Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ୨୦୨୪: ଦଳର ପ୍ରଚାର ରଣନୀତି ପ୍ରସ୍ତୁତ କଲେ ଶାହା ଓ ନଡ୍ଡା

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ୫୪୩ ଲୋକସଭା ଆସନରେ ଦଳର ପ୍ରଚାରର ରୂପରେଖ ଆଲୋଚନା କରାଯାଇଛି, ଯେଉଁଥିରେ ପ୍ରଥମ ଥର ମତଦାତା, ସରକାରୀ ଯୋଜନା ହିତାଧିକାରୀ, ଓବିସି, ଅନୁସୂଚିତ ଜାତି, ଜନଜାତି, ଯୁବକ ଏବଂ ମହିଳାଙ୍କୁ ଟାର୍ଗେଟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

୩୦୦ରୁ ଅଧିକ ଦଳୀୟ ନେତାଙ୍କୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି ଯେ ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗରିବଙ୍କ କଲ୍ୟାଣ ପାଇଁ କାମ କରିଛି ଏବଂ ତାଙ୍କ ଦ୍ୱିତୀୟ ପାଳିରେ ଭାରତର ସ୍ଥିତି ବହୁଗୁଣିତ ହୋଇଛି ଏବଂ ଦେଶ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ।

ବିଜେପି ଅନ୍ୟ ଦଳର ନେତାମାନଙ୍କୁ ନିଜ ଦଳରେ ସ୍ୱାଗତ କରିବାକୁ ଚାହୁଁଛି ବୋଲି ସଙ୍କେତ ଦେଇ ଶାହା ଦଳୀୟ ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ସେମାନେ “ଜାତୀୟତାବାଦୀ ମୁଖ୍ୟ ସ୍ରୋତ”ରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ବିଭିନ୍ନ ସମ୍ପ୍ରଦାୟର ଜଣାଶୁଣା ବ୍ୟକ୍ତିତ୍ୱ ଏବଂ ନେତାଙ୍କ ସହ ଯୋଗାଯୋଗ କରନ୍ତୁ । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଜେପିର ଶୀର୍ଷ ନେତୃବୃନ୍ଦ ଗତ କିଛିଦିନ ହେବ ଏକାଧିକ ବୈଠକ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମନ୍ଦିର ପରିସରରେ ପହଞ୍ଚିଲା ରାମଲଲାଙ୍କ ମୂର୍ତ୍ତି: ରାମାୟଣରେ ନୃତ୍ୟ ପରିବେଷଣ କଲେ ହେମା ମାଳିନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୧୬ତାରିଖରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ରୀତିନୀତିର ବୁଧବାର (ଜାନୁଆରୀ ୧୭) ଦ୍ୱିତୀୟ ଦିନ ଥିଲା । ଦ୍ୱିତୀୟ ଦିନରେ ୩ଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି ।

ପ୍ରଥମେ ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଥିବା ୨୦୦ କେଜି ଓଜନର ରାମଲାଲାଙ୍କର ଏକ ନୂତନ ମୂର୍ତ୍ତିକୁ ଜନ୍ମଭୂମି ମନ୍ଦିର ପରିସରକୁ ଅଣାଯାଇଥିଲା । ପୂର୍ବରୁ ଏହି ମୂର୍ତ୍ତିକୁ ପରିସରରେ ପରିକ୍ରମା କରାଇବାର ଥିଲା, କିନ୍ତୁ ଭାରୀ ଥିବାରୁ ଏହା ବଦଳରେ ରାମଲାଲାଙ୍କ ୧୦ କେଜି ରୁପା ପ୍ରତିମୂର୍ତ୍ତିକୁ ପରିସରରେ ବୁଲାଯାଇଥିଲା ।

ଅପରାହ୍ନ ସାଢ଼େ ୨ଟାରେ ଅଯୋଧ୍ୟା ରାମ ମନ୍ଦିରଗର୍ଭଗୃହରେ ନିର୍ମୋହି ଆଖଡ଼ାର ମହନ୍ତ ଦିନେନ୍ଦ୍ର ଦାସ ଓ ପୂଜକ ସୁନୀଲ ଦାସ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହିଳାମାନେ କଳସ ଯାତ୍ରା କରିଥିଲେ ।

ତୃତୀୟତଃ ରାତିରେ ହେମା ମାଳିନୀ ରାମାୟଣ ଉପରେ ନୃତ୍ୟ ପରିବେଷଣ କରିଥିଲେ ।
ଏହାବ୍ୟତୀତ ଅଯୋଧ୍ୟାରେ ରାମଲଲାଙ୍କ ପୂଜା ଉପରେ ରୋକ ଲଗାଇବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଗାଜିଆବାଦର ଭୋଲା ଦାସ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତିକୁ ଉଦାହରଣ ଦେଇ ଏହା ସନାତନ ପରମ୍ପରା ବିରୋଧୀ ବୋଲି କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନର ଫାଇଦା ଉଠାଇବା ପାଇଁ ବିଜେପି ଏପରି କରୁଛି ବୋଲି ଆବେଦନରେ ଦର୍ଶାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର ହେବ ଲୋକଙ୍କ ଇସ୍ତାହାର: ଚିଦାମ୍ବରମ

ନୂଆଦିଲ୍ଲୀ: କଂଗ୍ରେସର ୨୦୨୪ ଲୋକସଭା ନିର୍ବାଚନୀ ଇସ୍ତାହାର ଏକ ‘ଜନ ଇସ୍ତାହାର’ ହେବ, ଯେଉଁଥିପାଇଁ ପରାମର୍ଶ ପାଇଁ ସମଗ୍ର ଦେଶରେ ବ୍ୟାପକ ପ୍ରୟାସ କରାଯିବ ବୋଲି କଂଗ୍ରେସ ନେତା ପି ଚିଦାମ୍ବରମ ବୁଧବାର କହିଛନ୍ତି । ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଚିଦାମ୍ବରମ କହିଛନ୍ତି ଯେ ପରାମର୍ଶ ସଂଗ୍ରହର ମୁଖ୍ୟ ମାଧ୍ୟମ ହେବ ଜନ ପରାମର୍ଶ, ଯାହା ପ୍ରତ୍ୟେକ ରାଜ୍ୟରେ ଅନୁଷ୍ଠିତ ହେବ ।

କଂଗ୍ରେସ ଏକ ୱେବସାଇଟ୍ ଆରମ୍ଭ କରିଛି- awaazbharatki.in ଏବଂ ଏକ ଇମେଲ୍ ଠିକଣା – [email protected] – ଯେଉଁଠାରେ ଲୋକମାନେ ସେମାନଙ୍କର ପରାମର୍ଶ ପଠାଇପାରିବେ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଦଳ ନିଜର ଇସ୍ତାହାରରେ ଯଥାସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ୱେବସାଇଟରେ ମତଦାତାମାନେ ବିଷୟ ଅନୁଯାୟୀ ନିଜର ପରାମର୍ଶ ଦାଖଲ କରିପାରିବେ ।

ଆମେ ଭାରତବାସୀଙ୍କୁ ଇମେଲ୍ ଜରିଆରେ ପରାମର୍ଶ ପଠାଇବାକୁ ଆମନ୍ତ୍ରଣ କରୁଛୁ । ୱେବସାଇଟ ଆପଣଙ୍କୁ ବିଷୟ ଅନୁଯାୟୀ ଆପଣଙ୍କ ପରାମର୍ଶ ପଠାଇବାର ବିକଳ୍ପ ଦେଇଥାଏ । ଆମେ ଭାରତବାସୀଙ୍କୁ ନିବେଦନ କରୁଛୁ ଯେ ଏହାକୁ ଏକ ଜନଇସ୍ତାହାର କରିବାରେ ସାହାଯ୍ୟ କରନ୍ତୁ ବୋଲି କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଚିଦାମ୍ବରମ କହିଛନ୍ତି ।

ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ଜୟରାମ ରମେଶ ଓ ଶଶି ଥରୁର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଟିଏସ୍ ଦେଓଙ୍କ ସମେତ ଅନ୍ୟ ୧୫ ଜଣ ସଦସ୍ୟ ରହିଛନ୍ତି ।

ଚିଦାମ୍ବରମ କହିଛନ୍ତି ଯେ ଦଳ ପ୍ରତ୍ୟେକ ରାଜ୍ୟରେ ଜନ ପରାମର୍ଶ କରିବ ଏବଂ କମିଟି ସଦସ୍ୟମାନେ ଦଳର ଜନସାଧାରଣ, ସ୍ଥାନୀୟ ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରିବେ । ବିଶେଷ କରି ଯୁବ, ମହିଳା ଓ କୃଷକମାନେ ନିଜର ପରାମର୍ଶ ଦେବା ସହ ଦେଶ ନିର୍ମାଣରେ ସାମିଲ ହେବା ପାଇଁ ନିବେଦନ କରି ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହାକୁ ପ୍ରକୃତରେ ‘ଜନ ଇସ୍ତାହାର’ରେ ପରିଣତ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସକୁ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିବାକୁ ଆମେ ନିବେଦନ କରୁଛୁ ଏବଂ ନିମନ୍ତ୍ରଣ କରୁଛୁ ।

