Categories
ଜାତୀୟ ଖବର ବିଶେଷ ଖବର

ଚିକିତ୍ସା ପାଇଁ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ।

ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର ନିକଟରେ ଥିବା ଏପରି ୟୁନିଟଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏପରି ସୁବିଧା ଥିବା ୫ଟି କ୍ଷେତ୍ରକୁ ପାଇଲଟ୍ ଆଧାରରେ ଚୟନ କରାଯାଇଛି ଏବଂ ଏହି କ୍ଷେତ୍ରରେ ଯଥେଷ୍ଟ ଭଲ ପ୍ରଗତି ହାସଲ କରାଯାଇପାରିଛି। ପ୍ଲାଣ୍ଟ ପରିଚାଳନା କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ମାଧ୍ୟମରେ ଏହି ଉପଲବ୍ଧି ହାସଲ କରାଯାଇପାରିଛି।

ଏପରି ପ୍ଲାଣ୍ଟ ନିକଟରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରିବା ଜରିଆରେ ଅଳ୍ପ ସମୟ ମଧ୍ୟରେ ପାଖାପାଖି ୧୦,୦୦୦ ଅକ୍ସିଜେନ ଶଯ୍ୟା ପ୍ରସ୍ତୁତ କରାଯାଇପାରିବ।

ମହାମାରୀର ମୁକାବିଲା ନିମନ୍ତେ ଅକ୍ସିଜେନ ଶଯ୍ୟା ସୁବିଧା ଥିବା ଏପରି ଅଧିକ ସୁବିଧା ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରୋତ୍ସାହିତ କରାଯାଉଛି।

ପ୍ରଧାନମନ୍ତ୍ରୀ ମଧ୍ୟ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଅଗ୍ରଗତି ସମୀକ୍ଷା କରିଛନ୍ତି। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ଯେ ପିଏମ କେୟାର୍ସ, ପିଏସୟୁ ଓ ଅନ୍ୟମାନଙ୍କୁ ଯୋଗଦାନ ଜରିଆରେ ପାଖାପାଖି ୧୫୦୦ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଜାରି ରହିଛି। ଏହିସବୁ ପ୍ଲାଣ୍ଟଗୁଡ଼ିକର କାର‌୍ୟ୍ୟ ଦ୍ରୁତଗତିରେ ସମ୍ପୂର୍ଣ୍ଣ କରିବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଅଭାବ ପୁରଣ ପାଇଁ ନାଇଟ୍ରୋଜେନ୍ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ୍ ପ୍ଲାଣ୍ଟରେ ପରିବର୍ତ୍ତନ କରିବାକୁ କେନ୍ଦ୍ରର ନିଷ୍ପତି

ନୂଆଦିଲ୍ଲୀ, କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର‌୍ୟ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ।

ବର୍ତ୍ତମାନର ପ୍ରେସ ସ୍ବିଙ୍ଗ ଆଡସର୍ପସନ (ପିଏସଏ) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଛି। ନାଇଟ୍ରୋଜେନ ପ୍ଲାଣ୍ଟରେ କାର୍ବନ ମଲିକୁଲାର ସିଭ (ସିଏମଏସ)ର ଉପଯୋଗ କରାଯାଇଥାଏ।

ଅନ୍ୟପଟେ ଅକ୍ସିଜେନ ଉତ୍ପାଦନ ଲାଗି ଜିୟୋ ଲାଇଟ ମଲିକୁଲାର ସିଭ (ଜେଡଏମଏସ)ର ଆବଶ୍ୟକତା ହୋଇଥାଏ। ସେଥିପାଇଁ ସିଏମଏସକୁ ଜେଡ୍ଏମଏସ ସହିତ ବଦଳାଇ ଏବଂ ଆହୁରି କେତେକ ପରିବର୍ତ୍ତନ ଯେପରିକି ଅକ୍ସିଜେନ ଆନାଲାଇଜର, କଣ୍ଟ୍ରୋଲ ପ୍ୟାନେଲ ପ୍ରଣାଳୀ, ପ୍ରବାହ ଭାଲଭ୍ ଆଦି ସହିତ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ ଲାଗି ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ।

