Author: Samikhsya Bureau

ନୂଆଦିଲ୍ଲୀ, ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ବର୍ତ୍ତମାନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆଇସିଏମଆର ପକ୍ଷରୁ କୋଭିଡ-୧୯ ଉପରେ ଜାତୀୟ ଟାସ୍କ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିଟେନରେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନ ଦେଖାଦେବା ପରେ ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣରେ ପ୍ରମାଣ ଆଧାରିତ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭାରିଆଣ୍ଟ ଷ୍ଟ୍ରେନରେ ୧୪ ଟି ଅଣ-ସମକକ୍ଷ (ଆମିନୋ ଏସିଡ୍ ପରିବର୍ତ୍ତନ) ପରିବର୍ତ୍ତନ, ୬ ଟି ସମକକ୍ଷ (ଅଣ ଆମିନୋ-ଏସିଡ୍ ପରିବର୍ତ୍ତନ) ଏବଂ ୩ ଟି ବିଲୋପନ ଅଛି। ସ୍ପାଇକ୍ (ଏସ) ଜିନରେ ଆଠଟି ପରିବର୍ତ୍ତନ ଅଛି ଯାହା ଏସିଇ୨ ରିସେପ୍ଟରଗୁଡିକର ବାଇଣ୍ଡିଂ ସାଇଟ୍ ବହନ କରିଥାଏ, ଯାହା ହେଉଛି ମାନବ ଶ୍ୱାସକ୍ରିୟାରେ ଜୀବାଣୁ ପ୍ରବେଶ କରିବାର ବିନ୍ଦୁ। ବର୍ତ୍ତମାନ ସାର୍ସ କୋଭ-୨ ପାଇଁ ରହିଥିବା ଜାତୀୟ ଚିକିତ୍ସା ପଦ୍ଧତି, ପରୀକ୍ଷଣ ରଣନୀତି ଏବଂ ନିରୀକ୍ଷଣ ରଣନୀତି ସହିତ ବ୍ରିଟେନର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଲ୍ଲୀର ଗ୍ରେଟର ନୋଏଡ଼ାର କ୍ରାଉନ୍ ପ୍ଲାଜାରେ ଏମ୍‌ଆଇକ୍ୟୁଏଚ୍ ଦ୍ୱାରା ମିସ୍ ଆଣ୍ଡ ମିସେସ୍ କ୍ୱିନ୍ ଅଫ୍ ହାର୍ଟସ ଫେସନ ସୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଦେଶିକା ସୋନିଆ ଅଗ୍ରୱାଲ୍ ଏହାର ମୁଖ୍ୟ ନିର୍ଦ୍ଦେଶିକା ଥିବାବେଳେ ଏଥିରେ ସହ ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ୍ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟତଃ ମହିଳା ସଶସ୍ତ୍ରୀକରଣ ଏହି ତୃତୀୟ ସଂସ୍କରଣ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହା ଏକ ପ୍ଲାଟଫର୍ମ ଯେଉଁଥିରେ ଗୃହିଣୀ ଏବଂ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ତର୍ନିହିତ ପ୍ରତିଭାକୁ ଦେଖାଇ ପାରୁନଥିଲେ, ସେମାନଙ୍କୁ ଏହି ଫେସନ ସୋ ପ୍ରୋତ୍ସାହିତ କରିବ ବୋଲି ନିର୍ଦ୍ଦେଶିକା କହିଥିଲେ। ଏଥିରେ ସାରା ଦେଶରୁ ବଛା ବଛା ଯୁବତୀ ଏବଂ ଗୃହିଣୀ ଯୋଗଦେଇ ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ। ଡ଼ିସେମ୍ବର ୨୩ ତାରିଖରେ ଏହାର ଫାଇନାଲ୍ ଅନୁଷ୍ଠିତ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଡିସେମ୍ବର ୨୦୨୦ ପୂର୍ବାହ୍ନ ୧୧ଟାରେ ଭାରତର ପ୍ରଥମ ଚାଳକବିହୀନ ରେଳ ସେବାର ଉଦଘାଟନ କରିବେ। ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ ବା ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ ଏବଂ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସୁବିଧାଜନକ ଯାତ୍ରା ଏବଂ ପରିବର୍ଦ୍ଧିତ ପରିବହନ ସେବା କ୍ଷେତ୍ରରେ ଏହି ନୂତନ ପ୍ରୟାସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଚାଳକ ବିହୀନ ରେଳ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଏହା ମାନବୀୟ ତ୍ରୁଟିର ସମ୍ଭାବନାକୁ ସମ୍ପୂର୍ଣ୍ଣ ଦୂର କରିବ। ମାଜେଣ୍ଟା ଲାଇନରେ ଚାଳକ ବିହୀନ ମେଟ୍ରୋ ଚଳାଚଳ କରିବା ପରେ ୨୦୨୧ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ ଲାଇନରେ ମଧ୍ୟ ଚାଳକବିହୀନ ଟ୍ରେନ ଚଳାଚଳ କରିବ। ବିମାନ ବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା…