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ନିଜର ନାମ, ମୋବାଇଲ ନମ୍ବର ଏବଂ ପିନ କୋଡ ଦେବା ପରେ କିପରି ୱେବସାଇଟରେ ନିଜର ପରାମର୍ଶ ଦାଖଲ କରିପାରିବେ ତାହା ପ୍ରଦର୍ଶନ କରିଥିଲେ ।

ଲୋକଙ୍କ ସ୍ୱର ଶୁଣିବା କାମ ଆମେ ସବୁବେଳେ କରିଆସୁଛୁ । ଭାରତ ଯୋଡ଼ୋ ଯାତ୍ରା ଏବଂ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଏହାର ଏକ ସମ୍ପ୍ରସାରଣ ଅଟେ । ଇସ୍ତାହାର ମଧ୍ୟ ଅନ୍ୟମାନଙ୍କ ଭଳି ଗୋଟିଏ କୋଠରୀରେ କିଛି ଲୋକ ତିଆରି କରିବେ ନାହିଁ । ବରଂ ଏହା ଲୋକଙ୍କ ସମସ୍ୟାକୁ ପ୍ରତିଫଳିତ କରିବ ବୋଲି ସେ କହିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପାଇଁ କଂଗ୍ରେସ ୨୦୧୮ରେ ଲୋକଙ୍କ ପରାମର୍ଶ ମାଗିଥିଲା । ଏହା ବ୍ୟତୀତ ଏହାର ୱେବସାଇଟ ଏବଂ ଇମେଲ ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ୩୬,୦୦୦ରୁ ଅଧିକ ପରାମର୍ଶ ପାଇଥିବା ଦାବି କରିଛି ।

Categories
ଆଜିର ଖବର ଜାତୀୟ ଖବର

ଏକକାଳୀନ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ମତାମତ ମାଗିଲେ କୋବିନ୍ଦ ପ୍ୟାନେଲ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦେଶ ଏକ ନିର୍ବାଚନ କମିଟି ଏକକାଳୀନ ନିର୍ବାଚନ କରାଇବା ଏବଂ ଆବଶ୍ୟକ ଲଜିଷ୍ଟିକ୍ ଉପରେ ନିର୍ବାଚନ କମିଶନରଙ୍କ ମତାମତ ମାଗିଛନ୍ତି ।

କମିଟି ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ିଥିଲା ଏବଂ ଜାନୁଆରୀ ୫ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପରାମର୍ଶ ପଠାଇବା ପାଇଁ ଏକ ୱିଣ୍ଡୋ ମଧ୍ୟ ଖୋଲିଥିଲା । ଏବେ ଏହି ଉଚ୍ଚସ୍ତରୀୟ କମିଟି ନିର୍ବାଚନ କମିଶନଙ୍କ ସହ ଯୋଗାଯୋଗ କରି କମିଟି ସହ ବୈଠକ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଏହି କମିଟି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ଗ୍ରୁପ୍ ସହ ମଧ୍ୟ ଯୋଗାଯୋଗ କରିବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ଆଇନ ମନ୍ତ୍ରାଳୟଦ୍ୱାରା ୨୦୨୩ ସେପ୍ଟେମ୍ବରରେ ଗଠିତ ଏହି କମିଟିକୁ ଲୋକସଭା, ବିଧାନସଭା ଏବଂ ପଞ୍ଚାୟତର ଏକକାଳୀନ ନିର୍ବାଚନ ପାଇଁ ପରାମର୍ଶ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା କମିଟିର ଦୁଇଟି ବୈଠକ ବସିସାରିଛି ।

ଜାନୁଆରୀ ୫ ତାରିଖରେ କମିଟି ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରି ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଉପଯୁକ୍ତ ପରିବର୍ତ୍ତନ କରିବାକୁ ପରାମର୍ଶ ମାଗିଥିଲା। ୨୦୨୩ ଅକ୍ଟୋବରରେ କମିଟି ରାଜନୈତିକ ଦଳଗୁଡ଼ିକୁ ଚିଠି ଲେଖି ସେମାନଙ୍କ ମତାମତ ମାଗିଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଟିକୁ ଚିଠି ଲେଖି କହିଛନ୍ତି ଯେ ଏହି ଚିନ୍ତାଧାରା ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ଅର୍ଥ ରାଷ୍ଟ୍ରପତି ଶାସନ ବ୍ୟବସ୍ଥାକୁ ଯିବା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ସମ୍ବିଧାନର ଭାବନା ବିରୁଦ୍ଧରେ ରହିଛି ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀନେତାଙ୍କ ପାଇଁ ଦ୍ୱାର ଖୋଲିଲା ବିଜେପି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେପି ନିଜର ଆସନ ସଂଖ୍ୟା ସମ୍ପ୍ରସାରଣ ଲକ୍ଷ୍ୟରେ ବିଭିନ୍ନ ରାଜନୈତିକ ଦଳରୁ ବିଶେଷ କରି କଂଗ୍ରେସରୁ ଅନେକ ନେତାଙ୍କୁ ସାମିଲ କରିବାକୁ ଯାଉଛି । ଏହି ନୂଆ ନେତାଙ୍କୁ ସାମିଲ କରିବା ପଛରେ ଦଳର ସୁଦୃଢ଼ୀକରଣ ମୁଖ୍ୟ ଉଦ୍ଦେଶ୍ୟ ହେବାକୁ ଯାଉଥିବାବେଳେ ବିଜେପି ମଧ୍ୟ ନିଜ ଦଳରେ ପ୍ରବେଶ ପାଇଁ ନେତା ଚୟନ କରିବାବେଳେ ବିରୋଧୀଙ୍କୁ ଦୁର୍ବଳ କରିବାକୁ ଚାହିଁବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।

ନିର୍ବାଚନ ଓ ଆଦର୍ଶଗତ ଦୃଷ୍ଟିରୁ ଦୁର୍ବଳ ଥିବା ଅଞ୍ଚଳରେ ଦଳକୁ ସୁଦୃଢ଼ କରିବା ପାଇଁ ବିଜେପି ନୂଆ ନେତାମାନଙ୍କୁ ଦଳରେ ସ୍ୱାଗତ କରୁଛି । ନିର୍ବାଚନ ପୂର୍ବରୁ ଏଭଳି ଯୋଗଦାନ କାର୍ଯ୍ୟକ୍ରମ ସମଗ୍ର ନିର୍ବାଚନୀ ବାତାବରଣକୁ ଆହୁରି ସୁଦୃଢ଼ କରିବ । କିନ୍ତୁ ଏଥର ମୁଖ୍ୟ ଟାର୍ଗେଟ କଂଗ୍ରେସ ହେବ ଏବଂ ପ୍ରମୁଖ ପ୍ରଭାବଶାଳୀ ନେତାଙ୍କ ବିଦାୟ ସେହି ଦଳକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁର୍ବଳ କରିବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

ଏଥିପାଇଁ ବିଜେପି ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ସିଂହ ଯାଦବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଷ୍ଟ୍ରୀୟ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ସାଧାରଣ ସମ୍ପାଦକ (ସଂଗଠନ) ବି ଏଲ ସନ୍ତୋଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏଥିରେ ସାମିଲ ହେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସ୍କ୍ରିନିଂ ଓ ନିଷ୍ପତ୍ତି ନିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସମାଲୋଚକ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜକୁ ଉପସ୍ଥାପନ କରି ଆସୁଛନ୍ତି । ମୋଦିଙ୍କ ନୀତିର ପ୍ରମୁଖ ବିରୋଧୀ ଚେହେରାଭାବେ ଉଭା ହେବା ପରେ ବିଜେପିର ରଣନୀତି ମଧ୍ୟ ରାହୁଲଙ୍କୁ ରାଜନୈତିକଭାବେ ଦୁର୍ବଳ କରିବା ଏବଂ ତାଙ୍କ ଦଳରେ ତାଙ୍କର ପ୍ରଭାବକୁ ଦୁର୍ବଳ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି । ଗତ କିଛିବର୍ଷ ମଧ୍ୟରେ ବିଜେପି ରାହୁଲଙ୍କ ଟିମରୁ ଅନେକ ଯୁବ ନେତାଙ୍କୁ ସାମିଲ କରି ସେମାନଙ୍କୁ ପ୍ରମୁଖ ପଦବୀରେ ପୁରସ୍କୃତ କରିସାରିଛି । ସେମାନଙ୍କ ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରରେ ପୂର୍ତ୍ତ ମନ୍ତ୍ରୀ ଜିତିନ ପ୍ରସାଦ ଏବଂ ବିଜେପିରେ ପଦ ଅପେକ୍ଷାରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ ପିଏନ୍ ସିଂହ ରହିଛନ୍ତି ।

