Author: Samikhsya Bureau
ଗୁଜରାଟ ପାଟନ ଜିଲ୍ଲାର ରାଧନପୁର ଆସନରୁ ଓବିସି ନେତା ତଥା ବିଜେପିର ପ୍ରାର୍ଥୀ ଅଳ୍ପେଶ ଠାକୁର ଉପନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି । କଂଗ୍ରେସର ରଘୁ ଦେଶାଇ ଅଳ୍ପେଶ ଠାକୁରଙ୍କୁ ପରାସ୍ତ କରିଛନ୍ତି । ସେହିପରି ଅଳ୍ପେଶଙ୍କ ସହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଧବଳ ସିଂହ ଜାଲା ମଧ୍ୟ ଓ୍ବୟାଡ ଆସନରୁ ପରାସ୍ତ ହୋଇଛନ୍ତି । କଂଗ୍ରେସର ଜାଶୁଭାଇ ଶିବଭାଇ ପଟେଲ ଜାଲାଙ୍କୁ ୭୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
କେଦାର ମିଶ୍ର ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ ମନାଇବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରବଳ ପ୍ରଚାର ସତ୍ତ୍ୱେ ସେଠି ବିଜେପିର ଆସନ ଶହେ ପାଖାପାଖି ରହୁଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ବିଜେପି ସରକାର ଗଢିବା ଲାଗି ପୂରା ମାତ୍ରାରେ ଶିବସେନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ। ୨୦୧୪ ନିର୍ବାଚନ ତୁଳନାରେ ବିଜେପିକୁ ୨୨-୨୫ ଟି ଆସନ କମ ମିଳିବା ଫଳରେ ଶିବସେନାର ଶକ୍ତି ବୃଦ୍ଧି ଘଟିଛି। ଗତଥର ବିଜେପିକୁ ସମର୍ଥନ କରିବା ପାଇଁ ଶିବସେନାକୁ ଅପମାନଜନକ ଭାବରେ ରାଜି ହେବାକୁ ପଡିଥିଲା। ଏଥର ସ୍ଥିତି ପୂରା ଓଲଟା। ଶିବସେନାର ସମର୍ଥନ ଆଧାରରେ…
ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ହିଁ ଆଦିତ୍ୟ ଆଗରେ ରହିଥିଲେ। ଆଦିତ୍ୟ ଏହି ଆସନରୁ ନିକଟତମ ପ୍ରତିଦ୍ବନ୍ଦବୀ ସୁରେଶ ମାନେଙ୍କୁ ହରାଇଛନ୍ତି । ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଓ୍ବର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ। ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ବିଜୟ ଲାଭ କରିଥିଲା।
କରତାରପୁର କରିଡରର ସଂଚାଳନ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁରୁବାର ଦିନ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଦୁଇ ଦେଶର ଅଧିକାରୀ ଜିରୋ ପଏଣ୍ଟରେ ପହଞ୍ଚି ଏହି ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ୱର ୯ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କରିଡରର ଉଦଘାଟନ କରିବେ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବୁଧବାର ଦିନ ରାଜିନାମା ନେଇ ଘୋଷଣା ହେବାର ଥିଲା, କିନ୍ତୁ ତାରିଖ ଉପରେ ସହମତି ହୋଇ ପାରି ନଥିଲା। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି ପାକିସ୍ତାନ ସରକାର ନିଜ ଜିଦ୍ରେ ଅଟଳ ରହିବାରୁ ଭାରତ ସରକାର ଶିଖ ଶ୍ରଦ୍ଧାଳୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପାକିସ୍ତାନର ପକ୍ଷରୁ ଶ୍ରଦ୍ଧାଳୁଙ୍କଠାରୁ ୨୦ଡଲାର ପ୍ରବେଶ…
ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ଅପ୍କମିଙ୍ଗ ଫିଲ୍ମ ’ଦବଙ୍ଗ୍ ୩’ର ଟ୍ରେଲର ରିଲିଜ୍ ହୋଇଯାଇଛି । ପୁଣି ଥରେ ଚୁଲ୍ବୁଲ୍ ପାଣ୍ଡେ ପରଦାକୁ ଆସୁଛନ୍ତି । ଆକ୍ସନ-କମେଡ଼ିରେ ଭରପୂର ଏହି ଫିଲ୍ମର ସଲମାନ୍ ଖାନ୍, ସୋନାକ୍ଷୀଙ୍କ ବ୍ୟତୀତ ନବାଗତା ସାଇ ମଞ୍ଜେରକର୍, ସୁଦୀପ୍, ଅରବାଜ୍ ଖାନ୍, ମାହିଗିଲ୍, ପଙ୍କଜା ତ୍ରିପାଠୀ ପ୍ରମୁଖ ଅଭିନୟ କରୁଛନ୍ତି । ଦୁଇ ମିନିଟ୍ ୫୦ ସେକେଣ୍ଡର ଏହି ଟ୍ରେଲର୍ରେ ସଲମାନ୍ଙ୍କ ଡାଇଲଗ୍ ଶୁଣିବାକୁ ମିଳିଛି । ଏଥିରେ ଭାଇଜାନ୍ ମାରେଙ୍ଗ ଭି ହମ୍ ଓ ବଚାୟଙ୍ଗେ ଭି ହମ୍ର ଏକ ଦମଦାର୍ ଡାଇଲଗ ସହ ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଏହି ଟ୍ରେଲର୍ରେ ସଲମାନ୍ ଖାନ୍, ସୋନାକ୍ଷୀ ସିହ୍ନା, ସାଇ ଓ ସୁଦୀପ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ପରଦା ଉପରକୁ ଆସିବ । ବଲିଉଡରେ ସଲମାନ୍ଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଏକ…
ହରିୟାଣାରେ ବିଜେପି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ । ଦଳ ପରାସ୍ତ ହୋଇ ନଥିଲେ ମଧ୍ୟ ବହୁମତରୁ ଦୂରରେ ରହିଛି । ଦଳ ମାତ୍ର ୪୦ଟି ଆସନରେ ଆଗୁଆ ରହିଛି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଛି । କଂଗ୍ରେସ ଏଠାରେ ୨୯ଟି ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟ ଛୋଟ ଦଳ ୨୧ଟି ଆସନରେ ବିଜୟ ହୋଇଛନ୍ତି । ଏଠାରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ବହୁମତ ଛୁଇଁ ନାହାନ୍ତି । ଏଠାରେ ଜେଜେପି କିଙ୍ଗ ମେଙ୍ଗର ହେବ । ଅପରପକ୍ଷରେ କଂଗ୍ରେସ ସତ୍ତା ପାଇଁ ଜେଜେପି ସହ ମେଣ୍ଟ କରିବା ନେଇ ମଧ୍ୟ ଜଣାପଡୁଛି । ଏପରିକି ଡେପୁଟି ସିଏମ୍ ପଦ ଛାଡ଼ିବା ପାଇଁ ରାଜି ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ହରିୟାଣାର ରାଜନୀତିକୁ ଆଗାମୀ ସମୟରେ କର୍ଣ୍ଣାଟକ ରାଜନୀତି ହେବା ପରି ଲାଗୁଛି…
କେଦାର ମିଶ୍ର କେହି କହି ନଥିଲେ ବା ଭାବି ନଥିଲେ ଯେ ବିଜେପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ହାରିବେ। ତାଙ୍କ ଜିତିବା ଏକ ପ୍ରକାର ନିଧାର୍ୟ ଥିଲା। ହେଲେ ସେ ଯେ ପ୍ରାୟ ୯୮ ହଜାର ଭୋଟ ବ୍ୟବଧାନରେ ଜିତିବେ ଏକଥା କେହି କଲ୍ପନା କରିନଥିଲେ। ଗୋଟେ ସମୟରେ ବିଜେଡ଼ିର ତୁଙ୍ଗ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ହୁଏତ ବିଜେଡ଼ିର ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ କମିପାରେ। ହେଲେ ଏଥର ରୀତା ସାହୁଙ୍କ ବିଜୟ ଓଡିଶାର ନିର୍ବାଚନୀ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ନିକଟ ଅତୀତରେ ଏତେ ବଡ ବ୍ୟବଧାନ ନେଇ ଜିତିଥିବା ବିଧାୟକଙ୍କ ନାଁ ଆମର ମନେ ପଡୁନାହିଁ। ୨୦୧୯ ମଇ ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଳିରୁ ପ୍ରତାପ ଦେବ ଓ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ୫୦ ହଜାରରୁ ଅଧିକ ବ୍ୟବଧାନରେ…
Counting of votes for the Haryana Assembly Election in progress, at a counting centre in Sonipat on Thursday. UNI PHOTO-16U
