Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ ଉଦ୍‌ଯାପିତ

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଅର୍ଥାତ୍ କୃତ୍ରିମ ବୁଦ୍ଧିମତା ଭଳି ବିଘଟନକାରୀ ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ଆର୍ବିଭାବ ଫଳରେ ମଣିଷ ମନରେ ଉଭୟ ଆଶା ଓ ଭୟ ସଂଚାର ହୋଇଥିବା ବେଳେ ଭବିଷ୍ୟତର କାର୍ଯ୍ୟଧାରାରେ ଏଭଳି ନୂଆ ଆହ୍ୱାନଗୁଡ଼ିକୁ ଆପଣାଇ ନେବାର ଆବଶ୍ୟକତା ରହିଛି ବୋଲି ଶନିବାର ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଟି.ଜି. ସୀତାରାମ କହିଛନ୍ତି।

ନୂତନ ବୈଷୟିକ ଜ୍ଞାନକୌଶଳର ଅଭ୍ୟୁଦୟ ହେଲେ ଏହାର ସାମ୍ନା କରିବା ସମୟରେ ମଣିଷ ମନରେ କିଛିଟା ଭୟ ସଂଚାର ହୋଇଥାଏ। କିନ୍ତୁ କାଳକ୍ରମେ ସମସ୍ତେ ଏହାକୁ ଆପଣାଇବା ମଧ୍ୟ ଶିଖି ଯାଇଥାନ୍ତି। ଠିକ୍ ସେହିପରି ଏଆଇ ଜନିତ ଆହ୍ୱାନର ମଧ୍ୟ ଆମେ ସମ୍ମୁଖୀନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶେଷ ହୋଇଥିବା ଦୁଇ ଦିନିଆ ଏଚ୍‌ଆର୍ ସମ୍ମିଳନୀ ‘ସୋଆ ପ୍ରକ୍ସିମା-୨୦୨୪’ରେ ଯୋଗ ଦେଇ ପ୍ରଫେସର ସୀତାରାମ କହିଛନ୍ତି।

ମଣିଷର ସ୍ଥାନ କ’ଣ ଏଆଇ ନେବ? କ’ଣ ବହୁ ସଂଖ୍ୟାରେ ଲୋକ ବେରୋଜଗାର ହୋଇଯିବେ? କ’ଣ ମେସିନ୍ ଏତେ ବିଚକ୍ଷଣ ହୋଇଯିବ ଯେ ମଣିଷ ତା’ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିବ? ଏଭଳି ଅନେକ ପ୍ରଶ୍ନ ବର୍ତମାନ ମଣିଷର ମନକୁ ଉଦ୍‌ବିଗ୍ନ କରୁଛି ବୋଲି କହିଛନ୍ତି ଡକ୍ଟର ସୀତାରାମ।

ଏହି କନ୍‌କ୍ଲେଭ୍‌ରେ ସାରା ଦେଶରୁ ବିଭିନ୍ନ ଶିଳ୍ପରୁ ପ୍ରାୟ୧୦୦ ରୁ ଊର୍ଦ୍ଧ୍ୱ ମାନବ ସମ୍ବଳ ବିଶେଷଜ୍ଞଙ୍କ ସମେତ ସୋଆର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ନୂତନ ଜ୍ଞାନ କୌଶଳକୁ ନେଇ ଏଭଳି ପ୍ରଶ୍ନ ଏବେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଏହାକୁ ଉଚିତ୍ ଚିନ୍ତାଧାରା ଓ ବିଭିନ୍ନ ମତାମତର ସାହାଯ୍ୟ ନେଇ ମୁକାବିଲା କରିବା ଦରକାର ବୋଲି ସେ କହିଛନ୍ତି । ମଣିଷ ନିଜ କାର୍ଯ୍ୟକୁ ସହଜ କରିବା ପାଇଁ ଏଭଳି ନୂତନ ବୈଷୟିକ ଜ୍ଞାନକୌଶଳକୁ ପ୍ରସ୍ତୁତ କରିଥିବା ବେଳେ ଏବେ ନିଜେ ହିଁ ଏହି ସମସ୍ୟାରେ ପଡ଼ି ଯାଇଛି।

ଏକ ଦଶନ୍ଧି ପୂର୍ବରୁ ଏଆଇ ବିଷୟରେ କେହି ଅବଗତ ନଥିବା ବେଳେ ବର୍ତମାନ ଏହା ମାନବ ଜାତିର ଜୀବନ ଶୈଳୀ ଏପରିକି ସଂଗୀତ, କଳା ଓ ସାହିତ୍ୟ ଭଳି ଅନେକ କ୍ଷେତ୍ରରେ ଖୁବ୍ ଦ୍ରୁତ ଗତିରେ ଓ ସଫଳତାର ସହିତ ନିଜକୁ ପ୍ରତିଷ୍ଠା କରିବାରେ ଲାଗିଛି ବୋଲି ପ୍ରଫେସର ସୀତାରାମ କହିଥିଲେ।

ଏଆଇସିଟିଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଥିଲେ ଯେ ମାନବ ଜାତି କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ ଇନ୍‌ଟରନେଟ ଭଳି ନୂତନ ବୈଷୟିକ ଜ୍ଞାନ କୌଶଳକୁ ନେଇ ପ୍ରଥମେ ଆଶଙ୍କାରେ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଖୁବ୍ ଭଲ ଭାବେ ଆପଣାଇ ପାରିଛି। ଏଆଇ ଏବଂ ଅନ୍ୟ ବିଘଟନକାରୀ ଜ୍ଞାନ କୌଶଳ କ୍ଷେତ୍ରରେ ମଧ୍ୟ ଏହା ଘଟିବ କିନ୍ତୁ ଏଥି ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ତଥା ଶିଳ୍ପର ଉପଯୁକ୍ତ ମାର୍ଗଦର୍ଶନ ରହିବା ଉଚିତ୍ ବୋଲି ସେ କହିଥିଲେ। ଏହି ନୂତନ ଜ୍ଞାନ କୌଶଳ ଗୁଡ଼ିକ ସହିତ ନିଜକୁ ଖାପ ଖୁଆଇବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ ମତ ରଖିଥିଲେ।

ସେ କହିଥିଲେ ଯେ ଏଆଇସିଟିଇ ପକ୍ଷରୁ ଏଆଇ ସହିତ ଭାରତୀୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ପରିଚୟ କରାଇବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଉଛି। ଏଆଇ ଓ ଡାଟା ସାଇନ୍ସ ସମ୍ପର୍କିତ ଅନେକ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ୍ କରାଯାଉଛି। ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ନିଜକୁ ସଂଶ୍ଳିଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ପ୍ରଫେସର ସୀତାରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସୋଆ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରକ୍ସିମା ୨୦୨୪ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଉଚ୍ଚକୋଟୀର ଚିନ୍ତାଧାରା, ଅଭିନବ ଉପାୟ ଓ ଅନୁଭୂତି ସମ୍ପନ୍ନ ଶିକ୍ଷା ଗ୍ରହଣ କରିବାର ଏକ ମାଧ୍ୟମ ବୋଲି ପ୍ରଫେସର ସୀତାରମ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ନୂତନ ଶିକ୍ଷାନୀତିକୁ ଗୁରୁତ୍ୱ ଦେଇ ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯୋଡ଼ିବା ପାଇଁ ପଦକ୍ଷେପ ନେଉଛି। ସୋଆ ଅନେକ ଶିଳ୍ପ ସହିତ ଯୋଡ଼ି ହୋଇଥିବା ବେଳେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହନ ଦେଉଥିବା ସେ କହିଥିଲେ।

