ଭୁବନେଶ୍ବର : 2020-21 ବର୍ଷ ପାଇଁ ଘରୋଇ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରହିବ। 2019-20 ବର୍ଷରେ ଟାରିଫ୍ ଯାହା ଥିଲେ ସେୟା ରହିବ। କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଘରୋଇ, ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ବିଦ୍ୟୁତ ଦର ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମା ମେ’ ପହିଲାରୁ ଲାଗୁ ହେବ। ପ୍ରିପେଡ୍ ଉପଭୋକ୍ତାଙ୍କୁ ଦୁଇ ପ୍ରତିଶତ ରିହାତି ମିଳିବ। ବିଦ୍ୟୁତ ବିତରକ କମ୍ପାନୀ ମଧ୍ୟ ସମାନ ଦାମ୍ରେ ଗ୍ରୀଡ୍କୋରୁ କିଣିବେ। କରୋନା ପାଇଁ ଛୋଟ ଛୋଟ ଶିଳ୍ପ ସଂସ୍ଥାକୁ ଶୁଳ୍କ ରିହାତି ମଧ୍ୟ ମିଳିବ। ପଶ୍ଚିମ ଓଡ଼ିଶାର ଛୋଟ ଇସ୍ପାତ ଶିଳ୍ପ ପାଇଁ ମଧ୍ୟ ରିହାତି ବ୍ୟବସ୍ଥା କରାଯାଇଛି।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍କୁ ମିଳିଛି ବଡ ସଫଳତା। ବୁଧବାର ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ୪ ହଜାର ଲିଟର ଦେଶୀ ମଦ ଜବତ କରିବା ସହିତ ୧୪ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁରର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟସ୍ଥ ଜଳେଶ୍ବରପୁରର ଏକ ଇଟା କାରଖାନା ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ପୋଲିସ୍ ୪୭୪୦ ଲିଟର ଦେଶୀମଦ ଜବତ କରିଛି। ୨୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍ ଜାରକିନ୍ରେ ଏହି ଦେଶୀ ମଦ ରଖାଯାଇଥିଲା। ସେହିପରି ୨୩୮୦୦ ଲିଟର ପଲିଥିନ୍ ମଦ ଏବଂ ୧୨୨୯୦ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଏହା ସହିତ ଦୁଇଟି ପ୍ୟାକେଜିଂ ମେସିନ୍ ମଧ୍ୟ ଜବତ କରାଯାଇଛି। ପୋଲିସ୍ ପକ୍ଷରୁ ଅବକାରୀ ବିଭାଗ ଅଧିନିୟମ ଅନୁଯାୟୀ କେସ୍ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯିବା ସହିତ ଦେଶୀ ମଦ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ୧୪ ଜଣଙ୍କୁ…
ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କୁ ମାର୍ଶାଘାଇ ତହସିଲଦାର ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ପାରାଦ୍ୱୀପରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡିଛି। ଉଦ୍ଧାର କରିବା ପରେ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ଆଜି ସକାଳୁ ପାରାଦ୍ବୀପରୁ ସାଇକେଲରେ ମେଦିନାପୁର ଅଞ୍ଚଳକୁ ବାହାରି ଥିବା ବେଳେ ମାର୍ଶାଘାଇ ଥାନା ଅଞ୍ଚଳର ହଜାରୀ ଛକ ନିକଟରେ ପହଞ୍ଚିଥିଲେ। ଏହି ଶ୍ରମିକ ମାନେ ସାଇକେଲରେ କିଛି ଜିନିଷ ବାନ୍ଧି ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ କରି ମାର୍ଶାଘାଇ ଥାନା ଓ ମାର୍ଶାଘାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଖବରପାଇ ତହସିଲଦାର ଓ ମାର୍ଶାଘାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ସେଠାରୁ ଅଟକାଇ ହିନ୍ଦୁଳିଆ ପଞ୍ଚାୟତର ମାଣତୀର ଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ…
