Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିତିବା ହାରିବା ଅପେକ୍ଷା ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ନିଜ ନେତାଙ୍କ ଅଭିଳାଷର ବୋଝ ସମ୍ଭାଳିବା !
ବିଶେଷ ଖବର

ଜିତିବା ହାରିବା ଅପେକ୍ଷା ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ନିଜ ନେତାଙ୍କ ଅଭିଳାଷର ବୋଝ ସମ୍ଭାଳିବା !

February 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
sudargada cong mla joined BJD.

କେଦାର ମିଶ୍ର

ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଓଡିଶା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଥିବାରୁ,  ଏବେ ସାରା ଦେଶର ନଜର ଓଡିଶା ଉପରେ ଅଛି। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ଓଡିଶାର ପ୍ରଥମ ସଫଳ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳ ନିଜର ପତିଆରା ବିସ୍ତାର କରିଆସିଥିଲା। ଏ ନିର୍ବାଚନରେ ସେ ସଫଳତାର ପୁନରାବୃତ୍ତି ହେବ କି? ୧୯ ବର୍ଷର ଶାସନ ପରେ ଓଡିଶାର ଜଣ ସାଧାରଣ ନବୀନ ପଟ୍ଟନାୟକଙ୍କର ନେତୃତ୍ବକୁ ପୁଣି ଥରେ ଗ୍ରହଣ କରିବେ କି? ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ତୀବ୍ର ଆକ୍ରମଣ ଫଳବତୀ ହେବ କି? ଆସନ୍ତା ମଇ ମାସରେ ନବୀନ ଓଡିଶାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନା ଅନ୍ୟ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ନୂଆ ରଣନୀତିକୁ ନେଇ କଂଗ୍ରେସ, ସାମ୍ୟବାଦୀ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ମେଣ୍ଟ ଓଡିଶାରେ ସଫଳତା ପାଇବା କି? ଏମିତି ବହୁ ପ୍ରଶ୍ନ ଏବେ ଆମ ମନକୁ ଆସୁଛି। କିନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର ଦେବାବେଳେ ଗୋଟିଏ ତଥ୍ୟ ଆମକୁ ପ୍ରଥମରୁ ମାନିନେବାକୁ ପଡିବ ଯେ ୧୯ ବର୍ଷର ଶାସନ ପରେ ଆଜି ମଧ୍ୟ ନବୀନ ପଟ୍ଟନାୟକ ଓଡିଶାର ସବୁଠୁ ଲୋକପ୍ରିୟ ନେତା।

ଓଡିଶା ରାଜନୀତିରେ ସ୍ଥିତାବସ୍ଥାର ଯୁଗ ଚାଲିଛି। ଯେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଆଜି ଯଦି ପଚରାଯାଏ, ନବୀନ ହାରି ଯିବେ କି, ସେ ହୁଏତ ଆପଣଙ୍କୁ ଏମିତି ଅନାଇବ, ଯେମିତି ଆପଣ ଗୋଟେ ଅସମ୍ଭବ ପ୍ରଶ୍ନ ପଚାରୁଛନ୍ତି। ଏପରିକି ନବୀନଙ୍କ କଟ୍ଟର ବିରୋଧୀ ମଧ୍ୟ ନିଭୃତରେ ମାନୁଛନ୍ତି ଯେ ନବୀନଙ୍କୁ ହରାଇବା ଆଦୌ ସହଜ କଥା ନୁହେଁ। ଅତି ସହଜରେ ୨୦୧୯ ସାଧାରଣ ନିର୍ବାଚନ ବିଜେଡି ହାତକୁ ପୁଣିଥରେ ଆସିପାରେ ବୋଲି ଏବେ ଆକଳନ କରାଯାଉଛି। ତେବେ ଏ ପ୍ରକାର ଆକଳନ ଏକ ପ୍ରକାର ଅତି ବିଶ୍ଵାସ ମଧ୍ୟ ହୋଇପାରେ। ବିଜେଡି ର ଜୟ ପରାଜୟ ଯଦିଓ ବଡ ପ୍ରଶ୍ନ ନୁହେଁ, ବିଜେଡ଼ିର ନିଜସ୍ଵ ନିର୍ବାଚନ ପରିଚାଳନା କଣ ହେବ, ତାରି ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି।

