ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି: ଶ୍ରୀଜିଉଙ୍କ ଦର୍ଶନ ଲାଗି ଏହି ଦିନଗୁଡିକରେ ଲାଗିଲା କଟକଣା

Published: Oct 14, 2021, 2:21 pm IST

ପୁରୀ: କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଭିଡକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତାକାଲି ଅର୍ଥାତ ଦଶହରା ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ସେହିଭଳି ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ଏହା ସହିତ ପ୍ରତ୍ୟେକ ରବିବାର ଦିନ ଶ୍ରୀଜୀଉଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଶନିବାର ଦିନ ୧୨ ଟା ପରେ ଶ୍ରୀମନ୍ଦିରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିସରକୁ ଶ୍ରଦ୍ଧାଳୁମାନେ ପଲିଥିନ ଧରି ପ୍ରବେଶ କରିବାକୁ ବାରଣ କରାଯାଇଛି। ସେଥିପାଇଁ ୧୦୦ ଟଙ୍କା ଜରିମାନାର ପ୍ରାବଧାନ ରହିଛି। ତେବେ ଅନ୍ୟ ଦିନମାନଙ୍କରେ ସକାଳ ୭ ଟାରୁ ସନ୍ଧ୍ୟା ୯ ଟା ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ।

Related posts