ଭୁବନେଶ୍ବର : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍ ସ୍ଥିତି ଓ ଖରିଫ ଚାଷ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ତରଫରୁ ଚିଠି ଜାରି କରାଯାଇଛି । ’କାଳିଆ’ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ସବୁଜିଲ୍ଲାର କୃଷି ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେବେ କାଳିଆ ଟଙ୍କା ଫେରାଇବାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ଏହି ଟଙ୍କା ଅଫିସରମାନେ ଫେରାନ୍ତୁ ବୋଲି ଯୁକ୍ତି କରିଥିଲେ ।
Author: Samikhsya Bureau
ଜମ୍ମୁକାଶ୍ମୀର : ଜମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପେଟରେ ଗୁଳି ବାଜିଥିବାର ସୂଚନା ରହିଛି । ସୂଚନା ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ଅବଦୁଲ ହମିଦ ନଜରଙ୍କ ଉପରେ ଆକ୍ରମଣ କରିଥିଲେ। ହମିଦ ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏଚଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ 5 ଦିନ ଭିତରେ ଏହା ହେଉଛି ତୃତୀୟ ଆକ୍ରମଣ । ପୂର୍ବରୁ ଆତଙ୍କବାଦୀମାନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ କିଛି ଦିନ ହେବ ଜମ୍ମୁକାଶ୍ମୀରର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ଆତଙ୍କବାଦୀ…
କଟକ, ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାରଣ କଟକରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏପରି କ୍ଷେତ୍ରରେ ଦୁର୍ଗା ପୂଜା କରିବା ସମ୍ଭବ ନୁହେଁ ବୋଲି ପ୍ରଶାସନ ଅନୁଭବ କରିସାରେଣି। ହେଲେ ସେତେବେଳେ ପରିସ୍ଥିତି ଯଦି ସୁଧାର ଆସିବ ତେବେ ଏହି ପୂଜା କରାଯାଇପାରିବ। ସେଥିପାଇଁ ଆସନ୍ତ 11 ତାରିଖରେ ମାଟି ଉଠାଣ କରିବା ପାଇଁ କଟକ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। ତେବେ ସର୍ତ୍ତ ରହିଛି ଯେ, ଗୋଟିଏ ଅଟୋରେ ମାତ୍ର 4 ଜଣଙ୍କୁ ନେଇ ଏହି ମାଟି ଉଠାଣ କାର୍ଯ୍ୟ ହେବ। ଆସନ୍ତା 11 ତାରିଖରେ ପଡୁଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ସାଧାରଣତଃ ମା ଦୁର୍ଗା ପୂଜା ପାଇଁ ମାଟି ଉଠାଣ କାର୍ଯ୍ୟ କରାଯାଇଥାଏ। ଦିନ ପାଖେଇ ଆସିଥିବାରୁ ବର୍ତ୍ତମାନ ମାଟି ଉଠାଣ ପର୍ବ କରିବା ପାଇଁ ଅନୁମତି ଦିଆଯାଇଛି। ଚଳିତ ବର୍ଷ…
ବିଜୟଓ୍ବାଡା : ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣାରେ ଏବେ ମୃତ୍ୟୁ ସଂଖ୍ୟା ବଢ଼ି 9ରେ ପହଞ୍ଚିଛି। ତେବେ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମୃତକଙ୍କ ସମ୍ପର୍କୀୟଙ୍କୁ 50ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ଘୋଷଣା କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋଭିଡ-19 କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ, କରୋନା ଭାଇସର ଆକ୍ରାନ୍ତ ହୋଇଥିବା ଗୃହମନ୍ତ୍ରୀ ଅମିତ ସାହା ସୁସ୍ଥ୍ୟ ହୋଇଛନ୍ତି। ସେ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ମେଦାନ୍ତ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ହେବା ପରେ ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏହା ଜାଣିବା ପରେ ହସପିଟାଲ ତରଫରୁ ପୁଣି ଥରେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇ ଥିଲେ। ଆଜି ରିପୋର୍ଟ ଆସିବା ପରେ ଏହା ନେଗେଟିଭ୍ ଅଛି ବୋଲି ଜଣାପଡିଛି। ଖୁବ ଶିଘ୍ର ଅମିତ ସାହା ଘରକୁ ଫେରି କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି।
