ଟାଇମ୍‌ ମାଗାଜିନ୍‌ ମୋଷ୍ଟ ଡିଜାରେବଲ ମେନ୍‌ ତାଲିକାରେ ଭିକି କୌଶଲ ଏକ ନମ୍ବର

Published: May 18, 2019, 5:13 pm IST

ବଲିଉଡ୍‌ ଅଭିନେତା ଭିକି କୌଶଲ ଟାଇମ୍ ମାଗାଜିନ୍‌ର ମୋଷ୍ଟ ଡିଜାରେବଲ୍‌ ମେନ୍‌ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଟାଇମ୍‌ ମାଗାଜିନ୍‌ ପକ୍ଷରୁ ଏକ ଅନ୍‌ଲାଇନ୍‌ ପୋଲ୍‌ ଏବଂ ଭୋଟିଂ ଜରିଆରେ ଏହି ସର୍ବେକ୍ଷଣ କରାଯାଇଛି । ଏହି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଥିବାରୁ ନିଜର ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭିକି କୌଶଲ । ଫିଲ୍ମ ରାଜି ଏବଂ ଉରି : ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ସଫଳତା ପରେ ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଭିକି । ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଫୁଟବଲର ପ୍ରଥମେଶ ମୌଲିଙ୍ଗକର । ରଣବୀର ସିଂ ପଦ୍ମାବତ ଏବଂ ସିମ୍ବାର ସଫଳତା ପରେ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ରହିଛନ୍ତି ତେଲୁଗୁ ହାର୍ଟଥ୍ରୋବ୍‌ ବିଜୟ ସାଇ ଦେବରକୋଣ୍ଡା । ଫିଲ୍ମ ଗୀତା ଗୋବିନ୍ଦମ ଏବଂ ଟ୍ୟାକ୍ସିଓ୍ବାଲାର ସଫଳତା ପରେ ଏହି ତାଲିକାରେ ଚତୁର୍ଥ ସ୍ଥାନକୁ ଆସିଛନ୍ତି ବିଜୟ । ପଞ୍ଚମ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି । ୨୦୧୭ରେ ଅନୁଷ୍କାଙ୍କୁ ବିବାହ ଏବଂ କ୍ରିକେଟ ପଡିଆରେ ନିଜର ଆଗ୍ରେସନ୍‌ ପାଇଁ ଏହି ତାଲିକାରେ ସେ ସ୍ଥାନ ପାଇଛନ୍ତି । ବିଦ୍ୟୁତ୍‌ ଜମ୍‌ଓ୍ବାଲ, ହ୍ରିତିକ ରୋଶନ, କାର୍ତ୍ତିକ ଆର୍ଯ୍ୟନ୍‌, ଦୁଲକର ସଲ୍‌ମାନ ଏବଂ ସିଦ୍ଧାର୍ଥ ମଲହୋତ୍ର ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଛନ୍ତି ।

Related posts