ଆଜି ଗୁଡ ଫ୍ରାଇ ଡେ ଥିଲେ ମଧ୍ୟ ଦେଶରେ ଲକଡାଉନ ପାଇଁ ସବୁ ଚର୍ଚ୍ଚ ଶୂନଶାନ୍, ସାମୂହିକ ପ୍ରାର୍ଥନା ବନ୍ଦ

Published: Apr 10, 2020, 6:35 pm IST

ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। ବିଭିନ୍ନ ଚର୍ଚ୍ଚରେ ଲୋକମାନେ ନ ଆସିବା ପାଇଁ ସେହି ଧର୍ମ ଅନୁଷ୍ଠାନ ତରଫରୁ ମନା କରାଯାଇଛି। ଏହି ସମୟରେ ସମସ୍ତେ ଏକତ୍ର ହୋଇ ପ୍ରାର୍ଥନା କରୁଥିବାରୁ ତାହାକୁ ବାରଣ କରାଯାଇଛି।

ନୂଆଦିଲ୍ଲୀରେ ଥିବା କେତେକ ଚର୍ଚ୍ଚର କର୍ତ୍ତୁପକ୍ଷ ପୂର୍ବରୁ ଲୋକଙ୍କୁ ଆସିବା ପାଇଁ ମନା କରିଦେଇଛନ୍ତି। ତଥାପି କେତେକ ଚର୍ଚ୍ଚର ମୁଖ୍ୟ ଦ୍ବାରରେ ସାଇନ ବୋର୍ଡ ଲଗାଯାଇ ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛି। ଅନେକ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ଲଗାଇ ଦିଆଯାଇଥିବାର ମଧ୍ୟ ପରିଲକ୍ଷିତ ହୋଇଛି।

ତେବେ ଲୋକମାନେ ଚର୍ଚ୍ଚକୁ ନ ଆସି ମଧ୍ୟ ଟେଲିଭିଜନରେ ଲାଇଭ ଟେଲିକାଷ୍ଟ ଦେଖି ଘରେ ପ୍ରାର୍ଥନା କରିଥିବାର ମଧ୍ୟ ଦେଖାଯାଉଛି।

Related posts