Author: Samikhsya Bureau

ମାଲକାନଗିରି : ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବାର ସୂଚନା ରହିଛି । ମାଲକାନଗିରି କଚେଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ଖାଦ୍ୟ ବିଷାକ୍ତ ହେବା କାରଣରୁ ତିନି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇପଡିଛନ୍ତି । ମୃତ ତିନିଜଣଙ୍କ ମଧ୍ୟରେ 2 ଭଉଣୀ ଥିବାବେଳେ ଜଣେ ଭାଇ ରହିଛନ୍ତି ।  ସେମାନଙ୍କ ବୟସ ଯଥାକ୍ରମେ  12 , 7 ଓ 3 ବର୍ଷ ବୋଲି ସୂଚନା ରହିଛି।  ମାଆ ଓ ଆଉ ଜଣେ ଭଉଣୀ ଗୁରୁତର ରହିଛନ୍ତି । ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।  ତେବେ କିଭଳି କେଉଁ ପରିସ୍ଥିତିରେ ଗୋଟିଏ ପରିବାରରେ ତିନିଜଣ ପିଲାଙ୍କର ମୃତ୍ୟୁ ହୋଇଛି ସେନେଇ ତଥ୍ୟ ସଂଗ୍ରହ କରିବାକୁ ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚିଥିବାର ସୂଚନା ରହିଛି

Read More

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ ଦେଶରେ  ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କମୁଛି । ଦେଶରେ କରୋନାର ପ୍ରକୋପ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ 8.12 ଲକ୍ଷ ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 67 ହଜାର 708 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 680ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 73ଲକ୍ଷ 7ହଜାର 98କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା 1ଲକ୍ଷ 11 ହଜାର 266ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ 63 ଲକ୍ଷ 83 ହଜାର 442 ଜଣ ସୁସ୍ଥ ହୋଇଥିବା ବେଳ ଆକ୍ଟିଭ୍ କେସ୍ ରହିଛି 8ଲକ୍ଷ 12ହଜାର 390 ।ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Read More

ଭୁବନେଶ୍ୱର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭୁବନେଶ୍ୱର ଏବଂ କଟକକୁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଉଭୟ ସହରରେ ଅପରାହ୍ନ 12.30 ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ ଲଗାଯାଇଛି । ଉଭୟ ସହରରେ ଘଣ୍ଟାପ୍ରତି ପ୍ରାୟ 2ରୁ 3 ସେମି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି । ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ିଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯିବନାହିଁ। ଟ୍ରାଫିକ୍ ଜାମ୍ ମଧ୍ୟ ହୋଇପାରେ। ତେଣୁ ଗାଡ଼ି ଧୀରେ ଚଲାଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ଘରୁ ନ ବାହାରିବାକୁ କୁହାଯାଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର…

Read More

ଭୁବନେଶ୍ବର, ବର୍ତ୍ତମାନ ଆପଣଙ୍କୁ ପାଞ୍ଚୋଟି ରାଶି ସଂପର୍କରେ କହିବୁ ଯାହା ଗତ ୪ ତାରିଖ ରାତି ୧୦ଟାରୁ ରାଜଯୋଗ ଆରମ୍ଭ ହୋଇଛି। ହେଲେ ଅକ୍ଟୋବର ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିମାନଙ୍କର ମହାକୋଟିପତି ହେବାର ଯୋଗ ରହିଛି। ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ କୌଣସି ଋଣଭାରରୁ ରକ୍ଷା ପାଇଯିବେ। ସେମାନଙ୍କର ବର୍ତ୍ତମାନ ଭଲ ଲାଭଦାୟକ ସମୟ ଆସିଛି ବୋଲି ଜ୍ୟୋତିଷ ଗଣନାରୁ ଜଣାପଡିଛି। ଗଣନା ଅନୁସାରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କର ଲମ୍ବା ସମୟ ଧରି ଚାଲିଥିବା କୈଣସି ଏକ ବଡ ବିବାଦର ସମାଧାନ ହେବ।  ଦୀର୍ଘଦିନ ଧରି ଏକ ପ୍ରସଂଗରେ କୈଣସି ନିଷ୍ପତି ବା ସମାଧାନର ସୁତ୍ର ପାଇପାରୁ ନ ଥିଲେ ସେମାନେ ବର୍ତ୍ତମାନ ତାହା ହାସଲ କରି ପାରିବେ। ହେଲେ ଏହି ସମୟ ଭିତରେ ବର୍ତ୍ତମାନ ସ୍ପଷ୍ଟ ଏବଂ ସଠିକ ନିଷ୍ପତି ନେବାର ସମୟ ଆସିଛି। ବର୍ତ୍ତମାନ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ…

Read More

ନୂଆଦିଲ୍ଲୀ, ଆଜି ରାତିରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ନୂଆଦିଲ୍ଲୀର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଶ୍ବାସପ୍ରଶ୍ବାସ ନେବାର ଅସୁବିଧା ହେବାରୁ ହସପିଟାଲକୁ ଅଣାଯାଇଥିଲା। ତେବେ ଡାକ୍ତରମାନେ ତାଙ୍କର କୋଭିଡ19 ପରୀକ୍ଷା ପ୍ରଥମେ କରିଥିଲେ। ଏହି ପରୀକ୍ଷାରୁ ତାଙ୍କର ପଜେଟିଭ ଆସିଛି ବୋଲି ତାଙ୍କ ପୁତ୍ର ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତୀ ଅଖିଲେଶ ଯାଦବ ଟୁଇଟ କରିଛନ୍ତି। ମୁଲାୟମଙ୍କ ସହିତ ତାଙ୍କର ପତ୍ନୀ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ତାଙ୍କ ଘରର ପ୍ରାୟ 5 ଜଣ କୋଭିଡ19 ପଜେଟିଭ ଚିହ୍ନଟ ହୋଇଥିବାର ଜଣାପ଼ଡିଛି। ସମସ୍ତେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଲାୟମ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି।