ହରିୟାଣାର କୈଠାଲରୁ କଂଗ୍ରେସ ପ୍ରାର୍ଥୀ ତଥା କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପରାସ୍ତ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜିଥିବାବେଳେ ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଥବା ରାଜନେତା ରଣଦୀପ ସୁର୍ଜେଓ୍ବାଲାଙ୍କୁ ବିଧାନସଭା ନିର୍ବାଚନରେ ହାରିବାକୁ ପଡିଛି । ଭୋଟ ଗଣତି ପ୍ରାରମ୍ଭରୁ ଆଗୁଆ ରହିଥିବାବେଳେ ୫ମ ରାଉଣ୍ଡରେ ସ୍ଥିତି ବଦଳିଯାଇଥିଲା । ସୁର୍ଜେଓ୍ବାଲାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଲୀଲା ରାମ ଜିତିଛନ୍ତି । ଲୀଲା ରାମ ୫୬୭ ଭୋଟ୍ରେ ସୁର୍ଜେଓ୍ବାଲାଙ୍କୁ ପରାସ୍ତ କରିଛନ୍ତି । ୨୦୧୪ରେ ରଣଦୀପ ସୁର୍ଜେଓ୍ବାଲା ଏହି ଆସନରୁ ବିଜୟୀ ହୋଇଥିଲେ ।
ଅତି ପ୍ରବଳ ବର୍ଷାକୁ ନେଇ ୫ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା – ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୧୦ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଓ୍ବାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି – ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ପ୍ରମୁଖ । ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଶାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ବିଜେପୁର ଉପନିର୍ବାଚନରେ ରେକର୍ଡ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ ଟପି ରେକର୍ଡ କରିଛନ୍ତି ରୀତା । ୨୧ ରାଉଣ୍ଡ ସୁଦ୍ଧା ରୀତା ୯୭,୯୯୪ ଭୋଟ୍ରେ ଆଗୁଆ ରହିଛନ୍ତି । ରୀତା ଆଗୁଆ ରହିବା ସହ ସୌମ୍ୟ ପଟ୍ଟନାୟକଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଗତ ନିର୍ବାଚନରେ ସୌମ୍ୟ ସର୍ବାଧିକ ବ୍ୟବଧାନରେ ଜିତିଥିଲେ । ଖଣ୍ଡପଡ଼ାରୁ ସୌମ୍ୟ ୮୧,୪୩୦ ଭୋଟରେ ଜିତିଥିଲେ । କିନ୍ତୁ ରୀତା ସୌମ୍ୟଙ୍କୁ ଟପି ଯାଇଛନ୍ତି । ଏପରିକି ଏହି ଆସନରୁ ଗତ ନିର୍ବାଚନରେ ନବୀନ ପାଇଥିବା ଭୋଟ୍ଠାରୁ ମଧ୍ୟ ଅଧିକ ସଂଖ୍ୟାରେ ଭୋଟ ପାଇଛନ୍ତି ରୀତା । ବିଜେପୁରୁର ନବୀନ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୫୭,୧୨୨ ଭୋଟରେ ଜିତିଥିଲେ ।
ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ପାହାଡ଼ ଧସି ୨୦ଟି ଘର ଭାଙ୍ଗିଯାଇଛି। ଖୋଲା ଆକାଶ ତଳେ ବର୍ଷାରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ହେଉଛି। ଏହାରି ମଧ୍ୟରେ ଆଜି ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତିପିସିଂ- କୁଲମ ମଧ୍ୟରେ ଥିବା ପାହାଡ଼ ଧସି ଯାଇଛି। ଫଳରେ ପାହାଡ଼ ତଳେ ଓ ତାର ଆଖ ପାଖରେ ଥିବା ୨୦ଟି ଘର ଭାଙ୍ଗିଯାଇଛି। ଏହା ସହ ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଯାଇଛି। ଫଳରେ ଖୋଲା ଆକାଶ ତଳେ ଲଗାଣ ବର୍ଷାରେ ଲୋକ ରହିଥିବା ଜଣାପଡ଼ିଛି। ପାହାଡ଼ ଧସିବା ଖବର ପାଇଁ ସେଠାରେ ସଙ୍ଗେ ସଙ୍ଗେ ଗୁମ୍ମା ବିଡିଓ ପହଂଚି ତଦାରଖ କରୁଛନ୍ତି। ପ୍ରଭାବିତ ଅଂଚଳରୁ ଲୋକଙ୍କୁ…
ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ପୁଣି ଲୋକପ୍ରିୟ ହୋଇଛନ୍ତି । ୧୬ଟିି ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୧୦୩୩୧୮ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ପ୍ରାୟ ୮୦ହଜାର ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୮,୦୭୧ ଭୋଟ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡା ୪,୨୮୭ଟି ଭୋଟ ପାଇଛନ୍ତି । ବତ୍ତର୍ମାନ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ହୋଇଥିବା ୧୬ଟି ରାଉଣ୍ଡ ସୁଦ୍ଧା ଭୋଟ ଗଣତିକୁ ଦେଖିବାକୁ ଗଲେ ରୀତା ସାହୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆଗୁଆ ରହିଛନ୍ତି ।
ଆଜି ରାଜ୍ୟର ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି । ୧୨ଟିି ରାଉଣ୍ଡ ଶେଷ ସୁଦ୍ଧା ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ୮,୮୯୩ ଖଣ୍ଡ ଭୋଟ ପାଇ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଇଥିବା ଭୋଟରେ ସେ ଗତ ଥର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବିଜେପୁରରୁ ପାଇଥିବା ଭୋଟ ଠାରୁ ଟପି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସନତ ଗଡତିଆଙ୍କଠାରୁ ୫୭ହଜାର ୧୨୨ ଭୋଟ ବ୍ୟବଧାନରେ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ୧ଲକ୍ଷ ୧୦ହଜାର ୩୦୮ ମିଳିଥିବା ବେଳେ ସନତଙ୍କୁ ୫୩ହଜାର ୪୮୨ ଖଣ୍ଡ ଭୋଟ ମିଳିଥିଲା । ବିଜେଡି ପ୍ରାଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ପ୍ରାୟ ୫୯,୬୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ସାରା ଓଡିଶାର ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବଙ୍ଗୋବ ସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ଏହି ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ସୁଦ୍ଧା ପୁରୀରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ କରାଯାଇଛି। ସେହିପରି ଦ୍ବିତୀୟରେ ରହିଛି ଗଂଜାମ ଜିଲ୍ଲା, ତୃତୀୟରେ ରହିଛି ଖୋର୍ଦ୍ଧା। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରର ଶତାଦ୍ଦୀ ନଗର, ନୟାପଲ୍ଲୀ, ଇସ୍କନ ମନ୍ଦିର, ସହୀଦ ନଗର ପ୍ରଭୃତି ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସକାଳ ସୁଦ୍ଧା ବିଭିନ୍ନ ସ୍ଥାନରେ ଯେଉଁ ବର୍ଷାର ପରିମାଣ ରେକର୍ଡ କରାଯାଇଛି ତାହା ହେଲା ପୁରୀ- 138.3 ମିଲିମିଟର ଗଂଜାମ-125.2 ମିଲିମିଟର ଖୋର୍ଧା-105.7 ମିଲିମିଟର ଭୁବନେଶ୍ବର-103.6 ମିଲିମିଟର ଟାଙ୍ଗି-104.6 ମିଲିମିଟର କାକାଟପୁର-101.5 ମିଲିମିଟର ଜିଉଦୟଗିରି-105.0…
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବା ପରେ ରାଜ୍ୟରେ ବର୍ଷା ଲାଗିରହିଛି। ଗତ ରାତିରୁ କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାକୁ ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେଓଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୂରଭଞ୍ଜ ଓ ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ। ଗତକାଲିଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା…