UZICE, Jan. 16, 2020 (Xinhua) — Photo taken on Jan. 15, 2020 shows a view of mountainous scenery in western Serbia. (Photo by Nemanja Cabric/Xinhua/IANS)
Author: Samikhsya Bureau
Mumbai: Actress Urmila Matondkar at the birthday party of poet-lyricist-screenwriter Javed Akhtar, in Mumbai on Jan 16, 2020. (Photo: IANS)
କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନ୍ଆରସିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଚିଦମ୍ବରମ୍ କହିଛନ୍ତି ଯେ, ଏନ୍ଆରସିର ଛଦ୍ମ ରୂପ ହେଉଛି ଏନ୍ପିଆର । ଆଜି କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ବିରୋଧୀ ଦଳ ଏହାକୁ ନେଇ ଏକାସାଙ୍ଗରେ ବିରୋଧ କରିବାକୁ ଅପିଲ୍ କରିଛନ୍ତି । ଚିଦାମ୍ବରମ୍ କହିଛନ୍ତି ଯେ, ଆସାମରେ ଏନ୍ଆରସିର ଅସଫଳତା ପରେ ନରେନ୍ଦ୍ର ମୋଦି ସରକାର ତୁରନ୍ତ ଏହାର ଗିୟର ବଦଳାଇଛନ୍ତି । ଏବେ ଏନ୍ପିଆର ବିଷୟରେ କହୁଛନ୍ତି । ସିଏଏ, ଏନପିଆର ଓ ଏନ୍ଆରସିର ବିରୋଧ କରୁଥିବା ସମସ୍ତ ଦଳ ଏକାସହିତ ରହିବା ଉଚିତ୍ । ନିକଟରେ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିରୋଧୀ ଦଳଙ୍କ ବୈଠକ ଡାକିଥିଲେ…
ପିକନିକ ବେଳେ ଅଘଟଣ ଘଟିଛି। ସମ୍ବଲପୁର ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ବୁଡ଼ି ଦୁଇ ଭିସୁଟ୍ର ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ସମ୍ବଲପୁର ଭିସୁଟ୍ର କିଛି ଛାତ୍ର ଦେବଝରଣ ୱାଟରଫଲ ନିକଟକୁ ପିକନିକ ଯାଇଥିଲେ। ସେଠାରେ ସାଙ୍ଗମାନେ ଦେବଝରଣ ୱାଟରଫଲରେ ଗାଧୋଇବା ବେଳେ ହଠାତ୍ ଦୁଇଜଣ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା। ୱାଟରଫଲ ପାଣି ସ୍ରୋତ ଅଧିକ ଥିବା ଫଳରେ ସେମାନେ ବୁଡ଼ିଯାଇଥିଲ। ମୃତକ ଦୁଇ ଛାତ୍ର ହେଲେ ଭିସୁଟ୍ର ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ।
ଶିରିଡି : ଯଦି ଆପଣ ସାଇଙ୍କ ଭକ୍ତ, ଶିରିଡି ଯିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିଶ୍ଚିତ ଭାବରେ ଦୁଃଖ ଦେଇପାରେ । ହିନ୍ଦୁ ଓ ମୁସଲମାନଙ୍କ ଆସ୍ଥାର ପ୍ରତୀକ ସାଇ ବାବାଙ୍କ ସହର ମହାରାଷ୍ଟ୍ରର ଶିରିଡି ସହର ଅନିଶ୍ଚିତ କାଳ ପାଇଁ ବନ୍ଦ ହୋଇପାରେ । ଶିରିଡି ସାଇ ବାବାଙ୍କ ଦର୍ଶନ ମିଳିବ, କିନ୍ତୁ ସେଠାରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଏକ ବୟାନକୁ ନେଇ ଶିରିଡିରେ ଏପରି ବିବାଦୀୟ ସ୍ଥିତି ଉପୁଜିଛି । ଉଦ୍ଧବ ତାଙ୍କ ବୟାନରେ ଶିରିଡି ସାଇ ବାବାଙ୍କର