Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଜଗା ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଜାତୀୟ କରଣ ବ୍ୟାଙ୍କଗୁଡିକୁ ଏନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ମହାପ୍ରଭୁଙ୍କ ଟଙ୍କା ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଦୁଇଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ 287 କୋଟି ଟଙ୍କା । ମହାପ୍ରଭୁଙ୍କ କର୍ପସ୍‌ ଓ ଟେମ୍ପଲ୍‌ ଫଣ୍ଡ୍‌ 2ଟି ବ୍ୟାଙ୍କରେ ଜମା ହେବ । ବ୍ୟାଙ୍କ ଅଫ୍‌ ବରୋଦା ଓ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ବର୍ଷକ ପାଇଁ 6.26% ସୁଧରେ ଫିକ୍ସଡ୍‌ ଡିପୋଜିଟ୍‌ ହେବ । ସେହିପରି 102 କୋଟି…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ :  କୁଜଙ୍ଗ  ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଲକଡ଼ାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଜି ଦିନତମାମ କୁଜଙ୍ଗରେ ଜନସାଧାରଣମାନେ ଏହି କଟକଣାକୁ ଅମାନ୍ୟ କରିଥିବାବେଳେ କୁଜଙ୍ଗ ପୁଲିସ ଏବଂ ପ୍ରଶାସନ ଏହାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ତତ୍ପର ହୋଇ ଉଠିଛି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ କଟକ-ପାରାଦୀପ ରାଜ୍ୟରାଜପଥକୁ ମୋଟାମୋଟି ଭାବେ ସିଲକରାଯାଇଛି। ଲକଡ଼ାଉନକୁ ଅମାନ୍ୟକରି ଗାଡ଼ିମୋଟର ଚଳାଚଳୁ କରୁଥିବାବେଳେ ପୁଲିସ ଅତ୍ୟନ୍ତ କଠୋର ହୋଇ ସେମାନଙ୍କ ହେଲମେଟ, ଗାଡ଼ିର କାଗଜପତ୍ର ତନଖି କରି ଫାଇନ ଅଦାୟ କରୁଥିବା ଜଣାପଡ଼ିଛି। ସେହିପରି ଭାବେ କୁଜଙ୍ଗ ତହସିଲଦାର ପ୍ରଭାଷ କୁମାର ବେହୁରା, ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ପୁଲିସ କର୍ମଚାରୀଙ୍କ ସହିତ କୁଜଙ୍ଗବଜାର ପରିକ୍ରମା କରି ବଜାରରେ ଲୋକମାନଙ୍କ ଚଳପ୍ରଚଳକୁ ନିଷିଦ୍ଧ କରିବା ସହିତ ସମସ୍ତ ଜରୁରୀ ସେବାପ୍ରଦାନକାରୀ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରିଥିଲେ। ସେହିପରି ଭାବେ ସ୍ଥାନୀୟ ପରିବା ଏବଂ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ମୁକାବିଲା କରିବା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି । ଘରୁ ବାହାରକୁ ନ ଆସିବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହି ଲକ୍‌ ଡାଉନ୍‌ ହଜାର ହଜାର ଲୋକଙ୍କୁ ରାସ୍ତା ଉପରକୁ ନେଇ ଆସିଛି । ପରିବାର ସହ ଘରେ ରହିବାକୁ ସରକାରଙ୍କ ତରଫରୁ କୁହାଯାଇଥିବାବେଳେ, ଘର ନଥିବାରୁ ରାସ୍ତାକୁ ଆସିଛନ୍ତି ହଜାର ହଜାର ଦିନ ମଜୁରିଆ । ଲକ୍‌ ଡାଉନ୍‌ରେ ସବୁଠୁ କ୍ଷତିଗ୍ରସ୍ତ ହେଉଛନ୍ତି ଦିନ ମଜୁରିଆ । ପେଟ ଚାଖଣ୍ଡକ ପାଇଁ କିଏ କାହିଁ କେତେ ଦୂରରୁ ଆସି ସହରରେ ପଡି ରହି କାମ କରି ମୂଲ ଲାଗି ପେଟ ପୋଷୁଥିବାବେଳେ ଏହି ଲକ୍‌ ଡାଉନ୍‌ ସେମାନଙ୍କ ପାଇଁ ଅଭିଶାପ ପାଲଟିଯାଇଛି । ନିଜ ଭିଟାମାଟି ଛାଡି ସହରରେ ରହିଥିବା ଏହି ଦିନ ମଜୁରିଆମାନେ ଏବେ ଲକ୍‌ ଡାଉନ୍‌ ପାଇଁ ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି…