Read More

ଭୁବନେଶ୍ବର, କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ବୁରୁବୁଡା ଗ୍ରାମରେ ଜନୈକ ବୃଦ୍ଧ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଭଳି ଘଟଣା ହସ୍ତଗତ ହୋଇଛି। କିସିଣ୍ଡା ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ବୁରୁବୁଡା ଗ୍ରାମର ଶ୍ରୀନୀ ରଣବିଡା (୭୦)ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପୋଲିସ୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି। ଶବ ବ୍ୟବଛେଦ ପାଇଁ ରେଢାଖୋଲ ପଠାଯାଇଥିବା କିସିଣ୍ଡା ଥାନା ସୂତ୍ରରୁ ପ୍ରକାଶ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର କାର୍ଯ୍ୟରତ ଆଇସିଡିଏସର ସିଡିପିଓ ଶ୍ରୀମତୀ ଦୀପ୍ତିମୟୀ ମାର୍ଗରେଟ ଖଣ୍ଡପାଣିଙ୍କ ବଦଳି ଦାବିରେ ଅନଶନ ଓ ଧାରଣା ଦିଆଯାଇଛି। ମନମୁଖୀ କାର୍ଯ୍ୟ ଓ ବେଆଇନ କାମ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ଶିବ ଶକ୍ତି ମହାସଂଘ ଓ ସେବାକାରି କିନ୍ନର ମହାସଂଘ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ସିଡିପିଓଙ୍କ ବଦଳି ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଓ ଧାରଣା ଦିଆଯାଇଛି। ପ୍ରଥମେ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏଠାରେ କାର୍ଯ୍ୟରତ ସିଡିପିଓ ଦୀର୍ଘ ୭ ବର୍ଷ ରୁ ଉର୍ଦ୍ଧ୍ଵଦିନ ଗୋଟିଏ ସ୍ଥାନରେ ରହିବା ନିୟମ ନ ଥିବା ବେଳେ ସେ ଗୋଟିଏ ସ୍ଥାନରେ ରହିଆସିଛନ୍ତି। ତେଣୁ ସେ ମନମୁଖୀ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ତା ସହିତ ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ନିଜ ମନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ମାଡ଼ ମାରି ଲୁଟି ନେଇଛନ୍ତି ମୋବାଇଲ ଏବଂ ହଜାର ହଜାର ଟଙ୍କା। ଏ ନେଇ ବାଣପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ। କର୍ମଚାରୀ ଜଣକ ହେଲେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସାଗର ବେହେରା। ସାଗର ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ ଗତକାଲି ରାତିରେ ବ୍ୟାଙ୍କ କାମ ସାରି ସେ ନିଜ ଘରକୁ ଫେରୁଥିବାବେଳେ ପାଖାପାଖି ୯:୧୫ ମିନିଟ ସମୟରେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ସରନଇ ଓଭରବ୍ରିଜ ତଳେ ପଛପଟୁ ତିନି ଜଣ ଦୁର୍ବୁତ୍ତ ହିରୋ ଗ୍ଲାମର ମଟରସାଇକେଲରେ ଆସି ତାଙ୍କ ମଟରସାଇକେଲକୁ ଧକ୍କା ଦେଇଥିଲେ ଫଳରେ ସାଗର ତଳେ ପଡିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ବୁତ୍ତ ମାନେ ସାଗରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାସହ ତାଙ୍କ ମୋବାଇଲ ଏବଂ ପର୍ସ ନେଇଯାଇଥିଲେ। ପର୍ସ ମଧ୍ୟରେ ୩୪୦୦ ଟଙ୍କା ଥିବା ସାଗର କହିଛନ୍ତି। ଏହାପରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅନେକ ଦିନ ବ୍ୟବଧାନରେ ଆଜି କୁକୁଡ଼ାଖଣ୍ଡି ବ୍ଲକ୍ ପରିସର ମଧ୍ୟରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। କରୋନା ମହାମାରୀଠାରୁ କୌଣସି ପ୍ରକାର ବୈଠକ ହୋଇନଥିବାବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉକ୍ତ ବ୍ଲକ୍‌ରେ ଅତି ନିମ୍ନମାନର ଏବଂ ବାଟମାରଣା ହୋଇଥିବାକୁ ନେଇ ବହୁ ଦୁର୍ନୀତି ପଦାକୁ ଆସିଛ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ କୁକୁଡ଼ାଖଣ୍ଡି ବ୍ଲକ୍‌ର ଦୁର୍ନିତର ଗନ୍ତାଘରକୁ ନେଇ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଆଜିର ଏହି ସମିତି ବୈଠକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କିମ୍ବା ଏହାର ଦୁର୍ନୀତି ଏବଂ ବାଟମାରଣାକୁ ନେଇ କୌଣସି ଆଲୋଚନା ହୋଇନଥିବାବେଳେ କିଛି ସରପଞ୍ଚ ସ୍ଥାନୀୟ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକି ଏହା ଏକ ଶସ୍ତା ରାଜନୀତି କହିଲେ କିଛି ଭୁଲ୍ ହେବ ନାହିଁ। ଏଠାରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଲା…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ହରିକୁଣ୍ଡ ବରଡ଼ି ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ବିଦ୍ୟୁତ ଆଘାତରେ ଆସି ଜଣେ ଯୁବକଙ୍କ  ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକ ଯୁବକଙ୍କ ନାମ ରବୀନ୍ଦ୍ର ସ୍ଵାଇଁ (୨୩)। ସୂଚନା ଯୋଗ୍ୟ ଯେ, ରବୀନ୍ଦ୍ର ହରିକୁଣ୍ଡ ବଜାରରେ ଥିବା ଦୋକାନ ଘର ଛାତ ପକାଇବା ପାଇଁ ସଟ୍ରିଙ୍ଗ ବାନ୍ଧୁଥିଲେ। ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହ ଏକ ଓଦା କାଠ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଅଵସ୍ଥାରେ ରବୀନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇବା ବ୍ୟବସ୍ଥା କରିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନସ୍ଥ ଏକ ବିଦ୍ୟାଳୟରେ ନଅ ମାସ ହେବ ଦୁଇ ଜଣ ପ୍ରଧାନ ଶିକ୍ଷକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସୂଚନାନୁଯାୟୀ ଏ ବିଷୟରେ ଦୁଇ ଥର ଅଭିଯୋଗ କରାଯାଇଥିଲେ ବି ଶିକ୍ଷା ଅଧିକାରିଣୀଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ କଟକ ଜିଲ୍ଲାର ଶତାଧିକ ବିଦ୍ୟାଳୟ ଥିଲା। ଦ୍ଵୈତ ଶାସନ ବ୍ୟବସ୍ଥା ଲାଗି ଶିକ୍ଷା ବ୍ୟବସ୍ଥା ଅବହେଳିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ଜିଲ୍ଲାର ଯେଉଁ ବିଦ୍ୟାଳୟ ଗୁଡିକ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ଥିଲା ତାକୁ କଟକ ଶିକ୍ଷା ମଣ୍ଡଳାଧୀଶଙ୍କ ଅଧିନକୁ ଆଣିବାକୁ ତା.୨୯/୦୬/୧୯ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଯେଉଁମାନେ ଜଗତସିଂହପୁର ଶିକ୍ଷା ମଣ୍ଡଳାଧିଶଙ୍କ ଅଧିନରେ ରହିବେ ସେମାନେ ଦରଖାସ୍ତ ମାଧ୍ୟମରେ ଜଣାଇବାକୁ କୁହାଯାଇଥିଲା। ଯେଉଁମାନେ ଦରଖାସ୍ତ କରିଥିଲେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ 2 ହଜାର 775 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 500 ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡାରୁ 189, କଟକରୁ 179 ଜଣ, ବରଗଡରୁ 148, କେନ୍ଦ୍ରାପଡାରୁ 136, ଅନୁଗୁଳରୁ 123, ଯାଜପୁରରୁ 117, ଭଦ୍ରକରୁ 114, ସମ୍ବଲପୁରରୁ 105, ମୟୂରଭଞ୍ଜରୁ 100, ବଲାଙ୍ଗିରିରୁ 89, କେନ୍ଦୁଝରରୁ 79, ନବରଙ୍ଗପୁରରୁ 73, ସୁନ୍ଦରଗଡରୁ 71, ମାଲକାନଗିରିରୁ 70, ଢେଙ୍କାନାଳରୁ 69, ବାଲେଶ୍ବରରୁ 67, ଜଗତସିଂହପୁରରୁ 58, କନ୍ଧମାଳରୁ 48, ସୋନପୁରରୁ 47, ରାୟଗଡାରୁ 46, ପୁରୀରୁ 43, ଝାରସୁଗୁଡାରୁ 39, କଳାହାଣ୍ଡିରୁ 39, କୋରାପୁଟରୁ 35, ନୟାଗଡରୁ 30, ଗଞ୍ଜାମରୁ 23, ଦେବଗଡରୁ 20, ବୌଦ୍ଧରୁ 7, ଗଜପତିରୁ 7 ଏବଂ ଷ୍ଟେଟ ପୁଲରୁ 100 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…

