ମା ତାରାତାରେଣୀ ପିଠରେ ଆରମ୍ଭ ହେଲା ଚଇତି ପର୍ବ, ଫୁଲ ଓ ରଂଗୀନ ଆଲୋକରେ ଝଲସୁଛି ମା’ଙ୍କ ମନ୍ଦିର

Published: Mar 10, 2020, 9:26 pm IST

ଗଂଜାମ, ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାରାରେଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ଅବସ୍ଥିତ ଏହି ପିଠରେ ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ପାଳିତ ହୁଏ। ହଜାରହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମଙ୍ଗଳବାର ଦିନ ବେଶ ଭିଡ କରିଥାନ୍ତି। ବିଶ୍ବାସ ରହିଛି ଛୁଆ ଜନ୍ମ ହେବା ପରେ ଏହି ଚୈତ୍ର ମାସ ମଙ୍ଗଳବାର ଦିନ ମାଙ୍କୁ ଦର୍ଶନ କରାଇଲେ ତାହାର ମଙ୍ଗଳ ହୁଏ। ସେଥିପାଇଁ ଭକ୍ତମାନେ ଛୁଆମାନଙ୍କୁ ଏହି ଦିନ ଆଣି ଦର୍ଶନ କରାଇଥାନ୍ତି।

ତେବେ ଚଳିତ ବର୍ଷ ତାରାତାରେଣୀ ପିଠର ବିଶେଶତ୍ବ ହେଉଛି ଯେ, ଏଥର ମନ୍ଦିରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ମନ୍ଦିର ସାରା ଫୁଲରେ ମଣ୍ଡିତ କରାଯାଇଛି। ପୂର୍ବରୁ ଯେପରି ପୁରୀ ଶ୍ରୀମନ୍ଦିର ଏବଂ ଜାଗର ଦିନ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସଜାଯାଇଥିଲା ଠିକ୍ ସେହିପରି କରାଯାଇଛି। ଏଥିସହିତ ରଂଗୀନ ଆଲୋକମାଳାରେ ଏଥରର ମନ୍ଦିର ବେଶ୍ ଝଲସି ଉଠିଛି। ଭକ୍ତମାନେ ମାଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ଶୋଭାରାଶି ଦେଖି ବିମୋହିତ ହୋଇପଡୁଛନ୍ତି।

ଗତମାସରେ 5ଟି ସଚିବ ଭି କେ ପାଣ୍ଡିୟାନ ଏହି ମନ୍ଦିର ଗସ୍ତ କରିଥିଲେ। ସେ ଏହି ପ୍ରସିଦ୍ଧ ମନ୍ଦିରର ଉନ୍ନତି କରିବା ପାଇଁ ସେଠାରେ ମନ୍ଦିର କର୍ତ୍ତୁପକ୍ଷଙ୍କୁ ପ୍ରତିଶୃତି ଦେଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ମନ୍ଦିରର ଉନ୍ନତି ପାଇଁ ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି।

Related posts