନାଥ ସିଂ ଉଦଘାଟନ କରିବେ। ସେ ସେଠାରେ ଅବସ୍ଥାପିତ ସୈନିକମାନଙ୍କ ସହ ମଧ୍ୟ ଯୋଗାଯୋଗ କରିବେ।

ତାଙ୍କର ତିନି ଦିନିଆ ଗସ୍ତରେ ରାଜନାଥ ସିଂ ଲେହରୁ ଦେଶରେ ନିର୍ମିତ ଅନେକ ସୀମା ସଡ଼କ ସଂଗଠନ ପ୍ରକଳ୍ପର ଉଦଘାଟନ କରିବେ। 14 କୋର ମୁଖ୍ୟାଳୟରେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପୂର୍ବ ଲଦାଖର ସାମଗ୍ରିକ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ସେ କମାଣ୍ଡୋମାନଙ୍କ ସହିତ ସମୀକ୍ଷା କରିବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୫୦ ହଜାର ୪୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୫୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨ ଲକ୍ଷ ୩୩ ହଜାର ୧୮୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୫ ହଜାର ୭୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୨ ଲକ୍ଷ ୫୧ ହଜାର ୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୮୬ ହଜାର ୪୦୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ରାଜରାସ୍ତା ଉପରେ ଅନ୍ନଦାତା: ଟୋକନ ଲାପ୍ସ ହେବାପରେ ଧାନ ବିକ୍ରି ନେଇ ଅନିଶ୍ଚିତତା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ଅନ୍ନଦାତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଥିବା ଜଣାପଡିଛି। ବାଧ୍ୟ ହୋଇ ଅନ୍ନଦାତା ଆଜି ରାଜରାସ୍ତାରେ ଧାନ ବସ୍ତା ସହ ଓହ୍ଲାଇଥିବା ଦେଖାଯାଇଛି। କଳାହାଣ୍ଡିରେ ପ୍ରତି ଖରିଫ ଓ ରବିରେ ମଣ୍ଡି ସମସ୍ୟା ର ସମାଧାନ ହୋଇପାରିନାହିଁ। ସରକାରଙ୍କ ଧାନକ୍ରୟ ନୀତି ବଦଳୁଥିଲେ ହେଁ ଚାଷିଙ୍କ ଧାନ ବିକ୍ରୀ ସମସ୍ୟା ସମାଧାନ ହୋଇପାରୁନାହିଁ।

ଚାଷିଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୀ କରିବା ପାଇଁ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଆପତି କରିଥିଲେ ହେଁ ସେସବୁ ସମସ୍ୟା ର ସମାଧାନ ହୋଇନପାରିବାରୁ ଶେଷରେ ବାଧ୍ୟ ହୋଇ ଚାଷି ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି। କୋକସରା ବ୍ଲକ ଅଂଚଳର କାଶୀବାହାଲ, ମୋଟେର, ଜୟପାଟଣା ବ୍ଲକର ବାନେର, ବିମଳା,ରଣମାଲ, ଭେଜିଗୁଡା, ବାଣ୍ଡିଗାଁ, ବଡଟେମରୀ ତଥା କଲମପୁର ବ୍ଲକ ଅଂଚଳର ବିଜମରା, ଦୁଲକିବନ୍ଧ ମଣ୍ଡି ଅଂଚଳର ଶତାଧିକ ଳ ଚାଷି ଶନିବାରଦିନ ମୋଟେର ଜୟପାଟଣା ରାସ୍ତା ଉପରେ ଧାନ ବସ୍ତା ସହ ଧାରଣା ଦେଇଥିଲେ। ଏହିସବୁ ମଣ୍ଡି ଗୁଡିକର ଚାଷୀମାନେ ସଂପୃକ୍ତ ମଣ୍ଡି ଗୁଡିକରେ ଧାନ ବିକ୍ରୀ କରିବା ପାଇଁ ନିର୍ଦ୍ଧାରିତ ଧାନକିଣା ସଂସ୍ଥା ଗୁଡିକରେ ଚାଷୀ ପଂଜିକରଣ କରାଇଥିଲେ। ତଦନୁସାରେ ଚାଷୀମାନେ ସଂପୃକ୍ତ ମଣ୍ଡିକୁ ଧାନ ନେଇଥିଲେହେଁ ସେମାନଙ୍କ ଧାନ ସବୁ ବିକ୍ରୀ ହୋଇନପାରି ଶେହରେ ସେମାନଙ୍କ ଟୋକନ ସବୁ ଲାପ୍ସ ହୋଇଯାଇଥିବା ହେତୁ ଧାନ ବିକି ପାରିନଥିବା ଚାଷିମାନେ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନାଧିକାରିଣୀ ରଶ୍ମିତା ପ୍ରଧାନ, ଧର୍ମଗଡ ଏଆରସିଏସ ଭୀକାରୀ ସେଠ, ଏସିଏସଓ ଖଗେଶ୍ୱର ପଣ୍ଡା ଚାଷି ମାନଙ୍କୁ ବୁଝାସୁଝା କରିଥିଲେହେଁ ଚାଷୀମାନେ ଲାପ୍ସ ହୋଇଥିବା ଟୋକନ ୱାପସ କରାଯାଇ ସେମାନଙ୍କ ଧାନ ବିକ୍ରି କରାଯିବା ବ୍ୟବସ୍ଥା କରିବାକୁ ଅଡିବସିଥିଲେ। ଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଚାଷୀଙ୍କ ଧାନ ଉଠାଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେବାପରେ ଚାଷୀ ଧାରଣାରୁ ଉଠିଥିବା ଜଣାପଡିଛି।

ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଦେଖାଯାଉଥିବା ବେଳେ ପ୍ରଶାସନ ସେସବୁର ସମାଧାନ କରିପାରୁନଥିବା ଚାଷୀ ମହଲରେ ଆଲୋଚନା ହେଉଛି। ସମଗ୍ର କଳାହାଣ୍ଡି ଜିଲ୍ଲାରେ ମାତ୍ର ୭୨ ଜଣ ମିଲର୍ସଙ୍କ ମର୍ଜିରେ ଧାନ କିଣା ବ୍ୟବସ୍ଥା ପରିଚାଲିତ ହେଉଥିବା ବେଳେ ପ୍ରାୟ ୫୮ହଜାର ଚାଷି ଶୋଷିତ ହୋଇଥାନ୍ତି ଏବଂ ପ୍ରଶାସନ କିଂକର୍ତବ୍ୟ ବିମୂଢଃ ହୋଇ ପଡୁଥିବା ଅଭିଯୋଗ ହେଉଛି। ସମସ୍ତ ପ୍ରକାର ସରକାରୀ ନିୟମ କାନୁନକୁ ଜଳାଂଜଳି ଦିଆଯାଇ ଚାଷୀଙ୍କ ଧାନକୁ ସିଧାସଳଖ ମଣ୍ଡିରେ ସଂଶ୍ଳିଷ୍ଟ ହୋଇଥିବା ରାଇସମିଲର୍ସଙ୍କ ପସନ୍ଦ ଅନୁସାରେ ଧାନ ଉଠାଣ କରାଯାଇଥାଏ ଏବଂ ସଂପୃକ୍ତ ଧାନକିଣା ସଂସ୍ଥା ପାକ୍ସ କିମ୍ବା ଏସଏଚଜି ରେ କେବଳ କାଗଜାତ ପ୍ରସ୍ତୃତ କରାଯାଇଥାଏ।

