ନୂଆଦିଲ୍ଲୀ: ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଏବଂ ବିଜ୍ଞାପନ ଉପରେ କେନ୍ଦ୍ର ସରକାର ନୂଆ କଟକଣା ଲଗାଇବାକୁ ଯାଉଛନ୍ତି। ସେଥିପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ୨୧ ବର୍ଷ ବୟସ୍କ ହିଁ ତମାଖୁ କିଣିପାରିବ। ପୂର୍ବରୁ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷ ଥିଲା। ଏବେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାବା ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛି। ସରକାର ଏ ସଂକ୍ରାନ୍ତରେ ୨୦୦୩ର ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି। ବିଲରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଜଣେ ଦୋକାନୀ ୨୧ ବର୍ଷ କିମ୍ବା ତାଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଦ୍ରବ୍ୟ ବିକ୍ର କରିପାରିବ ନାହିଁ। ଏହା ସହିତ…
Author: Samikhsya Bureau
ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି। ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ରାଜଭବନରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏହି ଦୁଇଜଣଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅସହଯୋଗ କରି ଯେଉଁ ୨୨ ବିଧାୟକ କଂଗ୍ରେସ ଛାଡ଼ିଥିଲେ ସେଥିରେ କମଳନାଥ ସରାକରରେ ମନ୍ତ୍ରୀ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। ଗତ ୨୩ ମାର୍ଚ୍ଚରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ମାସ ପରେ ଯେଉଁ ୫ ମନ୍ତ୍ରୀ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। କିନ୍ତୁ ଉପ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଧାନସଭାର ସଦସ୍ୟ ହେବାର ବାଧ୍ୟବାଧକତା ମଧ୍ୟରେ ସେମାନେ ଇସ୍ତଫା…
ଗାଜିଆବାଦ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଏକ ଶ୍ମଶାନରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ମୁରାଦନଗରର ଶ୍ମାଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଠିକ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭୁଷୁଡି ପଡିଥିଲା। ଯାହାଫଳରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ଲୋକ ସେହି ଛାତ ତଳେ ଚାପି ହୋଇଯାଇଥିଲେ। ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ସହ…
ଭୁବନେଶ୍ବର, ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସେହି ଅନୁସାରେ ଆସନ୍ତା 11 ତାରିଖରୁ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲେଜରେ କ୍ଲାସ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି। ସେହିପରି ପରୀକ୍ଷାଗୁଡିକ ମାର୍ଚ୍ଚ 16 ତାରିଖରୁ ଆରମ୍ଭ କରି 30 ତାରିଖ ମଧ୍ୟରେ ସାରିବା ପାଇଁ କୁହାଯାଇଛି। ଜାଣନ୍ତୁ କେତେବେଳେ କଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମ ଜାରି କରିଛି।
ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଏନେଇ ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ହେଲେ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି। ଏ ବିଷୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଆମ ବିଭାଗ ନୁହେଁ, ଯେଉଁଠି ଟିଆର୍ଡବ୍ଲୁ ସ୍କୁଲ୍ର ହଷ୍ଟେଲ୍ ରହିଛି, ସେଗୁଡ଼ିକ ବି ଖୋଲିବ। ଜାରି ଗାଇଡ୍ ଲାଇନ୍ ଅନୁସାରେ ଯେଉଁଠି ସ୍କୁଲ୍ ଖୋଲିପାରିବ, ସେଇଠି ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏନେଇ ଖୁବ୍ଶୀଘ୍ର ନୂଆ ଏସ୍ଓପି ଜାରି କରାଯିବ।
ନୂଆଦିଲ୍ଲୀ: ନୂଆ ବର୍ଷ ଆସୁ ଆସୁ ଭାରତ ପାଇଁ ଖୁସି ଖବର ମିଳିଛି। ନୂଆ ବର୍ଷର ପ୍ରଥମ ଦୁଇ ଦିନରେ ଭାରତ କ୍ରମାଗତ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ପ୍ରଥମ ଦିନରେ କୋଭିସିଲ୍ଡ ଟିକାକୁ ମଞ୍ଜୁରୀ ମିଳିଥିବା ବେଳେ ଦ୍ଵିତୀୟ ଦିନରେ କୋଭାକ୍ସିନକୁ ମଧ୍ୟ ଅନୁମତି ମିଳିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିବା ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭି.ଜି ସୋମାନି ଦୁଇଟି କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। କୋଭିସିଲ୍ଡ ଟିକା ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ଵାରା ପୁନେର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହୋଇଛି। ସେହିପରି ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକା ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି।
ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏହି ମୃତ୍ୟୁ ଘଟଣାରେ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ମାହାଙ୍ଗା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ସୂଚନା ଯୋଗ୍ୟ ଯେ, କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ…
ଭୁବନେଶ୍ୱର: ଗତକାଲି ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ। ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ। ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ। ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆବ୍ୟଶକ। ଦୋଷୀ କିପରି ଗିରଫ ହେବେ ତାହା ଉପରେ ମୁଁ ନିଜେ ଦୃଷ୍ଟି ଦେବି। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ। ତେଣୁ ତାଙ୍କର ମୋ ସହ ଭେଟ ହୋଇଛି…
ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ କରୋନା ଟୀକା ବର୍ତ୍ତମାନ ଆସିଗଲା। ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକା ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ। ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି, ଏହି ଟୀକା ପାଇଁ ମଧ୍ୟ ସେହିପରି ବୁଥ୍ ତିଆରି କରିବାକୁ ଭାରତ ସରକାର ଯୋଜନା…
ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳ ଲାଗି ଅର୍ଜ୍ଜୁନ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ ଜଣିଆ ଦଳରେ ସେ ସ୍ଥାନ ପାଇଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଥିବା ନେଇ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ୍ ଅଙ୍କୋଲ ସୂଚନା ଦେଇଛନ୍ତି। ବିସିସିଆଇ ୨୦ ଜଣିଆ ଦଳ ଚୟନ ପାଇଁ ପ୍ରତ୍ୟେକ ରାଜ୍ୟ ଆସୋସିଏସନକୁ ନିର୍ଦ୍ଦେଶ ଦେଇଥଲା। କିନ୍ତୁ ପରେ ଏହାକୁ ଆଉ ଦୁଇ ଜଣ ଖେଳାଳିଙ୍କୁ ବୃଦ୍ଧି କରି ୨୨ ଜଣିଆ ଦଳ ମନୋନୀତ ପାଇଁ କହିଥିଲା। ଏହି କାରଣରୁ ମୁମ୍ବାଇ ଦଳ ଅର୍ଜ୍ଜୁନଙ୍କ ସହ ଆଉ ଜଣେ ଦ୍ରୁତ ବୋଲରଙ୍କୁ ମନୋନୀତ କରିପାରିଛି। ଆଇପିଏଲର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟି-୨୦ ଦଳର ନେତୃତ୍ୱ…
ନୂଆଦିଲ୍ଲୀ, ଭାରତ ତିଆରି କରୋନା ଟିକାକୁ ଶେଷରେ ଅନୁମତି ମିଳିଛି। ବହୁ ପରିଶ୍ରମ ପରେ ବର୍ତ୍ତମାନ ଲୋକମାନଙ୍କୁ ଟିକାକରଣ ଆରମ୍ଭ କରାଯିବ। ସେଥିପାଇଁ ଦେଶ ତରଫରୁ ସେରମ ସଂସ୍ଥା ଏବଂ ଭାରତ ବାଓଟେକ ସଂସ୍ଥାକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ତେବେ ଡିସିଜିଆଇ ସେରମ ପ୍ରସୁତ କରୋନା ଟିକା କୋଭିସିଲ୍ଡ ଅନୁମତି ପରେ ଏହାର ସିଇଓ ଅଦର ପୋନୱାଲା ବେଶ ଖୁସି ପ୍ରକଟ କରିଛନ୍ତି। ସେ ଗୋଟିଏ ଧାଡିରେ ଆଜି କହିଛନ୍ତି ଯେ, ହାପି ନିୟୁ ଇୟର।
ନୂଆଦିଲ୍ଲୀ/ଭୁବନେଶ୍ବର, ଭାରତରେ ଦୁଇଟି ସଂସ୍ଥାର କରୋନା ଟୀକା ବ୍ୟବହାର କରିବା ପାଇଁ ଜରୁରୀକାଳିନ ଅନୁମତି ପ୍ରଦାନ କରାଯାଇଛି। ସେହି ସଂସ୍ଥା ଦୁଇଟି ହେଲେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବୟୋଟେକ୍। ସେରମ ସଂସ୍ଥାର କୋଭାକ୍ସିନ ଏବଂ ଭାରତ ବାୟୋଟେକର କୋଭାସିଲ୍ଡ ଟୀକା ବାହାର କରିଛନ୍ତି। ସଂପୂର୍ଣ୍ଣ ଦେଶୀ ଢାଞ୍ଚାରେ ଏହି ଟୀକା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଏହା ହେଉଛି ଏକ ବଡ ସଫଳତା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଘଡିସନ୍ଧି ମୂହୁର୍ତ୍ତରେ ଏହି ଦୁଇ ସଂସ୍ଥାର ପରିଶ୍ରମର ଫଳ ମିଳିଛି। ସେଥିପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ନୂଆଦିଲ୍ଲୀ, ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଶେଷରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକ ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୩ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ବଲାଙ୍ଗିରିରୁ ଜଣେ ଆକ୍ରାନ୍ତ ଥିବା ବେଳେ, ଗଞ୍ଜାମରୁ ଜଣେ ଏବଂ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୯ ଜଣ ଚିହ୍ନଟ ହୋଇଥିବାବେଳେ ୮୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୯୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୪୦୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୮୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍ ୧୯୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୩…
ଜୟପୁର: ରାଜସ୍ଥାନର ୧୩ ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି। ସନ୍ଧ୍ୟା ୮ରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାଜସ୍ଥାନରେ ଗତକାଲି ୪୬୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ତେବେ ରାଜ୍ୟରେ ମୋଟ୍ ୩ ଲକ୍ଷ ୯ ହଜାର ୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗତ ୨୪ ଘଣ୍ଟାରେ ୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହି ୫ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୭ ଶହ ୫ ରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ରାଜସ୍ଥାନ ରାଜଧାନୀ ଜୟପୁରରେ ୫୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଅଜମେରରେ ୨୧୯, ବିକାନେରରେ ୧୬୬, କୋଟାରେ ୧୬୬, ଭରତପୁରରେ ୧୨୦, ଉଦୟପୁରରେ ୧୧୧, ପାଲୀରେ ୧୦୯ ଏବଂ ଶିକାରରେ ୯୮ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୮୯୦ ଜଣ ଆକ୍ରାନ୍ତ…
ଭୁବନେଶ୍ୱର: କରୋନା ଯୋଗୁଁ ୨୦୨୦ ମସିହାରେ ସ୍କୁଲ କଲେଜ ବନ୍ଦ ରହିଥିଲା। ନୂଆ ବର୍ଷ ରେ ସ୍କୁଲ ଖୋଲିବା ନିର୍ଦ୍ଦେଶ ଆସିଛି। ଏହା ସହିତ ସ୍କୁଲ ଏବଂ କଲେଜର ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷ ପିଲାମାନେ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ଦେବେ। ସେଥିମଧ୍ୟରୁ ୫୦% ଓଏମଆର ଓ ୩୦% ସବଜେକ୍ଟିଭ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ୮୦ ମାର୍କ ପାଇଁ ପରୀକ୍ଷା ହେଉଥିଲେ ମଧ୍ୟ ୧୦୦ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ। ସୂଚନାଯୋଗ୍ୟଯେ, ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲିବ। ଶନିବାର, ରବିବାରକୁ ମିଶାଇ କ୍ରମାଗତ ୧୦୦ ଦିନ ସ୍କୁଲରେ ପାଠ ପଢା ପରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଯିବ। ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଓ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୨୩ ହଜାର ୯୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୨୭ ହଜାର ୩୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୪୭ ହଜାର ୨୨୦ ଆକ୍ଟିଭ୍ କେସ୍ ରହିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜିଠାରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। କରୋନା କଟକଣା ତଥା ଗାଇଡଲାଇନ ଅନୁଯାୟୀ ମାଆ ଙ୍କୁ ଦର୍ଶନ କରିବେ ଭକ୍ତ। ଏ ନେଇ ଆଜି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଣପୁର ତହସିଲଦାର ମନ୍ମଥ ବେହେରା ମନ୍ଦିର ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭକ୍ତଙ୍କ ପାଇଁ ଗାଇଡଲାଇନ ଗୁଡ଼ିକ ହେଲା:- ୧. ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ନିଜ ଶରୀରର ତାପମାତ୍ରା ମାପ କରିବେ ୨. ଭକ୍ତମାନେ ମାକ୍ସ ପରିଧାନ କରିବା ଅନିବାର୍ଯ୍ୟ ଅଟେ ୩. ଭକ୍ତମାନେ ସାନିଟାଇଜର ବ୍ୟବହାର କରିବେ ୪. ଭକ୍ତମାନେ ପରସ୍ପରଠାରୁ ୬ ଫୁଟ ଦୂରତା ରକ୍ଷା କରିବେ ୫. ୧୦ ବର୍ଷରୁ କମ ପିଲା, ୬୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ ୬. ଦର୍ଶନବେଳେ ଭକ୍ତମାନେ ଅର୍ଗଳୀ ଡ଼େଇଁପାରିବେ…
କଟକ, ନୂଆବର୍ଷ ଆସିଲା। ଏହି 2021 ବର୍ଷ ଯେପରି ମଙ୍ଗଳମୟ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ଠିକ୍ ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ 2021 ବର୍ଷଟି କିପରି ଭଲହେବ ସେଥିପାଇଁ ସେ ଭଗବାନଙ୍କ ନିକଟରେ ଗୁହାରୀ କରିଛନ୍ତି। କାରଣ 2020 ମସିହା ତାଙ୍କ ପାଇଁ ଆଦୌ ଭଲ ନ ଥିଲା। ଏମିତିରେ କରୋନା ପାଇଁ ଏହି 2020 କାହା ପାଇଁ ମଧ୍ୟ ଭଲ ନ ଥିଲା। ହେଲେ ବର୍ଷାଙ୍କ ପାଇଁ ଡବଲ ଖରାପ ଥିଲା। ଗୋଟିଏ ପଟେ କରୋନା ଅନ୍ୟପଟେ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହିତ ମତଭେଦ ତାଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି। ତେବେ 2021 ବର୍ଷଟି ତାଙ୍କ ଭଲ ହେବ ବୋଲି ଆଶା ରଖିଛନ୍ତି ଅଭିନେତ୍ରୀ ବର୍ଷା।
ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରିଣି ମନ୍ଦିର, କେନ୍ଦ୍ରପଡାର ବଳଦେବଜୀୟୁ ମନ୍ଦିର ପ୍ରମୁଖ ଖୋଲାଯାଇଛି। ଲିଙ୍ଗରାଜମନ୍ଦିରରେ ବର୍ତ୍ତମାନ ବାହାର ଭକ୍ତଙ୍କୁ ପ୍ରେବଶ ଅନୁମତି ଦିଆଯାଇ ନାହିଁ। କେବଳ ଭୁବନେଶ୍ବର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ସେଥିପାଇଁ ଭୁବନେଶ୍ବର ଠିକଣା ଥିବା ପରିଚୟପତ୍ର ଦେଖାଇବାକୁ ପଡିବ। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଆଜି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ପୂର୍ବରୁ ପୁରୀ ବାସିନ୍ଦା ଏବଂ ସେବକମାନେ ଦର୍ଶନ କରିବାର ସୁଯୋଗ ମିଳିଥିଲା। ବର୍ତ୍ତମାନ 3 ତାରିଖରୁ ସର୍ବସାଧାରଣ ଦର୍ଶନ ରହିଛି। ହେଲେ ମନ୍ଦିର ଭିତରକୁ ଯିବାକୁ ହେଲେ କରୋନା ନେଗେଟିଭ ରିପୋର୍ଟ ନେବାକୁ ପଡିବ। 48 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ବାହାରିଥିବାର ଆବଶ୍ୟକ। ତାହା ହେଲା ଜଗା ଦର୍ଶନ କରିପାରିବେ। ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ…