ଶୁକ୍ରବାର ଆୟୋଜିତ ସୋଆ ପ୍ରକ୍ସିମାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଇନ୍‌ଟରନ୍ୟାସ୍‌ନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପନ୍ ଚକ୍ରବର୍ତ୍ତୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଖୁବ୍ ଶୀଘ୍ର ଏକ ନୂତନ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି।

ତେଣୁ ନୂଆ ପରିସ୍ଥିତି ସହିତ ସେମାନେ ନିଜକୁ ଖାପ ଖୁଆଇବାର ଆବଶ୍ୟକତା ରହିଛି।
ଡ. ଚକ୍ରବର୍ତୀ କହିଥିଲେ ଯେ ମନୁଷ୍ୟ ବର୍ତମାନ ୫ମ ଶିଳ୍ପ ବିପ୍ଳବର ଦ୍ୱାର ଦେଶରେ ପହଂଚିଛି ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଇନ୍‌ଟରନେଟ୍ ଅଫ୍ ଥିଙ୍ଗସ୍‌, ରୋବୋଟିକ୍ସ ଓ ସେମିକଣ୍ଡକ୍ଟର୍ସକୁ ନେଇ ପର୍ଯ୍ୟବେଶିତ। ତେଣୁ ଛାତ୍ରଛାତ୍ରୀମାନେ ଇନ୍‌ଟରନେଟ ଅଫ୍ ଥିଙ୍ଗସ୍‌, ଏଆଇ, ଡିଜିଟାଇଜେସନ୍ ଓ ଫାଇନାନ୍ସ ଏହି ୪ଟି ପ୍ରସଙ୍ଗ ବିଷୟରେ ମନୋନିବେଶ କରିବା ଦରକାର ବୋଲି କହିଥିଲେ।

ଶୁକ୍ରବାର ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ କଗ୍‌ନିଜାଂଟର ସେଂଟର ହେଡ୍ ଶ୍ରୀ ସତୀଶ କୁମାର ପ୍ରଧାନ, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ ଓ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିଲେ।

ସେହିପରି କନ୍‌କ୍ଲେଭର ଦ୍ୱିତୀୟ ଦିବସରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁ୍‌ମ୍ବାଇ ସ୍ଥିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରେସିଡେଂଟ (ଏଚ୍‌ଆର୍‌) ବିଜୟ ସାହୁ ଯୋଗ ଦେଇ ନିଜ ବକ୍ତବ୍ୟରେ ନିକଟରେ ଉଦ୍‌ଭାବନ ହୋଇଥିବା ଚାଟ୍ ଜିପିଟିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ବର୍ଷ ପୂର୍ବେ ଅବସ୍ଥିତି ନଥିବା ଚାଟ୍ ଜିପିଟି ହଠାତ୍ ପୃଥିବୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ଯେ କୌଣସି ପ୍ରସଙ୍ଗ ବିଷୟରେ ଆମେ ଜାଣିନାହୁଁ ତା’ର ଉତର ଚାଟ୍ ଜିପିଟି ଦେଇପାରୁଛି ବୋଲି ଶ୍ରୀ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ରୀପ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍‌କୁ ଓଆର୍‌ଏସ୍ ଓ ଜଳ ବଂଟନ

ଭୁବନେଶ୍ୱର: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍‌ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)।

ପୋଲିସ୍ ଓ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ୮ ଘଂଟା ଧରି ପ୍ରଚଣ୍ଡ ଖରା ସମୟରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ନିମନ୍ତେ ସୋଆର ଏନ୍‌ଏସ୍‌ଏସ୍ ଓ ଏନ୍‌ସିସି ଶାଖା ଏଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କମିଶନରେଟ ପୋଲିସ୍ ଓ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀମାନଙ୍କୁ ୫୦୦୦ ଓଆର୍‌ଏସ୍ ପ୍ୟାକେଟ୍ ଓ ୨୦୦୦ ପାଣି ବୋତଲ ପ୍ରଦାନ କରାଯାଇଥିବା ପ୍ରଫେସର ମଲ୍ଲିକ୍ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟରେ ପାଣି ଓ ଓଆର୍‌ଏସ୍ ବଂଟନ କରାଯିବ ବୋଲି ସେ କହିଛନ୍ତି।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ପ୍ରଫେସର ମଲ୍ଲିକ ଏବଂ ସୋଆର ଏନ୍‌ସିସି କ୍ୟାଡେଟମାନେ ଏହି ପାଣି ବୋତଲ ଓ ଓଆରଏସ୍ ପ୍ୟାକେଟ ପ୍ରଦାନ କରିଛନ୍ତି।

ପୋଲିସ୍ କମିଶନର ଶ୍ରୀ ପଣ୍ଡା ସୋଆର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।

ଏହି ଅବସରରେ ଟ୍ରାଫିକ ଡିସିପି ପି.କେ. ରାଉତ ଏବଂ ସୋଆର ଆସୋସିଏଟ୍ ଏନ୍‌ସିସି ଅଫିସର (ଏଏନ୍‌ଓ) ଡକ୍ଟର ସତୀଶ କୁମାର ସାମଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ ବାଟୋଇ ସିଷ୍ଟମ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଭୁବନେଶ୍ୱରରେ ସ୍ଥିତ ବାଟୋଇ ସିଷ୍ଟମ୍ସ (ବାଟୋଇ) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ବାଟୋଇ ହେଉଛି ଏକ ସଫ୍ଟୱେୟାର ଇଞ୍ଜିନିୟରିଂ ଅଟୋମେସନ୍ କମ୍ପାନୀ ଯାହାର ରାପିଡ୍ ଆପ୍ଲିକେସନ୍ ଡେଭଲପ୍‌ମେଂଟ (ରାଡ୍‌) ପ୍ଲାଟଫର୍ମ ଟେଲିମେଟ୍ରି ଟୁଲ୍ସର ବିକାଶ ଓ ନିୟୋଜନ କ୍ଷେତ୍ରରେ କାର୍ଯ୍ୟ କରିଥାଏ।

ବୁଝାମଣା ଅନୁଯାୟୀ ବାଟୋଇ ସୋଆକୁ ଏହାର ବାଟୋଇ ଏକାଡେମୀ ପ୍ଲାଟଫର୍ମ ବ୍ୟବହାର କରିବାକୁ ଦେବ ଓ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଏବଂ କ୍ୱାଂଟମ୍ କମ୍ପ୍ୟୁଟିଙ୍ଗ୍ ଶିକ୍ଷା ଓ ଗବେଷଣା ନିମନ୍ତେ ଏକ ଟେକ୍ନୋଲୋଜି ଲ୍ୟାବ ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିବ।

ଏହି କମ୍ପାନୀ ସୋଆର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଲାଇଭ୍ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇପାରିବେ। ବିଭିନ୍ନ କର୍ମଶାଳା ଆୟୋଜନ କରିବା ସହ ବାଟୋଇ ସୋଆର ଛାତ୍ରଛାତ୍ରୀମାନଙ୍କୁ କ୍ୱାଂଟମ୍ କମ୍ପ୍ୟୁଟିଙ୍ଗ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଇନ୍‌ଟର୍ଣ୍ଣସିପ୍ ଓ ନିଯୁକ୍ତିରେ ମଧ୍ୟ ସହାୟକ ହେବ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବାଟୋଇ ସିଷ୍ଟମ୍ସର ସିଇଓ ତଥା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ରଥଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସ୍କିଲ୍ ପ୍ରତିଯୋଗିତାରେ ସୋଆ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ଭୁବନେଶ୍ୱର: ରାଜ୍ୟର ସବୁଠାରୁ ବଡ଼ ସ୍କିଲ ପ୍ରତିଯୋଗିତା ଓଡ଼ିଶା ସ୍କିଲ୍ସ ୨୦୨୩-୨୪ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ମାର୍ଚ୍ଚ ୧୨ ରୁ ୧୫ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଥିଲା।

