Author: Samikhsya Bureau

ନ୍ୟୁୟର୍କ : ଲୋକପ୍ରିୟ  ଟାଇମ ପତ୍ରିକା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିାଇଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ‘ ପର୍ସନ୍ସ ଅଫ୍ ଦି ଇୟର 2020 ‘ ଭାବରେ ଚୟନ କରିଛି। ଦୁହେଁ ଆମେରିକାର କାହାଣୀ କୁ ପରିବର୍ତ୍ତନ କରିବା ସହ ସାରା ଦୁନିଆକୁ  ସହାନୁଭୂତିର ଶକ୍ତି ବିଭାଜନ ଠାରୁ ବହୁ ଅଧିକ ବୋଲି ଦେଖାଇଛନ୍ତି ବୋଲଇ କହିଛନ୍ତି ଟାଇମ୍‌ର ସମ୍ପାଦକ ଏଡଓ୍ବାର୍ଡ । ଫ୍ରେଙ୍କଲିନ୍‌ ଡି ରୁଜୁଭେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ନିର୍ବାଚିତ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି କାରଣରୁ ପର୍ସନ୍ ଅଫ୍ ଦି ଇୟର ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଟାଇମ୍‌ ଉପରାଷ୍ଟ୍ରପତିଙ୍କୁ  ପର୍ସନ ଅଫ୍‌ ଦ ଇଅରରେ ଅନ୍ତର୍ଭୁକ୍ତ କରିଥିବାର କହିଛନ୍ତି  ଟାଇମର ସମ୍ପାଦକ ।  ଗୁରୁବାର ଟାଇମ୍ କୋରିଆନ୍ ବାଳକ ବ୍ୟାଣ୍ଡ ବିଟିଏସକୁ ଏଣ୍ଟରଟେନର ଅଫ ଦି ଇୟର ଏବଂ ଲସ୍ ଆଞ୍ଜେଲସ୍ ଲେକ୍ସର୍ ତାରକା ଲେବ୍ରନ୍ ଜେମ୍ସଙ୍କୁ ଏହାର ଆଥଲେଟ୍…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଭାବେ ବିଦ୍ୟୁତ୍‌ କୁମାର କାଣ୍ଡିକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିବାର ସୂଚନା ରହିଛି। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକର ସାନହନ୍ତୁଆଡ ଗ୍ରାମର ବିଦ୍ୟୁତ୍‌ କୁମାର କାଣ୍ଡି  ଆରଏସ୍‌ଏସ୍‌ ସହିତ ଜଡିତ ରହିଛନ୍ତି। ଛାତ୍ର ଜୀବନରୁ ଏବିଭିପି ସହିତ ଜଡିତ ଥିବା ବିଦ୍ୟୁତ୍‌ ବିଏସସି‌ ପାସ୍‌ କରି ଏକ ଔଷଧ କମ୍ପାନୀରେ ମ୍ୟାନେଜର୍‌ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ଉପରେ ଦଳ ଭରସା କରି ତାଙ୍କୁ ଜିଲ୍ଲାର ସମ୍ପାଦକ ଦାୟିତ୍ବ ଦେଇଛି। ଆଶାନୁରୂପେ ସେ ତାଙ୍କ କାର୍ଯ୍ୟ ତୁଲାଇବା ସହିତ ଖୋର୍ଦ୍ଧା ଜିଲ୍ଲାରେ ଦଳର ସ୍ଥିତିକୁ ମଜବୁତ୍‌ କରିବା ପାଇଁ ପ୍ରତିବଦ୍ଧ ରହିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଯୁବ ନେତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ବିଜେପି ଜିଲ୍ଲା ସମ୍ପାଦକ ଦାୟିତ୍ବ…