ଧାନ ବିକ୍ରିରୁ ଶତକଡା ଅଢେଇ ଟଙ୍କା କମିଶନ ପାଉଥିବା ଧାନକିଣା ସଂସ୍ଥା ମାନଙ୍କର କୌଣସି ଭିତିଭୂମି ନଥିବା ବେଳେ ଶତକଡା ଦୁଇ ଟଙ୍କା ମାର୍କେଟ ଫିଜ ନେଉଥିବା ଆରଏମସି ପକ୍ଷରୁ ଚାଷିଙ୍କୁ ଆବଶ୍ୟକୀୟ ସହେଯାଗ ଯୋଗାଇ ଦିଆଯାଉନାହିଁ କିମ୍ବା କୌଣସି ପ୍ରକାରେ ଚାଷୀ ସଚେତନତା କରାଯାଉନାହିଁ। ମଣ୍ଡି ମାନଙ୍କରେ ଚାଷୀ ଭିତିଭୂମି ଓ ଚାଷି ସଚେତନତା ଅଭାବରୁ ବାଧ୍ୟ ହୋଇ ପ୍ରଶାସନ ଜାଣତରେ ରାଇସ ମିଲର୍ସ ମାନେ ହିଁ ମଣ୍ଡିରେ ନିଜ ମର୍ଜିରେ ଧାନ ଉଠାଣ କରୁଥିବା ଅଭିଯୋଗ ହୋଇଥାଏ।

ଅନ୍ୟପକ୍ଷରେ ଯେଉଁସବୁ ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ ହୋଇଥାଏ ସେସବୁ ମଣ୍ଡି ମାନଙ୍କରେ ଅସାଧୁ ମିଲର୍ସ ଙ୍କ ଲାଭଖୋର ମନୋବୃତି ଯୋଗୁଁ ଚାଷିଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡୁଥିବା ଚାଷି ମହଲରେ ଅଭିଯୋଗ ହୋଇଥାଏ। ଧାନ ଉଠାଣ ପାଇଁ ଟ୍ରାନସପୋର୍ଟିଂ ବାହାନାରେ କେତେକ ମିଲର୍ସ ଙ୍କୁ ଶହେ ରୁ ଅଧରକ କିମି ଦୂରର ମଣ୍ଡି ରେ ସଂଲଗ୍ନ କରାଯାଉଥିବା ବେଳେ କେତେକଙ୍କୁ ୨ରୁ ୩ କିମି ଦୂରତା ମଧ୍ୟରେ ସୀମିତ କରାଯାଉଥିବା ଚାଷି ହଇରାଣର ଏକ ମୂଖ୍ୟ କାରଣ ବୋଲି ଚାଷି ନେତାମାନେ ପ୍ରକାଶ କରନ୍ତି।

ଅତୀତରେ ଏଭଲି ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଅଦ୍ୟାବଧି ସେସବୁର ସମାଧାନ ହେଉନଥିବା ବେଳେ ପ୍ରତିବର୍ଷ ଧାନ କିଣା ବ୍ୟବସ୍ଥାରେ ସମସ୍ୟା ଉପରେ ସମସ୍ୟା ବଢିବାରେ ଲାଗୁଥିବା ଚାଷୀମହଲରେ ଅଭିଯୋଗ ହେଉଛି। ପାକ୍ସ ମାନଙ୍କରେ କିଛିଟା ଭିତିଭୂମି ବଢୁଥିବା ବେଳେ ଗତ ୨୦୧୮ ମସିହାରେ ସରକାର ମହିଳା ସଶକ୍ତିକରଣ ନାମରେ ଏସଏଚଜିଙ୍କୁ ଧାନକିଣା ଦାୟୀତ୍ୱ ଦେବାପରେ କମିଶନଟଙ୍କାର କୌଣସି ହିସାବ ରହୁନଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ରାଇସ ମିଲର୍ସ ଙ୍କ କବଜାରେ ଏସଏଚଜି ପରିଚାଲିତ ହେଉଥିବା ଏବଂ କମିଶନ ଟଙ୍କା ସିଧାସଳଖ ସେମାନଙ୍କ ପକେଟକୁ ଯାଉଥିବା ହେତୁ ଭିତିଭୂମି ବୃଦ୍ଧି କେବଳ ଦିବାସ୍ୱପ୍ନ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି।

