ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ ରହୁଥିବା ସମସ୍ତ ରୋଗୀଙ୍କୁ ଏକାବେଳେ ପରୀକ୍ଷା କରିବା ସମ୍ଭବ ହେଉ ନାହିଁ। ଭବିଷ୍ୟତରେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତେବେ ଏହି ପରୀକ୍ଷା ଏକ ଜଟିଳ ବ୍ୟାପାର ହୋଇଯିବ। ସେହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୂପ ଏକ ଥରକେ 4 ହଜାର ପରୀକ୍ଷା କିଟ୍ ମୁମ୍ବାଇରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଭୁବନେଶ୍ବର ଆଣାଯାଇଛି। ବର୍ତ୍ତମାନ ଲକଡାଉନ ସମୟରେ ଏହା ଆଣିବା କଷ୍ଟଦାୟକ ଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି। ଗୁରୁବାର ରାତିରେ ଏହି ବିମାନ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଁଚିଛି। ଏଥିରେ କୋଭିଡ19 ପରୀକ୍ଷା କିଟ ସହିତ…
Author: Samikhsya Bureau
(ସମୀକ୍ଷା ବ୍ୟୁରୋ) ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି। ଆଜି ମୋଟ ୪୦୮ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪୦୨ ନେଗେଟିଭ ଓ ୬ ପୋଜିଟିଭ ବାହାରିଥିବା କଥା ସରକାରଙ୍କ ତରଫରୁ ଟୁଇଟ କରି ଜଣାଇଛି। ସମୁଦାୟ ୩୨୪୯ ନମୂନାରୁ ଏ ଯାଏଁ ରାଜ୍ୟରେ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂଆଦିଲ୍ଲୀ, କୋଭିଡ-19 ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଦାରିତ ବିଭିନ୍ନ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ବାତିଲ କରାଯଉଛି। କାରଣ ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେବା ସମ୍ଭବ ନ ଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି। ସେହିପରି ଜେଇଇ ମେନ 2020ର ପରୀକ୍ଷାର୍ଥୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇଛି ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି। ଫଳରେ ବର୍ତ୍ତମାନ ଯେଉଁମାନେ ଜେଇଇ ମେନ ପରୀକ୍ଷା ଦେବେ ସେମାନେ ବର୍ତ୍ତମାନ ଚାହିଁଲେ ସେମାନଙ୍କର ପରୀକ୍ଷା କେନ୍ଦ୍ର ବା ସହରକୁ ପରିବର୍ତ୍ତନ କରିପାରିବେ।
ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର କୋଭିଡ19 ସଂପର୍କରେ ଦିଆଯାଉଥିବା ଦୈନିକ ରିପୋର୍ଟ ଅନୁସାରେ ବର୍ତ୍ତମାନସୁଦ୍ଧା ଦେଶରେ 166 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଭାଇରସ ଦ୍ବାରା 5734 ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 473 ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କ୍ଲଷ୍ଟର କଣ୍ଟେନମେଣ୍ଟ ଯୋଜନା ଏବଂ ହସ୍ପିଟାଲ ପ୍ରସ୍ତୁତି (କୋଭିଡ-19 ରୋଗୀଙ୍କ ପାଇଁ ଆଇସିୟୁ ଓ ଭେଣ୍ଟିଲେଟ ପରିଚାଳନା)ରେ ରାଜ୍ୟ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ସହାୟତା କରିବା ନିମନ୍ତେ ଉଚ୍ଚସ୍ତରୀୟ ବହୁମୁଖୀ କେନ୍ଦ୍ରୀୟ ଟିମ ମୁତୟନ କରାଯାଉଛି।
ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି। ଓଡିଶା ସରକାର ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକ ଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଥିପାଇଁ ରାଜ୍ୟରେ ଲାଗିଥିବା ଲକ ଡାଉନ କଟକଣାକୁ ମଜଭୁତ କରାଯାଉଛି। ଏଥିପାଇଁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଘରୁ ଜରୁରୀ କାମରେ ବାହାରକୁ ବାହାରନ୍ତି ଏବଂ ସେ ମୁହଁରେ ମାସ୍କ ଲଗାଇନଥିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏସବୁ ପରେ ମଧ୍ୟ ବାଣପୁର ଅଞ୍ଚଳରେ କିଛି ଅସାମାଜିକ ଯୁବକ ଲକ ଡାଉନ କଟକଣାକୁ ଫୁ କରି ଉଡେଇଦେଉଛନ୍ତି। ରାଜ୍ୟସରକାର…