ଉଦ୍ୟୋଗଗୁଡ଼ିକ ସହିତ ବିଚାର-ବିମର୍ଶ କରିବା ପରେ ବର୍ତ୍ତମାନ ସୁଦ୍ଧା ୧୪ଟି ଉଦ୍ୟୋଗ ଚିହ୍ନଟ କରାଯାଇଛି, ଯେଉଁଠି ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକର ରୂପାନ୍ତରଣ କାମ ପ୍ରଗତି ପଥରେ ରହିଛି। ଏହାବ୍ୟତୀତ, ଉଦ୍ୟୋଗ ସଂଘଗୁଡ଼ିକ ସହାୟତାରେ ୩୭ଟି ନାଇଟ୍ରୋଜେନ ପ୍ଲାଣ୍ଟକୁ ଏହି କାର‌୍ୟ୍ୟ ନିମନ୍ତେ ଚିହ୍ନଟ କରାଯାଇଛି।

ଅକ୍ସିଜେନ ଉତ୍ପାଦନ ଲାଗି ସଂଶୋଧିତ ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ନିଟକସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରିବ କିମ୍ବା ଯଦି ଏସବୁ ପ୍ଲାଣ୍ଟକୁ ସ୍ଥାନାନ୍ତର କରାଯିବା ସମ୍ଭବ ହେବ ନାହିଁ ତା’ହେଲେ ଏଗୁଡ଼ିକର ଉପଯୋଗ ଅନସାଇଟ୍ ଅକ୍ସିଜେନ ଉତ୍ପାଦନ ନିମନ୍ତେ କରାଯାଇପାରିବ। ଯାହାକୁ ସ୍ବତନ୍ତ୍ର ଭେସେଲ ବା ସିଲିଣ୍ଡର ଜରିଆରେ ଡାକ୍ତରଖାନାରେ ପହଞ୍ଚା ଯାଇପାରିବ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ସଂକ୍ରମଣକୁ ଦେଖି ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି।

କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି। ଜିଲ୍ଲା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ସୁବିଧାରେ ୨୪ ଘଣ୍ଟିଆ କାମ କରିବ।

ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି। ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ଏକ ବିନ୍ଦୁ ହେଉଛି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ। ଷ୍ଟେସନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୀତି ଅନୁଯାୟୀ ସମସ୍ତ ସତର୍କତା ଏବଂ ପଦକ୍ଷେପ, ଷ୍ଟେସନ ସମ୍ପ୍ରଦାୟକ ପାଇଁ ବିଚ୍ଛିନ୍ନତା ଏବଂ ସଙ୍ଗରୋଧର ସମସ୍ତ ବ୍ୟବସ୍ଥା ଯଥାସ୍ଥାନରେ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୫୨୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୬୧, ସୁନ୍ଦରଗଡରୁ ୬୮୨, କଳାହାଣ୍ଡିରୁ ୬୮୦, ଝାରସୁଗୁଡାରୁ ୪୪୯, ପୁରୀରୁ ୩୯୪, କଟକରୁ ୩୮୦, ନୂଆପଡାରୁ ୩୪୨, ବରଗଡରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬, ବଲାଙ୍ଗୀରିରୁ ୨୩୧, କେନ୍ଦୁଝରରୁ ୧୫୦, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡରୁ ୮୮, ଭଦ୍ରକରୁ ୮୫, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଜଗତସିଂହପୁରରୁ ୭୧, ଅନୁଗୁଳରୁ ୪୯, ଦେବଗଡରୁ ୪୭, କେନ୍ଦ୍ରାପଡାରୁ ୪୭, କୋରାପୁଟରୁ ୪୨, କନ୍ଧମାଳରୁ ୩୫, ବୌଦ୍ଧରୁ ୨୯, ମାଲକାନାଗିରିରୁ ୨୨, ଢେଙ୍କାନାଳରୁ ୧୬, ସୋନପୁରରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୯୭ ହଜାର ୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୦୯: ସୁସ୍ଥ ହେଲେ ୫୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୩୧୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୬୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଫଳାଫଳ ପରେ ବିଜେପି ଉପରେ ବର୍ଷିଲେ ମମତା: ନିର୍ବାଚନ କମିଶନରଙ୍କ ବିରୋଧରେ ଯିବେ ସୁପ୍ରିମକୋର୍ଟ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭୋଟ ଗଣତିରେ ୨୦୦ ରୁ ଉର୍ଦ୍ଧ୍ଵ ଆସନରେ ଟିଏମସି ଆଗୁଆ ଚାଲିଛି। ଟିଏମସିର ଏହି ଫଳାଫଳକୁ ଦେଖି ମମତା ବାନାର୍ଜୀ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି।