ଜନ୍ମସ୍ଥଳୀ ଶିରିଡି ନୁହେଁ ବରଂ ପରଭଣୀ ଜିଲ୍ଲା ନିକଟସ୍ଥ ପାଥରୀଗ୍ରାମ ବୋଲି କହିଥିଲେୟ। ଏବଂ ଏହି ଗ୍ରାମର ବିକାଶ ପାଇଁ 100 କୋଟି ଟଙ୍କା ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ। ବାବାଙ୍କ ଜନ୍ମସ୍ଥାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବାବେଳେ ଶିରିଡି ବାସୀ ସରକାରଙ୍କୁ…
ସମୀକ୍ଷା ବ୍ୟୁରୋ ବାଣପୁର: ବାଣପୁରଠାରୁ ଏକ ଚୋରା ଶାଗୁଆନ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ସୂଚନା ପାଇ ବାଣପୁର ଥାନା ଏସ୍ଆଇ ଉମାକାନ୍ତ ସାହୁ, ଏସ୍ଆଇ ପ୍ରସନ୍ନ କୁମାର ଜେନା, ଏସ୍ଆଇ ଦିଗ୍ବିଜୟ ବିଶ୍ବାଳ ପ୍ରମୁଖ ଓଆର୍ ୦୨ବିବି ୭୫୩୩ ଗାଡି ନଂର ଏକ ପିକ୍ଅପ୍ ଗାଡ଼ିକୁ ସାନସିରାଇପୁର ଓ ବେରୁଆଁବାଡି ଗ୍ରାମ ମଧ୍ୟରୁ ଜବତ କରିଥିଲେ। ରାତି ତିନିଟା ବେଳେ ଏହି ଗାଡିକୁ ଜବତ କରାଯାଇଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇଯାଛନ୍ତି। ଏହି ଗାଡିଟି ପର୍ଶୁ ବରାଳଙ୍କ ନାମରେ ରହିଥିବାବେଳେ ଚୋରା କାଠ ଚାଲାଣ ଅଭିଯୋଗରେ ପୋଲିସ୍ ତାଙ୍କୁ ଅଟକ ରଖିଛି। ପିକ୍ଅପ୍ ଭ୍ୟାନରୁ ୨୦ ଖଣ୍ଡ ଶାଗୁଆନ୍ କାଠ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏସିଆ ମହାଦେଶର ସର୍ବବୃହତ୍ ଶାଗୁଆନ୍ ଜଙ୍ଗଲ ଦାମିଆ ବରବରାରୁ ଶାଗୁଆନ୍ କାଠକୁ କିପରି ବେଆଇନ ଭାବରେ ଚାଲାଣ କରାଯାଉଥିଲା, ତାହା ଏବେ ପ୍ରଶ୍ନର ବିଷୟ। ଚେକ୍ପୋଷ୍ଟ ପରେ ପରେ…
ନୂଆଦିଲ୍ଲୀ: ଶିବସେନା, କଂଗ୍ରେସ ଓ ଏନ୍ସିପିର ସରକାର ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଆସୁଛି । ଭିନ୍ନ ବିଚାରଧାରାରେ ଭାଗ ହୋଇ ରହିଥିବା ତିନି ରାଜନୈତିକ ଦଳର ମହାମେଣ୍ଟରେ ପ୍ରତ୍ୟେକ ଦିନ କିଛି ଭିନ୍ନ ଭିନ୍ନ ବୟାନ ସାମ୍ନାକୁ ଆସୁଛି । ଶିବସେନାର ସାଂସଦ ସଞ୍ଜୟ ରାଉତ୍ ପୁଣିଥରେ କଂଗ୍ରେସ ବିରୋଧରେ ବୟାନବାଜି ଆରମ୍ଭ କରିଛନ୍ତି । ଶିବସେନା ସାଂସଦା ସଞ୍ଜୟ ରାଉତ ସଭରକର୍ ପ୍ରସଙ୍ଗକୁ ତେଜି କହିଛନ୍ତି ଯେ, ସଭରକରଙ୍କ କଷ୍ଟ ଯିଏ ବୁଝିବାକୁ ଚାହୁଁଛି, ସେ ଦୁଇ ଦିନ ପାଇଁ ଆଣ୍ଡାମାନ୍ ଜେଲ୍କୁ ଯାଆନ୍ତୁ । ସୂଚନାଯୋଗ୍ୟ, ନିକଟରେ ରାହୁଲ୍ ଏକ ସଭାରେ କହିଥିଲେ ଯେ, ସେ ରାହୁଲ୍ ସଭରକର ନୁହଁନ୍ତି, ଯେ କ୍ଷମା ମାଗିବେ ।’। ଗତ ବୁଧବାର ଦିନ ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ, ଇନ୍ଦିରା ଗାନ୍ଧି ମୁମ୍ବାଇର ପୁରୁଣା…
ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ଜନତା ଦଳର ଟିକେଟ ଆବଣ୍ଟନକୁ ନେଇ କିଛି ନେତା ବିଦ୍ରୋହ କରିବାର ନଜର ଆସିଛନ୍ତି । ଟିକେଟ ଭାଗବଣ୍ଟାକୁ ନେଇ କିଛି କାର୍ଯ୍ୟକର୍ତ୍ତା ନାରାଜ ରହିବା ସହିତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ବାହାରେ ହଙ୍ଗାମା କରିଛନ୍ତି । ବିଜେପିର ପ୍ରଥମ ଆଶାୟୀ ପ୍ରାର୍ଥୀ ତାଲିକା ଆସିବା ପରେ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ 57 ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ଏବେବି 13ଟି ଆସନରେ ପ୍ରାର୍ଥୀ ନାମ ଘୋଷଣା ହେବା ବାକି ରହିଛି । କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ଭିତରେ ଆସନ ଭାଗବଣ୍ଟାକୁ ନେଇ ଯେଉଁଭଳି ଭାବରେ ଅସନ୍ତୋଷ ଦେଖାଦେଇଛି ଏହା ବିଜେପି ପାଇଁ ଶୁଭସୂଚନା ନୁହେଁ । ନିକଟରେ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ନିରାଶଜନକ…
ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ଆଶାଦେବୀ କହିଛନ୍ତି ଯେ, ଇନ୍ଦିରା ଏଭଳି ପରାମର୍ଶ ଦେବାକୁ କିଏ ? ସାରାଦେଶ ଦୋଷୀଙ୍କ ଫାଶୀଙ୍କ ପକ୍ଷରେ ରହିଛି। ଏଭଳି କିଛି ଲୋକଙ୍କ ପାଇଁ ପୀଡ଼ିତାକୁ ନ୍ୟାୟ ମିଳିପାରୁନି ବୋଲି କହିଛନ୍ତି ଆଶାଦେବୀ । ଅତୀତରେ ଇନ୍ଦିରାଙ୍କୁ ବହୁବାର ଭେଟିଛନ୍ତି ବୋଲି କହିଛନ୍ତି ଆଶାଦେବୀ। କିନ୍ତୁ କେବେ କେମିତି ଅଛନ୍ତି ବୋଲି ପଚାରିନାହାନ୍ତି ଇନ୍ଦିରା । ସୂଚନାଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରି ନିର୍ଭୟା ମା’ ଦୋଷୀଙ୍କ କ୍ଷମା ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପଟିଆଲା ହାଉସ୍ କୋର୍ଟ ଚାରି ଦୋଷୀଙ୍କୁ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ 22 ତାରିଖ ସକାଳ 7ଟାରେ…
ଛତିଶଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍ଆର୍ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍ପିଆର୍) ଲାଗୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା କହିଛନ୍ତି। ରାୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଘେଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦି ଏନ୍ଆର୍ସି ଲାଗୁ ନ କରିବାକୁ କହୁଥିବାବେଳେ ଗୃହମନ୍ତ୍ରୀ ଅମିତ୍ ଶାହା ଏହାକୁ ସିଏଏର ଅଂଶ ବିଶେଷ ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଏପରି ବିବାଦ ପାଇଁ ସାଧାରଣ ଲୋକେ ପେଶି ହେଉଛନ୍ତି । ଆଜି ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର ରହିଥିବାବେଳେ ଏହାର ଚର୍ଚ୍ଚା ନାହିଁ । ଚର୍ଚ୍ଚା ତ କେବଳ ନାଗରିକତାର ହେଉଛି । ବଘେଲ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ରେ ଗରିବ ରେଖା ତଳେ ରହୁଥିବା ଲୋକକଙ୍କ ସଂଖ୍ୟା ସର୍ବାଧିକ ।…
