ବ୍ରହ୍ମପୁର, ଗଂଜାମ ପୋଲିସରେ ପୁଣିଥରେ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସାହାସ ବୃଦ୍ଧି ପାଇଛି। କାରଣ ହେଲା ନିକଟରେ କୋଭିଡ19 ଆକ୍ରାନ୍ତ ହୋଇପଡିଥିବା 7 ଜଣ ପୋଲିସ ଅଫିସର ଭଲ ହୋଇ ପୁଣି କାମରେ ଯୋଗ ଦେଇଛନ୍ତି। ଗଂଜାମରେ ଯେପରି କରୋନା ଭାଇରସ ସଂକ୍ରାମିତ ହେବାରେ ଲାଗିଛି ସେଥିରେ ଏହି କୋଭିଡ ଯୋଦ୍ଧାମାନେ ମଧ୍ୟ ଛାଡ ପାଇ ନାହାଁନ୍ତି। ଡାକ୍ତର ନର୍ସଙ୍କଠାରୁ ଆରମ୍ଭ କରି ପୋଲିସ ଅଫିସର ଏବଂ ଆଶା କର୍ମିମାନେ ଏହି ଭାଇରସ ଦ୍ବାରା ଆକ୍ରନ୍ତ ହେବାରେ ଲାଗିଛନ୍ତି। ସେହିପରି ଗଂଜାମ ପୋଲିସ ଅଧିନରେ ଥିବା ଭଂଜନଗର ଥାନାର ସାତ ଜଣ ପୋଲିସ ଅଧିକାରୀ କୋଭିଡ ଆକ୍ରାନ୍ତ ହୋଇପଡିଲେ। ତାଙ୍କର ନମୂନା ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଲା। ଏହି ରିପୋର୍ଟ ଆସିବା ପରେ ପରେ ସେମାନେ ତୁରନ୍ତ କାମରେ ଯୋଗ ଦେଇଛନ୍ତି। ସେଥିପାଇଁ ଗଂଜାମ…
Author: Samikhsya Bureau
ବିହାର: କରୋନାକୁ ନେଇ ଲୋକଙ୍କ ମନରେ ଏମିତି ଭୟ ବସା ବାନ୍ଧିଛି ଯେ ସେମାନେ ମାନବିକତା ମଧ୍ୟ ଭୁଲି ଯାଉଛନ୍ତି। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ବିହାରର କଟିୟାରରେ ଦେଖିବାକୁ ମିଳିଛି। ଜଣଙ୍କର ମୃତ୍ୟୁ ହେଲା ପରେ ଗାଁ ଲୋକେ କରୋନା ଭୟରେ ଅନ୍ତିମ ସଂସ୍କାର କରିବାକୁ ଦେଲେ ନାହି। ଫଳସ୍ଵରୂପ ଉକ୍ତ ବ୍ୟକ୍ତିଙ୍କର ଶବ ଆମ୍ବୁଲାନ୍ସ ରେ ୨୪ ଘଣ୍ଟା ରୁ ଅଧିକ ସମୟ ଧରି ପଡି ରହିଥିଲା। ଖବର ଅନୁସାରେ କଟିୟାରରେ ରହୁଥିବା ଏକ ଦମ୍ପତିଙ୍କର କରୋନା ପଜିଟିଭ୍ ଆସିଥିଲେ। ପତି ପତ୍ନୀଙ୍କୁ ଚିକିତ୍ସା ଲାଗି ମାଧେପୁରା ମେଡିକାଲ କଲେଜ ପଠାଇ ଦିଆ ଯାଇଥିଲା ଏବଂ ସେଠାରେ ପତି ଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଦୁଃଖ ଦାୟକ ବିଷୟ ଏହା ଥିଲା ଯେ, ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ନିକଟ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ଶବ ନେବାକୁ ମନା କରି ଦେଇ ଥିଲେ। ଏହାପରେ ତାଙ୍କର ଅନ୍ତିମ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ଦ୍ୱାରା ଆଜି ମିଳିତଭାବେ ମରିସସ୍ ର ନୂଆ ସୁପ୍ରିମକୋର୍ଟ ଭବନ ଉଦ୍ଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଭାରତର ଆର୍ଥିକ ସହାୟତାରେ ନିର୍ମିତ ଏହି ସୁପ୍ରିମକୋର୍ଟ ଭବନ ରାଜଧାନୀ ପୋର୍ଟଲୁଇରେ ନିର୍ମାଣ କରାଯାଇଛି। ଏଥିପାଇଁ ଭାରତ ସରକାର 28.12 ନିୟୁତ ଆମେରିକୀୟ ଡଲାର ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି। କୋଭିଡ୍ ମହାମାରୀ ସମୟରେ ପୋର୍ଟ ଲୁଇଠାରେ ଭାରତ ସହାୟତାରେ ନିର୍ମିତ ଓ ଉଦ୍ଘାଟିତ ହେବାରେ ମରିସସ୍ର ଏହା ପ୍ରଥମ ପ୍ରକଳ୍ପ। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଉନ୍ନୟନମୂଳକ ସହଯୋଗିତା ପଛରେ ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଓ ଦର୍ଶନ ରହିଛି। ଏଭଳି ଲୋକ କଲ୍ୟାଣକାରୀ ପ୍ରକଳ୍ପମାନ ମିଳିତ ସହଯୋଗରେ ନିର୍ମିତ ହେଲେ ଦୁଇଦେଶ ମଧ୍ୟରେ ସଂପର୍କ ଅଧିକ ନିବିଡ଼ ହେବ। ସେ କହିଛନ୍ତି ଯେ ନୂଆ ସୁପ୍ରିମକୋର୍ଟ ଭବନର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶେଷରେ ଗଣଧାରଣାରେ ବସିଲେ ଡାଲଗୁମା ପଞ୍ଚାୟତ ବାସିନ୍ଦା ।ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଗତ 6 ଓ 9 ତାରିଖ ଦିନ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ନିତୀରେ ସଂପୃକ୍ତ ବ୍ୟକ୍ତି ଓ ଅଧିକାରୀମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନଷ୍ଠାନ ଓ ସଠିକ୍ ତଦନ୍ତ ନ ହେବା ନେଇ ଗଣଧାରଣା ଦେଇଥିବା ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ। ଗତ ସପ୍ତାହ 22 ତାରିଖ ଦିନ ଦୁର୍ନୀତି ରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ କରିବା ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦେଇ ଗୋଟିଏ ସପ୍ତାହ ସମୟ ଦେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ନୀରବ ରହିଥିବା ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଯେ ପର୍ଯ୍ୟନ୍ତ ଉଚିତ୍ ତଦନ୍ତ ନ ହୋଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ରେ ପହଂଚିଥିବା ବେଳେ ଗତକାଲି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଜିଲ୍ଲାର ଧର୍ମଗଡ ଏନଏସିକୁ ୨୪ ଘଂଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ତେବେ ଏହି ସଟଡାଉନ ସମୟରେ ଧର୍ମଗଡ ଏନଏସିର ୧୪ ଟି ୱାର୍ଡରେ ବସବାସ କରୁଥିବା ୧୬ହଜାର ବାସିନ୍ଦାଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମ ଅଙ୍ଗନୱାଡି ଆଶା ଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟଗତ ତଥ୍ୟ ସରକାରଙ୍କ ଠାରେ ପହଂଚାଇବ। ଏଥିପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୩୧ ଜଣିଆ ଟିମ ଗଠନ କରାଯାଇଛି ବୋଲି ଧର୍ମଗଡ ଉପଜିଲ୍ଲାପାଳ ଦିବାକର ଟିଏସ ସୁଚନା ଦେଇଛନ୍ତି। ତେବେ ଏହି ସଟଡାଉନ ସମୟରେ…