ମମତା କହିଛନ୍ତି ଯେ, କେନ୍ଦ୍ରର ଅନେକ ପ୍ରୟାସ ପରେ ମଧ୍ୟ ଆମେ ବଡ ବିଜୟ ହାସଲ କରିବାକୁ ଯାଉଛୁ। ଏହା ବଙ୍ଗଳା ଏବଂ ବଙ୍ଗଳା ଲୋକଙ୍କର ବିଜୟ ଅଟେ। ବଙ୍ଗଳା ଲୋକ ଦେଶକୁ ବଞ୍ଚେଇ ଦେଇଛନ୍ତି। ଆମେ ଦ୍ଵିଶତକ ହାସଲ କରିବୁ ବୋଲି ଆଶା ରଖିଥିଲୁ। ଆମେ କହିଥିଲୁ ‘ଖେଲା ହୋବେ’, ଶେଷରେ ଏହା ହେଲା ଏବଂ ଆମେ ବିଜୟ ଲାଭ କଲୁ। ଏଥିପାଇଁ ବଙ୍ଗଳାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଉଛି। ବର୍ତ୍ତମାନ କୋଭିଡ ରୋକିବା ଦିଗରେ କାମ ଆରମ୍ଭ କରିବି। କରୋନା ସଂକ୍ରମଣ ଯୋଗୁଁ ଶପଥ ସମାରୋହକୁ ଛୋଟ କରାଯିବ।

ଅପରପକ୍ଷେ ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳ ଆସିବା ପରେ ମମତା ବାନାର୍ଜୀ ନିର୍ବାଚନ କମିଶନର ଉପରେ ଅଭିଯୋଗ ଆଣିଛନ୍ତି। ଏହି ଫଳାଫଳ ପାଇଁ ନିର୍ବାଚନ କମିଶନ ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେବେ ବୋଲି କହିଛନ୍ତି। ଏହି ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟରେ ମମତାଙ୍କୁ ପରାସ୍ତ କରିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୩ ଭୋଟ ବ୍ୟବଧାନରେ ମମତା ପରାସ୍ତ ହୋଇଛନ୍ତି। କିନ୍ତୁ ପୂର୍ବରୁ ମମତା ନନ୍ଦୀଗ୍ରାମ ଆସନରୁ ୧୨୦୦ ଭୋଟ ବ୍ୟବଧାନରେ ଜିତିଥିବା କୁହାଯାଉଥିଲା।

Categories
ଆଜିର ଖବର ଜାତୀୟ ଖବର

ନନ୍ଦିଗ୍ରାମରୁ ମମତା ଜିତିଲେ ସତ, ହେଲେ ଭୋଟ ବ୍ୟବଧାନ ବହୁତ କମ

କୋଲକାତା, ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । କାରଣ ସେହି ଆସନରୁ ଦିଦି ହାରିଯିବେ ବୋଲି ଭୟ ଥିଲା। ହେଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ତେବେ ଆଶ୍ଚର୍ଯ୍ୟ ଭାବେ ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗରେ ଥିଲେ । ହେଲେ ପରବର୍ତ୍ତି ସମୟରେ ମମତା ଆଗେଇ ଗଲେ।

ଏଥର ନିର୍ବାଚନରେ ନନ୍ଦି ଗ୍ରାମ ରାଜନୀତି ଭିନ୍ନ ପ୍ରକାରର ଥିଲା। ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲେ । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇ ଟିକେଟ ହାସଲ କରିଥିଲେ।

Categories
ଫଟୋ ଖବର

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ନିକଟରେ ଚାଲିଛି ସାନିଟାଇଜେସନ କାର୍ଯ୍ୟ

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ନିକଟରେ ଚାଲିଛି ସାନିଟାଇଜେସନ କାର୍ଯ୍ୟ

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ଅପରାହ୍ନ ୨ ଟା ସୁଦ୍ଧା କେଉଁ ରାଜ୍ୟରେ କଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ଆଜି ଦେଶର ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ଅପରାହ୍ନ ୨ ଟା ସୁଦ୍ଧା ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୦୫ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୪ ଟି ଆସନ, କଂଗ୍ରେସ ମେଣ୍ଟ ୧ ଟି ଆସନ ଏବଂ ଅନ୍ୟ ୨ ଟି ଆସନରେ ଆଗୁଆ ଅଛି।

ତାମିଲନାଡୁର ୨୩୪ ଆସନ ମଧ୍ୟରୁ ଡିଏମକେ ମେଣ୍ଟ ୧୩୫ ଟି ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୯୫ ଟି ଆସନ ଏବଂ ଅନ୍ୟ ୪ ଟି ଆସନରେ ଆଗୁଆ ଅଛି।