Read More

ନୂଆଦିଲ୍ଲୀ : ଦୁନିଆରେ କରୋନା ବେଶ୍‌ ଭୟଙ୍କର ଆତଙ୍କର ଖେଳାଇଛି । ଏହି ମହାମାରୀରେ ମୋଟ୍‌ 4,71,417 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 21,295ଜଣ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 1,14,642ଜଣ । ସେହିପରି 198ଟି ଦେଶରେ ଏହି ରୋଗ ନିଜର କାୟା ବିସ୍ତାର କରି ସାରିଛି। ଚୀନ୍‌ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ୍‌ ଇରାନ୍‌ ପରେ ଏବେ ସ୍ପେନ୍‌ରେ ମୃତ୍ୟୁର ତାଣ୍ଡବ ଖେଳାଉଛି । ଇଟାଲୀରେ 24 ଘଣ୍ଟା ମଧ୍ୟରେ 683ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ପେନରେ ସର୍ବମୋଟ 3,647ଜଣଙ୍କର ମୃତ୍ୟୁ ହୋଇଛି । ବୁହାନ ପରେ ଇଟାଲୀ ଓ ସ୍ପେନ ଏବେ କରୋନାର ନୂତନ କେନ୍ଦ୍ର ପାଲଟିଛି। ଇଟାଲୀରେ ସର୍ବମୋଟ ମୃତକଙ୍କ ସଂଖ୍ୟା ସାତ ହଜାର ପାର କରିସାରିଛି । ସେହିପରି ଆମେରିକାରେ ମଧ୍ୟ ମୃତକଙ୍କ ସଂଖ୍ୟା 1000 ପାର୍‌ କରି ସାରିଛି। ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌ :

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ଦେଶରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପରେ ଗଂଜାମ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବା ସହିତ ଜନସାଧାରଣଙ୍କର ଦୈନନ୍ଦିନ ଆବଶ୍ୟକତାକୁ ଉପଯୁକ୍ତ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ନିରାଶ୍ରୟ ଲୋକମାନଙ୍କ ପାଇଁ ପ୍ରତ୍ୟେକ ସହରାଞ୍ଚଳରେ ଆହାର ଗାଡ଼ି ବୁଲିବ। ୫ ଟଙ୍କାରେ ପ୍ୟାକିଂ କରାଯାଉଥିବା ମଧ୍ୟାହ୍ନ ଭୋଜନ ଗାଡ଼ି ସାହିବସ୍ତି ବୁଲିବା। ରୋଷେଇ ଏବଂ ବିତରଣ ସମୟରେ କର୍ମଚାରୀ ଉପଯୁକ୍ତ ପୋଷାକ ପରିଧାନ ସହ ହାତରେ ଗ୍ଲୋବସ୍ ଲଗାଇବେ। ଜିଲ୍ଲାକୁ ବାହାର ରାଜ୍ୟ କିମ୍ବା ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପଂଜିକରଣ କରାଯାଇ ସେମାନଙ୍କୁ ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଯେଉଁ ଘରେ କ୍ୱାରେଣ୍ଟାଇନ୍ ବ୍ୟକ୍ତି ରହୁଥିବେ ସେହି ଘରେ ପୋଷ୍ଟର ଲଗାଯିବ। କୌଣସି ବ୍ୟକ୍ତି ପୋଷ୍ଟର ଚିରିଲେ ତା ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତ୍ୟେକ ଗ୍ରାମର ସୀମା ସିଲ୍ କରାଯିବ ଏବଂ ଅନ୍ୟ ଗ୍ରାମର…

Read More

ଜମ୍ମୁକାଶ୍ମୀର : ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବାବେଳେ ପୁଣି ଆଉ ଜଣଙ୍କର ମୁଣ୍ଡ ନେଇଛି। ଜମ୍ମୁକାଶ୍ମୀରରୁ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ଶ୍ରୀନଗରର ସିଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ରୋଗୀଙ୍କ ସମ୍ପର୍କରେ 4 ଜଣଙ୍କ ଲୋକ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭି ଆସିଛି। ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ନୂତନ ଭାବରେ 66ଟି ମାମଲା ସାମ୍ନାକୁ ଆସିଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା 629 ରେ ପହଞ୍ଚିଛି। ଗତକାଲି କରୋନା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଇନ୍ଦୋରର ଜଣେ 60 ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁର ଜଣେ ବୟସ୍କଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁଜୁରାଟର ଜଣେ 85 ବର୍ଷୀୟା ମହିଳାଙ୍କର ମଧ୍ୟ କରୋନା ଯୋଗୁଁ…

Read More

ମୁମ୍ବାଇ : ବିଗତ ଦିନର ଲୋକପ୍ରିୟ ନାୟିକା ନିମ୍ମିଙ୍କ 88 ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ହେବ ରୋଗରେ ପଡିଥିବାବେଳେ ମୁମ୍ବାଇର ସରଳା ନର୍ସିଂ ହୋମ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ନିଜର ସୁନ୍ଦର ଚେହେରା ସହିତ ଅଭିନୟର ଯାଦୁରେ ପରିଚିତ ହାସଲ କରିଥିବା ନିମ୍ମିଙ୍କ ଅସଲ ନାମ ଥିଲା ନଓ୍ବାବ ବାନୋ। ନିମ୍ମିଙ୍କ ପିତା ଜଣେ କଣ୍ଟ୍ରାକ୍ଟର ଥିବାବେଳେ ତାଙ୍କ ମା’ ଜଣେ ଗାୟିକା ଥିଲା। ନିମ୍ମିଙ୍କୁ 11 ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ ତାଙ୍କର ନିଧନ ହୋଇଥିଲା। ଏହାପରେ ମାତ୍ର 16 ବର୍ଷ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। 1950-60 ମସିହାରେ ସେ ଷ୍ଟାରଡମ୍‌ ପାଇଥିଲେ। ତେବେ ରାଜ୍‌ କପୁର୍‌ଙ୍କ ଖୋଜ୍‌ ରୂପେ ନିମ୍ମି ବେଶ୍‌ ପରିଚିତ। କାରଣ ରାଜ୍‌ କପୁର ତାଙ୍କୁ ‘ବରସାତ୍‌’ ଫିଲ୍ମରେ ବ୍ରେକ ଦେଇଥିଲେ। ଏପରିକି ରାଜ୍‌ କପୁର୍‌ ତାଙ୍କ ନାମ ନିମ୍ମି…