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନାଟ୍ୟକାର ଅସୀମ ବସୁଙ୍କ ପୂର୍ଣ୍ଣାବାୟବ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି । ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ପ୍ରତିମୂର୍ତ୍ତିଗୁଡିକୁ ସୁଇଚ୍ ଟିପି ଅନାବରଣ କରିଥିଲେ। ଏହି ଅବସରରେ ଭିଡିଓ ବାର୍ତ୍ତା ଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆ ଜାତିର ଅସ୍ମିତା ପାଇଁ ଯେଉଁ ତ୍ୟାଗ ଓ ସଂଘର୍ଷ କରିଯାଇଛନ୍ତି ତାକୁ କୌଣସି ଓଡିଆ କେବେ ବି ଭୁଲି ପାରିବ ନାହିଁ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ଓଡ଼ିଆର ସ୍ୱାଭିମାନ ସକାଶେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ସେହି ପରି ନାଟ୍ୟକାର, ନିର୍ଦ୍ଦେଶକ, ଲେଖକ ଶ୍ରୀ ଅସୀମ ବସୁ ଥିଲେ ଜଣେ ଲବ୍ଧ ପ୍ରତିଷ୍ଠ କଳାକାର ।…
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 807 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 431 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକରୁ 62, ରାୟଗଡ଼ାରୁ 47, ଗଜପତିରୁ 34, କେନ୍ଦୁଝରରୁ 29 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭଦ୍ରକ 13, ଖୋର୍ଦ୍ଧା 12, ବରଗଡ଼ 11, ମାଲକାନଗିରିରୁ 10, ବଲାଙ୍ଗିର ଓ ସମ୍ବଲପୁରରୁ 7 ଲେଖାଏଁ, ଝାରସୁଗୁଡ଼ାରୁ 6, ଢେଙ୍କାନାଳରୁ 4, ଅନୁଗୁଳରୁ 3, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 19 ହଜାର 745କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ, ଦେଶର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡ଼ିଦେଲେ ଭାରତରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଦୋହରାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ,କିନ୍ତୁ ଭାରତର ମୋଟ ୭୪୦ଟି ଜିଲ୍ଲାରୁ ମାତ୍ର ୫୦ଟି ଜିଲ୍ଲାରେ ୮୦ ପ୍ରତିଶତ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ଅଧିକାଂଶ ସଂକ୍ରମଣ ମାମଲା କେଉଁଠୁ ଆସିଲା ଓ କେତେଜଣଙ୍କ ସହ କଣ୍ଟାକ୍ଟ ହୋଇଛି ତାହା ୭୨ ଘଣ୍ଟା ମଧ୍ୟରେ ଜଣାପଡ଼ୁଛି। ଏଣୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କୁହାଯାଇପାରିବ ନାହିଁ । ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଦିଆଯାଇନାହିଁ । ତେବେ ବିଶେଷଜ୍ଞଙ୍କ ମତରେ ଯେତେବେଳେ ଏକ ସଂକ୍ରମଣର ଉତ୍ସ ଜଣାପଡ଼େ ନାହିଁ, ସେତେବେଳେ ଗୋଷ୍ଠୀ ସଂକ୍ରମଣ ହେଲା ବୋଲି କୁହାଯାଇପାରେ। ସେ କହିଛନ୍ତି ଯେ ଦେଶରେ ଟିକା ବାହାରିବା ପରେ ତାହାକୁ ଏକ…
ନୂଆଦିଲ୍ଲୀ, ଦେଶରେ ବର୍ତ୍ତମାନ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତ ରହିଛି। କୋଭିଡ-19 ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି। ଜାତୀୟ ସ୍ତରରେ ଏବେ କରୋନା ଆରୋଗ୍ୟ ହାର 64 ଦଶମିକ 44 ପ୍ରତିଶତକୁ ବୃଦ୍ଧି ପାଇଛି। 16ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦିଲ୍ଲୀର ଆରୋଗ୍ୟ ହାର ସର୍ବାଧିକ 88 ପ୍ରତିଶତ ରହିଥିବା ବେଳେ ଲଦାଖରେ ଏହି ହାର ରହିଛି 80 ପ୍ରତିଶତ। ଦେଶରେ ଏ ଯାଏଁ 10 ଲକ୍ଷ 20 ହଜାର ସୁସ୍ଥ ହେଲେଣି, 5 ଲକ୍ଷ 88 ହଜାର ଚିକିତ୍ସାଧୀନ ଅଛନ୍ତି। ସୁସ୍ଥ ହାର ବଢିବା ସହ ମୃତ୍ୟୁହାର ଲଗାତାର ଭାବେ କମି ଚାଳିଛି। ଜୁନରେ ମୃତ୍ୟୁହାର 3.33 ପ୍ରତିଶତ ଥିବା ବେଳେ ଏବେ ଏହା 2.21 ପ୍ରତିଶତ ରହିଛି। ଭାରତରେ କରୋନା ଜନିତ ମୃତ୍ୟୁହାର…
ନବରଙ୍ଗପୁର, କୋରାପୁଟ ପରେ ନବରଙ୍ଗପୁର ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଏହା ଘୋଷଣା କରିଛନ୍ତି। ଅଗଷ୍ଟ 1 ତାରିଖ ସକାଳ 5ଟାରୁ 2 ତାରିଖ ମଧ୍ୟରାତ୍ରି ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।
ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ କୋଭିଡ-19 ପରୀକ୍ଷା କରାଯାଉଛି। ଟେଷ୍ଟିଂ ସଂଖ୍ୟା 5 ଲକ୍ଷ ଟପିଛି। ଯେତେ ଶୀଘ୍ର ରୋଗୀ ଚିହ୍ନଟ ହେବେ, ସେତେ ଶୀଘ୍ର କରୋନା ମୁକାବିଲା କରିବାରେ ଆମେ ସଫଳ ହେବା ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ରାଜ୍ୟରେ ଏବେ 54ଟି ଜାଗାରେ ଟେଷ୍ଟିଂ କରାଯାଉଛି। ଅଧିକରୁ ଅଧିକ ଟେଷ୍ଟିଂ କରାଯାଉଥିବାରୁ ପଜିଟିଭ ସଂଖ୍ୟା ବଢୁଛି। ଅଧିକ ଟେଷ୍ଟିଂର ସୁଫଳ ଏବେ ଗଂଜାମ ଜିଲ୍ଲାରୁ ଦେଖିବାକୁ ମିଳୁଥିବା ପଣ୍ଡିତ କହିଛନ୍ତି। ଗଂଜାମରେ ଏବେ ଦୈନିକ 2 ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଗତ ତିନି ଚାରି ଦିନ ହେଲା ଗଂଜାମରେ ପଜିଟିଭ ସଂଖ୍ୟା କମି ଚାଲିଥିବା ସେ କହିଛନ୍ତି। ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଔଷଧ, ବେଡ୍, ହସ୍ପିଟାଲ ପର୍ଯ୍ୟାପ୍ତ ରହିଛି। ଗୋଟିଏ ଟେଷ୍ଟରେ ପଜିଟିଭ ଏବଂ ଅନ୍ୟ ଟେଷ୍ଟରେ ନେଗେଟିଭ ଘଟଣା ନେଇ ପ୍ରତିକ୍ରିୟାରେ ପଣ୍ଡିତ କହିଛନ୍ତି ଯେ, ପ୍ରଥମ…
ଭୁବନେଶ୍ବର, ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ, ବିଭାଗୀୟ ପ୍ରମୁଖ, ଡିଆରଏମ, ଖୋର୍ଦ୍ଧାରୋଡ ଶ୍ରୀ ଶଶୀକାନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଉଦଘାଟନ କରିଛନ୍ତି l ଏଥିପାଇଁ ଉଚ୍ଚ ଗୁଣବତ୍ତାର ହାର୍ଡଓୟାର ଓ ସଫ୍ଟଓୟାର କ୍ରୟ କରାଯାଇ ସ୍ଥାପିତ କରାଯାଇଛି l ରେଳ ସୁରକ୍ଷା ବଳର ଏହି ସେଲରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଉଚ୍ଚ ପ୍ରଶିକ୍ଷିତ l ଏହି ସାଇବର ସେଲ ନିଶ୍ଚିତ ରୂପେ ହାଇ ଟେକ ପଦ୍ଧତି ଓ ଆଇ ଟି ସିଷ୍ଟମ ମାଧ୍ୟମରେ ଭଦ୍ର ମୁଖାଧାରୀ ଅପରାଧୀ ମାନଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଅପରାଧକୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅନ୍ତର୍ଗତ ଧୂଆଁନଳୀ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଚୋରି ଉଦ୍ୟମ ବିଫଳ ହୋଇଛି। ଏହି ଘଟଣାରେ ଦୁଇ ଶାଗୁଆନ ଚୋରକୁ ବାଲୁଗାଁ ଜଙ୍ଗଲ ବିଭାଗ କର୍ମଚାରୀ ଗିରଫ କରିଛନ୍ତି। ଗତକାଲି ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲୁଗାଁ ରେଞ୍ଜର ଶ୍ରୀ ଉତ୍ତମ ଗଡ଼ନାୟକ ବାଣପୁର ଧୂଆଁନଳୀ ସେକ୍ସନର ବନ କର୍ମଚାରୀଙ୍କ ସହଯୋଗରେ ତାମଣl ସରଂକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ୧୩ ଅଞ୍ଚଳରେ ଚଢ଼ାଉ କରି ଦୁଇ ଜଣ ଶାଗୁଆନ କାଠ ଚୋରକୁ ଦୁଇ ବଡ଼ ଶାଗୁଆନ କାଠ ଗଣ୍ଡି ସହ ଗିରଫ କରିଛନ୍ତି। ସେମାନେ ଚୋରାରେ ସରଂକ୍ଷିତ ଜଙ୍ଗଲ ଭିତରେ ଶାଗୁଆନ କାଠ କାଟୁଥିବା ବେଳେ ଧରା ପଡ଼ିଥିବା ବେଳେ ଅନ୍ୟ ୫ ଜଣ ରାତ୍ରିର ସୁଯୋଗ ନେଇ ଖସି ପଳାଇଛନ୍ତି। ଗିରଫ ଦୁଇଜଣ ହେଲେ ପ୍ରସନ୍ନ ଘଡେଇ(୪୨) ଏବଂ କିଶୋର ବେହେରା(୩୩)। ଉଭୟଙ୍କ ଘର ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଳଗାଁ ଗ୍ରାମ।…
କଟକ, କଟକ ସହରରୁ ଆଜି ଆଉ 51 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 40 କ୍ବାରେଣ୍ଟିନ ଏବଂ 11 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ସୂଚନା ମିଳିଛି। ସେକ ବଜାରରୁ ଆଉ 6 କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୁଣା ରାଉସାପାଟଣାରୁ 6, ଦେଉଳସାହି ଶିବାଜୀନଗରରୁ 6, ତେଲେଙ୍ଗାବଜାରରୁ 3, ଶଙ୍କରପୁରରୁ 2 ଏବଂ କୋରପୋଖରୀରୁ 2 ଜଣ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 105 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 59 କ୍ବାରେଣ୍ଟିନ ଏବଂ 46 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ବିଏମସି ସୂଚନା ଦେଇଛି। ନୟାପଲ୍ଲୀ ନୂଆସାହିରୁ 9 ଜଣ, ସହିଦ ନଗର ଅଞ୍ଚଳରୁ 6, ନୂଆପଲ୍ଲୀର ଅନ୍ୟ ଏକ ଅଞ୍ଚଳରୁ 6, ୟୁନିଟ-1ରୁ 3, ବିଶେଶ୍ବରୀ ବସ୍ତିରୁ , ଫରେଷ୍ଟ ପାର୍କରୁ 3, ଆଇଆରସି ଭିଲେଜରୁ 3 ଚିହ୍ନଟ ହୋଇଛନ୍ତି। ୟୁନିଟ-1 ବସ୍ତିରୁ 3, ବରମୁଣ୍ଡା ଜଗନ୍ନାଥ ନଗରରୁ 2, ଜାଗମରାରୁ 2, ପୁରୁଣା ଏଜି କଲୋନିରୁ 3, ପୁନାମା ଗେଟ୍ ଅଞ୍ଚଳରୁ 2 ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ 123 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ସୂଚନା ଦେଇଛି।
