Author: Samikhsya Bureau

କେଦାର ମିଶ୍ର ବିଜେପିର ରାଜନୀତି, କେବେହେଲେ ସକାରାତ୍ମକ ବା ଗଠନମୂଳକ ରାଜନୀତି ନଥିଲା। ବିଜେପି ଓ ଏହାର ପ୍ରାକ୍ତନ ଅବତାର ଜନସଙ୍ଘ ସବୁବେଳେ ବିଭାଜନର ରାଜନୀତିରେ ବିଶ୍ଵାସ କରି ଆସିଛନ୍ତି। ଯଦିଓ ରାଜନୀତିରେ ବିଭାଜନ ବା ସୋସିଆଲ ଇଞ୍ଜିନିୟରିଂର ଏକ ଭିନ୍ନ ଭୂମିକା ସବୁବେଳେ ରହି ଆସିଛି, ବିଜେପି ରାଜନୀତିରେ ଏହା ଧାର୍ମିକ ବିଭେଦ ସୃଷ୍ଟି କରି ଏକ ଭୟଙ୍କର ସାମାଜିକ ବିଦ୍ଵେଷ ସୃଷ୍ଟି କରିବାର ଅନେକ ଉଦାହରଣ ରହିଛି। କ୍ଷମତା ଦଖଲ କରିବାକୁ ଭାରତ ଭିତରେ ପାକିସ୍ତାନକୁ କେନ୍ଦ୍ର କରି ଏକ ଅଦ୍ଭୁତ ରାଜନୀତି ବିଜେପି ଓ ଏହାର ସମର୍ଥକମାନେ ତିଆରି କରିବାରେ ସଫଳ ହୋଇଛନ୍ତି। ନିଜର ରାଜନୈତିକ ବିରୋଧୀଙ୍କୁ ପାକିସ୍ତାନର ସମର୍ଥକ ବୋଲି କହିବାର ଏକ ନାଟକୀୟ ସୂତ୍ର ବିଜେପି ପାଖରେ ରହିଛି। ଏହା ରାଜନୀତିରୁ ଆସି ଏବେ ପ୍ରଶାସନକୁ ମଧ୍ୟ ଗିଳିବା ଆରମ୍ଭ କଲାଣି। ନାଗରିକ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ…

Read More

ଜୟପୁର- ଛପାକ୍ ଚଳଚିତ୍ରକୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ରାଜସ୍ଥାନ ହେଉଛି ତୃତୀୟ ରାଜ୍ୟ ଯେ କି ଛପକ୍ କୁ ଟାକ୍ସ ଫ୍ରି କରିଛନ୍ତି। ଚଳଚିତ୍ରର ନିର୍ଦ୍ଦେଶକ ମେଘନା ଗୁଲଜାର ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଏହି ବିବାଦୀୟ ଚଳଚିତ୍ରକୁ କେବଳ କଂଗ୍ରେସ ଶାସିତ ରାଜ୍ୟରେ ଟାକ୍ସ ଫ୍ରି କରାଯାଇଛି। ଏହି ଚଳଚିତ୍ରଟି ରିଲିଜର ଗୋଟିଏ ଦିନ ପୂର୍ବରୁ ମଧ୍ୟପ୍ରଦେଶ ଏବଂ ଛତିଶଗଡ ସରକାର ତାଙ୍କ ରାଜ୍ୟରେ ଟାକ୍ସ ଫ୍ରି ହେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ରିଲିଜର ଗୋଟିଏ ଦିନ ପରେ ରାଜସ୍ଥାନ ସରକାର ଛପାକକୁ ଟାକ୍ସ ଫ୍ରି ଘୋଷଣା କଲେ। ଏହି ଘୋଷଣା ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି ଯେ, ଛପାକ୍ ପରି ଚଳଚିତ୍ରକୁ ଟାକ୍ସ ଫ୍ରି କରିବା ନିଶ୍ଚିତ ଖୁସିର କଥା। ଏହା ଦ୍ବାରା ରାଜ୍ୟର ବହୁ ସଂଖ୍ୟାରେ ଦର୍ଶକ ଏହି ଚଳଚିତ୍ରକୁ ଦେଖିପାରିବେ…