Read More

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରେ ସିବିଏସଇ ପରୀକ୍ଷା ଘୋଷଣା କରାଯିବ। ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ ଟା ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଆସନ୍ତା ପେବୃଆରି ମାସ ପର୍ଯ୍ୟନ୍ତ ବୋର୍ଡ ପରିକ୍ଷା ହେବ ନାହିଁ ବୋଲି ସୂଚନା ରହିଥିଲା। ତେବେ ଏହି ପରୀକ୍ଷା କେବେ କରାଯିବ ଆସନ୍ତା ୩୧ ତାରିଖରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Read More

ଲକ୍ଷ୍ମୌ, କୋଭିଡ19ର ନୂଆ ଷ୍ଟ୍ରେନ୍ ସନ୍ଦେହରେ ଉତ୍ତରପ୍ରଦେଶ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। ଆଗ୍ରାର 58 ଜଣ ଗତ ଡିସେମ୍ବର 9 ରୁ ଡିସେମ୍ବର 22 ମଧ୍ୟରେ ବ୍ରିଟେନରୁ ଫେରିଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଯୋଗାଯୋଗ କରି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହିତ ସେମାନଙ୍କୁ 28 ଦିନ ହୋମ କ୍ବାରଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କର ଘନିଷ୍ଠ ସମ୍ପର୍କରେ ଆସିଥିବା ଲୋକମାନଙ୍କର ମଧ୍ୟ କୋଭିଡ19 ପରୀକ୍ଷା କରାଯିବ। ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ପୃଥିବୀରେ ଏକ ଚିନ୍ତାର ବିଷୟ ହୋଇଛି। ତେବେ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ବ୍ରିଟେନରୁ ଫେରିଥିବା କେତେକଙ୍କ ମୋବାଇଲ ବନ୍ଦ ରହିଛି। ଫଳରେ ସେମାନଙ୍କ ସହିତ ଯୋଗାଯୋଗା କରିବାରେ ବିଭାଗ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭, ଅନୁଗୁଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୬, ନୂଆପଡ଼ାରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୯, ବରଗଡରୁ ୮, ଝାରସୁଗୁଡାରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଭଦ୍ରକରୁ ୫, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୩, ନବରଙ୍ଗପୁରରୁ ୩, ପୁରୀରୁ ୩, ରାୟଗଡାରୁ ୩, ମାଲକାନଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ…

Read More

ପିଣ୍ଟୁ ବିଷୋୟୀ କୋଦଳା: ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଠାରେ ୨୪ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରାଯାଇଛି। ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସଭାକୁ ଉଦବୋଧନ ଦେଇଥିଲେ। ସେ ପ୍ରଥମେ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ କି ଆପଣ ମାନଙ୍କ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଓଡିଶାରେ ବିଜେଡି ଲୋକଙ୍କ ଦଳ ଭାବେ ବେସ ପରିଚିତ ହୋଇପାରିଛି। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ସାଢେ ଚାରି କୋଟି ଓଡ଼ିଆଙ୍କ ଦଳ ବିଜୁ ଜନତା ଦଳ ଓଡିଶା ବାସୀଙ୍କ…

