Author: Samikhsya Bureau

ଭୁବନେଶ୍ୱର: ବର୍ତ୍ତମାନ ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ ରହିଛି । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି । କାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଏଲପିଜି ଗ୍ୟାସ ବାହାର କରାଯାଇଛି । ବିଳମ୍ବିତ ରାତିରେ ଆଇଓସିଏଲ ଟିମ୍ ଗ୍ୟାସ୍ ନିଷ୍କାସନ କରିଛନ୍ତି । ଏବେ ଆଉ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ଡିଜି। କାଲି ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଭୟଙ୍କର ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଛି ।  ଅପରପକ୍ଷରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାର ଫରେନସିକ୍ ଯାଞ୍ଚ ହେବ । ଘଟଣାସ୍ଥଳରେ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରୁଛି ।

Read More

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି  ବୋଲି ସୂଚନା ଦେଇଛନ୍ତି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା  । ଗତକାଲି ଦୁଇ ଗୁରୁତରଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମୃତକ ଜଣଙ୍କ ହେଲେ ସତ୍ୟ ନାୟକ।  37 ବର୍ଷୀୟ ସତ୍ୟ ନାୟକଙ୍କ ଶରୀରର ୬୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଘର ଗଞ୍ଜାମ ଜିଲା ଆସିକାର ରଘୁନାଥନଗର ଅଞ୍ଚଳରେ ବୋଲି ସୂଚନା ରହିଛି । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଗୁରୁତରଙ୍କ ଦୁଇଟି ଯାକ ଆଖିରେ ଆଘାତ ଲାଗିଛି ।

Read More

ପାଟନା, ବିହାରରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ 21 ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। କଂଗ୍ରେସ ଆରଜେଡି , ସିପିଆଇ ଏମଏଲ ଏବଂ ସିପିଆଇ ସମେତ ବାମପନ୍ଥୀ ଦଳ ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ଜାଣନ୍ତୁ କେଉଁ ବିଧାନସଭା ପାଇଁ କିଏ ହେଲେ ପ୍ରାର୍ଥୀ।

Read More

ନୂଆଦିଲ୍ଲୀ,  କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କର କୋଭିଡ19 ପଜେଟିଭ ଆସିଛି। ଏକ ସଂକ୍ଷିପ୍ତ ଟୁଇଟ୍ କରି ଯୋଶୀ ସୂଚନା ଦେଇଛନ୍ତି, “ମୁଁ କୋଭିଡ୍ -19 ପରୀକ୍ଷା କରିଥିଲେ। ପଜେଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ କ୍ବାରଣ୍ଟାଇନରେ ଅଛି।” ଠିକ୍ ଗୋଟିଏ ଦିନ ପୂର୍ବରୁ ସେ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାର ଏକ ସାଧାରଣ କାର୍ଯ୍ୟକ୍ରମରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଙ୍ଗାପ୍ପା ସାବାଡି ଏବଂ ରାଜ୍ୟସଭା ସଦସ୍ୟ ଇରାନା କାଦଡିଙ୍କ ସହ କୃଷି ବିଲ ବୈଠକରେ ଯୋଗଦେଇଥିଲେ। ବର୍ତ୍ତମାନ ଯୋଶୀ ପଜିଟିଭ୍ ଆସିବା ପରେ କର୍ଣ୍ଣାଟକର ଡେପୁଟି ସିଏମ୍ ଏବଂ ଉପସ୍ଥିତ ରାଜ୍ୟସଭା ସଦସ୍ୟ ମଧ୍ୟ କୋଭିଡ19 ପରୀକ୍ଷା କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨,୩୯,୧୫୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ଉଭୟ ଲିଙ୍ଗୀ ୨୯ଜଣ ଭୋଟର ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୂର୍ବରୁ ୨୬୫ ପୋଲିଂ ବୁଥ୍ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ମୋଟ୍ ୩୭୩ଟି ବୁଥରେ ଭୋଟ୍ ଗ୍ରହଣ ହେବ। କୋଭିଡ୍ ୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ୧୦୮ଟି ଅଧିକ ବୁଥ୍ ବୃଦ୍ଧି କରିଛନ୍ତି। ଏଥିସହିତ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏସ୍.ଭି.ଏମ୍ କଲେଜ ପରିଦର୍ଶନ କରି ଷ୍ଟ୍ରଙ୍ଗ୍ ରୁମ୍ ଅନୁଧ୍ୟାନ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା…

Read More

ସିମିଲା, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଅଶ୍ବନୀ କୁମାର ଆଜି ନିଜ ବାସଭବନରେ ଆତ୍ମହତ୍ୟା କରିଥିବାର ଜଣାପଡିଛି। ସେ ସିମିଲାରେ ଅବସ୍ଥାନ କରୁଥିଲେ। ତାଙ୍କ ମୃତ ଦେହ ନିକଟରୁ ଏକ ସୁଇସାଇଡିଆଲ ନୋଟ ମଧ୍ୟ ହସ୍ତଗତ ହୋଇଛି। ଏ ନେଇ ସିମିଲା ପୋଲିସ ଏସପି ମୋହିତ ଚାୱାଲ ସ୍ପଷ୍ଟ କରିଛନ୍ତି। ଅଶ୍ବନୀ କୁମାର ସିବିଆରୁ ଅବସର ନେବା ପରେ ସେ ସିମିଲାସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେହି ବିଶ୍ବବିଦ୍ୟାଳୟ ନକଲି ଡିଗ୍ରୀ ସାର୍ଟିଫିକେଟ ଦେଉଛି ବୋଲି ଅଭିଯୋଗ ହୋଇଛି। ଏହି କାରଣରୁ ସେ ଚାପରେ ଥିଲେ ବୋଲି ଅନୁମାନ କରାଯାଉଛି। 1973 ବ୍ୟାଚ ଆଇପିଏସ ଅଶ୍ବନୀ କୁମାର ସିବିଆଇ ନିର୍ଦ୍ଦେଶକ ପୂର୍ବରୁ ସେ 2006ରୁ 2008 ମସିହା ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ପୋଲିସ ଡିଜି ଥିଲେ। ଏହାପରେ ସେ 2013ରୁ 2014 ପର୍ଯ୍ୟନ୍ତ ନାଗାଲାଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ବୁଝାମଣା ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମଧ୍ୟରେ ସାଇବର ସ୍ପେସରେ ସାମର୍ଥ୍ୟ ବୃଦ୍ଧି, ଭିତ୍ତିଭୂମି ସୁରକ୍ଷା, ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଇତ୍ୟାଦିରେ ସହଯୋଗ ବୃଦ୍ଧି ପାଇବ। ସୂଚନା ଓ ପ୍ରଯୁକ୍ତି ତଥା ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ। ଭାରତ ଓ ଜାପାନ ଏକ ଅବାଧ, ନିରପେକ୍ଷ ଓ ନିର୍ଭରଶୀଳ ସାଇବର ସ୍ପେସ ବାତାବରଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାଛଡା ଉଦ୍ଭାବନ, ଆର୍ଥିକ ଅଭିବୃଦ୍ଧି, ବେପାର ବଣିଜ ଇତ୍ୟାଦି ପାଇଁ ଆବଶ୍ୟକ ଇଣ୍ଟରନେଟର ସହାୟତା ନେଇ ମଧ୍ୟ ଦୁଇ ଦେଶ କାର୍ଯ୍ୟ କରିବେ।ଉଭୟ ଦେଶ ଏହି ବୁଝାମଣା ଜରିଆରେ ଜାତିସଂଘ…

Read More

ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି, ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଚାଲିଛି ପଦକ୍ଷେପ

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୪ ଜଣ, ବିରିଡ଼ି ବ୍ଲକରୁ ଜଣେ, ଏରସମା ବ୍ଲକରୁ ୮ ଜଣ ,କୁଜଙ୍ଗ ବ୍ଲକରୁ ୪ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ନାଉଗାଁ ବ୍ଲକରୁ ଜଣେ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୯ ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୨ଜଣ ଓ ପାରାଦ୍ବୀପରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ଆଜି ଜଗତସିଂହପୁର ଜିଲ୍ଲାରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୫୭୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୨୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।…

Read More

ନୂଆଦିଲ୍ଲୀ: କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା କରାଯାଇଛି। ଭାରତୀୟ ରେଳବାଇ ୩୯ ଟି ନୂତନ ଟ୍ରେନ ଚଳାଇବା ପାଇଁ ଘୋଷଣା କରିଛି। ରେଳବାଇ ଦ୍ୱାରା ଘୋଷଣା କରାଯାଇଥିବା ଏ ସମସ୍ତ ଟ୍ରେନରେ ଶୀତତାପ ନିୟନ୍ତ୍ରିତ କୋଚ୍ ରହିବ। ହେଲେ କେବେ ଏହି ନୂତନ ଟ୍ରେନ ଚଳାଚଳ କରିବ ଏନେଇ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ତେବେ ଟ୍ରେନ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନୂତନ ଟ୍ରେନ ପାଇଁ କୋଭିଡ଼ ନିୟମକୁ କଡାକଡି କରିବା ସହିତ କିଛି ନୂଆ ନିୟମ କରାଯାଇଛି। ଟ୍ରେନ ଯାତ୍ରୀଙ୍କ ପାଇଁ କ’ଣ ରହିବ କଟକଣା ଓ ନିୟମ ୧-ସାମାଜିକ ଦୁରତ୍ଵକୁ ପାଳନ କରି ଗୋଟିଏ ପରେ ଗୋଟିଏ ସିଟକୁ ଖାଲି ରଖାଯିବ ୨-ଯାତ୍ରୀ ଗୋଟିଏ ସିଟରେ ଥରେ ବସିବା ପରେ ଆଉ ସିଟ୍ ବଦଳିବାର ଅନୁମତି ମିଳିବ ନାହିଁ। ୩-ଯାତ୍ରୀ ଓ…

Read More

ବାଲେଶ୍ଵର: ଉପନିର୍ବାଚନ ଯେତିକି ନିକଟ ହେଉଛି ନେତାମାନଙ୍କର ଦଳ ଡିଆଁ ସେତିକି ବଢୁଛି। ଏହି ଧାରାରେ ଯୋଡି ହୋଇଛନ୍ତି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ। ସେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଧିବଦ୍ଧ ଭାବେ ଦଳ ଛାଡି ବିଜେପିରେ ସାମିଲ ହେଲେ ନାରାୟଣ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ସାଂସଦ ବିଶ୍ଵେଶ୍ବର ଟୁଡୁଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ନାରାୟଣ। ବିଜେଡି ଉପରୁ ଆସ୍ଥା ହରେଇଥିବାରୁ ଦଳ ଛାଡିଥିବା କହିଲେ ନାରାୟଣ।

Read More

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍‌ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ। ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୩୪୫୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୯୨ ଜଣ, ବରଗଡରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ବରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରିରୁ ୧୦୪, କେନ୍ଦୁଝରରୁ ୧୦୧, ଜଗତସିଂହପୁରରୁ ୮୪, କେନ୍ଦ୍ରାପଡାରୁ ୯୯, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେବଗଡରୁ ୧୩ ଏବଂ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୩୧୪ ଆକ୍ରାନ୍ତଙ୍କ ମଧ୍ୟରେ ୮୪ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍‌ରୁ ୨୩୦ଜଣ ରହିଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୩୧୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୨୨୮ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୦ ହଜାର ୫୭୧ ଜଣ। ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୫୩୧ଜଣ।

