ଘରେ ସାବିତ୍ରୀ ବ୍ରତ କରିବାକୁ ପରାମର୍ଶ, ଭିଡ ଏଡାଇବା ପାଇଁ କେତେକ ମନ୍ଦିରରେ ଲାଗୁ ହେଲା144 ଧାରା

Published: May 21, 2020, 6:24 pm IST

ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ ଘରେ ଏହି ବ୍ରତ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। କାରଣ ଲକଡାଉନ କଟକଣାର ନିୟମ ଅନୁସାରେ ବର୍ତ୍ତମାନ କୌଣସି ଧର୍ମ ଅନୁଷ୍ଠାନରେ ଭକ୍ତମାନେ ଏକାଠି ହୋଇପାରିବ ନାହିଁ। ସେଥିପାଇଁ ମନ୍ଦିରରେ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି।

ଏ ନେଇ ଦେବଗଡ ପୋଲିସ ଏକ ନିର୍ଦ୍ଦେଶନାମା ଜାରୀ କରିଛି। ମହିଳାମାନେ କୌଣସି ମନ୍ଦିରରେ ଭିଡ ନ କରି ଘରେ ପୂଜା କରିବା ପାଇଁ ପରାମର୍ଶ ଦେଇଛି। ସେହିପରି ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିରରେ 144 ଧାର ଲାଗୁ କରାଯାଇଛି। ଭିଡ ଆଶଙ୍କା କରି ସ୍ଥାନୀୟ ଉପଜିଲ୍ଲାପାଳ ଏହି କଟକଣା କରିଛନ୍ତି। ଫଳରେ ସେଠାରେ କୌଣସି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ବିରଜା ମନ୍ଦିରରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ 144 ଧାରା ଲାଗୁ କରାଯାଇଛି।

ସାଧାରଣତଃ ଏହି ସାବିତ୍ର ବ୍ରତ କରିବା ପାଇଁ ଦେବୀ ପିଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ସେଠାରେ ପୂଜା କରିବା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ। ବର୍ତ୍ତମାନ ସାମାଜିକ ଦୂରତା ପାଇଁ ବିଭିନ୍ନ ମନ୍ଦିର ତରଫରୁ ଏପରି କଟକଣା ନିଆଯାଇ ମନ୍ଦିରର ନିତିଦିନିଆ ପୂଜାପାଠ ବ୍ୟତିତ ଅନ୍ୟ କାହାକୁ ବାରଣ କରାଯାଇଛି।

Related posts