Author: Samikhsya Bureau

ମାଲ୍‌କାନଗିରି : ଜଙ୍ଗଲ ଜମି ବିବାଦରୁ 2 ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ପରସ୍ପର ହଣାହଣି ହୋଇ 10 ଗୁରୁତର ହୋଇଛନ୍ତି । 10 ଜଣଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ସକାଳେ ମାଲ୍‌କାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍‌ପିଭି – 81ରେ ଜମି ବିବାଦ ଯୋଗୁଁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି । ପୋଲିସ୍‌ ଦୁଇ ଗୋଷ୍ଠୀର ଲୋକଙ୍କୁ ଅଟକ ରଖିଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ଅବସ୍ଥାକୁ ଗତି କରୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 18 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 100 ଡେଇଁ ସାରିଛି । ସେହିପରି ଅନ୍ୟ 30 ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ଯାଜପୁର ଆଦି ଜିଲ୍ଲାଗୁଡିକରେ କରୋନାସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ତେବେ ସବୁଠୁ ଆଶ୍ବସ୍ତିର କଥା ହେଉଛି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ।  ଅପରପକ୍ଷରେ ରାଜ୍ୟରେ ପ୍ଲାଜ୍‌ମା ଥେରାପି ମଧ୍ୟ ସଫଳ ହୋଇଛି । ଗତକାଲି 6ଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ 4 ଜଣଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯାଇଛି । ତେବେ ଆସନ୍ତୁ  ଜାଣିବା ରାଜ୍ୟର 30ଟି ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି…

Read More

ବ୍ରହ୍ମପୁର : ଏମ୍‌କେସିଜି ମେଡ଼ିକାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହେଲା । ଏହାକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପ୍ରଥମ ପର୍ଯ୍ୟାୟରେ କଟକରୁ ଆସିଛି 6ଟି ପ୍ଲାଜ୍‌ମା । 6ଟି ପ୍ଲାଜମା ଜିଲ୍ଲାର 4ଟି କୋଭିଡ୍‌ ହସ୍ପିଟାଲରେ ଦିଆଯିବ । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ସ୍ଥିତି ବେଶ୍‌ ସଂକଟଜନକ ରହିଛି । ଏଠାରେ  ସଂକ୍ରମିତଙ୍କ ସଂଖ୍ୟା  5ହଜାର 991ରେ ପହଞ୍ଚିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 59କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 100 ଡେଇଁଛି । 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ 5ଜଣ ପୁରୁଷ ରହିଛନ୍ତି । ଆଜି 6ଟି ଜିଲ୍ଲାରୁ 6ଜଣଙ୍କ ଜୀବନ ଯାଇଛି । ଆଜି 6 ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡା, ରାୟଗଡା, ଜଗତସିଂହପୁର, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଆଜି ମୃତ୍ୟୁବରଣ କରିଥିବା 6ଜଣଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ସେ ଡାଇବେଟିସ୍‌ ଓ ହାଇପର୍ଟେନ୍ସରରେ ପୀଡ଼ିତ ଥିଲେ ।  ସେହିପରି କଟକ ଜିଲ୍ଲାରୁ 26 ବର୍ଷୀୟା ଯୁବତୀଙ୍କର  ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲାରୁ 68 ବର୍ଷୀୟ ଜଣେ ପୁରୁଷ ଥିବାବେଳେ ସେ ମଧ୍ୟ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ରେ ଥିଲେ । ଜଗତସିଂହପୁରରୁ ଜଣେ 58 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାେବଳେ…