Read More

ଚଣ୍ଡିଗଡ଼: ଆଜି ଆନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ହରିୟାଣାର କ୍ରୀଡା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ  ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ​​ରାଜ୍ୟରେ ହେବାକୁ ଥିବା ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ବିହାରରେ ବିଧାନସଭା ନିର୍ବାଚନ ବ୍ୟତୀତ ବରୋଦା ବିଧାନସଭା ଉପନିର୍ବାଚନରେ (ରାଜ୍ୟରେ) ରାଜନୀତିରେ ସକ୍ରିୟ ଅଭିଯାନ କରିବାକୁ ଯାଉଛି। ତାଙ୍କୁ  ଏବଂ କବାଡି ଖେଳାଳି କବିତା ଦେବୀଙ୍କୁ ଜୁଲାଇ ୩୦ ରେ କ୍ରୀଡ଼ା ବିଭାଗରେ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପୂର୍ବରୁ ସେ ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ସେ ଅଗଷ୍ଟ ୧୩, ୨୦୧୯ ରେ ପୋଲିସ ସବ-ଇନ୍ସପେକ୍ଟର ପଦରୁ ଇସ୍ତଫା ଦେଇଥିଲେ।

Read More

ଭୁବନେଶ୍ୱର: ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ। ସମ୍ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି। ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସମ୍ କୋଭିଡ୍ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ ଓ ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ତୁରନ୍ତ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଶ୍ରୀ ନାୟକଙ୍କୁ…

Read More

ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷା ନସରୁଣୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ଦାନା ବାନ୍ଧୁଥିବା ଲଘୁଚାପ ବଳରେ ୧୦ ତାରିଖରୁ ପୁଣି ଥରେ ରାଜ୍ୟରେ ବର୍ଷା ହେବା ନେଇ ସମ୍ଭାବନା ଦେଖାଦେଇଛି। ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତି କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Read More

ଭୁବନେଶ୍ୱର: ଆଜି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଛନ୍ତି। ଏ.ଚେଲ୍ଲାଙ୍କ ଏହି ଗସ୍ତରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ନୂଆ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଆସନ୍ତା ସାଧାରଣ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ ବୋଲି କହିଥିଲେ। ସେ କଂଗ୍ରେସ ଭବନ ଠାରେ ପହଞ୍ଚି କହିଥିଲେ ଯେ, ଆସନ୍ତା ଉପନିର୍ବାଚନ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଦଳରେ ଦକ୍ଷ ନେତାଙ୍କ ଅଭାବ ନାହିଁ। ଭୋଟରଙ୍କ ପାଖରେ ପହଞ୍ଚି କଂଗ୍ରେସର ଭଲ କାମ ବିଷୟରେ ଅବଗତ କରାଇବୁ ବୋଲି ଏ.ଚେଲ୍ଲା କୁମାର ତାଙ୍କ ମନ୍ତବ୍ୟରେ କହିଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି। ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଜୋର ଲଗାଇଥିବା ବେଳେ ଆଉ ଏକ ବଡ ବିସ୍ଫୋରଣରୁ ବଞ୍ଚିବା ପାଇଁ ଟିମ ପ୍ରୟାସ ଜାରି ରଖିଛି। ତେବେ ଗ୍ୟାସ ଟାଙ୍କି ଫାଟି ଯିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଏକ କିଲୋମିଟରରୁ ଅଧିକ ଦୂରକୁ ପଳାଇଯିବା ପାଇଁ ଅନୁରୋଧ କରାଯାଇଛି। ଏନେଇ  ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ  ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ, ଦେବଗଡରୁ ଜଣେ, ଯାଜପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ହୋଇଛି। ବାଲେଶ୍ବରର ୪ ମୃତକଙ୍କ ବୟସ ଯଥାକ୍ରମେ ୭୨, ୬୬, ୭୦ ବର୍ଷୀୟ ପୁରୁଷ ଓ ଜଣେ ୯୪ ବର୍ଷୀୟ ମହିଳା। ସେହିପରି ବୌଦ୍ଧରୁ ଜଣେ ୬୦ ବର୍ଷୀୟ ପୁରୁଷ, ଦେବଗଡରୁ ଜଣେ ୭୦ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, କନ୍ଧମାଳରୁ ଜଣେ ୭୨ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୬୨ ବର୍ଷୀୟ…

Read More