ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଥିଲେ। ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀର କଡାକଡି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ-ଭୁବନେଶ୍ବରରେ ଗୁରୁତର ରୋଗୀମାନଙ୍କ ପାଇଁ ଅଧିକ ICU ବେଡ୍ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାସହିତ ଏହି ଦୁଇ ସହରରେ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ସପ୍ତାହରେ ଭୁବନେଶ୍ବର-କଟକରେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। କୋଭିଡକୁ ନିୟନ୍ତ୍ରଣ କରିବାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା…
Author: Samikhsya Bureau
ନୂଆଦିଲ୍ଲୀ, ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆସନ୍ତକାଲି ଏକ ସମାରୋହ ପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ ଜୁଲାଇ ୨୭ ତାରିଖ ଦିନ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଏହି ଅବସରରେ ଆୟାଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍, ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଆର କେ ଏସ ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ପ୍ରତିରକ୍ଷା ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଘର ଉପରେ ନିଗମ ପକ୍ଷରୁ ଲଗାଯାଇଥିବା ହୋଲ୍ଡ଼ିଂ ଟ୍ୟାକସ୍ ଛାଡ଼ ସହ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଆଜି ସାଧାରଣ ଜନତା ପାଇଁ ଲଢ଼ୁଥିବା ପିପୁଲ୍ସ ଫର୍ ଦି ପବ୍ଲିକ୍ ସଂଗଠନ ପକ୍ଷରୁ ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନେ କହିଛନ୍ତି କରୋନା ଯୋଗୁଁ ଚଳିତବର୍ଷ ଏପ୍ରିଲ୍ ମାସଠାରୁ ଘରମାଲିକଙ୍କ ହାତଖାଲି ହୋଇ ରହିଛି। ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷରେ ସେମାନେ ଟ୍ୟାକସ ବାନ୍ଧିବା ପରିସ୍ଥିତିରେ ନାହାନ୍ତି। ଏହାଛଡ଼ା ଚଳିତବର୍ଷ ହୋଡ଼ିଂ ଟ୍ୟାକସ ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହି ସମୟରେ ମହାନଗର ନିଗମର ଏଭଳି ନିଷ୍ପତ୍ତି ଲୋକଙ୍କ ଉପରେ ବୋଝ ଉପରେ କରଡ଼ା ମାଡ଼ ସଦୃଶ୍ୟ ହୋଇଛି। ଲୋକଙ୍କ ହାତରେ ଟଙ୍କା ନଥିବା ସହ ଲୋକ ଗତ ୫ ମାସ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିିଦିନ ତଳେ ଗୁରୁଣ୍ଠି ଗ୍ରାମର ଏକ ୩ ଲକ୍ଷ ଟଙ୍କାର ରାସ୍ତାକାମ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ୩୦ ହଜାର ପିସି ମାଗିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହ ଭିଜିଲାନସ ତଦନ୍ତ ପାଇଁ ଦାବି ହୋଇଥିଲା। ତେବେ ଆଜି ଏହି ଘଟଣାର ତଦନ୍ତ କରିବା ପାଇଁ ବ୍ଲକ୍ ପରିସରରେ ଦୁର୍ନୀତି ନିବାରଣ ବିଭାଗ ପହଞ୍ଚିଥିବା ଜଣାପଡ଼ିଛି। ଫଳରେ ଏଭଳି ଦୁର୍ନୀତି କରୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି। ସୂଚନାଯୋଗ୍ୟ ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍. ମୋହନ ରାଓ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ…
ନୂଆଦିଲ୍ଲୀ, ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସଦାନନ୍ଦ ବିହାର ଡିଏଭି ପବ୍ଲିକ ସ୍କୁଲର ଟିଜିଟି ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ସ୍କୁଲର ଅଧ୍ୟକ୍ଷ ଧନଞ୍ଜୟ ପାନ। ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ଅନୀତା କରୱାଲ ଏବଂ ସିବିଏସଇ ଅଧ୍ୟକ୍ଷ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ, ଏନଭିଏସ, କେଭିଏସ, ସିବିଏସଇର ବହୁ ଅଧିକାରୀ, ଅଧ୍ୟକ୍ଷ, ଶିକ୍ଷକ,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ଆଜି ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଚାରିଦିନ ମଧ୍ୟରେ ୧୩ ଜଣଙ୍କ ମୁଣ୍ଡ ନେଲାଣି କରୋନା। କେବେ ଏହି ମୃତ୍ୟୁରେ ବ୍ରେକ୍ ଲାଗିବ ତାହା ଜଣାପଡ଼ୁନି। ମାତ୍ର ୭୨୯ ଜଣ ଆକ୍ଟଭ୍ କେସରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ଜଣେ ୬୨ ବର୍ଷୀୟ ବୃଦ୍ଧ, ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୫୫ ବର୍ଷୀୟ ବୃଦ୍ଧ ଏବଂ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଭଳି ମୃତ୍ୟୁର ମୁଖ୍ୟ କାରଣ ହେଉଛି ଲୋକମାନେ ଲକ୍ଷଣ ପ୍ରକାଶ ପାଇବାର ବହୁ ଦିନ ପରେ ପରୀକ୍ଷା କରି ଚିକିତ୍ସା କରିବା। ଫଳରେ ରୋଗ ଦେହରେ ବଢ଼ିଯାଇ ଅକାଳରେ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗତ ୮ ତାରିଖଠାରୁ ସାରା ଜିଲ୍ଲାରେ “ଅକ୍ସିଜେନ୍ ଚେକିଂ କେମ୍ପନିଂ” ଆରମ୍ଭ କରିଛି। ୮…
ଭୁବନେଶ୍ୱର, ଭାରତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ କରାଇଥିଲେ। ସଂପ୍ରତି କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ ହେବ ଓ ନିର୍ବାଚନ ସମୟରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ସାମାଜିକ ଦୂରତ୍ୱ, ଥର୍ମାଲ୍ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ୍ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ…
ଭୁବନେଶ୍ୱର, ଆଜି ରାଜ୍ୟ ସରକାର 4ଟି ଜିଲ୍ଲାର ଜିିଲ୍ଲାପାଳ ସହିତ 12 ଜଣ ଆଇଏଏସଙ୍କୁ ଅଦଳବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଯେଉଁ ବଦଳି ହୋଇଛି ତାହା ହେଲା 1-ରଞ୍ଜନ କୁମାର ଦାସ-ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ 2- ଅରବିନ୍ଦ ଡାକୁଆ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ 3- ମଧୁସ୍ମିତା ସାହୁ-ଜଳସମ୍ପଦ ବିଭାଗର ଉପସଚିବ 4-ଚଞ୍ଚଳ ରଣା-ବଲାଙ୍ଗିର ଜିଲ୍ଲାପାଳ 5-ଚକ୍ରବର୍ତ୍ତୀ ସିଂହ ରାଠୋର- ଯାଜପୁର ଜିଲ୍ଲାପାଳ 6-ସିଦ୍ଧାର୍ଥ ଶେଖର ସ୍ୱାଇଁ- ଅନୁଗୁଳ ଜିଲ୍ଲାପାଳ 7-ସ୍ୱାଧା ଦେବ ସିଂହ- ନୂଆପଡା ଜିଲ୍ଲାପାଳ 8-ମନୋଜ କୁମାର ମହାନ୍ତି- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ 9-ଦତ୍ତାତ୍ରେୟ ବି ସିଂଧେ-ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ 10-ସିଧେଶ୍ୱର ବାଲିରାମ ବୋନ୍ଦାର-ବ୍ରହ୍ମପୁର ମହାନଗର ନିଗମ କମିଶନର 11-କିର୍ଥୀ ଭାସନ- ବ୍ରହ୍ମପୁର ଉପଜିଲ୍ଲାପାଳ 12-ଜେ ସୋନାଲ- ଗୁଣୁପୁର ଉପଜିଲ୍ଲାପାଳ
