’ଲାଇନ୍ସ’ ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିବେ ହିନା, ସେୟାର କଲେ ପୋଷ୍ଟର

Published: May 18, 2019, 3:28 pm IST
hina khan revels the her first film lines

ୟେ ରିସ୍ତା କ୍ୟା କହଲାତା ହୈରେ ଅକ୍ଷରା ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ହିନା ଖାନ୍‌ ଛୋଟ ପରଦାରେ ବେଶ୍‌ ସଫଳତା ସାଉଁଟିଥିଲେ । ଏହି  ଲୋକପ୍ରିୟ ଟେଲି ଅଭିନେତ୍ରୀଜଣକ ତାଙ୍କର ବଲିଉଡ୍‌ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କର ବଲିଉଡ୍‌ ଫିଲ୍ମ ‘ଲାଇନ୍ସ’ ର ପୋଷ୍ଟର ରିଲିଜ୍‌ ହୋଇଛି । ଏହା ସହିତ ହିନା ପ୍ରଥମଥର ପାଇଁ କାନ୍‌ ଫିଲ୍ମୋତ୍ସବରେ ମଧ୍ୟ ପାଦ ରଖିଛନ୍ତି । ହିନା ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଫିଲ୍ମର ପୋଷ୍ଟରକୁ ସେୟାର କରିବା ସହ ଏକ ଇମୋସନାଲ୍‌ ବାର୍ତ୍ତା ମଧ୍ୟ ଲେଖିଛନ୍ତି ।  ଏହି ଫିଲ୍ମକୁ ରାହତ କାଜ୍‌ମୀ, ତରିକ୍‌ ଖାନ୍‌ ଓ ଜେବା ସାଜିଦ୍‌ଙ୍କ ପ୍ରଯୋଜିତ ଏହି ଫିଲ୍ମରେ ହିନା ପୂରା ନୂଆ ଅବତାରରେ ନଜର ଆସିଛନ୍ତି । ଏହି ପୋଷ୍ଟରଟିରେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହିନାଙ୍କ ସାମ୍ନାରେ ବର୍ଡରର ଲାଇନ୍‌ ଟଣା ହୋଇଛି । ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ‘ୟେ ରିସ୍ତା କ୍ୟା କହଲାତା ହୈ’ର ବିଦାୟ ନେଇ ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍‌ବସ୍‌’ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏହାପରେ ତାଙ୍କୁ ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦଗୀ କୀ ୨’ରେ କୋମଲିକା ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଥିଲେ ।  ତେବେ ହିନାଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମକୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି ।

Related posts