୫୮ ବର୍ଷ ପରେ ଏଥର ନବରାତ୍ରରେ ଘଟିବ ଏକ ବିରଳ ସଂଯୋଗ, ଆସନ୍ତାକାଲି ସକାଳେ ଘଟିବ ଏହି ଘଟଣା

Published: Oct 16, 2020, 1:37 pm IST

କୋଲକାତା, ଆଦିଶକ୍ତି ମା ଦୁର୍ଗାଙ୍କୁ ପୂଜା କରିବାର ପବିତ୍ର ପର୍ବ ୧୭ ଅକ୍ଟୋବର ଶନିବାର ଠାରୁ ଆରମ୍ଭ ହେବ। ଯାହାକୁ କୁହାଯାଏ ନବରାତ୍ର ପୂଜା। ଏହା ସହିତ ଏହି ଦିନ ମଳମାସର ମଧ୍ୟ ସମାପ୍ତ ହେବ। ଏଥର ନବରାତ୍ର ପୂଜା ଏକ ଦୁର୍ଲଭ ସଂଯୋଗରୁ ଶୁଭାରମ୍ଭ ହେବ। ତେଣୁ ଗ୍ରହ ଦୃଷ୍ଟିକୋଣରୁ ଏଥର ଶାରଦୀୟ ନବରାତ୍ରୀ ପୂଜା ବେଶ୍ ଶୁଭ ଏବଂ କଲ୍ୟାଣଦାୟକ ହେବ। ଦେଶର ପ୍ରତିଷ୍ଠିତ ଜ୍ୟୋତିଷ ଗଣନା କରି ଏହା ପ୍ରକାଶ କରିଛନ୍ତି। ନବରାତ୍ରୀ ସମୟରେ ଭକ୍ତମାନେ ନଅ ଦିନ ଘରେ କିମ୍ବା ମନ୍ଦିରରେ ପୂଜା କରି ଦେବୀ ଭଗବତୀଙ୍କ ଆଶୀର୍ବାଦ ଗ୍ରହଣ କରିବେ।

୫୮ ବର୍ଷ ପରେ ଏଥର ନବରାତ୍ରରେ ହେଉଛି ଏକ ବିରଳ ସଂଯୋଗ

ଜ୍ୟୋତିଶାଚାର୍ଯ୍ୟ ଧର୍ମଶ୍ରୀ ଶାସ୍ତ୍ରୀଙ୍କ ଅନୁଯାୟୀ, ଏଥର କେତେକ ଗ୍ରହ ଆଧାରରେ ନବରାତ୍ରରେ ବିଶେଷ ସମନ୍ୱୟ ସୃଷ୍ଟି ହେଉଛି। ତାହା ହେଉଛି, ଅକ୍ଟୋବର ୧୭ ତାରିଖରେ ୫୮ ବର୍ଷ ପରେ, ‘ଶନି ମକର ରାଶିରେ’ ଏବଂ ‘ଗୁରୁ ଧନୁ ରାଶିରେ’ ରହିବେ। ଆସନ୍ତାକାଲି ସକାଳ ୯:୪୫ ରେ ଏହି ବିରଳ ଘଟଣା ଘଟିବ। ଏହା ପୂର୍ବରୁ ଏପରି ସଂଯୋଗ ୧୯୬୨ ମସିହାରେ ସଂଗଠିତ ହୋଇଥିଲା। ଏପରି ସଂଯୋଗ ଦ୍ବାରା ଏଥର ନବରାତ୍ରୀ ପର୍ବର କଲ୍ୟାଣ କରିବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି।

ନବରାତ୍ରୀର କଳସ ସ୍ଥାପନାର ପାଇଁ ଶୁଭ ସମୟ

ଜ୍ୟୋତିଶାଚାର୍ଯ୍ୟ ନାରାୟଣ ଦ୍ୱିବେଦୀଙ୍କ ଅନୁଯାୟୀ ପ୍ରତିପଦା ଅକ୍ଟୋବରରୁ ୧୬ ତାରିଖ ରାତି ୧:୫୦ ରେ ଆରମ୍ଭ ହେବ, ଯାହାକି ୧୭ ଅକ୍ଟୋବର ଶନିବାର ଦିନ ପର୍ଯ୍ୟନ୍ତ ରହିବ। ନବରାତ୍ରର କଳସ ସ୍ଥାପନର ଶୁଭ ସମୟ ସୂର୍ଯ୍ୟୋଦୟ ଠାରୁ ସକାଳ ୯:୪୫ ମଧ୍ୟରେ କରିବାକୁ ପରାମର୍ଶ ଦିଆଯାଇଛି।

Related posts