Read More

ନୂଆଦିଲ୍ଲୀ : କୃଷି ବିଲ୍‌କୁ ବିରୋଧ କରି ରାଜରାସ୍ତାରେ ଚାଷୀ ଓ ବିରୋଧୀ ବସିଥିବାବେଳେ ଏହି ଆଇନ୍‌କୁ ବିରୋଧ କରି ଏନଡିଏର ସହଯୋଗୀ ଦଳମାନେ ହାତ ଛାଡୁଛନ୍ତି । ପ୍ରଥମେ କୃଷି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହେବା ପରେ ଆଜି ଆରଏଲ୍‌ପି ଏନଡିଏ ସହ ସମ୍ପର୍କ ଛିନ୍ନ କରିଛି । ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍‌ପି)ର ରାଷ୍ଟ୍ରୀୟ ସଂଯୋଜକ ହନୁମାନ ବେନିଓ୍ବାଲ୍‌ ଆଜି ଏନ୍‌ଡିଏ  ସହ ସମ୍ପର୍କ ଛିିନ୍ନ କରିବାର ଘୋଷଣା କରିଛନ୍ତି । ପୂର୍ବରୁ ଏହି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହୋଇଥିଲା । ଅପରପକ୍ଷରେ ବିଜେପି କୃଷି ଆଇନ ପ୍ରସଙ୍ଗକୁ ନେଇ ଚାଷୀଙ୍କୁ ବୁଝାଇବାରେ ଲାଗିପଡିଛି । ଆସନ୍ତା 29 ତାରିଖ ଦିନ 11ଟାରେ କୃଷି ବିଲକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ପୁନଶ୍ଚ ଆଲୋଚନା ନେଇ ପ୍ରସ୍ତାବ ରହିଛି । (ଏଜେନ୍ସି)

Read More

ହିସାର : ଆପଣମାନେ ଲେମ୍ବୁର ଆକାର ଦେଖିଥିବେ । ଗୋଟିଏ ଲେମ୍ବୁର ଓଜନ କେତେ ବା ହୋଇପାରେ । ଆପଣ କ’ଣ ଅଢେଇ କିଲୋ ଓଜନରରୁ ଅଧିକ ଲେମ୍ବୁ ଦେଖିଛନ୍ତି । ଦେଖିନଥିବେ । ତେବେ ଆଶ୍ଚର୍ଯ୍ୟ ଲାଗୁଥିବା କଥାଟି ପୂରା ସତ୍ୟ । ହରିୟାଣାର  ଏକ ଚାଷୀ ନିଜ ଜମିରୁ ଅଢେଇ କିଲୋରୁ ଉର୍ଦ୍ଧ୍ବ ଓଜନର ଲେମ୍ବୁ ଅମଳ କରିଛନ୍ତି । ହରିୟାଣାର ହିସାରର ମଣ୍ଡି ଆଦମପୁରର ଗ୍ରାମ କିଶାନଗଡରେ ରହଥିବା ଜଣେ ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତରେ ପ୍ରକୃତିର ଏକ ଅଜବ କରିସ୍ମା ଦେଖିବାକୁ ମିଳିଛି। ତାଙ୍କ କ୍ଷେତରେ ତରଭୁଜ ଆକାରର ଲେମ୍ବୁ ଫଳିଛି । ଏହି ଲେମ୍ବୁକୁ ଦେଖି ସାଧାରଣରେ ଲୋକେ ଚକିତ ହୋଇଥିବାବେଳେ ଏହି ଲେମ୍ବୁ ପାଇଁ ଚାଷୀ ଜଣକ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବେ । ମିଳିଥିବା ସୂଚନା ଅନୁସାରେ କିଶନଗଡର ଚାଷୀ ବିଜେନ୍ଦ୍ର ଥୋରୀଙ୍କ କ୍ଷେତର ଲେମ୍ବୁର ଆକାର 2.50 କିଲୋରୁ…