ଏଭଳି ଅନେକ ସମସ୍ୟାର ସମାଧାନ କରାଯାଉନଥିବା ବେଳେ ମାର୍କେଟଫିଜ ନେଉଥିବା ଆରଏମସି ଚାଷି ସଚେତନତା ପାଇଁ କୌଣସି ବ୍ୟବସ୍ଥା କରୁନଥିବା ମଧ୍ୟ ଅନ୍ୟ ଏକ ପ୍ରମୂଖ କାରଣ ବୋଲି ମଧ୍ୟ ଆଲୋଚନା ହେଉଛି। ସରକାର ଏସବୁ ଦିଗପ୍ରତି ଦୃଷ୍ଟି ଦେବାକୁ ଚାଷୀମହଲରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୪୦୮ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୬୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୩ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୭୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୪୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୮୨ ଜଣ, କଟକ ଜିଲ୍ଲାରୁ ୫୫୩ ଜଣ, ଅନୁଗୁଳ ଜିଲ୍ଲାରୁ ୯୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୫୧ ଜଣ, ବରଗଡ ଜିଲ୍ଲାରୁ ୨୪ ଜଣ, ଭଦ୍ରକ ଜିଲ୍ଲାରୁ ୧୬୯, ବଲାଙ୍ଗୀରି ଜିଲ୍ଲାରୁ ୨୨, ବୌଦ୍ଧ ଜିଲ୍ଲାରୁ ୨୮, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୭୩ ଜଣ, ଗଜପତି ଜିଲ୍ଲାରୁ ୧୪ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୩ ଜଣ, ଯାଜପୁର ଜିଲ୍ଲାରୁ ୨୫୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୦ ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ ଜଣ, କୋରାପୁଟ ଜିଲ୍ଲାରୁ ୭୬ ଜଣ, ମାଲକାନାଗିରି ଜିଲ୍ଲାରୁ ୭୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୫୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୩ ଜଣ, ନୟାଗଡ ଜିଲ୍ଲାରୁ ୧୬୦ ଜଣ, ନୂଆପଡା ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ୨୧୫ ଜଣ, ରାୟଗଡା ଜିଲ୍ଲାରୁ ୭୭ ଜଣ, ସମ୍ବଲପୁର ଜିଲ୍ଲାରୁ ୨୮ ଜଣ, ସୋନପୁର ଜିଲ୍ଲାରୁ ୧୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୭ ଜଣ ଏବଂ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 27 ତାରିଖ ରବିବାରରେ ପାଞ୍ଚୋଟି ରାଶି ବ୍ୟକ୍ତିଙ୍କର ଭାଗ୍ୟର ତାଲା ଖୋଲିବ

ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ ।

ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ

ମିଥୁନ- ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।

କର୍କଟ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ ।

ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ । ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।

କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ଆପଣ ମନ କଥା କହିବାର ସୁଯୋଗ ପାଇବ।

ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ।

ବିଛା-ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଧନୁ-କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ । ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ ।

ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆୟ ବୃଦ୍ଧି ପାଇବ । ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ ।

କୁମ୍ଭ-ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ । ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି ।

ମୀନ-ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ 5ଟି ଆପାର୍ଟମେଣ୍ଟକୁ କରାଗଲା କଣ୍ଟେନମେଣ୍ଟ ଜୋନ, ବାହାରିଲେ ବହୁ ପଜେଟିଭ

ଭୁବନେଶ୍ବର, ରାଜଧାନୀରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ। ପାଞ୍ଚୋଟି ଆପାର୍ଟମେଣ୍ଟରୁ ପ୍ରବଳ ମାତ୍ରାରେ କରୋନା ପଜେଟିଭି ବାହାରିବାରୁ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ବର ୟୁନିଟ 5 ସ୍ଥିତ 36 ନମ୍ବର ୱାର୍ଡରେ ଏହି ଆପାର୍ଟମେଣ୍ଟ ରହିଛି।

ଗତକିଛି ଦିନ ଧରି ଏହି ଆପାର୍ଟମେଣ୍ଟଗୁଡିକର ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଫଳରେ ବିଏମସି ଆଜି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ତେବେ ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କୁ ଦୈନିକ ଆବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।