Mumbai: Actor Salman Khan during the promotions of his upcoming film “Dabangg 3”, in Mumbai on Dec 14, 2019. (Photo: IANS)
Author: Samikhsya Bureau
Mumbai: Actor Varun Dhawan during a programme with cancer patient childrens , in Mumbai on Dec 15, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଶେରଗଡ଼,୧୫/୧୨: ଗଞ୍ଜାମର ଶେରଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯନ୍ତ୍ରପାତି ଦ୍ବାରା ମଣିଷ ଜୀବନରେ ସମସ୍ତ କାମ ସୁରୁଖୁରୁରେ ହେଉଛି । ମାତ୍ର ଏହାର ବିପରୀତ ଜିନିଷ ଶେରଗଡରେ ଦେଖିବାକୁ ମିଳିଛି । ଧାନ ଅମଳ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଟ୍ରାକ୍ଟର ସମ୍ପୂର୍ଣ୍ଣ ଜଳିଯାଇଛି । ଗଞ୍ଜାମର ଶେରଗଡ ବ୍ଲକର ଠୁରୁବୁରାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଟ୍ରାକ୍ଟର ଦ୍ବାରା ପରିଚାଳିତ ଧାନ ଅମଳ ମେସିନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଏଥିରେ ନିଆଁ ଲାଗିଯିବାରୁ ମେସିନ୍ଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବଳକୁ ମେସିନ୍ଟିର ଅର୍ଦ୍ଧାଧିକ ଭାଗ ପୋଡି ଯାଇଥିଲା ।
ଲକ୍ଷ୍ନୌ,15/12 : ଦେଶରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶର ମାଉ ଜିଲ୍ଲାର ମଧୁବନ ପୋଲିସ୍ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । 10ମ ଶ୍ରେଣୀର ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ମଧୁବନ ପୋଲିସ୍ 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ଦିନ ଯୁବତୀ ଜଣକ ସ୍କୁଲକୁ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ । ପୋଲିସ୍ ସହିତ ପରିବାର ଲୋକ ଯୁବତୀ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ରବିବାର ଚେତା ଫେରିବା ପରେ ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ । ରବିବାର ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।(ଏଜେନ୍ସୀ)
ଚେନ୍ନାଇ, 15/12 : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍ରେ ଦୁଇଟି ଓ୍ବିକେଟ୍ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍ର ଇନିଂସ ଫଳରେ ଭାରତ 287 ରନ୍ ସଂଗ୍ରହ କରିଥିଲା । ଶେଷ ଭାଗରେ କେଦାର ଜାଦବ(40) ଏବଂ ରବୀନ୍ଦ୍ର ଜାଡେଜା(21)ଙ୍କ ଇନିଂସ ବଳରେ ଭାରତ 280 ରନ୍ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍ କର୍ଟେଲ, ଆଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ବାଣପୁର ,15/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ଏସିର 12 ନଂ ଓ୍ବାର୍ଡର ବଡ ହନ୍ତୁଆଡ ଗ୍ରାମରେ ଏକ ମସ୍ଜିଦ୍ ଉଦ୍ଘାଟିତ ହୋଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗ୍ଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାଇଚାରାର ଏହି ପର୍ବରେ ମୁଖ୍ୟ ଅତିଥି ମସ୍ଜିଦ୍ର କାରୁକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କମ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନ ସିଂ, ବ୍ଲକ ଅଧ୍ୟକ୍ଷ , ଏନ୍ଏସି ଅଧ୍ୟକ୍ଷ ତଥା ଜଗତ ବଲ୍ଲଭ ମହାରଥାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୫/୧୨: ବାଲୁଗାଁର ଶିବାନୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ୍। ମୃତ ଶିବାନୀଙ୍କ ଭାଉଜ କାବେରୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ଏକତରଫା ପ୍ରେମର ରୂପ ଦେଇ ଶିବାନୀଙ୍କୁ ନିଜେ ହତ୍ୟା କରିଥିଲା କାବେରୀ। ରବିବାର ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ବାଇଁ କାବେରୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବାରୁ କାବେରୀ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଜଣାପଡିଛି । ଗଙ୍ଗନଗର ଘରେ ଦୁଇ ଜଣ ଥିବା ବେଳେ କାବେରୀ ଶିବାନୀଙ୍କୁ ହତ୍ୟା କରିବା ସହିତ ଏକତରଫା ପ୍ରେମ କାରଣରୁ ସେହି ଗ୍ରାମର ଜନୈକ ଯୁବକଙ୍କୁ ଦୋଷାରୋପ କରିଥିଲେ। ଶିବାନୀଙ୍କ ପ୍ରେମିକ ବିଭୁ ଏବଂ ଭାଉଜ କାବେରୀଙ୍କୁ ପୋଲିସ୍ ଥାନାକୁ ନେଇ ଜେରା କରିବା ପରେ ସତ ସାମ୍ନାକୁ ଆସିଥିଲା। ଶିବାନୀଙ୍କ ଭାଇଙ୍କୁ କାବେରୀ ପ୍ରେମ ବିବାହ କରିଥିବା ବେଳେ…
ସମୀକ୍ଷା ବ୍ୟୁରୋ ଚିଲିକା,୧୫/୧୨ : ଚିଲିକାରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍ ଆଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି। ବଡକୂଳସ୍ଥିତ ଜେଟିରେ ଏହି ଅଘଟଣ ଘଟିଛି। ବଡକୂଳ ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ୧୫ ବର୍ଷୀୟ ପୁଅ ଆନନ୍ଦ ବାରିକ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍ ଆଘାତରେ ଗୁରୁତର ଆନନ୍ଦଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରଫୁଲ୍ଲଙ୍କର ବଡକୂଳ ଜେଟି ପାନ୍ଥନିବାସରେ ଏକ ଦୋକାନ ରହିଥିବା ବେଳେ ଶନିବାର ଦିନ ପିତାଙ୍କ ସହାୟତା ପାଇଁ ପହଞ୍ଚିଥିଲେ ଆନନ୍ଦ। ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୬ଟାରେ ପୁନର୍ବାର ଚାଲୁ ହୋଇଥିଲା। ସନ୍ଧ୍ୟା ସମୟରେ ଆନନ୍ଦ ଜେଟିର ରେଲିଂକୁ ଧରିଥିବା ବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଚିଲିକା ପରିଭ୍ରମଣରେ ଦୈନିକ ସହସ୍ରାଧିକ ପର୍ଯ୍ୟଟକଙ୍କ ଆସୁଛନ୍ତି। ବାଲୁଗାଁ ସମେତ ବଡକୂଳ ପାନ୍ଥନିବାସ ନିକଟରେ…
ନୂଆଦିଲ୍ଲୀ,15/12: ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୀର ସବରକରଙ୍କ ନାତି । ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ରଞ୍ଜିତ ସବରକର କହିଛନ୍ତି । ଶନିବାର ଦିଲ୍ଲୀରେ ରାହୁଲ ମୁଁ ଗାନ୍ଧୀ ସବରକର ନୁହେଁ ବୋଲି ମତ ଦେବା ପରେ ଏହି ବିବାଦ ଦେଖା ଦେଇଥିଲା । ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ସବରକରଙ୍କ ନାତି ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ଏପରି ମତ ପାଇଁ ଉଦ୍ଧବ ଠାକ୍ରେ ତାଙ୍କୁ ମାରିବା ଉଚିତ୍ ବୋଲି ରଞ୍ଜିତ ସବରକର କହିଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ସବରକରଙ୍କୁ ସମ୍ମାନ ପ୍ରଦାନ କରାଯାଇଥାଏ ମାତ୍ର ଏକ ସର୍ବସାଧାରଣ ସଭାରେ ରାହୁଲଙ୍କ ଏପରି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
କଳାହାଣ୍ଡି/ ସମୀକ୍ଷା ବ୍ୟୁରୋ: ଓଡ଼ିଶାରେ ଦାଦନର କରୁଣ ଦୃଶ୍ୟ କିଛି ନୂଆ ନୁହେଁ। ଇଟାମାଟି,ଘର ଦ୍ୱାର ଛାଡ଼ି ରୋଜଗାର ଆଶାରେ ଆଜି ବି ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବା ବେଳେ କେବେ ଅଘଟଣରେ ତ ଆଉକେବେ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି ଅନେକେ। ଶେଷ ସମୟରେ ପ୍ରିୟପରିଜନଙ୍କୁ ବି ପାଇପାରୁନାହାନ୍ତି ପାଖରେ। ରୋଜଗାର ଅଭାବରୁ ଦାଦନମୁହାଁ ହେଉଛନ୍ତି ଅଞ୍ଚଳବାସୀ। ସରକାରୀ ପ୍ରୋତ୍ସାହନ ଅଭାବ ତଥା ରୋଜଗାର ଦେବାର ସରକାର ବିଫଳ ହେବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣି ଜଣେ ଦାଦନ ଶବ ହୋଇ ଫେରିଛି ନିଜ ଗ୍ରାମକୁ। କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍ର ମିଥୁନ ନାମକ ଜଣେ ଯୁବକ ଗୁଜୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍ ଦାଦନ ପ୍ରବଣ ବ୍ଲକ୍ ଭାବରେ…
ଚେନ୍ନାଇ, 15/12 : ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଶ୍ରେୟସ୍ ଆୟାର ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ 173/3 ରନ୍ ସଂଗ୍ରହ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କଟରେଲ(2/12) ଫଳରେ 25 ରନ୍ ମଧ୍ୟରେ ରାହୁଲ ଏବଂ କୋହଲିଙ୍କ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା(36) ଆୟାରଙ୍କ ସହିତ 55 ରନ୍ ଯୋଡିଥିଲେ । ଆଲଜାରୀ ଯୋଶେଫ୍ ଏହି ଯୋଡି ଭାଙ୍ଗିବା ପରେ ପନ୍ତ ଏବଂ ଆୟାର ପଞ୍ଚମ ଓ୍ବିକେଟ୍ରେ ଅବିଭାଜିତ 85 ରନ୍ କରି ବ୍ୟାଟିଂ କରୁଛନ୍ତି । 33 ଓଭର ଶେଷ ସୁଦ୍ଧା ଆୟାର(59) ଏବଂ ପନ୍ତ(51) ରନ୍ରେ ବ୍ୟାଟିଂ କରୁଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ,15/12: ନାଗରିକତ୍ବ ବିଲ୍ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ଆଇନ୍କୁ ନେଇ ଦେଶରେ ଅବସ୍ଥାନ କରୁଥିବା ମୁସଲିମ୍ଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ କହିବା ସହିତ ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଶାହା କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ମତ ଦେଇଛନ୍ତି । (ଏଜେନ୍ସୀ)
https://www.youtube.com/watch?v=QsYZLM1yX7E Actress Rakhi Sawant who is famous for her bold statements recently lauded police force on the ‘encounter killing’ of the accused in the Hyderabad rape case
ମୁମ୍ବାଇ, 15/12 : ରାହୁଲ ଗାନ୍ଧୀଙ୍କ ସବରକର ମନ୍ତବ୍ୟକୁ ନେଇ ସହଯୋଗୀ ଦଳ ଶିବସେନା ରାହୁଲଙ୍କୁ ସମାଲୋଚନା କରିଥିବା ବେଳେ ଅନ୍ୟତମ ସହଯୋଗୀ ଦଳ ଏନ୍ସିପି ରାହୁଲଙ୍କ ସମର୍ଥନ କରିଛି । ଗୋଟିଏ ଘଟଣାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମତ ରହିଥାଏ ଏବଂ ସବରକରଙ୍କୁ ନେଇ ରାହୁଲଙ୍କ ମତ ଭିନ୍ନ । ମାତ୍ର ଭିନ୍ନ ମତ ରହିବା ରାହୁଲଙ୍କୁ ଭୁଲ ବୋଲି ପ୍ରମାଣିତ କରୁନାହିଁ ବୋଲି ଏନ୍ସିପି ନେତା ଛଗନ ଭୁଜବଳ କହିଛନ୍ତି । ସବରକର ଗାଇକୁ ମା‘ ବୋଲି କହୁନଥିବା ବେଳେ ବିଜେପି ଏହା କହୁଛି ଏବଂ ସେ ଜ୍ଞାନବାଦୀ ହୋଇଥିବା ବେଳେ ବିଜେପି ଏହି ମତବାଦରେ ବିଶ୍ବାସ କରେନାହିଁ । ତେଣୁ ଯଦି ସବରକରଙ୍କ ମତବାଦରେ ବିଶ୍ବାସ ନକରି ବିଜେପି ଠିକ୍ ସମାନ ଭାବରେ ରାହୁଲଙ୍କ ମତ ମଧ୍ୟ ଠିକ୍ ।(ଏଜେନ୍ସୀ)
ସୋରଡା, 15/12 : (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସୋରଡଙ୍କ କାର୍ଯ୍ୟାଳୟରେ ସୋରଡାର ବିଭିନ୍ନ ପଞ୍ଚାୟତର 20 ଜଣ ସଦସ୍ୟଙ୍କୁ ତାଲିମ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଏବଂ ଉତ୍ତମ ଆୟ ପ୍ରଦାନ କରୁଥିବା ଟମୋଟା, ବାଇଗଣ କୋବି ଜାତୀୟ ଫସଲ ତଥା ମୂଳା ଚାଷ ଓ ଆଳୁ ଚାଷର ଉପାଦାଦେୟତା ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ସୋରଡା ଉଦ୍ୟାନ କୃଷି ଅଧିକାରୀ ଚିନି ଗୁଲାବିଙ୍କ ତତ୍ତ୍ବାବଧାନରେ ହୋଇଥିବା…