କେରଳର ୧୪୦ ଟି ଆସନ ମଧ୍ୟରୁ ଏଲଡିଏଫ(ବାମ ଦଳ) ୮୯ ଟି ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ( କଂଗ୍ରେସ ମେଣ୍ଟ) ୪୫ ଟି ଆସନ, ବିଜେପି ୩ ଟି ଆସନ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ଅଛି।

ଆସାମରେ ୧୨୬ ଟି ଆସନ ମଧ୍ୟରୁ ବିଜେପି+ ୭୭ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ+ ୪୮ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ଆସନରେ ଆଗୁଆ ରହିଛି।

ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିର ୩୦ ଟି ଆସନ ମଧ୍ୟରୁ ବିଜେପି ମେଣ୍ଟ ୯ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ୪ ଟି ଆସନ ଏବଂ ଅନ୍ୟ ଦଳ ୧ ଟି ରେ ଆଗୁଆ ଅଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଏହି ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଏଯାଏଁ ଫଳାଫଳ ଘୋଷଣା ହୋଇନାହିଁ। କେଉଁ ରାଜ୍ୟରେ କେଉଁ ଦଳ ସରକାର ଗଠନ କରିବ, ତାହା ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକଡାଉନ ସମୟରେ ଜାରି ରହିବ ଟୀକାକରଣ ଏବଂ ଟେଷ୍ଟିଂ

ଭୁବନେଶ୍ବର: ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ପରେ ଲୋକଙ୍କ ମଧ୍ୟରେ ଟୀକାକରଣ ଏବଂ ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ଚାଲିବ କି ନାହିଁ ଲୋକମାନେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି। କିନ୍ତୁ ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଛନ୍ତି। ଏହି କଟକଣା ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ପାଇଁ ଯାଉଥିବା ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ପ୍ରମାଣପତ୍ର ଦେଖାଇ ଲୋକେ ଟୀକା କେନ୍ଦ୍ର କିମ୍ବା ଟେଷ୍ଟିଂ ସେଣ୍ଟରକୁ ଯାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ସ୍ଥାନୀୟ ସରପଞ୍ଚ ନଜର ରଖନ୍ତୁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ତେବେ ଏହି ସମୟରେ ବାହାର ରାଜ୍ୟରୁ ଲୋକେ ଓଡିଶାକୁ ଫେରୁଥିବାରୁ ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ହୋମ କ୍ଵାରେଣ୍ଟିନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏହା ସହ ଯେଉଁମାନଙ୍କର ହୋମ କ୍ଵାରେଣ୍ଟିନର ବ୍ୟବସ୍ଥା ନାହିଁ, ସେମାନଙ୍କୁ ସରକାରୀ କ୍ଵାରେଣ୍ଟିନରେ ରଖିବା ପାଇଁ ସେ ସରପଞ୍ଚମାନଙ୍କୁ କହିଛନ୍ତି। ସେମାନଙ୍କୁ ୧୪ ଦିନିଆ କ୍ଵାରେଣ୍ଟିନରେ ରହିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ଵାରା ୬ ହଜାର ୯୪୪ ଜଣ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଅନବରତ ସେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କରୋନା କଟକଣା ଭିତରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। 27 ମାର୍ଚ୍ଚରୁ 29 ଏପ୍ରିଲ ପର୍ଯ୍ୟନ୍ତ ଏହି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚାରିଟି ଲୋକସଭା ଏବଂ 12 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଭୋଟ୍ ମଧ୍ୟ ଗଣନା କରାଯାଉଛି।

ଭୋଟିଂ ଟ୍ରେଣ୍ଡ ଏବଂ ଫଳାଫଳ ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ହୋଇଛି। ସେହିପରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ସର୍ବଶେଷ ଧାରା ଏବଂ ଫଳାଫଳ ମଧ୍ୟ ଯୋଗାଇ ଦିଆଯାଉଛି। ଭୋଟର ହେଲ୍ପଲାଇନ ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ରେଣ୍ଡ ଏବଂ ଫଳାଫଳ ମଧ୍ୟ ଦେଖିବାକୁ ବ୍ୟବସ୍ଥା କରାଯାଇଛି।

କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଗଣନା କେନ୍ଦ୍ରରେ କୋଭିଡଙ୍କ ପାଇଁ ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। COVID ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି।