Read More

ଭୁବନେଶ୍ବର : ଆଜି 23 ଜିଲ୍ଲାରୁ 647 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 225 ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 84, ଖୋର୍ଦ୍ଧାରୁ 68, ରାୟଗଡାରୁ 47, ବାଲେଶ୍ବରରୁ 40, ଅନୁଗୁଳରୁ 37, କୋରାପୁଟରୁ 28, ସୁନ୍ଦରଗଡରୁ 22, କେନ୍ଦ୍ରାପଡାରୁ 13, ଭଦ୍ରକରୁ 12, ସମ୍ବଲପୁର, ମାଲକାନଗିରି ଓ ଢେଙ୍କାନାଳରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ 8, ଜଗତସିଂହପୁରର 7, ବଲାଙ୍ଗିର ଓ କନ୍ଧମାଳରୁ 5ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାଗଡ ଓ ବରଗଡରୁ 4ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ 3, ଯାଜପୁର ଓ ନବରଙ୍ଗପୁରର 2 ଜଣ ଲେଖାଏଁ ରହିଛନ୍ତି । ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 647 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 431ଜଣ ଚିହ୍ନଟ ହୋଇଥିବାବେଳେ 216ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 757କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 715ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର909ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 97ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଗଜପତି : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରଲୋକ ହୋଇଯାଇଛି । ସେ ଜିଲ୍ଲା କୋଭିଡ୍‌ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ । ଆଜି ଭୋରରୁ ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ତିନି ପାଇଁ ବନ୍ଦ ରହିବ। ଚିକିତ୍ସାଳୟର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓପିଡି ତିନିଦିନ ବନ୍ଦ ନେଇ ରେଢାଖୋଲ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବରୁ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ 2 ଦିନ ପାଇଁ ବନ୍ଦ ଥିଲା।

Read More

କେଦାର ମିଶ୍ର  ଗତ ରବିବାର ଆମେରିକାର ଗଣମାଧ୍ୟମ ଇତିହାସରେ ଏକ ଐତିହାସିକ ଦିନ ଥିଲା। ଯେଉଁମାନେ ଆମେରିକା ଗଣମାଧ୍ୟମକୁ ଜାଣନ୍ତି ସେମାନଙ୍କ ପାଇଁ “ଫକ୍ସ ନ୍ଯୁଜ” ଏକ ରକ୍ଷଣଶୀଳ-ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ଫଙ୍କ ଉଗ୍ର ଦକ୍ଷିଣପନ୍ଥୀ  ରାଜନୀତିର ଦୃଢ ସମର୍ଥକ ଭାବରେ ଫକ୍ସ ନ୍ଯୁଜ କୁ ଗମ୍ଭୀରତାର ସହିତ କେହି ନିଅନ୍ତି ନାହିଁ। ତେବେ ଗତ ରବିବାର ଦିନ ଫକ୍ସ ନ୍ଯୁଜ ର ସାମ୍ବାଦିକ କ୍ରିସ ୱାଲେସ  ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସହିତ ନେଇଥିବା ସାକ୍ଷାତ୍‌କାର ଗଣମାଧ୍ୟମର ସ୍ଵାଧୀନତା ଆଗରେ ପୃଥିବୀର ସବୁଠୁ କ୍ଷମତାଶାଳୀ ରାଷ୍ଟ୍ରପତି ଯେ କେତେ ଅସହାୟ ସେ କଥା, ସ୍ପଷ୍ଟ ବାରି ହୋଇପଡୁଥିଲା। କ୍ରିସ ୱାଲେସ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ କେବଳ ଗୁଡେଇ ତୁଡେଇ ପ୍ରଶ୍ନ ପଚାରି ନଥିଲେ, ରାଷ୍ଟ୍ରପତିଙ୍କ ଉତ୍ତରରେ ରହିଥିବା ଭୁଲ ତଥ୍ୟକୁ ସିଧା ସିଧା ଖଣ୍ଡନ କରିଥିଲେ। କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ଫ ପ୍ରଶାସନର ଅସହାୟତାକୁ ଅତି ନିର୍ଦ୍ଦୟ ଭାବରେ ଖୋଲିଦେବାର ସାହସ…

Read More

ଭୁବନେଶ୍ବର : ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳ 7ଟା 30 ମିନିଟ୍‌ରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବାର ସୂଚନା ରହିଛି । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ 67 ବର୍ଷ ବୟସରେ ପ୍ରିୟବ୍ରତ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ ପ୍ରିୟବ୍ରତ । ପ୍ରିୟବ୍ରତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଲେ ତାଙ୍କ ସମ୍ପର୍କୀୟ । ତାଙ୍କ ମରଶରୀର ଓଡ଼ିଶା ଆଣିବାକୁ ପ୍ରୟାସ କରାଯାଉଥିବା ସୂଚନା ରହିଛି ।