Read More

କଟକ:  ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଡି’ ବ୍ରଦର୍ସ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍‌ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଜେଲ୍‌ରୁ ଥାଇ ନେଟଓ୍ବାର୍କ ଚଳାଉଛନ୍ତି ଧଳସାମନ୍ତ ବଦ୍ରର୍ସ । ଏହା ସମ୍ପର୍କରେ ସୂଚନା ପାଇଁ ପୋଲିସ୍‌ ଅତର୍କିତ ଚଢାଉ କରିଛି ।  ଡି’ ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ଘରର ଇଣ୍ଟରିଅର୍‌ ଡିଜାଇନ୍‌ର ଗୋଟିଏ ସିଲ୍‌ ବାକ୍ସ  ଭିତରୁ ପୋଲିସ୍‌ 7ଟି ବନ୍ଧୁକ ସହ ପ୍ରାୟ 5ଶହ ରାଉଣ୍ଡ ଗୁଳି ଜବତ କରିଛି । କେବଳ ଗୁଳି ଓ ବନ୍ଧୁକ ନୁହେଁ କେତେଗୁଡିଏ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପୋଲିସ୍‌ । ଏହି ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୋଲିସ୍‌ ରାତି ତମାମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଡି…

Read More

କୋଟା : ରାଜସ୍ଥାନର କୋଟା ସହରର ଜେକେ ଲୋନ ହସ୍ପିଟାଲରେ ଶିଶୁ ମଡକ ଦେଖିବାକୁ ମିଳିଛି । 24 ଘଣ୍ଟା ମଧ୍ୟରେ 9 ଜଣ ଶିଶୁଙ୍କଙ୍କର ମୃତ୍ୟୁ ହୋଇଛି । 9 ଶିଶୁଙ୍କ ମଧ୍ୟରୁ 5 ଶିଶୁଙ୍କର ମୃତ୍ୟୁ ବୁଧବାର ରାତ୍ରିରେ ହୋଇଥିଲା । ଏହାପରେ ଶିଶୁଙ୍କ ପରିବାର ଲୋକେ ଡାକ୍ତରଖାନା ପରିସରରେ ହଙ୍ଗାମା କରିଛନ୍ତି । ଶିଶୁଙ୍କ ସମ୍ପର୍କୀୟମାନେ ଏନେଇ ଡାକ୍ତରଖାନାର ଚରମ ଅବେହଳାକୁ ଦାୟୀ କରିଛନ୍ତି ।ଏହାର ଗୋଟିଏ ବର୍ଷ ପୂର୍ବରୁ କୋଟାର ଏହି ହସ୍ପିଟାଲରେ ଅନେକ ନବଜାତ ପ୍ରାଣ ହରାଇଥିଲେ।ପ୍ରାଣ ହରାଇଥିବା ଶିଶୁଙ୍କ ବୟସ 1ରୁ 4 ଦିନର ବୋଲି ସୂଚନା ରହିଛି।  ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନବଜାତଙ୍କ ଚିକିତ୍ସା ବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି। ମୃତ 9 ଶିଶୁଙ୍କ ମଧ୍ୟରୁ 3…

Read More

ନୂଆଦିଲ୍ଲୀ :ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାର ୩୯୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୧୪ ଜଣଙ୍କର ମୃତ୍ୟୁ ଘଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୭ ଲକ୍ଷ ୯୬ ହଜାର ୭୨୯ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ ୬୩ ହଜାର ୭୪୯ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୨ ଲକ୍ଷ ୯୦ ହଜାର ୮୩୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୯୫ ଲକ୍ଷ ୬୧ ହଜାର ୨୧୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୪୮ ଲକ୍ଷ…

Read More

ନୂଆଦିଲ୍ଲୀ : 2021ରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି । ଦୀର୍ଘ 10 ମାସ ପରେ ଭାରତ ମାଟିରେ କ୍ରିକେଟ ଖେଳାଯିବ ।   ଏହି ଗସ୍ତରେ ଇଂଲଣ୍ଡ ଦଳ 4ଟି ଟେଷ୍ଟ ମ୍ୟାଚ, 3ଟି ଦିନିକିଆ ଏବଂ 5ଟି ଟି20 ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପ୍ରାୟ ଅଢେଇ ମାସର ଏହି ଗସ୍ତ ରହିବ । ଫେବୃୟାରୀ 7 ତାରିଖରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ତେବେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଦିବରାତ୍ର ଖେଳାଯିବ । ଫେବୃୟାରୀ 24 ତାରିଖରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ସମସ୍ତ 5ଟି ଯାକ ଟି20 ମ୍ୟାଚ ମୋଟେରାରେ ଖେଳାଯିବ । ସୂଚନାଯୋଗ୍ୟ,  ଭାରତ ବର୍ତ୍ତମାନ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ।