କୌଣସି ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କୁ ଆରଟିପିସିଆର କିମ୍ବା ଦ୍ରୁତ ଆଣ୍ଟିଜେନ୍ ଯାଞ୍ଚ ବିନା ଗଣନା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ। ତେବେ, କୋଭିଡ ଟିକା ଗ୍ରହଣ କରୁଥିବା ଲୋକଙ୍କୁ ଗଣନା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଗଣନା କେନ୍ଦ୍ର ବାହାରେ ଲୋକଙ୍କ ସମାବେଶକୁ ଆୟୋଗ ବାରଣ କରିଛନ୍ତି।

କୋଭିଡ ଲକ୍ଷଣ ଥିବା କୈଣସି ବ୍ୟକ୍ତିଙ୍କୁ ଗଣନା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ। ନିର୍ବାଚନ ଆୟୋଗ ବିଜୟ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ସାର୍ଟିଫିକେଟ୍ ପାଇବା ପାଇଁ କେବଳ ଦୁଇ ଜଣ ବିଜେତା ପ୍ରାର୍ଥୀଙ୍କ ସହିତ ଯାଇପାରିବେ।

ତାମିଲନାଡୁର 2 ଶହ 34 ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭାରେ  ଆସନ ପାଇଁ ଭୋଟ୍ ଗଣନା ମଧ୍ୟ ଆରମ୍ଭ ହୋଇଛି। ଏପ୍ରିଲ 6 ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତିନି ହଜାର ତିନି ଶହ 98 ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

କୋଭିଡ ମହାମାରୀ ଅବସ୍ଥା ସତ୍ତ୍ବେ ରାଜ୍ୟରେ 72.8 ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି। ଗତକାଲି ପର୍ଯ୍ୟନ୍ତ ମୋଟ ପାଞ୍ଚ ଲକ୍ଷ 64 ହଜାର ଡାକ ବାଲାଟ୍ ପଞ୍ଜିକୃତ ହୋଇଥିଲା। 16 ହଜାର ତିନି ଶହ 87 ଲୋକ ରାଜ୍ୟର 75 ଟି ଗଣନା କେନ୍ଦ୍ରରେ ଭୋଟ୍ ଗଣନାରେ ନିୟୋଜିତ ଅଛନ୍ତି।

ପୁଡୁଚେରୀରେ ଥିବା ପୋଷ୍ଟାଲ ଗଣନା ଜାରି ରହିଛି। ପୁଡୁଚେରୀ ଅଞ୍ଚଳର 23 ଟି ନିର୍ବାଚନମଣ୍ଡଳୀରେ ତିନୋଟି କେନ୍ଦ୍ରରେ ଗଣନା କରାଯାଉଛି। ଗଣନାକାରୀ ଏଜେଣ୍ଟଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ବାଚନ ବିଭାଗ ତିନୋଟି ବ୍ୟାଚ୍ ନିର୍ବାଚନମଣ୍ଡଳୀରେ ଭୋଟ୍ ଗଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେଲା ଲକଡାଉନ: ମେ’ ୫ ତାରିଖରୁ ଲାଗିବ କଟକଣା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।

ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ହେଲେ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆବଶ୍ୟକ। ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି।

କଣ ରହିବ ଖୋଲା:

ପରିବା, ଗ୍ରସେରୀ, କ୍ଷୀର ଦୋକାନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ଏବଂ ରନ୍ଧନ ଗ୍ୟାସ ଯୋଗାଣ ଚାଲୁ ରହିବ। ଗାଡି ମରାମତି ଦୋକାନ ଖୋଲା ରହିବ। ନିର୍ବାଚନ ସମ୍ପର୍କିତ ଲୋକଙ୍କୁ ଅନୁମତି ମିଳିବ। ଆର୍ଥିକ ବ୍ୟବସ୍ଥା, ଏଟିଏମ ଖୋଲା ରହିବ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଗଣମାଧ୍ୟମର କର୍ମଚାରୀଙ୍କୁ ଅନୁମତି ମିଳିବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ବହୁମତ ସଂଖ୍ୟା ଅତିକ୍ରମ କଲା ତୃଣମୁଳ, ହେଲେ ପଛୁଆ ଅଛନ୍ତି ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏହି ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତୃଣମୂଳକୁ ବହୁମତ ସଂଖ୍ୟା ଅତିକ୍ରମ କରିଥିବା ଦେଖାଯାଇଛି।

ହେଲେ ସେପଟେ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମ ଆସନରେ ପଛୁଆ ରହିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ୮ ହଜାର ୧୦୬ ଭୋଟରେ ପଛରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୩ ହଜାର ଭୋଟରେ ପଛରେ ଅଛନ୍ତି।

ତେବେ ମୋଟ ୨୯୨ ଆସନଟି ମଧ୍ୟରୁ (୨୭୬ ଆସନ) ୧୫୨ ଟି ଆସନରେ ତୃଣମୂଳ ଆଗୁଆ ଚାଲିଥିବା ବେଳେ ବିଜେପି ୧୧୯ ଟି ଆସନରେ ଆଗୁଆ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୫ ଲକ୍ଷ ୫୭ ହଜାର ୪୫୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୨ ହଜାର ୫୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୪୯ ହଜାର ୬୪୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୪ କରୋନା ଆକ୍ରାନ୍ତ: ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଭୁବନେଶ୍ଵର, ବୌଦ୍ଧ, ବଲାଙ୍ଗୀରି, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ରାୟଗଡା ଜିଲ୍ଲାର ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୮ ବର୍ଷିୟା ମହିଳା ଏବଂ ଆଉ ଜଣେ ୮୯ ବର୍ଷିୟା ମହିଳା ଅଛନ୍ତି। କେନ୍ଦୁଝର ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୬୫ ବର୍ଷିୟା ମହିଳା ଅଛନ୍ତି

ସେହିଭଳି ଭୁବନେଶ୍ଵରରୁ ଜଣେ ୫୮ ବର୍ଷୀୟ ପୁରୁଷ, ବୌଦ୍ଧରୁ ଜଣେ ୪୬ ବର୍ଷୀୟ ପୁରୁଷ, ବଲାଙ୍ଗୀରି ଜିଲ୍ଲାରୁ ଜଣେ ୩୮ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୭୯ ବର୍ଷୀୟ ପୁରୁଷ, ଦେବଗଡ ଜିଲ୍ଲାରୁ ଜଣେ ୪୮ ବର୍ଷୀୟ ପୁରୁଷ, ଗଞ୍ଜାମ ଜିଲ୍ଲାରୁ ଜଣେ ୫୫ ବର୍ଷୀୟ ପୁରୁଷଜଗତସିଂହପୁର ଜିଲ୍ଲାରୁ ଜଣେ ୫୫ ବର୍ଷୀୟ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୩୪ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୮ ହଜାର ୧୫ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୫୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୪୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୩୫ ଜଣ, ଅନୁଗୁଳ ଜିଲ୍ଲାରୁ ୫୨୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୦୦ ଜଣ, ବରଗଡ ଜିଲ୍ଲାରୁ ୩୯୦ ଜଣ, ଭଦ୍ରକ ଜିଲ୍ଲାରୁ ୧୪୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୯୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୦୩ ଜଣ, କଟକ ଜିଲ୍ଲାରୁ ୪୮୨ ଜଣ, ଦେବଗଡ ଜିଲ୍ଲାରୁ ୧୦୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୬ ଜଣ, ଗଜପତି ଜିଲ୍ଲାରୁ ୧୨୦ ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୯ ଜଣ, ଯାଜପୁର ଜିଲ୍ଲାରୁ ୧୯୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୮୬ ଜଣ, କଳାହାଣ୍ଡିରୁ ୧୭୪ ଜଣ, କନ୍ଧମାଳ ଜିଲ୍ଲାରୁ ୬୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ ଜଣ, କୋରାପୁଟ ଜିଲ୍ଲାରୁ ୧୨୭ ଜଣ, ମାଲକାନାଗିରି ଜିଲ୍ଲାରୁ ୩୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ 199 ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨୦ ଜଣ, ନୟାଗଡ ଜିଲ୍ଲାରୁ ୧୮୭ ଜଣ, ନୂଆପଡା ଜିଲ୍ଲାରୁ ୨୬୪ ଜଣ, ପୁରୀ ଜିଲ୍ଲାରୁ ୩୦୬ ଜଣ, ରାୟଗଡା ଜିଲ୍ଲାରୁ ୧୫୪ ଜଣ, ସମ୍ବଲପୁର ଜିଲ୍ଲାରୁ ୪୪୧ ଜଣ, ସୋନପୁର ଜିଲ୍ଲାରୁ ୨୦୭ ଜଣ ଏବଂ ଷ୍ଟେଟ ପୁଲରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ମତାମତ

ହୁଏତ ସେ କହି ଦେଇଛି, ସେଥିପାଇଁ ପୃଥିବୀକୁ ଫେରାଇ ନେବାକୁ ଚାହୁଁଛନ୍ତି ଈଶ୍ବର

ବିପିନ ଚନ୍ଦ୍ର ମହାପାତ୍ର

କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି? ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ ଅନେକ କିଲୋମିଟର ଉଚ୍ଚରୁ ବୋମା ପକାଇ ପାରେ। ରୁଷିଆର S ୪୦୦ ମିସାଇଲର ଡିଫେନସ୍ ସିସଟମ୍ କୁଆଡେ ପୃଥିବୀକୁ ବାରମ୍ବାର ବୁଲି ଆସି ପାରେ। AK ୧୦୭ ରାଇଫେଲ୍ କୁଆଡେ ଆଖି ପଲକରେ ଗୋଟିଏ ଟ୍ୟାଂକକୁ ଛତୁ କରି ପାରେ ।

ମଣିଷ ମାରିବା ପାଇଁ କେତେ ଆୟୋଜନ !

ମନେ ପଡେ..

ସିରିଆର ସେହି ତିନି ବର୍ଷର ପୁଅ କହିଥିବା କଥା। ବୋମା ମାଡରେ କ୍ଷତବିକ୍ଷତ ଦେହ ନେଇ ମରିବା ପୂର୍ବରୁ କହିଥିଲା- ‘ମୁଁ ଈଶ୍ବରଂକୁ ସବୁ କହିଦେବି ‘ ହୁଏତ ସେ କହି ଦେଇଛି, ଆମର ପୈଶାଚିକତାର କଥା, ଲୋଭର କଥା,ଅସଭ୍ୟତାର କଥା, ନିର‌୍ୟ୍ୟାତନାର କଥା । ସାଗର ସେ ପାରିର ପଡିରହିଥିବା ଆଲାନ୍ କୁର୍ଦି, କଣ୍ଟା ତାରରେ ଝୁଲି ରହିଥିବା ସେହି ଝିଅଟିର ମୃତଦେହ ବୋଧହୁଏ ଈଶ୍ବରଂକୁ ସବୁ କହିଦେଇଛି । ଈଶ୍ବର ଏଥର ତାଙ୍କ ପୃଥିବୀକୁ ଫେରାଇନେବାକୁ ଚାହୁଁଛନ୍ତି । ସିଏ ହୁଏତ ସବୁ ଅଭିଯୋଗ ଶୁଣିଛନ୍ତି, ହୁଏତ ଶୁଣିଛନ୍ତି ପ୍ରକୃତିର ଆର୍ତନାଦ- ଶୁଣିଛନ୍ତି ସେହି ଚଢେଇର କ୍ରନ୍ଦନ ।

ଏହାକୁ ହିଁ ବୋଧେ କୁହାଯାଏ ଈଶ୍ବରଂକ ମାଡ, କିଂବା ପ୍ରକୃତିର ପ୍ରତିଶୋଧ-ବୈଭବରେ ଜଡିତ ଦୁବାଇର ୮୨୮ ମିଟର ମିନାରର ବୁର୍ଜ ଖଲିଫା ଏବେ ଶୂନ୍ ଶାନ୍ ପଡିଛି। ସୁନା ଆଉ ପେଟ୍ରୋ ଡଲାରରେ ଘୋଡାଇ ରହିଥିବା ଅହଂକାର ଏବେ ମୃତ୍ୟୁ ଭୟରେ ଥରୁଛି । କ୍ଷୁଦ୍ରାଦି କ୍ଷୁଦ୍ର ଗୋଟିଏ ଭାଇରସ୍ ର ଭୟରେ ପ୍ରବଳ ପରାକ୍ରମଶାଳିମାନେ ଅସହାୟ ଭାବରେ ଖାଲି ଆଖି ଫାଡି ଅନାଇ ରହିଛନ୍ତି ମଳିନ କୋଟ ପିନ୍ଧା ବୈଜ୍ଞାନିକ ଅଥବା ଅନିଦ୍ରାରେ ରହିଥିବା ଅବସନ୍ନ କିନ୍ତୁ ପରାଜୟ ନ ମାନୁଥିବା ଡାକ୍ତର ଓ ନର୍ସ ମାନଂକ ଆଡକୁ।

ଚରମ ଘୃଣାରେ ଯେଉଁମାନଙ୍କ ଆଡକୁ କେହି ଅନଉ ବି ନ ଥିଲେ, ଆଜି ସେହି ସଫେଇ କର୍ମଚାରୀର ହେଉଛି ପୁଷ୍ପବୃଷ୍ଟି ଓ ଶଂଖଧ୍ବନିରେ ଆହ୍ବାନ । ଆମେ ହଜାର ହଜାର ମଣିଷ ମାରିଛୁ, ଜଣେ ଆଉଜଣକୂ ମରିବା ପାଇଁ ମାରଣାସ୍ତ୍ର ତିଆରି କରିଛୁ । ମଣିଷ ମଣିଷ ଭିତରେ ବିଭେଦ ସୃଷ୍ଟି କରିବାକୁ ତିଆରି କରିଛୁ ନାନାପ୍ରକାର ଗୋପନ ଅସ୍ତ୍ର । ସୁଇଡେନ୍ ର ଇନଟରନ୍ୟାସନାଲ ପିସ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ର ଗବେଷଣା ଜଣାଇଛି ୨୦୧୮ରେ କେବଳ ମାତ୍ର ଯୁଦ୍ଧର ଉଦ୍ୟମ ପାଇଁ ୧.୮୨୨ ଟ୍ରିଲିୟନ୍ ମାର୍କିନ୍ ଡଲାର ଖର୍ଚ୍ଚ ହୋଇଛି । ସିଏ ବୋଧେ ସବୁ କହିଦେଇଛି ।

କହିଛି ସେହି ଚଢେଇର କଥା, ଯିଏ ଆଉ ଆକାଶରେ ଉଡୁନି, କହିଛି ସେହି ଆକାଶର କଥା, ଯିଏ ଦିନେ ନୀଳବର୍ଣ ଥିଲା, କହିଛି ସେହି ପବନର କଥା, ଯିଏ ଦିନେ ନିର୍ମଳ ଥିଲା, କହିଛି ସେହି ପୃଥିବୀର କଥା, ଯିଏ ଦିନେ ସମସ୍ତଂକର ଥିଲା । ସମସ୍ତଙ୍କର ପୃଥିବୀକୁ ଆମେ ମନଇଛ୍ଛା ଭାଗ ଭାଗ କରିଛୁ, ଧର୍ମ ନାମରେ, ଦେଶ ନାମରେ, ଭାଷା ନାମରେ ମଣିଷକୁ ଦୂରକୁ ଠେଲି ଦେଇଛୁ, ଚମଡାର ରଂଗ ଦେଇ, ଗଣତନ୍ତ୍ର ନାମରେ ଆମକୁ ଟକୁରା ଟୁକୁରା କରିଛୁ ।

ଏହି ଯୁଦ୍ଧ କଣ କେବଳ ଅଦୃଶ୍ୟ ଭାଇରସ୍ ବିରୁଦ୍ଧରେ? ବୋଧହୁଏ ନୁହେଁ ।ଲକଡାଉନରେ ଖାଇବାକୁ ନ ପାଇ ପାଞ୍ଚ ସନ୍ତାନର ଜନନୀର ଗଂଗାରେ ଡେଇଁ ଆତ୍ମହତ୍ୟା । ଏତେଦିନ ପରେ ହୁଏତ ସବୁ ଠିକ୍ ହେବ । କିନ୍ତୁ ଆମେ କଣ ସତରେ ମଣିଷ ହୋଇ ପାରିବା ?

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଖୋର୍ଦ୍ଧାରୁ 12 ଶହ ଏବଂ ସୁନ୍ଦରଗଡରୁ 7 ଶହ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଅନ୍ୟ ଜିଲ୍ଲାର ସ୍ଥିତି

ଭୁବନେଶ୍ବର, ଆଜିର କରୋନା ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ପୂର୍ବ ପରି ଏକ ନମ୍ବରରେ ରହିଛି। ଗତକାଲି ଏହି ଜିଲ୍ଲାରୁ 12 ଶହ 75 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7ଶହ 35 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାର ଯାହା ସ୍ଥିତି ଅଛି ତାହା ମଧ୍ୟ ଉଦବେଗ ଜନକ।

1. Khurda: 1275            11. Sonepur: 207              21. Koraput: 127

2. Sundargarh: 735       12. Mayurbhanj: 199        22. Gajapati: 120

3. Angul: 525                13. Balangir: 198              23. Boudh: 103

4. Cuttack: 482              14. Jajpur: 194                24. Deogarh: 101

5. Sambalpur: 441            15. Nayagarh: 187        25. Balasore: 100

6. Bargarh: 390                16. Kalahandi: 174        26. Dhenkanal: 86

7. Jharsuguda: 386            17. Ganjam: 169           27. Keonjhar: 75

8. Nawarangpur: 320         18. Rayagada: 154          28. Kendrapada: 70

9. Puri: 306                        19. Jagatsinghpur: 149     29. Kandhamal: 61

10. Nuapada: 264               20. Bhadrak: 145             30. Malkangiri: 36

31. State Pool: 236