ହାଓ୍ବାଡା : ଦୁଇହଜାର ଟଙ୍କା ପାଇଁ ଜଣେ କାରିଗର 4 ବର୍ଷର ଶିଶୁର ଗଳା କାଟି ଜୀବନ ନେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁଟିର ଜୀବନ ମା’ କୋଳରେ ହିଁ ଚାଲିଯାଇଛି । ସୋମବାର ଦିନ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି । ହାଓ୍ବାଡା ଡୋମଜୁର ଥାନା ଅନ୍ତର୍ଗତ ବାଙ୍କଡା ବଜାର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ଶିଶୁର ନାମ ମୋହମ୍ମଦ ଇମରାନ। ଏହି ଘଟଣା ପରେ ସାରା ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିଯୁକ୍ତ କାରିଗରର ନାମ ମୋହମ୍ମଦ ସଲିମ୍। ଶିଶୁର ଗଳା କାଟି ଘଟଣାସ୍ଥଳରୁ ଫେରାର ରହିଥିବାବେଳେ ପୋଲିସ୍ ଅଭିଯୁକ୍ତ ତାଲାସି ଜାରି ରଖିଛି । ବାଙ୍କଡାବଜାର ସ୍ଥିତ ଏକ ଆପାର୍ଟମେଣ୍ଟରେ ଥିବା ଜଣେ ଚୁଡି ବ୍ୟବସାୟୀଙ୍କ ନିକଟରେ ଅଭିଯୁକ୍ତ ଜଣକ କାମ କରୁଥିଲା । ଅଭିଯୁକ୍ତଙ୍କର 6 ହଜାର ଟଙ୍କା ବାକି ରହିଥିଲା । ସୋମବାର ସନ୍ଧ୍ୟାରେ…
Author: Samikhsya Bureau
କୃଷ୍ଣଚନ୍ଦ୍ର ସୁଆସିଆଁ ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସୋମପୁର ଗ୍ରାମରେ ଡେଟୋନେଟର ବିସ୍ଫୋରଣ ଫଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନାଯୋଗ୍ୟ ଯେ ଆହତ ଛାତ୍ରମାନେ ନିକଟସ୍ଥ ପାହାଡ ଫୁଟାଇବା ପାଇଁ ବ୍ୟବହାର ଡିଟୋନେଟରକୁ ଆଣି କ୍ରୀଡାରତ ସମୟରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା।ଯାହା ଫଳରେ ତିନି ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ବାଳକମାନେ ହେଲେ ବାଦଲ ଗୌଡ,ନାରାୟଣ ଗୌଡ,ଶ୍ରୀଧର ଗୌଡ। ଏହି ତିନି ଛାତ୍ରଙ୍କ ଆଙ୍ଗୁଳି,ମୁହଁରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ମେଡିକାଲରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ବିଶେଷ ସୂତରୁ ପ୍ରକାଶ ପାଉଥିବା ବେଳେ ହିଞ୍ଜିଳି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ଆରମ୍ଭ କରିବା ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ଛାଡିବା ଉପରେ ବିଚାର କରୁଛନ୍ତି । ଟୁଇଟ୍ କରି ସେ ରବିବାର ଦିନ ଫେସବୁକ୍, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏହି ସୂଚନା ସେ ତାଙ୍କ ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲରେ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଟୁଇଟ୍ ପରେ ଏକପ୍ରକାର ଚାଞ୍ଚଲ୍ୟ ଖେଳିଯାଇଛି । ବିଶ୍ୱରେ ରାଜନେତାଙ୍କ ମଧ୍ୟରେ ସର୍ବାଧିକ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ମୋଦିଙ୍କର ସ୍ଥାନ ରହିଛି। ଏପରିକି ସେଲ୍ଫି ଉଠାଇବାର ଟ୍ରେଣ୍ଡ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆକୁ ଛାଡିବା ନେଇ କିଛି ‘ଇନୋଭେଟିଭ୍ ଆଇଡିଆ‘ ନେଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଅନୁମାନ କରାଯାଉଛି । ଏପରିକି ଭାରତ ସରକାର ତରଫରୁ କିଛି ନୂଆ ପ୍ଲାଟଫର୍ମ ଆଣିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଇପାରେ । ତେବେ ଆମକୁ…