Kodagu: NDRF teams conduct rescue operations at the site of landslides at Bhagamandala in Kodagu district of Karnataka on Aug 8, 2020. (Photo: IANS)
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି କରୋନାରେ ଜଣେ ପୁଲିସ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଶ୍ରୀମୁରଲୀଧର ବଳିଆରସିଂ କରୋନାରେ ମୃତ୍ୟୁବରଣ କରିଛନ୍ତି। ସ୍ୱର୍ଗତ ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଅଞ୍ଚଳରେ। ଗତ ମାସ ୨୩ ତାରିଖରେ ବାଣପୁର ଥାନା ଏବଂ ଏହା ଅଧୀନରେ ଥିବା ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଫାଣ୍ଡିର ୧0 ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ୧0ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ସ୍ବର୍ଗତ ବଳିୟାର ସିଂ ଅନ୍ୟତମ ଥିଲେ। ସ୍ବର୍ଗତ ବଳିୟାରସିଂହ କରୋନା ପଜିଟିଭ ଚିହ୍ନଟ ହେଲାପରେ ସେ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବାବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗରେ ବାଣପୁର ଏବଂ ବାଲୁଗାଁ ର ସମସ୍ତ ଥାନା କର୍ମଚାରୀଙ୍କ ସହ ସମଗ୍ର…
Actor Rajkumar Rao and Patralekha seen at Bandra in Mumbai on Aug 8, 2020. (Photo: IANS)
Chugging into the Past: Indian Railways dedicates the Railway Museum at Hubballi in Karanataka to the nation
କଟକ : କଟକ ସହରର 4 ପୋଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରେ ସଦର ଥାନାରୁଜଣେ ରହିଥିବାବେଳେ ବାଦାମବାଡି ଥାନାରୁ 2 ଜଣ, ରିଜର୍ଭ ପୋଲିସ୍ରୁ ଜଣେ ଚିହ୍ନଟ ହୋଇଛନ୍ତି ।ଚାରି ପୋଲିସ୍ କର୍ମଚାରୀଙ୍କୁ କରୋନା ନେଇ କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି କଟକରୁ 177ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଯୋଧପୁର : ରାଜସ୍ଥାନର ଯୋଧପୁରଠାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଦେଚୁର ଅଚଳାବତା ଗ୍ରାମ ନିକଟରୁ 11ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ଷେତରୁ 11ଜଣଙ୍କ ଶବ ମିଳିଛି । ସମସ୍ତ ମୃତକ ବିସ୍ଥାପିତ ବୋଲି ଜଣାପଡିଛି। ଏହି ସମସ୍ତ ଲୋକ ଅଚଳାବତା ଗ୍ରାମରେ ଚାଷ କାମ କରୁଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ତେବେ ପୋଲିସ୍ ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛି । ଆହତ ଯୁବକଙ୍କୁ ପୋଲିସ୍ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 2ପୁରୁଷ ଥିବାବେଳେ 4 ଜଣ ମହିଳା ଥିଲେ 5 ଜଣ ଶିଶୁରହିଛନ୍ତି। ତେବେ ସମସ୍ତ ମୃତକ ପାକିସ୍ତାନୀ ବିସ୍ଥାପିତ ବୋଲି ସୂଚନା ରହୁଥିବାବେଳେ ଏକା ସାଙ୍ଗରେ 11 ଜଣଙ୍କର ମୃତ୍ୟୁ କିପରି ହେଲା ସେ ନେଇ ସନ୍ଦେହ ଉପୁଜିଛି । (ଏଜେନ୍ସି)
ହାପୁର: ଉତ୍ତରପ୍ରଦେଶର ହାପୁରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 6ବର୍ଷୀୟା ଶିଶୁ କନ୍ୟା ନୃଶଂସ ଭାବେ ଦୁଷ୍କର୍ମର ଶିକାର ହୋଇଥିବାର ଜଣାପଡିଛି । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିବା ଜଣା ପଡ଼ିଛି। ପୀଡ଼ିତା ଜଣକ ଏବେ ମେରଟ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ପୀଡ଼ିତା ଜଣକ ନିଜ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ବାଇକରେ ଆସି ପୀଡ଼ିତାଙ୍କୁ ଅପହରଣ କରି ନେଇଥିଲା। ପରେ ଏକ ଚାଷ ଜମିରେ ଶିଶୁ କନ୍ୟା ସହ ଅତି ନୃଶଂସଭାବେ ଦୁଷ୍କର୍ମ କରିବା ସହ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଶିଶୁ କନ୍ୟାର ପରିବାର ଲୋକେ ଶିଶୁ କନ୍ୟାକୁ ନପାଇ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ 12 ଘଣ୍ଟା ଧରି ଖୋଜିବା ପରେ ପୀଡ଼ିତାଙ୍କୁ ଅଚେତ୍ ଅବସ୍ଥାରେ ଚାଷ ଜମିରୁ ଉଦ୍ଧାର…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ସର୍ବାଧିକ 13ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଓ କୋରାପୁଟରୁ 2ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ବରଗଡ ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ଆଜି 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ବୟସ 60ବର୍ଷ ହୋଇଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 65, 40, 66,37, ଓ 50 ବର୍ଷ ବୋଲି ସୂଚନା ରହିଛି । ସେହିପରି ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ବୋଲି ଜଣାପଡିଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 131କୁ ବୃଦ୍ଧି ହୋଇଛି…
ଭୁବନେଶ୍ବର: ଆଜି ରାଜ୍ୟରୁ ମୋଟ୍ 1734ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ୍ 29ଟି ଜିଲ୍ଲାରୁ ଆଜି 1734ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 342 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 222, କଟକରୁ 177, ସୁନ୍ଦରଗଡରୁ 126, ନୟାଗଡରୁ 106, ଗଜପତିରୁ85, ବାଲେଶ୍ବରରୁ 73, କେରାପୁଟରୁ 60, କନ୍ଧମାଳରୁ 59, ଭଦ୍ରକରୁ 58, ପୁରୀରୁ 55, ମାଲକାନଗିରିରୁ 52, ବରଗଡରୁ 51, ଯାଜପୁରରୁ 38, ମୟୂରଭଞ୍ଜରୁ 35, ଢେଙ୍କାନାଳରୁ 29, କେଉଁଝରରୁ 27, କଳାହାଣ୍ଡିରୁ 24, ନୂଆପଡାରୁ 22, ରାୟଗଡାରୁ 18, ସମ୍ବଲପୁରରୁ 14, ସୋନପୁର ଓ ନବରଙ୍ଗପୁରରୁ 13ଜଣ ଲେଖାଏଁ ଥିବାବେଳେ, ଜଗତସିଂହପୁରରୁ 12, ବଲାଙ୍ଗିର ଓ ଝାରସୁଗୁଡାରୁ 6 ଜଣ ଲେଖାଏଁ ରହିଥିବାବେଳେ ଦେବଗଡରୁ 5, ଅନୁଗୁଳରୁ 4, କେନ୍ଦ୍ରାପଡାରୁ 2 ଜଣ ରହିଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଜି 1734 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1075ଜଣ ଚିହ୍ନଟ ହୋଇଥିବାବେଳେ 659ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 45 ହଜାର 927କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 365ଜଣ । ସେହିପରି ସୁସ୍ଥ ହୋଇଛନ୍ତି 30 ହଜାର 241 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 64 ହଜାର 399 ଜଣ ଆକ୍ରାନ୍ତ ହୋଇଥିବାବେଳେ 861ଜଣ ପ୍ରାଣ ହରାଇଛନ୍ତି । ଏବେ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 53 ହଜାର 11ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 43 ହଜାର 379କୁବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 28 ହଜାର 747 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 14 ଲକ୍ଷ 08 ହଜାର 884ଜଣ । ମହାରାଷ୍ଟ୍ରରେ ସର୍ବାଧିକ 17 ହଜାର 376ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 4 ହଜାର 808 ଜଣ, ଦିଲ୍ଲୀରେ 4 ହଜାର 98 ଜଣ, କର୍ଣ୍ଣାଟକରେ 3 ହଜାର 91 ଜଣଙ୍କ ମୃତ୍ୟୁ ହୋଇଛି ବୋଲି…