ନୂଆଦିଲ୍ଲୀ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ । ସେ ଟ୍ବିଟ କରି ଲେଖିଛନ୍ତି, ‘‘ ଶିଶୁପୁତ୍ର ସହିତ ଆମେ ଆଶୀର୍ବାଦ ପ୍ରାପ୍ତ ହେଲୁ । ’’ ତେବେ ଶିଶୁର ହାତର ଏକ ଛବି ପାଣ୍ଡ୍ୟା ପୋଷ୍ଟ କରିଛନ୍ତି । ଭଦୋଦରାରେ ନତାସା ଶିଶୁ ପୁତ୍ର ଜନ୍ନ ଦେଇଛନ୍ତି। ପୂର୍ବରୁ ସେମାନଙ୍କ ପରିବାରକୁ ଏକ ନୂଆ ସଦସ୍ୟ ଆସୁଥିବା କଥା ମେ ମାସରେ ହାର୍ଦ୍ଦିକ ଘୋଷଣା କରିଥିଲେ। ସେମାନେ ଏବେ ଜୀବନର ଆଉ ଏକ ନୂଆ ସୋପାନରେ ପହଞ୍ଚିଥିବାରୁ ଉଭୟେ ବେଶ୍ ଖୁସି ବୋଲି ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ହାର୍ଦ୍ଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରେ ପରେ ଅନେକ କ୍ରିକେଟର ଓ ମୁଖ୍ୟ ରବି ଶାସ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। (ଏଜେନସି)
ନୂଆଦିଲ୍ଲୀ, ନୂତନ ଜାତୀୟ ଶିକ୍ଷା ନୀତି 2020 ବୁଧବାର, ଜୁଲାଇ 29 ତାରିଖ ପ୍ରକାଶ ପାଇଛି। ଦେଶର ସାମଗ୍ରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଏଙାକୁ ଅନୁମୋଦନ କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ନୂଆ ଶିକ୍ଷା ନୀତି-2020 ଘୋଷଣା କରିଛନ୍ତି। ପୂର୍ବରୁ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷା ନୀତି-2020କୁ ସମୀକ୍ଷା କରିଥିଲେ। ପୂର୍ବତନ ଇସ୍ରୋ ମୁଖ୍ୟ କେ.କସ୍ତୁରୀରଙ୍ଗନଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ଏଥିପାଇଁ ଡ୍ରାଫ୍ଟ ତିଆରି କରିଥିଲେ। ଭାରତକୁ ବିଶ୍ବ ସ୍ତରରେ ଜ୍ଞାନର ଏକ ସୁପର ପାୱାର କରିବା ହେଉଛି ନୂଆ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । କରୋନା ଯୋଗୁଁ ବିଳମ୍ବରେ ସେପ୍ଟମ୍ବର-ଅକ୍ଟୋବରରେ ଆରମ୍ଭ ହେଉଥିବା ନୂଆ ଶିକ୍ଷା ବର୍ଷରୁ ଏହି ନୀତି ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମାନବ ସମ୍ବଳ ବିକାଶ…
ଭୁବନେଶ୍ବର, କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ଦୁଇ ସାମ୍ବାଦିକ ଗଞ୍ଜାମ ଜିଲ୍ଲାର ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର ସାମ୍ବାଦିକ କେ ରତ୍ନମଙ୍କ ପରିବାରକୁ ଏହି ସହାୟତା ଦିଆଯାଇଛି। କୋଭିଡ ପଜିଟିଭ ଆସିବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ ରତ୍ନମଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଦୁହିଁଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ପୂର୍ବରୁ ଆର୍ଥିକ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
