ବିହାର : ବିହାରରେ ଲକ୍ଡାଉନ୍ ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ଥିବାବେଳେ ଏହି ଜିଲ୍ଲାରୁ ମିଛ ବାହାଘର ପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ସୁପୌଲ୍ ଜିଲ୍ଲାରେ ଥିବା ହୁଲାସ୍ ଗ୍ରାମରେ ଜଣେ ଯୁବକ ମିଛ ବାହାଘର କରିଥିବାର ଘଟଣା ଲୋକଲୋଚନକୁ ଆସିଛି । ଯୁବକଟି ପୂର୍ବରୁ ଅନ୍ୟ ଏକ ଯୁବତୀ ସହ ପ୍ରେମ ବିବାହ କରିଛି । ଲକ୍ଡାଉନ୍ ଯୋଗୁଁ ଯୁବକ ଜଣକ ନିଜ ଗ୍ରାମକୁ ଆସିଥିଲା । ଏଠାରେ ତା’ର ବାହାଘର ଠିକ୍ ହୋଇଥିଲା । ନାବାଳିକା ସହ ତାଙ୍କର ବାହାଘର ଠିକ୍ ହୋଇଥିଲା। ବାହାଘର ଠିକ୍ ହେବା ପରେ ବି ଯୁବକ ଜଣକ ପୂର୍ବରୁ ବିବାହ କରିଥିବାର କଥା କହିନଥିଲେ । ତେବେ ନାବାଳିକା ବିବାହକୁ ଦେଖି ଗ୍ରାମ ବିକାଶ ପରିଷଦ ନାମ୍ନୀ ଏକ ସାମାଜିକ ସଂସ୍ଥା ଖବର ମିଳିବା ପରେ ସେ ଏହି ବାହାଘରକୁ ବନ୍ଦ କରିଥିଲେ । ତେବେ…
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ସର୍ବାଧିକ 10ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3 ଓ ସୁନ୍ଦରଗଡ ଓ ବାଲେଶ୍ବରରୁ ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଜପତି, ଝାରସୁଗୁଡା ଓ ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 73କୁ ବୃଦ୍ଧି ହୋଇଛି । ଗଞ୍ଜାମର ତିନି ମୃତକଙ୍କ ବୟସ ଯଥାକ୍ରମେ 60, 30 ଓ 60 ବର୍ଷୀୟ ବ୍ୟକ୍ତି । ସୁନ୍ଦରଗଡର 60 ଓ 54 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରର ଦୁଇ ମୃତକ ହେଲେ 60 ବର୍ଷୀୟା ମହିଳା ଓ 37 ବର୍ଷୀୟ ଯୁବକ । ସେହିପରି ଗଜପତିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 37, ଝାରସୁଗୁଡାରୁ…
ଭୁବନେଶ୍ବର : ଆଜି 24 ଜିଲ୍ଲାରୁ 1320 ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 560ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 174, ଗଜପତି ଓ ପୁରୀରୁ 90ଜଣ ଲେଖାଏଁ ରହିଛନ୍ତି । ରାୟଗଡାରୁ 65, ସୁନ୍ଦରଗଡ ଓ କଟକରୁ 47 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 39 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 38, କୋରାପୁଟରୁ 30, ଭଦ୍ରକରୁ 28, କେଉଁଝରରୁ 24, ବାଲେଶ୍ବର ଓ ଯାଜପୁରୁର 23 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 14, ବଲାଙ୍ଗିରରୁ 9, ଅନୁଗୁଳରୁ 6, ନୂଆପଡାରୁ 4, ଜଗତସିଂହପୁରର 3, ଝାରସୁଗୁଡାରୁ 2 ଜଣ ରହିଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1320 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 887ଜଣ ଚିହ୍ନଟ ହୋଇଥିବାବେଳେ 433ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 24ହଜାର 013କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8ହଜାର 650ଜଣ । ସେହିପରି ସୁସ୍ଥ ହୋଇଛନ୍ତି 15 ହଜାର200ଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 120ଜଣ । ସେହିପରି 33 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ମୁମ୍ବାଇ, ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ କଂପାନୀ ଗୋଟିଏ ଟାବଲେଟ୍ ଦାମ 65 ଟଙ୍କା ରଖିଛି। ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ଔଷଧ କୋଭିଡ19 ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ କାମ କରିବ ନାହିଁ ବୋଲି କୁହାଯାଇଛି। କେବଳ ଯେଉଁମାନେ ଅଳ୍ପ କିମ୍ବା ମଧ୍ୟମ ଧରଣର କୋଭିଡ19 ଆକ୍ରାନ୍ତ ହୋଇଥିବେ ସେମାନଙ୍କ ପାଇଁ ଏହା କାମ କରିବ। ଏପରିକି ଯେଉଁମାନଙ୍କ କୌଣସି ଲକ୍ଷଣ ନ ଥାଇ କୋଭିଡ ପଜେଟିଭି ଥିବେ ସେମାନଙ୍କୁ ମଧ୍ୟ ଏହି ଔଷଧ କାମ କରିବ। ଏହି ଔଷଧ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 48ହଜାର 916 ମାମଲା ଆସିଥିବାବେଳେ 757ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 31 ହଜାର 358କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଲା । ଦେଶରେ ଆକ୍ଟିଭ୍ କେସ୍ 4 ଲକ୍ଷ 56 ହଜାର 071 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 49 ହଜାର 431ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 57 ହଜାର 117 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 132କୁବୃଦ୍ଧି ହୋଇଛି । ସେହପରି ଦିଲ୍ଲୀରେ 3…
ନୂଆଦିଲ୍ଲୀ : ଦିଲ୍ଲୀର ଛତରପୁର ଅଞ୍ଚଳରେ ସର୍ଦ୍ଦାର ପଟେଲ୍ କୋଭିଡ୍ ସେଣ୍ଟରରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଭ୍କ ବୟସ 14 ବର୍ଷ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ 19 ବର୍ଷ ବୋଲି ସୂଚନା ରହିଛି । ଦୁହେଁ କୋଭିଡ୍ ସଂକ୍ରମିତ ବୋଲି ସୂଚନା ରହିଛି । ଅଭିଯୁକ୍ତକୁ ପୋକ୍ସ ଆକ୍ଟ୍ ଆଧାରରେ ଗିରଫ କରାଯାଇଛି । ଏହି ଦୁଷ୍କର୍ମ କାର୍ଯ୍ୟରେ ସହଯୋଗ କରିଥିବା ତାଙ୍କ ସାଥୀଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି । କରୋନା ସଂକ୍ରମିତ ହୋଇଥିବାରୁ ଦୁହିଁଙ୍କ ଅଲଗା ଅଲଗା କୋଭିଡ୍ ଗୃହରେ ନ୍ୟାୟିକ ହେପାଜତେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତାଙ୍କ ବୟାନ ଦର୍ଜ କରାଯିବ । ଜୁଲାଇ 15 ତାରିଖ ରାତ୍ରିରେ ଏହି ଘଟଣା ଘଟିଥିଲା । ନାବାଳିକା ଜଣକ ବାଥରୁମ୍ ଯାଇଥିବାବେଳେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ 20 ବର୍ଷୀୟ ଜଣେ ଯୁବକୁ…
କେଦାର ମିଶ୍ର ଦେଶରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ଟପିଛି। ଗତ ଦୁଇ ଦିନ ଭିତରେ ପ୍ରାୟ ଲକ୍ଷେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଦେଶର ନୂଆ ହଟସ୍ପଟ ରାଜ୍ୟ ଭାବରେ ଗତ ଦୁଇଦିନରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନରେ ଆନ୍ଧ୍ର ପ୍ରଦେଶରେ ୧୬ ହଜାର ଓ କର୍ଣ୍ଣାଟକରେ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭରୁ ଓଡିଶା ସବୁବେଳେ ଭଲ ସ୍ଥିତିରେ ରହି ଆସିଥିଲା। ହେଲେ ଗତ ତିନି ଦିନରେ ରାଜ୍ୟରେ ପ୍ରାୟ ଚାରି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରାଦେଶରେ ମୃତ୍ୟୁ ସଂଖ୍ୟା ବଢୁଛି।୩୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମାର୍ଚ୍ଚ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କହୁଥିଲେ ଯେ, ପ୍ରତିଟି ଜୀବନ ଆମ ଲାଗି ଗୁରୁତ୍ଵପୂର୍ଣ୍ଣ, ସେତେବେଳେ ଆମେ ଭାବୁଥିଲୁ ବୋଧହୁଏ ଲୋକଙ୍କ…
ତାମିଲନାଡୁ : ପକ୍ଷୀରାଜନ୍ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ ପ୍ରତି ଗ୍ରାମବାସୀଙ୍କ ଅହେତୁକ ଭଲପାଇବା ଓ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ପକ୍ଷୀ ପ୍ରେମର ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ପୋଥାଗାଡି ଗ୍ରାମବାସୀ । ଏହି ଜିଲ୍ଲାର ପୋଥାଗଡୀ ଗ୍ରାମବାସୀଙ୍କ ଅଦ୍ଭୁତ ପକ୍ଷୀ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ଏକ ପକ୍ଷୀର ବସାକୁ ବଞ୍ଚାଇବା ପାଇଁ ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ଅଞ୍ଚଳର ଷ୍ଟ୍ରିଟ୍ ଲାଇଟ୍ ସଂଚାଳକ କରୁପା ରାଜା ଏକ ପକ୍ଷୀକୁ ମୁଖ୍ୟ…
ଭୁବନେଶ୍ବର : ରାଜଧାନୀର ବସ୍ତି ଅଞ୍ଚଳରେ କରୋନା ମାମଲା ବଢିବା ପରେ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗତକାଲି ଭୁବନେଶ୍ବରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣଶ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ବଡଗଡ କେନାଲ୍ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି । ସେହିପରି ସ୍କଲାର ବଏଜ୍ ହଷ୍ଟେଲ୍ଠାରୁ ହରିନଗର ବସ୍ତି ପ୍ରବେଶ ପଥ, ହରିନଗର ବସ୍ତି ପ୍ରବେଶ ପଥରୁ ବଡଗଡ କେନାଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 248 ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି 248 ପଜିଟିଭ୍ଙ୍କ ମଧ୍ୟରୁ 41ଟି ଲୋକାଲ୍ କେସ୍ ଥିବାବେଳେ 207ଟି ହୋମ୍ କ୍ବାରେଣ୍ଟାଇନ୍ କେସ୍ ରହିଥିଲା । ଲୋକାଲ୍ କେସ୍ ଚିହ୍ନଟ ପରେ…
ଆଠଗଡ : ଜମି ବିବାଦକୁ କେନ୍ଦ୍ର କରି 2 ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଖୁଣ୍ଟିଣୀ ଥାନା ଧୁରୁସିଆ ଗାଁରେ ବିଳମ୍ବିତ ରାତ୍ରିରେ ଏହି ଗଣ୍ଡଗୋଳ ଘଟିଥିବାର ସୂଚନା ରହିଛି । ଗୋଟିଏ ପରିବାରର ଠେଙ୍ଗା ମାଡରେ ଅନ୍ୟ ଏକ ପରିବାରର ଜଣେ ମୃତ ହୋଇଥିବାର ସୂଚନା ମିଳିଛି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ପକ୍ଷରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଠେଙ୍ଗା ମାଡରେ ଉଭୟ ପକ୍ଷରୁ 4 ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଖୁଣ୍ଟୁଣୀ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି କରୋନା । ଏନେଇ ଗଂଜାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ଟାଉନ୍ହଲ୍ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ କରୋନା ସଂପର୍କିତ ସବିଶେଷ ତଥ୍ୟ ରଖିଥିଲେ । ଜିଲ୍ଲାପାଳ କହିଥିଲେ ଗତ ଏକ ସପ୍ତାହ ମଧ୍ୟରେ ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଏହି ବଢ଼ିବା ପଛରେ କାରଣ ରହିଛି । ଗଂଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ଟାର୍ଗେଟ ଅନୁସାରେ କାମ ହେଉଛି । ବର୍ତ୍ତମାନ ଗଂଜାମ ଜିଲ୍ଲାରେ ତୃତୀୟ ରାଉଣ୍ଡ ଦ୍ୱାର ଦ୍ୱାର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଏହା ପ୍ରଥମେ ସହରରେ ହେଲା ବର୍ତ୍ତମାନ ଏବେ ସ୍ୱାସ୍ଥ୍ୟପରୀକ୍ଷା ଗ୍ରାମାଞ୍ଚଳରେ ହେଉଛି । ୨୦୦ ଟି ଟିମ୍ ଯେଉଁଥିରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ରହି ଘରକୁ ଘରକୁ ବୁଲି ସ୍କ୍ରିନିଂ…
ଭୁବନେଶ୍ବର : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍ 14ରୁ ଅଗଷ୍ଟ 31 ଯାଏଁ ମଧ୍ୟାହ୍ନ ଭୋଜନ ରାସନ୍ ଦେବାକୁ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରକୁ ଗଣଶିକ୍ଷା ବିଭାଗର ଚିଠି ଦେଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ରନ୍ଧାଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟଙ୍କୁ ପଠାଇବା ଲାଗି ଚିଠିରେ ନିର୍ଦ୍ଦେଶ ରହିଛି । ମଧ୍ୟାହ୍ନ ଭୋଜନ ଚାଉଳକୁ କ୍ବାରେଣ୍ଟିନ୍ କେନ୍ଦ୍ରକୁ ବିକିପାରିବେ ପ୍ରଧାନ ଶିକ୍ଷକ । କ୍ବାରେଣ୍ଟିନ୍ କେନ୍ଦ୍ରକୁ ରୋଷେଇ ପାଇଁ କେଜି 32 ଟଙ୍କା ଦରରେ ବିକି ପାରିବେ । ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଜମା କରିବେ ବୋଲି ସୂଚନା ରହିବ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଲକ୍ଡ଼ାଉନ୍ ଚାଲିଥିବାବେଳେ କେବଳ ତେଜରାତି, ପନିପରିବା, ମାଛ, ମାଂସ ଦୋକାନ ସକାଳ ୬ ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଅଛି । କିନ୍ତୁ କିଛି ଅନାବଶ୍ୟକ ଦୋକାନଗୁଡ଼ିକ ଏହି ସମୟରେ ଖୋଲି ଲକ୍ଡ଼ାଉନ୍ ନିୟମକୁ ଖୁଲମ୍ଖୁଲା ଉଲ୍ଲଂଗନ କରୁଛନ୍ତି । ଆଜି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବଡ଼ବଜାର, ଆସିକା ରୋଡ଼୍, ଗିରି ମାର୍କେଟ, ଗୋଷାଣିନୂଆଗାଁ ଅଂଚଳରେ ବିିଭିନ୍ନ ପ୍ରକାର ଦୋକାନଗୁଡ଼ିକ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । କିଛି ଦୋକାନ ସାମାଜିକ ଦୂରତାକୁ ମାନୁନଥିଲେ । ଫଳରେ ୧୮ ଗୋଟି ଦୋକାନକୁ କୋଭିଡ଼୍-୧୯ କଟକଣା ଉଲ୍ଲଂଘନରେ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହା ସହ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ୨୯୭ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ୫୯ ହଜାର ୪୦୦ ଟଙ୍କା ଜୋରିମାନା, ଗାଡ଼ି ସମ୍ବନ୍ଧୀୟ ୨୨୩ ଜଣଙ୍କଠାରୁ ୧ ଲକ୍ଷ ୧୧ହଜାର…
ନୂଆଦିଲ୍ଲୀ, ଏ ପର୍ଯ୍ୟନ୍ତ ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି। ସେହି ଅନୁସାରେ ଦେଶରେ ଏବେ ୧୦ ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା ପରୀକ୍ଷା କରାଯାଉଛି, ଯାହା ପରୀକ୍ଷାଗାରର ବ୍ୟାପକ ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ୧୨୯୦ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟ ଯୋଗୁଁ ବିଭିନ୍ନ ପଦ୍ଧତିରେ ଏହି ପରୀକ୍ଷଣ ହେଉଛି। ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ ୮୯୭ ଓ ଘରୋଇ କ୍ଷେତ୍ରରେ ୩୯୩ଟି ପରୀକ୍ଷାଗାର କାର୍ୟ୍ୟ କରୁଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଡ଼ାକ୍ତର, ପୋଲିସ୍, ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆଗଧାଡ଼ିରେ କରୋନା ସହ ଲଢ଼େଇ କରି ମୃତ୍ୟୁବରଣ କରିଲେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରି ବୀମା ରାଶି ପ୍ରଦାନ କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ଅନ୍ୟ ଜଣେ ପେଷାଦାରକୁ ସରକାର ଭୁଲିଯାଇଛନ୍ତି । ସାମ୍ବାଦିକମାନେ ମଧ୍ୟ କରୋନା ସମୟରେ ଫିଲ୍ଡରେ ବୁଲି ଖବର ସଂଗ୍ରହ କରି କରୋନାରେ ସଂକମ୍ରିତ ହେଉଛନ୍ତି । ରାଜ୍ୟ ସରକାର ପୂର୍ବରୁ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବୀମାରାଶି ଘୋଷଣା କରିଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନଥିବାରୁ ଏଥିରେ ଅସନ୍ତୋଷ ଦେଖାଯାଇଛି । ସୂଚନାଯୋଗ୍ୟ ଗଂଜାମ ଜିଲ୍ଲା ବର୍ତ୍ତମାନ କରୋନାର ପିରାମିଡ଼୍ରେ ରହିଛି । ପ୍ରତିଦିନ ଶହଶହ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଏନେଇ ଲୋକଙ୍କ ସୁବିଧା ଅସୁବିଧା, ସରକାରଙ୍କ ସୂଚନା ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସାମ୍ବାଦିକମାନେ ସର୍ବଦା ଚେଷ୍ଟିତ ରହିଥାନ୍ତି । ଏଥିଯୋଗୁଁ…
ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ୨୩ ଜୁଲାଇ, ୨୦୨୦ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ (୩୭୦୦ ଦଣ୍ଡା) ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି। ଯାତ୍ରୀମାନେ ବିମାନ ନମ୍ବର ଇକେ-୫୧୦ ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୩ରେ ୨୩ ତାରିଖ ସକାଳ ୯ଟାରେ ପହଞ୍ଚିଥିଲେ। ଏହି ୧୩ ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା। କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୧୦ ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି । ଜବତ ସାମଗ୍ରୀର ସାମୂହିକ ମୂଲ୍ୟ ୬୬.୬୦ ଲକ୍ଷ । କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୦୪ ଅନୁଯାୟୀ ୧୩ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ…
ଭୁବନେଶ୍ୱର: ଭୁବନେଶ୍ବର କାର୍ଗିଲ୍ ବସ୍ତିରେ ମହିଳାଙ୍କ ହତ୍ୟାକାଣ୍ଡ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରିକ କଳହରୁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ମହିଳାଙ୍କ ସ୍ବାମୀ ଏୟାରଫିଲ୍ଡ ପୋଲିସ୍ ଦ୍ବାରା ଅଟକ ରଖାଯାଇଛି । ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହିଥାଏ । ତେବେ ଆଜି ସନ୍ଧ୍ୟାରେ ପୂର୍ବ ଭଳି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଘଟଣା ସ୍ଥଳରୁ ମହିଳାଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ପୋଲିସ୍ ଏହାର ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍ ବେଚେରା’ ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମଟି ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା ଶିଖାଇଛି ଏହି ଫିଲ୍ମଟି। ସୁଶାନ୍ତଙ୍କ ଶେଷ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ ଫିଲ୍ମରେ ଥିବା ଥିମ୍ ଟିକେ ତାଙ୍କର ପୂର୍ବ ଫିଲ୍ମ ‘ଛିଚୋର୍’ ଫିଲ୍ମ ସହିତ ଟିକେ ସାମଞ୍ଜସ୍ୟ ରହିଛି। ତେବେ ଏହି ଫିଲ୍ମଟିର କାହାଣୀକୁ ଆନନ୍ଦ ଓ ଆଖିୟୋଁ କି ଝର୍କୋର କାହାଣୀ ସହ ଟିକେ ସାମଞ୍ଜସ୍ୟ ରହିଛି। ଦିଲ୍ ବେଚାରା ହେଉଛି 2014 ହଲିଉଡ୍ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ୍ ଆଓ୍ବାର୍ ଷ୍ଟାର୍ସ’ର ରିମେକ୍। ଫିଲ୍ମର ଟ୍ରେଲର୍ଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ ଫିଲ୍ମଟିକୁ ନେଇ ଦର୍ଶକେ ବେଶ୍ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମଟିରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜାନା ସାଙ୍ଗୀ ନଜର ଆସିଥିବାବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକର ଦୁଇଟି ପଂଚାୟତର ତିନିଟି ଗାଁରେ ସଟଡାଉନ ଲାଗୁ କରାଯିବା ସହ ବାଣପୁର ଏନଏସିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର ଗାଁର ଜଣେ ତେଜରାତୀ ଦୋକାନୀ କରୋନା ଆକ୍ରାନ୍ତ ହେବା ପରେ ପଞ୍ଚାୟତ ସଂରପଞ୍ଚ ମିନାକ୍ଷୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗାଁକୁ ଆଜି ଅପରାହ୍ନ ୩ଟାରୁ ୩୧ ତାରିଖ ଅପରାହ୍ନ ୩ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଅନେକ ଲୋକଙ୍କ ସହ ସଂପର୍କରେ ଆସିଥିବାରୁ ଗାଁରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ଲକ୍ଷ୍ୟ କରି ଗାଁକୁ ସାନିଟାଇଜ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆୟତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଆଗାମୀ ଦିନରେ ସଂକ୍ରମଣ ରୋକିବା ପାଇଁ ଏହି ଗାଁରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା…

