ପୁଅ ପାଇଁ ବଟି ମାଗି  ଗିରଫ ହେଲେ ମା’-ବାପା

Published: Jan 25, 2020, 6:04 pm IST

ସମୀକ୍ଷା ବ୍ୟୁରୋ

କଟକ : ପୁଅ ପାଇଁ ବଟି ମାଗି ଗିରଫ ହୋଇଛନ୍ତି ମା’-ବାପା ।  କଟକଠାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । କଟକର ଜଣେ ବ୍ୟବସାୟୀଙ୍କଠାରୁ 50ଲକ୍ଷ ଦାଦା ବଟି ମାଗିବା ନେଇ ଗିରଫ ହୋଇଛନ୍ତି । ଚୌଦ୍ବାର ଜେଲ୍‌ରେ ଥିବା ଡି-ବ୍ରଦର୍ସ ସହଯୋଗୀ ଲିଟୁଆ ଫୋନ୍‌ରେ ଦାଦା ବଟି ମାଗିଥିଲା । ପୁଅ ଜେଲ୍‌ ଭିତରେ ଦାଦାଗିରି ଆଉ ବାହାରେ ବାପା -ମାଆଙ୍କ ଦାଦାଗିରି ଦେଖିବାକୁ ମିଳିଛି । ନକଲି ତେଲ ପାଇଁ ସମ୍ପୃକ୍ତ ବ୍ୟବସାୟୀ ଗିରଫ ହେବା ପରେ ଏହି ଗୁମର ଫିଟିଥିଲା । ବଟି ଟଙ୍କା ଆଣିବା ପାଇଁ ଯାଇଥିବା ଦୁଇ ଯୁବକଙ୍କୁ ପୋଲିସ ଉଠାଇନେବା ପରେ ଲିଟୁଆର ବାପା, ମା’ ବଟି ପାଇଁ ପଠାଇଥିବାର କହିଥିଲେ ସମ୍ପୃକ୍ତ ଦୁଇ ଯୁବକ । ସୂଚନା ମିଳିବା ପରେ ପୋଲିସ୍‌ ଲୁଟିଆର ବାପା, ମା’ଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ।

Related posts