ଏଠି ଆଉ ଗୋଟିଏ କଥା ସ୍ପଷ୍ଟ କରିଦେବା ଉଚିତ ହେବ, ଯଦିଓ ବିଜେଡି ସରକାର କିମ୍ବା ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନ ଆକ୍ରୋଶ ନାହିଁ, ଅନେକ ସ୍ଥାନରେ କିନ୍ତୁ ସ୍ଥାନୀୟ ବିଧାୟକ ଓ ବିଜେଡି ନେତାଙ୍କୁ ନେଇ ଜନ ଅସନ୍ତୋଷ ରହିଛି। ବିଜେଡି ଭିତରେ ପଚାଶ ଭାଗରୁ ଅଧିକ  ବିଧାୟକ ଅଛନ୍ତି ଯେଉଁମାନେ ଚାରିଥର ନିର୍ବାଚନ ଜିତିସାରିଛନ୍ତି। ଦଳ ଭିତରେ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ଭଳି ବିଧାୟିକା ଅଛନ୍ତି, ଯିଏ ଦଶଟି ବିଧାନସଭା ନିର୍ବାଚନ ଜିତି ସାରିଛନ୍ତି। ସେହିପରି ଦାମୋଦର ରାଉତ, ବେଦପ୍ରକାଶ ଅଗ୍ରୱାଲ, ଯୋଗୀନ୍ଦ୍ର ବେହେରା, ଯୁଗଳ କିଶୋର ପଟ୍ଟନାୟକ, ବିକ୍ରମ କେଶରୀ ଆରୁଖ, ସୂର୍ୟ ନାରାୟଣ ପାତ୍ର, ଉଷା ଦେବୀ, ବିଜୟଶ୍ରୀ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମହାରଥୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,  ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅମର ଶତପଥି, ବଳଭଦ୍ର ମାଝୀ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ ପ୍ରମୁଖ ପାଞ୍ଚ ଥରରୁ ଅଧିକ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ୨ ରୁ ୪ ଥର ନିର୍ବାଚିତ ହୋଇଥିବା ବିଜେଡି ବିଧାୟକଙ୍କ ସଂଖ୍ୟା ପାଖାପାଖି ୪୦। ତେଣୁ ସ୍ଵାଭାବିକ ଭାବରେ ଏହି ସବୁ ବିଧାୟକଙ୍କ ବିରୋଧରେ ସ୍ଥାନୀୟ ବିଜେଡ଼ିର ଅସନ୍ତୋଷ କେଉଁଠି କେଉଠି ରହିଛି। ୨୦୧୪ ରେ ବିଜେଡି ଟିକେଟରେ  ନିର୍ବାଚିତ ହୋଇଥିବା ପ୍ରଥମଥରର ବିଧାୟକ ସଂଖ୍ୟା ଖୁବ ବେଶୀ ନୁହେଁ।

