ମୁମ୍ବାଇ : କରୋନା ଭାଇରସ ବିରୋଧରେ ଲଢାଇ କରିବା ପାଇଁ ଲୋକମାନେ ସହଯୋଗ କରୁଥିବାବେଳେ ଅପର ପକ୍ଷରେ ସରକାରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଉଛି। ସେଲିବ୍ରିଟି, ଖେଳ ତାରକା ମାନେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଆର୍ଥିକ ସହାୟତା ଯୋଗାଉଥିବାବେଳେ ଶିରିଡିର ସାଇ ଟ୍ରଷ୍ଟ୍ ମଧ୍ୟ ଆଗେଇ ଆସିଛି। କରୋନା ମୁକାବିଲା ପାଇଁ ଶିରିଡିର ସାଇ ସଂସ୍ଥାନ ରାଜ୍ୟ ସରକାରଙ୍କୁ 51 କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛି। ଶିରିଡି ସାଇ ମନ୍ଦିରରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଚାନ୍ଦା ମିଳିଥାଏ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରେନା ଆକ୍ରାନ୍ତଙ୍କ ସୂଚନା ମିଳିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଛି। ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ ଶିରିଡିରେ ମଧ୍ୟ ଏନେଇ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ଘୋଷଣା ଆଗରୁ ମହାରାଷ୍ଟ୍ର ସରକାର ଆଗୁଆ ମହାରାଷ୍ଟ୍ରର ମୁଖ୍ୟ ଚାରୋଟି ସହରରେ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22ଶହ କୋଟିର ପ୍ୟାକେଜ୍ର ଘୋଷଣା କରିଛନ୍ତି । ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା 94 ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କଲେ ନବୀନ। ଏଥିପାଇଁ 940 କୋଟି ଖର୍ଚ୍ଚ ହେବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ତିନି ମାସର ରାସନ ଆଗୁଆ ମିଳିଛି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର 48 ହିତାଧିକାରୀଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଉଛି। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଚାରି ମାସର ଭତ୍ତା ଆଗୁଆ ମିଳୁଛି। ଚାରି ମାସର ଆଗୁଆ ଭତ୍ତା ପାଇଁ 932 ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର 94 ଲକ୍ଷ ପରିବାରକୁ 1 ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ରାଜ୍ୟର 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ…
ନୂଆଦିଲ୍ଲୀ : ପ୍ରବାସୀଙ୍କ ଉପରେ କଡା ନଜର ରଖିବା ପାଇଁ ଗୃହ ମନ୍ତ୍ରାଳୟ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଦେଶ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଗୃହ ମନ୍ତ୍ରାୟ ତରଫରୁ ଚିଠିରେ ନିର୍ଦ୍ଦେଶ ରହିଛି। ଆଇସୋଲେସନ୍, କ୍ବାରେଣ୍ଟାଇନ୍ ଓ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରବାସୀଙ୍କ ଉପରେ ନଜର ରଖିବା ସହ କଡାକଡି ଯାଞ୍ଚ କରିବାକୁ ପରାମର୍ଶ। 35ଟି ଲାବୋରେଟୋରୀରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥାର ସୂଚନା ଦିଆଯାଇଛି। ଲକ୍ଡାଉନ ଘୋଷଣା ହେବା ପରେ ଦିଲ୍ଲୀ ସମେତ ଅନ୍ୟାନ୍ୟ କିଛି ପ୍ରଦେଶରେ ଖଟିଖିଆମାନେ ପଳାୟନ କରୁଛନ୍ତି। ଶ୍ରମିକମାନେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ବିଗତ ଦୁଇ ଦିନ ଧରି ଏହିପରି ଖବର ସାମ୍ନାକୁ ଆସିଛି। ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆଡ୍ଭାଇଜାରୀ ଜାରି କରି ଏହି ଖଟିଖିଆ ଓ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ଭାଇରସ୍ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଏହି ଭୟଙ୍କର ମହାମାରୀ ସହ ମୁକାବିଲା ପାଇଁ ତତ୍ପର ରହିଛନ୍ତି ଓଡ଼ିଶା ପୋଲିସ୍। ଏହି କ୍ରମରେ ବାଣପୁର ପୋଲିସ୍ ବେଶ୍ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରୁଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଡାଉନ୍ କଟକଣାକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ମଧ୍ୟ ଦେଉଛନ୍ତି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବହୁ ପରିମାଣରେ ବିଦେଶୀ ଫେରନ୍ତା ତଥା ଅନ୍ୟ ରାଜ୍ୟରୁ ବହୁ ଲୋକ ଫେରିଥିବାର ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ବାଣପୁର ପୋଲିସ୍ ବେଶ୍ କଡା ନଜର ରଖିଛି। ସହରରେ ବୁଲି ବୁଲି ଲକ୍ ଡାଉନ୍ କଟକଣାକୁ କଡା ଯାଞ୍ଚ କରାଯାଉଥିବାବେଳେ ସାମାଜିକ ଦୂରତ୍ବ ରଖିବା ଲାଗି ସଚେତନ ମଧ୍ୟ କରାଉଛନ୍ତି। ବାଣପୁର ସହରରେ କରୋନା ଭାଇରସର ସଫଳ ମୁକାବିଲା…
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ହରାଇବା ପାଇଁ ଭାରତୀୟ ସେନା ଅପରେସନ୍ ନମସ୍ତେର ଆରମ୍ଭ କରିଛି। ଏହା ସମ୍ପର୍କରେ ଘୋଷଣା କରି ଆର୍ମିଚିଫ୍ ଏମଏ୍ ନରଓ୍ବାଣେ କହିଛନ୍ତି ଯେ, ଭାରତୀୟ ସେନା ଅତୀତରେ ସମସ୍ତ ଅଭିଯାନକୁ ସଫଳତାପୂର୍ବକ ଶେଷ କରିଛି। ସେହିପରି ଅପରେସନ୍ ନମେସ୍ତ ମଧ୍ୟ ସଫଳତା ପୂର୍ବକ ଶେଷ କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ନରଓ୍ବାଣେ। ଏଥିପାଇଁ ସେନା ତରଫରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ସାଉଥନ୍ କମାଣ୍ଡ, ଇଷ୍ଟର୍ନ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ ପଶ୍ଚିମ କମାଣ୍ଡ ଦିଲ୍ଲୀ ମୁଖ୍ୟାଳୟରେ କରୋନା ହେଲ୍ପ ସେଣ୍ଟର ନିର୍ମାଣ କରିଛି। ଶୁକ୍ରବାର ଦିନ ଏଥିପାଇଁ ନମ୍ବର ମଧ୍ୟ ଜାରି କରାଯାଇଛି। ଏହା ଜରିଆରେ କରୋନା ଭାଇରସ ଯୋଗୁଁ ହଇରାଣ ହେଉଥିବା ଲୋକଙ୍କୁ ସାହାଯ୍ୟ କରାଯିବ। ସେହିପରି ସାଧାରଣ ଲୋକଙ୍କୁ ଏହା ସମ୍ପର୍କରେ ସୂଚନା ଦିଆଯିବ। (ଏଜେନ୍ସି)
କର୍ଣ୍ଣାଟକ : କର୍ଣ୍ଣାଟକରେ କରୋନା ଭାଇରସ ଯୋଗୁଁ ତୃତୀୟ ମୃତ୍ୟୁ ଘଟିଛି। 65 ବର୍ଷୀୟ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଟ୍ରେନ୍ରୁ କର୍ଣ୍ଣାଟକ ଆସିଥିଲେ। ସେ ଆସିଥିବା ଟ୍ରେନ୍ର ସମସ୍ତ ଯାତ୍ରୀଙ୍କୁ ଏବେ ଖୋଜା ଚାଲିଛି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି। ଆଜି ସକାଳେ ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ପୀଡ଼ିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି। ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି। କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ…
ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । ଚୀନ୍ ପରେ ୟୁରୋପରେ ଏହା ବେଶ୍ ଭୟଙ୍କର ରହିଛି । ସ୍ପେନ୍ରେ ଗତ 24 ଘଣ୍ଟାରେ 718ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍ରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା 4,365ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍ରେ 718ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ 24 ଘଣ୍ଟା ମଧ୍ୟରେ 16,000 ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 85ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ 24 ଘଣ୍ଟା ଧ୍ୟରେ ଇଟାଲୀରେ 683ଜଣଙ୍କର ମୃତ୍ୟୁ ହୋଇଛି । ସମୀକ୍ଷା ତରଫରୁ କରୋନା…