ବେଙ୍ଗାଲୁରୁ : ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ଅନନ୍ୟ ଉପାୟରେ କରୋନା ସଚେତନତା ବାର୍ତ୍ତାର ପ୍ରଚାର କରାଯାଇଛି । ଲକ୍ଡାଉନ୍ ନିୟମ ପାଳନ କରିବା ପାଇଁ ବେଙ୍ଗାଲୁରୁ ପୋଲିସ୍ର ଜଣେ ଅଧିକାରୀ ଯମ ଭାବରେ ଯାଇ ସମସ୍ତଙ୍କୁ ସଚେତନ କରାଇଛନ୍ତି । ଯଦି ଲୋକ ଘରୁ ବାହାରିବେ ତେବେ ଯମଙ୍କ ରୋଶର ଶିକାର ହେବେ । ତେଣୁ ଲକ୍ଡାଉନ୍ ନିୟମ ମାନି ସମସ୍ତେ ଘରେ ରୁହନ୍ତୁ ଏବଂ ନିରାପଦ ରୁହନ୍ତୁ । ତେବେ ବେଙ୍ଗାଲୁରୁ ପୋଲିସ୍ର ଏହି ଅନନ୍ୟ ପ୍ରୟାସକୁ ସୋସିଆଲ୍ ମିଡିଆରେ ଢେର ପ୍ରଶଂସା କରାଯାଇଛି । (ଏଜେନ୍ସି)
ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍ର ପ୍ରାକ୍-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ…
ଜୟପୁର: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ କାରଣରୁ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆଙ୍କୁ ପାଲଗଡ ଭିଡ ହିଂସା ପାଇଁ ସମାଲୋଚନା କରିଥିଲେ। କେବଳ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରତି ସୋନିଆଙ୍କ ସମ୍ବେଦନଶୀଳତା ରହିଛି ତେଣୁ ପାଲଗଡ ମାମଲାକୁ ନେଇ ସେ ନୀରବ ବୋଲି ଅର୍ଣ୍ଣବ ମତ ଦେଇଥିଲେ। ଏହି ଘଟଣାକୁ ନେଇ ଗେହଲଟ ଅର୍ଣ୍ଣବଙ୍କୁ ସମାଲୋଚନା କରିଛନ୍ତି। ଗୋସ୍ବାମୀ ସାମ୍ବାଦିକତାର ସର୍ବନିମ୍ନ ସ୍ତରକୁ ଖସି ଆସିଛନ୍ତି ତେଣୁ ଏଡିଟରସ୍ ଗିଲ୍ଡ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗେହଲଟ୍। (ଏଜେନ୍ସି)
ଦେବାଶିଷ ପାଢୀ ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଏବଂ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ତୃଣମୂଳ ସ୍ତରରେ ଏହା ବିଫଳ ହୋଇଛି। ଏପରି ଏକ ନଜିର ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଯାଜପୁରର ଜହ୍ନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିହାରରୁ ଆସିଥିବା ଦୁଇ ଜଣ ଶ୍ରମିକ ପ୍ରାୟ ଦେଢ ମାସ ହେବ ଲକ୍ଡାଉନ୍ରେ ଫସି ରହିଥିବା ବେଳେ ଉଭୟଙ୍କ ନିକଟରେ ଖାଇବା ପାଇଁ କିଛି ନାହିଁ। ପ୍ରାୟ ୭ ଦିନ ହେବ ଉଭୟ ଖାଇବାକୁ ପାଇନଥିବା ବେଳେ ଏନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ।
ରମେଶ ମହାନ୍ତି ଜଗତସିଂହପୁର: ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକର ସମୟରେ ପରିବର୍ତ୍ତନ କରିଛନ୍ତି। ଔଷଧ ଦୋକାନ ବ୍ୟତୀତ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକ ପ୍ରତ୍ୟହ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ସମସ୍ତ ଦୋକାନ ଆଗରେ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହିତ ଅଧିକ ଲୋକ ଯେପରି ଏକାଠି ନହୁଅନ୍ତି ସେଥିପ୍ରତି ସଂପୃକ୍ତ ଦୋକାନୀ ଦୃଷ୍ଟିଦେବେ। ଦୋକାନୀ ଓ ବ୍ୟବସାୟୀମାନେ ଲୋକମାନଙ୍କୁ ସଚେତନ କରିବା ସହିତ ନୂଆ ସମୟ ସାରଣୀ ସଂପର୍କରେ ଦୋକାନ ଆଗରେ ପୋଷ୍ଟର୍ ମାରିବେ। ଏହା ବ୍ୟତୀତ ପୁର୍ବରୁ ଥିବା ସମସ୍ତ ଆଦେଶ ବଳବତ୍ତର ରହିବ। ଏହାର ବ୍ୟତିକ୍ରମ ହେଲେ ସଂପୃକ୍ତ ଦୋକାନୀ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସମସ୍ତ ସାପ୍ତାହିକ ହାଟଗୁଡିକ ସପ୍ତାହରେ ଗୋଟିଏ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ ଔଷଧ ଦୋକାନ…