ହୋଟେଲ ମ୍ୟାନେଜମେଂଟର ୫ଟି ସ୍କିଲ୍ ଯେପରିକି ହୋଟେଲ୍ ରିସେପ୍ସନ୍‌, ରେଷ୍ଟୁରାଂଟ ସର୍ଭିସ୍‌, କୁକିଙ୍ଗ୍‌, ବେକରି, ପାଟିସେରୀ ଓ କନ୍‌ଫେକ୍ସନାରୀକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏସ୍‌ଏଚ୍‌ଏମ୍‌ର ବ୍ୟାଚଲର ଅଫ୍ ହୋଟେଲ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଙ୍ଗ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି) ବିଭାଗର ପ୍ରଥମ ବର୍ଷ ଛାତ୍ର ସକେତ୍ କୁମାର ମାଝି କୁକିଙ୍ଗ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ବିଏଚ୍‌ଏମ୍‌ସିଟି ବିଭାଗର
ଦ୍ୱିତୀୟ ବର୍ଷର ଛାତ୍ର ରିଜ୍‌ୱାନୁଲ୍ ଖାନ୍ ରେଷ୍ଟୁରାଂଟ ସର୍ଭିସ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।

ବିଜେତା ମାନଙ୍କୁ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ପୁରସ୍କୃତ କରିଥିଲେ।

ପଦକ ହାସଲ କରିଥିବା ଦୁଇ ଛାତ୍ର ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନିଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇବିସିଏସ୍‌ରେ କନ୍‌ଭରଜେନ୍ସ-୨୦୨୪ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଗ୍ରହଣ ଜୀବନର ଏକ ଅସରନ୍ତି ପ୍ରକ୍ରିୟା ଏବଂ ଏହି ପ୍ରତିଯୋଗିତାମୂଳକ ପୃଥିବୀରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ଶାଣିତ କରିବା ନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ପୁଡୁଚେରୀର ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ କୁମାର ପରିଡା କହିଛନ୍ତି।

ସଫଳତା ପାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ, ଇଚ୍ଛାଶକ୍ତି ଏବଂ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି। ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ବି-ସ୍କୁଲ୍ ମିଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କନ୍‌ଭରଜେନ୍ସ-୨୦୨୪’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପରିଡ଼ା ଏହା କହିଛନ୍ତି।

ଶ୍ରୀ ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ନିଜର ବିଭିନ୍ନ ଅନୁଭୂତି ବଖାଣି ଛାତ୍ରଛାତ୍ରୀମାନେ ସବୁବେଳେ ପରିବର୍ତନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାବାର୍ଡ ଭୁବନେଶ୍ୱରର ଡେପୁଟି ଜେନେରାଲ ମ୍ୟାନେଜର ଡକ୍ଟର ସମୀର କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଠିନ କାର୍ଯ୍ୟ ଓ ତ୍ୱରିତ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ନୈତିକତାର ସହ କାର୍ଯ୍ୟ କରିବାକୁ
ସେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ପ୍ରଫେସର ସାମନ୍ତରାୟ ନିଜ ଅନୁଭୂତିରୁ ବ୍ୟକ୍ତିଗତ ଓ ବୃତିଗତ ସଫଳତା ପାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ତଥ୍ୟ ରଖିଥିଲେ। ପ୍ରଫେସର ଦାସ ଜୀବନର ଉନ୍ନତି ନିମନ୍ତେ, କଠିନ ପରିଶ୍ରମ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କନ୍‌ଭରଜେନ୍ସ-୨୦୨୪ର କୋଅର୍ଡିନେଟର ପ୍ରଫେସର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅନ୍ୟତମ କୋଅର୍ଡିନେଟର ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆ ଲେକ୍ସ କନ୍‌ସିଲିୟମ୍ ଆୟୋଜିତ

ଭୁବନେଶ୍ୱର: ଆଇନ୍ ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଚାଲିଥିବା ବେଳେ
ଏହାର ନିଯୁକ୍ତି କ୍ଷେତ୍ରର ପରିସୀମା ମଧ୍ୟ ପରିବ୍ୟାପ୍ତ ହେବାରେ ଲାଗିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଓ ସେଂଟ୍ରାଲ୍ ପ୍ଲେସ୍‌ମେଂଟ ସେଲ୍‌ର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ନିମନ୍ତେ ବାର୍ଷିକ ଲ କନ୍‌କ୍ଲେଭ୍ ‘ସୋଆ ଲେକ୍ସ କନ୍‌ସିଲିୟମ୍‌’ ଶନିବାର ଆୟୋଜିତ ହୋଇଯାଇଛି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ନିଲ୍ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ଦେଶର ୮ମ ଶ୍ରେଷ୍ଠ ଆଇନ୍ ଶିକ୍ଷାନୁଷ୍ଠାନ ବୋଲି ଉଲ୍ଲେଖ କରିଥିଲେ। ସୋଆ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ
ଏହାର ୨୦ଟି ଗବେଷଣା କେନ୍ଦ୍ର ରହିଛି ବୋଲି କୁଳପତି କହିଥିଲେ।

କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ଆଫେୟାର୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ବିକାଶ କୁମାର, ଲିଗାଲ୍ (ଟିସିଆଇ ଗ୍ରୁପ୍‌)ର ହେଡ୍ ପ୍ରଶାନ୍ତ ପଣ୍ଡା, ବର୍ଗନ୍ ଲ ର ପାର୍ଟନର ଅଭିଷେକ ସିଙ୍ଗ୍‌ଲା, ଫକ୍ସ ମଣ୍ଡଲ୍ ଆଣ୍ଡ ଆସୋସିଏଟ୍ସର କର୍ପୋରେଟ କମ୍ୟୁନିକେସନ୍‌ସ ହେଡ୍ ମନସ୍ୱିନୀ ମିଶ୍ର ଓ ଲେକ୍ସ ସୁପ୍ରିମସ୍‌ର ମ୍ୟାନେଜିଂ ପାର୍ଟନର ଚୈତନ୍ୟ ମହାଜନ ଯୋଗ ଦେଇ ‘ଏମର୍ଜିଂ ଟ୍ରେଣ୍ଡସ୍ ଇନ୍ ଲିଗାଲ ଟେକ୍ନୋଲୋଜି’ ଶୀର୍ଷକ ପ୍ରସଙ୍ଗରେ ଆଲୋଚନା କରିବା ସହ ଟେକେ୍‌ନାଲେଜିର ପ୍ରଭାବ କିଭଳି ଆଇନ୍ ବୃତି ଉପରେ ପଡ଼ୁଛି ଏବଂ ଆଇନ୍ ଛାତ୍ରଛାତ୍ରୀମାନେ ଏହି ପରିବର୍ତନକୁ କିଭଳି ଗ୍ରହଣ କରୁଛନ୍ତି ସେ ନେଇ ଆଲୋଚନା କରିବା ସହ ସ୍ନିଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ଅପରେସନ୍ସ ପୂଜା ରଏ, ଲେଗିକ୍ୱେଷ୍ଟର କୋ-ଫାଉଣ୍ଡର ଓ ସିଓଓ ଡକ୍ଟର ହିମାଂଶୁ ପୁରୀ, କଶ୍ୟପ୍ ପାର୍ଟନର୍ସ ଆଣ୍ଡ ଆସୋସିଏଟ୍ସ ଏଲଏଲ୍‌ପିର ଫାଉଣ୍ଡର ଆଣ୍ଡ ମ୍ୟାନେଜିଂ ଡାଇରେକ୍ଟର ଆଭା କଶ୍ୟପ, ଲୁମିନା ଡାଟାମେଟିକ୍ସ ଲିମିଟେଡ୍‌ର ଏଚ୍‌ଆର୍ ଲିଡ୍ ବିପିନ୍ ପାଠକ, ଲ ମାଇଣ୍ଡସ୍‌ର ଲିଗାଲ ହେଡ୍ ଜୟ ରକ୍‌ସିତା ଯୋଗ ଦେଇ ‘ଡାଇଭର୍ସ କ୍ୟାରିୟର ପାଥ୍ସ ଫର୍ ଲ’ ଗ୍ରାଜୁଏଟ୍‌ସ’ ଶୀର୍ଷକ ପ୍ରସଙ୍ଗରେ ଆଲୋଚନା କରିବା ସହ ଚିରାଚରିତ ଆଇନ୍ ପେଶା ବ୍ୟତୀତ ଆଇନ୍ ଛାତ୍ରଛାତୀଙ୍କର ନିଯୁକ୍ତିର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।