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍କାର ହେବ। ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନେଇ କେଜରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ହିଂସାକୁ ନିୟନ୍ତ୍ରଣ କରିବାରେ ନିଷ୍କ୍ରିୟତା ପାଇଁ ଶାସକ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ 47ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଝାଡଖଣ୍ଡ : ଭାରତୀୟ ନ୍ୟାୟବ୍ୟବସ୍ଥା ପ୍ରତି ଏବେ ଲୋକଙ୍କର ସନ୍ଦେହ ସୃଷ୍ଟି ହେଉଥିବାବେଳେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଝାଡଖଣ୍ଡର ସେସନ୍ କୋର୍ଟ ରାତ୍ରିସାରା ଶୁଣାଣି କରିଛନ୍ତି । ନିକଟରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଘୁଞ୍ଚି ଚାଲିଥିବାବେଳେ ଏହାକୁ ନେଇ ନ୍ୟାୟବ୍ୟବସ୍ଥାକୁ ଅନେକେ ଆଙ୍ଗୁଳି ଉଠାଇଛନ୍ତି । ତେବେ ଏହା ମଧ୍ୟରେ ଝାଡଖଣ୍ଡରେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଲାଗି ରାତି ସାରା ଅଦାଲତରେ ଶୁଣାଣି କରିବା ଆମ ନ୍ୟାୟବ୍ୟବସ୍ଥାର ବିଶ୍ବସନୀୟତାକୁ ପୁଣି ଥରେ ପ୍ରମାଣିତ କରୁଛି । ଝାଡଖଣ୍ଡର ଡୁମକା ଜିଲ୍ଲାର ରାମଗଡ ପୋଲିସ ଷ୍ଟେସନ ଅଞ୍ଚଳର ଛଅ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହତ୍ୟା ଘଟଣାରେ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୋର୍ଟରେ ଶୁଣାଣି ହୋଇଥିଲା। ଜିଲ୍ଲା ସେସନ୍ ଜଜ୍ ମହମ୍ମଦ ତ ତୋଫିକୁଲ୍ ହାସନ କୋର୍ଟରେ ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ତିନି ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିଥିଲେ । କୋର୍ଟ କେବଳ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ଘଟଣାର ସାତ ମାସପରେ ମୃତ ଯୁବକର ମାଆ ସୁଲୋଚନା ଦାଶ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ମାମଲା ରୁଜୁ କରିଥିଲେ । ଫଳରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । କୁଜଙ୍ଗ ଥାନା ପକ୍ଷରୁ ମଧ୍ୟ ଅଭିଯୋଗକାରୀଙ୍କ ବୟାନ ରେକଡ଼ୟ କରାଯାଇଛି । । ଘଟଣାରୁ ପ୍ରକାଶଯେ, କୁଜଙ୍ଗର ସୁଲୋଚନାଙ୍କ ପୁତ୍ର ଅମୃତ କୁମାର ଦାଶ ମେକାନିକାଲ ବିଭାଗରେ ଡ଼ିପ୍ଲୋମା ପାସ କଲାପରେ ପାରାଦୀପର ଶିଳ୍ପାଂଚଳରେ ଛୋଟମୋଟ କାର୍ଯ୍ୟ କରୁଥିଲା । ୨୦୧୯ ମସିହା ଜୁଲାଇମାସ ୨୦ ତାରିଖରେ ସ୍ୱାମୀ ଏବଂ ବଡ଼ପୁଅ ଘରେ ନଥିଲେ । ସେହିଦିନ ଅମୃତ ଘରେ ଶୋଇଥିବାବେଳେ ତାର ମୋବାଇଲ ଫୋନକୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ପଙ୍କପାଳ ଅଂଚଳ ଏବେ ଚୋରା ମଦ ବ୍ୟବସାୟୀଙ୍କ କବଳରେ । ଏହି ଅଂଚଳରେ ଗତ କିଛି ଦିନ ତଳେ କେତକ ବ୍ରାଉନ୍ସୁଗାର ଚୋରା ବ୍ୟବସାୟୀଙ୍କୁ ପୁଲିସ ଠାବ କରିଥିବା ବେଳେ ଏବେ ଚୋରା ମଦ ଯୋଗୁ ଅଂଚଳବାସୀ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଏହି ବିଷୟରେ ବହୁ ବାର କୁଜଙ୍ଗ ପୁଲିସ ଓ ଅବକାରୀ ବିଭାଗକୁ ଅବଗତ କରାଯାଇଥିବା ବେଳେ ଆଜି ରାତି ଆଠଟାରେ କୁଜଙ୍ଗ ପୁଲିସ ଚୋରା ବେପାରୀଙ୍କ ସହ ବିପୁଳ ମଦ ଜବତ କରି ବଡ ଧରଣର ସଫଳତା ପାଇଛି । କୌଣସି ଏକ ସୂତ୍ରରୁ କୁଜଙ୍ଗ ପୁଲିସ ଗୁପ୍ତ ସୂଚନା ପାଇ କଟକ-ପାରାଦ୍ୱୀପ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍ ଯୋଗେ ଦୁଇ ଚୋରା ବ୍ୟବସାୟୀ କୁଜଙ୍ଗ ଅଂଚଳରୁ ମଦ ନେଇ ପଙ୍କପାଳ ଅଭିମୁଖେ ଯାଉଥିବା ବେଳେ କାବୁ କରିନେଇଥିଲେ । କୁଜଙ୍ଗ ଥାନା ଅଧିକାରୀ ଦିଲିପ୍ କୁମାର ସାହୁ…
ଭୁବନେଶ୍ୱର : ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଏହା ମାର୍ଚ୍ଚ 28ରେ ଶେଷ ହେବ । ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟରେ ଚଳିତ ବର୍ଷ 3ଲକ୍ଷ 50 ହଜାର 800 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ ମୋଟ 114୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପରୀକ୍ଷାରେ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଆଣିବା ପାଇଁ ସିସିଟିଭି ଖଞ୍ଜା ଯାଇଥିବା ବେଳେ ପୋଲିସ ଓ ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି । ପ୍ରଶ୍ନପତ୍ର ଯେଭଳି ଭାଇରାଲ ନହୁଏ, ସେଥିପାଇଁ ଅଧିକାରୀମାନେ ନଜର ରଖିବାକୁ ପ୍ରସ୍ତୁତ ଅଛନ୍ତି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।
କେଦାର ମିଶ୍ର ଆପଣ ରାଜ୍ୟସଭାକୁ ସତରେ ଯାଉଛନ୍ତି- ବର୍ତ୍ତମାନ ରାଜ୍ୟସଭା ଦୌଡରେ ଅଛନ୍ତି ବୋଲି କୁହାଯାଉଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏ ପ୍ରଶ୍ନ ଆମେ ପଚାରିଥିଲୁ। ଗତ ପନ୍ଦର ଦିନ ହେଲା ସବୁ ଛୋଟ ବଡ ଗଣମାଧ୍ୟମରେ ଯେ ହେତୁ ଉକ୍ତ ବ୍ୟକ୍ତିଙ୍କର ଫଟୋ ଓ ନାଁ ବାହାରୁଛି, ତେଣୁ ତାଙ୍କ ମୁହଁରୁ ଅସଲ ତଥ୍ୟ କାଳେ ମିଳିଯିବ ବୋଲି ଆମେ ଭାବୁଥିଲୁ। ହେଲେ ସେ ଯାହା କହିଲେ, ସେଥିରେ ରାଜ୍ୟ ରାଜନୀତିର ଅସଲ ସତ୍ୟଟି ପ୍ରକଟିତ। ତାଙ୍କ କହିବା କଥା ହେଲା, ରାଜ୍ୟସଭାକୁ କିଏ ଯିବ ସେ କଥା ନବୀନ ବାବୁଙ୍କ ବ୍ୟତୀତ କାହାକୁ ଜଣାନାହିଁ। ଏପରିକି ତାଙ୍କର ଘନିଷ୍ଠତମ ଲୋକ ବି ଏ ବିଷୟରେ କିଛି ସ୍ପଷ୍ଟ କହି ପାରିବେ ନାଇଁ। ବାସ୍ତବରେ ଓଡିଶା ରାଜନୀତିରେ ତାହା ହିଁ ସତ୍ୟ। ନବୀନ ପଟ୍ଟନାୟକ କେତେବେଳେ କି ନିଷ୍ପତ୍ତି ନେବେ, ସେକଥା ସବୁ ବେଳେ ରହସ୍ୟ ଘେରରେ ରହି ଆସିଛି।…
ମୁମ୍ବାଇ : ମଲଙ୍ଗର ସଫଳତା ପରେ ମୋହିତ ସୂରୀଙ୍କ ସହିତ ଦ୍ବିତୀୟ ଫିଲ୍ମ କରିବାକୁ ଯାଉଛନ୍ତି ଦିଶା ପଟାନୀ । ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଏକ୍ ଭିଲେନ୍ ବ୍ଲକ୍ବଷ୍ଟର ଫିଲ୍ମ ରହିଥିବା ବେଳେ ସୋମବାର ମୋହିତ ଏହି ଫିଲ୍ମର ସିକ୍ବେଲ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଜନ୍ ଆବ୍ରାହାମ୍ଙ୍କ ସହିତ ସ୍କ୍ରିନ୍ ସେୟାର କରିବେ ଦିଶା । ଏହି ଫିଲ୍ମ ବ୍ୟତିତ ଦିଶା ସଲ୍ମାନ୍ ଖାନ୍ଙ୍କ ସହିତ ରାଧେରେ ନଜର ଆସିବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏକ୍ ଭିଲେନ୍ର ପ୍ରଥମ ଭାଗରେ ସିଦ୍ଧାର୍ଥ ମାଲହୋତ୍ରା, ଶ୍ରଦ୍ଧା କପୁର ଏବଂ ରୀତେଶ ଦେଶମୁଖ ନଜର ଆସିଥିଲେ । (ଏଜେନ୍ସି)
ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ 7 ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ 7 ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ 7 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । 12 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି 7 ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି । (ଏଜେନ୍ସି)
ମୁମ୍ବାଇ : ସେଲ୍ଫି ଲଭରଙ୍କ ପାଇଁ ଖୁସି ଖବର । ଓପ୍ପୋ ପକ୍ଷରୁ ରେନୋ 3 ନାମକ ଏକ ନୂତନ ଫୋନ୍ର ଲଞ୍ଚ କରାଯାଇଛି । ଡିସେମ୍ବରରେ ଚୀନ୍ ବଜାରରେ ଏହି ଫୋନ୍ ଲଞ୍ଚ ହୋଇଥିବା ବେଳେ ସୋମବାର ଏହି ଫିଲ୍ମଟି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଫୋନ୍ରେ ପ୍ରଥମ ଥର ପାଇଁ 48 ମେଗା ପିକ୍ସେଲ୍ର ସେଲ୍ଫି କ୍ୟାମେରା ରହିଥିବା ବେଳେ ପଛରେ 64 ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଫୋନ୍ରେ 5ଜି ବୈଶିଷ୍ଟ୍ୟ ରହିଥିବା ବେଳେ ଭାରତୀୟ ବଜାରରେ ଏହାର ମୂଲ୍ୟ 29990 ଟଙ୍କା ରହିଛି । ଏହି ଫୋନ୍ ସହିତ ଓପ୍ପୋ ପକ୍ଷରୁ ଦୁଇଟି ଇୟର ବଡ୍ ମଧ୍ୟ ଲଞ୍ଚ କରାଯାଇଛି । ଏନ୍କୋ ଡବ୍ଲ୍ୟୁ ସିରିଜ୍ର ଏହି ଇୟର୍ବଡ୍ ଦୁଇଟିର ମୂଲ୍ୟ ଯଥାକ୍ରମେ 4499 ଏବଂ 7990 ଟଙ୍କା ରହିଛି । (ଏଜେନ୍ସି)
ଲୋପାମୁଦ୍ରା ମିଶ୍ର କଲେଜରେ ମୁଁ ବିଜ୍ଞାନର ଛାତ୍ରୀ ଥିଲି l ପ୍ରାଣୀ ବିଜ୍ଞାନ ସମ୍ମାନ ନେଇ ଗ୍ରାଜୁଏସନ୍ କରୁଥିଲି l ଏତିକି ତ ମୋତେ ଜଣାଥିଲା ମଣିଷର ଜୁଲୋଜିକାଲ୍ ନାମ ‘ହୋମୋସାପିଏନ୍ସ୍’ l ଏହି ନାମ ବ୍ୟତୀତ ମଣିଷ ମାନଙ୍କୁ ଯେ ସେମାନଙ୍କ ଧର୍ମର ଆଧାରରେ ଭିନ୍ନ ଭିନ୍ନ ମଣିଷ କୁହାଯାଏ ତାହା ମୋତେ ଅଣବୈଜ୍ଞାନିକ ମନେ ହେଉଥିଲା ଏବଂ ମୁଁ ସେସବୁକୁ ପ୍ରତ୍ୟାଖାନ କରୁଥିଲି l ମୋ ଜୁଲୋଜି ପାଠ କହୁଥିଲା ସମସ୍ତ ହୋମୋସାପିଏନ୍ସ୍ ଏକାପରି ହୋଇଥାନ୍ତି ଅର୍ଥାତ୍ ସେମାନଙ୍କର ଶାରୀରିକ ଗଠନ,ମାନସିକ ଦକ୍ଷତା, ଜୀବନ ଚକ୍ର, ଖାଦ୍ୟାଭାଷ, ବାସସ୍ଥଳୀ ଆଦି ପ୍ରାୟ ଏକାଭଳି l Carolus Linnaeus ୧୭୫୮ ମସିହାରେ ପ୍ରଥମକରି ମଣିଷର ବୈଜ୍ଞାନିକ ନାମକରଣ homo sapiens କରିଥିଲେ l homo ର ଅର୍ଥ human beings (ମଣିଷ ), sapiens ଅର୍ଥ discerning (ସୁକ୍ଷ୍ମଦର୍ଶୀ ), wise (ବୁଦ୍ଧିଆ ), sensible (ସମ୍ବେଦନଶୀଳ ) l…
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହେବାର ଥିବା ବେଳେ କୋର୍ଟଙ୍କ ପକ୍ଷରୁ ଆଜି ଏହା ଉପରେ ରୋକ୍ ଲଗାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ପଓ୍ବନ୍ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ କୋର୍ଟଙ୍କ ପକ୍ଷରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଯାଇଛି । ସୋମବାର ପଓ୍ବନ୍ ଗୁପ୍ତା ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ରାଜକ୍ଷମା ଖାରଜ ହେବାର 14 ଦିନ ପରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇପାରିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ 2019 ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରର ଘେଷଣା କରାଯାଇଛି । ସୋମବାର ଦିନ 11 ଟା ସମୟରେ ସାହିତ୍ୟ ଏକାଡେମୀ ପକ୍ଷରୁ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ପ୍ରଖ୍ୟାତ କଥାଶୀଳ୍ପି ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହା ବ୍ୟତିତ 15 ଜଣ ବରିଷ୍ଠ ସାହିତ୍ୟିକ/ସାହିତ୍ୟିକାଙ୍କ ସମ୍ବର୍ଦ୍ଧନା ପାଇଁ ଘୋଷଣା କରାଯାଇଛି । ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ସାହିତ୍ୟିକ/ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯିବ । 2019ର ବରିଷ୍ଠ ସାରସ୍ବତ ସାଧକଙ୍କ ତାଲିକା : 1. ମୀନକେତନ ପୁରୋହିତ 2. ଗୌରଚନ୍ଦ୍ର ପଣ୍ଡା 3. ପଦ୍ମନାଭ ସାହୁ 4. ଇନ୍ଦୁଲତା ମହାନ୍ତି 5. ବିଭୂତି ଭୂଷଣ ପଟ୍ଟନାୟକ 6. ଶୈଳେନ୍ଦ୍ର କୁମାର ମହାପାତ୍ର 7. ନିରଞ୍ଜନ ପାଢୀ 8.…
ମୁମ୍ବାଇ : ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଛି । ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ଓ୍ବାରର ଏକ ଗୀତରେ ଉଭୟ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଦିଶା ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଡ୍ୟାନ୍ସ ଭିଡିଓଟିକୁ ସେୟାର କରିଛନ୍ତି । ନିକଟରେ ଟାଇଗର୍ ଏବଂ ଦିଶା ଏକତ୍ର ବାଗୀ-3ର ଆଇଟମ ନମ୍ବର ଡୁ ୟୁ ଲଭ୍ ମିରେ ନଜର ଆସୁଛନ୍ତି । ଦିଶା ଶେଷଥର ପାଇଁ ମଲଙ୍ଗରେ ନଜର ଆସିଥିବା ବେଳେ ଟାଇଗର୍ ଓ୍ବାର୍ରେ ନଜର ଆସିଥିଲେ । https://www.instagram.com/p/B9Nyr2TgLH3/ ଅହମଦ୍ ଖାନ୍ଙ୍କ ନିର୍ଦ୍ଦେଶନାରେ ଟାଇଗର୍ ସ୍ରଫ୍ଙ୍କ ବାଗୀ-3 ମାର୍ଚ୍ଚ 6 ତାରିଖରେ ପରଦାକୁ ଆସୁଛି । (ଏଜେନ୍ସି)
ନୂଆଦିଲ୍ଲୀ : ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ । ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍ ଡେଟିଂ ଆପ୍ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍ ବୋଲ୍ଡ ହୋଇଯାଇଛନ୍ତି। ଏକ୍ସଟ୍ରା ମ୍ୟାରିଟିଆଲ୍ ଡେଟିଂ ଆପ୍ ଗ୍ଲୀଡେନ୍ର ସର୍ଭେ ଅନୁସାରେ 53 ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି । ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି ।…
ନୂଆଦିଲ୍ଲୀ : ନିହତ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଦିନ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ପ୍ରାଣ ହରାଇଥିଲେ । ସୋମବାର କେଜ୍ରିଓ୍ବାଲ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ସରକାରୀ ଚାକିରିର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅରବିନ୍ଦ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 