ବିହାର : ଲକ୍ ଡାଉନ୍ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍ ଡାଉନ୍ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି । କରୋନା ଭାଇରସ୍ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍ ଡାଉନ୍ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟ ସ୍ଥାନାନ୍ତର ହେବ। ଲୋକସେବା ଭବନର କନ୍ଭେନସନ୍ ହଲ୍କୁ ଯିବ ବିଧାନସଭା। ବଜେଟ୍ ଅଧିବେଶନର ବାକି କାର୍ଯ୍ୟ ଦିବସ କନ୍ଭେନସନ୍ ହଲ୍ରେ ହେବ ବୋଲି ସୂଚନା ମିଳିଛି। ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ତୃତୀୟ ପଜିଟିଭିଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ଏଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ। ଏଥିସହ ବିଧାନସଭା କୋଠାକୁ ସଂକ୍ରମଣମୁକ୍ତ କରାଯିବ ଦରକାର। ଏଥିପାଇଁ ବିଧାନସଭା କୋଠାରେ ବିଧାନସଭା ନ କରିବାକୁ ନିଷ୍ପତ୍ତି ନିଆଯାଇଛି। କନ୍ଭେନସନ୍ ହଲ୍ରେ ଦୁଇ ମିଟର ଅନ୍ତରରେ ବିଧାୟକମାନେ ବସିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି କେତେ ବିଧାୟକ ବିଧାନସଭା ଆସିବେ, ସେନେଇ ନେତାମାନଙ୍କୁ କୁହାଯାଇଛି। ୩୦ପ୍ରତିଶତ ବିଧାୟକଙ୍କୁ ବିଧାନସଭାରେ ରହିବେ ବୋଲି ସୂଚନା ରହିଛି। ସେହିପରି ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ବିଜେପି ଅଭାବୀ ତଥା ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଏକ କିଟ୍ ବାଣ୍ଟିବ ବୋଲି ଘୋଷଣା କରିଛି । ମୋଦି କିଟ୍ ନାମରେ ଏହି କିଟ୍ରେ ରହିଛି ଦୁଇ ଲିଟର ତେଲ, ଦୁଇ କିଲୋ ଚାଉଳ, ଏକ କିଲୋ ଡାଲି, ଏକ କିଲୋ ଚିନି, ଦୁଇଶହ ଗ୍ରାମ ଲଙ୍କା ଗୁଣ୍ଡ, ହଳଦୀ, ସୋରିଷ, ଧନିଆ ପାଉଡର୍, 250 ଗ୍ରାମ ଚା’ ପତି, ଏକ କିଲୋ ଲୁଣ, 500 ଗ୍ରାମ ଚଣା, 4ଟା ଲୁଗାସଫା ସାବୁନ୍, ଗୋଟିଏ ଗାଧୋଇବା ପାଇଁ ସାବୁନ୍, ପାଞ୍ଚ କିଲୋ ଅଟା, ଚାରୋଟି ପାର୍ଲଜି ବିସ୍କୁଟ ଆଦି ରହିଛି । ସୂଚନାଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ 17ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 724ରେ ପହଞ୍ଚିଛି । ଏହି…
ରାଜସ୍ଥାନ : ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କୁ ଡାଇବେଟିସ୍ ସମେତ ଅନ୍ୟ ରୋଗ ମଧ୍ୟ ରହିଥିଲା। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଛି। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ଆକ୍ରାନ୍ତ ରହିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ଦୁଇଜଣ ଓ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି । ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି । କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି ।(ଏଜେନ୍ସି)