ସମୀକ୍ଷା ବ୍ୟୁରୋ ଜଗତସିଂହପୁର: ଖାକିରେ ପୁଣି ଲାଗିଲା ଦାଗ। ସିଆଇଏସଏଫ୍ କନେଷ୍ଟବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜଗତସିଂହପୁର ଅଭୟଚନ୍ଦପୁର ଥାନା ଅଂଚଳରେ ଜଣେ ସାଢେ ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଡ଼ୋଶୀ ଘର ନାବାଳିକା ଝିଅକୁ ଚକଲେଟ ଦେବା ବାହାନାରେ ସେ ଦୁଷ୍କର୍ମ କରିଥିବା ଅଭୟଚନ୍ଦପୁର ଥାନାରେ ଅଭଯୋଗ ହୋଇଛି। ଅଭିଯୋଗ ଆଧାରରେ ଆଜି ସିଆଇଏସଏଫ ହେଡ଼ କନେଷ୍ଟେବଲ ଏମ. କାଣ୍ଡାସ୍ୱାମୀ ଗିରଫ କରି ପଚରାଉଚରା କରୁଛି ପୋଲିସ। କାଣ୍ଡାସ୍ବାମୀଙ୍କ ଘର ତାମିଲନାଡୁରେ ବୋଲି ଜଣାପଡିଥିବାବେଳେ ସେ ସିଆଇଏସଏଫ୍ ବାରାକ୍ରେ ରହୁଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ବାପା ମଧ୍ୟ ସିଆଇଏସଏଫରେ କନେଷ୍ଟେବଳ ଅଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଟ୍ରାଫିକ୍ ନିୟମ କଡାକଡି ପାଇଁ ପରିବହନ ମନ୍ତ୍ରୀ ପୁଣିଥରେ ଚେତାବନୀ ଦେଇଛନ୍ତି। ଏଥରେ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବି ହେଲମେଟ୍ ବାଧ୍ୟ କରାଯାଇଛି। ଦିଲ୍ଲୀ ସଡକ ସୁରକ୍ଷା ବୈଠକରୁ ଫେରିବେ ପରେ ମନ୍ତ୍ରୀ ପଦ୍ମନାଭ ପ୍ରତିକ୍ରିୟା ଦେଇଛନ୍ତି। ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି। ସେହିପରି କାର୍ ବା ଚାରିଚକିଆ ଗାଡ଼ିରେ ବସିଥିବା ବ୍ୟକ୍ତିମାନଙ୍କ ପାଇଁ କାର୍ ବେଲ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତିନି ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡାକଡି କରାଯିବ। ସେହିପରି ଜରିମାନା କୋହଳ ପାଇଁ ଆଲୋଚନା ହୋଇଛି, ଆଇନ୍ ପରିବର୍ତ୍ତନ କରାଯାଇନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଦୁର୍ଘଟଣା ହ୍ରାସ ପାଇଁ ଏନ୍ଏଚ୍ ଓ ଏଚ୍ଏଚ୍ରେ ମୋବାଇଲ୍ ଭ୍ୟାନ୍ ରହିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ପ୍ରତି ତିରିଶ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ସ୍କ୍ବାର୍ଡ ରହିବେ। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି, ଆର୍ଥିକସହାୟତା…
ସମୀକ୍ଷା ବ୍ୟୁରୋ ଶେରଗଡ : ସାମ୍ପ୍ରତିକ ସମାଜରେ ଜନ୍ମଦିନଠାରୁ ଆରମ୍ଭ କରି ବିବାହ ଉତ୍ସବ ଯାଏଁ ସବୁଠି ପାଶ୍ଚାତ୍ୟ ପରମ୍ପରାରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ଜନ୍ମଦିନରେ କେକ୍ କାଟି ସାଙ୍ଗସାଥୀଙ୍କ ସହ ପାର୍ଟି କରି ମଜା ମସ୍ତି କରାଯାଉଥିବାବେଳେ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ୍ ଅନ୍ତର୍ଗତ ଡେଙ୍ଗାପଦରଠାରେ ଜନୈକା ବ୍ୟକ୍ତି ନିଆରା ଢଙ୍ଗରେ ନିଜ ଝିଅର ଜନ୍ମଦିନ ପାଳନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଠାରେ ଗଢିଉଠିଥିବା କବି ନରସିଂହ ମାଠ ଦୃଷ୍ଟିହୀନ ବଧିର ଓ ମାନସିକ ଅନଗ୍ରସର ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଗହଣରେ ସ୍ଥାନୀୟ କୁରୁଳା ଗ୍ରାମର ସମାଜସେବୀ ବି.ଗଣେଶ ପାତ୍ର ନିଜ କନ୍ୟା ଆରାଧ୍ୟା ପାତ୍ରର ଜନ୍ମଦିନ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ସମାଜର ହସଖୁସିରୁ ଦୂରେଇ ରହି ନିଜ ଜୀବନ ସହ ପ୍ରତି ମୂହୁର୍ତ୍ତରେ ସଂଘର୍ଷ କରୁଥିବା ଏହି ବିଦ୍ୟାର୍ଥୀ ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ସହ ବିଦ୍ୟାଳୟକୁ ସହଯୋଗ ପ୍ରଦାନ…
ରାଜସ୍ଥାନ :ରାଜସ୍ଥାନର ଶିକର ଜିଲ୍ଲାର ନିମକାଥାନା ଗ୍ରାମରେ ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ପୁରାନ ବାସ ପଞ୍ଚାୟତରୁ ବିଦ୍ୟା ଦେବୀ 207 ଭୋଟରେ ଜିତିଛନ୍ତି। 97 ବର୍ଷୀୟା ଦେବୀ ଗ୍ରାମର ସରପଞ୍ଚ ହୋଇଛନ୍ତି। ଦେବୀଙ୍କ ବିଜୟ ପରେ ଗ୍ରାମରେ ବେଶ୍ ଉଲ୍ଲାସ ଦେଖାଯାଇଛି। ପ୍ରଦେଶରେ ବ୍ୟୟଜୈଷ୍ଠ ସରପଞ୍ଚ ଭାବରେ ବିଦ୍ୟାଙ୍କ ନାମ ସାମିଲ୍ ହୋଇଛି। ତେବେ ଗ୍ରାମର ଅଧିବାସୀମାନେ ବେଶ୍ ବିଶ୍ବାସ ଓ ଭରସାର ସହ ବିଦ୍ୟାଦେବୀଙ୍କୁ ସରପଞ୍ଚ ଆସନରେ ବିଜୟୀ କରାଇଛନ୍ତି। ସେହିପରି ବିଦ୍ୟା ଦେବୀ ପରିଣତି ବୟସରେ ମଧ୍ୟ ବେଶ୍ ସୁସ୍ଥ ରହିଛନ୍ତି। ସେ ଏହି ବିଜୟୀରେ ଗ୍ରାମବାସୀଙ୍କ କୃତଜ୍ଞତା ଜଣାଇବା ସହିତ ଗ୍ରାମର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସେହିପରି ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ଟୋଙ୍କ ନଟଓ୍ବାଡାରେ ଜିତିଛନ୍ତି ନୀତା କଓ୍ବଁର । ନୀତା 18 ବର୍ଷ ପୂର୍ବେ ପାକିସ୍ତାନରୁ ଆସି ଭାରତରେ ଅବସ୍ଥାପିତ ହୋଇଥିଲେ। ଗତ 5 ମାସ…
ସମୀକ୍ଷା ବ୍ୟୁରୋ : ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ 26ଟି ହାଡ, 107ଟି ଲିଗାମେଣ୍ଟସ୍, 37ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ । ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର 20ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର୍ଯ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ। 1970 ଦଶକରେ 77 ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା 13 ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା…
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ଫାଶୀକୁ ନେଇ ସାରା ଦେଶ ବାସୀ ଅପେକ୍ଷା କରିଥିବାବେଳେ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଏହାକୁ ନେଇ ଏକ ବୟାନ ଦେଇଛନ୍ତି। ସେ ନିର୍ଭୟା ମାତାଙ୍କୁ ଦୋଷୀଙ୍କୁ ଫାଶୀ ନ ଦେଇ କ୍ଷମା କରିବା ପାଇଁ ଅପିଲ୍ କରିଛନ୍ତି। ଇନ୍ଦିରା ଜୟସିଂହ କହିଛନ୍ତି ଯେ, ସୋନିଆ ଗାନ୍ଧି ଯେପରି ଭାବରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା ଦେଇଛନ୍ତି, ସେହିପରି ନିର୍ଭୟା ମା’ଙ୍କୁ ସୋନିଆ ଗାନ୍ଧିଙ୍କୁ ଅନୁସରଣ କରିବା ଦରକାର। ଇନ୍ଦିର ଟୁଇଟ୍ କରି କହିଛନ୍ତି ଯେ, – ମୁଁ ନିର୍ଭୟାଙ୍କ ମାତା ଆଶା ଦେବୀଙ୍କ କଷ୍ଟକୁ ବୁଝିପାରୁଛି । ସେ ଆଶାଦେବୀଙ୍କ ସହ ରହିଛନ୍ତି, କିନ୍ତୁ ମୃତ୍ୟୁଦଣ୍ଡ ସପକ୍ଷରେ ନୁହଁନ୍ତି । ପଟିଆଲା ହାଉସ୍ କୋର୍ଟ ନିର୍ଭୟା ଦୋଷୀଙ୍କ ପାଇଁ ନୂତନ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି। ଏବେ ନିର୍ଭୟାର ଚାରି ଦୋଷୀ ପବନ ଗୁପ୍ତା, ବିନୟ ଶର୍ମା,…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସକାଳୁ ସକାଳୁ ଇକୋ ରିଟ୍ରିଟ୍ରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଏସ୍.ପି. ଠାକୁର ମଧ୍ୟ ପ୍ରମୁଖ ସାମିଲ୍ ରହିଛନ୍ତି । ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ୍ ହେବ କହିଲେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠ। ଆଜି ସନ୍ଧ୍ୟାରେ ନଲେଜ୍ ହବ୍ଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। କିଛି ଦିନ ତଳେ 5ଟି ସଚିବ ଭିକେ ପାଣ୍ଡିଆନ୍ କୋଣାର୍କ ଗସ୍ତ କରି ଏହାର ଚତୁଃପାର୍ଶ୍ବ ତଦାରଖ କରିଥିଲେ । ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ବଦରବାରରେ ଅଧିକ ଲୋକପ୍ରିୟ କରିବା ଦିଗରେ ବିଶେଷ ଯତ୍ନବାନ ହୋଇଛନ୍ତି ।
ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟନ୍ ଓ ସାରା ଅଲ୍ଲୀ ଖାନ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଲଭ୍ ଆଜ୍ କଲ୍2’ର ଟ୍ରେଲର୍ ଆସିସାରିବା ପରେ ଏବେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ଟ୍ରେଲର୍ଟି ୟୁ ଟ୍ୟୁବ୍ରେ ନମ୍ବର ଓ୍ବାନ୍ ଟ୍ରେଣ୍ଡ୍ରେ ଚାଲୁଛି । ଏହି ଟ୍ରେଲର୍ରେ କାର୍ତ୍ତିକଙ୍କ ଦୁଇଟି ରୂପ ଦେଖାଯାଇଛି । କାର୍ତ୍ତିକ 90 ଦଶକ ଓ ଚଳିତ ଦଶକର ହିରୋଇନ୍ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଟ୍ରେଲରରେ କାର୍ତ୍ତିକଙ୍କ ପ୍ରେମିକା ରୂପରେ ସାରା ଅଲ୍ଲୀ ଖାନ୍ ରହିଥିବାବେଳେ 90 ଦଶକରେ ରହିଥିବା କାର୍ତ୍ତିକଙ୍କ ହିରୋଇନ୍ ଭୂମିକାରେ ରହିଛନ୍ତି ଜଣେ ନବାଗତା । ଯାହାକୁ ମିଷ୍ଟ୍ରି ଗାର୍ଲ ବୋଲି କୁହାଯାଉଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ଆରୁଷି ଶର୍ମା । ଆରୁଷି ଏହି ଫିଲ୍ମ ଜରିଆରେ ଆକ୍ଟିଂ କ୍ୟାରିଅରର ଆରମ୍ଭ କରିବାକୁ ଯାଉଥିବାବେଳେ କିନ୍ତୁ ଏହି ଫିଲ୍ମଟି ଆରୁଷିଙ୍କର ପ୍ରଥମ ଫିଲ୍ମ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଜେଇଇ (ମେନ୍) ପରୀକ୍ଷା ଫଳ ଘୋଷଣା କରାଯାଇଛି । ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ଜେଇଇ ମେନ୍ରେ 99.99% ମାର୍କ ରଖିଛନ୍ତି । ସର୍ବଭାରତୀୟସ୍ତରରେ 9 ଜଣ ପ୍ରାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ଶତପ୍ରତିଶତ ନମ୍ବର ରଖିଥିବା 9ଜଣଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀର ନିଶାନ୍ତ ଅଗ୍ରଓ୍ବାଲ। ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟ ଓ ହରିୟାଣାର ଜଣେ ପ୍ରାର୍ଥୀ ରହିଥିବାବେଳେ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଓ ତେଲେଙ୍ଗାନାର ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ମୋଟ୍ 8.69 ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଜାନୁଆରି 6 ରୁ 9 ତାରିଖ ମଧ୍ୟରେ ଏହି ପରୀକ୍ଷାରେ ଛଅଟି ସିଫ୍ଟ୍ରେ ହୋଇଥିଲା। www.jeemain.nta.inରେ ରେଜଲ୍ଟ ଉପଲବ୍ଧ ହେଉଛି ।
ସମୀକ୍ଷା ବ୍ୟୁରୋ ବାଲେଶ୍ବର : ବାଲେଶ୍ବରଠାରେ ପିକ୍ନିକ୍ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରାଛକ ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ୧୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଦୀଘାରୁ ପିକନିକ ସାରି ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେହିପରି ବାଲେଶ୍ବରର ଶେରଗଡ-ଖନ୍ତପଡ଼ା ରାସ୍ତାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗସ୍ତ ହୋଇଛି ।
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନାନୁସାରେ ଟାଙ୍ଗୀ ରେଞ୍ଜର ହଜ ଓ କଲରାଝର ଗ୍ରାମରେ ଗତକାଲି ରାତିରେ ହାତୀ ପଶି ଆକ୍ରମଣ କରିଥିଲେ । ରାତିରେ ଘରେ ଶୋଇଥିବା ବେଳେ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟଙ୍କ ମଧ୍ୟରୁ ଜଣେ ହଜ୍ ଗ୍ରାମର ଓ ଆଉ ଜଣେ କଲରାଝର ଗ୍ରାମର ବୋଲି ଜଣାପଡିଛି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। କ୍ଷତିପୂରଣ ଦାବିରେ ହଜ୍-ରଣପୁର ରାସ୍ତା ବନ୍ଦ କରିଛନ୍ତି ହଜ୍ ଗ୍ରାମବାସୀ ବୃନ୍ଦ ।