Read More

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କ ପରଲୋକ ହୋଇଛି । 85 ବର୍ଷ ବୟସରେ ଲାଲାଜୀ ଟଣ୍ଡନ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲାଲ୍‌ଜୀଙ୍କ ପୁଅ ଆଶୁତୋଷ ଟଣ୍ଡନ । ବିଗତ କିଛି ଦିନ ହେବ ଲାଲ୍‌ଜୀ ଟଣ୍ଡନ ଅସୁସ୍ଥ ଥିଲେ । ଲକ୍ଷ୍ନୌଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ବିଳମ୍ବିତ ରାତ୍ରିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଗମ୍ଭୀର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ତେବେ ଆଜି ସକାଳ 5ଟା35 ମିନିଟ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଜୁନ୍‌ 11 ତାରିଖରେ ଲାଲ୍‌ଜୀ ଟଣ୍ଡନ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲାଲ୍‌ଜୀଙ୍କ ଅସୁସ୍ଥତା ଯୋଗୁଁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତି ଦାୟିତ୍ବ ଦିଆଯାଇଛି । 1935 ମସିହା ଅପ୍ରେଲ୍‌ 12 ତାରିଖରେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦିନକୁ ଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେଲା ଅହେତୁକ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରୁ ପ୍ରଶାସନର ନିଦ ହଜିଯାଇଛି । ବାଣପୁର ସବ ଜେଲ ରୁ ପୁଣି ଚାରି ଜଣ କଏଦୀ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଗତକାଲି ଜେଲରେ ଥିବା ସମସ୍ତ ୧୬୯ କଏଦୀ ଏବଂ କର୍ମଚାରୀ ମାନଙ୍କଙ୍କ ରା଼ପିଡ଼ ଟେଷ୍ଟ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଚାରି ଜଣ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ଚାରିଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଜେଲର ତିନି ଜଣ ଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ଜଣେ କଏଦୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଉଭୟ ବିଚାରାଧୀନ ଏବଂ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି । ପୂର୍ବରୁ ଜଣେ କଏଦୀ ଏବଂ ଆଜିର ଚାରିଜଣ ଙ୍କୁ ମିଶାଇ ସର୍ବମୋଟ ୫…

Read More

ମେଲ୍‌ବର୍ଣ୍ଣ : ଜଣେ ବ୍ୟକ୍ତିଙ୍କୁ ବଟର ଚିକେନ୍ ଖାଇବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବଟର୍‌ ଚିକେନ ଖାଇବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦେୟ ଦେବାକୁ ପଡିଛି ।  ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ସହରରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସାରା ଦୁନିଆରେ କରୋନା ଯୋଗୁଁ ଲକ୍‌ଡାଉନ୍‌ ସ୍ଥିତି ରହିଛି । ଏହି ସମୟରେ ହୋଟେଲ୍‌ – ରେଷ୍ଟୁରାଣ୍ଟ, ବାର୍‌ ସବୁ ବନ୍ଦ ରହିଛି । ଏହି ସମୟରେ ନିଜ ମନ ପସନ୍ଦର ଖାଦ୍ୟ ପାଇଁ ନିଜେ ଘରେ ତିଆରି କରିବେ । କିନ୍ତୁ ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି  । ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଖାଦ୍ୟ ବଟର ଚିକେନ୍‌ ପାଇଁ 32 କିଲୋମିଟର ଦୂର ଯାଇଛନ୍ତି । କିନ୍ତୁ ବଟର ଚିକେନ୍‌ର ମୂଲ୍ୟ ତାଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୨ଜଣ, ବିରିଡ଼ି ବ୍ଲକରୁ ୨ଜଣ, ଜଗତସିଂହପୁର ବ୍ଲକରୁ ୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ପାରାଦ୍ବୀପରୁ ବାହାରିଥିବା ୧୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନରେ ଥିଲେ ,ତାଙ୍କ ମଧ୍ୟରୁ ୧୩ଜଣ ବିହାର,ଜଣେ ରାଜସ୍ଥାନ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ୨ଜଣ ଆଇ.ଓ.ସି.ଏଲ୍ ଟେକନିସିଆନ ଅଟନ୍ତି। ଆଉ ୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ବାଲିକୁଦାରୁ ବାହାରିଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ କ୍ଲଷ୍ଟର୍ ଲେବଲ୍ ଟି.ଏମ୍.ସି ଥିବା ବେଳେ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ଓ ସେମାନେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ହରିଆଣା, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଫେରନ୍ତା ପ୍ରବାସୀ ଅଟନ୍ତି। ସେହିପରି ବିରିଡିରୁ ବାହାରିଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୱେଷ୍ଟବେଙ୍ଗଲ ଓ ଆଉଜଣେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି  ଅଟକ ରଖିବା ପରେ ବି  ବନବିଭାଗ କର୍ମଚାରୀ ୬ ଘଣ୍ଟା ଯାଏଁ  ଘଟଣାସ୍ଥଳରେ ନ ପହଞ୍ଚିବା ବଡ ବିଡମ୍ବନାର ବିଷୟ ।ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ  ଚାରି ଘଟିକା  ସମୟରେ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ର ମୁକ୍ତାଦେଇପୁର ଗ୍ରାମ ନିକଟରେ ଥିବା  ‘ଝରଣା’ ଜଙ୍ଗଲ’ରୁ  ତିନି  ରୁ ଚାରି  ଜଣ ଦୁର୍ବୁତ୍ତ ଜଙ୍ଗଲରୁ ଶାଗୁଆନ୍‌ ଗଛ  କାଟି ଚୋରି କରୁଥିବା ସମୟରେ ଏହି ଜଙ୍ଗଲକୁ ତଦାରଖ କରୁଥିବା ମୁକ୍ତାଦେଇପୁର ଗ୍ରାମର  ମା’ମଙ୍ଗଳା ଭି.ଏସ୍‌.ଏସ  କମିଟି ଚୋରଙ୍କ ପିଛା କରିଥିଲେ । ପରିଶେଷରେ ଜଣେ ଚୋରକୁ ଧରିବାରେ ସଫଳ ହୋଇଥିଲେ । ୧0 ଟି ଶାଗୁଆନ ଗଛ ସହିତ ଚୋରକୁ ଅଟକ ରଖିଥିବାବେଳେ ଏନେଇ ବନ ଜଗୁଆଳୀଙ୍କୁ ଅବଗତ…

