Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ହସପିଟାଲ ଭିତରକୁ ପଶି ସ୍ବାସ୍ଥ୍ୟସେବା ତଦାରଖ କଲେ ଗଂଜାମ ଜିଲ୍ଲାପାଳ

ଭୁବନେଶ୍ବର, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପୁଣି ଏକ ନୂଆ କଥା କରି ଦେଖାଇଛନ୍ତି। ସେ ଆଜି ଏକେସିଜିର କୋଭିଡ ହସପିଟାଲ ଭିତରକୁ ଯାଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ତାଦାରଖ କରିଛନ୍ତି। ଜିଲ୍ଲାପାଳ ପିପିଇ କିଟ ସହିତ ପୁରା ସ୍ବାସ୍ଥ୍ୟ ସୁରକ୍ଷା ସହିତ ହସପିଟାଲ ଭିତରକୁ ଯାଇଥିଲେ। ସାଥିରେ ସେ କେବଳ ଜଣେ ମାତ୍ର ଡାକ୍ତରଙ୍କୁ ନେଇଥିଲେ।

ହସପିଟାଲ ଭିତରେ ଆକ୍ରାନ୍ତଙ୍କ ସହିତ ଜିଲ୍ଲାପାଳ କଥାବାର୍ତ୍ତା ମଧ୍ୟ ହେଲେ। ସେମାନଙ୍କ କଣ ଅସୁବିଧା ହେଉଛି ତାହା ପଚାରି ବୁଝିଥିଲେ। ଏଥିସହିତ ଜିଲ୍ଲାପାଳ ହସପିଟାଲର ଖାଦ୍ୟ, ସେବା, ଔଷଧ ଏବଂ ଅକ୍ସିଜେନ ଉପଲବ୍ଧ ଅଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି: ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି।

ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ ୪୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, କଳାବତୀଙ୍କ ଫୁସଫୁସରେ ୭୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିଲା। ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆଜି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଓଡ଼ିଶାକୁ ଆସୁଛି ଆଉ ୧ ଲକ୍ଷ ଟୀକା ଡ଼ୋଜ

ଭୁବନେଶ୍ବର: ଆଜି ଓଡ଼ିଶାକୁ ଆଉ ୧ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଟୀକା ଡ଼ୋଜ ଦିଆଯାଇଛି। ୨ ଟି ଡ଼ୋଜ ନେବା ପରେ ସଂକ୍ରମଣରୁ ରକ୍ଷା ମିଳି ପାରିବ। ଆଜି ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକାକରଣ ଉପରେ ଆଲୋଚନା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶପଥ ଗ୍ରହଣ କଲେ ନବନିଯୁକ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ନେଭି ରମନା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଅଗଷ୍ଟ ୨୬ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନା ଦାୟିତ୍ଵରେ ରହିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୮ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୮୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀରି, ବାଲେଶ୍ଵର, ବରଗଡ, ଭଦ୍ରକ କଟକ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜି ସୁନ୍ଦରଗଡ ଜିଲ୍ଲାର ୨ ଜଣ ୫୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ ୫୪ ବର୍ଷୀୟ ପୁରୁଷ, ବାଲେଶ୍ଵର ଜିଲ୍ଲାରୁ ଜଣେ ୨୯ ବର୍ଷିୟ ଯୁବକ, ବରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୮ ବର୍ଷୀୟ, କଟକ ଜିଲ୍ଲାରୁ ୬୫ ବର୍ଷିୟା ମହିଳା ଏବଂ ନୂଆପଡା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ କୁ ବୃଦ୍ଧି ହୋଇଛି।

Categories
ଫଟୋ ଖବର

ଗଂଜାମ ଜିଲ୍ଲାରେ ସ୍ଥାପିତ ହୋଇଥିବା ସର୍ବବୃହତ ବିଶ୍ବରୂପ ପ୍ରତିମୂର୍ତ୍ତିକୁ ଦେଖି ଭକ୍ତ ହେଉଛି ବିମୋହିତ

ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୬୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୫୨ ହଜାର ୯୪୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ପଜେଟିଭ ହେଲେଣି, କେତେ ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ବର, ବର୍ତ୍ତମାନ ଓଡିଶାକୁ କରୋନା ଆକ୍ରାନ୍ତ କରିବାର ବର୍ଷେ ଉପରେ ହେଲାଣି। ଏହି ଭିତରେ ପ୍ରକୃତରେ ଓଡିଶାରେ ମୋଟ କେତେ ଆକ୍ରାନ୍ତ ହୋଇଛନ୍ତି। ଏହିପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିଥାଏ। ତେବେ ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାରେ ମୋଟ ପଜେଟିଭ ସଂଖ୍ୟା ହେଲା 4 ଲକ୍ଷ 1 ହଜାର 3 ଶହ 41। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି 3 ଲକ୍ଷ 56 ହଜାର 3 ଜଣ।

ତେବେ ଏହି ସରକାରୀ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାର 4 ଶହ 87 ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ 43 ହଜାର 3 ଶହ 4 ଜଣ ଆକ୍ରାନ୍ତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬ ହଜାର ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୯୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୮୮ ଜଣ, ଅନୁଗୁଳ ୧୪୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୫୩ ଜଣ, ବରଗଡ ଜିଲ୍ଲାରୁ ୨୯୦ ଜଣ, ଭଦ୍ରକ ଜିଲ୍ଲାରୁ ୪୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୩୪ ଜଣ, ବୌଦ୍ଧ ଜିଲ୍ଲାରୁ ୩୯ ଜଣ, କଟକ ୩୩୬ ଜଣ, ଦେବଗଡ ଜିଲ୍ଲାରୁ ୩୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୯୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୫ ଜଣ, ଯାଜପୁର ଜିଲ୍ଲାରୁ ୧୩୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୪୩ ଜଣ, କଳାହାଣ୍ଡିରୁ ୩୬୧ ଜଣ, କନ୍ଧମାଳ ଜିଲ୍ଲାରୁ ୨୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୩ ଜଣ, କୋରାପୁଟ ଜିଲ୍ଲାରୁ ୬୭ ଜଣ, ମାଲକାନାଗିରି ଜିଲ୍ଲାରୁ ୧୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୨୨ ଜଣ, ନବରଂଗପୁର ଜିଲ୍ଲାରୁ ୨୨୪ ଜଣ, ନୟାଗଡ ଜିଲ୍ଲାରୁ ୧୧୦ ଜଣ, ନୂଆପଡା ଜିଲ୍ଲାରୁ ୫୫୯ ଜଣ, ପୁରୀ ଜିଲ୍ଲାରୁ ୩୯୫ ଜଣ, ରାୟଗଡା ଜିଲ୍ଲାରୁ ୧୧୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୫ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତରେ ଲଗାତର ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ, ଦ୍ବିତୀୟରେ ରହିଛି ସୁନ୍ଦରଗଡ

ଭୁବନେଶ୍ବର, ଗତ କିଛି ସପ୍ତାହ ଧରି ଲଗାତର ଭାବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଆସୁଛନ୍ତି। ଆଜିର ସୂଚନା ଅନୁସାରେ ଖୋର୍ଦ୍ଧାରେ 11 ଶହ 89 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7 ଶହ 88 ଜଣ ଚିହ୍ନଟ ହଇଛନ୍ତି। ନୂଆପଡା ଜିଲ୍ଲାରୁ 5ଶହ59 ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ତୃତୀୟ ସ୍ଥାନରେ ରହିଛି। କ୍ରମାନ୍ବୟ ଭାବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