ରମେଶ ମହାନ୍ତି ଜଗତସିଂହପୁର: ଆଜି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆପାତକାଳିନ ରେସପନ୍ସ ସେଣ୍ଟର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ କହିଲେ ପାରାଦ୍ବୀପ ଶିଳ୍ପାଞ୍ଚଳରେ ରାସାୟନିକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କ ପାଇଁ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ସହାୟକ ହୋଇପାରିବ। ସମଗ୍ର ଓଡ଼ିଶାରେ ପ୍ରଥମଥର ପାଇଁ ଏହି ସେଣ୍ଟର ପାରାଦ୍ବୀପ ଠାରେ ନିର୍ମାଣ କରାଯାଇଛି। ଓଡ଼ିଶାରେ ୩୫ଟି ବିପଦପୂର୍ଣ୍ଣ ମୁଖ୍ୟ ଦୁର୍ଘଟଣା ଫ୍ୟାକ୍ଟ୍ରି ମଧ୍ୟରୁ ପାରାଦ୍ବୀପରେ ୮ଟି ଅବସ୍ଥିତ।ଉକ୍ତ ୮ଟି ଶିଳ୍ପାଞ୍ଚଳ ଅଧିନରେ ୨୦ଟି ବରଫକଳ ,୩ଟି ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ଅବସ୍ଥିତ। ଯେଉଁମାନେ ତାଙ୍କର ପ୍ରକ୍ରିୟାକରଣରେ ଆମୋନିଆ ଗ୍ୟାସ ବ୍ୟବହାର କରିଥାନ୍ତି। ଛୋଟ ଛୋଟ ଫ୍ୟାକ୍ଟ୍ରି ଗୁଡିକରେ ରାସାୟନିକ ଦୁର୍ଘଟଣା ଘଟିଲେ ଏହି ଆପାତକାଳିନ ରେସପନ୍ସ ସେଣ୍ଟର ମାଧ୍ୟମରେ ସମସ୍ତ ପ୍ରକାର ସହାୟତା କରାଯାଇପାରିବ। ଏହି ସେଣ୍ଟର ନିର୍ମାଣ ପାଇଁ ୨୦୧୯ ମସିହାରେ କ୍ରାଇସିସ୍ ଗୃପ୍…
ଭୁବନେଶ୍ବର: ଆଜି ରାଜ୍ୟରୁ ୩୧୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୨୩ ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ ୨୧୫ ଜଣ, କଟକରୁ ୨୦୨ , ମୟୂରଭଞ୍ଜରୁ ୧୫୪ , କେନ୍ଦ୍ରାପଡାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ବରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦, ଗଞ୍ଜାମରୁ ୯୮, କୋରାପୁଟରୁ ୯୫, ଝାରସୁଗୁଡାରୁ ୯୫, ବରଗଡରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, କେନ୍ଦୁଝରରୁ ୬୦, ସୁନ୍ଦରଗଡରୁ ୫୮, ରାୟଗଡାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗିରିରୁ ୪୧, ନବରଙ୍ଗପୁରରୁ ୩୪, ମାଲକାନଗିରିରୁ ୩୨, ନୟାଗଡରୁ ୨୯, ଗଜପତିରୁ ୨୦, ସୋନପୁରରୁ ୨୦, ନୂଆପଡାରୁ ୧୬, ବୌଦ୍ଧରୁ ୭, ଅନୁଗୁଳରୁ ୩, ଦେବଗଡରୁ ୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସର୍ବମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ୫ ହଜାର ୨୯୫ କୁ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମରୁ ଚାରି ଜଣ ଏବଂ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମରୁ ପାଞ୍ଚ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ମଧ୍ୟରୁ ଦୁଇ ଜଣ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ତିନି ଗ୍ରାମ ଏବଂ ଏନ.ଏ.ସି ର ଗୋଟେ ୱାର୍ଡ ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୧୬୬୪ ଏବଂ ୧୬୬୭ ରେ ଦୁଇ ଗୋଟି ଚିଠି ଚିଲିକା ବିଡ଼ିଓ ଏବଂ…
ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ ଯାହାଯାହା ଉତ୍ପାଦନ କରିଛନ୍ତି ତାହା ହେଲା. ● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ ୫୧ ଟି ଆଇସୋଲେସନ କୋଚ ପ୍ରସ୍ତୁତ ● ୩୭୪୩ ଲିଟର ସାନିଟାଇଜର ଏବଂ ୭୭୩୨ ମାସ୍କ ପ୍ରସ୍ତୁତ ● କୋଭିଡ୍ ରୋଗୀଙ୍କ ପାଇଁ ଫୋମ୍ ସହିତ ୧୦୪ ଟି ବେଡ୍ ପ୍ରସ୍ତୁତ ● ୬୧ ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ ● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ ୨୧ ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ ● ୩୧୬ ଟି ରେଳ କୋଚ୍ ମରାମତି କରାଯାଇ…
ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ଯୁବକ ଦୁଇ ନାବାଳକ ପୁଅଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଞ୍ଚି ଜିଲ୍ଲାର ଓରମାନଜୀ ବ୍ଲକର କୁଚୁ ଗ୍ରାମରେ ଘଟିଛି। ମୃତକଙ୍କ ନାମ ସତ୍ୟନ୍ଦ୍ର ମହତୋ (୨୮) । ସୂଚନା ଯୋଗ୍ୟ କି ସୋମବାର ଦିନ ସତ୍ୟନ୍ଦ୍ର ମହତୋଙ୍କ ପତ୍ନୀ ରେଖା ଦେବୀ ତାଙ୍କ ପିତାମାତାଙ୍କ ଘରକୁ ଯିବା ପରେ ପୁଅ ଋତ୍ଵିକ୍ ଏବଂ ନୀଲେଶ କୁମାରଙ୍କ ସହ କୂଅକୁ ଡେଇଁପଡିଥିଲେ। ମଙ୍ଗଳବାର ଠାରୁ ମୃତ ସତ୍ୟନ୍ଦ୍ର ଏବଂ ପିଲାମାନଙ୍କୁ ତାଙ୍କ ପରିବାର ଲୋକ ଦେଖିନଥିଲେ। ଆଜି ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୋଲିସ ସନ୍ଦେହ କରୁଛି। ସତ୍ୟନ୍ଦ୍ର ଜୁଆ ଖେଳରେ ଲିପ୍ତ ଥିଲେ ଏବଂ ପତ୍ନୀ ରେଖା ଦେବୀଙ୍କୁ ତାଙ୍କ ପିତାମାତାଙ୍କଠାରୁ ଟଙ୍କା ଆଣିବାକୁ ଚାପ ପକାଇବା ପାଇଁ ମାଡ ମାରୁଥିଲେ ବୋଲି ପୋଲିସ କହିଛି।
କଳାହାଣ୍ଡି: ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କୀ ଜଙ୍ଗଲରେ ଏହି ସଂଘର୍ଷ ଚାଲିଥିଲା। ଏଥିରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ କେତେଜଣ ମାଓବାଦୀ ସେଠାରେ ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇନି।
ଭୁବନେଶ୍ବର, ଆଜି ଓଡିଆ ଟେଲିଭିଜନ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ତଥା ପ୍ରଡକ୍ସନ ସଂଯୋଜକ ତଥା ଦକ୍ଷ ଭିଡିଓ ଏଡିଟର ରୁଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ସେ କିମସ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ହଠତ୍ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣେ ନିକଟ ସଂପର୍କିୟଙ୍କ ସୂଚନାରୁ ପ୍ରକାଶ। ରୁଦ୍ର ଓଡିଶା ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଓଡିଶାର ପ୍ରଥମ ସାଟାଲାଇଟ ଚ୍ୟାନେଲ ଇଟିଭି ଓଡିଆରେ ଜଣେ ଭିଡିଓ ଏଡିଟର ଭାବେ ନିଜର ବୃତ୍ତି ଆରମ୍ଭ କରିଥିଲେ। ଏହାପରେ ସେ ନୂଆଦିଲ୍ଲୀସ୍ଥିତ ସିଏନଏନ ଆବିଏନ ନ୍ୟୁଜ ଚ୍ୟାନେଲରେ କାମ କରିଥିଲେ। ଏହାପରେ ସେ ଦୀର୍ଘ ବର୍ଷ ଧରି ଓଟିଭି କୁ ନିଜର କର୍ମଭୂମି ଭାବେ ବାଛିଥିଲେ। ସେଠାରୁ ଛାଡି ସେ ନିଜେ ଏକ ପ୍ରଡକ୍ସନ ହାଉସ ଆରମ୍ଭ କରି ବିଭିନ୍ନ ଚ୍ୟାନେଲ ପାଇଁ କାମ କରୁଥିଲେ। ତାଙ୍କର ବିୟୋଗରେ ବର୍ତ୍ତମାନ ସାରା ଓଡିଆ…