Read More

କେନ୍ଦୁଝର : ସଦର ଥାନା କାଠବାଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଦୁଃଖଦ ଘଟଣା ଘଟିଛି । ଶ୍ବାସ ରୁଦ୍ଧ ହୋଇ 2ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଜେନେରେଟର ଅନ୍‌ କରି ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି। ବିଳମ୍ବିତ ରାତ୍ରିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2 ଜଣଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳ ଅନ୍ୟ ଜଣେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Read More

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଓଲଟିଥିବା ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣଙ୍କକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡ଼ିବାରୁ 2 ଜଣ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ଶ୍ରମିକଙ୍କୁ ଅନ୍ୟ 2 ଶ୍ରମିକ ଉଦ୍ଧାର କରିବା ସମୟରେ ଆଉ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ 2 ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ଆନ୍ଧ୍ରର ଶ୍ରୀକାକୁଲମ 4 ଜଣ ଶ୍ରମିକ ଫେରୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।

Read More

ନୂଆଦିଲ୍ଲୀ, ଦୀର୍ଘଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳକୁ ନେଇ ସରକାର ଯେ ଭୟଭୀତ ହୋଇଛନ୍ତି ଏଥିରେ ସନ୍ଦେହ ନାହିଁ। ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରୁ ନାହିଁ। ଫଳରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷକ କଲ୍ୟାଣ ଉପରେ ରଖାଯାଇଛି ବିସ୍ତୁତ ତଥ୍ୟ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ରେଳବାଇ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏକ ଆପୋଷ ଆଲୋଚନା ପାଇଁ ସେମାନେ କୃଷକ ସଂଗଠନର ନେତାମାନଙ୍କୁ ପୁଣି ଥରେ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯାହା ରଂଗୀନ ତଥ୍ୟ ଦିଆଯାଇଛି ସେଗୁଡିକ ହେଲା 1-କୃଷକ ଉତ୍ପାଦିତ ସାମଗ୍ରୀ ଏବଂ ବାଣିଜ୍ୟ ଆଇନ ୨୦୨୦, ଆର୍ଥିକ ପ୍ରତିଶ୍ରୁତି ନିମନ୍ତେ…

Read More

ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ ଛଅଟି କ୍ଷେତ୍ରରେ ଯେଉଁମାନେ ଆପଣଙ୍କ ପାଖରେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭବ ସମୟରେ, ଶତ୍ରୁଙ୍କ ଦ୍ବାରା ବିପଦରେ ପଡିଥିବା ସମୟରେ, ସରକାରୀ କ୍ଷେତ୍ରରେ ଏବଂ ମଶାଣୀ ଭୂମିରେ ଯେ ରହିବ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ। ଆପଣଙ୍କର ପ୍ରକୃତ ବନ୍ଧୁ ଆପଣଙ୍କର କିମ୍ବା ପରିବାରର କାହାର ଦେହ ଖରାପ ହେଲେ ସେମାନେ ସମସ୍ତ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଦୁଃଖ ସମୟରେ ଦୂରେଇ ନ ଯାଇ ପାଖେ ପାଖେ ରହି ମନୋବଳକୁ ବଢାଇବା ବ୍ୟକ୍ତି ପ୍ରକୃତ ବନ୍ଧୁ। ସେହିପରି ସରକାରୀ…