ଏହି ନିର୍ବାଚନରେ ବିଜେଡି ନିଜର ପୁରୁଣା ବିଧାୟକଙ୍କ ଭିତରୁ ଅତି କମରେ ୩୦% ବିଧାୟକଙ୍କ ଟିକଟ କାଟିବ ବୋଲି ଚର୍ଚ୍ଚା ଚାଲିଛି। ସେହିପରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳ ଅଧିକ ସଂଖ୍ୟାରେ ମହିଳା ସଦସ୍ୟଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଭା ଓ ସମାବେଶ ଆୟୋଜନରେ ଏବେ ମହିଳା ବିଜେଡ଼ିର ପ୍ରାଧାନ୍ୟ ଦେଖିବାକୁ ମିଳୁଛି। ତେବେ ଦଳ ସତରେ କାହାକୁ ଟିକେଟ ଦେବ ସେକଥା ଦଳର ତୁଙ୍ଗ ନେତା ନବୀନଙ୍କ ବ୍ୟତୀତ ଆଉ କାହାକୁ ଜଣାନାହିଁ। ବିଜେଡି ପାଇଁ କିନ୍ତୁ ଅସଲ ସମସ୍ୟା ଅନ୍ୟତ୍ର ରହିଛି। ଦଳ ଭିତରେ ନେତା ଓ ଟିକଟ ଆଶାୟୀଙ୍କ ସଂଖ୍ୟା ପ୍ରବଳ ରହିଛି। ଦଳର ବହୁ ପୁରୁଖା ନେତା ଅଛନ୍ତି ଯେଉଁମାନଙ୍କୁ  ପୁରୁଣା ବିଧାୟକମାନେ ବାଟ ଛାଡୁ ନାହାନ୍ତି ବୋଲି ଅଭିଯୋଗ ଆସୁଛି। ଟିକଟ ନମିଳିଲେ ଅସନ୍ତୁଷ୍ଟ ଭାବରେ ଲଢି ଅନେକ ନେତା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଦଳ ଭିତରେ ଥିବା ବହୁ ସଂଖ୍ୟକ ଉଚ୍ଚାଭିଳାଷୀ ନେତାଙ୍କୁ ବିଜେଡି କେମିତି ପରିଚାଳିତ କରୁଛି, ତାରି ଉପରେ ନିର୍ବାଚନ ଫଳାଫଳ ଅନେକଟା ନିର୍ଭର କରିବ। ଦଳ ଭିତରେ ପ୍ରବେଶ କରିଥିବା କେତେଜଣ ଅଭିଜ୍ଞ ପ୍ରଶାସକଙ୍କୁ ଦଳ ନିର୍ବାଚନ ଲଢାଇବ ନା ସେମାନଙ୍କୁ ନିର୍ବାଚନ ପରିଚାଳନାରେ ଲଗାଇବ, ସେକଥା ଉପରେ ମଧ୍ୟ ଅନେକ କିଛି ନିର୍ଭର କରୁଛି।

ଆଜି ବିଜେଡ଼ିର ଜୟ ପରାଜୟ ଯେତିକି ବଡ ପ୍ରଶ୍ନ ନୁହେଁ, ତାଠୁ ବଡ ପ୍ରଶ୍ନ ହେଉଛି, ଦଳ କାହାକୁ ଟିକଟ ଦେବ ଓ କାହା ଟିକଟ କାଟିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026

ଜନ୍ମରୁ ଯତ୍ନ, ଶିକ୍ଷାରୁ ସଶକ୍ତୀକରଣ: ‘ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

June 13, 2026

ରୁଷୀୟ ତୈଳ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଭାରତକୁ ସମର୍ଥନ କଲା ଏହି ଦେଶ

June 13, 2026
Latest News

ସାୟନୀ ଘୋଷଙ୍କୁ ଯୁବ ସଭାପତି ପଦରୁ ହଟାଇଲା ଟିଏମସି, ଅର୍ଣ୍ଣବ ବାନାର୍ଜୀଙ୍କୁ ନୂଆ ଦାୟିତ୍ୱ

June 14, 2026

କୋଇଲା ଖଣିରେ ଶ୍ୱାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ

June 14, 2026

ଇରାନ-ଆମେରିକା ଚୁକ୍ତି ନେଇ ବଡ଼ ଅପଡେଟ୍: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ବୋଲି ଟ୍ରମ୍ପଙ୍କ ଦାବି

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026

ତୃଣମୂଳରେ ବଡ଼ ରାଜନୈତିକ ଭୂକମ୍ପ! ୨୦ ସାଂସଦଙ୍କ ନୂଆ ଚାଲ୍ ନେଇ ବଢ଼ିଲା ରାଜନୈତିକ ଚର୍ଚ୍ଚା

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.