ଆଇନ୍ ଛାତ୍ରଛାତ୍ରୀମାନେ ବିଚାର ବିଭାଗୀୟ କ୍ଷେତ୍ର ସହ ଆଇନ ପେଶା ସମେତ କର୍ପୋରେଟ ସେକ୍ଟରରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ରହିଛି। ତେଣୁ କର୍ପୋରେଟ ସେକ୍ଟରରେ କିଭଳି ସେମାନେ ଭଲ ନିଯୁକ୍ତି ପାଇବା ସହ ନିଜକୁ ଖାପ ଖୁଆଇପାରିବେ ସେ ସମ୍ପର୍କରେ ବିଶେଷଜ୍ଞମାନେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ନିଲ୍‌ର ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ ଓ ପ୍ରଫେସର ମଧୁସୁଦନ ଦାସ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ରିପ୍ତି ରଞ୍ଜନ ଦାଶ ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଛାତ୍ରଛାତ୍ରୀମାନଙ୍କୁ ସୈନ୍ୟ ରଣନୀତିକାରଙ୍କ ଉପଦେଶ

ଭୁବନେଶ୍ୱର: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ସେନାନୀ ତଥା ଜଣେ ସେନା ରଣନୀତିକାର ମେଜର ଜେନେରାଲ ଏସ୍‌.ଭି.ପିି. ସିଂ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିଲେ।

ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ସେନାରେ ନେତୃତ୍ୱ ଦେଇଥିବା ମେଜର ଜେନେରାଲ ସିଂ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ‘ସମସ୍ୟାର ସମ୍ମୁଖୀନ ହେବା ଓ ନେତୃତ୍ୱ ନିମନ୍ତେ ଦକ୍ଷତା ବୃଦ୍ଧି’ ଶୀର୍ଷକକୁ ନେଇ ସେନାରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ମୁଁ ଏକ ସେନା ପରିବାରରୁ ଆସିଛି ଏବଂ ସବୁବେଳେ ସେନାବାହିନୀରେ କାର୍ଯ୍ୟ କରିବା ପାଇଁ ଚାହୁଁଥିଲି। ମୁଁ ନ୍ୟାସ୍‌ନାଲ୍ ଡିଫେନ୍ସ ଏକାଡେମୀର ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଯୋଗ ଦେଇଥିଲି। ୯ ବର୍ଷର ପ୍ରଶିକ୍ଷଣ ପରେ ଅଫିସର ପଦବୀ ପାଇଥିଲି ବୋଲି ସେ କହିଥିଲେ।

ମେଜର ଜେନେରାଲ ସିଂ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ନିକଟରେ ଉଦାହରଣ ହେବା ସହ ନେତୃତ୍ୱ ନେବା ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ।

ନିଜର ଅନୁଭୂତି ବଖାଣି ସେ କହିଥିଲେ ଯେ ସେନାରେ ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ ଅଧିକାଂଶ ସମୟରେ କଷ୍ଟକର ସମସ୍ୟାକୁ ସାମ୍ନା କରିଥାନ୍ତି। ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ଯେ ଜଟିଳ ସମସ୍ୟାଗୁଡ଼ିର ମୁକାବିଲା କରିବା ସହ ସେମାନେ ସବୁବେଳେ ସତ୍ୟ ପଥରେ ଚାଲିବା ଆବଶ୍ୟକ।

ମେଜର ଜେନେରାଲ ସିଂ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ସହ ସାକ୍ଷାତ କରିବା ସହିତ ଅନେକ ବିଷୟରେ ଆଲୋଚନା କରିଥିଲେ।

ମେଜର ଜେନେରାଲ ସିଂ ୨୦୦୧ ମସିହାରେ ରାଜସ୍ଥାନର ପୋଖରାନ ଠାରେ ବାୟୂସେନା ସମେତ ଆର୍ଟିଲିରି, ମେକାନାଇଜଡ୍ ଫୋର୍ସ, ଇନ୍‌ଫାନ୍‌ଟ୍ରି ଏବଂ ଆଟାକ୍ ହେଲିକପ୍ଟର ସମେତ ସେନାର ସାମଗ୍ରିକ କମାଣ୍ଡର ଭାବରେ ଭାରତୀୟ ସେନାବାହିନୀର ସର୍ବ ବୃହତ ଯୁଦ୍ଧ ଅଭ୍ୟାସ ପ୍ରଦର୍ଶନକୁ କାର୍ଯ୍ୟକାରୀ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଷ୍ଟଡିଜ୍ ଆଣ୍ଡ ଆନାଲିସିସ୍ (ଆଇଡିଏସ୍‌ଏ) ଏବଂ ୟୁନାଇଟେଡ୍ ସର୍ଭିସ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ (ୟୁଏସ୍‌ଆଇ)ର ସଦସ୍ୟ।

ଆଇଟିଇଆର୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ.ସାହୁ ଓ ଆଡିସ୍‌ନାଲ୍ ଡିନ୍ (ପ୍ଲେସ୍‌ମେଂଟ) ଡକ୍ଟର ରାଜକୁମାର ହୋତା ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ
ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର ଫାର୍ମାସୀ, ବାୟୋଟେକ୍ନୋଲଜି, ମେଡିକାଲ୍ ସାଇନ୍‌ସେସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଗବେଷକଙ୍କୁ ନେଇ ଦଳ ଗଠନ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ଡକ୍ଟର ଚୋର୍‌ଘାଡେ ଆମେରିକାନ୍ କେମିକାଲ୍ ସୋସାଇଟି (ଏସ୍‌ଏସିଏସ୍‌)ର ଜଣେ ଫେଲୋ। ସେ ଔଷଧର ଉଦ୍‌ଭାବନ, ବିକାଶ ଏବଂ ପାରମ୍ପରିକ ଭାରତୀୟ ଔଷଧକୁ ନେଇ ଗବେଷଣା କରୁଛନ୍ତି । ଏହି ଆଲୋଚନା ସମୟରେ ହାଇଦ୍ରାବାଦ ସ୍ଥିତ ସିଏସ୍‌ଆଇଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଚିଫ୍ ସାଇନ୍‌ଟିଷ୍ଟ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

କେମୋସିନ୍ଥେଟିକ୍ ଆର୍ଟିଫିସିଆଲ୍ ଲିଭର୍ ଉଦ୍‌ଭାବନ ନିମନ୍ତେ ଡକ୍ଟର ଚୋରଘାଡେ ପ୍ରସିଦ୍ଧି ଲାଭ କରିଛନ୍ତି। ଡକ୍ଟର ଚୋରଘାଡେ ହାବାର୍ଡର ହାର୍ଭାର୍ଡ, କାଲ୍‌ଟେକ୍‌, ୟୁନିଭର୍ସିଟି ଅଫ୍ ଚିକାଗୋ, ଏମ୍‌.ଆଇ.ଟି, ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ, ୟୁନିଭର୍ସିଟି ଲୁଇସ୍ ପାସ୍ତର, ଆଇସିଟି ଏବଂ ସିଏସ୍‌ଆଇଆର ଇତ୍ୟାଦିରେ ଆଡଜଂକ୍ଟ ରିସର୍ଚ୍ଚ ପ୍ରଫେସର, ଭିଜିଟିଂ ଫେଲୋ ବା ଭିଜିଟିଙ୍ଗ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।

