ନୂଆଦିଲ୍ଲୀ, ଗତକାଲି ଡ୍ରଗ କାରାବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପରିଚାଳକ ସାମୁଏଲ ମିରିଣ୍ଡାଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ତେବେ ଏମାନେ ଗଂଜେଇ କାରାବାରରେ ସଂପୃକ୍ତ ଅଛନ୍ତି ବୋଲି ଏନସିବି ବଳିଷ୍ଠ ପ୍ରମାଣ ପାଇଛି। ଏଥିସହିତ ଏହି ଗଂଜେଇ ଓଡିଶାରୁ ପଠାଯାଉଥିଲା ବୋଲି ସୁରାକ ମିଳିଛି ବୋଲି ଜଣାପ଼ଡିଛି। ଏପରିକି ରିୟା ତାଙ୍କ ହ୍ବାଟସପ ଚାର୍ଟରେ ଭୁବନେଶ୍ବର ଗଂଜେଇ ଭଲ ବୋଲି ଉଲ୍ଲେଖ କରିଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଫଳରେ ନାର୍କୋଟିକ୍ସ ଟିମ ଖୁବ ଶିଘ୍ର ଏହାର ଖିଅ ଖୋଳିବା ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି। ଗତକାଲି ରାତିରେ ସୌଭିକ ଏବଂ ମିରିଣ୍ଡାଙ୍କୁ ଗିରଫ ପରେ ଏହି ଗଂଜେଇ ମାମଲରା ଖିଅ ଧିରେ ଧିରେ ଖୋଲିବାରେ ଲାଗିଛି। କାରଣ ଗତକାଲି ଏହି ଦୁଇଜଣଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ…
Author: Samikhsya Bureau
ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ନିହାତି ଆବଶ୍ୟକ ରହିଛି। ଏଥିପାଇଁ ଡାକ୍ତରମାନେ ଶରୀରରେ ଏହି ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ସବୁବେଳେ ପରାମର୍ଶ ଦେଇଥାଆନ୍ତି। ଏହିପରି ଏକ ପରିସ୍ଥିତିରେ ଭାରତୀୟ କୃଷି ଗବେଷଣା ପରିଷଦ ଏକ ଭିନ୍ନ ପ୍ରକାରର ଖିର ବାହାର କରିଛନ୍ତି। ଯାହାକୁ କୁହାଯାଏ ମସଲା ଖିର। ଏହି ଭିନ୍ନ ପ୍ରକାରର ଖିରର ନାମ ରଖାଯାଇଛି ଗୋଲଡେନ ମିଲ୍କ। ଏହା ଦୁଇ ପ୍ରକାରର ଉପଲ୍ବଧ ହେବ। ଗୋଟିଏ କେବଳ ଗୋଲଡେନ ମିଲ୍କ ହୋଇଥିବା ବେଳେ ଅନ୍ୟଟି ହେଉଛି ଗୋଲଡେନ ମିକ୍ସ। ଏହି ସ୍ବତନ୍ତ୍ର ଖିରରେ ହଳଦୀ, ଅଦା ଏବଂ ଡାଲଚିନ ପ୍ରଭୃତି ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି। ପରିଷଦର କୃଷି ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଏହା ଉପରେ ଗବେଷଣା କରି ଶେଷରେ ଏହା ବାହାର କରିବାରେ ସଫଳ ହୋଇଛନ୍ତି। ଖୁବ ଶିଘ୍ର ଏହାକୁ ବଜାରରେ ଉପଲବଧ୍ କରାଇବା ପାଇଁ ପ୍ରସ୍ତୁତି…
ନୂଆଦିଲ୍ଲୀ, ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି । ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ଓ ରୁଆ ଜାରି ରହିଛି । ଆଜି ପର୍ୟ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର ପରିବ୍ୟାପ୍ତ ଓ ଅଗ୍ରଗତି ଉପରେ କୋଭିଡ-୧୯ର କୌଣସି ପ୍ରଭାବ ପଡି ନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାର୍ୟ୍ୟ ସମ୍ଭବ ହୋଇପାରିଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ…
ମୁମ୍ବାଇ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋୟିକ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଆଜି ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ କାରାବାର ମାମଲାରେ ଏହି ଗିରଫ କରାଯାଇଛି ବୋଲି ଜଣାପଡିଛି। ଏନସିବି ଅଧିକାରୀଙ୍କ ଅନୁଯାୟୀ, ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗିରଫ କରାଯାଇଛି। ଏହାପୂର୍ବରୁ ଏନସିବି ସୌଭିକ୍ ଏବଂ ମିରାଣ୍ଡାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଥିଲା। ସେମାନେ ବ୍ୟବହାର କରୁଥିବା ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଏନସିବି ଏକ କୋର୍ଟକୁ ମଧ୍ୟ କହିଛି ଯେ ସୌଭିକ୍ ଡ୍ରଗ୍ସ ବେପାରୀ ଅବଦୁଲ ବସିତ୍ ପ୍ୟାରୀହରଙ୍କଠାରୁ ଗଞ୍ଜେଇ ଅର୍ଡର କରୁଥିଲେ ଏବଂ ଗୁଗୁଲ ପେ ମାଧ୍ୟମରେ ତାଙ୍କୁ ଦେୟ ପ୍ରଦାନ କରିଥିଲେ। ସୌଭିକ୍ ଏବଂ ମିରାଣ୍ଡାଙ୍କୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବହୁ ଦିନ ପରେ ଆଜି କରୋନା ସଂକମ୍ରଣ ଶହେ ତଳକୁ ଖସିଛି। ଫଳରେ ଗଂଜାମବାସୀ ଟିକେ ଅଶ୍ୱସ୍ତି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଅଶ୍ୱସ୍ତିକୁ ନିୟମ ମାନିବାରେ ଅବହେଳାରେ ପରିଣତ କରିଲେ ପୁନର୍ବାର ସଂକ୍ରମଣ ବ୍ୟାପିବାର ଭୟ ରହିଛି। ଅନେକ ଦେଶରେ ତଥା ଆମ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଯେ, ସଂକ୍ରମଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଲୋକଙ୍କ ନିୟମ ନ ମାନିବା ଯୋଗୁଁ ପୁଣିଥରେ ଦ୍ୱିତୀୟ ୱେଭ୍ ଆସିଛି। ଫଳରେ ସଂକ୍ରମଣ ସଂଖ୍ୟା ପୁନର୍ବାର ବଢ଼ିଛି। ତେଣୁ ଜିଲ୍ଲା ପ୍ରଶାସନ ସଂକ୍ରମଣ କମିଥିଲେ ମଧ୍ୟ ସତର୍କ ରହିବା ଜରୁରୀ ବୋଲି କହିଛି। ତେଣୁ ଦୋକାନୀଙ୍କୁ ପଞ୍ଚସୂତ୍ର ମାନିବାକୁ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେନି ସେମାନଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ମନା କରିବା, ମାସ୍କଗୁଡ଼ିକ ସଠିକ୍ ଢ଼ଂଗରେ ପିନ୍ଧିବା ନାକ ଏବଂ ପାଟିକୁ ଘୋଡ଼ାଇ ରଖିବାକୁ ହେବ। ଗଂଜାମରେ ମୁଖ୍ୟତଃ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେନ୍ଦ୍ର ହେଉ କିମ୍ବା ରାଜ୍ୟ ସରକାର ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୋଲିସ୍ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବେ ନାମିତ କରିଥିବାବେଳେ ବିଭିନ୍ନ ସ୍ଥାନରେ ତଳସ୍ତରର କରୋନା ଯୋଦ୍ଧାମାନେ ଲୋକଙ୍କ ଆକ୍ରୋଶର ଶିକାର ହେବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ଗୋଳନ୍ଥରା ଥାନା ଅଂଚଳରେ। କରୋନା ପଜିଟିଭ୍ ଲୋକଙ୍କ ବାସଗୃହ ଆଗରେ ପୋଷ୍ଟର ମାରିବାରୁ ଆକ୍ରାନ୍ତଙ୍କ ପୁଅଙ୍କଠାରୁ ମାଡ଼ ଖାଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁବିକାଶ ଯୋଜନା ଅଧିନସ୍ଥ ଜୁଗୁଡ଼ି ଅଂଚଳ ଏକନମ୍ବର କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ବସନ୍ତୀ ରାଉଳ ଜନୈକ କରୋନା ପଜିଟିଭ୍ ମହିଳାଙ୍କ ଘର ଆଗରେ ପୋଷ୍ଟର ଟିଏ ମାରିବାକୁ ଯାଇଥିଲେ। ଏହି ସମୟରେ ଆକ୍ରାନ୍ତଙ୍କ ପୁଅ କୃଷ୍ଣ ଗୌଡ଼ ତାଙ୍କ ଘର ସାମ୍ନାରେ କାହିଁକି ପୋଷ୍ଟର ମାରୁଛ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବିଚ ରାସ୍ତାରେ ଅଙ୍ଗନୱାଡ଼ି କର୍ମୀଙ୍କ ଚୁଟି…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଗତସିଂହପୁର ଜିଲ୍ଲା ପିସି.ପି.ଏନ୍. ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ସମୀକ୍ଷା କରାଯାଇଥିଲା। ୫ ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ନବୀକରଣ କରାଯିବା ପାଇଁ ଅନୁମତି ଦିଆଯାଇଥିଲା। ସରକାରଙ୍କ ତରଫରୁ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଲଟ୍ରାସାଉଣ୍ଡ କ୍ଲିନିକ୍ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅଲଟ୍ରାସାଉଣ୍ଡ କ୍ଲିନିକ୍ ର ଇନିସ୍ପେକ୍ସନ୍ ରିପୋର୍ଟକୁ ସମୀକ୍ଷା କରିଥିଲେ ଏବଂ ଏହାକୁ କଡାକଡି ଭାବରେ ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଭୃଣହତ୍ୟା ଏକ ଗୁରୁତର ବିଷୟ ହୋଇଥିବାରୁ ଏବଂ ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ଏଥିରେ ବିଶେଷ ଭୂମିକା ରହୁଥିବାରୁ ଏହି ସେଣ୍ଟର ଗୁଡିକର ଠିକ୍ ଭାବରେ ଅନୁଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଭାରେ ସି.ଡି.ଏମ୍.ଓ ଡଃ…
ସୀତାରାମ ଅଗ୍ରୱାଲ ବାଣପୁର: ଜଣେ ଦୋକାନ ମାଲିକ କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ କରିବାରୁ ସ୍ଥାନୀୟ ପ୍ରଶାସନ ବଡ କାର୍ଯ୍ଯାନୁଷ୍ଠାନ ନେଇଛି। ସ୍ଥାନୀୟ ପ୍ରଶାସନ ଦୋକାନ ସିଲ କରିବା ସହ ଦୋକାନ ମାଲିକଙ୍କୁ ଦେବାକୁ ପଡିଲା ପାଞ୍ଚ ହଜାର ଟଙ୍କା ଜରିମାନା ଏବଂ ତାଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଥିବା ସୂଚନା ରହିଛି। ଏମିତି ଏକ ଘଟଣା ଘଟିଛି ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ଅଞ୍ଚଳରେ। ଏନ.ଏ.ସି ଅନ୍ତର୍ଗତ ପଲଟନ ପଡ଼ିଆର ଜଣେ ମିଠା ଦୋକାନୀ ଗତ ମାସ ୨୯ ତାରିଖରେ ସ୍ଥାନୀୟ ଗୋଦାବରୀଶ ବିଦ୍ୟାପୀଠରେ ନିଜ ସ୍ୱାବ ଟେଷ୍ଟ କରାଇଥିଲେ। ୩୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏନ.ଏ.ସି ପ୍ରଶାସନ ତରଫରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ମଧ୍ୟାହ୍ନ ରେ ଏନ.ଏ.ସି ସ୍କ୍ୱାର୍ଡ ଟିମ ହୋମ ଆଇସୋଲେସନରେ ରହୁଥିବା ପଜିଟିଭ ବ୍ୟକ୍ତି ମାନଙ୍କ ଗୃହ ପରିଦର୍ଶନ କରୁଥିବା ବେଳେ…
ଜଗତସିଂହପୁର : ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ବିଧାୟକ । ପଜିଟିଭ୍ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନ୍ରେ ରହିଥିବାର କହିଛନ୍ତି ବିଧାୟକ । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି । କରୋନା ରାଜ୍ୟରେ ବେଶ ଦ୍ରୁତଗତିରେ ବଢିଚାଲିଥିବାବେଳେ ଅନେକ ନେତା ରାଜନେତାମାନେ ଏହାର କବଳରେ ପଡିଛନ୍ତି । ନିକଟରେ କୃଷିମନ୍ତ୍ରୀ ଅରୁଣ ସାହୁ, ବୟନ ମନ୍ତ୍ରୀ ପଦ୍ମିନିୀ ଦିଆନ୍, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ପରି ବହୁ ନେତା, ସାଂସଦ ଓ ବିଧାୟକମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି ସାଂସଦ ରମେଶ ମାଝୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 16 ହଜାର678ରେ…
କନ୍ଦର୍ପ ବେହେରା ରେଢାଖୋଲ : ଆଜି କିସିଣ୍ଡା ପୋଲିସ ଥାନା ସାମ୍ନାରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ, ଯେ ଗଞେଇ ଚୋରା ଚାଲାଣ ହେଉଥିବା କଥା କିସିଣ୍ଡା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ନାକଟିଦେଉଳ ପଟୁ ଆସୁଥିବା ଏକ ମାରୁତି ସୁଜୁକି ଡିଜାର(ଗାଡି ନଂ ଓଡି ୦୨ ବିଏ-୬୫୬୨) ଗାଡିକୁ ଅଟକାଇଥିଲା । ଗାଡି ଭିତରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ୯୭ ହଜାର ୫୦୦ଟଙ୍କା ମଧ୍ୟ ଜବତ କରିଥିବା କିସିଣ୍ଡା ଥାନାଧିକାରୀ ଚିତରଞନ ନାଏକ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ଥାନାଧିକାରୀଙ୍କ କହିବା ଅନୁଯାୟୀ ବୌଦ୍ଧ ପଟୁ ଏହି ଚୋରା ବେପାରୀ ଗଞ୍ଜେଇ ଧରି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଅଂଚଳକୁ ଯାଉଥିଲା । ବାଟରେ କୌଣସି ଅଂଚଳରେ ଅସୁବିଧା ଯୋଗୁଁ କିସିଣ୍ଡା ଦେଇ ସମ୍ବଲପୁର ପଟେ ପଳାଇବାକୁ ଉଦ୍ୟମ କରୁଥିଲା…
ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରେମ କୁମାର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି 16ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଉରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ 5.15 ପ୍ରତିଶତ ରହିଛି । ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ 5.15 ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍ । ଭୁବନେଶ୍ୱରର ସ୍ଥିତି ଭଲ ରହିଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି । ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢିପାରେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି କମିଶନର କହିଛନ୍ତି । ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସାମାଜିକ ଦୂରତା ଓ…
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଅଞ୍ଚଳରେ ଦିନକୁ ଦିନ ଗୁଣ୍ଡାଗର୍ଦ୍ଦି ବଢୁଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଜଗତସିଂହପୁରର ମାର୍କଣ୍ଡପୁର ଗ୍ରାମରେ ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ମାର୍କଣ୍ଡପୁର ଗ୍ରାମର କାଳନ୍ଦୀ ସିଂହ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘରେ ତାଙ୍କର ପତ୍ନୀ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଦୁଇଜଣ ଯୁବକ ସ୍ୱାମୀକୁ ଖୋଜିବା ବାହାନା କରି କବାଟ ବାଡେଇଥିଲେ। ତାଙ୍କର ପତ୍ନୀ କବାଟ ଖୋଲିବା ମାତ୍ରେ ତାଙ୍କୁ ମାଡିବସି ଅସଦାଚରଣ କରିବା ସହ ତାଙ୍କୁ ମାଡମାରୁଥିବା ବେଳେ ସେ ଚିତ୍କାର କରିବାରୁ ଉକ୍ତ ଦୁଇ ଯୁବକ ଦୌଡ଼ି ପଳାଇଥିଲେ। ସ୍ୱାମୀ ଘରକୁ ଫେରିବା ପରେ ଆହତ ପତ୍ନୀଙ୍କୁ ନେଇ ଚିକିତ୍ସା କରିବା ସହିତ ଜଗତସିଂହପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏମିତିକି ଉକ୍ତ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ…
ମାଲକାନଗିରି : ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ଦାଦା ଖୁଡୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା କୋପ୍ରା ଗାଁରେ ଏପରି ଏକ ଅଘଟଣ ଘଟିଛି । ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ ଘଟିଥିବାର ସୂଚନା ରହିଛି ।। ମୃତଦେହ ଜବତ କରିବା ସହ ଦାଦା-ଖୁଡୀକୁ ଅଟକ ରଖି ପୋଲିସ୍ର ପଚରାଉଚୁରା ଜାରି ରଖିଛି । ପାରିବାରିକ କଳହ ଯୋଗୁଁ ଦାଦା ଖୁଡୀ ସବୁ ସମ୍ପର୍କକୁ ଭୁଲି ଯାଇ ଦୁଇ ବର୍ଷର ପୁତୁରା ହତ୍ୟା କରିଛନ୍ତି ।