Read More

ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣାଟି ଭୟଙ୍କର ଥିଲା। କାରଣ ସେହି ରାସ୍ତା ଉପରେ ଲୁହା ଖୁଣ୍ଟ ବୋଝେଇ ଏକ ଟ୍ରଲର ଛିଡା ହୋଇଥିଲା। ପଛରୁ ଏକ କୋଇଲା ବୋଝେଇ ଟ୍ରକ ଆସି ପିଟିଦେଲା। ଟ୍ରକର ଅବସ୍ଥା ଏପରି ହେଲା ଯେ ତା ଭିତରୁ ଡ୍ରାଇଭର ବାହାରିବା କଷ୍ଟକର ହୋଇପଡିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆସି ଟ୍ରାକକୁ କାଟି ତା ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଠା କରୁଛନ୍ତି। ତେବେ ଟ୍ରକରେ କେବଳ ଡ୍ରାଇଭର ବ୍ୟତିତ ଆଉ କେହି ନାହାଁନ୍ତି ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ଉପଯୁକ୍ତ ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍‌ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି। ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି ନିରୁପମା ମହାପାତ୍ର କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା। କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ କିଛି ସମୟ ମଧ୍ୟରେ ଢେଙ୍କାନାଳରୁ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସମ୍ କୋଭିଡ ହସ୍ପିଟାଲ୍‌ରେ ଏହି ବୟସ୍କା ମହିଳାଙ୍କର ଉତ୍ତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ। ସମ୍‌ କୋଭିଡ ଟିମ୍‌ର…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି ପାଇଁ 5718 କୋଟି ଟଙ୍କାକୁ କ୍ୟାବିନେଟ ମଂଜୁର ଦେଇଛନ୍ତି। ଶିକ୍ଷା ପାଇଁ ଜୁନ 24 ତାରିଖରେ ବିଶ୍ବ ବ୍ୟାଙ୍କ କେନ୍ଦ୍ରକୁ 500 ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ଛଅ ଟି ରାଜ୍ୟରେ ଲାଗୁ ହେବ। ଏହି ଯୋଜନାର ନାମ ରହିଛି ଷ୍ଟାରସ୍। ଯାହାକୁ ଇଂରାଜୀରେ କୁହାଯାଏ Strengthening Teaching-Learning and Results for States Program ବା STARS। ଏହି ଯୋଜନା କେବଳ ଓଡିଶା ସହିତ ହିମାଚଳ ପ୍ରଦେଶ,ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ରାଜସ୍ଥାନ ଏବଂ କେରଳ ରାଜ୍ୟରେ ଲାଗୁ ହେବ। ଏହି ଯୋଜନା ମାଧ୍ୟମରେ ଏହି ଛଅଟି ରାଜ୍ୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ସ୍କୁଲ ଶିକ୍ଷା ପରିଚାଳନା ପାଇଁ ଖର୍ଚ୍ଚ ହେବ। ଏହାକୁ ‘ସମଗ୍ର…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ସରକାରୀ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୂଚନା ରହିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମପଞ୍ଚାୟତର ପାଇକପଡା ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣାଦେଖିବାକୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, ସ୍କୁଲର ପ୍ରଧାନ ଶିକ୍ଷକ ରାମହରି ବିଷୋୟୀ ଆଜି ସ୍କୁଲରେ ପଂହଁଚି ସ୍କୁଲ ଖୋଲିବା ପରେ ଦେଖିବାକୁ ପାଇଲେ କି ସ୍କୁଲର ଅଫିସ କବାଟ ଖୋଲା ଥିଲା ଉକ୍ତ କବାଟର ତାଲା ଭଙ୍ଗାଯାଇଥିବା ସହ ଅଫିସରେ ଥିବା ଆଲମାରୀ ବି ଖୋଲା ଥିଲା। ତେବେ ପୂର୍ବରୁ ଆଲମାରୀରେ ୧୨ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ସେହି ଟଙ୍କା ନଥିବା କହିଛନ୍ତି ଶିକ୍ଷକ। ଏଥିସହ କିଛି କାଗଜ ପତ୍ର ତଳେ ପଡି ରହିଥିବାର ଶିକ୍ଷକ ଦେଖିବାକୁ ପାଇଲେ ଏବଂ ସ୍କୁଲର ଛାତ ଉପରେ ଏକ କବାଟ ମଧ୍ୟ ଖୋଲା ଥିଲା। ଏ ନେଇ ପ୍ରଧାନ ଶିକ୍ଷକ ପୋଲିସକୁ ଜଣାଇବା ପରେ ଘଟଣା…

Read More

ନୂଆଦିଲ୍ଲୀ, ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୩୯.୪୩ ଲକ୍ଷ ଘରୋଇ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଛନ୍ତି। ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୬୬% ହ୍ରାସ ପାଇଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ କହିଛି। ଡିଜିସିଏ ଅନୁସାରେ ଜୁଲାଇ ଏବଂ ଅଗଷ୍ଟରେ ଯଥାକ୍ରମେ ୨୧.୦୭ ଲକ୍ଷ ଏବଂ ୨୮.୩୨ ଲକ୍ଷ ଲୋକ ବିମାନ ଯୋଗେ ଯାତ୍ରା କରିଥିଲେ। ତଥ୍ୟ ଅନୁଯାୟୀ, ଇଣ୍ଡିଗୋ ବିମାନରେ ଗତ ସେପ୍ଟେମ୍ବରରେ ୨୨.୬୬ ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ। ଯାହା ମୋଟ ଘରୋଇ ବଜାରର ୫୭.୫ ପ୍ରତିଶତ ଅଟେ। ସେହିପରି ସ୍ପାଇସଜେଟ୍ ୫.୩ ଲକ୍ଷ ଯାତ୍ରୀଙ୍କୁ ସେବା କରିଥିଲା, ଯାହା ମୋଟ ବଜାରର ୧୩.୪ ପ୍ରତିଶତ ଅଟେ। ସେପ୍ଟେମ୍ବରରେ ଏୟାର ଇଣ୍ଡିଆ ୩.୭୨ ଲକ୍ଷ , ଏୟାର ଏସିଆ ଇଣ୍ଡିଆରେ ୨.୩୫ ଲକ୍ଷ, ଭିସ୍ତାରାରେ ୨.୫୮ ଲକ୍ଷ ଏବଂ ଗୋ ଏୟାରରେ ୨.୬୪ ଲକ୍ଷ ଯାତ୍ରୀ ଯାତ୍ରା କରିଥିଲେ।…

Read More

ହାଥରସ୍, ପୁଣିଥରେ ହାଥରସ୍ ଚର୍ଚ୍ଚାକୁ ଆସିଛି। ଏଥର ଜଣେ 4 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଏଥିସହିତ ଏକ ମାମଲା ମଧ୍ୟ ଋଜୁ କରିଛି। ଏହି ଘଟଣାଟି ଗତକାଲି ଘଟିଛି ବୋଲି ପୋଲିସ କହିଛି। ଝିଅର ପରିବାର ଲୋକେ ଆଜି ଜାଣିବା ପରେ ପୋଲିସ ଖବର ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ତେବେ ଗିରଫ ବ୍ୟକ୍ତି ଝିଅର ସଂପର୍କୀୟ ହେବ ବୋଲି ଜଣାପଡିଛି। ମାସେ ତଳେ ଏହି ହାଥରସରେ ଜଣେ 19 ବର୍ଷିୟା ଝିଅକୁ 4 ଜଣ ଗଣ ଦୁଷ୍କର୍ମ କରିଥିଲେ। ଏହି 4 ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ଥିତି ଏପରି ହେଲା ଯେ, ଉତ୍ତର ପ୍ରଦେଶ ସରକାର ସିବିଆଇ ତଦନ୍ତ ଦେବାକୁ ବାଧ୍ୟ ହେଲେ।…

Read More

ଶ୍ରୀନଗର, ବର୍ତ୍ତମାନ ତାଜା ସୂଚନା ଅନୁସାରେ ଜାମ୍ମୁକାଶ୍ମୀରରେ ଦୁଇ ଜଣ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାଟି ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାକୁରା ଅଞ୍ଚଳରେ ଘଟିଛି। ଆଜି ହଠାତ ସୁରକ୍ଷା କର୍ମିଙ୍କୁ ଏକ ସୂଚନା ମିଳିଥିଲା ଯେ ଚାକୁରା ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରି ରହିଛନ୍ତି। ଏହାର ସତ୍ୟତା ଥିବା ଜଣାପଡିବା ପରେ ସୁରକ୍ଷା କର୍ମି ସେହି ଅଞ୍ଚଳକୁ ତୁରନ୍ତ ଖାଲି କରି ଦେଇଥିଲେ। ଏହା ପରେ ନିର୍ଦ୍ଧିଷ୍ଠ ଭାବେ ସେହି ଘର ଉପରେ ତୀକ୍ଷ୍ମ ନଜର ରଖି ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ କୁହାଯାଇଥିଲା। ହେଲେ କେହି ବାହାରିବା ପୂର୍ବରୁ ସେପଟୁ ଗୁଳି ଆରମ୍ଭ ହୋଇଥିଲା। ଏହା ପରେ ସୁରକ୍ଷା କର୍ମି ପାଲଟା ଗୁଳି ବର୍ଷା ଆରମ୍ଭ କରିଦେଲେ। ଏଥିରେ ଦୁଇଜଣ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ସେଠାରେ ଆହୁରି ଆତଙ୍କି ଲୁଚି ରହିଥିବାର ସୁରକ୍ଷା କର୍ମି…

Read More

ପାଟନା, ଆଜି ପୂର୍ବତନ ମନ୍ତ୍ରୀ ତଥା ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ ଝିଅ ସୁଭାସିନୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ସାମିଲ ହେଲି ବୋଲି ସୁଭାସିନୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବାପାଙ୍କ ଦେହ ଭଲ ରହୁ ନାହିଁ। ନିର୍ବାଚନ ସମୟ ହୋଇଥିବାରୁ କଂଗ୍ରେସ ଦଳରେ ସାମିଲ ହେବା ଉଚିତ ମନେ କଲି ବୋଲି ସେ କହିଛନ୍ତି। ଏହି ମିଶ୍ରଣ ପର୍ବରେ ନିକଟରେ ଏଲଜେଡିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ଏମପି କାଳି ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡେ 1984 ମସିହାରେ ଗୋପାଳଗଂଜ ଆସନରୁ ଏମପି ଥିଲେ। ବର୍ତ୍ତମାନ କଂଗ୍ରେସ ଟିକେଟରୁ ସେ ଗୋପାଳଗଂଜ କୁଚ୍ଛାଲକୋଟା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ସୁଭାସିନୀ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Read More