Read More

ଭୁବନେଶ୍ବର-ଆଜି ଦ୍ବିତୀୟ ଶନିବାର ଛୁଟି ଥିବାରୁ ଭୁବନେଶ୍ବରସ୍ଥିତ ରାଜଭବନ ପାର୍କ ବୁଲିବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଦିନ 2ଟାରୁ ଲୋକମାନେ ଲମ୍ବା ଲାଇନରେ ପାର୍କ ଭିତରକୁ ପ୍ରବେଶ କରୁଥିଲେ। ବର୍ଷରେ ଥରେ ମାତ୍ର ଏହି ପାର୍କ ଦେଖିବାର ସୁଯୋଗ ମିଳୁଥିବାରୁ ପାର୍କ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଗତ ଜାନୁଆରୀ 5 ତାରିଖଠାରୁ ଖୋଲାଯାଇଛି। ଏହା ଆସନ୍ତା  19 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ପାର୍କକୁ ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ସାଢେ 2ଟାରୁ 5ଟା ପର୍ଯ୍ୟନ୍ତ ସର୍ବସାଧାରଣ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଲୋକମାନଙ୍କୁ ଉଦ୍ୟାନକୁ ପ୍ରବେଶ କରିବା ପାଇଁ ସମୟ ଦିଆଯାଇଛି। ୱାଟର ଫାଉଣ୍ଟେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ପକ୍ଷୀ ପାର୍କ ଏବଂ ସର୍ବୋପରି ଉଦ୍ୟାନର ସବୁଜିମାକୁ ଦର୍ଶକମାନେ ଦେଖି ଏହାର…

Read More

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀଠାରେ ଏକ ଜୋତା କାରଖାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ମାୟାପୁରୀ ଅଞ୍ଚଳରେ ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ 90ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ 23ଟି ଦମକଳଗାଡ଼ି ଉପସ୍ଥିତ ରହିଛି । ନିଆଁ ଉପରେ କାବୁ ପାଇଁ ଚେଷ୍ଟା ଜାରି ରଖାଯାଇଛି । ତେବେ ଏହି ମାମଲାରେ ଅଧିକ ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରିରହିଛି ।  ଏହି ନିକଟ ଅତୀତରେ ଅଗ୍ନିକାଣ୍ଡର ବହୁ ଘଟଣା ଦେଖିବାକୁ ମିଳିଛି । ନିକଟରେ ଶସ୍ୟମଣ୍ଡିରେ ନିଆଁ ଲାଗି 43ଜଣଙ୍କର ମୃତ୍ୟୁ ହୋଇଥିଲା । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଚିଲିକା: ଆଜି ଆଇଏନ୍‌ସ ଚିଲିକାରେ ପାସିଙ୍ଗ ଆଉଟ୍‌ ପରେଡ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୨୯୮୩ ଜଣ ନୌସେନା ଓ ଭାରତୀୟ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀମାନେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ଉପାଧି ପ୍ରାପ୍ତ କରିଛନ୍ତି। ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ୍‌ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷାର୍ଥୀମାନେ ଏକ ଆକର୍ଷଣୀୟ ପାସିଙ୍ଗ୍‌ ଆଉଟ୍‌ ପେରେଡ୍‌ କରିଥିଲେ। ୨୧ ସପ୍ତାହର ମୂଳ ପ୍ରଶିକ୍ଷଣର ପ୍ୟାରେଡ୍‌କୁ ଭାଇସ୍‌ ଆଡମିରାଲ୍‌ ଏ.କେ ଚାଓ୍ବାଲା, ଏଭିଏସ୍‌ଏମ୍‌, ଏନ୍‌ଏମ୍‌, ଭିଏସ୍‌ଏମ୍‌ ମୁଖ୍ୟ କମାଣ ପଦାଧିକାରୀ, ଦକ୍ଷିଣ ନୌସେନା କମାନଙ୍କ ଦ୍ବାରା ନିରୀକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭାଇସ୍‌ ଆଡମିରାଲ୍‌ ଚାଓଲା ତାଙ୍କର ଅଭିଭାଷଣରେ ପାସିଂ ଆଉଟ୍‌ ପ୍ରଶିକ୍ଷାର୍ଥୀମାନଙ୍କୁ ଦୃଢ ତଥା ଭବିଷ୍ୟତ ଜୀବିକାରେ ଶାଣିତ ହେବାକୁ ଆହ୍ବାନ କରିଥିଲେ। ଏହି ଉତ୍ସବରେ ପରଭେଜ ଆଲମ୍‌, ବରିଷ୍ଠ ସେକେଣ୍ଡାରୀ ପ୍ରଶିକ୍ଷାର୍ଥୀ, କ୍ୟାପଟେନ୍‌ ମେଟ୍ରିକ୍‌ ଭର୍ତ୍ତା (ଏମ୍‌ ଆର୍‌) ଉଭୟ ଭାରତୀୟ ନୌସେନା ଏବଂ ଜେଶ୍‌ବର ରାଓ,…