ଏହି ଆଲୋଚନା ସମୟରେ ସୋଆ ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, ବାୟୋ ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର
ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ହୃଦୟ ନାଥ ଥାଟୋଇ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏହି ବିଭାଗର ପ୍ରଫେସର ଇ. ସୁବୁଦ୍ଧି ଏବଂ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ବି.ବି ସୁବୁଦ୍ଧି ଓ ପ୍ରଫେସର ଲକ୍ଷ୍ମୀଧର ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସୋଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ଭୁବନେଶ୍ୱର: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।

ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଜଂଏଟ୍ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, , ପ୍ରାଚୀନ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଓ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

ଏଥି ସହିତ ସୋଆ ର କ୍ୟାମ୍ପସ୍ -୫ ସ୍ଥିତ ଷ୍ଟାଡିୟମ୍ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସମୂହ ସଂଗୀତ ଗାନ କରିଥିଲେ ।

ଏଥିରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ( ଆଇବିସିଏସ୍‌) ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମସ୍ୟିଟୁକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରି ଏଜୁକେସନ୍‌ର ପ୍ରିନସିପାଲ୍ ଡ.ପି.ସି. ଦାସ ଓ ସ୍ପୋର୍ଟ ଅଫିସର ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ରହି ଏହି ସଂଗୀତ ଗାନ କରିଥିଲେ ।

ସୋଆର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ତଥା ହସ୍ପିଟାଲ୍ ମାନଙ୍କରେ ମଧ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ

ଭୁବନେଶ୍ୱର: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ।

ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।

ଫେବୃଆରି ୪ ତାରିଖ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେବେ। ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।

ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କ୍ୟାମ୍ପସ୍‌ରେ ସୌରଶକ୍ତି ପରିଚାଳିତ ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପିତ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ସିଟି ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ (ସିୟୁଏନ୍‌ୱାଇ) ପରିଚାଳିତ ବ୍ରୋନକ୍ସ କମ୍ୟୁନିଟି କଲେଜ ପକ୍ଷରୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌ରେ ଏକ ସ୍ୱୟଂଚାଳିତ ସୌରଶକ୍ତି ପରିଚାଳିତ
ପାଣିପାଗ ଓ ବାୟୁ ଗୁଣବତା ନିରୀକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍‌ରେ ଥିବା ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ୫ ମାଇଲ ପରିସୀମା ମଧ୍ୟରେ ଏହି ଷ୍ଟେସନ୍ ପାଣିପାଗ, ତାପମାତ୍ରା, ବାୟୁ ପ୍ରଦୂଷଣର ସ୍ତର, ଗୁଣବତା, ଆର୍ଦ୍ରତା ଏବଂ ସୌର
ବିକୀରଣ ଇତ୍ୟାଦି ନିରୀକ୍ଷଣ କରିବ।

ହାଇଦ୍ରାବାଦ ସ୍ଥିତ ୟୁଏସ୍ କନ୍‌ସଲେଟ୍ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ବ୍ରୋନକ୍ସ କମ୍ୟୁନିଟି କଲେଜର ରସାୟନ ବିଜ୍ଞାନ, ଭୂ ବିଜ୍ଞାନ ଓ ପରିବେଶ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ପ୍ରଫେସର ନୀଲ୍ ଫିଲିପ୍ ଓ ସେହି ବିଭାଗର ପ୍ରଫେସର ପାରମିତା ସେନ୍ ଏହାର ପ୍ରମୁଖ ନିରୀକ୍ଷକ ଅଛନ୍ତି।

ସମ୍ପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ଏହି ପାଣିପାଗ କେନ୍ଦ୍ରକୁ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଫିଲିପ୍‌, ପ୍ରଫେସର ସେନ୍ ଏବଂ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍ କନ୍‌ସଲ୍ ଜେନେରାଲଙ୍କ ପରାମର୍ଶଦାତା ଶ୍ରୀ ସଲ୍ଲିଳ କାଦେର ଉପସ୍ଥିତ ଥିଲେ। ଡକ୍ଟର ସାହୁ କହିଥିଲେ ଯେ ଏହି କେନ୍ଦ୍ର ଜଳବାୟୁ ଏବଂ ବାୟୁ ଗୁଣବତାର ପରୀକ୍ଷଣ କରିବ। ଏହାର ଉପଲ୨ ତଥ୍ୟକୁ ଜଳବାୟୁ ସମ୍ପର୍କିତ ଗବେଷଣା କରୁଥିବା ଫ୍ୟାକଲ୍ଟିମାନେ ଉପଯୋଗ କରିବା ସହ ଏହାକୁ ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯାଇ ପାରିବ।

ଏହି ଷ୍ଟେସନ୍‌ର ତଥ୍ୟକୁ ସମାଜର ହିତ ପାଇଁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତନ ଓ ବାୟୁର ଗୁଣବତା ଭଳି ଦୁଇଟି ପ୍ରମୁଖ ପ୍ରସଙ୍ଗ ମାନବ ସମାଜ ଉପରେ ପ୍ରଭାବ ପକାଉଥିବା ବେଳେ ଏ ଦିଗରେ
ପରିବର୍ତନ ଆଣିବା ନିମନ୍ତେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ କାର୍ଯ୍ୟ କରିବା ଆମର ଲକ୍ଷ୍ୟ ବୋଲି ପ୍ରଫେସର ଫିଲିପ୍ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫାୟାର୍ସ) ପ୍ରଫେସର ରେଣୁ ଶର୍ମା, ରସାୟନ ବିଭାଗର ପ୍ରଫେସର ମୀରା ଦାସ, ସୋଆ ସେଂଟର ଫର୍ ବାୟୋଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ପ୍ରଫେସର ଆଦିତ୍ୟ କିଶୋର ଦାସ ତଥା ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅକ୍ଷୟ କୁମାର ବର୍ମା, ପ୍ରଫେସର ବିଦ୍ୟାଧର ବାସା ଓ ପ୍ରଫେସର ଜଗନ୍ନାଥ ପ୍ରସାଦ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅମୃତ କାଳ ବିମର୍ଶ ବିକଶିତ ଭାରତ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌) ରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଅମୃତ କାଳ ବିମର୍ଶ ବିକଶିତ ଭାରତ ଅ ୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡଃ କୃଷ୍ଣ ଚନ୍ଦ୍ର ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ପ୍ରଗତିରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଝଙ୍କଗ୍ଦଗ୍ଧବସଦ୍ଭବଭକ୍ଷର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଏକ୍ଟବକ୍ଷଗ୍ଦ) ର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହା ସହ ସେ କୃଷି ବିଜ୍ଞାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ର ପ୍ରୟୋଗ ଦ୍ୱାରା ଉଭୟ ଫସଲ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ଆସିଥିବା ନୂତନ ଜ୍ଞାନ କୌଶଳ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏହା ଛଡ଼ା ବିଜ୍ଞାନର ବିଭିନ୍ନ ବିଭାଗ ଯଥା ଯାନ୍ତ୍ରିକ ବିଦ୍ୟା, ଚିକିତ୍ସା ବିଜ୍ଞାନ ଓ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୁକ୍ତ ପ୍ରୟୋଗ ଦେଶର ବିକାଶରେ ଅନେକ ଲାଭଦାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବିକଶିତ ଭାରତରେ ଗବେଷଣା ର ଭୂମିକା ବିଷୟରେ ମତ ରଖିବା ସହ ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କ ସହିତ ଗବେଷଣା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

କୃଷି ମହାବିଦ୍ୟାଳୟ ର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉତ୍ସବର ଆଭିମୁଖ୍ୟ ସଂପର୍କରେ କହିଥିଲେ। ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଏଏସ୍‌ର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଓ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ଥିଲେ। ଡଃ ଅଂଶୁମାନ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ, ଫ୍ୟାକଲ୍‌ଟି, ଟେକ୍‌ନିକାଲ କର୍ମଚାରୀଙ୍କୁ ମିଶାଇ ୫୦୦ରୁ ଊର୍ଦ୍ଧ୍ୱ ଜଣ ଯୋଗ ଦେଇଥିଲେ।

ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅଭିନବ ଚିନ୍ତାକୁ ବିକଶିତ ଭାରତ ପ୍ଲାଟଫର୍ମ ରେ ଆୟୋଜିତ ହେଉଥିବା ‘ଭଏସ୍ ଅଫ୍ ୟୁଥ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା କୁ ଆଣିବା ନିମନ୍ତେ ଉତ୍ସାହିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଜେଏସ୍ ପରୀକ୍ଷାରେ ସୋଆର ୩ ଆଇନ୍ ଛାତ୍ରଛାତ୍ରୀ ଓ ଦୁଇ ଫ୍ୟାକଲ୍ଟିଙ୍କର ସଫଳତା

ଭୁବନେଶ୍ୱର: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ କରିଛନ୍ତି।

ଓଜେଏସ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ର ପୂର୍ବତନ ଛାତ୍ରୀ ନୀଲିଶା ପଟ୍ଟନାୟକ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଦୁଇ ଜଣ ପୂର୍ବତନ ଛାତ୍ରଛାତ୍ରୀ ଅମ୍ଳାନ୍ ରଥ ଓ ସୁଦତା ପାଣିଗ୍ରାହୀ ଯଥାକ୍ରମେ ୨୨ ଓ ୩୦ ସ୍ଥାନରେ ରହିଛନ୍ତି।

ସେହିପରି ସ୍ନିଲ୍‌ର ଆସିଷ୍ଟାଂଟ ପ୍ରଫେସର ବୈଶାଳୀ ବାହୁବଳେନ୍ଦ୍ର ଏବଂ ଅଂଶୁମାନ ରଥ ଯଥାକ୍ରମେ ୩୨ ଓ ୫୦ ତମ ସ୍ଥାନ ଅଧିକାର କରିଛନ୍ତି।

ନୀଲିଶା ପଟ୍ଟନାୟକ ସ୍ନିଲ୍‌ର ୨୦୨୨-୨୩ ବ୍ୟାଚ୍‌ରେ ଏଲଏଲ୍‌ଏମ୍ ପାସ୍ କରିଥିବା ବେଳେ ଅମ୍ଳାନ ରଥ ୨୦୧୪-୧୯ ବ୍ୟାଚ୍‌ର ବିବିଏ ଏଲଏଲ୍‌ବି (ଅନର୍ସ)ର ଛାତ୍ର ଓ ସୁଦତା ପାଣିଗ୍ରାହୀ ୨୦୧୨-୧୭ ବ୍ୟାଚର୍ ବିବିଏ ଏଲ୍‌ଏଲ୍‌ବି (ଅନର୍ସ)ର ଛାତ୍ରୀ ଅଟନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ନିଲ୍‌ର ପୂର୍ବତନ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମେମ୍ବରଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାମାଜିକ ବିକାଶ ନିମନ୍ତେ ସୋଆ ଏବଂ ସିୱାଇଏସ୍‌ଡି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ସାମାଜିକ ବିକାଶ ନେଇ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଦିବାସୀ ଏବଂ ଗ୍ରାମାଂଚଳର ଗରିବ ଲୋକଙ୍କର ଜୀବନର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ସେଂଟର ଫର ୟୁଥ ଆଣ୍ଡ ସୋସିଆଲ୍ ଡେଭଲପ୍‌ମେଂଟ’ (ସିୱାଇଏସ୍‌ଡି) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ବିଭିନ୍ନ କର୍ମଶାଳା, ସମ୍ମିଳନୀ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ। ଛାତ୍ରଛାତ୍ରୀ ଓ ଗବେଷଣାରତ ସ୍କଲାରମାନଙ୍କୁ ସମାଜ ସହ ସମ୍ପର୍କ ଓ ଲିଙ୍ଗଗତ ଅଧ୍ୟୟନ କ୍ଷେତ୍ରରେ ଅବଗତ କରାଯିବ।

ସେହିପରି କୃଷି ଜଙ୍ଗଲ, ସାମୂହିକ ଚାଷ, ଜଳସେଚନ ବିକାଶ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ବିଷୟରେ ମଧ୍ୟ ପ୍ରଶକ୍ଷିଣ ଦିଆଯିବ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ସୋଆ ଏବଂ ସିୱାଇଏସ୍‌ଡି ମିଳିତ ଭାବେ ସାମଗ୍ରିକ କୃଷି ପଦ୍ଧତି ଉପରେ କାର୍ଯ୍ୟ କରିବେ ଓ ଓଡିଶାର କେତେକ ପଛୁଆ
ଅଂଚଳରେ ଏହାକୁ ନେଇ ପାଇଲଟ ପ୍ରୋଜେକ୍ଟ କରାଯିବ। ଯୁବଶକ୍ତି କୁ ବିକାଶ ତଥା ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ବ୍ୟବହାର କରାଯିବ।

ଏହି ଅବସରରେ ଶ୍ରୀ ଜଗଦାନନ୍ଦ କହିଥିଲେ ସିୱାଇଏସ୍‌ଡି ଏବଂ ସୋଆ ଗ୍ରାମାଂଚଳର ଲୋକଙ୍କ ମଧ୍ୟରେ ନେତୃତ୍ୱ ବିକାଶରେ ସାହାଯ୍ୟ କରିବା ସହ ତୃଣମୂଳ ସ୍ତରର ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସହାୟତା କରିବେ। ଗ୍ରାମାଂଚଳର ସାମାଜିକ ସ୍ତରରେ ସୋଆ ଯେଉଁ କାର୍ଯ୍ୟ କରୁଛି ସେଗୁଡ଼ିକରେ ମଧ୍ୟ ସିୱାଇଏସ୍‌ଡି ସହାୟତା କରିବ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ସିୱାଇଏସ୍‌ଡିର ଚିଫ୍ ଅପରେଟିଙ୍ଗ୍ ଅଫିସର ହରିଶ ଚନ୍ଦ୍ର ସିଂ ଏବଂ ପ୍ରୋଗ୍ରାମ ଡାଇରେକ୍ଟର ବସନ୍ତ କୁମାର ନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଠାରୁ ସୋଆରେ ଆଇଏନ୍‌ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆଜିଠାରୁ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ।

ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ – ବୈଜ୍ଞାନିକ ଓ ପ୍ରବିଧିଜ୍ଞ ଯେଉଁମାନେ କି ସମଗ୍ର ଇଞ୍ଜିନିୟରି କ୍ଷେତ୍ରରେ ପରିବ୍ୟାପ୍ତ ଅଟନ୍ତି ସେମାନଙ୍କୁ ନେଇ ଆଇଏନ୍‌ଏଇ ହେଉଛି ଏକ ସ୍ୱୟଂ ଚାଳିତ ବୃତିଗତ ଅନୁଷ୍ଠାନ। ଏହା ଆଂଶିକ ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ।

