Author: Samikhsya Bureau

ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମର ଦ୍ୱିତୀୟ ତଥା ଉଦ୍‌ଯାପନୀ ଦିବସ ଆଜି ଅପରାହ୍ନରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ବହୁ ହର୍ଷୋଉଲ୍ଲାସର ସହିତ ଆରମ୍ଭ ହୋଇଥିଲା । ପଦ୍ମଶ୍ରୀ ଉଚ୍ଛବ ଦାସ ଏବଂ ଚୌଦ୍ୱାରର ଘୋଡ଼ାନାଚ ଦଳର ଚିତ୍ତାକର୍ଷକ ପ୍ରଦର୍ଶନ ସହିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଲ୍ଲେଖନୀୟ ପ୍ରଦର୍ଶନରେ ଥିଲା ରୂପଶ୍ରୀ ମହାପାତ୍ର ଏବଂ ତାଙ୍କ ଦଳ ଦ୍ୱାରା ମାହାରୀ ନୃତ୍ୟ ପରିବେଷଣ ହୋଇଛି । ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଯୁବ ପ୍ରତିଭା ପୁରସ୍କାର ପ୍ରାପ୍ତ ଉଭୟ ବର୍ଗର ଯଥା ଓଡ଼ିଶା ଏବଂ ଆମେରିକା ମଧ୍ୟରେ ପ୍ରୀତିଶା ମହାପାତ୍ର ଏବଂ ତପସ୍ୟା ରାୟ ମଧ୍ୟ ଆଜି ଅପରାହ୍ନରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନ୍ୟାନ୍ୟ ଅନେକ ନୃତ୍ୟଶିଳ୍ପୀ ମଧ୍ୟ ମଞ୍ଚକୁ ଅନୁଗ୍ରହ କରିଥିଲେ । କୃଷ୍ଣ ବାଗ ଏବଂ ସମ୍ବଲପୁରର ଗୋଷ୍ଠୀ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସହିତ ଅପରାହ୍ନର ବିଭାଗ ସମାପ୍ତ ହୋଇଥିଲା…

Read More

ପୁରୀ: ଆଜି ଖ୍ରୀଷ୍ଟମାସ ବା ବଡଦିନ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆଣିଦେଇଛି ବଡ ଖୁସି। କାରଣ ସେ ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ସାନ୍ତକ୍ଲଜ ବିଶ୍ବ ରେକର୍ଡ ହାସଲ କରିଛି। ଓର୍ଲଡ ରେକର୍ଡ ବୁକ ତରଫରୁ ଅନୁଧ୍ୟାନ କରାଯାଇ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସୁଦର୍ଶନ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକାର ଏକ ସାନ୍ତକ୍ଲଜ। ତେବେ ଏଥିରେ ସେ ବାଲି ଉପରେ ପ୍ରାୟ ଦୁଇ ଟନ ପିଆଜକୁ ସ୍ଥାପନ କରିଛନ୍ତି। ଯାହା ବାଲୁକା କଳା ଜଗତରେ ଏକ ନୂଆ ରେକର୍ଡ। ସେ ଏହି ପିଆଜକୁ ସାନ୍ତକ୍ଲଜର କୋର୍ଟକୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି। ସେ ୧୦୦ ଫୁଟ ଲମ୍ବ, ୨୦ ଫୁଟ ଉଚ୍ଚ ଓ ୪୦ ଫୁଟ ପ୍ରସ୍ଥ ବିଶିଷ୍ଟ ସାନ୍ତାକ୍ଲଜ ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ଏଥିସହିତ ସେ ଏହି କଳା ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା…

Read More

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି। ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ରାେରଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି। କେରଳ ପରେ…