  • Khurda: 1189
  • Sundargarh: 788
  • Nuapada: 559
  • Puri: 395
  • Kalahandi: 361
  • Jharsuguda: 343
  • Cuttack: 336
  • Bargarh: 290
  • Balangir: 234
  • Nawarangpur: 224
  • Keonjhar: 183
  • Sambalpur: 175
  • Ganjam: 161
  • Angul: 141
  • Mayurbhanj: 122
  • Rayagada: 116
  • Jajpur: 133
  • Nayagarh: 110
  • Gajapati: 96
  • Koraput: 67
  • Jagatsinghpur: 65
  • Balasore: 53
  • Kendrapada: 47
  • Bhadrak: 41
  • Boudh: 39
  • Deogarh: 34
  • Dhenkanal: 34
  • Kandhamal: 26
  • Malkangiri: 17
  • Sonepur: 2
  • State Pool: 266
Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାରୁ ଚିହ୍ନଟ ହେଲେ 6 ହଜାର 6ଶହ କରୋନା ଆକ୍ରାନ୍ତ, ସୁଧୁରୁଛି ସ୍ଥିତି!

ଭୁବନେଶ୍ବର, ରାଜ୍ୟରୁ 6 ହଜାର 6ଶହ  47 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ତଥ୍ୟ ପ୍ରଦାନ କରିଛି। ସେହି ଅନୁସାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  କ୍ବାରଣ୍ଟାଇନ କେନ୍ଦ୍ରରୁ 3 ହଜାର 8 ଶହ 55 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଉଛି 2 ହଜାର 7ଶହ 92 ଜଣ।

ଗତକାଲିର ତଥ୍ୟ ଅନୁସାରେ ଓଡିଶାରୁ ଚିହ୍ନଟ ହୋଇଥିଲେ 6 ହଜାର 215 ଜଣ। ଅର୍ଥାତ ଏହି ଦୁଇ ଦିନ ମଧ୍ୟରେ 432 ଜଣ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବ ତଥ୍ୟକୁ ହିସାବକୁ ନେଲେ ଗୋଟିଏ ଗୋଟିଏ ଦିନରେ ହଜାରେ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Categories
ଧର୍ମ ବିଶେଷ ଖବର

ଆଜି ଏପ୍ରିଲ 24 ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ।

ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ।

ମିଥୁନ– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ । ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ । ଆଜି ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ପ୍ରିୟଙ୍କ ସହିତ ବୁଲିବାକୁ କୈଣସି ସ୍ଥାନକୁ ଯିବେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣଙ୍କ କାର୍ଯ୍ୟ ପ୍ରଶଂସିତ ହେବ ।

କର୍କଟ- ଆଜି ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ । ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ । ବିବାହିତ ଜୀବନ ଚାପ ମଧ୍ୟରେ ଉତ୍ଥାନ-ପତନରେ ପରିପୂର୍ଣ୍ଣ ହେବ କିନ୍ତୁ ପ୍ରେମ ଜୀବନ ଖୁସି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ କିନ୍ତୁ ତୁମର କ୍ରୋଧକୁ ଏଡ଼ାଇବାକୁ ପଡିବ।

ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ। ପାରିବାରିକ ପରିବେଶ ସୁଖରେ ପରିପୂର୍ଣ୍ଣ ହେବ। ପ୍ରେମ ଜୀବନ ପାଇଁ ଦିନାମାନ ଟିକେ ଦୁର୍ବଳ। ଆପଣଙ୍କର ପ୍ରିୟଙ୍କ ସହିତ ଅସୁବିଧା ହୋଇପାରେ। ଆଜି କାର୍ଯ୍ୟ ଚାପ ଆପଣଙ୍କ ଉପରେ ରହିବ।

କନ୍ୟା- ଆଜି ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଘର ମାଲିକମାନଙ୍କ ପାଇଁ ଉପହାର ଆଣିପାରେ । ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ। ଆପଣଙ୍କ ଜୀବନ ସାଥୀ ମଧ୍ୟ ଏକ ଭଲ ଲାଭ ଦେଇପାରନ୍ତି। ବ୍ୟବସାୟରେ ଲାଭ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ଦିନଟି ଭଲ । ଆପଣ ପଦୋନ୍ନତି ପାଇବାର ସମ୍ଭାବନା ଅଛି କାରଣ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ।

ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ ।  ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ । ତଥାପି, ପରିବାରରେ କିଛି ଟେନସନ ହୋଇପାରେ । ଯେଉଁମାନେ ଆଜି ନିଯୁକ୍ତି ପାଇଛନ୍ତି ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦେବାର ଭଲ ଫଳ ​​ଦେଖିବାକୁ ପାଇବେ। ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ ଏବଂ ଆପଣଙ୍କର ବିରୋଧୀମାନେ ଶାନ୍ତ ରହିବେ ।

ବିଛା-  ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ । ଏହାକୁ ଧ୍ୟାନ ଦେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ । ପ୍ରେମ ଭାବନା ବୃଦ୍ଧି ପାଇବ । ପାରିବାରିକ ଜୀବନ ସନ୍ତୋଷଜନକ ହେବ । ଆଜି, ହଠାତ୍ ଭ୍ରମଣର ସମ୍ବାବନା ଦେଖାଦେବ ।

ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ । ଆଜି ଆପଣଙ୍କର ପ୍ରିୟଙ୍କ ହୃଦୟ ଖୋଲିବ। ବିବାହିତ ବ୍ୟକ୍ତିମାନେ ସେମାନଙ୍କ ଘରୋଇ ଜୀବନରେ କିଛି ଅସୁବିଧା ଅନୁଭବ କରିବେ କିନ୍ତୁ ଏହା ନିଜ ଜୀବନସାଥୀଙ୍କୁ କହିବା ଆବଶ୍ୟକ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର- ଆଜି ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ଆଜି ବ୍ୟବସାୟରେ ଏକ ସଫଳ ଦିନ ହେବ। କିଛି ନୂତନ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ।

କୁମ୍ଭ- ଆଜି ଆପଣଙ୍କ ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ। ବୋଧହୁଏ ଆଜି ଆପଣ ସେମାନଙ୍କ ପସନ୍ଦର ଖାଦ୍ୟ ଖାଇବା ପାଇଁ ନିଜ ପ୍ରେମ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ରୋମାଣ୍ଟିକ୍ ହେବ। ବ୍ୟବସାୟୀମାନେ କିଛି ସମସ୍ୟାର ସମ୍ମୁଖୀନ ହେବେ।

ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

Categories
ଆଜିର ଖବର ଧର୍ମ

ରାଶିଫଳ: ଶନିବାର ଦିନଟି ଆପଣଙ୍କ ପାଇଁ ଆଣିଦେବ ସୁଖ ଓ ସମୃଦ୍ଧି

କୁମ୍ଭ- ଆଜି ଆପଣଙ୍କ ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ।

ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶନିବାରରେ ପାରିବାରିକ ଜୀବନ ହେବ ଶକ୍ତିଶାଳୀ

ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ ।

ମକର- ଆଜି ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ମୁହଁରେ ହଠାତ୍ ଫୁଟିବ ଫୁଲ

ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ ।  ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ । ତଥାପି, ପରିବାରରେ କିଛି ଟେନସନ ହୋଇପାରେ ।

ବିଛା-  ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ । ଏହାକୁ ଧ୍ୟାନ ଦେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶନିବାର ଦିନ ଖର୍ଚ୍ଚକୁ ନେଇ ବଢିବ ଟେନସନ

ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ।

କନ୍ୟା- ଆଜି ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଘର ମାଲିକମାନଙ୍କ ପାଇଁ ଉପହାର ଆଣିପାରେ । ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିଙ୍କର ଶନିବାର ଦିନ ବ୍ୟବସ୍ୟାରେ କିଛି ଅସୁବିଧା ସୃଷ୍ଟି ହୋଇପାରେ

ମିଥୁନ– ଆଜି ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ । ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ ।

କର୍କଟ- ଆଜି ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ । ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ ।

Categories
ଆଜିର ଖବର ଧର୍ମ

ଶନିବାରରେ ଏହି ରାଶିର ବ୍ୟକ୍ତିଙ୍କର ଖର୍ଚ୍ଚ ବଢିବ, ଆୟ ଭଲ ହେବ

ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି ।

ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଦିନ ୧୨ଟା ବେଳେ ଏହା କରାଯିବ । ଏଥିସହ ସାରା ଦେଶରେ ସ୍ୱାମୀତ୍ୱ ଯୋଜନା ତ୍ୱରାନ୍ୱିତ ହେବା ସହିତ ୪.୦୯ଲକ୍ଷ ଜମି ମାଲିକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏଥିରେ ଉପସ୍ଥିତ ରହିବେ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୧ ମଧ୍ୟ ପ୍ରଦାନ କରିବେ । ଜାତୀୟ ପଞ୍ଚାୟତ ସମ୍ମାନ ନିମ୍ନଲିଖିତ ଶ୍ରେଣୀରେ ପ୍ରଦାନ କରାଯାଇଥାଏ । ତାହା ହେଲା :

୨୨୪ଟି ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ସଶକ୍ତିକରଣ ପୁରସ୍କାର, ନାନାଜୀ ଦେଶମୁଖ ଜାତୀୟ ଗୌରବ ଗ୍ରାମ୍ୟ ପୁରସ୍କାର, (୩୦ଟି ଗ୍ରାମ ପଞ୍ଚାୟତ), ଗ୍ରାମପଞ୍ଚାୟତ ବିକାଶ ଯୋଜନା ପୁରସ୍କାର (୨୯ଟି ଗ୍ରାମପଞ୍ଚାୟୟତ, ଶିଶୁ ସୁଲଭ ଗ୍ରାମପଞ୍ଚାୟତ ପୁରସ୍କାର, ୩୦ଟି ଗ୍ରାମପଞ୍ଚାୟତ ଓ ଇ- ପଞ୍ଚାୟତ ପୁରସ୍କାର (୧୨ଟି ରାଜ୍ୟ) ।

ପ୍ରଧାନମନ୍ତ୍ରୀ ପୁରସ୍କାର ରାଶି (ଅନୁଦାନ) ବଟନ କ୍ଲିକ୍ କରି ପାଞ୍ଚରୁ ପଚାଶ ଲକ୍ଷ ଟଙ୍କା ମଧ୍ୟରେ ପ୍ରଦାନ କରିବେ। ସମ୍ପୃକ୍ତ ପଞ୍ଚାୟତଗୁଡିକର ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ସିଧାସଳଖ ଚାଲିଯିବ । ପ୍ରଥମ ଥର ପାଇଁ ଏହିଭଳି ବ୍ୟବସ୍ଥା ହୋଇଛି ।

ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ

ସ୍ୱାମୀତ୍ୱ (ସର୍ଭେ ଅଫ ଭିଲେଜ ଆଣ୍ଡ ମ୍ୟାପିଂ ୱିଥ ଇମପ୍ରୁଭାଇଜ ଟେକ୍ନୋଲୋଜି ଇନ ଭିଲେତ ଏରିଆ) ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୪, ୨୦୨୦ରେ ଆରମ୍ଭ କରାଯାଇଥିଲା । ଗ୍ରାମାଂଚଳ ଜନସାଧାରଣଙ୍କୁ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତନ କରାଯାଇଥିଲା । ମ୍ୟାପିଂ ଓ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଭାରତକୁ ପରିବର୍ତ୍ତନ କରିବାର ସାମାର୍ଥ୍ୟ ଏହି ଯୋଜନାର ରହିଛି ।

ବିଭିନ୍ନ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ହାସଲ ପାଇଁ ଗ୍ରାମବାସୀଙ୍କୁ ସେମାନଙ୍କ ସମ୍ପତି ଜରିଆରେ ଏହା ସୁଯୋଗ ସୃଷ୍ଟି କରିବ । ୨୦୨୧ରୁ ୨୦୨୫ ମଧ୍ୟରେ ଦେଶର ୬.୬୨ଲକ୍ଷ ଗ୍ରାମରେ ଏହି ଯୋଜନା କାର‌୍ୟ୍ୟକାରୀ ହେବାର ଲକ୍ଷ୍ୟ ରହିଛି ।
ପ୍ରଥମ ପର‌୍ୟ୍ୟାୟରେ ଏହି ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନର କେତେକ ବଛାବଛା ଗ୍ରାମରେ ତ୍ୱରାନ୍ୱିତ ହୋଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର

ରାଜ୍ୟକୁ କେନ୍ଦ୍ର ସରକାର ୧୫କୋଟି ଡୋଜରୁ ଅଧିକ ଟିକା ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅଧ୍ୟକ୍ଷତା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିଛି ।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟ ତଥା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡିକରେ ଏକ ସଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ମହାମାରୀର ମୁକାବିଲା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । କରୋନାର ପ୍ରଥମ ସଂକ୍ରମଣ କାଳରେ ଭାରତ ଏହାର ମୁକାବିଲା କରିବାରେ ଯେଉଁ ସଫଳତା ଲାଭ କରିଥିଲା, ତା’ ପଛରେ ମିଳିତ ଉଦ୍ୟମ ଓ ଲଢେଇ ଥିଲା ପ୍ରମୁଖ କାରଣ । ଏବେ ଏହି ଦ୍ୱିତୀୟ ଲହରକୁ ସମ୍ମିଳିତ ଭାବେ ସମସ୍ତ ଶକ୍ତି ଖଟାଇ ପ୍ରତିରୋଧ କରିହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଲଢେଇରେ ରାଜ୍ୟମାନଙ୍କୁ କେନ୍ଦ୍ର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । କରୋନା ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମିତଭାବେ ଆବଶ୍ୟକ ପରାମର୍ଶ ଯୋଗାଇଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରଦେଶକୁ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର ଯେପରି ବାଟରେ ଅଟକି ନ ରହେ ବା ଏଥିରେ ବାଧା ସୃଷ୍ଟି ନ ହୁଏ ତାହା ପ୍ରତ୍ୟେକ ରାଜ୍ୟ ସୁନିଶ୍ଚିତ କରିବା ଉଚିତ । ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ଉଚ୍ଚସ୍ତରୀୟ ସମନ୍ୱୟ କମିଟି ତୁରନ୍ତ ଗଠନ କରାଯିବା ଆବଶ୍ୟକ । କେନ୍ଦ୍ରରୁ ଅକ୍ସିଜେନ ରାଜ୍ୟରେ ପହଂଚିବା ମାତ୍ରେ ଏହା ଯେପରି ଅବିଳମ୍ବେ ବିଭିନ୍ନ ହସ୍ପିଟାଲରେ ଆବଶ୍ୟକତା ଅନୁସାରେ ପହଁଂଚେ ତାହା କମିଟି ସୁନିଶ୍ଚିତ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅକ୍ସିଜେନ ଟ୍ୟାଙ୍କର ଯାତ୍ରା ଓ ଫେରିବା ସମୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରି କାର‌୍ୟ୍ୟ କରୁଛନ୍ତି । ତଦନୁସାରେ ରେଳବାଇ ପକ୍ଷରୁ ‘ଅକ୍ସିଜେନ ଏକ୍ସପ୍ରେସ’ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଖାଲି ଅକ୍ସିଜେନ ଟ୍ୟାଙ୍କର ସବୁକୁ ବାୟୁସେନା ଦ୍ୱାରା ପରିବହନ କରାଯାଇ ଗୋଟି ପଟର ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳର ସୁବନ୍ଦୋବସ୍ତ ସହିତ ଆମକୁ କୋଭିଡ ଟେଷ୍ଟିଂ ଉପରେ ଅଧିକ ଗୁୁରୁତ୍ୱ ଦେବାକୁ ପଡିବ । ଟେଷ୍ଟିଂ ସୁବିଧାକୁ ବ୍ୟାପକ କରି ଲୋକଙ୍କୁ ସୁବିଧାରେ ଏହି ସେବା ଯୋଗାଇବାକୁ ସେ କହିଛନ୍ତି । ମୋଦୀ କହିଛନ୍ତି ଯେ ଆମ ଟିକାକରଣ କାର‌୍ୟ୍ୟକ୍ରମ ଏଭଳି ପରିସ୍ଥିତିରେ ଧିମେଇ ଯିବା ଅନୁଚିତ । ଭାରତ ବିଶ୍ୱର ସର୍ବବୃହତ ଟିକାଦାନ କାର‌୍ୟ୍ୟକ୍ରମ ହାତକୁ ନେଇଛି । ଏଯାଏ ରାଜ୍ୟ ସମୂହକୁ ୧୫କୋଟିରୁ ଅଧିକ ଡୋଜ ଟିକା ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଏହି ଟିକାଦାନ କାର‌୍ୟ୍ୟକ୍ରମରେ ୪୫ବର୍ଷରୁ ଅଧିକ ବୟସର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ବିନା ମୂଲ୍ୟରେ ଟିକା ଦେବାର ଲକ୍ଷ୍ୟ ରଖିଛନ୍ତି । ଏଥିରେ ଦେଶରେ ସ୍ୱାସ୍ଥ୍ୟ ସେବା ଓ ସମ୍ମୁଖ ଭାଗର କର୍ମୀମାନେ ଅନ୍ତର୍ଭୁକ୍ତ। ଏହି ଅଭିଯାନ ପୂର୍ବବତ୍ ଜାରି ରହିବ ।

ସେ କହିଛନ୍ତି ଏଭଳି ସଙ୍କଟ ସମୟରେ ଲୋକମାନେ ଛାନିଆ ହୋଇ ଅତ୍ୟାବଶ୍ୟକ ଜିନିଷପତ୍ର କିଣିଥାନ୍ତି । ଅତଏବ ଲୋକଙ୍କୁ ନିରନ୍ତର ଏ ବିଷୟରେ ସଚେତନ କରି ଏଭଳି କାର‌୍ୟ୍ୟରୁ ନିବୃତ କରିବାକୁ ପ୍ରଶାସନ କାର‌୍ୟ୍ୟ କରିବା ଆବଶ୍ୟକ । ମିଳିତ ଉଦ୍ୟମ ଦ୍ୱରା କରୋନା ମହାମାରୀର ଦ୍ୱିତୀୟ ଲହରକୁ ଆମେ ଦେଶରେ ଅଟକାଇ ପାରିବା ବୋଲି ସେ କହିଛନ୍ତି ।

ଏହି ବୈଠକରେ ନୀତି ଆୟୋଗର ସ୍ୱାସ୍ଥ୍ୟ ବ୍ୟାପାର ସଦସ୍ୟ ଡକ୍ଟର ଭି.କେ ପାଲ୍ ନୂଆ ସଂକ୍ରମଣର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣନୀତି ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରିଥିଲେ । ସେ ମଧ୍ୟଦେଶରେ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଣ ବୁଦ୍ଧି ଏବଂ ରୋଗୀମାନଙ୍କର ‘ଟାର୍ଗେଟେଡ୍ ଟ୍ରିଟମେଣ୍ଟ’ ସମ୍ପର୍କରେ ତଥ୍ୟ ରଖିଥିଲେ । ଏଥିରେ ମେଡିକାଲ ଭିତ୍ତିଭୂମି ବୃଦ୍ଧି, କ୍ଲିନିକାଲ ମ୍ୟାନେଜମେଣ୍ଟ, କଂଟେନମେଣ୍ଟ, ଟିକାଦାନ ଗୋଷ୍ଠୀ ସହଯୋଗ ଆଦି ସ୍ଥାନ ପାଇଥିଲା ।

ଏହି ଆଲୋଚନା କାଳରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୀତି ଆୟୋଗର କାର‌୍ୟ୍ୟସୂଚୀ ଦ୍ୱାରା ସାଂପ୍ରତିକ ସଂକ୍ରମଣକୁ ରୋକିବାକୁ ସେମାନେ ନିଜ ନିଜ ରାଜ୍ୟରେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀମାନେ କହିଥିଲେ ।