ସଚିନ ପାଇଲଟ ଏବଂ ମିଲିନ୍ଦ ଦେଓରାଙ୍କୁ ମଧ୍ୟ ସାମିଲ କରିବା ପାଇଁ ବିଜେପି ପକ୍ଷରୁ କିଛି ପ୍ରୟାସ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା, ଯଦିଓ ଦେଓରା ଶେଷରେ ଗତ ରବିବାର ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି । କଂଗ୍ରେସ ନେତୃତ୍ୱ ପାଇଲଟଙ୍କୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଏବଂ ତାଙ୍କୁ ଏଆଇସିସି (ଅଖିଳ ଭାରତୀୟ କଂଗ୍ରେସ କମିଟି) ସାଧାରଣ ସମ୍ପାଦକ ପଦରେ ପଦୋନ୍ନତି ଦେଇଛନ୍ତି । କଂଗ୍ରେସରୁ ନେତାମାନେ ବିଦାୟ ନେଲେ ରାହୁଲ ଗାନ୍ଧିଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ । ଏହା ତାଙ୍କ ବିଫଳତା ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଜଣେ ବିଜେପି ନେତା କହିଛନ୍ତି ।

କଂଗ୍ରେସର ଅନେକ ପ୍ରମୁଖ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କରିଛି, ଯେଉଁଥିରେ ବର୍ତ୍ତମାନର ଅନେକ ମୁଖ୍ୟମନ୍ତ୍ରୀ- ହିମନ୍ତ ବିଶ୍ୱ ଶର୍ମା (ଆସାମ), ଏନ୍ ବିରେନ୍ ସିଂହ (ମଣିପୁର) ଏବଂ ପେମା ଖାଣ୍ଡୁ (ଅରୁଣାଚଳ ପ୍ରଦେଶ) ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ – ଯଥା ନାରାୟଣ ରାଣେ (ମହାରାଷ୍ଟ୍ର), କ୍ୟାପଟେନ୍ ଅମରିନ୍ଦର ସିଂହ (ପଞ୍ଜାବ), ବିଜୟ ବହୁଗୁଣା (ଉତ୍ତରାଖଣ୍ଡ), ଏସ୍ ଏମ୍ କ୍ରିଷ୍ଣା (କର୍ଣ୍ଣାଟକ) ଏବଂ ଦିଗମ୍ବର କାମତ (ଗୋଆ) ଏବେ ବିଜେପିରେ ଅଛନ୍ତି ।

ଏହାବ୍ୟତୀତ ବିଜେପି କେରଳରେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜର ସମର୍ଥନ ଭିତ୍ତି ବିସ୍ତାର କରିବା ପାଇଁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ ଦଳ ଏହି ସମ୍ପ୍ରଦାୟର କିଛି ପ୍ରମୁଖ ଚେହେରାଙ୍କୁ ସାମିଲ କରିଛି, ଯେଉଁଥିରେ କେଜେ ଆଲଫୋନ୍ସ (ଯିଏ କି କେନ୍ଦ୍ରମନ୍ତ୍ରୀ ହୋଇଥିଲେ), ଟମ୍ ଭାଡକନ ଏବଂ କଂଗ୍ରେସର ବରିଷ୍ଠ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ସାମିଲ ହୋଇଛନ୍ତି ।

ବିଜେପି ସୂତ୍ରରୁ ପ୍ରକାଶ ଯେ ଏହାର ନେତାମାନେ ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ ଏବଂ ରାଜସ୍ଥାନରେ କଂଗ୍ରେସ ଶିବିରରେ ଅନେକ ସମ୍ଭାବ୍ୟ ସାମିଲଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଜେପିର ଜଣେ ନେତା କହିଛନ୍ତି, କେହି କେହି ଚଳିତ ମାସରେ ହିଁ ବିଜେପିରେ ଯୋଗ ଦେବେ ଏବଂ ଆଉ କିଛି ନିର୍ବାଚନ ପାଖେଇ ଆସିବା ସମୟରେ ଯୋଗଦେବେ ।
ବର୍ତ୍ତମାନ ସୁଦ୍ଧା କୌଣସି ବିରୋଧୀ ଦଳର ନେତାଙ୍କୁ ଦଳରେ ନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ । କିନ୍ତୁ କିଛି ଅନୁଗାମୀଙ୍କୁ ଆଣିବାକୁ ପଡ଼ିବ- ଏବଂ ତାଙ୍କ ବିଦାୟ ତାଙ୍କ ପୂର୍ବ ସଂଗଠନକୁ ଦୁର୍ବଳ କରିବା ସହିତ ବିଜେପି ସପକ୍ଷରେ ଆଭିମୁଖ୍ୟ ସୃଷ୍ଟି କରିବ ।

ସେଭଳି ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ କିରଣ କୁମାର ରେଡ୍ଡୀଙ୍କ ଗତ ବର୍ଷର ବିଜେପିରେ ସାମିଲ ହୋଇଥିବା ଉଦାହରଣ ଦେଇ କହିଛନ୍ତି ଯେ, ରାଜ୍ୟରେ ତାଙ୍କର ବିଶେଷ ପ୍ରଭାବ ନ ଥିଲା କିନ୍ତୁ ରେଡ୍ଡୀ ସମ୍ପ୍ରଦାୟର ଅନ୍ୟମାନଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଉତ୍ସାହିତ କରିପାରନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ଷ୍ଟେସନ ମୁଖ୍ୟାଳୟ, ସ୍ଥଳସେନା ଷ୍ଟେସନ, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ନିମ୍ନୋକ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଧାରିତ ଆବେଦନପତ୍ରରେ ଆବେଦନ ପଠାଇପାରିବେ।

ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଲା – ଚଣ୍ଡିଚରଣ ଚାଟାର୍ଜୀ (ଏସଏଓ), କାର୍ଯ୍ୟାଳୟ : ଆଇଏଓ (ଏ), ଠିକଣା – ୬୫୪, ସହିଦ ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭, ଫୋନ ନମ୍ବର : ୯୪୩୪୯୩୯୯୫୯, ଇମେଲ୍‌ ଆଇଡି : [email protected] । ଆହୁରି ଅବସରପ୍ରାପ୍ତ କର୍ମଚାରୀମାନେ  ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିବିଏସ୍‌ୱାଇ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଲେ ମେଘାଳୟର ୧୦ ସାମ୍ବାଦିକ

ଭୁବନେଶ୍ଵର: ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସ୍‌ୱାଇ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଥିବା ମେଘାଳୟରୁ ଏକ ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ମେଘାଳୟ ସାମ୍ବାଦିକମାନେ ପହଞ୍ଚିବା ପରେ ପିଆଇବି ଭୁବନେଶ୍ୱର ଅଧିକାରୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବାରେ ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା।

ରାଜ୍ୟରେ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ଭିବିଏସ୍‌ୱାଇ ଅଧୀନରେ ନିୟୋଜିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବାହନ ଗୁଡ଼ିକ କିପରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ତାହା ଜାଣିବା ମଧ୍ୟ ଏହି ଗସ୍ତର ଉଦ୍ଦେଶ୍ୟ।

ଏହି ପ୍ରତିନିଧି ଦଳ ଓଡ଼ିଶାରେ ୪ ଦିନ ରହଣି ସମୟରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ। ସେମାନେ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ(ଆଇସିଏଆର-ସିଆଇଡବ୍ଲ୍ୟୁଏ) ପରିଦର୍ଶନ କରିବେ, ଯାହାକି କୃଷି କ୍ଷେତ୍ରରେ ଲିଙ୍ଗ ସହ ଜଡ଼ିତ ଗବେଷଣାର ଅଭିନବ ଦାୟିତ୍ୱରେ ଥିବା ଭାରତରେ ପ୍ରଥମ ଅନୁଷ୍ଠାନ ।

ସାମ୍ବାଦିକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଏମଟି) ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଖଣି, ଖଣିଜ ଏବଂ ଧାତୁ ଶିଳ୍ପର ଗବେଷଣା ଓ ବିକାଶ ସମସ୍ୟାର ସମାଧାନ ତଥା ଏହାର ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଷୟରେ ମୌଳିକ ଗବେଷଣା ଓ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନାରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରିଥାଏ।

ଏତଦ୍ ବ୍ୟତୀତ ଗଣମାଧ୍ୟମ ପ୍ରତିନିଧିମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳ ପରିଦର୍ଶନ କରିବା ସମୟରେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ପରିଦର୍ଶନ କରିବା ସହ ସେମାନଙ୍କ ସହ ଆଲୋଚନା କରିବେ। ଏହି ଦଳ ଧଉଳିଗିରି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଙ୍ଗ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଦୁଇ ମାସରେ ୧୫ କୋଟି ପହଞ୍ଚିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମାତ୍ର ଦୁଇ ମାସ ମଧ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଦେଶବ୍ୟାପୀ ବିପୁଳ ଜନ ସମର୍ଥନ ମିଳିଛି । ଏଥିରେ ୧୫ କୋଟିରୁ ଅଧିକ ଉତ୍ସାହୀ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି । ଏହି ବିଶାଳ ଜନଭାଗିଦାରୀ ଏକ ସମୃଦ୍ଧ ଏବଂ ସମାବେଶୀ ଭାରତ ଗଠନ ଦିଗରେ ସମନ୍ୱିତ ମାର୍ଗ ପ୍ରସ୍ତୁତି ପାଇଁ ଯାତ୍ରାର ପ୍ରଭାବ ବିଷୟରେ ବର୍ଣ୍ଣନା କରେ । ଦେଶବ୍ୟାପୀ ସରକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ଐତିହାସିକ ପଦକ୍ଷେପ ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବା ପରେ ଲୋକ ମାନଙ୍କର ଅଂଶଗ୍ରହଣ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇଛି । ୨୦୨୩  ଡିସେମ୍ବର ୧୩ ତାରିଖରେ ଚତୁର୍ଥ ସପ୍ତାହ ଶେଷ ସୁଦ୍ଧା ଭିବିଏସ୍‌ୱାଇ ଯାତ୍ରା ୨.୦୬ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା ବେଳେ ୨୦୨୩ ଡିସେମ୍ବର ୨୨ ସୁଦ୍ଧା ୫ ସପ୍ତାହ ଶେଷରେ ଏହି ସଂଖ୍ୟା ୫ କୋଟିକୁ ବୃଦ୍ଧି ପାଇଛି । ପରବର୍ତ୍ତୀ ୪ ସପ୍ତାହ ମଧ୍ୟରେ ଭିବିଏସ୍‌ୱାଇ ଯାତ୍ରାରେ ୧୦ କୋଟି ବ୍ୟକ୍ତି ଅଂଶଗ୍ରହଣ କରି ୧୫ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଜାନୁଆରୀ ୧୭ ତାରିଖ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଡ୍ୟାସବୋର୍ଡ ଅନୁଯାୟୀ ୨.୨୧ ଲକ୍ଷ ଗ୍ରାମ ପଞ୍ଚାୟତ ଏବଂ ୯,୫୪୧ ସହରାଞ୍ଚଳରେ ୧୫.୩୪ କୋଟି ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ।

ଜନ ଭାଗିଦାରୀ : ପ୍ରତ୍ୟେକ ପଦକ୍ଷେପ ଏକାଠି :

ଏହି ଯାତ୍ରା ‘ଜନ ଭାଗିଦାରୀ’ ର ଭାବନାକୁ ପ୍ରତିଫଳିତ କରିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସହର ଓ ଗ୍ରାମକୁ ଗ୍ରାମ ବୁଲି ଆଇଇସି ଭ୍ୟାନ୍ ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା । ଏହି ଭ୍ୟାନ୍ ମାଧ୍ୟମରେ, ଏହା ସମୁଦାୟକୁ ସରକାରୀ ଯୋଜନା, ସ୍ଥାୟୀ ଚାଷ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା, ପରିମଳ ଏବଂ ଆର୍ଥିକ ସ୍ୱାଧୀନତା ବିଷୟରେ ଜ୍ଞାନ ପ୍ରଦାନ କରେ ।

ସ୍ୱାସ୍ଥ୍ୟ ଶିବିରରେ ୪ କୋଟିରୁ ଅଧିକ ଲୋକଙ୍କ ଯାଂଚ କରାଯାଇଛି :

ଜାନୁଆରୀ ୧୭, ୨୦୨୪  ସୁଦ୍ଧା ୪ କୋଟିରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ଶିବିରରେ ଯାଂଚ କରାଯାଇଛି । ମାଇଁ ଭାରତରେ  ୩୮ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଛି । ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ୨ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଇଛି । ଏହି ଯାତ୍ରା ୨ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କାର୍ଯ୍ୟକୁ  ଆଗେଇ ନେବାକୁ  ୧୧ କୋଟିରୁ ଅଧିକ ଲୋକ ସଂକଳ୍ପ ନେଇଥିଲେ ।

ଗ୍ରାମ ଅନୁଯାୟୀ ପ୍ରକୃତ ପ୍ରଭାବ :

ଭିବିଏସ୍‌ୱାଇ ଯାତ୍ରାର ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ । ୧ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡ ପାଇଁ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରେ ସଶକ୍ତ କରିଛି । ‘ହର ଘର ଜଳ’ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଜଳ ବର୍ତ୍ତମାନ ୭୯,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ପହଞ୍ଚୁଥିବା ବେଳେ ୧.୩୮ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଶତପ୍ରତିଶତ ଜମି ରେକର୍ଡ  ଡିଜିଟାଲୀକରଣ ସ୍ୱଚ୍ଛତା ଏବଂ ନିରାପତ୍ତାକୁ ସୁଗମ କରୁଛି । ଏହା ବ୍ୟତୀତ ୧୭,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ଓଡିଏଫ୍ ପ୍ଲସ୍ ଅନୁପାଳନ ହାସଲ କରିଛନ୍ତି, ଯାହା ସ୍ୱଚ୍ଛ ଜୀବନଯାପନର ପ୍ରମାଣ ହେଇଥାଏ ।

ପରିସଂଖ୍ୟାନ ବ୍ୟତୀତ, ଏକ ଅଂଶୀଦାର ସ୍ୱପ୍ନ :

ଯାତ୍ରାର ପ୍ରକୃତ ସଫଳତା ଏକ ସାମୂହିକ ସ୍ୱପ୍ନ – ଏକ ଭାରତର ସ୍ୱପ୍ନ ଯେଉଁଠାରେ ପ୍ରଗତି ପ୍ରତ୍ୟେକ ଦ୍ୱାରରେ ପହଞ୍ଚିଥାଏ,  ଯେଉଁଠାରେ ସମସ୍ତଙ୍କ ଭିତରେ ସମୃଦ୍ଧି ବଂଟନ ହୋଇଥାଏ ଏବଂ ଯେଉଁଠାରେ ବିକାଶ ସଶକ୍ତ ଜୀବନରେ ପରିଣତ ହୁଏ , ସେସବୁକୁ ଜାଗ୍ରତ କରିବାରେ ହିଁ ରହିଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ପ୍ରତ୍ୟେକ ପଞ୍ଜୀକୃତ ହିତାଧିକାରୀ ଏବଂ ପ୍ରତ୍ୟେକ ପ୍ରତିଶ୍ରୁତି ସହିତ ଏହି ଯାତ୍ରା ଭାରତକୁ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଦିଗରେ ଏକ ପାଦ ଆଗକୁ ନେଇ ଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି।

ଏହା ମହାନ ଗାୟିକାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ଥିଲା।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ଦେଶ ବଡ଼ ଉତ୍ସାହର ସହ ଜାନୁଆରୀ ୨୨କୁ ଅପେକ୍ଷା କରିଥିବାବେଳେ ଯେଉଁ ଲୋକଙ୍କ ଅଭାବ ଅନୁଭୂତ ହେଉଛି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆମ ପ୍ରିୟ ଲତା ଦିଦି।

ଏହା ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏକ ଶ୍ଲୋକ। ତାଙ୍କ ପରିବାର ମୋତେ କହିଥିଲେ ଯେ ଏହା ତାଙ୍କ ଶେଷ ଶ୍ଲୋକ ଥିଲା ଯାହାକୁ ସେ ରେକର୍ଡ କରିଥିଲେ।’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଜାନୁୟାରୀ ୧୮ ତାରିଖ ଗୁରୁବାରରେ ଛଅଟି ରାଶିର ରହିଛି ରାଜାଯୋଗ, ଜାଣନ୍ତୁ ରାଶିଫଳ

ମେଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି ।

ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ ।

ମିଥୁନ- ମଧ୍ୟାହ୍ନ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ ଦୂରରେ ରହିବାର ଆବଶ୍ୟକତା ଅଛି । ଶାରୀରିକ ଏବଂ ମାନସିକ ପରିଶ୍ରମ ଅଧିକ ହେବ । ତେଣୁ ଅସୁସ୍ଥତା ମଧ୍ୟ ହୋଇପାରେ । ଆକଷ୍ମିକ ଧନ ଲାଭର ସମ୍ଭାବନା।

କର୍କଟ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ ପରେ ଆପଣଙ୍କ ମନ ସୃଜନଶୀଳ ପ୍ରବୃତ୍ତି ପ୍ରତି ଆକର୍ଷିତ ହେବ ଏବଂ ଖୁସି ଅନୁଭବ କରିବେ । ମନୋବଳ ଦୃଢ ଏବଂ ଆତ୍ମବିଶ୍ୱାସୀ ହେବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ପ୍ରତିଯୋଗୀମାନଙ୍କ ସାମ୍ନାରେ ବିଜୟ ହେବ। ଭାଷଣରେ ସଂଯମତା ରକ୍ଷା କରନ୍ତୁ ।

ସିଂହ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଉଚିତ୍ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିପାରେ। ଆପଣ ସାହିତ୍ୟିକ ପ୍ରବୃତ୍ତିକୁ କୈତୁହଳ ପୂର୍ଣ୍ଣ ହେବ। ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ହେବ। ସେୟାର ବେଟିଂରେ ଲାଭ ହେବ।

କନ୍ୟା- ମାନସିକ ଚାପ ଏବଂ ବିଶୃଙ୍ଖଳା ମଧ୍ୟରେ ଆପଣଙ୍କ ଦିନ ଆରମ୍ଭ ହେବ। ଶାରୀରିକ ଭାବରେ ଅଳସୁଆ ରହିବେ। ପେଟ ସମ୍ବନ୍ଧୀୟ ରୋଗ ହେବ। ଏହା ଏକ ଅନୁଭୂତି ମିଳିବ ଯାହା ଭାଗ୍ୟ କୈଣସି କାର୍ଯ୍ୟରେ ସମର୍ଥନ କରୁନାହିଁ । ବଣିକ ଶ୍ରେଣୀ ପାଇଁ ସଂଗ୍ରହ ଟଙ୍କା ଗ୍ରହଣ କରିବାକୁ ସକ୍ଷମ ହେବେ । ଆପଣ ସମ୍ମାନ ଏବଂ ଉଚ୍ଚ ମାନ୍ୟତା ପାଇବେ ।

ତୂଳା-  ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ମଧ୍ୟଭାଗ ପରେ, କାମ ଆରମ୍ଭ କରିବା ସହଜ ହେବ । ମନର ଏକାଗ୍ରତା ହେତୁ, ଆପଣଙ୍କର ମନରେ ଅସନ୍ତୁଷ୍ଟ ରହିବ। ଆପଣ ଶାରୀରିକ ଭାବରେ ଚିନ୍ତିତ ଅନୁଭବ କରିବ । ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ ।

ବିଛା- ଆଜି ଆପଣଙ୍କ ପାଇଁ ଶୁଭ ଅଛି। ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ଯେ କୈଣସି କାର୍ଯ୍ୟ କରିବାକୁ ସମର୍ଥ ହେବେ । ନିଜ ମନକୁ ଶାନ୍ତ ରଖନ୍ତୁ । ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହେବ । କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳ୍ପନା ପ୍ରଦର୍ଶନ କରିବାର ସୁଯୋଗ ମିଳିବ ।

ଧନୁ- ଆପଣ ଖର୍ଚ୍ଚରେ ସଂଯମତା ଅବଲମ୍ବନ କରିବାକୁ ପଡିବ । ଏହା ସହିତ କ୍ରୋଧ ଏବଂ ଜିଭ ଉପରେ ମଧ୍ୟ ସଂଯମତା ରଖିବାକୁ ପଡିବ । ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନଥାଏ ଏବଂ ସେହି ସମୟରେ ନକାରାତ୍ମକ ଚିନ୍ତାଧାରା ମଧ୍ୟ ମନରୁ ଦୂରେଇ ଯାଏ । ମଧ୍ୟମ ଆପଣଙ୍କ ଚିନ୍ତାଧାରାରେ ସ୍ଥିରତା ଦେଖାଇବ । ଆପଣ ଯେକୈଣସି ସୃଜନଶୀଳ କିମ୍ବା କଳାତ୍ମକ ଧାରାକୁ ଫେରିବେ ।

ମକର- ଲକ୍ଷ୍ମୀ ମାତାଙ୍କ ଆଶୀର୍ବାଦ ରହିବ । ଉଚ୍ଚ ଅଧିକାରୀଙ୍କ ବ୍ୟବସାୟକୁ ସଫଳ କରିବ ଏବଂ ଲାଭ କରିବ । ଏହା ବଣିକ ଶ୍ରେଣୀ ପାଇଁ ଶୁଭ ଅଟେ । ବ୍ୟବସାୟ ବଢିବା ସହିତ ବ୍ୟବସାୟୀମାନେ ମଧ୍ୟ ସଫଳତା ଏବଂ ସଂଗ୍ରହ ଟଙ୍କା ଫେରି ପାଇବେ । ପିତା ଏବଂ ବୃଦ୍ଧମାନେ ଉପକୃତ ହେବେ । ସମ୍ମାନ ବୃଦ୍ଧି ପାଇବ ।

କୁମ୍ଭ- ଜୀବନସାଥୀ ସହିତ କାରବାର କରିବା ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ । ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ରହିବ । ସମ୍ମାନ ବୃଦ୍ଧି ପାଇବ । ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣାଜନିତ ଦୁର୍ଘଟଣା ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକର ରୂପରେ ପରିଣତ କରିବ।

ମୀନ– ଆପଣଙ୍କର ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି । ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ । କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ।

Categories
ଆଜିର ଖବର ଜାତୀୟ ଖବର

କେରଳର ଗୁରୁଭାୟୁରଠାରେ ଥିବା ଗୁରୁଭାୟୁର ମନ୍ଦିରରେ ଦର୍ଶନ, ପୂଜା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ଗୁରୁଭାୟୁରଠାରେ ଗୁରୁଭାୟୁର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ, ‘ପବିତ୍ର ଗୁରୁଭାୟୁର ମନ୍ଦିରରେ ପ୍ରାର୍ଥନା କଲି। ଏହି ମନ୍ଦିରର ଈଶ୍ୱରୀୟ ଶକ୍ତି ଅପାର  ପ୍ରତି ଭାରତୀୟଙ୍କ ଖୁସି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛି।’

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ପ୍ରସିଦ୍ଧ କଳାକାର

ନୂଆଦିଲ୍ଲୀ: ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ରାମାନନ୍ଦ ସାଗରଙ୍କ ଆଇକନିକ ଟିଭି ଧାରାବାହିକ ରାମାୟଣରେ ଭଗବାନ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ଲାଭ କରିଥିବା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲାହରି ବୁଧବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏହି ତିନିଜଣ ‘ହମାରେ ରାମ ଆଏଙ୍ଗେ’ ନାମକ ଏକ ମ୍ୟୁଜିକ ଆଲବମର ସୁଟିଂ କରିବାକୁ ଯାଉଛନ୍ତି। ‘ହମାରେ ରାମ ଆଏଙ୍ଗେ’ ଗୀତକୁ ସୋନୁ ନିଗମ ଗାଇଥିବାବେଳେ ଗୁପ୍ତାର ଘାଟ, ହନୁମାନଗଡ଼ୀ ଓ ଲତା ଛକରେ ସୁଟିଂ ହୋଇଥିଲା।

ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲାହରିଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଛି। ଅନଲାଇନରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ତିନିଜଣ ପାରମ୍ପରିକ ହଳଦିଆ ଏବଂ ଲାଲ ରଙ୍ଗର ପୋଷାକ ପିନ୍ଧି ଅଯୋଧ୍ୟାର ରାସ୍ତାରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଦୀପିକା ନାଲି ରଙ୍ଗର ଶାଢ଼ି ପିନ୍ଧିଥିବାବେଳେ ଅରୁଣ ଓ ସୁନୀଲ ପାରମ୍ପରିକ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ।

ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉପରେ ନିଜର ମତ ରଖିଥିଲେ।

ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସପକ୍ଷରେ ‘ରାମାୟଣ’ର କଳାକାର

ରାମାୟଣରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିର ଆମର ‘ରାଷ୍ଟ୍ର ମନ୍ଦିର’ ସାବ୍ୟସ୍ତ ହେବ। ବିଗତ କିଛିବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଯେଉଁ ସଂସ୍କୃତି ଲୋପ ପାଇଛି, ଏହି ମନ୍ଦିର ପୁଣି ଏକ ବାର୍ତ୍ତା ଦେବ ଯାହା ଆମ ସଂସ୍କୃତିକୁ ସୁଦୃଢ଼ କରିବ। ଏହା ଏକ ଐତିହ୍ୟ ଯାହା ସମଗ୍ର ବିଶ୍ୱ ଜାଣିବେ, ଏହି ମନ୍ଦିର ପ୍ରେରଣାର ଉତ୍ସ ହେବ, ଏହା ଆମ ବିଶ୍ୱାସର କେନ୍ଦ୍ର, ଏହା ଆମର ଗର୍ବ ହେବ, ଏହା ଆମର ପରିଚୟ ହେବ। ଆମର ନୈତିକତାକୁ ସମସ୍ତେ ଗ୍ରହଣ କରିବା ଉଚିତ।

ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେଇ ମୁଁ ବହୁତ ଭାଗ୍ୟବାନ, ମୁଁ ଯାହା ଜାଣିନଥିଲି ତାହା ଜାଣିବାର ସୁଯୋଗ ପାଉଛି, ଦେଶରେ ସୃଷ୍ଟି ହୋଇଥିବା ବାତାବରଣ ଅତ୍ୟନ୍ତ ଧାର୍ମିକ ଏବଂ ଅତ୍ୟନ୍ତ ସକାରାତ୍ମକ ଏବଂ ଏହା ବିଶ୍ୱକୁ ବହୁତ ସକାରାତ୍ମକ ଅନୁଭବ ଦେବ।

ସୁନୀଲ ଲାହିରୀ ଆହୁରି କହିଛନ୍ତି, ଯେଉଁମାନେ ରାମଙ୍କୁ ଅସ୍ୱୀକାର କରୁଛନ୍ତି, ସେମାନେ ଜାଣନ୍ତି ନାହିଁ ଯେ କେହି ରାମାୟଣ ନ ପଢ଼ିଲେ ରାମ କ’ଣ ଜାଣିପାରିବେ ନାହିଁ। ଭଗବାନ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ରାମାୟଣ ମଧ୍ୟ ଆମକୁ ଶିକ୍ଷା ଦିଏ ଯେ ଆମେ ସମ୍ମାନର ସହ ବଞ୍ଚିବା ଉଚିତ, ରାମଙ୍କୁ ଅସ୍ୱୀକାର କରୁଥିବା ଲୋକମାନେ ଏହି ଶିକ୍ଷା ଜାଣନ୍ତି ନାହିଁ।

ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ କହିଛନ୍ତି, ଆମର ଭାବମୂର୍ତ୍ତି ଲୋକଙ୍କ ହୃଦୟରେ ସ୍ଥାପିତ ହୋଇଛି, ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେବ ବୋଲି ମୁଁ ଭାବୁନାହିଁ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଉଛି, ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି। ରାମାୟଣର ଚରିତ୍ରଗୁଡ଼ିକୁ ମଧ୍ୟ ସମାନ ଭଲପାଇବା ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଜାନୁଆରୀ ୨୨ ପରେ ପରିବାର ସହ ରାମ ମନ୍ଦିର ଯିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ହେବାକୁ ଥିବା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାର (ପତ୍ନୀ, ପିଲା ଏବଂ ପିତାମାତାଙ୍କ) ସହ ରାମ ମନ୍ଦିର ଯିବେ ବୋଲି ବୁଧବାର କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ପ୍ରାଚୀନ ବାଲାଜୀ ମନ୍ଦିରରେ ସୁନ୍ଦରକାଣ୍ଡରେ ଯୋଗ ଦେଇଥିଲେ। ମୁଁ ମୋ ପତ୍ନୀ, ପିଲା ଓ ପିତାମାତାଙ୍କ ସହ ରାମ ମନ୍ଦିର ଯିବାକୁ ଚାହୁଁଛି। ଆମେ ଏହି ସମାରୋହ ପରେ ଯିବୁ ବୋଲି କେଜ୍ରିୱାଲ ଜାତୀୟ ରାଜଧାନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିମନ୍ତ୍ରଣ ସମ୍ପର୍କରେ ପଚରାଯିବାରୁ କେଜ୍ରିଓ୍ଵାଲ କହିଛନ୍ତି, ମୁଁ ସେମାନଙ୍କ (ସରକାରଙ୍କ)ଠାରୁ ଏକ ଚିଠି ପାଇଥିଲି। ଯେତେବେଳେ ଆମେ ସେମାନଙ୍କୁ ଫୋନ କରିଥିଲୁ, ଆମକୁ ସୂଚନା ଦିଆଯାଇଥିଲା ଯେ ଏକ ଦଳ ଚୂଡ଼ାନ୍ତ ଏବଂ ବ୍ୟକ୍ତିଗତ ନିମନ୍ତ୍ରଣ ଦେବାକୁ ଆସିବ। ସେହି ଦଳ ଏପର୍ଯ୍ୟନ୍ତ ଆସିନାହିଁ।

ନିମନ୍ତ୍ରଣ ପତ୍ର ଅନୁଯାୟୀ କେବଳ ଜଣେ ବ୍ୟକ୍ତି ଏହି ସମାରୋହରେ ଯୋଗ ଦେଇପାରିବେ ଏବଂ ଏତେ ସଂଖ୍ୟକ ଭିଭିଆଇପି ଥିବାରୁ ସେମାନଙ୍କ ଉପରେ ଅଧିକ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି। ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ ଏକ ଧାର୍ମିକ ସଙ୍ଗୀତ କାର୍ଯ୍ୟକ୍ରମରେ କେଜ୍ରିୱାଲ କିଛି ବୟସ୍କ ବ୍ୟକ୍ତିଙ୍କୁ ଭେଟିଥିଲେ, ଯେଉଁମାନେ ପରେ ଦ୍ୱାରକାଧିଶକୁ ଦିଲ୍ଲୀ ସରକାରଙ୍କ ଅନୁଦାନପ୍ରାପ୍ତ ତୀର୍ଥଯାତ୍ରାରେ ଯାଇଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଏଲଇଡି ସ୍କ୍ରିନ ଯୋଗେ ପ୍ରଦର୍ଶିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଧିବଦ୍ଧ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବାବେଳେ ସାରା ରାଜ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହେବାସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଲୋକାର୍ପଣ ଉତ୍ସବକୁ ପ୍ରତିଟି ଜନସାଧାରଣଙ୍କ ଭାବନା, ଧାର୍ମିକ ଚିନ୍ତାଧାରା ଉଦଜିବିତ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ସମେତ ସମସ୍ତ ପଞ୍ଚାୟତରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଚିଲିକା ବିଡ଼ିଓ ଜଗଦୀଶ ଷଡଙ୍ଗୀଙ୍କ ନେତୃତ୍ୱରେ ଚିଲିକା ବ୍ଲକ କାର୍ଯ୍ୟାଳୟ ଠାରେ ଏବଂ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କ ନେତୃତ୍ୱରେ ସହିଦ କୃତିବାସ ଟାଉନ ହଲ ଠାରେ ଏଲଇଡି ସ୍କ୍ରିନ ମାଧ୍ୟମରେ ପୁରୀ ଠାରେ ଅନୁଷ୍ଠିତ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉଭୟ ବ୍ଲକର କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱବାଧାନରେ ଏନଏସି କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମହିଳା ସଙ୍ଘ, ସ୍ୱଚ୍ଛ ସାଥିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ଲୋକାର୍ପିତ ଉତ୍ସବକୁ ଏଲଇଡି ମାଧ୍ୟମରେ ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ଭୁବନେଶ୍ଵର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଥିବା ବେଳେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ ହାତ ଧରିଛନ୍ତି। ସମସ୍ତ ନେତା ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ଏବଂ ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧାରେ ପରିବେଷଣ ହେଲା ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ନାଟକ “କୈବର୍ତ୍ତ ରଘୁନାଥ”

ଖୋର୍ଦ୍ଧା: ଓଡିଶା ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ସହଯୋଗରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ନାଟକ “କୈବର୍ତ୍ତ ରଘୁନାଥ” ସ୍ଥାନୀୟ ଟାଉନ ହଲ, ଖୋରଧା ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀ ଉପ ସଭାପତି ମନ୍ମଥ ଶତପଥୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, କବିରାଜ ପ୍ରଧାନ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି, ଜିତେନ୍ଦ୍ର ପଟ୍ଟନାୟକ, ନାଟ୍ୟକାର ଯୋଗଦେଇଥିବା ବେଳେ ଜିଲ୍ଲା ର ବହୁ ନାଟ୍ୟ ପ୍ରେମୀ ଉପସ୍ଥିତ ରହି ଏହି ସୁନ୍ଦର ନାଟକକୁ ଉପଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୭ରେ ମା’ ସମଲେଇ ପୀଠର ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ: ଖୋର୍ଦ୍ଧାରେ ମନ୍ଦିର କମିଟିକୁ ସ୍ୱାଗତ

ଖୋର୍ଦ୍ଧା: ଆସନ୍ତା ୨୭ ତାରିଖ ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ଚାଲିଥିବା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ସେହିକ୍ରମରେ ଆଜି ଫକୀର ଚରଣ ମାଝୀ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଓ ମା’ ସମଲେଇ ମନ୍ଦିର ସେବାୟତ ମାନଙ୍କୁ ନେଇ ଗଠିତ ହୋଇଥିବା ଟିମ ଆଜି ଖୋରଧା ଜିଲ୍ଲା ଗସ୍ତ କରିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏହି ଦଳକୁ ସ୍ୱାଗତ କରିଥିଲେ। ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମଟି ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା। ଜିଲ୍ଲାର ୫ ଗୋଟି ମନ୍ଦିରକୁ ଏହି ନିମନ୍ତ୍ରଣ ପତ୍ର ଆସିଛି ଯଥା -ବରୁଣେଇ, ଭଗବତୀ, ଉଗ୍ରତାରା, ରାମଚଣ୍ଡୀ ଓ ଲିଙ୍ଗରାଜ ମନ୍ଦିର। ଏହି ମନ୍ଦିରର ସେବାୟତ ଓ ଟ୍ରଷ୍ଟି ମାନେ ଉପସ୍ଥିତ ହୋଇ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ।

ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର ରଙ୍ଗୋଲି ବା ଝୋଟି ଚିତା କରାଯାଇଥିଲା ଓ ସଂକୀର୍ତନ ଦଳ ମାନଙ୍କ ପକ୍ଷରୁ ଆକର୍ଷଣୀୟ ସଂକୀର୍ତନ ପରିବେଷଣ କରାଯାଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କବିରାଜ ପ୍ରଧାନ, ଉପସଭାପତି, ଜିଲ୍ଲା କଳା ସଂସ୍କୃତି ସଂଘ, ଖୋରଧା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ସିଧା ପ୍ରସାରଣ ହେଲା ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ପୌର ପରିଷଦ ତରଫରୁ ହାଭେଳି ପଡିଆ ଠାରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମର ଏଲଇଡି ପ୍ରୋଜେକ୍ଟରରେ ଲାଇଭ ଟେଲିକାଷ୍ଟ ହୋଇଯାଇଛି। ଏଥିସହିତ ଲୋକଙ୍କ ମନୋରଞ୍ଜନ ପାଇଁ ଓଡିଶା ନୃତ୍ୟ ଏବଂ ମେଲୋଡି ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ପଡ଼ିଆରେ ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସିଧା ପୁରୀରୁ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ସୁଯୋଗ ପାଇ ଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଥିଲେ। ସେମାନଙ୍କ ପାଇଁ ବସିବା ଏବଂ ଖାଇବା ବ୍ୟବସ୍ଥା ରହିଥିଲା।

ଏହି କାର୍ଯ୍ୟକ୍ରମରେ ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ମାନନୀୟା ଅଧ୍ୟକ୍ଷା, ପୌର ପରିଷଦ ଖୋର୍ଦ୍ଧା, କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ, ପୌର ପରିଷଦ ଖୋର୍ଦ୍ଧା, ସୂର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତି, ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ରେଳ ସେବା ପୁରସ୍କାର- 2023: ର୍ବତଟ ରେଳପଥ ପକ୍ଷରୁ 46 ରେଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା – 2023 ପୁରସ୍କାର ସମାରୋହ ପାଳନ କରିଛି.

ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ଶର୍ମା ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ମହାପ୍ରବନ୍ଧକଙ୍କ ବିଶେଷ ପୁରସ୍କାର “ବିଶିଷ୍ଟ ରେଳ ସେବା ପୁରସ୍କାର” ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସମୁଦାୟ 46 ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଅଛି ଯେଉଁ ମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତ କୁ ସ୍ୱାଭାବିକ କରିବାପାଇଁ ଉଲ୍ଲେଖନୀୟ ଅବଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳକୁ ପୂର୍ବତଟ ରେଳପଥର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ୍ ରେଳ ଷ୍ଟେସନ୍ କୁ ବଡ଼ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ୍ ଷ୍ଟେସନ୍ କୁ ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପ୍ରଦାନ କରାଯାଇଅଛି।

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଯୋଗଦାନ କରିଥିବାବେଳେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଅବସରରେ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥିଲେ।  ରେଳପଥର ଉପ ମହାପ୍ରବନ୍ଧକ ବିଶ୍ୱଜିତ୍ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଣ୍ଡା ଦର ୮ ଟଙ୍କା, ତେଲ ଓ ଡାଲି ଦର କମୁନି, ମଧ୍ୟାହ୍ନ ଭୋଜନ ଯୋଗାଣରେ ପୃଷ୍ଟି ଆସିବ କେଉଁଠୁ?

ବେଗୁନିଆପଡ଼ା: (ଟୁକୁନା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କେବଳ ଚାଉଳ ଯୋଗାଇ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟକୁ ଦାୟିତ୍ଵ ଦିଆଯାଇଛି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫.୯୦ ଟଙ୍କା ଆସୁଥିବା ବେଳେ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଈଁ ୮.୮୧ ଟଙ୍କା ଆସୁଛି। ବର୍ତ୍ତମାନ ସ୍ଥିତିରେ ଅଣ୍ଡା ପ୍ରତି ୮ ଟଙ୍କା ଦର ଥିବା ବେଳେ ସରକାର ଦେଉଛନ୍ତି ୫ ଟଙ୍କା। ତା ସହିତ ସେହିଦିନ ତରକାରୀ କରି ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଅଛି। ସେପଟେ ଡାଲି ଓ ତେଲ ଦର ଅଧିକା ଥିବା ବେଳେ ରସୁଣ ଦର ୨୫୦ ଟଙ୍କା ଓ ଅଦା ଦର ୧୫୦ଟଙ୍କା ରହିଛି। ଯାହାକୁ ନେଇ ବିଦ୍ୟାଳୟରେ ଶିକ୍ଷକ ହୁଅନ୍ତୁ କିମ୍ବା ଏସ ଏଚ ଜି ପରିଚାଳନା ପାଇଁ ଚିନ୍ତାରେ ଅଛନ୍ତି।

ବେଗୁନିଆପଡ଼ା ବ୍ଲକରେ ୧୪୦ ରୁ ଅଧିକା ବିଦ୍ୟାଳୟ ଥିବା ବେଳେ ଏହି ପ୍ରକାର ଅବ୍ୟବସ୍ଥାରେ ସମସ୍ତେ ସନ୍ତୁଳିତ। ପିଲାଙ୍କୁ ପୃଷ୍ଟିସାର ଦେବା ପାଇଁ ଶିକ୍ଷକ ଚେଷ୍ଟା କରୁଥିବା ବେଳେ ଖର୍ଚ୍ଚ ଅଧିକା ଯୋଗୁଁ ସେ ଅନ୍ୟ କିଛି ପନ୍ଥା ପାଇପାରୁ ନାହାନ୍ତି। ସେପଟେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆଗରୁ ଅର୍ଥ ବରାଦ ନକରି ୩ ମାସ ପରେ ଅର୍ଥ ଆସୁଥିବା ଯୋଗୁଁ ଏହା ପରିଚାଳନା ପାଈଁ ଉଦ୍ଧାର କରି ୩ ମାସ ପରେ ବକେୟା ପରିଶୋଧ କରୁଛନ୍ତି। ଏଣୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଅଧିକା ଅର୍ଥ ବରାଦ କରିବା ସହ ନିୟମିତ ଭାବେ ଅର୍ଥ ବରାଦ କରି ଦର ବୃଦ୍ଧିକୁ ଆଖି ଆଗରେ ରଖି ସରକାର ପିଲାଙ୍କ ମୁଣ୍ଡ ପିଛା ଦର ବୃଦ୍ଧି କରିବା ଆବଶ୍ୟକ ହୋଇପଡିଛି।

Categories
ଆଜିର ଖବର ଜାତୀୟ ଖବର

ମଥୁରା କୃଷ୍ଣ ଜନ୍ମଭୂମି ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବାର ୬ ଦିନ ପୂର୍ବରୁ ସୁପ୍ରିମକୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି, ଯେଉଁଥିରେ ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ସାହି ଇଦଗାହ ମସଜିଦକୁ ଅଦାଲତଙ୍କ ତତ୍ତ୍ୱାବଧାନରେ ସର୍ଭେ ପାଇଁ ଅନୁମତି ଦିଆଯାଇଥିଲା।
ଅଯୋଧ୍ୟା ଏବଂ କାଶୀ (ବାରାଣସୀ) ସହିତ ମଥୁରା ମଧ୍ୟ ସଂଘ ପରିବାରର ସବୁଠାରୁ ପୁରୁଣା ହିନ୍ଦୁତ୍ୱ ପ୍ରକଳ୍ପର ଏକ ଅଂଶ, ଯାହା ହିନ୍ଦୁମାନଙ୍କ ଦ୍ୱାରା ସମ୍ମାନିତ ମନ୍ଦିରଗୁଡ଼ିକୁ “ମୁସଲମାନ ପ୍ରଭାବ”ରୁ ମୁକ୍ତ କରିବା ପାଇଁ ଉଦ୍ଦିଷ୍ଟ। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସଂଘ ପରିବାରର ମଥୁରା ଯୋଜନା ପାଇଁ ଏକ ଝଟକା ହୋଇଥିବାବେଳେ ଏହା ସାମୟିକ ସାବ୍ୟସ୍ତ ହୋଇପାରେ। ଏହି ମାମଲାର ଏପର୍ଯ୍ୟନ୍ତ ଅଗ୍ରଗତି ଅନ୍ୟ ଦୁଇଟି ସ୍ଥାନରେ କ’ଣ ଘଟିଛି ତାହା ପ୍ରତିଫଳିତ କରୁଛି।

କାହାକୁ ନେଇ ବିବାଦ ରହିଛି?

ଅଯୋଧ୍ୟାରେ ବାବ୍ରୀ ମସଜିଦ ଉପରେ ଅନେକ ହିନ୍ଦୁ ବିଶ୍ୱାସ କରୁଥିଲେ ଯେ ୧୯୮୦ ଦଶକର ଶେଷ ଭାଗରୁ ସଂଘ ପରିବାର ଏକ ନିରନ୍ତର ଅଭିଯାନ ଆରମ୍ଭ କରିଥିଲା ଏବଂ ଶେଷରେ ୧୯୯୨ରେ ମସଜିଦ ଭଙ୍ଗାଯାଇଥିଲା। ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଏହି ଧ୍ୱଂସକୁ ‘ବେଆଇନ’ ବୋଲି ଘୋଷଣା କରିଥିଲେ ମଧ୍ୟ ହିନ୍ଦୁ ପକ୍ଷକୁ ଜମିର ମାଲିକାନା ପ୍ରଦାନ କରିଥିଲେ। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ଥାନରେ ଏକ ମନ୍ଦିର ନିର୍ମାଣ ସମାରୋହର ନେତୃତ୍ୱ ନେବେ।

ବାରଣାସୀର ଜ୍ଞାନବାପି ମସଜିଦ କାଶୀ ବିଶ୍ୱନାଥ ମନ୍ଦିର ସହ ଛିଡ଼ା ହୋଇଛି। ମସଜିଦଟି ଏକ ମନ୍ଦିରର ଭଗ୍ନାବଶେଷ ଉପରେ ନିର୍ମିତ ବୋଲି କହି ଏହାକୁ ଭାଙ୍ଗିବାକୁ ସଂଘ ଚାହୁଁଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମନ୍ଦିର ପରିସରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।

ମଥୁରା ମାମଲାରେ ଅଦାଲତକୁ ଯାଇଥିବା ହିନ୍ଦୁ ଆବେଦନକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶକ୍ରମେ ୧୬୭୦ ମସିହାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉପରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଥିଲା। ଆଜି ଏହା କୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଅବସ୍ଥିତ।

ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦକୁ କେମିତି ମୁକାବିଲା କଲେ ଅଦାଲତ?

ବିବାଦୀୟ ସ୍ଥାନରେ ରହସ୍ୟମୟ ଭାବେ ରାମଲଲାଙ୍କ ମୂର୍ତ୍ତି ଦେଖାଯିବା ପରେ ୧୯୫୦ ମସିହା ଏପ୍ରିଲ ପହିଲାରେ ଫୈଜାବାଦ ଅଦାଲତ ଅଯୋଧ୍ୟାରେ ବିବାଦୀୟ ପରିସରର ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଜଣେ ଅଦାଲତ କମିଶନରଙ୍କୁ ନିଯୁକ୍ତ କରିଥିଲେ। ଜୁନ୍ ୧୯୫୦ରେ କମିଶନର ଶିବ ଶଙ୍କର ଲାଲ ବିବାଦୀୟ ପରିସରର ଦୁଇଟି ସାଇଟ୍ ପ୍ଲାନ୍ ସହ ଏକ ରିପୋର୍ଟ ଦାଖଲ କରିଥିଲେ।

ଜୁଲାଇ ୧୯୮୯ରେ ଅଯୋଧ୍ୟା ବିବାଦ ସହ ଜଡ଼ିତ ସମସ୍ତ ମାମଲାକୁ ଆହ୍ଲାବାଦ ହାଇକୋର୍ଟକୁ ହସ୍ତାନ୍ତର କରାଯାଇଥିଲା, ଯେଉଁଥିରେ ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ଆବେଦନ ଉପରେ ହାଇକୋର୍ଟ ଅଗଷ୍ଟ ୧୯୮୯ରେ ଏକ ଅନ୍ତରୀଣ ଆଦେଶ ଦେଇ ବିବାଦରେ ଥିବା ସମ୍ପତ୍ତି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅକ୍ଟୋବର ୨୦୦୨ରେ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)କୁ ଏକ ବୈଜ୍ଞାନିକ ଅନୁସନ୍ଧାନ କରିବା ଏବଂ ବିବାଦୀୟ ସ୍ଥାନକୁ ଗ୍ରାଉଣ୍ଡ ପେନେଟ୍ରେଟିଂ ଟେକ୍ନୋଲୋଜି ବା ଜିଓ-ରେଡିଓଲୋଜି ଦ୍ୱାରା ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ୨୦୦୩ରେ ଏଏସଆଇ ଏକ ରିପୋର୍ଟ ଦାଖଲ କରିଥିଲା। ଏହାର ଏକ ମାସ ପରେ ଆହ୍ଲାବାଦ ହାଇକୋର୍ଟ ଏଏସଆଇକୁ ବିବାଦୀୟ ସ୍ଥାନରେ ଖନନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୨୦୦୩ ଅଗଷ୍ଟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ।

୩୦ ସେପ୍ଟେମ୍ବର, ୨୦୧୦ରେ ଆହ୍ଲାବାଦ ହାଇକୋର୍ଟର ଏକ ପୂର୍ଣ୍ଣଖଣ୍ଡପୀଠ ବିବାଦୀୟ ପରିସରର ତିନି ପକ୍ଷ ମୁସଲମାନ, ହିନ୍ଦୁ ଏବଂ ନିର୍ମୋହୀ ଆଖଡ଼ାକୁ ଏକ ତୃତୀୟାଂଶ ଅଂଶଧନ ପ୍ରଦାନ କରି ଏକ ପ୍ରାଥମିକ ନିର୍ଦ୍ଦେଶନାମାରେ ପ୍ରତ୍ୟେକଙ୍କୁ ଏକ ତୃତୀୟାଂଶ ଅଂଶ ପ୍ରଦାନ କରିଥିଲେ। ୨୦୧୧ ମେ ୯ତାରିଖରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଅନେକ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ଉପରେ ରୋକ ଲଗାଇଥିଲେ।

୯ ନଭେମ୍ବର, ୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ସମ୍ପୂର୍ଣ୍ଣ ବିବାଦୀୟ ଜମିକୁ ଭଗବାନ ରାମଲଲାଙ୍କୁ ପ୍ରଦାନ କରିବା ସହ ମସଜିଦ ନିର୍ମାଣ ପାଇଁ ମୁସଲମାନ ପକ୍ଷକୁ ବିକଳ୍ପ ୫ ଏକର ଜମି ଆବଣ୍ଟନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାରଣାସୀ ମନ୍ଦିର ବିବାଦ କେଉଁଠି ରହିଛି?

୨୦୨୨ ଏପ୍ରିଲ ୧୮ତାରିଖରେ ସ୍ଥାନୀୟ ଅଦାଲତ ଉକ୍ତ ସ୍ଥାନର ସର୍ଭେ ପାଇଁ ଜଣେ କମିଶନରଙ୍କୁ ନିଯୁକ୍ତ କରିଥିଲେ। ମେ ୨୦୨୨ରେ କାଶୀ ବିଶ୍ୱନାଥ ମନ୍ଦିର-ଜ୍ଞାନବାପି ମସଜିଦର ଭିଡିଓଗ୍ରାଫିକ ସର୍ଭେ ଶେଷ ହୋଇଥିଲା। ସର୍ଭେ ସମୟରେ ମସଜିଦ ପରିସରରେ ଏକ ଢାଞ୍ଚା ଦେଖିବାକୁ ମିଳିଥିଲା, ଯାହାକୁ ହିନ୍ଦୁ ପକ୍ଷ ଶିବଲିଙ୍ଗ ବୋଲି ଦାବି କରିଥିଲା ଏବଂ ମୁସଲମାନ ପକ୍ଷ ଏହାକୁ ‘ଝରଣା’ ବୋଲି ଦାବି କରିଥିଲେ।

ଜୁଲାଇ ୨୦୨୩ରେ ବାରଣାସୀ ଜିଲ୍ଲା ଅଦାଲତ ଏହି ପରିସରର ବୈଜ୍ଞାନିକ ସର୍ବେକ୍ଷଣ କରି ମସଜିଦଟି ହିନ୍ଦୁ ମନ୍ଦିରର ପୂର୍ବରୁ ଥିବା ଢାଞ୍ଚା ଉପରେ ନିର୍ମିତ କି ନାହିଁ ତାହା ଜାଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଜ୍ଞାନବାପି ମସଜିଦ ପାଇଁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ମିଳିତଭାବେ ଦାଖଲ କରିଥିବା ଆବେଦନକୁ ଖାରଜ କରାଯାଇଥିଲା ଏବଂ ଆସନ୍ତା ମାସରେ ଏଏସଆଇ କଡ଼ା ସୁରକ୍ଷା ମଧ୍ୟରେ ଏହାର ସର୍ଭେ ଆରମ୍ଭ କରିଥିଲା। ୧୮ ଡିସେମ୍ବର, ୨୦୨୩ରେ ଏଏସ୍ଆଇ ବାରଣାସୀ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା।

ମଥୁରା ମାମଲା କେଉଁଠି ରହିଛି?

ଗତବର୍ଷ ମେ ମାସରେ ଆହ୍ଲାବାଦ ହାଇକୋର୍ଟ କୃଷ୍ଣ ଜନ୍ମଭୂମି-ଇଦଗାହ ବିବାଦକୁ ନେଇ ସମସ୍ତ ମାମଲା ନିଜ ହାତକୁ ଆରିଥିଲେ। ୨୦୨୩ ଡିସେମ୍ବର ୧୪ତାରିଖରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିଥିଲେ। ପରଦିନ ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେଇ କହିଥିଲେ, ଯଦି କୌଣସି ପ୍ରତିକୂଳ ଆଦେଶ ଦିଆଯାଏ, ତେବେ ଆପଣ ଆସିପାରିବେ।

କିନ୍ତୁ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଆଦେଶ ଉପରେ ରୋକ ଲଗାଇଛନ୍ତି। ଟ୍ରଷ୍ଟ ସାହି ମସଜିଦ ଇଦଗାହ ପରିଚାଳନା କମିଟିର ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଯୁକ୍ତି ବାଢ଼ିଥିଲେ ଯେ ଏହି ମାମଲାରେ ଅନ୍ୟ କୌଣସି ବିବିଧ ଆବେଦନ (ଅନ୍ୟ ପକ୍ଷରୁ) ନିଷ୍ପତ୍ତି ନେବା ପୂର୍ବରୁ ହାଇକୋର୍ଟ ଏହି ମାମଲାକୁ ଖାରଜ କରିବା ପାଇଁ କରିଥିବା ଆବେଦନ ଉପରେ ବିଚାର କରିବା ଉଚିତ ଥିଲା।