Read More

ନୂଆଦିଲ୍ଲୀ: ଏକ ଦେଶ ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ଏହି ତାଲିକାରେ ସ୍ଥାନ ପାଇନଥିବାରୁ ଚଳିତ ମାସ ପ୍ରାରମ୍ଭରେ ଏହି ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ୍ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ । ଏକ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବାର ତିନିଟି ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ: ଜୁନ୍…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଆଲୋଚନା ବଢ଼ିବାରେ ଲାଗିଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଜେପି ହ୍ୟାଟ୍ରିକ୍ କରି ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବ। ଏହା ସହ ବିରୋଧୀ ଇଣ୍ଡି ମେଣ୍ଟ ଏହାର ସମସ୍ତ ଶକ୍ତି ପ୍ରୟୋଗ କରି ମୋଦୀଙ୍କୁ ହରାଇବାକୁ ଚେଷ୍ଠା କରିବ। ପ୍ରଧାନମନ୍ତ୍ରୀ ପଦବୀ ପାଇଁ କୌଣସି ନେତାଙ୍କୁ ବିରୋଧୀ ଉପସ୍ଥାପନ କରିନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ରାହୁଲ ଗାନ୍ଧିଙ୍କୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏହି ପ୍ରସ୍ତୁତି ମଧ୍ୟରେ ସି-ଭୋଟର ଏବିପି ନ୍ୟୁଜ ପାଇଁ ଏକ ସ୍ୱତନ୍ତ୍ର ସର୍ଭେ କରିଛି । ଏଥିରେ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ସେମାନଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ କାହାକୁ ବାଛିବେ। ଲୋକମାନେ ଏହାର ଆଶ୍ଚର୍ଯ୍ୟଜନକ…

Read More

ଭୁବନେଶ୍ବର: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ…

Read More

ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।

Read More

ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ। ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍…

Read More

ଭୁବନେଶ୍ୱର: କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଆଜି କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। ଶ୍ରୀ ମୁଣ୍ଡା ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି। ସେ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି। ରାଧିକାଦେଇପୁର ଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ମୁଣ୍ଡା କହିଛନ୍ତି, ଗାଁ ସଶକ୍ତ ହେଲେ, କ୍ଷେତ୍ରର ବିକାଶ ହୋଇପାରିବ, ତା’ହେଲେ ଯାଇ ଦେଶ ବିକଶିତ ହୋଇପାରିବ। ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏସବୁ ଯୋଜନା ଦ୍ୱାରା ସାଧାରଣ ଲୋକମାନେ ସଶକ୍ତ ଓ ସମୃଦ୍ଧ ହେଉଛନ୍ତି। ଏସବୁ ଯୋଜନା…

Read More

ଭୁବନେଶ୍ବର: ଆଜି ଜାତୀୟ ଉପଭୋକ୍ତା ଦିବସ ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଶ୍ରୀଯୁକ୍ତ ଜଷ୍ଟିସ ଡି. ପି. ଚୌଧୁରୀ, ପୂର୍ବତନ ସଭାପତି, ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ନିର୍ଦ୍ଦେଶକ, ଖାଉଟି କଲ୍ୟାଣ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀ ବେଜୋନ କୁମାର ମିଶ୍ର, ଖାଉଟି ପରାମର୍ଶଦାତା, ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ଅନୁଚିନ୍ତା ‘ଇ- ବାଣିଜ୍ୟ ଓ ଡିଜିଟାଲ ବ୍ୟବସାୟ ଯୁଗରେ ଖାଉଟି ସୁରକ୍ଷା’ ବାବଦରେ ସବିଶେଷ ଆଲୋକପାତ କରିବା ସହ ଉପଭୋକ୍ତା…

Read More

ଭୁବନେଶ୍ବର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି। ଅନ୍ୟ ପରିବେଶପ୍ରେମୀ ଜନସାଧାରଣ, ନାଗରିକ ସମାଜ ଓ  ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ଏହି ଆହ୍ୱାନ ହେଉଛି ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ “ୟୁଥ୍ ଫର୍ ୱାଟର” ର  ଉଦ୍ୟମ ପାଇଁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି। କାରଣ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜିର ଆହ୍ୱାନ, ଏହା କେବଳ ଆମର ପରିବେଶକୁ  ସବୁଜ ଏବଂ ସୁସ୍ଥ ରଖିବାରେ ସୁନିଶ୍ଚିତ କରେ ନାହିଁ, ବରଂ ଆମର…

Read More

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀମତୀ ରାଉଡ଼ିଆ ଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀମତୀ ରାଉଡ଼ିଆଙ୍କ ଯୋଗଦାନ ଦଳର ବିଶେଷକରି ସୁଦରଗଡ଼ ଜିଲ୍ଲାର ସଂଗଠନକୁ ଆହୁରି ମଜବୁତ କରିବ। ଶ୍ରୀମତୀ ରାଉଡ଼ିଆ ନିଜ ବକ୍ତବ୍ୟରେ କହିଥିଲେ କି ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର…