Read More

ଭୁବନେଶ୍ବର-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତାହା ହେଲା ଏଥର ଜନଗଣନାରେ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର ମଧ୍ୟ ଗଣନା କରାଯିବ। ସେଥିପାଇଁ ଜନଗଣନା ଫର୍ମରେ ଏକ ସ୍ବତନ୍ତ୍ର ଫର୍ମାଟ ରହିବ। ଜନଗଣନାରେ ଏହି ନୂଆ ପରିବର୍ତ୍ତନକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ସାଧାରଣ ଗଣନା ସହିତ ଏହି ଗଣନା ମଧ୍ୟ କରାଯିବ ବୋଲି ନିଷ୍ପତି କରାଯାଇଛି। ମୁଖ୍ୟତଃ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର କୌଣସି ହିସାବ ନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଚି ହେଉଛି। ତାହାକୁ ଦୃଷ୍ଟିରେ ରଖି ଓଡିଶା ଏପରି ନିଷ୍ପତି ଗ୍ରହଣ କରିଛି। ସାଧରଣତଃ ମହାତ୍ମା ଗାନ୍ଧୀ ଆର୍ଥିକ ପଛୁଆ ବର୍ଗ ପାଇଁ ସବୁବେଳେ ଚିନ୍ତା କରୁଥିଲେ। ଗାନ୍ଧୀଙ୍କ ସେହି ଚିନ୍ତାଧାରକୁ ସମ୍ମାନ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ରାଜନୈତିକ ଦଳରେ  ବେଶ୍‌ ଚଞ୍ଚଳତା ଦେଖାଯାଇଛି । ମତଦାନର ତାରିଖ ନିକଟତର ହେଉଥିବା ସମୟରେ ସବୁ ରାଜନୈତିକ ଦଳ ନିଜ ନିଜର ଚାଲ୍‌ ଚଲାଇବା ଆରମ୍ଭ କଲେଣି । ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭାର 70 ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀର ରାଜନୀତି ବାଜି ଜିତିବା ପାଇଁ ବିଜେପି ନିର୍ବାଚନ ପ୍ରଚାର ତାଲିକାର ପ୍ରକାଶ କରିଛି । ଏଥିରେ ବଲିଉଡ୍‌ ସମେତ ଭୋଜପୁରୀ ସିନେମାର କିଛି କଳାକାର ସାମିଲ୍‌ ରହିଛନ୍ତି । 54ଜଣିଆ ଏହି ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନଡ୍ଡା, ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂହ, ଖସୋରୀ ଲାଲ ଯାଦବ, ନିରିହୁଆ, ସାଂସଦ ରବି କିଶନ, ସନି ଦେଓଲ, ମଥୁରା ସାଂସଦ ହେମାମାଳିନୀ, ସପ୍‌ନା ଚୌଧୁରୀ, ଅସମରୁ ହେମନ୍ତ ବିସ୍‌ବା ଶର୍ମା, ମୁଖ୍ୟମନ୍ତ୍ରୀ ସୋନେଓ୍ବାଲ,…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର…