ମୁମ୍ବାଇ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବାନ୍ଦ୍ରା କାର୍ଯ୍ୟାଳୟକୁ ଅନଧିକୃତ ତଥା ସମ୍ପ୍ରସାରଣ ନାମରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିଏମସି ର ଏଚ୍-ୱେଷ୍ଟ ୱାର୍ଡ ଅଧିକାରୀଙ୍କ ଏକ ଟିମ୍ ପୋଲିସ୍ ଫୋର୍ସ ସହିତ ବୁଲଡୋଜର, ଜେସିବି ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ରପାତି ଲଗାଇ ତାଙ୍କ କାର୍ଯ୍ୟାଳୟରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ମଙ୍ଗଳବାର କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଧିକଙ୍କ ଦ୍ବାରା ବିଏମସର ନୋଟିସ ବିରୋଧରେ ଏକ ମାମଲା କୋର୍ଟରେ ଦାଖଲ କରିଛନ୍ତି। ହେଲେ ତା ପୂର୍ବରୁ ବିଏମସିର କର୍ମଚାରୀମାନେ ଆସି ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛନ୍ତି। ବିଏମସିର ଜଣେ ଅଧିକାରୀଙ୍କ ଅନୁସାରେ କଙ୍ଗନାଙ୍କ ଏହି ଅଫିସ ବେଆଇନ ଦଖଲ ବୋଲି ଘୋଷଣା କରାଯାଇଛି। ସେଥିପାଇଁ ଭଙ୍ଗା ଯାଉଛି। ତେବେ ତାଙ୍କ ଅଫିସ କାମ ଯେପରି ଚାଲିବା କଥା ତାହା ଚାଲିଛି ବୋଲି ଏହି ଅଧିକାରୀ କହିଛନ୍ତି।
ହାଇଦ୍ରାବାଦ, ତେଲୁଗୁ ଟେଲିଭିଜନ ଅଭିନେତ୍ରୀ କୋଣ୍ଡାପାଲ୍ଲୀ ଶ୍ରାବଣୀ ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟ ଏହି ଅଭିନେତ୍ରୀ ଗତକାଲି ତାଙ୍କ ମଧୁରୁନଗରସ୍ଥିତ ବାସଭବନରେ ଝୁଲୁଥିବାର ଦେଖିବାକୁ ମିଳିଛି।ପରିବାର ସଦସ୍ୟ କହିଛନ୍ତି ଯେ ସେ ତାଙ୍କ ଶୋଇବା ଘରକୁ ଯାଇ କବାଟ ବନ୍ଦ କରିଥିଲେ।ସେମାନେ ଭାବିଲେ ସେ ଗାଧୋଇ ଯାଉଛନ୍ତି କିନ୍ତୁ ଯେତେବେଳେ ସେ ଅଧିକ ସମୟ ବାହାରକୁ ଆସିଲେ ନାହିଁ, ସେମାନେ କବାଟ ଖୋଲି ତାଙ୍କୁ ଝୁଲୁଥିବାର ଦେଖିବାକୁ ପାଇଲେ। ସେମାନେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ପରବର୍ତ୍ତି ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଶବକୁ ସ୍ଥାନାନ୍ତର କରି ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କ ପୂର୍ବତନ ପ୍ରେମିକ ଦେବରାଜ ରେଡ୍ଡୀଙ୍କ ଦ୍ୱାରା ନିର୍ଯ୍ୟାତନା ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଦେବରାଜଙ୍କୁ ପଚରାଉଚୁରା କରିବା ପାଇଁ ପୋଲିସ ଆନ୍ଧ୍ରପ୍ରଦେଶର କାକିନାଡା ସହରକୁ…
ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଚାଲିବ ତିନୋଟି ସ୍ପେଶାଲ ଟ୍ରେନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ ରେ ଚାଲିବ ଏହି ତିନୋଟି ସ୍ପେଶାଲ ଟ୍ରେନ। ଲକଡାଉନ ଯୋଗୁଁ କାମ ହରାଇ ଘରେ ବସିଥିବା ଶ୍ରମିକମାନଙ୍କ ପାଇଁ ଚାଲିବ ଏହି ଟ୍ରେନ। ଫଳରେ ନିଜ ନିଜର କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ ଶ୍ରମିକ। ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରମିକ ମାନଙ୍କ ପାଇଁ ସ୍ପେଶାଲ ଟ୍ରେନ ଚାଲିବା ନେଇ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ୫ ତାରିଖ ଦିନ ଶ୍ରମିକମାନେ ବସ ଯୋଗେ ନିଜ ନିଜର କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଅଧା ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଛତିଶଗଡର ରାୟପୁରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଓଡିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିଲେ। ଗଞ୍ଜାମରୁ…