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ ସରକାର ଜାରି କରିଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ ଜୁନ୍ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଲକ୍ ଡାଉନ୍ ଯୋଗୁଁ ଯେଉଁ ଷ୍ଟେଜ୍ କ୍ୟାରେଜ୍/କଣ୍ଟ୍ରାକଫ କ୍ୟାରେଜ୍ଗୁଡ଼ିକ ଅପ୍ରେଲ୍ ମାସ ପାଇଁ ସେମାନଙ୍କର ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେଗୁଡ଼ିକ ଏହି ଅବଧି ମଧ୍ୟରେ ଟିକସ ପଇଠ କରିବେ । ସେହିପରି ଯେଉଁ ମାଲ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅପ୍ରେଲ-ଜୁନ୍ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରବାକୁ କୁହାଯାଇଛି । କୋଭିଡ୍-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବାଣିଜ୍ୟ…
ନୂଆଦିଲ୍ଲୀ, କୋଭିଡ-19ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ। ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ । ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ-19 ପ୍ରକୋପକୁ ରୋଗ ନିରୂପଣ ଦ୍ଵାରା ସମାଧାନ କରିବା, ସଂକ୍ରମିତ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ଉପକରଣ ପ୍ରଦାନ କରିବା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପଦ୍ଧତିକୁ ଅଧିକ ସରଳ କରି ଏହାର ପ୍ରଭାବ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ସମଗ୍ର ଯୋଜନାକୁ ଯୁଦ୍ଧ କାଳୀନ ଭିତ୍ତିରେ…
ବବୁଲୁ ସାହୁ ମ.ରାମପୁର( କଳାହାଣ୍ଡି): ସମଗ୍ର ରାଜ୍ୟ କରୋନା ସହ ଲଢେଇ କରୁଥିବା ବେଳେ ମ.ରାମପୁର ବ୍ଲକର ଅସହାୟ ନୀରିହ ଲୋକେ ଘରୁ ବାହାରି ନ ପାରି ନାନା ପ୍ରକାର ହଇରାଣ ହରକତ ହେେଉଛନ୍ତି। ପ୍ରତ୍ୟହ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିବା ଏହି ଲୋକମାନେ ବର୍ତ୍ତମାନର ଏହି ସମୟରେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଯୋଗୁଁ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅସହାୟଙ୍କ ପରିବାରରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଅସହାୟ ନୀରିହ ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସି ଆର ପି ଏଫ ର ୬୪ ବାଟାଲିୟନ। ମୋହନଗିରିଠାରେ ଥିବା ସ୍ୱତନ୍ତ୍ର ବାଟାଲିୟନ ଇନସପେକ୍ଟର ଜିଡି ମଦନ ସିଂହ, ସିଇଓ ସୁରେଶ କୁମାର ତଥା ଅନ୍ୟାନ୍ୟ କର୍ମଚାରୀମାନେ ମିଶି ସ୍ଥାନୀୟ ଲୋକମାନଙ୍କୁ ରାସନ ସାମଗ୍ରୀ, ବିସ୍କୁଟ, ତଥା ଶୁଖିଲା ଖାଦ୍ୟ ଯୋଗାଇଛନ୍ତି। ଲକଡାଉନ ସମୟରେ ସ୍ଥାନୀୟ ମାଓ ଉପଦ୍ରବ ଅଂଚଳରେ ସିଆରପିଏଫ…