Read More

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବାଦ୍‌ଶାହା ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ବିଜୟଙ୍କ ଅଭିନୟର ଛାପ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜୟ ମହାନ୍ତିଙ୍କ ବିୟୋଗରେ  ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଶୋକ ପ୍ରକଟ କରିଛନ୍ତି । ଅଭିନୟ ଲାଗି ସେ ସମସ୍ତଙ୍କ ହୃଦୟରେ ସବୁଦିନ ମନେ ରହିବେ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି  ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବିଜୟଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଲହରୀ ଖେଳି…

Read More

ମୁମ୍ବାଇ, ନିକଟରେ ଦେହ ସାରା ମାଟି ବୋଲି ହୋଇଥିବାର ଏକ ଫଟୋ ସଲମନ ନିଜ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହା ବେଶ ଭାଇରାଲ ହେଲା। ହେଲେ ଏବେ ସେ ନିଜ ଜମିରେ ଧାନ ତଳି ରୁଆଉଥିବାର ଫଟୋ ଛାଡିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି।

Read More

ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ। ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ ହୁଏ। ଚିତଉ ସହିତ ‘ଘିଉଡି’ ନାମକ ଆଉ ଏକ ପ୍ରକାରର ପିଠା ମଧ୍ୟ ଭୋଗ ହୋଇଥାଏ। ଚିତଉ ଭୋଗ ଭିତରେ ଥାଏ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ । ଏହା ପର୍ବାଣି ଭୋଗ। ଏଥିରେ ଥାଏ ବଡ଼, ଅଙ୍ଗବାସ ଓ ସାନଓଳି ‘ଘିଉଡି’। ସେହିପରି ଚିତଉ ଭିତରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ। ଓଡ଼ିଶାର ଘରେ ଘରେ ମଧ୍ୟ ଏହିଦିନ ଚିତଉ ପିଠା ତିଆରି ଓଧ କରାଯାଇ ଗୃହଦେବତାଙ୍କୁ ଭୋଗ କରାଯାଏ। ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ…

Read More

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି। ୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ…

Read More

ଭୁବନେଶ୍ବର: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ୭୦ ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି। ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି  ହେବ ନାହିଁ। ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ ବିଜୟ ମହାନ୍ତି। ୧୯୭୭ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ନିଜ ଜୀବନକାଳ ମଧ୍ୟରେ ୧୭୫ ଟି ଫିଲ୍ମରେ ଅଭିନୟ କରିଛନ୍ତି। ‘ନାଗ ଫାଶ’ ଚଳଚ୍ଚିତ୍ରରୁ ଅଭିନୟ କରିଥିବା ବିଜୟ ମହାନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜୟୀ ହୋଇଛନ୍ତି। ଉଭୟ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର…

Read More