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ବେଳେ ହିଁ ଉପନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର 29 ତାରିଖ ସୁଦ୍ଧା ବିହାର ନିର୍ବାଚନ ସାରିବାକୁ ଇସିଆଇ ଯୋଜନା କରିଛନ୍ତି । ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ବୋଲି ସୂଚନା ରହିଛି । ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା 64ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ହେବ ଉପନିର୍ବାଚନ ହେବ । ବିହାର ବିଧାନସଭା ସହିତ ଏକାଠି ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାର ଦୁଇଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ ।ବିଭିନ୍ନ ରାଜ୍ୟ ମୁଖ୍ୟ ସଚିବ, ନିର୍ବାଚନ ଅଧିକାରୀଙ୍କ ସହ ବୈଠକ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଲଣ୍ଡନ : ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନସନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତ୍ତମାନ ସେ କ୍ୱାରେଂଟାଇନରେ ରହିଛନ୍ତି । କରୋନା ଯୋଗୁଁ ଫିଲ୍ମର ଶୁଟିଂ ଦୀର୍ଘ ଦିନ ଧରି ବନ୍ଦ ରହିଥିବାବେଳେ ପୁନର୍ବାର ଶୁଟିଂ ଆରମ୍ଭ ହୋଇଥିଲା । କିନ୍ତୁ ଫିଲ୍ମର ଲିଡ୍ ଆକ୍ଟର କରୋନା ସଂକ୍ରମଣରେ ସଂକ୍ରମିତ ହେବା ପରେ ଏବେ ଏହାର ଶୁଟିଂକୁ ବନ୍ଦ ରଖାଯାଇଛି । ରବର୍ଟ ପାଟିନ୍ସନ୍ ସୁପରହିରୋ ବ୍ୟାଟମାନ୍ର ଚରିତ୍ରର ନିଭାଉଥିବାବେଳେ ଫିଲ୍ମରେ ତାଙ୍କର ଲୁକ୍ଟି ମଧ୍ୟ ରିଲିଜ୍ ହୋଇଯାଇଛି । ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । କରୋନାରେ ଆକ୍ରାନ୍ତ ହେବା ନେଇ ରବର୍ଟ କୌଣସି ଘୋଷଣା କରିନଥିବାବେଳେ ଓ୍ବାର୍ଣ୍ଣର ବ୍ରଦର୍ସଙ୍କ ପ୍ରବକ୍ତା କହିଛନ୍ତି ଯେ, ତାଙ୍କ ଟିମ୍ର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ଆଇସୋଲେଟ୍ରେ ଅଛନ୍ତି…
ନବରଙ୍ଗପୁର : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ସୂଚନା ଦେଇଛନ୍ତି। ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି ବୋଲି ଜଣାଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ରମେଶ ଅନୁରୋଧ କରିଛନ୍ତି।
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଦୀର୍ଘବର୍ଷର ସ୍ବପ୍ନ ପୂରଣ ହୋଇଛି ହେଲେ ତାହା ଅଧପନ୍ତରିଆ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ରେଳବାଇ ଓଭରବ୍ରିଜ ବିଷୟରେ। ଅଗଣିତ ଆନ୍ଦୋଳନ ଏବଂ ଦାବି ପରେ ବାଣପୁର ଏବଂ ବାଲୁଗାଁକୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତା ମଧ୍ୟରେ ଥିବା ବାଲୁଗାଁ ରେଳ ଷ୍ଟେସନର ରେଲୱେ ଲେବେଲ କ୍ରସିଂ ଗେଟ ଉପର ଦେଇ ଏକ ଓଭରବ୍ରିଜ ନିର୍ମାଣ ପ୍ରକଳ୍ପ ରାଜ୍ୟ ପୂର୍ତ୍ତବିଭାଗ ତରଫରୁ ଅନୁମୋଦନ ହେଇଥିଲା। ଏହି ପ୍ରକଳ୍ପର ଶୁଭ ଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ଚିଲିକା ବିଜେଡି ବିଧାୟକ ଶ୍ରୀ ରଘୁନାଥ ସାହୁ। ସେହିଦିନ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କର ଖୁସିର ସୀମା ନଥିଲା କାରଣ ବାଲୁଗାଁ ରେଳ ଫାଟକ ଖୋର୍ଦ୍ଧା ରେଳ ଡିଭିଜନର ସବୁଠାରୁ ବ୍ୟସ୍ତ ଫାଟକ ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତି ଦଶ ମିନିଟରେ ଥରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ରେଳ ଅତିକ୍ରମ କରେ।…