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଏହି ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଛି । 38 ବର୍ଷୀୟ ଏହି ବ୍ୟକ୍ତି ଜଣକର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା 31ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ଦୁଇ ରୋଗୀ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଥିବା ବଳେ ତନ୍ମଧ୍ୟରୁ 31 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।
ଭୋପାଳ : ଲକ୍ଡାଉନ୍ ସମୟରେ ଡାକ୍ତରଖାନା ଯାଉଥିବା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଚଳିତ ମାସ 18 ତାରିଖରେ ଏହି ଘଟଣା ଘଟିଛି । ଡାକ୍ତରଖାନା ଯାଉଥିବା ବେଳେ 17 ବର୍ଷୀୟା ନାବାଳିକାଙ୍କୁ ଏକ କାର୍ରେ ଅପହରଣ କରି ନେଇଥିଲେ ଦୁର୍ବୁର୍ତ୍ତ । 8 କିମି ଦୂର ଏକ ନିଚ୍ଛାଟିଆ ରାସ୍ତାକୁ ନେଇ ଅଭିଯୁକ୍ତ ମାନେ ନାବାଳିକାକୁ ବଳାତ୍କାର କରିଥିଲେ । ତେବେ ଲକ୍ଡାଉନ୍ ସମୟରେ ଏକ ଯୁବତୀକୁ କାର୍ରେ 8 କିମି ବାଟ ନିଆଗଲେ ମଧ୍ୟ ପୋଲିସ୍କୁ ସୂଚନା ନମିଳିବା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୋପାଳର ଭେଲ୍ ଟାଉନ୍ସିପ୍ ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଯୁବତୀ ଜଣକ 19 ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ । (ଏଜେନ୍ସି)
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲା ଅଧିନରେ ଥିବା ୧୪ ଗୋଟି ବ୍ଲକର ଭିସି ହଲରେ ଶପଥପାଠ କରିଛନ୍ତି ସମସ୍ତ ସରପଞ୍ଚ। ଆଠଗଡ ବ୍ଲକ ଭିସି ହଲରେ ଆଜି ଆଠଗଡ ବିଡିଓ ଆଠଗଠ ବ୍ଲକ ଚେୟାରମ୍ୟାନ ଓ ଆଠଗଡ ବ୍ଲକର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ସେହିପରି ତିଗିରିଆ ବଡ଼ମ୍ବା ନରସିଂହପୁର ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ, ଚେୟାରମ୍ୟାନ ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି। ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ। ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ…
ନୂଆଦିଲ୍ଲୀ: ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ କରାଗଲେ ଆକ୍ରମଣ କାରୀଙ୍କୁ ୭ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯିବ। ସେହିପରି ଆକ୍ରମଣରେ ଘଟିଥିବା କ୍ଷୟକ୍ଷତିର ଦୁଇଗୁଣା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଆଦାୟ କରାଯିବ। ଆକ୍ରମଣ ପାଇଁ ସର୍ବନିମ୍ନ ୬ ମାସରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧-୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ସାମାନ୍ୟ ଆକ୍ରମଣ ପାଇଁ ୩-୫ ବର୍ଷର କାରାଦଣ୍ଡର ବ୍ୟବସ୍ଥା ରଖାଯାଇଥିବା ବେଳେ ସାମାନ୍ୟ କ୍ଷୟକ୍ଷତି ନିମନ୍ତ ୫୦ ହଜାରରୁ ଦୁଇ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯିବା ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ପ୍ରେସ୍ମିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୨ ଲକ୍ଷ କରୋନା ଆଇସୋଲେସନ୍ ଶଯ୍ୟା ପ୍ରସ୍ତୁତ ରଖାଯାଇଥିବା ନେଇ ଜାଭଡେକର ସୂଚନା ଦେଇଛନ୍ତି।…