ଏହି ସମ୍ମିଳନୀ ସୋଆର କ୍ୟାମ୍ପସ୍ -୨ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଇଞ୍ଜିନିୟରିଂ କ୍ଷେତ୍ରର ଫେଲୋ, ବିଦେଶୀ ଫେଲୋ, ୟଙ୍ଗ୍ ଆସୋସିଏଟ୍‌ସ୍ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ। ସମ୍ମିଳନୀରେ ପ୍ଲେନାରୀ ଟକ୍‌, ପାନେଲ ଆଲୋଚନା ଓ ଉପସ୍ଥାପନା ଇତ୍ୟାଦି ଆୟୋଜିତ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି।

ଚଳିତ ବର୍ଷ ଏହି ସମ୍ମିଳନୀ ମିଳିତ ଭାବରେ ସୋଆ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର, ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରୀଆଲ୍ସ ଟେକ୍‌ନୋଲୋଜି, ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଆୟୋଜନ କରିଛି ବୋଲି କହିଛନ୍ତି ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ରହିଥିବା ପ୍ରଫେସର ଆଚାର୍ଯ୍ୟ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉକେଲା ଷ୍ଟିଲ୍ ପ୍ଲାଂଟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏନଇର ପ୍ରାକ୍ତନ ସଭାପତି ଡକ୍ଟର ସନକ ମିଶ୍ର ,ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇର ମେମ୍ବର ସେକ୍ରେଟରୀ ଲେଫ୍‌ଟନାନ୍‌ଂଟ କର୍ଣ୍ଣେଲ୍ ଶୋଭିତ୍ ରାଏ, ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ସାମନ୍ତରାୟ ଉପସ୍ଥିତ ଥିଲେ।

ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ସମ୍ମିଳନୀରେ ଦୁଇଟି ଅଧିବେଶନରେ ବିଶ୍ୱବିଖ୍ୟାତ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଓ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଂଚଳର ନବମ ଶତାଦ୍ଦୀର ପିତଳ ମାଛ ଉପରେ ମଧ୍ୟ ଆଲୋଚନା କରାଯିବ।

ଡକ୍ଟର ମିଶ୍ର କହିଥିଲେ ଯେ ଆଇଏନ୍‌ଏଇ ଦେଶର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାନ୍ତ୍ରିକ ଓ ପ୍ରବିଧିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ। ୧୯୮୭ ମସିହାରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ୧୯୯୬ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ୍ କାଲମ୍ ମଧ୍ୟ ଏହାର ସଭାପତି ଥିଲେ ବୋଲି ସେ କହିଥିଲେ। ଇଞ୍ଜିନିୟରିଂ ଏବଂ ବିଜ୍ଞାନ କ୍ଷେତ୍ରରେ ଅଧିକ ରୁ ଅଧିକ କାର୍ଯ୍ୟ କରିବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ସମସ୍ୟାଗୁଡିକର ସମାଧାନ ର ବାଟ ବାହାର କରି ଏହାର ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ଆମର କାର୍ଯ୍ୟ ବୋଲି ଡକ୍ଟର ମିଶ୍ର କହିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ଦ୍ୱିତୀୟ ଥର ପାଇଁ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି। ୨୦୧୩ ରେ ମଧ୍ୟ ସୋଆ ପ୍ରଥମଥର ପାଇଁ ଏହି ସମ୍ମିଳନୀ ର ଆୟୋଜନ କରିଥିଲା ବୋଲି ସେ କହିଥିଲେ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଏନ୍‌ଏଇ ର ଅଧ୍ୟକ୍ଷ ତଥା ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି, ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନିଲ୍ ମାନ୍ନା ଯୋଗ ଦେବେ। ଏହି ଅବସରରେ ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି, ତିରୁଭନନ୍ତପୁରମ୍‌ର କୁଳପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଳିକେସନ୍‌ସ୍‌’ ଉନ୍ମୋଚନ କରାଯିବ।

ସମ୍ମିଳନୀରେ ଯୋଗେଦେବାକୁ ଥିବା ବିଶିଷ୍ଟ ଯାନ୍ତ୍ରିକ ବିଜ୍ଞାନୀଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଏମିରଟସ୍‌, ପ୍ରଫେସର ୟୁ.ବି. ଦେଶାଇ, ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲାକତା ଇଲ୍ଟ୍ରେିକାଲ୍ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଶିବାଜୀ ଚକ୍ରବର୍ତୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲ୍କର, ସିଏସିଆଇଅର – ଆଇଏମ୍‌ଏମ୍‌ଟି , ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍‌ନୋଲୋଜି, ମୁମ୍ବାଇର କୁଳପତି ପ୍ରଫେସର ଏ.ବି. ପଣ୍ଡିତ ଓ ଆଇଆଇଟି ଖଡଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପି.ପି. ଚକ୍ରବର୍ତୀ।

ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ସତ୍ୟ ନାଡେଲାଙ୍କ ସମେତ ୪୦ ରୁ ଅଧିକ ବିଶିଷ୍ଟ ଟେକ୍ନୋକ୍ରାଟ୍‌ଙ୍କୁ ଆଇଏନଏଇର ଫେଲୋ ଭାବେ ଗ୍ରହଣ କରାଯିବ। ଏମାନଙ୍କ ମଧ୍ୟରେ ଭାରତୀ ଏଂଟରପ୍ରାଇଜେର ସଭାପତି ସୁନୀଲ ଭାରତୀ ମିତଲ, ଏଚସିଏଲର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅଜୟ ଚୌଧୁରୀ, ଏଆଇସିଟିଇ ର ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଓ ଏନଆଇଆଇଟି ଗ୍ରୁପ୍ ର ଚେୟାରମ୍ୟାନ୍ ତଥା ସହ ପ୍ରତିଷ୍ଠାତା ରାଜେନ୍ଦ୍ର ସିଂ ପାୱାର ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ର ସହଯୋଗିତାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍‌ବିଇଏମଏସ) ଦ୍ୱାରା ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏନ୍‌ବିଇଏମଏସ ର ସଭାପିତ ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତକୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସଞ୍ଜୀବ ମିତଲ ଓ ଡାକ୍ତର ଦେବାଶିଷ ଧର ସିପିଆର ବିଷୟରେ ବିଶଦ ଆଲୋଚନା କରିଥିଲେ। ସେମାନେ ବୁଝାଇଥିଲେ ଯେ କିପରି କେତେକ ସରଳ ପଦ୍ଧତି ଅନୁସରଣ କରି ହୃଦଘାତ ଜନିତ ସମସ୍ୟାରେ ରୋଗୀର ଜୀବନ ରକ୍ଷା କରା ଯାଇପାରିବ।

ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ। ଏଥିରେ ଏସପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍‌ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍‌ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍‌ନୋଲୋଜି (ବିଏଚ୍‌ଏମ୍‌ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି। ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି।

ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ, ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା।

ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍‌ନୋଲୋଜି ଏଜୁକେସନ୍ (ଭିଏଲ୍‌ୟୁଟିଇ), ଭିଏତନାମ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍‌, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା।

ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି। ଭିନ୍ ଲଙ୍ଗ୍ ପ୍ରଦେଶ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଏବଂ ସୋଆ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁରେ ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଏବଂ ଛାତ୍ର – ଶିକ୍ଷକ ବିନିମୟ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଏବଂ ବୁଝାମଣା କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।

ସୂଚନା ପ୍ରଯୁକ୍ତିବିଦ୍ୟା, ନାନୋଟେକ୍ନୋଲୋଜି , ସାଇବର ସୁରକ୍ଷା, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଭିଏତନାମ ଏବଂ ଭାରତୀୟ ସାଂସ୍କୃତିକ ଅଧ୍ୟୟନ ଏବଂ ବିନିମୟ କୁ ପ୍ରୋତ୍ସାହନ ଦେବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ କରାଯିବ। ଉଭୟ ପକ୍ଷ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସହଯୋଗ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅଗ୍ରଗତିକୁ ଅର୍ଥନୈତିକ ବିକାଶରେ ପରିବର୍ତନ
ତଥା କୃଷି ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ।