ଅଯୋଧ୍ୟା, ଆସନ୍ତା ଅଗଷ୍ଟ 5 ତାରିଖ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ହେବ ଭୂମିପୂଜା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ 200 ଅତିଥି ଏହି ସମାରୋହରେ ଯୋଗଦେବେ। ହେଲେ ଏହାପୂର୍ବରୁ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତଙ୍କ ସହକାରୀ ମହନ୍ତ ପ୍ରଦୀପ ଦାସ ଏବଂ ଅଯୋଧ୍ୟା ଭୂମି ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା 16 ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଥିବା ଜଣାଯାଇଛି। ଗତ ଶନିବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ 5 କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସକାଶେ ରାମ ଜନ୍ମଭୂମି ପରିସର ପରିଦର୍ଶନ କରିଥିଲେ। ଏ ସମୟରେ କିଛି ରୀତିନୀତି ବି ହୋଇଥିଲା। ସେଠାରୁ ମିଳିଥିବା କିଛି ଫଟୋ ଓ ଭିଡିଓରୁ କରୋନା ପଜିଟିଭ ଚିହ୍ନଟ ପ୍ରଦୀପ ଦାସ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଭୂମିପୂଜା କରିବାକୁ ଥିବା ମୁଖ୍ୟ ପୁରୋହିତ…
ନୂଆଦିଲ୍ଲୀ,କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଦକ୍ଷିଣ ଦିଲ୍ଲୀସ୍ଥିତ ଲୋଧି ଇଷ୍ଟେଟରେ ଥିବା ସରକାରୀ ବଙ୍ଗଳା ଛାଡ଼ିଛନ୍ତି। ତାଙ୍କ ନିକଟରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହି ବଙ୍ଗଳା ଅଗଷ୍ଟ 1 ତାରିଖ ସୁଦ୍ଧା ଛାଡ଼ିବାକୁ ସରକାର ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରିୟଙ୍କା ପୂର୍ବ ଉତ୍ତର ପ୍ରଦେଶ ପାଇଁ ଦଳର ଇନଚାର୍ଜ ଦାୟିତ୍ବରେ ବି ଅଛନ୍ତି। ପ୍ରିୟଙ୍କା 1997 ପରଠାରୁ ଲୋଧି ଇଷ୍ଚେଟ ବଙ୍ଗଳାରେ ରହି ଆସୁଥିଲେ। ଏହି ବଙ୍ଗଳା ଏବେ ବିଜେପି ରାଜ୍ୟସଭା ସାଂସଦ ଅନିଲ ବାଲୁନିଙ୍କ ଦିଆଯାଇଛି। ରବିବାର ଦିନ ପ୍ରିୟଙ୍କା ବାଲୁଙ୍କିଙ୍କୁ ଚା ପିଇବାକୁ ଡାକିଥିଲେ। ହେଲେ ସେ ସ୍ବାସ୍ଥ୍ୟ କାରଣ ଦର୍ଶାଇ ଭଦ୍ରାମୀର ସହ ପ୍ରିୟଙ୍କାଙ୍କ ଆମନ୍ତ୍ରଣକୁ ମନା କରି ଦେଇଥିଲେ। ହେଲେ ସେ ବଙ୍ଗଳାକୁ ଯିବା ପରେ କଂଗ୍ରେସ ନେତାଙ୍କୁ ଉତ୍ତରାଖଣ୍ଡର ଏକ ପାରମ୍ପରିକ ଖାଦ୍ୟ ଖାଇବାକୁ ଡାକିବେ ବୋଲି ପ୍ରତିଶୃତି ଦେଇଥିଲେ। ଇତିମଧ୍ୟରେ ସୋମବାର ଦିନ ପ୍ରିୟଙ୍କା ଫୋନରେ ବାଲୁନିଙ୍କ…
ପାଟନା, ବିହାରରେ ବନ୍ୟା ପରିସ୍ଥିତି ଅତି ଗୁରୁତର ଆକାର ଧାରଣ କରିଛି। 12ଟି ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ସମସ୍ତ ବଡ଼ ବଡ଼ ନଦୀ ଓ ତାର ଶାଖା ନଦୀଗୁଡିକରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର 38 ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଏଯାଏଁ ବନ୍ୟାଜନିତ ବିଭିନ୍ନ ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଛି। 12ଟି ଜିଲ୍ଲାର ମୋଟ 102ଟି ବ୍ଲକରୁ 901 ପଞ୍ଚାୟତ ବନ୍ୟା ପାଣି ଘେରରେ ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଏଥିରେ ଏନଡିଆରଏଫ ଏବଂ ଏସଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