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବି ଓ୍ବିଙ୍ଗକୁ ସିଲ୍ କରି ଦିଆଯାଇଛି। ମନ୍ତ୍ରାଳୟର ଜଣେ କର୍ମୀ କରୋନା ପଜିଟିଭ୍ ଜଣାପଡିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଭବନ ଏବଂ ଲୋକସଭାର ଜଣେ ଲେଖାଏଁ କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ 15 ତାରିଖରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ କୌଣସି କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରି ଦିଆଯାଇଛି। (ଏଜେନ୍ସି)
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ବାଣପୁର ବ୍ଲକ୍ର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଣପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ୧୭ଟି ପଞ୍ଚାୟତର ସରପଞ୍ଚ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଏବଂ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହି ଭିଡିଓ କନ୍ଫରେନ୍ସିଂରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ ଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ୍ରେ ରଖିବା ଏବଂ ଅନ୍ୟ ସମସ୍ତ ଦାୟିତ୍ବର ନିର୍ବାହନ ନେଇ…
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିଶ୍ରୁତି ପରେ ଡାକ୍ତର ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଡାକ୍ତରଙ୍କୁ ଆକ୍ରମଣ ବିରୋଧରେ ଆଇନ ପ୍ରଣୟନ ପାଇଁ ଦାବି କରାଯିବା ସହିତ ପ୍ରତିବାଦରେ ଦୁଇ ଦିନିଆ ବନ୍ଦର ଡାକରା ଦେଇଥିଲେ । ମାତ୍ର ଡାକ୍ତରଙ୍କୁ ଆକ୍ରମଣ କରାଗଲେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେବା ପରେ ଭାରତୀୟ ମେଡିକାଲ ସଂଘ(ଆଇଏମ୍ଏ) ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଡାକ୍ତର ସଂଘ ସହିତ ଶାହାଙ୍କର ଏହି ଭିଡିଓ କଲ୍ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିଥିଲେ । (ଏଜେନ୍ସି)
ରଞ୍ଜିତ୍ ପଣ୍ଡା କୁଜଙ୍ଗ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଲକ୍ ଡାଉନ୍ ନିୟମକୁ କଡାକଡି କରାଯାଇଛି। କିନ୍ତୁ ରାଜ୍ୟର କିଛି ଅଞ୍ଚଳରେ ଏହି ଲକ ଡାଉନ୍ ନିୟମ ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅର୍ନ୍ତଗତ ଚଟୁଆ ଠାରେ ଥିବା ଦେବୀ ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସି ସେଣ୍ଟରରେ ନାହିଁ ନ ଥିବା ଭିଡ଼ ପରି ଲକ୍ଷିତ ହୋଇଛି। କରୋନା ସଂକ୍ରମଣ ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ଅସ୍ତ୍ର ହୋଇଥିବାବେଳେ ଏଠାରେ ସାମାଜିକ ଦୂରତ୍ବକୁ କେହି ମାନୁନଥିବାର ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ 82ରେ ପହଞ୍ଚିଛି। ଅପରପକ୍ଷରେ ଏବେ ଆକ୍ରାନ୍ତମାନେ ମୁଖ୍ୟତଃ ଗ୍ରାମ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି। ନିକଟରେ ଚିହ୍ନଟ ହୋଇଥିବା ପ୍ରାୟ ସମସ୍ତ ଆକ୍ରାନ୍ତମାନେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ସେମାନେ ସମେସ୍ତ ଗ୍ରାମ ଅଞ୍ଚଳରେ ରହୁଥିଲେ। ଏପରି ସମୟରେ ସାମାଜିକ ଦୂରତ୍ବକୁ ଭାଙ୍ଗିବା ଆମ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି।…