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ ବୋଲି ସେ ସୂଚନା ଦେଇଛନ୍ତି । 101 ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍ ଲଗାଯାଇଥିବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରର 101ଟି ଉପକରଣ ଭାରତରେ ନିର୍ମାଣ ହେବ । ଏସବୁ ଉପକରଣ ଆଉ ବାହାର ଦେଶରୁ ଆମଦାନୀ ହେବନି ବୋଲି କହିଛନ୍ତି ରାଜନାଥ। ଏଣିକି ସ୍ବଦେଶ ଜ୍ଞାନକୌଶଳରେ ଅଧିକରୁ ଅଧିକ ଉପକରଣ ତିଆରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର୍ଟିଲେରି ଗନ୍, ଟ୍ରାନ୍ସପୋର୍ଟ ଏୟାରକାଫ୍ଟ ଆମଦାନୀରେ ବ୍ୟାନ୍ ଲଗାଯାଇଥିବାବେଳେ ଆସନ୍ତା 6ରୁ 7 ବର୍ଷ ମଧ୍ୟରେ 6 ଲକ୍ଷ କୋଟିର ଏମ୍ଓୟୁ ହେବ ବୋଲି ସୂଚନା ରହିଛି । ବ୍ୟାନ୍ କରାଯାଇଥିବା ପ୍ରତିରକ୍ଷା ଉପକରଣରେ ଆର୍ମଡ୍ ଫାଇଟିଂ ଭେହିକିଲ୍ସ୍…
ତାମିଲନାଡୁ : ବାହୁବଲୀର ଭଲାଲ୍ ଦେବ ତଥା ସାଉଥ ସୁପରଷ୍ଟାର ରାଣା ଦଗ୍ଗୁବତୀ ଗତକାଲି ମିହିକା ବଜାଜଙ୍କୁ ବାହା ହୋଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଫଟୋରେ ଦୁହେଁ ବେଶ୍ ଆକର୍ଷକ ଲାଗୁଛନ୍ତି । ଫଟୋରେ ରାଣା ଧୋତି ଓ କର୍ତ୍ତାପିନ୍ଧିଥିବାବେଳେ ଗୋଲେଡ୍ନ କଲରର୍ ଏକ ଦୁପଟା ପକାଇ ମଥାରେ ଟୀକା ଲଗାଇ ବେଶ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି । ସେହିପରି ତାଙ୍କ ପାଖରେ ବସିଥିବା ମିହିକା ହ୍ବାଇଟ୍ ଏଣ୍ଡ୍ ଗୋଲ୍ଡେନ୍ କମ୍ପିନେସନ୍ର ଏକ ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହିତ ହେଭୀ ଜୁଏଲରୀ ପିନ୍ଧିଛନ୍ତି। ରାଣାଙ୍କ ପଛରେ ଅଭିନେତା ରାମଚରଣ ଓ ଉପାସନା ଠିଆ ହୋଇଥିବାର ଦେଖାଯାଇଛନ୍ତି । ପୂର୍ବରୁ ଉଭୟ ରାଣା ଓ ମିହିକା ନିଜର ମେହେନ୍ଦୀ ସେରିମନିର ଫଟୋ ମଧ୍ୟ ସେୟାର କରିଥିଲେ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରୁ ଗତକାଲି ରାତିରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି। ଆମ୍ବ ତୋଟାରୁ ମିଳିଲା ୨ଦିନର ଶିଶୁପୁତ୍ର ମିଳିଥିଲା ବୋଲି ସୂଚନାରହିଛି। ଜିଲ୍ଲା ଚାଇଲ୍ଡଲାଇନ ସଂଯୋଜକ ନରେଶ ଗୋଚ୍ଛାୟତଙ୍କ ସୂଚନାନୁଯାୟୀ ବାଲିକୁଦା ଚଅଁରପୁର ଗ୍ରାମର ମାନସ ମହାପାତ୍ରଙ୍କ ଘରେ ଏକ ନବଜାତକ ଶିଶୁ ଥିବା ଖବର ପାଇ ଜିଲ୍ଲା ଚାଇଲ୍ଡଲାଇନର ସଦସ୍ୟ ଶୁଭଜିତ୍ ମହାନ୍ତି ଓ ପଦ୍ମିନୀ ସାହୁ ବାଲିକୁଦା ପୋଲିସ୍ ସହଯୋଗରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାନସଙ୍କ ଘରୁ ୨ଦିନର ଏକ ନବଜାତକ ଶିଶୁକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଉକ୍ତ ଶିଶୁକୁ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ୨ଦିନର ଶିଶୁ ପୁତ୍ରକୁୁ ମାନସ ମହାପାତ୍ର ଜଗତସିଂହପୁର ଥାନା ଅଧିନ ଆଳିପିଙ୍ଗଳ ଆମ୍ବତୋଟାରୁ ପାଇଥିବା ଚାଇଲ୍ଡଲାଇନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ…
ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। ତେବେ ଅଖିଲେଶଙ୍କ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ସ୍ବାମୀଙ୍କ ମୃତ୍ୟୁ ଖବର ଦିଆଯାଇ ନାହିଁ। ତାହାର କାରଣ ହେଲା ତାଙ୍କ ପତ୍ନୀ ମେଘା ବର୍ତ୍ତମାନ ଗର୍ଭବତୀ। ତାଙ୍କର ଡେଲିଭରୀ ଆଉ 15 ଦିନ ଭିତରେ ହେବ ବୋଲି ଡାକ୍ତର କହିଛନ୍ତି। ଫଳରେ ଏପରି ଅବସ୍ଥାରେ ତାଙ୍କ ପରିବାର ବର୍ଗ ମେଘାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏପରି ଦୁଃସମ୍ବାଦ ଦେଇ ନାହିଁନ୍ତି। ତେବେ ମେଘା ଜାଣିଛନ୍ତି ଯେ ତାଙ୍କ ସ୍ବାମୀ ଯେଉଁ ଫ୍ଲାଇଟ୍ ଉଡାଇ ଆଣୁଥିଲେ ତାହା ଦୁର୍ଘଟଣା ହୋଇଛି। ହେଲେ ତାଙ୍କ ସ୍ବାମୀଙ୍କର କିଛି ହୋଇ ନାହିଁ। ଏପରି ପରିସ୍ଥିତିରେ ଅଖିଳେଶଙ୍କ ପରିବାର ଏ ଖବର କିପିରି ମେଘାଙ୍କୁ କହିବେ…
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର…

