Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

January 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କୁ ‘ବହି ପଢ଼ିବା’କୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଂଚଳିକ ଭାଷାରେ ବହି ପଢ଼ିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢ଼ିବାର ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଳ୍ପ ବୟସରୁ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କରିବ। ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ତିଆରି କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ବହି ପଢ଼ିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ, ଭାଷା ଏବଂ ସାମାଜିକ ଦକ୍ଷତାର ବିକାଶ କରିବାରେ ଏକ ଭଲ ଉପାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢ଼ିବା ପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାରେ ପୁସ୍ତକ ପଢ଼ିବାକୁ ସାରା ଜୀବନ ଅଭ୍ୟାସରେ ପରିଣତ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢ଼ିବା ଆରମ୍ଭ କରିଛନ୍ତି। ଏଥିରେ ୨ଟି ଓଡ଼ିଆ ପୁସ୍ତକ କବିବର ରାଧାନାଥ ରାୟଙ୍କ ‘ଚିଲିକା’, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ’ ରହିଛି।

ସେହିପରି ଅନ୍ୟ ତିନୋଟି ପୁସ୍ତକ ଜେମ୍ସ କ୍ଲିୟରଙ୍କ ‘ଆଟୋମିକ୍ ହାବିଟ’୍ସ, ରସକିନ୍‌ ବଣ୍ଡଙ୍କ ‘ଏ ଲିଟିଲ୍ ବୁକ୍ ଅଫ୍ ହାପିନେସ୍‌’, ସ୍ୱାମୀ ବିବେକାନନ୍ଦଙ୍କ ‘ରିଫ୍ଲେକ୍ସନ୍ସ’ ମଧ୍ୟ ରହିଛି।

ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକାମାନେ ନିଜେ ପଢ଼ୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ୍‌, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ପଢ଼େ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ସମାଜ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମାଜର ଅଂଶୀଦାରଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବାବ ଏହାର ଉଦ୍ଦେଶ୍ୟ।

୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାର ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ବାଲ୍ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଅଭିଯାନର ଭାଗୀଦାରୀ ହେବେ। ପଠନ ଅଭିଯାନ ୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ୧୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ୧୦୦ ଦିନ ବା ୧୪ ସପ୍ତାହ ଧରି ଆୟୋଜନ କରାଯିବ।

ଛାତ୍ରଛାତ୍ରୀ ତଥା ଲୋକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା ଏବଂ ଏହାକୁ ଉପଭୋଗ କରିବା ପାଇଁ ଏହି ଚଉଦ ସପ୍ତାହ ମଧ୍ୟରେ ଗଠନ ହୋଇଥିବା ପ୍ରତିଟି ଗ୍ରୁପ କାର୍ଯ୍ୟକ୍ରମ କରିବେ।

ଇଂରାଜୀ ନବବର୍ଷ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.