Read More

ମେଷ- ଆଜି ଆପଣଙ୍କର କାହା ସହିତ ବିବାଦ ହୋଇପାରେ। ଅଫିସରେ କାର୍ଯ୍ୟର ଚାପ ଯୋଗୁଁ ଆପଣ କ୍ଳାନ୍ତ ଅନୁଭବ କରିବେ । ସମ୍ପର୍କୀୟଙ୍କ ସହିତ ପାର୍ଥକ୍ୟ ଦେଖାଦେଇପାରେ । ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧରେ ବିବାଦୀୟ ପରିସ୍ଥିତିର ସମ୍ଭାବନା ଅଛି । ଚାପ କମାଇବାକୁ ଚେଷ୍ଟା କରନ୍ତୁ । ବୃଦ୍ଧମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ବୃଷ- ଆଜି ଆପଣ ଉପକୃତ ହେବାର ସମ୍ଭାବନା ଅଛି । ଆପଣଙ୍କର ବ୍ୟବସାୟ ଭଲ କରିବ। ଯୁବକମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଜଡିତ ହେବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଦୀର୍ଘ ରାତି ପର୍ଯ୍ୟନ୍ତ କାମ କରନ୍ତୁ ନାହିଁ । ଆପଣଙ୍କର ରୁଟିନ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରିବେ । ମିଥୁନ- ହଠାତ୍ ଆଜି ଜଣେ ସମ୍ପର୍କୀୟଙ୍କୁ ଭେଟିବେ। ଚାକିରି ବଦଳାଇ ପାରନ୍ତି। ଅଫିସରେ ଅଧିକାରୀଙ୍କ…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ଭାଗ୍ୟ ବେଶ ଉଜ୍ଜଳମୟ ରହିଛି। ଏହି ରାଶିର ବ୍ୟକ୍ତିମାନେ ଆଜି ଜୀବନରେ ଅନେକ ଭଲ ଖବର ଶୁଣିବାକୁ ପାଇବେ, ବିଦେଶରୁ ଭଲ ଖବର ପାଇବାର ସମ୍ଭାବନା ଅଛି। ଯଦି ଆପଣ କାମ ସହ ଜଡିତ କୈଣସି ନୂତନ ଯୋଜନା ପ୍ରସ୍ତୁତ କରୁଛ, ତେବେ ଆପଣ ଭଲ ଫଳାଫଳ ପାଇବ। କ୍ୟାରିୟରରେ ନୂତନ ସୁଯୋଗ ସୃଷ୍ଟି ହେବ। କିଛି ଚିନ୍ତିତ କାର୍ଯ୍ୟ ସମାପ୍ତ ହେବ। ଆପଣ ଆଜି ବହୁତ ଖୁସି ଦେଖାଯିବେ। ବଣିକ ଶ୍ରେଣୀ ହଠାତ୍ କିଛି ବଡ ଟଙ୍କା ଲାଭ କରିବେ। ବ୍ୟବସାୟ ବୃଦ୍ଧି ପାଇଁ କୈଣସି ନିଷ୍ପତ୍ତି ନେବେ, ଯାହା ଆପଣ ନିଶ୍ଚିତ ଭାବରେ ଉପକୃତ ହେବେ। ଦ୍ୟନନ୍ଦିନ କାର୍ଯ୍ୟଗୁଡ଼ିକ ଠିକ୍ ସମୟରେ ସମାପ୍ତ ହେବ। ମେଷ, କନ୍ୟା ଓ ତୂଳାର ରାଶିର ବ୍ୟକ୍ତିମାନେ ସଫଳତା ପାଇବେ। ଆପଣ ଉନ୍ନତ ଅଭିଜ୍ଞତା ପାଇବେ, ଜୀବନ ସାଥୀଙ୍କ ଭାବନାକୁ ବୁଝିବେ। ମତ ପାର୍ଥକ୍ୟ ହେତୁ ଆପଣ…

Read More

ନୂଆଦିଲ୍ଲୀ, ଆସନ୍ତା ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶିଳ୍ପ ଉଦ୍ୟୋଗ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକ ଓ ଅଧିବେଶନରେ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିବେ । ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିବା ସହ ସେ ଫିକିର ବାର୍ଷିକ ଏକସ୍ପୋ ୨୦୨୦କୁ ମଧ୍ୟ ଭର୍ଚୁଆଲ ଉଦ୍ଘାଟନ କରିବାର କାର‌୍ୟ୍ୟକ୍ରମ ରହିଛି । ଫିକିର ବାର୍ଷିକ ଅଧିବେଶନ ଭର୍ଚୁଆଲ ମୋଡରେ ଆସନ୍ତା ୧୧, ୧୨ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବ । ଚଳିତ ବର୍ଷର ବାର୍ଷିକ ଅଧିବେଶନରେ \’ଆକାଂକ୍ଷୀ ଭାରତ\’କୁ ମୁଖ୍ୟ ବିଷୟ ଭାବେ ନିଆଯାଇଛି । ଏଥିରେ ମନ୍ତ୍ରୀ, ଶିଳ୍ପପତି, ଅମଲା, କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗଦେବେ। କୋଭିଡ-୧୯ ବୈଶ୍ଵିକ ମହାମାରୀ ଦେଶର ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକାଇଛି, ତାକୁ ସୁଧାରିବା ନେଇ ସଂସ୍କାରମୂଳକ ପଦକ୍ଷେପ ଉପରେ ଏହାର ଅଂଶଗ୍ରହଣକାରୀମାନେ ସୁଚିନ୍ତିତ ମତାମତ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆସନ୍ତା ଡ଼ିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ବର୍ତ୍ତମାନ ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ ଦେଖିବାକୁ ମିଳିଛି। କରୋନାକୁ ଆଖି ଆଗରେ ରଖି ହେବାକୁ ଥିବା ଓକିଲ ସଂଘ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ତିନିମାସ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାର ସମସ୍ତ କୋର୍ଟର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ସୂଚନାଥାଉକି ବ୍ରହ୍ମପୁର ଓକିଲ ସଂଘ ନିର୍ବାଚନରେ ମୋଟ ବିଭିନ୍ନ ପଦପଦବି ପାଇଁ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ କପିଳ ପଟ୍ଟନାୟକ ଏବଂ ବଂଶିଧର ପାଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଂପାଦକ ପାଇଁ ବରିଷ୍ଠ ଆଇନଜୀବୀ ପ୍ରଦୀପ ବେହେରା ଏବଂ ରାମକୃଷ୍ଣ ମହାରଣା ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ନିର୍ବାଚନକୁ ଓଡ଼ିଶା ବାର୍ କାଉନ୍‌ସିଲ ପରିଚାଳନା କରୁଥିବାବେଳେ ଏହି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବୁଗୁଡ଼ା ବ୍ଲକ୍ ବାଲିପଦର ପଞ୍ଚାୟତ ସଦାଶିବପୁର ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଏଠାରେ ପଢ଼ୁôଥବା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଆଜି ଗର୍ଜିଛନ୍ତି ଗ୍ରାମବାସୀ। ବିଭିନ୍ନ ସ୍ଥାନରେ ଅପିଲ୍ କରି ନିରାଶ ହେବା ପରେ ଆଜି ଗ୍ରାମ୍ୟ ପରିଚାଳନା କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ବ୍ରହ୍ମପୁର ଡ଼ିଇଓ ଅଫିସ୍ ପହଞ୍ଚି ଘେରାଉ କରିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଜିଲ୍ଲା ଡ଼ିଇଓ ଅମୂଲ୍ୟ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ବୁଗୁଡ଼ା ବିଇଓ, ବିଡ଼ିଓ, ସରକାରଙ୍କ ପ୍ରଦତ୍ତ ଅନ୍‌ଲାଇନ୍ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ସ୍କୁଲରେ ନାମଲେଖା ହୋଇନଥିବାରୁ ଗ୍ରାମବାସୀମାନେ ନିଜ ପିଲାଙ୍କୁ ଅନ୍ୟତ୍ର ଛାଡ଼ିବୁ ନାହିଁ ବୋଲି ଜିଦ୍‌ରେ ରହିବା ସହ ଗ୍ରାମ ସ୍କୁଲକୁ ତୁରନ୍ତ ଖୋଲିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ସରକାରଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ଭାରତବର୍ଷରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏକ ନୂଆ ଆଶା ଓ ସମ୍ଭାବନା ଭାବରେ ଆୟୁର୍ବେଦ ସ୍ନାତକୋତ୍ତର ଡ଼ିଗ୍ରୀ ପ୍ରାପ୍ତ ଆୟୁର୍ବେଦ ଆୟୁଷ ଡ଼ାକ୍ତରଙ୍କୁ ଶଲ୍ୟ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ସ୍ୱାଗତ କରିବା ବଦଳରେ ଆଜି ଏଲୋପାଥ୍ୟାକି ଡ଼ାକ୍ତରମାନେ ବିରୋଧକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଏଲୋପ୍ୟାଥିକ ଡ଼ାକ୍ତରମାନେ ଆୟୁର୍ବେଦ ଡ଼ାକ୍ତରଙ୍କ ଶଲ୍ୟ ଚିକିତ୍ସାକୁ ବିରୋଧ କରିବା ଏକ ପ୍ରକାର ଅସୁସ୍ଥ ପରମ୍ପରାଂକୁ ମୂଳଦୂଆ ପକାଇଛି ବୋଲି ଆୟୁଷ ଡ଼ାକ୍ତରମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆୟୁର୍ବେଦ ଚିକିତ୍ସା ଦୁଇହଜାର ବର୍ଷ ତଳର ତଥାପି ଏଇ ଚିକିତ୍ସା ବିଜ୍ଞାନକୁ ଆଦରି ନେଇ ଜୀବିକା ଉପାର୍ଜନର କ୍ୟାରିୟର କରି ଏହାର ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସ୍ୱାସ୍ଥ୍ୟସେବାରେ ଯୋଡ଼ିବା ସମୟରେ ଏଲୋପ୍ୟାଥିକ ଡ଼ାକ୍ତର ମାନଙ୍କ ବିରୋଧରେ ଆମେ କେବେ କୌଣସି କଟାକ୍ଷ କରି କହିନାହୁଁ। ଆଜି ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ରୁତପ୍ରଗତି କରିଛି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସୋରଡ଼ା ତହସିଲ୍ ଅଂଚଳର ଶତାଧିକ ଆଦିବାସୀ ଓ ଦଳିତ ଚାଷୀ ଏକତ୍ରିତ ହୋଇ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବେଆଇନ ଜମି କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେମାନେ କହିବା କଥା ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ଗତ କିଛିବର୍ଷ ମଧ୍ୟରେ ନାମୀ ବେନାମୀ ବିପୁଳ ସଂପତ୍ତିର ଅଧିକାରୀ ହୋଇପାରିଛନ୍ତି। ନିଜର ରାଜନେତିକ ପ୍ରଭାବକୁ ବ୍ୟବହାର କରି କଳାଟଙ୍କା ଜରିଆରେ ଏହି ଦୁଇ ବିଧାୟକ ସୋରଡ଼ା ତହସିଲ୍‌ରେ ଶହଶହ ଏକର ଜମିକୁ ହାତେଇବାକୁ ଷଡ଼ଯନ୍ତ୍ର କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସୋରଡ଼ା ତହସିଲ୍‌ର ପାଲକାଟ ପଞ୍ଚାୟତର ବାଦୁଆପଲ୍ଲୀଠାରେ ବିଧାୟକ ନିଜ ପତ୍ନୀ ଓ ଅନ୍ୟ ସମର୍ଥକଙ୍କ ନାମରେ ସାତୋଟି ବିଶାଳକାୟ ପୋଖରୀ ନିର୍ମାଣ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ଆଜି ଉଦ୍ଧାର କରିଛି। ଉକ୍ତ ବୃଦ୍ଧବୃଦ୍ଧା ନିରଶ୍ରୟ ଅବସ୍ଥାରେ ଏବଂ ଆଖିକୁ ଦେଖାଯାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଉକ୍ତ ସ୍ଥାନରେ ପଡ଼ି ରହିଥିଲେ। ଜନୈକ ରିପୋର୍ଟରଙ୍କ ଖବରଦେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଦମ୍ପତ୍ତି ଦୁଇ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲ୍ ମହାଲିଙ୍ଗି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ (୮୦) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ପ୍ରଧାନ। ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ଦମ୍ପତ୍ତିଙ୍କୁ ୭୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଉଭୟଙ୍କ ଅନୁରୋଧକ୍ରମେ ସେମାନଙ୍କୁ ସୋମପେଣ୍ଠା ଚକ୍ଷୁ ଚିକିତ୍ସାଳୟ ପଠାଇ ଦିଆଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଏସ୍‌ପିଓ ଅଶୋକ କୁମାର ପଟ୍ଟନାୟକ, ନାଜିର ମନୋରଂଜନ ପ୍ରମୁଖ ଉଦ୍ଧାର କରିଥିବାବେଳେ ନିକଟସ୍ଥ ଆର୍‌ପିଏଫ୍…

Read More

ଭୁବନେଶ୍ୱର: ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍। ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଆଜି ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର। ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି। ଗୀତ ଲେଖିବା ସହିତ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ କାଶ୍ୟପ। ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି। ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୪୮, ବଲାଙ୍ଗିରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡରୁ ୩୭, ମୟୂରଭଞ୍ଜରୁ ୩୫, କଟକରୁ ୨୪, ନୂଆପଡାରୁ ୨୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୯, ପୁରୀରୁ ୧୯, ବାଲେଶ୍ବରରୁ ୧୪, କେନ୍ଦୁଝରରୁ ୧୪, ସମ୍ବଲପୁରରୁ ୧୪, କେନ୍ଦ୍ରାପଡାରୁ ୧୨, କୋରାପୁଟରୁ ୧୧, କଳାହାଣ୍ଡିରୁ ୮,  ମାଲକାନଗିରିରୁ ୮, ଭଦ୍ରକରୁ ୭, ଦେବଗଡରୁ ୭, ନବରଙ୍ଗପୁରରୁ ୭, ନୟାଗଡରୁ ୭, ଗଞ୍ଜାମରୁ ୬, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ବରଗଡରୁ ୩, ବୌଦ୍ଧରୁ ୩, ରାୟଗଡ଼ାରୁ ୨, ସୋନପୁରରୁ ୨, କନ୍ଧମାଳରୁ ୧ ଓ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୮୭୦ ଜଣ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୬.୩୦ ଘଟିକା ସମୟରେ ଏକ ନାଲି ରଙ୍ଗର ନୂଆ ଗ୍ଲାମର ମୋଟର ସାଇକେଲ ଯୋଗେ ଗଂଜାମ ଜିଲ୍ଲା ପଥରା ଗ୍ରାମର ବୃନ୍ଦାବନ ବୈଦ୍ୟ (୩୨) ତାଙ୍କ ଭଉଣୀ ସୁନେଲି ବୈଦ୍ୟ ଏବଂ ଝିଅ ଶ୍ରୀୟା ବୈଦ୍ୟଙ୍କୁ ନେଇ ବାଲୁଗାଁରୁ କାମ ସାରି ନିଜ ଘରକୁ ଫେରୁଥିବାବେଳେ ବାଲୁଗାଁ ବଜାର ହୋଣ୍ଡା ସୋ ରୁମ ନିକଟରେ ଏକ ବୁଲେଟ ଗାଡ଼ି ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ବୁଲେଟ ଚାଳକ ହେଲେ ଗଞ୍ଜାମ ଜିଲ୍ଲା କହେଁଇପୁରର ମହେଶ ସେଠି (୩୨)।  ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣାସ୍ଥଳରେ ସମସ୍ତ ଚାରିଜଣ ସଡ଼କରେ ଛିଟିକି ପଡ଼ିଥିଲେ। ଖବର ପାଇ ବାଲୁଗାଁ ଦମକଳ ବାହିନୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ…

Read More