https://youtu.be/7otQCYd8UPQ Actress Taapsee Pannu says that her statement that Amitabh Bachchan was given more credit than her for their recent hit Badla was misquoted by the media
ଚେନ୍ନାଇ, 15/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ରେ ଭାରତ ପକ୍ଷରୁ କେଦାର ଜାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶିବମ ଦୁବେ ଦିନିକିଆ ପଦାର୍ପଣ କରିଛନ୍ତି । ସେହିପରି ଧଓ୍ବନ୍ଙ୍କ ଅନୁପସ୍ଥିତିରେ ରାହୁଲ୍ ଓପନିଂ ଦାୟିତ୍ବ ସମ୍ଭାଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଦୀପକ ଚହର ଦଳରେ ସ୍ଥାନ ପାଇଛନ୍ତି । (ଏଜେନ୍ସୀ)
ନେପାଳ, ୧୫/୧୨: ନେପାନଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଏହି ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ ହୋଇଥିବାବେଳେ ୧୮ ଜଣ ଆାହତ ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ ବିଏ ୪ କେଏଚ୍ଏ ୪୪୬୮ ନମ୍ବରର ବସ୍ଟି ଡୋଲଖା ମ୍ୟୁନିସିପାଲଟିର କଲିନଚୌକରୁ ଭକ୍ତପୁର ଯାଉଥିଲା। ପାହାଡିଆ ରାସ୍ତା ଦେଇ ବସଟି ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ / ବାଲୁଗାଁ ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇଆଇସି ରମାକାନ୍ତ ମହାଳିକ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ବେହେରାଙ୍କ ଘରେ ପଶି ତାଙ୍କୁ ଜଣେ ଯୁବକ ଗଳାକାଟି ହତ୍ୟା କରିଛି। ଶିବାନୀ ତାଙ୍କ ଘର ବାରିପଟେ ଥିବା ଏକ କୋଠରୀରେ ବସି ପାଠ ପଢୁଥିବାବେଳେ ସେହି ଗ୍ରାମର ଜଣେ ଯୁବକ ଛାତ ଚଢି ଘରେ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ର ଦ୍ବାରା ଶିବାନୀର ଗଳା କାଟି ଦେଇ…
ନୂଆଦିଲ୍ଲୀ, ୧୫/୧୨: ଦୁଷ୍କର୍ମ ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦାବିକୁ ନେଇ ବିଗତ ୧୩ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଅସୁସ୍ଥ ହୋଇଛନ୍ତି। ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାରଠାରୁ ସେ ଅସୁସ୍ଥ ହୋଇଯାଇଥିଲେ। ନିୟମିତ ଭାବେ ଭୋକରେ ରହି ସ୍ୱାତୀଙ୍କର ଓଜନ ୮ କିଲୋ ହ୍ରାସ ପାଇଛି। ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ୬ ମାସ ମଧ୍ୟରେ ଫାଶୀ ଦିଆଯାଉ ବୋଲି ସ୍ବାତୀ ଦାବି କରିଛନ୍ତି। ସ୍ବାତୀଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ପରେ ସ୍ବାତୀ ଆମରଣ ଅନଶନରେ ବସିଥିଲେ।(ଏଜେନ୍ସି)
କେଦାର ମିଶ୍ର ରାଜନେତାମାନେ ମିଛ କହନ୍ତି, ଏକଥା ଆମେ ଜାଣିଛୁ। ସେମାନଙ୍କ ମିଛକୁ ବୃତ୍ତିଗତ ଆବଶ୍ୟକତା ବା ପେଷାଦାର ଚାଲାକି ବୋଲି ମଧ୍ୟ ଆମେ ଗ୍ରହଣ କରିନେଇଛୁ। ହେଲେ ସଂସଦ ଭିତରେ ମିଛ କହିବାର ଅପସାହସ ବହୁତ କମ ରାଜନେତା କରିଥାନ୍ତି। ଆଜି ପର୍ୟନ୍ତ ସଂସଦୀୟ ଗରିମା ଭାରତୀୟ ଗଣତନ୍ତ୍ରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଆମେ ଭାବି ଆସିଥିଲୁ। ହେଲେ ଗତ କିଛିଦିନ ହେଲା ସଂସଦୀୟ ଗରିମା,କେବଳ ଏକ ଶବ୍ଦ ମାତ୍ର ହୋଇ ରହିଯାଇଛି। ନରେନ୍ଦ୍ର ମୋଦୀ ସରକାରର ଅନେକ ମନ୍ତ୍ରୀ ସଂସଦରେ ସ୍ପଷ୍ଟତଃ ମିଛ କହୁଥିବାର ଅନେକ ଉଦାହରଣ ଆମେ ଦେଖୁଛୁ। ଯେମିତି କାଶ୍ମୀର ରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲଲାଙ୍କୁ ଅଟକ ରକ୍ଷା ଯାଇନାହିଁ,ସେ ନିଜ ଇଚ୍ଛା ରେ ସଂସଦକୁ ଆସୁନାହାନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ତାର ମାତ୍ର ଅଳ୍ପ ଦିନପରେ ସରକାର ମାନିଲେଯେ ଫାରୁକ ଅବଦୁଲ୍ଲାଙ୍କୁ…