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ କରାଯାଉଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ ଏବଂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କେସିଙ୍ଗା ଓ ସଦର ଏସଡିପିଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦସ୍ତ ପୋଲିସ ପଦାଧିକାରୀ ଏବଂ ସମସ୍ତ ଥାନାର ଥାନାଧ୍ୟକ୍ଷ ମାନେ ପ୍ରତ୍ୟକ୍ଷ ଭାବେ ଏହିସବୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। କୋଭିଡ଼-୧୯ ପ୍ରଭାବରେ ଲକଡାଉନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଏହି ରକ୍ତଦାନ ଶିବିର ସବୁ ଅନିଷ୍ଠିତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଛନ୍ତି। ଗତ…
ଉତ୍ତରପ୍ରଦେଶ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଉଭୟ ବାପ ପୁଅ ଧାନ କିଣିବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଉତ୍ତରପ୍ରଦେଶର ଫାରଦାନା ପୋଲିସ ଷ୍ଟେସନ ଅନ୍ତର୍ଗତ ମାନକିପୁରା ଗ୍ରାମରେ ଅଜଣା ଲୋକଙ୍କ ଦ୍ଵାରା ଏହି ଆକ୍ରମଣର ଶିକାର ହୋଇଥିଲେ ବାପ-ପୁଅ। ପୋଲିସର ସୂଚନାନୁସାରେ, ରମେଶ ଶୁକ୍ଲା(୪୮), ତାଙ୍କ ପୁଅ ଭୋଳୁ ଶୁକ୍ଲା(୨୮) ଜଣେ ସାଙ୍ଗଙ୍କ ସହ ମାନକିପୁରା ଗ୍ରାମରେ ଧାନ କିଣିବାକୁ ଯାଉଥିବାବେଳେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆକ୍ରମଣକାରୀମାନେ ମଧ୍ୟ ଗୁଳି ଚଳାଇବା ପରେ ଭୋଳୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭୋଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାପା ରମେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି…
ବଲାଙ୍ଗିର: ବଲାଙ୍ଗିରର ଘରୋଇ ନର୍ସିଂ ହୋମ୍ ହରିହର ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା କୋଭିଡ୍-19ର ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ ନର୍ସିଂହୋମକୁ ସିଲ୍ କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ୍। କରୋନାର ମୁକାବିଲା କରିବା ପାଇଁ ରାଜ୍ୟସରକାର ବହୁ କଡା ପଦକ୍ଷେପ ନେଉଛନ୍ତି। ନର୍ସିଂହୋମ୍ ତଥା ଘରୋଇ କ୍ଲିନିକ୍ଗୁଡିକ ରାଜ୍ୟସରକାରଙ୍କ ପ୍ରଦତ୍ତ କୋଭିଡ-19 ଗାଇଡ୍ ଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସିଲ୍ ହୋଇଥିବା ନର୍ସିଂହୋମ୍ଟି ସାମାଜିକ ଦୂରତା, ଏବଂ ସାନିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନର୍ସିଂ ହୋମକୁ ସିଲ୍ କରିଛି।
ଭୁବନେଶ୍ବର: ଆଜି କରୋନା ଅପଡେଟ୍ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍ଚୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିବା ସହିତ କେତେକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ରାଜ୍ୟ କ୍ୟାବିନେଟ୍ରେ ନିଆଯାଇଥିବା ଲକ୍ ଡାଉନ୍ ଅବଧି ବୃଦ୍ଧି ସମ୍ପର୍କରେ ସୂଚାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଂକ୍ଷେପରେ ଜଣାଇଛନ୍ତି ବାଗ୍ଚୀ। କରୋନାର ଅପଡେଟ୍ ସୂଚନା ଦେଇ ବାଗ୍ଚୀ କହିଛନ୍ତି ଯେ, ଭାରତୀୟ କରୋନା ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା 16ତମ ରହିଛି। ଆଜି ସକାଳ ସୁଦ୍ଧା 2841ଟି ନମୁନା ପରୀକ୍ଷା ହୋଇଥିବାବେଳେ ପଜିଟିଭି ବ୍ୟକ୍ତିଙ୍କ ସଂଖ୍ୟା 44 ରହିଛି। ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ଦୁଇଜଣ। ଜଣେ ଏହି ରୋଗରେ ମୃତ୍ୟୁ ବରଣ କରିଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 41 ରହିଛି। ସେହିପରି କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି 106ଜଣ। ଏହି ପ୍ରେସ୍ ମିଟ୍ରେ ଆଜି କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ମଧ୍ୟ…
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାର ବେଶ୍ କଡା ପଦକ୍ଷେପ ନେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲକ୍ ଡାଉନ୍ର ଅବଧିକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ଘୁଞ୍ଚାଇଥିବାବେଳେ ଏବେ ମାସ୍କକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ତିନିଥର ଆଇନ ଉଲ୍ଲଂଘନ କଲେ 200 ଶହ ଲେଖାଏଁ ଜରିମାନା । ତିନିଥର ପରେ ମାସ୍କ ନ ପିନ୍ଧିଲେ ଜରିମାନା ପରିମାଣ 5ଶହକୁ ବଢିବ। ଆଜିଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ନୂଆଦିଲ୍ଲୀ : ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ନ ଖାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ଆଜି ପ୍ରେସ୍ ମିଟ୍ରେ ସୂଚନା ଦେଇ ଏହା କହିଛନ୍ତି । କରୋନା ପଜିଟିଭିଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତରଙ୍କୁ ଏହା ଦିଆଯାଉଛି । କରୋନା ପଜିଟିଭି ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସଙ୍କୁ ଏହା ଖାଇବାକୁ କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିନ୍ ଖାଆନ୍ତୁନି, ଏହାର ପାର୍ଶ୍ବ ପ୍ରତିକ୍ରିୟା ଅଛି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ବାଲ । ଏହା ହୃଦରୋଗ ଜନିତ ସମସ୍ୟା ବହୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି । କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ଯେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 541 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଦେଶରେ ମୋଟ 5734…
ଜମ୍ମୁ : କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ଆଜି କାଶ୍ମୀର ଘାଟିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ଶ୍ରୀନଗରରେ ହେଲ୍ପ ଲାଇନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ଜିନିଷ ସହିତ ରାସନ ସାମଗ୍ରୀ ପହଞ୍ଚାଇବେ । ପ୍ରତ୍ୟେକ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଘରେ ପହଞ୍ଚାଇବା ପାଇଁ ସିଆରପିଏଫ୍ ତରଫରୁ ଏକ ହେଲ୍ପ ଲାଇନ ଜାରି ହୋଇଛି । 14411 ବା 9469793260 ଜରିଆରେ କଲ୍ କଲେ ଘର ନିକଟରେ ସାମଗ୍ରୀ ପାଇପାରିବେ । ସିଆରପିଏଫ୍ର ରାଜେଶ କୁମାରଙ୍କ କହିବାନୁସାରେ ଲକ୍ଡାଉନ୍ ଆରମ୍ଭ ହେଲା ପରଠାରୁ ଲୋକାଲ୍ ୟୁନିଟ୍କୁ ବହୁତ ସାରା କଲ୍ ଆସୁଛି । ୟୁନିଟ୍ ନିଜେ ଗରିବ ଲୋକଙ୍କ ନିକଟକୁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । କିନ୍ତୁ ଏବେ ଏହି ଦାବି ବଢିବାର ସମସ୍ତ ସିଷ୍ଟମକୁ ଏକତ୍ର କରି ଏକ ହେଲପ ଲାଇନ୍ ସହିତ ଯୋଡାଯାଇଛି । ଆଜିଠାରୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ଆଜିଠୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଏହ ପରିପ୍ରେକ୍ଷୀରେ ମହ୍ଲାସାହି ମା’ କେନ୍ଦୁଳାଇ ଗ୍ରାମ କମିଟି ପକ୍ଷରୁ ମାଗଣା ମାସ୍କ ବଣ୍ଟନ କରାଯାଇଛି । 60 ବର୍ଷରୁ ବୟସ୍କଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା । ବଲ୍ଲଭ ଚରଣ ପାଣି ଓ ବିଶ୍ବନାଥ ପାଣିଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପାଦନା କରାଯାଇଥିବାବେଳେ ତପନ ମହାନ୍ତି, ପ୍ରସନ୍ନ ପଣ୍ଡା, କୁଳମଣି ଦାସ, ମାଧବ ଚରଣ ପାଣି ଓ ବଳାରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବର : ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ତିନୋଟି ହସ୍ପିଟାଲଗୁଡିକ ହେଲା, ବ୍ରହ୍ମପୁର ମେଡ଼ିକାଲ କଲେଜ, ଭିମ୍ସାର୍ ଓ ଆଇଜିଏଚ୍ । ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ସେହିପରି ଏସ୍ସିବି, ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲରେ ସାନିଟାଇଜ୍ ପ୍ରସ୍ତାବ ରଖାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଲକ୍ ଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛି । ଆସନ୍ତା ଏପ୍ରିଲ୍ 30 ତାରିଖ ଯାଏଁ ଲକ୍ ଡାଉନ୍ ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଢେଙ୍କାନାଳ : ଆଜି ରାଜ୍ୟରେ ଦୁଇଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଣେ ଢେଙ୍କାନାଳର ହୋଇଥିବାବେଳେ ଆଉ ଜଣେ ପଶ୍ଚିମବଙ୍ଗର । ତେବେ ଢେଙ୍କାନାଳ କରୋନା ଆକ୍ରାନ୍ତ ମହିଳାଙ୍କ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ପୃକ୍ତ ମହିଳା କୁଆଡେ ବାହାରକୁ ଯାଇନଥିଲେ ବୋଲି ସୂଚନା ମିଳିଛି । ତେବେ ସେ ବାହାରୁ ଆସିଥିବା କିଛି ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ସେ ଆସିଥିଲେ ବୋଲି ଜଣାପଡିଛି । ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବାରୁ ଆଶଙ୍କା କରାଯାଇ ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା । ସମ୍ପୃକ୍ତ ମହିଳାଙ୍କ ସହ 15 ଜଣଙ୍କୁ କ୍ବାରେଣ୍ଟାଇନ୍ର ରଖାଯାଇଥିଲା । ତେବେ 15 ଜଣକ ମଧ୍ୟରୁ କେବଳ ଉକ୍ତ ମହିଳାଙ୍କ ରିପୋର୍ଟ ପଜିଟିଭି ଆସିଛି ବୋଲି ଜଣାପଡିଛି । ଅନ୍ୟ14 ଜଣଙ୍କ ନେଗେଟିଭ୍ ଆସିଥିଲେ ବି ଆଇସୋଲେସନରେ ରଖାଯିବ ବୋଲି ଜଣାପଡିଛି । ଆଉ 5/6 ଦିନ ପରେ ଉକ୍ତ 14 ଜଣଙ୍କ ପୁଣି…
ଭୁବନେଶ୍ବର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଲକ୍ଡାଉନକୁ ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହାହିଁ ଏକମାତ୍ର ବାଟ। ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା କେସ୍ ଆସିଲା ତା’ପରଠାରୁ ଆଜି ପର୍ଯ୍ୟନ୍ତ ୪୪ଟି କେସ୍ ଆସିଛି। ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି। ଏହି ସମୟ ମଧ୍ୟରେ…
ଇନ୍ଦୋର: ଦେଶରେ କରେନାର ବେଶ୍ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦେଶରେ କରୋନା ଜନିତ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଭାବରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଏହି ଡାକ୍ତରଙ୍କ ମୃତ୍ୟୁ ପରେ ଇନ୍ଦୋରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ଦୁଇଦିନ ତଳେ ଡାକ୍ତରଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ପ୍ରଥମେ ଗୋକୁଳାଦାସ ଓ ପରେ ସିଏଚଏଲ୍ରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ତାଙ୍କୁ ଅରବିନ୍ଦୋକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯ ରହିଥିବାବେଳେ ମୃତ୍ୟୁ…