Read More

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ‘ମୋଦି ଗ୍ୟାରେଣ୍ଟି’କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିବାକୁ ଯାଉଛି। ଦିଲ୍ଲୀରେ ବିଜେପି କର୍ମକର୍ତ୍ତାଙ୍କ ଦୁଇଦିନିଆ ବୈଠକ ଶନିବାର ଶେଷ ହୋଇଛି। ବୈଠକ ପରେ ଜଣାପଡ଼ିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚାରର ବିଷୟବସ୍ତୁ ହେବ ‘ମୋଦି ଗ୍ୟାରେଣ୍ଟି’। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା ଏହି ବୈଠକକୁ ସମ୍ବୋଧିତ କରିଥିଲେ। ଉଭୟ ନେତା ଲୋକସଭା ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତିର ସମୀକ୍ଷା କରିଥିଲ। ସୂତ୍ରରୁ ପ୍ରକାଶ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ସ୍ଲୋଗାନ ବିଜେପି ପ୍ରଚାରର ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ହେବାକୁ ଯାଉଛି। ମୋଦି ଗ୍ୟାରେଣ୍ଟି ସ୍ଲୋଗାନ ଉପରେ ଜୋର ସୂତ୍ରରୁ ପ୍ରକାଶ ଯେ ବୈଠକରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଦ୍ୱାରା ଗ୍ରହଣ କରାଯାଇଥିବା ଭଲ ଅଭ୍ୟାସ ବିଷୟରେ କହିଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୨୪ ନିର୍ବାଚନ ପାଇଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର…

Read More

ଗମ୍ଭାରୀମୁଣ୍ଡା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡାରେ ବିଶିଷ୍ଟ ସମାଜସେବୀ, ପରଶୁରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା, ବାଣପୁର ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସ୍ବର୍ଗତ ଶଶିଭୂଷଣ ହରିଚନ୍ଦନଙ୍କର 24ତମ ଶ୍ରାଦ୍ଧଉତ୍ସବ ପାଳିତ ହୋଇଯାଇଛି। ଶଶିଭୂଷଣ ସ୍ମୃତି କମିଟିର ସଭାପତି ଶ୍ରୀ ଗୋଲୋକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ପରଶୁରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରେମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନୃସିଂହଚରଣ ପ୍ରଧାନ ମୁଖ୍ୟତିଥି, ବିଶିଷ୍ଟ ଚିକିତ୍ସକ ଡ଼ା. ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ସ୍ୱର୍ଗତ ଶଶିଭୂଷଣ ହରିଚନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ତାଙ୍କର ନିଃସ୍ଵାର୍ଥପର ସମାଜସେବା, ମୂଲ୍ୟବୋଧଭିତ୍ତିକ ରାଜନୈତିକ ଜୀବନର ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ର ନାଟ୍ୟାଭିନୟ ପରିବେଷଣ କରାଯାଇଥିଲା‌। ଶେଷରେ ଅଧ୍ୟାପକ ପ୍ରହଲ୍ଲାଦ ଜେନା…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଯୋଧ୍ୟା ରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବା ବେଳେ, ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ। ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକାଧିକ ରାମଭକ୍ତ ମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ,ହୁଳହୁଳି ଦେଇ, ଦୀପ ଲଗାଇ ପୂଜାର୍ଚନା କରିଥିଲେ। ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ବେଳେ ବାଣପୁରରେ…

Read More

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି। ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁ ଯନ୍ତା ପାଲଟିଛି। ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍ଏଚ୍ ଯାଇଥିଲେ ହେଁ ସେ ମଧ୍ୟ ପାଟି ଫିଟାଉ ନାହାନ୍ତି। ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁ ଆମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ପ୍ରେସମିଟରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ…