Read More

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ସୋଆର ଏହି ୪ ଗବେଷକ। ବିଷୟବସ୍ତୁ ଆଧାରିତ ବିଶ୍ଳେଷଣକୁ ନେଇ ସୋଆର ୪ ଗବେଷକ ପ୍ରଫେସର ଗୌତମ ରଥ, ଡଃ ମନୋଜ କୁମାର ନାୟକ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ଦେବବ୍ରତ ପ୍ରଧାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଶନିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇ ମାସ ପୂର୍ବରୁ ପ୍ରକାଶ ପାଇଥିବା ଏହି ତାଲିକାରେ ସୋଆର ୭ ଜଣ ବିଶିଷ୍ଟ ଗବେଷକ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା,…

Read More

ମୁମ୍ବାଇ : ଲୋକପ୍ରିୟ ରିଅଲିଟି ଶୋ’ ’ବିଗ୍‌ ବସ୍‌’ ସିଜିନ୍‌-7ର ବିଜେତା ତଥା ଅଭିନେତ୍ରୀ ଗୌହର୍‌ ଖାନ୍‌ ଡିସେମ୍ବର 25ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରେମିକ୍‌ ଜୈଦ୍‌ଙ୍କ ସହ ବିବାହ କରିଥିବା ଏହି ଅଭିନେତ୍ରୀଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ନବଦମ୍ପତିଙ୍କ ବିବାହ ଫଟୋ ବେଶ୍‌ ଚର୍ଚ୍ଚାରେ ରହିଥିବାବେଳେ ତାଙ୍କର ଏକ ଭିନ୍ନ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ବଧୂ ବେଶରେ ଗୌହର ପ୍ରେମିକ ଜୈଦ୍‌ଙ୍କୁ ମେକଅପ୍‌ କରାଉଛନ୍ତି । ଗୌହର ବ୍ରାଇଡାଲ୍‌ ଲୁକ୍‌ରେ ମୁଣ୍ଡରେ ଓଢ଼ଣୀ ଦେଇଥିବା ବେଳେ ସୁନେଲି-କ୍ରିମ୍‌ ରଙ୍ଗର ଶରାରା ପୋଷାକ ପିନ୍ଧିଛନ୍ତି। ଏହା ସାଙ୍ଗକୁ ସେ ଭାରୀ ଜୁଏଲାରୀ ପିନ୍ଧିଥିଲେ । ବିବାହ ପୂର୍ବରୁ ସୋସିଆଲ ମିଡିଆରେ ଗୌହର ଓ ଜୈଦ୍‌ ନିଜ ଓ୍ବେଡିଂ କାର୍ଡରେ ଲଭ୍‌ ଷ୍ଟୋରୀ ସେୟାର କରିଥିଲେ । ଏକ ଗ୍ରୋସରୀ ଷ୍ଟୋରରେ ଦୁହିଁଙ୍କର ସାକ୍ଷାତ ହୋଇଥିବାବେଳେ…

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ହାଇଓ୍ବା ଓ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରେ ହାଇଓ୍ବା ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ହାଇୱା ଟ୍ରକଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରଂଗ ରୁଟ୍‌ରେ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ ଚାଳକ ନିଜ ପତ୍ନୀ ଓ ପୁଅ କୁ ନେଇକି ଆସୁଥିବା ବେଳେ ହାଇଓ୍ବା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ ଟି ପୁଅର ଗୋଡ଼ରେ ଚଢ଼ି ଯିବାରୁ ସମ୍ପୂର୍ଣ୍ଣ ପାଦ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଯୁବକ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥା…

Read More

ରମେଶ ମହାନ୍ତି ଜଗତସିଂହପୁର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ଓଡିଶା ଶାଖା ସହଯୋଗରେ କୋଭିଡ୍ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ଜଗତସିଂହପୁର ପୌରପରିଷଦ ସମ୍ମୁଖରେ ଏହି ରଥ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅଭିମନ୍ୟୁ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି ଓ ପୌରପରିଷଦ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ସଚେତନତା ରଥ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବ। ସ୍ଥାନୀୟ କଳାକାର ମାନଙ୍କୁ ମଧ୍ୟ ଏହା କର୍ମସଂସ୍ଥାନ ଯୋଗାଇବାରେ ସହାୟକ ହେବ। ଶୀତଋତୁକୁ ଦୃଷ୍ଟିରେ ରଖି ଏହି ସଚେତନ କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି।…

Read More

ନୂଆଦିଲ୍ଲୀ : ଫିଲ୍ମ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର ରହିଛି । ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଅନୀଲ ପି ନେଦୁମଙ୍ଗଦ୍‌ଙ୍କର ମୃତ୍ୟୁହୋଇଛି । ମଲାୟାଲମ୍‌ ଫିଲ୍ମ ଅଭିନେତା ଅନିଲ୍‌ ପିଙ୍କର ଗତକାଲି ମଲଙ୍କରା ଡ୍ୟାମ୍‌ରେ ବୁଡି ମୃତ୍ୟୁହୋଇଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି । 48 ବର୍ଷିଆ ମଲାୟାଲମ୍ ଅଭିନେତା ଅନିଲ ମଲଙ୍କରା ଡ୍ୟାମ୍‌ରେ ଗାଧୋଇବା ସମୟରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ଯେଉଁଠାରୁ ସେ ଆଉ ବାହାରକୁ ଆସିପାରି ନଥିଲେ । ଟେଲିଭିଜନରୁ କ୍ୟାରିଅର ଆରମ୍ଭ କରିଥିବା ଅନିଲ୍‌ 2014 ମସିହାରେ ବଡ ପରଦାରେ ପାଦ ଥାପିଥିଲେ । ତାଙ୍କ ଅଭିନୀତ ଅୟପୁନ୍ନମ୍‌ କୋଶିୟୁମ୍‌, ପୋରିଞ୍ଜୁ ମରିୟମ୍‌, କମତ୍ତିପ୍ପାଦାମ୍‌ ଭଳି ଅନେକ ହିଟ୍‌ ଫିଲ୍ମରେ ସେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି ।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ପାଶ୍ୱର୍ରେ ଥିବା ଜନୈକ ଶିକ୍ଷକଙ୍କ ଘରୁ ବନ୍ଧୁକ ମୁନରେ ଶୁକ୍ରବାର ରାତିରେ ବଡ ଧରଣର ଡକାୟତି ହୋଇଯାଇଛି। କୋକସରା ପୋଲିସ ଥାନା ଅଧିନସ୍ଥ ମୋଟେର ଫାଣ୍ଡି ଅଂଚଳରେ ଶିକ୍ଷକ ଯଯାତି ପଟ୍ଟଯୋଷୀଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ପାଞ୍ଚ ଛଅ ଜଣ ମୁଖାଧାରୀ ବ୍ୟକ୍ତି କୌଣସି ଉପାୟରେ ଘର ଭିତରକୁ ପଶିବା ପରେ ବନ୍ଧୁକ ମୁନରେ ପରିବାର ଲୋକଙ୍କୁ ବନ୍ଦ କରିଦେଇ ଆଲମାରୀ ଚାବି ମାଗି ଘରେ ଥିବା ପ୍ରାୟ ୪୦ ଭରି ସୁନା ଅଳଂକାର ଏବଂ ଏକ ବୁଲେଟ ମଟରସାଇକେଲ, ଏଲଇଡି ଟିଭି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘର ଲୋକେ ଡକାୟତ ମାନଙ୍କ ଧମକରେ ଭୟଭୀତ ହୋଇ କୌଣସି ମତେ ଘରୁ ବାହାରି ପାଖ ଲୋକମାନଙ୍କୁ ଡକାଡକି କରିଥିଲେ। ପରେ ପୋଲିସକୁ ଖବର ଦେବାରେ ତୁରନ୍ତ ମୋଟେର ଫାଣ୍ଡି ପୋଲିସ, କୋକସରା ଥାନା ପୋଲିସ ଏବଂ ଧର୍ମଗଡ…

Read More

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁକିଛି ଠିକ୍‌ଠାକ୍‌ ନଥିବା ପରି ଲାଗୁଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡି ଦଳ ଶାସନ କ୍ଷମତାରେ ରହିଛି। ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରି ମହା ବିକାଶ ଅଘାଡି ଦଳ ଗଠନ କରି ଶାସନ କରୁଛନ୍ତି। ତିନି ଦଳର ଏହି ସରକାରରେ ଏବେ ସବୁକିଛି ଠିକ୍‌ ନଥିବା ପରି ଲାଗୁଛି। ଶିବସେନା ଏନ୍‌ସିପି ମୁଖ୍ୟ ଶରଦ୍‌ ପାଓ୍ବାରଙ୍କୁ ହୃଦୟଖୋଲି ପ୍ରଶଂସା କରୁଥିବାବେଳେ ଈଶାରା ଈଶାରାରେ କଂଗ୍ରେସକୁ ଟାର୍ଗେଟ୍‌ କରୁଛି। ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିବାବେଳେ କଂଗ୍ରେସକୁ ତେରେଚ୍ଛା ବାଣ ମାରିଛି।  କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଦାୟିତ୍ବହୀନ ରହିଥିବାବେଳେ ଦୁର୍ବଳ ରହିଛନ୍ତି ବିରୋଧୀ ବୋଲି ସାମ୍ନା ପତ୍ରିକାରେ ଉଲ୍ଲେଖ କରାଯାଇଛି। ସାମ୍‌ନାରେ ବିନା ନାମରେ ଅନ୍ୟ ଦଳଗୁଡିକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲୋକତନ୍ତ୍ରର ଅଧୋପତନ ଆରମ୍ଭ ହୋଇଛି। ଏଥିପାଇଁ ବିଜେପି କିମ୍ବା ମୋଦି-ଶାହା ସରକାର ଦାୟୀ…

Read More

ମେଲବର୍ଣ୍ଣ: ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ଵିତୀୟ ଟେଷ୍ଟ ମ୍ୟାଚ। ଏହି ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେ ବର୍ନ୍ସ ବିନା ଖାତା ଖୋଲି ଯଶପ୍ରିତ ବୁମରାହଙ୍କ ବଲରେ ୱିକେଟ କିପର ଋଷବ ପନ୍ତଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇଯାଇଥିବା ବେଳେ ଏମ. ୱାଡେ ୩୦ ରନ କରି ଆର ଅଶ୍ଵିନୀଙ୍କ ବଲରେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇ ପ୍ୟାବିଲନ ଫେରିଥିଲେ। ସେହିପରି ପଦାର୍ପଣ ମ୍ଯାଚରେ ମହମ୍ମଦ ସିରାଜ ତାଙ୍କର ପ୍ରଥମ ୱିକେଟ ଏମ ଲାବୁସେନଙ୍କ ରୂପେ ହାସଲ କରିଥିଲେ। ଏସ ସ୍ମିଥ ଶୂନ୍ୟ ରନରେ ଆଉଟ ହୋଇଥିବା ବେଳେ ଟି ହେଡ଼ ୩୮, ସି ଗ୍ରୀନ ୧୨, ଟି ପାଇନେ ୧୩, ପି କୁମମିନ୍ସ ୯, ଏମ ଷ୍ଟାର୍କ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1857କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ବାଲେଶ୍ବର ଜିଲ୍ଲାରୁ ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 55 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 58 ବର୍ଷୀୟା ମହିଳା, ସୁନ୍ଦରଗଡରୁ 71 ବର୍ଷୀୟା ମହିଳା ଓ ମୟୂରଭଞ୍ଜରୁ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୪ଜଣ ଚିହ୍ନଟ ହୋଇଥିବାବେଳେ ୧୪୦ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୨୦୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୩ ହଜାର ୩୭୮ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୯୧୩ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୫୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ମୋଟ୍‌ ୩୨୫ ଜଣ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ  ଜିଲ୍ଲାରୁ ସର୍ବାଧିକ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ଜିଲ୍ଲାରୁ ୨୩ଜଣ,  ବାଲେଶ୍ୱର…

Read More

ନିଆଳି : ରାଜ୍ୟକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଟକ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି । ଗାଁରୁ କରୋନାରେ ଜଣେ ମୃତ ହେବା ସହ 13ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପଦକ୍ଷେପ ନେଇଛି । ଆଜି ସକାଳ 6ଟାରୁ ଆସନ୍ତା 4 ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।

Read More