26 ତାରିଖରେ ଦିଲ୍ଲୀର ଚାନ୍ଦ ବାଗରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜିଲ୍ଲାପାନଙ୍କ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ମହୋତ୍ସବ କଲ୍ଲୋଳ-2020 ପାଳନ ନିମେନ୍ତ ଦ୍ବିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଯୋଗଦେଇ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ, ଜଗତସିଂହପୁର ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲ୍ଲା। ଏ ବର୍ଷ ଜିଲ୍ଲା ମହୋତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜିତ କରାଯିବ ଯେପରି ସାରା ରାଜ୍ୟରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଓ ଗଣ ପର୍ବରେ ପାଳିତ ହେବ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ କହିଲେ ଜିଲ୍ଲା ମହୋତ୍ସବ ସମସ୍ତ ଜିଲ୍ଲାବାସୀଙ୍କର। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଏ ବର୍ଷ ଜିଲ୍ଲା ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯିବ ବୋଲ…
ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ମୋଦି ସରକାରଙ୍କୁ ପ୍ରଶ୍ନ କରାଯିବା ଉଚିତ୍ ବୋଲି ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବାରୁ ହିଂସାକାଣ୍ଡ ପରସ୍ଥିତି ପାଇଁ କେନ୍ଦ୍ର ସରକାର ଦାୟୀ । ତେଣୁ ବିପକ୍ଷ ଦଳର ସଦସ୍ୟଙ୍କୁ ହିଂସାକାଣ୍ଡ ପାଇଁ ଦାୟୀ କରିବା ଅପେକ୍ଷା ମୋଦି ସରକାର ନିଜକୁ ଦାୟୀ କରିବା ଯଥାର୍ଥ ବୋଲି ଏଆଇଏମ୍ଆଇଏମ୍ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ପ୍ରକାଶ କରିଛନ୍ତି । ହିଂସାକାଣ୍ଡରେ ମୃତାହତ ସମସ୍ତ ବ୍ୟକ୍ତି ଭାରତୀୟ ତେଣୁ ଭାରତବାସୀଙ୍କ ପ୍ରାଣହାନି ପାଇଁ ସରକାର ଦାୟିତ୍ବ ଗ୍ରହଣ କରିବା ଉଚିତ୍ ବୋଲି ଓଓ୍ବେସୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡ ପାଇଁ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋ ହଲ୍ଲା କରାଯିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାର ଚିତ୍କାର ସ୍ବର ଏବେ ସଂସଦ ଭବନରେ ଗୁଞ୍ଜରିତ ହେଉଛି । ଆଜି ସଂସଦର ଦୁଇ ସଭା ଲୋକସଭା ଓ ରାଜ୍ୟସଭାରେ ଦିଲ୍ଲୀ ହିଂସାକୁ ନେଇ ଜୋରସୋରରେ ହଙ୍ଗାମା ହୋଇଛି । ଦିଲ୍ଲୀ ହିଂସା ନେଇ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଶାହା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲୋକ ସଭାରେ ଏନେଇ ହଟ୍ଟଗୋଳ ହୋଇଛି। କଂଗ୍ରେସ ସଦସ୍ୟ ଶାହାଙ୍କ ଇସ୍ତଫା ଦାବି ଲେଖାଥିବା ପ୍ଲାକାର୍ଡ ଧରି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ହିଂସାରେ ଦିଲ୍ଲୀ ଜଳୁଥିବାବେଳେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଥିବାର ଅଭିଯୋଗ କରିଛନ୍ତି ଗୁଲାମ ନବୀ ଆଜାଦ୍ । ମିଳିଥିବା ସୂତ୍ର ଅନୁସାରେ ଗୃହ ମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀ ହିଂସାକୁ ନେଇ ଉତ୍ତର ରଖିବେ…