ତାମିଲନାଡୁ : ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ 7ଜଣଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁ କୁଡ୍ଡାଲୋରଠାରେ ଶୁକ୍ରବାର ଦିନ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଏକ ବାଣ କାରଖାନାରେ ନିଆଁ ଲାଗିବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଗୁରୁତର ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡିନଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ବାଣପୁର ବ୍ଲକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଆଜି ବାଣପୁର ବ୍ଲକ ଉନ୍ନୟନ ଅଧିକାରୀ ଡ. ଶୁଭଶ୍ରୀ ତ୍ରିପାଠୀ କରୋନାରେ ସଂକ୍ରମଣ ହୋଇଛନ୍ତି। ଏନେଇ ଡ. ଶୁଭଶ୍ରୀ ନିଜେ ସୂଚନା ଦେଇଛନ୍ତି। ତେବେ ବିଡିଓ କରୋନା ପଜିଟିଭ ହେବା ପରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। କରୋନା ଭୂତାଣୁ ଆମ ଶରୀର ମଧ୍ୟକୁ ଆସିବା ପାଇଁ ସୁଯୋଗ ଖୋଜୁଥିବାରୁ ଆମ ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ ପଡିବ ବୋଲି ବିଡିଓ କହିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା, ହାତକୁ ଭଲଭାବରେ ସାବୁନରେ ଧୋଇବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ବାଣପୁର ତହସିଲଦାର ମନ୍ମଥ ବେହେରା ମଧ୍ୟ କରୋନାରେ ସଂକ୍ରମଣ ହୋଇଥିଲେ। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଥିବାବଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି…
ହରିୟାଣା : ଜଣେ ନାରୀ ହିଁ ଝିଅଟିକୁ ଭଲରେ ବୁଝିପାରେ । କିନ୍ତୁ ଯଦି ଜଣେ ଝିଅ ପାଇଁ ଯଦି ତା’ର ନିଜ ଘରର ମହିଳାମାନେ ଶ୍ରୁତ ହୋଇ ପଡନ୍ତି ତେବେ ସେ କାହାକୁ କହିବ । ଏଠାରେ ଜଣେ ଖୁଡୀ ନିଜର ପରକୀୟା ପ୍ରୀତି ପଦାରେ ପଡିବା ପରେ ରାଗରେ ନିଜ ଝିଆରୀର ଦୁଷ୍କର୍ମ କରାଇବା ପରି ଘଟଣା ସାମ୍ନାକୁ ଆସିଛି । ଜଣେ ଖୁଡୀ ନିଜ ଖରାପ କାର୍ଯ୍ୟ ଲୁଚାଇବାକୁ ଯାଇ ନିଜ ଝିଆରୀ ସହିତ ଏପରି କୁକର୍ମ କରିଥିବାର ଜଣାପଡିଛି । ହରିୟାଣାର ରେଓ୍ବାଡୀ ଜିଲ୍ଲା ଅନ୍ତର୍ଗତ କୋସଲୀ ଅଞ୍ଚଳର ଏକ ଗ୍ରାମରେ ଜଣେ ଖୁଡୀ ନିଜ ନିରୀହ ଝିଆରୀର ଦୁଷ୍କର୍ମ କରାଇଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସେହି ଗ୍ରାମର ଜଣେ ମହିଳା ନିଜ ଯା’ ଓ ଗ୍ରାମର ଚାରିଜଣ ଯୁବକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।ମହିଳାଙ୍କ ସୂଚନା ଅନୁସାରେ…
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି ଧାର୍ମିକ ନେତାଙ୍କ ବିରୋଧରେ ଅଶାଳୀନ ବାର୍ତ୍ତା ପୋଷ୍ଟ କରିବା ଅଭିଯୋଗରେ କଟକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ଦିନ ସାଲେପୁରର କୁସୁମ୍ଭି ଗାଁର ବାସିନ୍ଦା 40 ବର୍ଷିୟ ସାୟଦ ହାସନ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶର ବାଗପାଟ ଜିଲ୍ଲା ଅନ୍ତର୍ଗତ ସିଙ୍ଗବାଲି ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ସେଡିସନ ଚାର୍ଜ ସମେତ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ଧଫାରେ ମାମଲା ଋଜୁ କରାଯାଇଛି ବୋଲି ପୋଲିସ କହିଛି। ଅହମ୍ମଦ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ବିରୋଧରେ ଧମକ ପୋଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

