ଚୀନ୍‌ରେ ବ୍ୟାପୁଛି କୋରୋନା, ବଢୁଛି ମୃତକଙ୍କ ସଂଖ୍ୟା : ହେଲପ୍ ଲାଇନ୍‌ ନମ୍ବର ଜାରି କଲା ଭାରତୀୟ ଦୂତାବାସ

Published: Jan 24, 2020, 11:36 am IST

ଚୀନ : ଆମର ପଡୋଶୀ ଦେଶରେ ମାରାତ୍ମକ ଭୂତାଣୁ କୋରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ଏବେ 25କୁ ବୃଦ୍ଧି ଘଟିଛି। ଏହି ଭୂତାଣୁ ଯୋଗୁଁ 500ରୁ ଅଧିକ ରୋଗରେ ପଡିଛନ୍ତି । ସାଉଦି ଆରବରେ ଜଣେ ଭାରତୀୟ ଏହି ଭୂତାଣୁଗ୍ରସ୍ତ ହୋଇଛନ୍ତି । ସେହିପରି ଚୀନ୍‌ର ବୁହାନରେ ମଧ୍ୟ କିଛି ଭାରତୀୟ ଏହି ଭୂତାଣୁ ଆକ୍ରମଣର ଶିକାର ହୋଇଛନ୍ତି । ଭାରତୀୟ ଦୂତାବାସ ଏହି ଭାରତୀୟଙ୍କ ବିଷୟରେ ଜାଣିବା ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଛନ୍ତି । ବୁହାନ ଓ ଆଖପାଖ ଅଞ୍ଚଳରେ ପ୍ରାୟ 700ଜଣ ଭାରତୀୟ ଛାତ୍ର ରହିଛନ୍ତି । ଏହି ସମସ୍ତ ଭାରତୀୟଙ୍କ ବିଷୟରେ ତଥ୍ୟ ଜାଣିବା ପାଇଁ ଭାରତୀୟ ଦୂତାବାସ ଦୁଇଟି ହେଲ୍ପଲାଇନ୍‌ ଜାରି କରିଛି ।  +8618612083629 ଓ +8618612083617  ।

ଏହି ମାରାତ୍ମକ ଭୂତାଣୁ ପାଇଁ କେରଳକୁ ମଧ୍ୟ ଆର୍ଲଟ ଜାରି କରାଯାଇଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିମାନବନ୍ଦରରେ ଚୀନ୍‌ରୁ ଆସୁଥିବା ଅନ୍ତର୍ରାଷ୍ଟ୍ରୀୟ ପର୍ଯ୍ୟଟକଙ୍କ ଥର୍ମଲ ସ୍କାନିଂ ହେଉଛି ।

ଚୀନ୍‌ର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ତରଫରୁ ମିଳିଥିବା ସୂଚନାରେ ଅନୁସାରେ ଏହି ଭୂତାଣୁ ଯୋଗୁଁ 25ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭାଇରସ୍‌ କାରଣରୁ ନିମୋନିଆରେ ପୀଡ଼ିତ ହୋଇଥିବା ପୀଡ଼ିତଙ୍କ ସଂଖ୍ୟା 830ଜଣ ରହିଛନ୍ତି । ଦେଶର କୋଡିଏଟି ପ୍ରାନ୍ତୀୟ ସ୍ତରର କ୍ଷେତ୍ରରୁ ମୋଟ 1072ଟି ସନ୍ଦିଗ୍ଧ ମାମଲା ସାମ୍‌ନାକୁ ଆସିଛି ।

ଚୀନ୍‌ କୋରାନା ଭାଇରସକୁ ରୋକିବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିଛି । ବୁହାନ ସମେତ ଦେଶର 5ଟି ସହରକୁ ସିଲ୍‌ କରିଛି ।  ଭିଡ କମାଇବା ପାଇଁ ଟ୍ରେନ୍‌, ବିମାନ ସେବା ସମେତ ଯିବାଆସିବାର ବିଭିନ୍ନ ମାଧ୍ୟମ ଉପରେ କଟକଣା ଜାରି କରିଛି । (ଏଜେନ୍ସି)

Related posts