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ଭିଡିଓ କଲ୍ ଜରିଆରେ ବିବାହ ପାଇଁ ମନା କରିଦେବାରୁ ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ବରେଲୀର କୁଲାଡିଆ ଅନ୍ତର୍ଗତ କରୁଆମ ସାହାବଗଞ୍ଜ ଗ୍ରାମରେ ଏହି ଘଟଣା ଘଟିଥିଲା । ସାମସୁଲ୍ ହସନ ନାମକ ଏହି ବ୍ୟକ୍ତି ନିଜ ଝିଅ ଫର୍ଜାନାର ବିବାର ଇର୍ସାଦ ହୁସେନ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଠିକ୍ କରିଥିଲେ । ମାତ୍ର ଇର୍ସାଦ୍ ପଞ୍ଜାବରେ ରହିଥିବାରୁ ଲକ୍ଡାଉନ୍ ଯୋଗୁଁ ଏପ୍ରିଲ୍ 19 ତାରିଖରେ ନିଜ ବିବାହ ପାଇଁ ପହଞ୍ଚି ପାରିନଥିଲେ । ଫର୍ଜାନାର ପରିବାର ଭିଡିଓ କଲ୍ ଜରିଆରେ ବିବାହ କରିବାକୁ ଚାହୁଁଥିବା ବେଳେ ଇର୍ସାଦ ଏଥିରେ ଅରାଜି ହେବାରୁ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ତେବେ ପୁଅ ଘର ପରିବାର ଲୋକ କ୍ଷତିପୂରଣ ପ୍ରଦାନ କରିବା ପରେ ମାମଲାର ଆପୋଷ ସମାଧାନ ହୋଇଥିଲା । (ଏଜେନ୍ସି)
ନୂଆଦିଲ୍ଲୀ : ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ । ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ପରମ୍ପରା ଅତି ମହାନ୍ । ଓଡ଼ିଶାର ତିନୋଟି ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିଛି । ଇନ୍ଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ରେ ଓଡ଼ିଶାର ତିନି ପରମ୍ପରା ସ୍ଥାନିତ କରାଯାଇଛି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ କେନ୍ଦ୍ରୀୟ ମାନ୍ୟତା ମିଳିଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର। ଇନ୍ଟାଞ୍ଜିବଲ୍ କଲଚରାଲ୍ରେ ହେରିଟେଜ୍ରେ ଓଡ଼ିଶାର ପରମ୍ପରା ସ୍ଥାନିତ ହେବା ପରେ ଓଡ଼ିଶାର ସଂସ୍କୃତି ବିଶ୍ବ ଦରବାରରେ ଉପସ୍ଥାପିତ ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର ପରମ୍ପରାକୁ କେନ୍ଦ୍ରୀୟ ମାନ୍ୟତା ମିଳିବା ପରେ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯାଇଥିଲା। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟିନ୍ରେ ରଖିବା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର : ରାଜ୍ୟବାସୀଙ୍କୁ କୋଭିଡ-19 ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବା ପାଇଁଓଡ଼ିଶା ସରକାର ହ୍ବାଟସ୍ଆପ୍ ଇନ୍ଫୋ ଡେସ୍କର ଶୁଭାରମ୍ଭ କରିଛି । ଏହି ହ୍ବାଟସ୍ଆପ୍ ଗ୍ରୁପ୍ ସୃଷ୍ଟି କରି ରାଜ୍ୟବାସୀଙ୍କ କରୋନା ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହ୍ବାଟସ୍ଆପ୍ ଗ୍ରୁପ୍ର ଶୁଭାରମ୍ଭ କରାଯାଇଛି । Bit.ly/OGC Covid ହ୍ବାଟସ୍ଆପର ନମ୍ବର – 9337929000 ରହିଛି । ହ୍ବାଟସ୍ଆପ୍ରେ ପ୍ରଥମେ ହାଏ ଲେଖି ପଠାଇ ଦେଲେ ପହଞ୍ଚିଯିବ ସୂଚନା । ହେଲ୍ପ ଡେସ୍କ ଶୁଭାରମ୍ଭ ନେଇ ଟ୍ବିଟର୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