Read More

ଭୁବନେଶ୍ବର: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳ ର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇ ବହୁ ବାର କାରାବରଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ସ୍ବର୍ଗତ ମଲ୍ଲିକ ନିଜକୁ ସର୍ବଦା ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିଥିଲେ .କେନ୍ଦ୍ରାପଡା ଜିଲ୍ଲା ର ଜଣେ ବିଶିଷ୍ଟ ସମାଜ ସେବୀ ଭାବେ ମଧ୍ୟ ତାଙ୍କର ବିଶେଷ ସୁନାମ ରହିଥିଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମଲ୍ଲିକ ଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ତା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଖବର ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଥାନା ବ୍ରାହ୍ମଣକୋଷଡିହ ଗ୍ରାମର ଗୁରୁଚରଣ ନାୟକ(୩୨) ଏବଂ ତାଙ୍କ ଧର୍ମପତ୍ନୀ ଏକ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନାଚୁଣୀ ଓଭରବ୍ରିଜରେ ପଛପଟୁ ଏକ କାର ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଭାବେ ଟାଙ୍ଗୀ ମେଡିକାଲରେ ଚିକିତ୍ସାତ ହେଉଛନ୍ତି। ଖବର ପାଇ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସୂଚନା ଥାଉକି ମୃତ ଗୁରୁଚରଣ ମାଲକାନଗିରି ଜିଲାରେ ଶିକ୍ଷକତା କରୁଥିଲେ।

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱାଧୀନ ଦଳ ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ଭାଗ ଆରମ୍ଭ କରିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୨୧ ରେ ସିଡବ୍ଲ୍ୟୁସି ବୈଠକରେ ଭାରତ ଯୋଡ଼ୋ ଯାତ୍ରା ଭାଗ ୨ ବିଷୟରେ ଉଲ୍ଲେଖ କରିଥିଲେ। ଦ୍ୱିତୀୟ ଭାଗରେ ଭାରତ ଯୋଡ଼ୋ ଯାତ୍ରା ଅରୁଣାଚଳ ପ୍ରଦେଶରୁ ଗୁଜରାଟ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୨୦୨୩ ଜାନୁଆରୀ ୩୦ରେ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା ଏବଂ କଂଗ୍ରେସ ଏହାକୁ ସଫଳ ବୋଲି ବର୍ଣ୍ଣନା କରିବା ସହ ଦଳକୁ ଲୋକଙ୍କ ଭଲ ସମର୍ଥନ ମିଳିଛି ବୋଲି ଦାବି କରିଥିଲା। ଏହାପରେ ଭାରତ ଯୋଡ଼ୋ ଯାତ୍ରା ୧୨ଟି ରାଜ୍ୟକୁ ଅତିକ୍ରମ କରି ୧୩୬ ଦିନରେ ୪,୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା। କଂଗ୍ରେସ ଦଳ କହିଛି ଯେ ଏହାର ଭାରତ ଯୋଡ଼ୋ ଯାତ୍ରାର…

Read More

ଭୁବନେଶ୍ବର: ଆସନ୍ତାକାଲି ବଡ ଦିନ ଏବଂ କିଛି ଦନ ପରେ ନୂଆବର୍ଷ ପାଳନ ହେବ। ସେଥିପାଇଁ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ଅଧିକ ରଖିବ। ଏହି ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତାକାଲିଠାରୁ ରାଜଧାନୀର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ। ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ। ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ହେଉଥିବା ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Read More

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ନିଯୁକ୍ତ ହୋଇଥିବା ୧୨ ଜଣ ନୂଆ ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗର ମାତ୍ର ଜଣେ ନେତାଙ୍କୁ ସ୍ଥାନ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଉଚ୍ଚ ଜାତିର ନେତା। ଏଭଳି ସ୍ଥିତିରେ ଜାତିଗତ ଜନଗଣନା ଓ ଓବିସି ଅଂଶଗ୍ରହଣକୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନକୁ ଉଲ୍ଲେଖ କରାଯାଉଛି। କୁହାଯାଉଛି ଯେ କଂଗ୍ରେସରେ ବଡ଼ ପଦ ପାଇଁ ଦୌଡ଼ରେ ରାହୁଲ ଓବିସିମାନଙ୍କୁ ଅଧିକାର ଦେଇ ପାରିନାହାନ୍ତି। ଏହାବ୍ୟତୀତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି। ତାଙ୍କୁ ସାଧାରଣ ସମ୍ପାଦକଭାବେ ନିଯୁକ୍ତି ଦିଆଯାଇଛି। ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ ନିଯୁକ୍ତ କରାଯାଇଛି। ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

Read More