Read More

ମୁମ୍ବାଇ : କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍‌ ମାଷ୍ଟର ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ରିଲିଜ୍‌ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍‌ ଭସିନ୍ ନଜର ଆସିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କପିଲ୍‌ ଦେବଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ରଣବୀର୍‌ ସିଂଙ୍କ ଲୁକ୍‌କୁ ମଧ୍ୟ ଜାରି କରାଯାଇଥିଲା । ଏହି ଦୁଇ ଅଭିନେତା ନିଜ ନିଜ ଚରିତ୍ରରେ ବେଶ୍‌ ପରଫେକ୍ଟ ଲାଗୁଛନ୍ତି । କବୀର ଖାନ୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ସେୟାର କରିଛନ୍ତି । ପୂର୍ବତନ କ୍ରିକେଟିୟର୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ନିର୍ମାତା ଏଥିରେ ପ୍ରାୟ ସମାନ ରଖିଛନ୍ତି । ଏହି ଫିଲ୍ମଟି ଭାରତର ‘1983‘ ମସିହାର କ୍ରିକେଟ୍‌ ଓ୍ବାଲ୍ଡ କପ୍‌ ବିଜୟୀକୁ ନେଇ ଆଧାରିତ ।  ଏହି ଫିଲ୍ମରେ ରଣବୀର ସିଂହ, ତାହିର ରାଜ ଭସିନ୍‌ଙ୍କ ବ୍ୟତୀତ ମୋହିନ୍ଦର ଅମରନାଥଙ୍କ ଚରିତ୍ରରେ ସାକିବ୍‌ ସଲିମ୍‌, ସନ୍ଦିପ ପାଟିଲ୍‌ଙ୍କ ଚରିତ୍ରରେ ଚିରାଗ ପାଟିଲ୍ ଓ କପିଲ୍‌…

Read More

ଝାଡଖଣ୍ଡ : ଝାଡଖଣ୍ଡରେ ବିଜେପିର ବିପର୍ଯ୍ୟୟ ପରେ ବାବୁଲାଲଙ୍କୁ ଘରକୁ ଫେରାଇନେବାକୁ ପ୍ରସ୍ତୁତ ଚାଲିଛି।  ଝାଡଖଣ୍ଡରେ ବିଜେପି ପୁଣିଥରେ ବାବୁଲାଲଙ୍କ ସାହାରା ନେବାକୁ ଚାହୁଁଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ୍‌ ମାରାଣ୍ଡିଙ୍କୁ କମାଣ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ତେବେ ଏହା ସମ୍ବନ୍ଧୀୟ ଔପଚାରିକ ଘୋଷଣା ଆସନ୍ତା ଜାନୁଆରୀ 14 ତାରିଖ ପରେ କରାଯିବ । ବାବୁଲାଲ୍‌ ମାରାଣ୍ଡିଙ୍କ ସହ ଦଳ ନିଜର ଭବିଷ୍ୟତ ଦେଖୁଥିବାର ଜଣାପଡିଛି ।  ନିକଟରେ ଝାଡ଼ଖଣ୍ଡ ବିଧାନସଭାର ଅଧିବେଶନରେ ରାଜ୍ୟର ରାଜନୈତିକ ଇତିହାସର ପ୍ରଥମଥର ପାଇଁ କେହି ବିରୋଧୀ ଦଳ ନେତା ହୋଇନାହାନ୍ତି । ଏହାର କାରଣ ବିଜେପିରେ ବିଜେପି ବିଧାୟକ ଦଳର କୌଣସି ନେତା ନାହାନ୍ତି । ମିଳିଥିବା ସୂଚନା ଅନୁସାରେ ବାବୁଲାଲଙ୍କୁ ଦଳକୁ ଫେରାଇ ନେବା ପାଇଁ ଖୋଦ୍‌ ଅମିତ୍‌ ଶାହା ଓ ନରେନ୍ଦ୍ର ମୋଦିଙ୍କ ସହମତିରେ କରାଯାଉଛି ।…

Read More

ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଛାତ୍ରସଙ୍ଗଠନ ଷ୍ଟୁଡେଣ୍ଟସ୍‌ ଫେଡେରସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁଇ ସଙ୍ଗଠନ ନେତାଜୀ ସୁଭାଷ ବୋଷ ଅନ୍ତରାର୍ଷ୍ଟ୍ରୀୟ ବିମାନବନ୍ଦର ଓ ସଡକରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ସୋସିଆଲ ମିଡିଆରେ ହ୍ୟାଜ୍‌ଟ୍ୟାଗ୍‌ ଗୋବ୍ୟାକ୍‌ମୋଦିର ଏକ ଅଭିଯାଜନ ଚଲାଇଛନ୍ତି, ଯେଉଁଥିରେ ଲୋକଙ୍କୁ ଏୟାରପୋର୍ଟ ରୋଡ ଓ ଭିଆଇପି ରୋଡରେ ବିରୋଧ କରିବା ପାଇଁ ପହଞ୍ଚିବାକୁ କୁହାଯାଇଛି ।  ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନେ ରାସ୍ତା ଖାଲି କରାଯିବା ସହିତ ପ୍ରଦର୍ଶନର ସମ୍ଭାବନା ଥିବାରୁ ସଡକରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ମୋଦି ଏହି ଗସ୍ତରେ କୋଲକତାର ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ…

Read More

ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଇଟି କଲୋନୀରେ ବନ୍ଦ ଘର ଭିତରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁଁ ପଡୋଶୀ ପୋଲିସ୍‌କୁ ଖବର ଦେଇଥିଲେ ।  ଗତ ଗୁରୁବାର ଠାରୁ ଏହି ଘରର କବାଟ ବନ୍ଦ ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ପୋଲିସ ଓ ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ବନ୍ଦ ଘରୁ କବାଟ ଭାଙ୍ଗି ୪ଟି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ମୃତଦେହ ଗୋଟିଏ ପରିବାର ମା, ବାପା, ପୁଅ ଓ ଝିଅର ବୋଲି ଜଣାପଡ଼ିଛି। ମୃତକ ହେଲେ ରଂଜିତ ପ୍ରସାଦ  ଓ ତାଙ୍କ ପତ୍ନୀ କଳ୍ପନା ପ୍ରସାଦ ଚିନୁ,  ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅ । ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ଥିବା ପାତ୍ର ମିଳିଥିବା ସୂଚନା ମିଳିଛି ।…

Read More

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅଭିନୀତ ‘ଛପାକ୍‌’ ରିଲିଜ୍‌ ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ରିଲିଜ୍‌ ହେବାର ଦ୍ବିତୀୟ ଦିନରେ ଏହି ଫିଲ୍ମଟି ଲିକ୍‌ ହୋଇଥିବାର ଖବର ମିଳିଛି। ପୁଣି ଏହାର ନିର୍ମାତାଙ୍କୁ ହାଇକୋର୍ଟଙ୍କ ଝଟ୍‌କା ମଧ୍ୟ ଲାଗିଛି। ଏହି ଫିଲ୍ମରେ  ଏସିଡ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟି୍‌ ଦିଆଯିବା ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟ ଫକ୍ସ ଷ୍ଟୁଡିଓର ଯାଚିକାକୁ ଖାରିଜ କରିଛନ୍ତି। ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ଅପର୍ଣ୍ଣା ଭଟ୍ଟ ପଟିଆଲା ହାଉସ୍‌ରେ ଏନେଇ ଏକ ଯାଚିକା ଦାୟର କରିଥିଲେ। ଯାଚିକାରେ ଏହି ଫିଲ୍ମରେ ତାଙ୍କୁ କ୍ରେଡିଟ୍‌ ଦିଆଯିବା ନେଇ ଦାବି କରିଥିଲେ। ଏହି ମାମଲାରେ ପଟିଆଲା ହାଉସ୍‌ ଫିଲ୍ମ ନିର୍ମାତାଙ୍କୁ ରିଲିଜ୍‌ ପୂର୍ବରୁ ଫିଲ୍ମରେ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ପାଇଁ ଆଦେଶ ଦେଇଥିଲେ।ଏହାପରେ ଛପାକ୍‌ର ମାର୍କେଟିଂ ଟିମ୍‌ ଫକ୍ସ ଷ୍ଟୁଡିଓ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ପଟିଆଲା ହାଇକୋର୍ଟଙ୍କ…

Read More