Read More

କେଦାର ମିଶ୍ର ଆମେରିକା ସରକାର ତାଙ୍କ ଦେଶରେ କରୋନା ଆକ୍ରମଣକୁ ମୁକାବିଲା କରିବାକୁ ୨ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ ଘୋଷଣା କରିଛନ୍ତି। ଲକ ଡାଉନ ସମୟରେ ଯେଉଁ ଆମେରେକୀୟ ନାଗରିକମାନେ କାମ ପାଇବେ ନାହିଁ, ସେମାନଙ୍କ ବ୍ୟାଙ୍କ ଖାତାରେ ସରକାର ପ୍ରତି ସପ୍ତାହରେ ଟଙ୍କା ଜମା କରୁଛନ୍ତି। କାନାଡା, ୟୁରୋପ ତଥା ଅନ୍ୟାନ୍ୟ ଏସୀୟ ଦେଶଗୁଡିକ ମଧ୍ୟ ଏ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେବେ ଧନୀ ରାଷ୍ଟ୍ରଗୁଡିକ ଏମିତି କରିପାରିବେ। ସେମାନଙ୍କ ପାଖରେ ଟଙ୍କା ସମ୍ବଳ ଅଛି, ସାଧନ ମଧ୍ୟ ଅଛି। ହେଲେ ଭାରତ ସରକାର ଯେତେବେଳେ କରୋନା ଭୂତାଣୁକୁ ଅଟକାଇବା ଲାଗି ପୃଥିବୀର ସବୁଠୁ ଲମ୍ବା ସମୟର ଲକ ଡାଉନ ଘୋଷଣା କଲେ, ସେତେବେଳେ ଏହାର ପ୍ରଭାବ କଣ ହେବ, ତାର ଆକଳନ ନିଶ୍ଚୟ କରିଥିବେ। ହୁଏତ ଅର୍ଥନୀତିରେ ଓ ଆଗାମୀ ଜିଡିପି ସଂଖ୍ୟାରେ ଆମର ସ୍ଥିତି ଅତି ଦୟନୀୟ ହୋଇଯାଇପାରେ। ଗୋଟେ ମହାମାରୀରୁ ସୁରକ୍ଷା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମହାମାରୀ କରୋନାର ମୁକାବିଲା ପାଇଁ 45 ଦିନ ପାଇ ୟୁନିଟ୍‌-1 ହାଟକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  ସାମାଜିକ ଦୂରତ୍ବ ରକ୍ଷା ଲାଗି ଭୁବନେଶ୍ବର ୟୁନିଟ୍‌-1 ହାଟ ସ୍ଥାନାନ୍ତର କରାଯିବ। ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ୟୁନିଟ୍‌ -1 ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ପରିବା ଦୋକାନୀମାନଙ୍କୁ ଗାଇଡଲାଇନ୍‌ ଅନୁସାରେ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ବର ମହାନଗର ନିଗମ ଏଭଳି ପଦକ୍ଷେପ ନେଇଛି। ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଦେଶବ୍ୟାପୀ ସମସ୍ତ ଜରୁରୀ କାଳୀନ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି । ପ୍ରାରମ୍ଭରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖିବା ନେଇ ଘୋଷଣା କରାଯାଇଥିଲା । ମାତ୍ର ବୁଧବାର ଦିନ ଏହି ତାରିଖକୁ ପୁନର୍ବାର ବଢାଯିବା ସହିତ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଛି । ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ସହିତ ମେଟ୍ରୋ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଥିବା ଜଣାପଡିଛି । ତେବେ ମାଲବାହୀ ଟ୍ରେନ୍‌ ପୂର୍ବବତ୍‌ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ୍‌ ଆତଙ୍କକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ରାଜ୍ୟରେ ମଧ୍ୟ ଲକ୍‌ଡାଉନ୍ ଜାରି ରହିଛି । ଏହି ଅବସରରେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ ରାଜ୍ୟରେ ଏକାଧିକ ବ୍ୟକ୍ତି ଏହାକୁ ଅମାନ୍ୟ କରୁଛନ୍ତି । 24 ତାରିଖରୁ 25 ତାରିଖ ମଧ୍ୟରେ ଆଇନ ଉଲ୍ଲଂଘନ କାରଣରୁ 149 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍‌ଡାଉନ୍‌ ଉଲ୍ଲଂଘନ ପାଇଁ 137 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ହୋମ୍‌ କ୍ବାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ 7ଟି ମାମଲା ରୁଜୁ କରାଯାଇଛି ।

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା । ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି । କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । କରୋନା ଭୂତାଣୁ ବିରୋଧରେ ଦେଶର ଲଢ଼େଇକୁ ସବଳ କରିବା ଲାଗି ଦେବୀ ଶୈଳପୁତ୍ରୀଙ୍କ ନିକଟରେ ପରମ୍ପରା ମୁତାବକ ପ୍ରାର୍ଥନା କରିବା ନିମନ୍ତେ ବାରଣାସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, “ଅନେକ ସମୟରେ…

Read More

ଚେନ୍ନାଇ : ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବା ସମସ୍ତ ବଲିଉଡ୍‌ ଏବଂ ଟଲିଉଡ୍‌ କଳାକାର ନିଜର ବିଭିନ୍ନ ଭିଡିଓ ଜାରି କରୁଛନ୍ତି । ତାମିଲ ଷ୍ଟାର ଅରୁଣ ବିଜୟ ନିଜର ଏକ ଷ୍ଟଣ୍ଟ ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିଜର ଅପ୍‌କମିଙ୍ଗ ଫିଲ୍ମ ମାଫିଆର ଏକ ଷ୍ଟଣ୍ଟ ସିନ୍‌ ପ୍ରଦର୍ଶନ କରିବା ସହିତ ଏହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ପରେ ଫ୍ୟାନ୍‌ଙ୍କ ପକ୍ଷରୁ ଏହାକୁ ପସନ୍ଦ କରାଯାଇଛି । ଏହି ଭିଡିଓ ସହିତ ସମଗ୍ର ଦେଶ ଏକତ୍ରିତ ହୋଇ କରୋନା ଭାଇରସ୍‌ ମୁକାବିଲା ପାଇଁ ବିଜୟ ନିଜ ଫ୍ୟାନ୍‌ ମାନଙ୍କୁ ଆହ୍ବାନ ଦେଇଛନ୍ତି । (ଏଜେନ୍ସି) https://www.instagram.com/p/B-JeCeBBLxZ/

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ପୁଲିସ ଆଜି ପୂର୍ବାହ୍ନ ସମୟରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୭୮ ଆଇନ୍ ବଳରେ ଏକାଦଶାହ ପାଳନ ଅବସରରେ ବ୍ରାହ୍ମଣ ଭୋଜନରେ ବସିଥିବା ୮ ଜଣ ବ୍ରାହ୍ମଣ ଏବଂ ତିନିଜଣ ଗୃହକର୍ତ୍ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫପରେ ଆଜି ଅପରାହ୍ନରେ ସେମାନଙ୍କୁ ସ୍ଥାନୀୟ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ଆଜି ପ୍ରଚାର ହେବାପରେ ସ୍ଥାନୀୟ ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗଥାନା ଗୋପିଆକୁଦ ପଂଚାୟତ ଅନ୍ତର୍ଗତ ନୂଆବାଲିସାହି ଗ୍ରାମରେ ଆଜି ଜନୈକ ବ୍ୟକ୍ତିଙ୍କ ଏକାଦଶାହ ଉତ୍ସବ ପାଳନ କରାଯାଉଥିଲା। ସମ୍ପ୍ରତି କରୋନା ସଙ୍କ୍ରମଣ ଯୋଗୁ ରାଜ୍ୟରେ ସରକାର କୌଣସି ସଭାସମିତି, ସାମାଜିକ କାର୍ଯ୍ୟକ୍ରମ ତଥା ଏକାଧିକ ବ୍ୟକ୍ତି ମାନଙ୍କ ସମାଗମକୁ ଏପିଡ଼େମିକ ଡ଼ିଜିଜ ଆକ୍ଟ ୧୯୮୭ ବଳରେ ନିଷିଦ୍ଧ ଘୋଷଣା କରିଥିବାବେଳେ ବ୍ରାହ୍ମଣ ଭୋଜନ କରୁଥିଲେ। କୌଣସି ସୂତ୍ରରୁ ସୂଚନାପାଇ କୁଜଙ୍ଗ ପୁଲିସ…

Read More

ଭୋପାଳ : ଦେଶରେ କରୋନା ପ୍ରଭାବରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ଜଣେ ମହିଳା ପ୍ରାଣ ହରାଇବା ସହିତ କରୋନା ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଙ୍କ୍ରମିତ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ପ୍ରାଣ ହରାଇଛନ୍ତି । ଏହି 65 ବର୍ଷୀୟ ମହିଳା ଜଣକ ବୁଧବାର ପ୍ରାଣ ହରାଇଛନ୍ତି । ଏହା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 606ରେ ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି । (ଏଜେନ୍ସି)

Read More

କୃଷ୍ଣଚନ୍ଦ୍ର ସୁଆଁସିଆ ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ପରିସରରେ କରୋନା ମୁକାବିଲା ଲାଗି ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ବହୁ ଲୋକ ଫେରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ଗୋଠଗାଁ ଗ୍ରାମର ବହୁ ଲୋକ ବେଙ୍ଗାଲୁରୁ,କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଗୋଠଗାଁ ପଞ୍ଚାୟତ ଅଧିନ ସ୍ଥାନୀୟ ହାଇସ୍କୁଲ ପରିସରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାକର ପଣ୍ଡା, ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର…

Read More

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ବଡ ଯୋଜନା ଘୋଷଣା କରାଯାଇଛି। ଦେଶର ୮୦ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପ୍ରତି ବ୍ୟକ୍ତି ପିଛା ୭ କିଗ୍ରା ରାସନ ପ୍ରଦାନ କରାଯିବ। ଆସନ୍ତା ତିନି ମାସ ପାଇଁ ଅଗ୍ରୀମ ଭାବରେ ରାସନ ପ୍ରଦାନ କରାଯିବ ବୋଲି ଜଣାପଡିଛି। ୨୭ ଟଙ୍କାରେ ମିଳୁଥିବା ଗହମକୁ ୨ ଟଙ୍କାରେ ଏବଂ ୩୭ ଟଙ୍କାରେ ମିଳୁଥିବା ଚାଉଳକୁ ୩ ଟଙ୍କାରେ ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରକାରର ଗୁଜବକୁ ଧ୍ୟାନ ନଦେବା ପାଇଁ ଜାଭଡେକର ମତ ଦେଇଛନ୍ତି। ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ରାସନ୍‌ ସାମଗ୍ରୀ ଆଗୁଆ ପଠାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ ମିଳିଥିବା ସହାୟତା ରାଶି ସମ୍ପର୍କରେ ଜଣାଇବା ସହିତ କରୋନା ମୁକାବିଲାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ରାଜ୍ୟରୁ ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିବା ବିଭିନ୍ନ ଲୋକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ବାଗ୍‌ଚୀ। ଏକ ସପ୍ତାହ ମଧ୍ୟରେ ଓଡ଼ିଶାକୁ ୭୮,୨୩୩ ଜଣ ଲୋକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମସ୍ତ ଲୋକଙ୍କୁ ଘରେ କ୍ବାରାଣ୍ଟାଇନ୍‌ରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା : ୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ଜଟିଳ ପରିସ୍ଥିତିରେ ଡାକ୍ତର, ପାରାମେଡିକ୍ସ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ତ୍ୟାଗ, ନିଷ୍ଠା ଓ…

Read More

କୋଲକାତା : କରୋନା ଭାଇରସ୍‌ ପ୍ରଭାବର ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହା ପ୍ରଭାବରେ ଦେଶବ୍ୟାପୀ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରକେଟ ଦଳ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚାଉଳ ବଣ୍ଟନ କରିବାର ନିଷ୍ପତ୍ତି ନେଇଛନ୍ତି ଗାଙ୍ଗୁଲି । ଏଥିପାଇଁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଲାଲ୍‌ ବାବା ରାଇସ୍‌ କମ୍ପାନୀ ସହିତ ମିଳିତ ଭାବରେ ଗାଙ୍ଗୁଲି ସହାୟତାର ନିଷ୍ପତ୍ତି ନେଇଛନ୍ତି । ସେହିପରି ବେଙ୍ଗଲ କ୍ରିକେଟ୍‌ ସଂଘ ଏବଂ ଏହାର ସଭାପତି ଅଭିଷେକ ଡାଲମିୟା ଯଥାକ୍ରମେ 25 ଲକ୍ଷ ଏବଂ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । (ଏଜେନ୍ସି)

Read More

ରାଞ୍ଚି : ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ ବିକିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ବୁଧବାର ଝାଡଖଣ୍ଡର ଗୁମ୍‌ଲା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କେବଳ ଜରୁରୀ କାଳୀନ ଆବଶ୍ୟକୀୟ ସାମଗ୍ରୀର ବିକ୍ରୟକୁ ଅନୁମତି ପ୍ରଦାନ କରାଯାଇଛି । ଗୁମ୍‌ଲା ଜିଲ୍ଲାର ସୁରସାଙ୍ଗ ଜିଲ୍ଲାର ସରୋ ଦେବୀଙ୍କୁ ହତ୍ୟା କରାଯାଇଛି । ସରୋ ଦେବୀ ଦେଶୀ ମଦ ବିକ୍ରୟ କରନ୍ତି । ବୁଧବାର ଦୁଇ ଜଣ ଅଜଣା ବ୍ୟକ୍ତି ମଦ ମାଗିଥିବା ବେଳେ ସରୋ ଦେବୀ ବିକ୍ରି ପାଇଁ ମନା କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତି ସରୋ ଦେବୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୋଲିସ ଶବକୁ ଜବତ କରିବା ସହିତ ଅପରାଧୀଙ୍କୁ ଗିରଫ କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି କରିଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୁସ୍ଥତା କାରଣରୁ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶ୍ରୀ ପଟ୍ଟନାୟକଙ୍କୁ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବର୍ଷୀୟାନ୍‌ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କ୍ୟାପିଟାଲ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ରହିଥିବା କହିଛନ୍ତି । ଭବାନୀ ପଟ୍ଟନାୟକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣାପଡିଛି । ଏହା ସହିତ ଭବାନୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Read More