Author: Samikhsya Bureau

ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ପୂରା ଦମ୍‌ରେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କୁ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଲଗାଇଛି । ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି । ତେବେ ଯୋଗୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆପ୍‌ ଦାବି କରିବା ସହିତ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର୍‌ କରାଯିବା ନେଇ ମଧ୍ୟ ଦାବି କରିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ନିର୍ବାଚନୀ ରାଲିରେ ବିଜେପି ନେତା ବହୁ ବିବାଦୀୟ ବୟାନବାଜି କରୁଥିବାର ନଜର ଆସିଛି । ନିକଟର ଅନୁରାଗ ଠାକୁର୍‌ ମଧ୍ୟ ବିବାଦୀୟ ନାରା ଦେଇଥିବାବେଳେ ତାଙ୍କ ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ…

Read More

ହାଇଦ୍ରାବାଦ: କରୀନା କପୁର୍‌ ଖାନ୍‌ ଓ କାର୍ତ୍ତିକ ଆର୍ଯ୍ୟନ୍‌ ନିକଟରେ ଡିଜାଇନ୍‌ର ମନୀଷ୍‌ ମାଲହୋତ୍ରାଙ୍କ ପାଇଁ ରାମ୍ପ୍‌ ଓ୍ବାର୍କ କରିଛନ୍ତି । ହ୍ବାଇଟ୍‌ ଓ ସିଲିଭର୍‌ ଆଉଟଫିଟ୍‌ରେ ଦୁଇଜଣଙ୍କ ରୟାଲ୍‌ ଲୁକ୍‌କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଲାଗିଛି । ଏହି ଶୋ’ଟି ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୀଷ୍‌ ମାଲହୋତ୍ରା ସମର ଓ୍ବେଡିଂ କଲକେସନ୍‌ 2020କୁ ପ୍ରେଜେଣ୍ଟ କରିଥିଲେ । ମନୀଷ୍‌ଙ୍କ ଶିମରୀ ଟ୍ରାଡିସନାଲ୍‌ ଡ୍ରେସ୍‌ କରୀନା ଓ କାର୍ତ୍ତିକ ବେଶ୍‌ ସୁନ୍ଦର ଲାଗୁଥିଲେ । ଏହି ଶୋ’ରେ କରୀନା କପୁର୍‌ ମନୀଷ୍‌ ମାଲହୋତ୍ରାଙ୍କ ଶୋ’ ଟପ୍ପର ରହିଥିଲେ। କରୀନାଙ୍କ ରୟାଲ୍‌ ଲୁକ୍‌ ସାଙ୍ଗକୁ ନୂଆ ହେୟାର ଷ୍ଟାଇଲ୍‌ କରୀନାଙ୍କୁ ବେଶ୍‌ ଆକର୍ଷଣୀୟା କରିଥିଲା । ସେହିପରି କାର୍ତ୍ତିକ ହ୍ବାଇଟ୍‌ କୁର୍ତ୍ତା ଓ ପାଇଜାମାରେ ବହୁତ ହ୍ୟାଣ୍ଡସମ୍‌ ଲାଗୁଥିଲେ। ରାମ୍ପ୍‌ରେ ଦୁହିଁଙ୍କର ଭିନ୍ନ ଭିନ୍ନ ପୋଜ୍‌ର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ତେବେ ଦୁହେଁ…

Read More

New Delhi: Protesters sit in the pose of Mahatma Gandhi’s three wise monkeys during a demonstration against the Citizenship Amendment Act (CAA) 2019, National Register of Citizens (NRC) and National Population Register (NPR), at Jamia Nagar in New Delhi on Jan 31, 2020. (Photo: IANS)

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଆଜି କଂଗ୍ରେସ ଦଳ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଦିଲ୍ଲୀ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା, ଦଳର ନେତା ଆନନ୍ଦ ଶର୍ମା ଓ ଅଜୟ ମାକନ୍‌ଙ୍କ ଉପସ୍ଥିତିରେ କଂଗ୍ରେସ ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରିଛି। କଂଗ୍ରେସ ଏହି ଘୋଷଣାପତ୍ରରେ 300 ୟୁନିଟ୍‌ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ଦେଇଛି । ଏହା ସହିତ ଯୁବା ସ୍ବାଭିମାନ ଯୋଜନା ଆଧାରରେ ସ୍ନାତକ ଯୁବକଙ୍କୁ ମାସିକ ପାଞ୍ଚ ହଜାର ଟଙ୍କାର ବେରୋଜଗାରୀ ଭତ୍ତା ଦେବା ପାଇଁ ଘୋଷଣା କରିଥିବାବେଳେ ସ୍ନାତକୋତ୍ତର ଯୁବକଙ୍କ ପାଇଁ 7,500ଟଙ୍କା ଭତ୍ତାର ଘୋଷଣା କରିଛି । କଂଗ୍ରେସ ଦିଲ୍ଲୀରେ 100 ଇନ୍ଦିରା କ୍ୟାଣ୍ଟିନ୍‌ ଖୋଲିବାର ମଧ୍ୟ ପ୍ରତିଶ୍ରୁତି ରଖିଛି । ଏହି କ୍ୟାଣ୍ଟିନ୍‌ରେ 15 ଟଙ୍କାରେ…

Read More

ବେ ଓଭାଲ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖମଳାର ନିର୍ଣ୍ଣାୟକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 163 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଓପନିଂ କରୁଥିବା ସାମସନ୍‌-ରାହୁଲ କ୍ରିଜ୍‌ରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ସାମସନ୍‌ ମାତ୍ର 2 ରନ୍‌ କରି ନିଜର ଓ୍ବିକେଟ୍‌ ଫୋପାଡିଥିବା ବେଳେ ତୃତୀୟ ଓ୍ବିକେଟ୍‌ରେ ରାହୁଲ୍‌ ଏବଂ ରୋହିତ 88 ରନ୍‌ ଯୋଡିଥିଲେ । ରାହୁଲ୍‌ ନିଜର ଚମତ୍କାର ଫର୍ମ ବଜାୟ ରଖି 33ଟି ବଲ୍‌ରୁ 45 ରନ୍‌ ସଂଗ୍ରହ କରିଥିଲେ । ଏହା ମଧ୍ୟରେ 4ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅଧିନାୟକ ରୋହିତ ଶର୍ମା 41 ବଲ୍‌ରୁ 60 ରନ୍‌ ସଂଗ୍ରହ କରିଥିଲେ । ନିଜ ଇନିଂସରେ ରୋହିତ 3ଟି ଲେଖାଏଁ ଛକ୍କା ଏବଂ ଚୌକା ମାରିଥିଲେ । ବିପଜ୍ଜନକ ପାଲଟି ଆସୁଥିବା ବେଳେ ଆହତ ହୋଇ ରୋହିତ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବି ରବି ସିଂଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛନ୍ତି । ଜଣେ ପ୍ରତିଭାଶାଳୀ ତଥା ବିପ୍ଳବୀ କବି ରୂପରେ ପରିଚିତ ରବି ସିଂଙ୍କ ମୃତ୍ୟରେ ଓଡ଼ିଆ ଆଧୁନିକ ସାହିତ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କହିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଲୋକପ୍ରିୟ କବି ରବି ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଓଡ଼ିଆ ସାହିତ୍ୟ ପ୍ରତି କବିଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Read More

ସମୀକ୍ଷା ବ୍ୟୁରୋ ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍‌ରେ ଲମ୍ବା ଭାଷଣ ଦେଇଛନ୍ତି, ଯାହା ବଜେଟ୍‌ ଇତିହାସରେ ସବୁଠୁ ଲମ୍ବା ଭାଷଣ । 2019 ମସିହାରେ ଅର୍ଥମନ୍ତ୍ରୀ 2 ଘଣ୍ଟା 17 ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଭାଷଣ ଦେଇଥିବାବେଳେ ଚଳିତ ବର୍ଷ ସବୁଠାରୁ ଦୀର୍ଘ ବଜେଟ୍‌ ଭାଷଣ ଦେଇ ନିଜ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏତେ ଦୀର୍ଘ ଭାଷଣ ଦେବାପରେ ବି ବଜେଟ୍‌ର ଶେଷ ଦୁଇ ପୃଷ୍ଠାକୁ ପଢି ପାରିନାହାନ୍ତି ଅର୍ଥମନ୍ତ୍ରୀ । 2014ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ 2 ଘଣ୍ଟା 10 ମିନିଟ୍‌ରେ ବଜେଟ୍‌ ଭାଷଣ ପଢିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିଂହ 2003ରେ ପାଖାପାଖି ଦୁଇ ଘଣ୍ଟା 13 ମିନିଟ୍‌ର ବଜେଟ୍‌ ଭାଷଣ ପଢିଥିଲେ…

Read More

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ୍‌କୁ ନିରାଶାଜନକ ବୋଲି ଅଭିହିତ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ବଢିଆ ରେଟିଂ ଦିଆଯାଇଥିବା ବେଳେ ଚିଦାମ୍ବରମ୍‌ ଏହାକୁ ସମାଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ ବିତର୍କର ବିଷୟ ବୋଲି ଚିଦାମ୍ବରମ୍‌ କହିଛନ୍ତି । ସେହିପରି ସାମ୍ବାଦିକଙ୍କ ପକ୍ଷରୁ ବଜେଟ୍‌କୁ କିପରି ରେଟ୍‌ କରାଯିବ ବୋଲି ପ୍ରଶ୍ନର ଉତ୍ତର ରଖିଥିଲେ ଚିଦାମ୍ବରମ୍‌ । ମୋ ନିକଟରେ ଦୁଇଟି ସଂଖ୍ୟା ଅଛି । 0 ଏବଂ 1, ଆପଣଙ୍କ ସୁବିଧା ଅନୁସାରେ ଆପଣ ରେଟ୍‌ କରନ୍ତୁ । ବର୍ତ୍ତମାନ ବଜାରରେ ନିବେଶ ଜରୁରୀ ହୋଇଥିବା ବେଳେ ସରକାର ଏଲ୍‌ଆଇସି ଏବଂ ଆଇଡିବିଆଇ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି ମାନ୍ଦାବସ୍ଥା ସମୟରେ ସରକାରଙ୍କ ପକ୍ଷରୁ 6ରୁ 6.5ର ଅଭିବୃଦ୍ଧି ହାର ହାସ୍ୟାସ୍ପଦ ବୋଲି ଚିଦାମ୍ବରମ୍‌ କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ…

Read More

ନୂଆଦିଲ୍ଲୀ : ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନୀ । 2019ରେ ଗୁଗୁଲ୍‌ରେ କରାଯାଇଥିବା ବିଭିନ୍ନ ସର୍ଚ୍ଚକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି । ସମୁଦାୟ 4.56 ଲକ୍ଷ ଥର ଚିକେନ୍‌ ବିରିୟାନୀ ସର୍ଚ୍ଚ କରାଯାଇଛି । ସେହିପରି ଅନ୍ୟ ଖାଇବା ମଧ୍ୟରେ ବଟର ଚିକେନ୍‌, ସମୋସା, ଚିକେନ୍‌ ଟିକ୍କା ମସାଲା, ଦୋସା ଏହି ତାଲିକାରେ ପଛକୁ ପଛ ରହିଛି । ଏସ୍‌ଇଏମ୍‌ ରସ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ପ୍ରକାଶ ପାଇଛି । ପଞ୍ଜାବୀଙ୍କ ପ୍ରିୟ ଖାଦ୍ୟ ବଟର ଚିକେନ୍‌ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ବଟର ଚିକେନ୍‌କୁ 4 ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ସମୋସା । ଉତ୍ତର ଭାରତର ପ୍ରିୟ ସ୍ନାକ୍ସ ସମୋସାକୁ 3.9 ଲକ୍ଷ ଲୋକ ସର୍ଚ୍ଚ କରିଛନ୍ତି । ଦକ୍ଷିଣ ଭାରତୀୟ…

Read More

କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍‌ ପରି କୋଲକାତାର ସର୍କସ୍‌ ମଇଦାନଠାରେ 60 ମୁସଲିମ୍‌ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି । ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍‌ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍‌ ବାଗ୍‌’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ…

Read More

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଡିଏସ୍‌ପି ଦବିନ୍ଦର ସିଂଙ୍କ ଆତଙ୍କମୀ ଲିଙ୍କ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଜମ୍ମୁ କାଶ୍ମୀରର ସୋପିଆଁରେ ଚଢାଉ କରାଯାଇଛି । ଶନିବାର ଏନ୍‌ଆଇଏର 20 ଜଣିଆ ଟିମ୍‌ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଆଜି ଚଢାଉ କରାଯାଇଛି । ଦବିନ୍ଦର ସିଂଙ୍କୁ ପଚରା ଉଚୁରା ସମୟରେ ହାସଲ କରାଯାଇଥିବା କିଛି ତଥ୍ୟ ଆଧାରରେ ଏହି ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦୁଇ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହିତ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Read More

ବେ ଓଭାଲ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ 4 ଟି20ରେ ବିଜୟୀ ହୋଇ ଭାରତ 4-0ରେ ଅଗ୍ରଣୀ ରହିଛି । (ଏଜେନ୍ସି)

Read More

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଖି ବୁଜିଲେ ବିପ୍ଳବୀ କବି ରବି ସିଂ । ଏକଧାରାରେ ଜଣେ କବି,ସାମ୍ବାଦିକ ଏବଂ ରାଜନେତା ରହିଥିବା ଶ୍ରୀ ସିଂଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । 1961 ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ 2017ରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଏହି ବିପ୍ଲବୀ କବି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । କଟକ ନୂଆପଡ଼ା ସ୍ଥିତ ବାସଭବନରେ ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରବି ସିଂ । ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥୀଳ ବଳ୍ଗ, ଲାଲ ପାଗୋଡାର ପ୍ରେତ, ଭୃକୁଟି, ବିଦୀର୍ଣ୍ଣ ପରି କବିତା ପାଇଁ ଶ୍ରୀ ସିଂ ପରିଚିତ ଥିଲେ । 1948 ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ 1953 ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ ।

Read More

ନୂଆଦିଲ୍ଲୀ : ଚୀନ୍‌ରେ ରହିଥିବା 323 ଭାରତୀୟ ନାଗରିକଙ୍କୁ ଭାରତ ଫେରାଇ ଅଣାଯାଇଛି । 323 ଜଣ ନାଗରିକଙ୍କୁ ନେଇ ଭାରତ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିଛି । ଚୀନ୍‌ରେ ଏହି ଭାଇରସ୍‌ ପ୍ରଭାବରେ 300ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିବା ସହିତ 9000ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । 323 ଜଣ ନାଗରିକଙ୍କ ମଧ୍ୟରେ 7 ଜଣ ମାଳଦ୍ବୀପ ନାଗରିକ ରହିଥିବା ଜଣାପଡିଛି । ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ନାବାଳକ ଏବଂ 211 ଜଣ ଛାତ୍ର ରହିଛନ୍ତି । ଏହା ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ କୋରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ।

Read More

ନୂଆଦିଲ୍ଲୀ : ନକଲି ପାସପୋର୍ଟ ଏବଂ ଆଧାର କାର୍ଡ ସହିତ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି । ବାରଣାସୀର ପାସପୋର୍ଟ ଅଫିସରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଆଫଗାନ ନାଗରିକଙ୍କ ନାମ ଇବାଦତଉଲ୍ଲା ଆଲିଆସ୍‌ ଆବିଦ୍‌ ବୋଲି ଜଣାପଡିଛି । ବାରଣାସୀର ମହମୁରଗଞ୍ଜରେ ପାସପୋର୍ଟ ପାଇଁ ଉକ୍ତ ଯୁବକ ଜଣକ ନକଲି ଆାଧାର କାର୍ଡ ଦେଖାଇଥିଲେ । ଆଜମଗଡର ଫୁଲପୁର ପୋଲିସ୍‌ ଥାନା ପକ୍ଷରୁ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଆବିଦ୍‌ ଶନିବାର ଅପରାହ୍ନରେ ଅନ୍‌ଲାଇନ୍‌ରେ ପାସପୋର୍ଟ ଆବେଦନ ପାଇଁ ଚେଷ୍ଟା କରିଥିଲେ । ମାତ୍ର ହିନ୍ଦି ଏବଂ ଇଂରାଜୀରେ କହି ପାରୁନଥିବାରୁ ଦୋକାନୀ ଜଣକ ତାଙ୍କୁ ପାସପୋର୍ଟ ଅଫିସ୍‌କୁ ପଠାଇଥିଲେ । ବ୍ୟବହାର ସନ୍ଦେହଜନକ ଲାଗିବାରୁ ପାସପୋର୍ଟ ଅଫିସ୍‌ ପକ୍ଷରୁ ପୋଲିସ୍‌କୁ ଖବର ଦିଆଯାଇଥିଲା । (ଏଜେନ୍ସି)

Read More

ଥିରୁଅନନ୍ତପୁରମ : କେରଳର ଦ୍ବିତୀୟ କୋରୋନା ଭାଇରସ୍‌ ରୋଗୀ ଚିହ୍ନଟ ହୋଇଛି । ତିନି ଦିନ ପୂର୍ବରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ଦ୍ବିତୀୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେରଳ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂକ୍ରମିତ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ଗୁରୁବାର ଦିନ ଚୀନ୍‌ର ୟୁହାନ୍‌ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଠାରେ ଗୁରୁବାର ଦିନ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Read More