ନୂଆଦିଲ୍ଲୀ, ରାଷ୍ଟପତି ଭବନରେ ଥିବା ସେନା ନିବାସରେ ଜଣେ ଆର୍ମି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ଭୋର ପ୍ରାୟ 4 ଟା ସମୟରେ ପୋଲିସ ଏକ କଲ ପାଇଥିଲା ଯେ 38 ବର୍ଷିୟ ଟେକ୍ ବାହାଦୂର ଥାପା ନିବାସ ଭିତରେ ଥିବା ଏକ ସିଲିଂ ଫ୍ୟାନରେ ଝୁଲୁଛନ୍ତି। ସାଉଥ୍ ଏଭେନ୍ୟୁ ପୋଲିସ୍ ଷ୍ଟେସନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ନୂଆଦିଲ୍ଲୀର ଅତିରିକ୍ତ ଡିସିପି ଦୀପକ ଯାଦବ କହିଛନ୍ତି, “ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ଏ ପର୍ଯ୍ୟନ୍ତ କୈଣସି ଆତ୍ମହତ୍ୟା ନୋଟ୍ ମଧ୍ୟ ମିଳି ନାହିଁ। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ।” ତେବେ ସୂତ୍ରରୁ ପ୍ରକାଶ ଯେ ଥାପା ବେସ ହସ୍ପିଟାଲରେ ଉଚ୍ଚ ରକ୍ତଚାପ ପାଇଁ ଚିକିତ୍ସିତ ହେଉଥିଲେ। ଥାପାଙ୍କୁ ଗୋର୍ଖା ରାଇଫଲ୍ସରେ ପୋଷ୍ଟିଂ କରାଯାଇଥିଲା ଏବଂ ସେ ନେପାଳର ବାସିନ୍ଦା। ପୋଲିସର ସୂଚନା ଅନୁସାରେ, ଯେତେବେଳେ…
ରମେଶ ମହାନ୍ତି ଜଗତସିଂହପୁର: ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବନ୍ୟା କ୍ଷତିଗ୍ରସ୍ତ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୫ଟି ପଞ୍ଚାୟତର ୧୫ଟି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କୁ ଭେଟିଥିଲେ ।ତିର୍ତ୍ତୋଲ ପଞ୍ଚାୟତର ମୁଣ୍ଡାସାହିରେ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ ପ୍ରତି ପରିବାରକୁ ୫୦କେଜି ଚାଉଳ ଓ ୫୦୦ଟଙ୍କା ବଣ୍ଟନ କରିଥିଲେ। ଗୋପିଆକୁଦ ଗୋପାଳସାହିରେ ପରିବାର ପିଛା ଚାଉଳ ଓ ଟଙ୍କା ବଣ୍ଟନ କରିଥିଲେ। ଜିଲ୍ଲାପାଳଙ୍କ ସହିତ ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁ, କୁଜଙ୍ଗ ବିଡିଓ ଅମୀୟ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ସଠିକ୍ ଭାବେ ବଣ୍ଟନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ୬ଟି ପଞ୍ଚାୟତରେ ୨୫ ଗୋଟି ଅସମ୍ପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରିବା ସହିତ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଏହିସବୁ ପଞ୍ଚାୟତ ଗୁଡିକୁ ଜିଲ୍ଲାପାଳ ପୁନଶ୍ଚ ଗ୍ରସ୍ତକରି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ବଢିଚାଲିଛି ସାର କଳା ବଜାରୀ। ଦିନକୁ ଦିନ ସାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। କିଛି ଦୋକାନୀଙ୍କ ଲାଗି ଏହି କଳା ବଜାରୀ ବଢୁଛି। ୟୁରିଆ ବସ୍ତାରେ ୨୬୬.୫୦ ପଇସା ପ୍ରିଣ୍ଟ ଥିବା ବେଳେ ବାଣପୁରରେ ୬୫୦ ଟଙ୍କା ପର୍ଯ୍ୟନ୍ତ ବସ୍ତା ପ୍ରତି ବିକ୍ରି ହେଉଛି। ଲକ ଡ଼ାଉନ ମାଡ଼ରେ ଚାଷୀକୁଳର ଏକ ରକମର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ୟୁରିଆ କଳା ବଜାରୀ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ। ବିଶେଷକରି ବାଣପୁର ବ୍ଲକରେ ଅନେକ ଦୋକାନୀ ୟୁରିଆ ବସ୍ତା ପିଛା ପାଖାପାଖି ଦୁଇ ଗୁଣ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ଦୁଇ ଦିନ ତଳେ ଆୟତପୁରରେ ୟୁରିଆ ବସ୍ତା ପ୍ରତି ୫୫୦ ଟଙ୍କା ଏବଂ ବାଣପୁର ବଜାରରେ ଜଣେ ଦୋକାନୀ ୫୪୦ ଟଙ୍କା ବିକ୍ରି କରୁଥିବାର ଅଭିଯୋଗ ହେଉଥିବା ବେଳେ ଗତକାଲି ବାଣପୁର…