ସୋଆ ଏବଂ ଭିଏଲୟୁଟିଇ ମଧ୍ୟରେ ହୋଇଥିବା ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା, ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅନ୍ୟମାନଙ୍କ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଭିଏଲୟୁଟିଇ ଅଧ୍ୟାପକମାନଙ୍କୁ ସୋଆ ଦ୍ୱାରା ପ୍ରଦାନ କରାଯାଉଥିବା ପିଏଚ୍‌ଡି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ଦେବା।

ସେହିପରି ସୋଆ ଏବଂ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁର ଉଦ୍ଦେଶ୍ୟ ସହଯୋଗମୂଳକ ଏବଂ ବହୁମୁଖୀ ଗବେଷଣା ପ୍ରକଳ୍ପର ବିକାଶ ମାଧ୍ୟମରେ ଜ୍ଞାନ ପ୍ରସାରିତ କରିବା ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ , ଗବେଷଣା ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ବିନିମୟ।

ଭିଏତନାମ ଛାତ୍ରଛାତ୍ରୀଙ୍କ ପାଇଁ ସଫ୍ଟ ସ୍କିଲ୍ ଟ୍ରେନିଂ, କନ୍‌ସଲଟିଂ ଏବଂ କ୍ୟାରିୟର ଓରିଏଟେଂସନ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋଆ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଭିଏତନାମର ଏହି କମ୍ପାନୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏମ୍‌ଓୟୁରେ ସ୍ୱାକ୍ଷର କରିଥିବା ବେଳେ ଭିନ୍ ଲଙ୍ଗ୍ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଟ୍‌ରୁଓଙ୍ଗ୍ ଥାନ୍ ନୁଆନ୍ ସ୍ୱାକ୍ଷର କରିଥିଲେ।

ଅନ୍ୟ ଏମ୍‌ଓୟୁରେ ଭିଏଲ୍‌ୟୁଟିଇର ଭାଇସ୍ ରେକ୍ଟର ଡ. ଏନଗୁଏନ୍ ମିନ ସାଙ୍ଗ , ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ର ଆସୋସିଏଟ୍ ପ୍ରଫେସର ଲୁଓଙ୍ଗ ମିନ କୁ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ର ନିର୍ଦ୍ଦେଶକ ଏନଗୁଏନ୍ ଟାନ ଥୁ ସ୍ୱାକ୍ଷର କରିଥିଲେ।

ସୋଆ ଆନ୍ତର୍ଜାତିକ ସମ୍ପର୍କ ଏବଂ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଭିଏତନାମ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର୍ ପ୍ରଫେସର ଶିତିକଣ୍ଠ ମିଶ୍ର, କଟ୍ରୋଂଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ ମ୍ୟାନେଜମେଂଟ ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ।

କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସ୍ୱାମୀନାଥନ୍‌ଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଆଲୋଚନାକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଆଲୋଚନାରେ ଅନ୍ୟତମ ଅତିଥି ପ୍ରଫେସର ସତ୍ୟ ରଞ୍ଜନ ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରଫେସର ସରୋଜ କୁମାର ମହାନ୍ତି ଆଲୋଚନାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ପ୍ରଫେସର ଭବେନ୍ଦ୍ର ବୈଶାଖ ଧନ୍ୟବାଦ ଦେଇଥିଲେ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସୋଆର ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ତଥା ଆଇଏଏସ୍‌ର ଓଏସ୍‌ଡି ପ୍ରଫେସର ପ୍ର୍ରିୟବ୍ରତ ପଟ୍ଟନାୟକ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଡକ୍ଟର ଅଂଶୁମାନ ଜେନା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ରାଜୀବ କୁମାର ବେହେରା, ବିଦ୍ୱାନ ରଞ୍ଜନ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଏଗାର ବର୍ଷ

ଭୁବନେଶ୍ୱର: ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ। ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର। ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪।

ଏଗାର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର‌୍ୟ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରଚାର କରିଛି। ଏହା ସାଧାରଣ ଲୋକମାନଙ୍କ ସହିତ ଜଡିତ ବିଷୟ ସହ ସଂପୃକ୍ତ।

ଏହି ଅବସରରେ ସୋଆର କଟ୍ରୋଂଲର୍ ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ନ୍ୟୁଜ ୭ର କାର‌୍ୟ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ମଞ୍ଜୁଳା ଦାସ ସୋଆ ରେଡ଼ିଓର କର୍ମଚାରୀମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ସମାଜକୁ ଆଗେଇ ନେବାରେ ଏକ ମାଧ୍ୟମ ଭାବେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତ୍ତମମାନର କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସୋଆ ରେଡିଓର ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ନ୍ୟୁଜ ୭ର କାର‌୍ୟ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏହି ୧୧ବର୍ଷର ଯାତ୍ରା ବିଷୟରେ କହିବା ସହିତ ଏହାର ସଫଳତା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ରେ ପ୍ରସାରିତ ବିଭିନ୍ନ ବର୍ଗର କାର୍ଯ୍ୟକ୍ରମର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ସଦସ୍ୟ ଓ ୟଙ୍ଗିସ୍ତାନ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ରକ୍ତସ୍ନାତା’ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ନିର୍ଦ୍ଦେଶକ ଶ୍ରୀମତୀ ହନି ପଟ୍ଟନାୟକ ତତ୍ୱାବଧାନରେ ଏହି କାର‌୍ୟ୍ୟକ୍ରମ ପରିଚାଳିତ ହୋଇଥିଲା। ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଛାତ୍ର ଆର୍‌ଜେ ଓ ପ୍ରତିନିଧି ହୃଦୟରଂଜନ ପରିଡା ଏହି କାର୍ଯ୍ୟକ୍ରମରେ ଏକ ପିପିଟି ମଧ୍ୟ ଉପସ୍ଥାପନ କରିଥିଲେ।

ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବା ବେଳ, ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ପ୍ରୋଗ୍ରାମ୍‌ କୋର୍ଡିନେଟର ଶ୍ରୀମତୀ ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ। ଆର୍‌ଜେ ରମାବଲ୍ଳଭ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରୁ ୨୦୨୦ ରୁ ୨୦୨୨ ମଧ୍ୟରେ ଆଇନ୍  ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୁରୁବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡ୍ରିଗ୍ରୀ ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ରୁ ୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚରେ ବିଏ.ଏଲ୍‌ଏଲବି (ଅନର୍ସ), ବିବିଏ ଏଲ୍‌ଏଲ୍‌ବି (ଅନର୍ସ) ଏବଂ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡିଗ୍ରୀ ପ୍ରଦାନ କରିଥିଲେ।

କରୋନା ମହାମାରୀ ଯୋଗୁଁ କୌଣସି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରି ନଥିବାରୁ ଛାତ୍ରଛାତ୍ରୀମାନେ ତାଙ୍କର ଡିଗ୍ରୀ ପାଇପାରି ନଥିଲେ।

ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ
(ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ଅନୁଯାୟୀ ସେମାନେ ଦେଶର ଅଷ୍ଟମ ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନ ଓ ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି। ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ନିମନ୍ତେ ସେମାନେ ନି୧⁄୨ୟ
ଉଦ୍ୟମ କରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍ ଏ. କେ. ଆଜାଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସିନିୟର ପ୍ରଫେସର ଜୟଦେବ ପତି, ପ୍ରଫେସର ପ୍ରବୀର
ପ…ନାୟକ ଏବଂ ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।