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ 21 ଦିନ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ଏପରି ସ୍ଥିତିରେ ଲୋକମାନେ ଘରେ ସମୟ ବିତାଉଛନ୍ତି। ଘରେ ରହୁଥିବା ଲୋକଙ୍କ ପାଇଁ ପୁନର୍ବାର ରାମାୟଣ ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ଘୋଷଣା କରି କହିଛନ୍ତି ଯେ, ପୁନର୍ବାର ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପ୍ରଦର୍ଶନ କରାଯିବ। ପ୍ରକାଶ ଜାଭେଡ୍କର୍ ଟୁଇଟ୍ କରି କହିଛନ୍ତି ଯେ, ଲୋକଙ୍କ ଅନୁରୋଧକ୍ରମେ ମାର୍ଚ୍ଚ 28 ତାରିଖରେ ‘ରାମାୟଣ’ର ପୁନଃ ପ୍ରସାରଣ ଡିଡି୍ ନ୍ୟାସନାଲ୍ ଚ୍ୟାନେଲ୍ରେ କରାଯିବ। ଏହି ପୌରାଣିକ ଧାରାବାହିକର ପ୍ରଥମ ଭାଗ ସକାଳ 9ଟା ବେଳେ ଓ ଦ୍ବିତୀୟ ଭାଗ ରାତ୍ରି 9ଟାବେଳେ ପ୍ରସାରଣ କରାଯିବ। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଆଜି ବି ଲୋକପ୍ରିୟ। ଏହି ଧାରାବାହିକରେ ଅଭିନୟ କରିଥିବା ଅଭିନେତା ଅରୁଣ୍ ଗୋଭିଲ୍, ଦୀପିକା ଚିଖିଲିଆ, ସୁନୀଲ୍ ଲହରୀ ପ୍ରମୁଖ ମୁଖ୍ୟ…
କେଦାର ମିଶ୍ର ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି…
ଭୁବନେଶ୍ୱର: ଗତକାଲି ରାଜ୍ୟରେ ତୃତୀୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରୋଇ କ୍ଲିନିକ୍ଗୁଡିକ କୋଭିଡି -19ର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ନେଇ କ୍ଷୁବ୍ଧ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରୋଇ କ୍ଲିନିକଗୁଡିକ ଗାଇଡ୍ଲାଇନ୍ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ମଧ୍ୟ କୋଭିଡ୍-19 ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର ଭୌମନଗରସ୍ଥିତ କର କ୍ଲିନିକ୍କୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେ ଗତ 10 ତାରିଖରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଫେରିଥିଲେ । ଗତ 21 ତାରିଖରେ ସମ୍ପୃକ୍ତ ରୋଗୀ ଜଣକ କର କ୍ଲିନିକ୍ ଆସିଥିଲେ । ପୁନର୍ବାର ମାର୍ଚ୍ଚ 24ରେ କର…
ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଘୋଷିତ ଲକଡାଉନ ବେଳେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସର୍ବବିଧ ପଦକ୍ଷେପମାନ ନେଇଛନ୍ତି। ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହାତଧୂଆ ବିଶୋଧକର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲ୍ଲାପାଳମାନଙ୍କୁ ସାନିଟାଇଜର ପାଇଁ ଆବଶ୍ୟକ ଇଥାନଲ ଉପରେ କଟକଣାକୁ ଉଠାଇଦେବା ପାଇଁ ପରାମର୍ଶ ଦିଆଯାଇଛି। ବିଶୋଧନାଗାର ଓ ଚିନିକଳ, ଯେଉଁମାନେ କି ଅଧିକ ସାନିଟାଇଜର ପ୍ରସ୍ତୁତ କରିପାରିବେ ସେମାନଙ୍କୁ ଏଗୁଡିକର ପ୍ରସ୍ତୁତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଅଧିକରୁ ଅଧିକ ସାନିଟାଇଜର ପ୍ରସ୍ତୁତି ପାଇଁ ଏହି ପ୍ରସ୍ତୁତକାରୀ ପ୍ରକଳ୍ପଗୁଡିକୁ ଅହୋରାତ୍ର କାର୍ଯ୍ୟ କରିବାକୁ କୁହାଯାଇଛି। ଏବେସୁଦ୍ଧା ୪୫ଟି ବିଶୋଧନାଗାର ଓ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆହୁରି ଅଧିକ ୫୫ଟି…
କୋଲକତା : ଦେଶରେ କରୋନା ମୁକାବିଲା ପାଇଁ 21 ଦିନ ଲକ୍ ଡାଉନ୍ ଘୋଷଣା କରାଯିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅପିଲ୍ କରିଛନ୍ତି । ଯଦି ଘରୁ ବାହାରୁଛନ୍ତି ତେବେ ସୋସିଆଲ୍ ଡିଷ୍ଟାସିଂ ବା ସାମାଜିକ ଦୂରତ୍ବ ରଖିବାକୁ କହିଛନ୍ତି। ମୋଦିଙ୍କ କଥାକୁ ସମେସ୍ତ ଗ୍ରହଣ କରୁଥିବାର ଦେଖାଯାଉଛି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ ସାମାଜିକ ଦୂରତ୍ବ ରଖିବା ନିମେନ୍ତ ନିଜ ନିଜ କ୍ଷେତ୍ରରେ ବହୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାସ୍ତାକୁ ଆସି ଲୋକଙ୍କୁ ଏହି ସମ୍ବନ୍ଧରେ ସଚେତନ କରୁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଆସି ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଛନ୍ତି । ଏକ ଫଳ ମାର୍କେଟ୍କୁ ମମତା ଯାଇ ସେଠାରେ ଗୋଲାକାର ବୃତ୍ତ ଅଙ୍କନ କରି ସାମାଜିକ…
ତିରୁପତି, ଭାରତର ପ୍ରସିଦ୍ଧ ଧର୍ମକ୍ଷେତ୍ର ତିରୁପତିରେ କରୋନା ଭାଇରସ କବଳରୁ ମୁକୁଳିବା ପାଇଁ ସେଠାକାର ପ୍ରଶାସନ ଏକ ଅଭିନବ ଉଦ୍ୟମ କରିଛନ୍ତି। ତାହା ହେଉଛି ବଜାରରେ ବୁଲିବା ବେଳେ ମଧ୍ୟ ସାମାଜିକ ଦୂରତା ବଜାଇ ରଖିବା। ମୁଖ୍ୟତଃ ଦୋକାନ ଆଗରେ ଜିନଷ କିଣିବା ପାଇଁ ଗୋଲାକାର ଗାର ଟାଣି ଦୂରତ୍ବ ରଖାଗଲା। ହେଲେ ବଜାରରେ ଚାଲିଲେ କିପରି ଦୂରତ୍ବ ରଖାଯିବ। ଏହି ସମସ୍ୟାକୁ ଦୂର କରିବା ପାଇଁ ତିରୂପତି ପ୍ରଶାସନ ନେଇଛି ଏକ ଭିନ୍ନ ପଦକ୍ଷେପ। ବଜାର ଭିତରେ ବୁଲିଲା ବେଳେ ମଧ୍ୟ ସେହି ଗୋଲାକାର ଗାର ଭିତରେ ନିଜକୁ ସୀମିତ ରଖିବା ପାଇଁ ପଡିବ। ସେଥିପାଇଁ ବଜାରରେ ଥିବା ଲମ୍ବା ରୋଡକୁ ପ୍ରଶାସନ ତରଫରୁ ଚାରିକୋଣିଆ ଖଡି ଘର ଛାଡି ଛାଡି କରାଯାଇଛି। ସମସ୍ତଙ୍କୁ କୁହାଯାଇଛି ଯେ, ଆଗ ଘରର ଲୋକ ନ ଯିବା ପର୍ଯ୍ୟନ୍ତ ପଛ ଘର ଲୋକ ଆଗକୁ ଯାଇପାରିବ ନାହିଁ। ଫଳରେ ବଜାର ଭିତରେ ଲୋକେ…
ନୂଆଦିଲ୍ଲୀ,ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର୍ୟ୍ୟକ୍ଷମ କରାଯାଇଛି । ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ:-: website-http://rla.dgft.gov.in:8100/CRS_NEW/ Toll Free Number-1800-111-550 ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦
Actress Tamannaah Bhatia walks the ramp on Day 2 of the Bombay Times Fashion Week 2020, in Mumbai
ହାଇଦ୍ରାବାଦ : ଦେଶରେ କରୋନା ମୁକାବିଲା ପାଇଁ ବିଭିନ୍ନ କଳାକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିଛନ୍ତି ପ୍ରଭାସ୍ ଏବଂ ମହେଶ ବାବୁ । ଏହି ଦୁଇ କଳାକାରଙ୍କ ବ୍ୟତିତ ରଜନୀକାନ୍ତ , ପଓ୍ବନ୍ କଲ୍ୟାଣ, ଚିରଞ୍ଜିବୀ, ରାମଚରଣ ଏବଂ ନିତିନ୍ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ମହେଶ ବାବୁ ଏବଂ ପ୍ରଭାସ ସୋସିଆଲ ମିଡିଆ ଜରିଆରେ ପ୍ରଦତ୍ତ ଅର୍ଥରାଶି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ବର୍ତ୍ତମାନ ଘରୁ ବାହାରି ରାସନ କିଣିବା ଭାରି କଷ୍ଟକର ବ୍ୟାପାର। କାରଣ ଗୋଟିଏ ପଟେ ସରକାର କହୁଛନ୍ତି କେହି ଏକାଠି ହୁଅନି, ଅନ୍ୟପଟେ କହୁଛନ୍ତି ରାସନ ଦୋକାନ ଖୋଲା ଅଛି। ତେବେ ଏହି ଅସୁବିଧାକୁ ଦୂର କରିବା ପାଇଁ ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ ଅଣ୍ଟା ଭିଡିଛି। ନିଗମ ତରଫରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ପାଇଁ ପ୍ରତିଷ୍ଠିତ ତେଜରାତି ମଲ ସହିତ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆପଣ ସେହି ମଲକୁ ଫୋନ କଲେ ତାଙ୍କ ଡେଲିଭରୀ ବଏ ସମସ୍ତ ଜିନିଷ ଆପଣଙ୍କ ଘରେ ଦେଇ ଦେବ। ତେବେ ଭୁବନେଶ୍ବରର କେଉଁ ଅଞ୍ଚଳ ପାଇଁ କିଏ ନିଯୁକ୍ତ ହୋଇଛନ୍ତି ତାହାର ବିସ୍ତୃତ ତାଲିକା:

